ମେଟ୍ରୋ |

୪ ସନ୍ଦିଗ୍ଧଙ୍କୁ ଉଠାଇନେବା ପରେ ହଷ୍ଟେଲରେ ବିସ୍ଫୋରଣ

୪ ସନ୍ଦିଗ୍ଧଙ୍କୁ ଉଠାଇନେବା ପରେ ହଷ୍ଟେଲରେ ବିସ୍ଫୋରଣ
ଭୁବନେଶ୍ୱର, ୪।୩(ବ୍ୟୁରୋ)- ସମୟ ସୋମବାର ସକାଳ ପ୍ରାୟ ୮ଟା ହେବ। ଲକ୍ଷ୍ମୀସାଗର ଥାନା ବମିଖାଲର ପ୍ଲଟ୍‌ ନଂ ୧୨୦୨ରେ ଥିବା ଗୋବିନ୍ଦ ପ୍ରସାଦ ଛାତ୍ରାବାସରେ ଘଟିଥିଲା ବିସ୍ଫୋରଣ। କିଛି ସମୟ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୪ଟି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ହଷ୍ଟେଲ ସମେତ ସ୍ଥାନୀୟ ଅଞ୍ଚଳକୁ ଥରାଇ ଦେଇଥିଲା। ହଷ୍ଟେଲରେ ରହୁଥିବା ଛାତ୍ରଙ୍କ ସମେତ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ତେବେ ଯେଉଁ ରୁମ୍‌ରେ ବିସ୍ଫୋରଣ ଘଟିଥିଲା ସେଠାରୁ ଘଣ୍ଟାଏ ପୂର୍ବରୁ ପୋଲିସ ୪ ସନ୍ଦିଗ୍ଧଙ୍କୁ ଉଠାଇନେବା ଘଟଣାକୁ ରହସ୍ୟାବୃତ କରିଛି। ସନ୍ଦିଗ୍ଧମାନଙ୍କର ଆପରାଧିକ ଲିଙ୍କ ଥିବାରୁ ଏହା ବୋମା ବିସ୍ଫୋରଣ ବୋଲି ଚର୍ଚ୍ଚା ହେଉଛି। ସୂଚନା ମୁତାବକ, ସ୍ପେଶାଲ ସ୍କ୍ବାଡ୍‌ ଉଠାଇ ନେଇଥିବା ୪ ସନ୍ଦିଗ୍ଧ ପାଠ ପଢ଼ିବା ନାଁରେ ଉକ୍ତ ହଷ୍ଟେଲରେ ରହୁଥିଲେ। ସମସ୍ତଙ୍କ ଘର ପୁରୀରେ। କିନ୍ତୁ ସେମାନେ ବହୁ ଆପରାଧିକ ମାମଲାରେ ଜଡ଼ିତ ଥିବା ପୋଲିସକୁ ସୂଚନା ମିଳିଥିଲା। ସେଥିପାଇଁ ଗତ ଶନିବାର ରାତିରୁ ସ୍ପେଶାଲ ସ୍କ୍ବାଡ୍‌, ଶହୀଦନଗର ପୋଲିସ ଏବଂ ଲକ୍ଷ୍ମୀସାଗର ପୋଲିସ ସେମାନଙ୍କୁ ଖୋଜୁଥିଲା। ସୋମବାର ସକାଳ ପ୍ରାୟ ୭ଟାରେ ସ୍ପେଶାଲ ସ୍କ୍ବାଡ୍‌ ଟିମ୍‌ ଉକ୍ତ ହଷ୍ଟେଲର ଏକ ରୁମ୍‌ରେ ଚଢ଼ାଉ କରି ୪ଜଣଙ୍କୁ ଧରି ନେଇଥିଲା। ତେବେ ଏହାର ଠିକ୍‌ ଘଣ୍ଟାଏ ପରେ ଉକ୍ତ ରୁମ୍‌ରେ ବିସ୍ଫୋରଣ ଘଟିଥିଲା। ରୁମ୍‌ରେ କେହି ନ ଥିବାବେଳେ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚତ୍ ନିଆଁ ଲିଭାଇଥିଲେ। ବିସ୍ଫୋରଣର କାରଣ ସନ୍ଦେହଜନକ ହେବାରୁ ଅଗ୍ନିଶମ ବିଭାଗ କମିଶନରେଟ ପୋଲିସର ହସ୍ତକ୍ଷେପ ଲୋଡ଼ିଥିଲା। ଉକ୍ତ ଘରକୁ ସିଲ୍‌ କରିଦିଆଯାଇଛି। ବିସ୍ଫୋରଣର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଅନ୍ୟପଟେ ଗତ ୨୨ ତାରିଖରେ ଝାରପଡା ଅଞ୍ଚଳରୁ ୩୨ଟି ବୋମା ଜବତ ହୋଇଥିଲା। ତେବେ ଏହି ଘଟଣା ପଛରେ ସନ୍ଦିଗ୍ଧମାନଙ୍କର ଲିଙ୍କ୍‌ ରହିଥିବା ସନ୍ଦେହରେ ପୋଲିସ ତଦନ୍ତ କରୁଥିବା ସୂଚନା ମିଳିଛି। ପଚରାଉଚରା ପରେ ଜଣଙ୍କୁ ପୋଲିସ ଛାଡ଼ି ଦେଇଛି। ଉକ୍ତ ରୁମ୍‌ରେ କୌଣସି ବିସ୍ଫୋରକ ରହିଥିଲା କି ନାହିଁ ସେ ନେଇ ଖୋଳତାଡ଼ କରାଯାଉଛି। ରୁମ୍‌ରେ ଥିବା କିଛି ମାରଣାସ୍ତ୍ରକୁ ପୋଲିସ ଜବତ କରିଛି। ସ୍ପେଶାଲ ସ୍କ୍ବାଡ୍‌ ଅଧିକାରୀ ସଞ୍ଜୀବ ଶତପଥୀ କହିଛନ୍ତି, ଉକ୍ତ ଘରେ ବିସ୍ଫୋରଣ ସମ୍ପର୍କରେ ଆମେ ଜାଣିନାହୁଁ। ସେମାନଙ୍କର ଆପରାଧିକଙ୍କ ଲିଙ୍କ୍‌ ଥିବା ଜଣାପଡିବା ପରେ ଉଠାଇ ଆଣିଥିଲୁ।
All Right Reserved By

ମେଟ୍ରୋ |

ଡେଙ୍ଗୁ ନେଲା ଜୀବନ

ଡେଙ୍ଗୁ ନେଲା ଜୀବନ

ଜଗତସିଂହପୁର ଅଫିସ୍‌, ୨୩।୯: ଜଗତସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଜଣେ ଡେଙ୍ଗୁ ରୋଗୀ କଟକ ଏସସିବି ମେଡିକାଲରେ ଆଖି ବୁଜିଛନ୍ତି।

ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବଛ ଭାରତ ସଫେଇ କାର୍ଯ୍ୟକ୍ରମ

ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବଛ ଭାରତ ସଫେଇ କାର୍ଯ୍ୟକ୍ରମ

କୋଣାର୍କ,୨୩।୯(ଡି.ଏନ୍‌.ଏ.): କୋଣାର୍କସ୍ଥିତ ସୂର୍ଯ୍ୟ ମନ୍ଦିର ପରିସରରେ ଥିବା ନବଗ୍ରହ ମନ୍ଦିର ପୀଠକୁ ଭାରତୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରବିବାର ସ୍ବଚ୍ଛ ଭାରତ ସଫେଇ କାର୍ଯ୍ୟକ୍ରମ କରାଯାଇଛିା 

ଓକେସିଏଲକୁ ଅହେତୁକ ଅନୁକମ୍ପା ଦେଖାଇଛି ଗଣଶିକ୍ଷା ବିଭାଗ , ସଫ୍ଟଓ୍ବେର ତିଆରିରେ ୨.୦୬ କୋଟିର ଅନାବଶ୍ୟକ ଖର୍ଚ୍ଚ

ଓକେସିଏଲକୁ ଅହେତୁକ ଅନୁକମ୍ପା ଦେଖାଇଛି ଗଣଶିକ୍ଷା ବିଭାଗ , ସଫ୍ଟଓ୍ବେର ତିଆରିରେ ୨.୦୬ କୋଟିର ଅନାବଶ୍ୟକ ଖର୍ଚ୍ଚ

ଭୁବନେଶ୍ୱର, ୨୩ା୯(ବ୍ୟୁରୋ)- ସିଏଜି(କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଦୁର୍ନୀତି ପେଡ଼ି ଖୋଲୁଛନ୍ତି। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ମନମାନି ଯୋଗୁ ରାଜ୍ୟ ରାଜକୋଷରୁ ୨ କୋଟି ୬ ଲକ୍ଷ ଟଙ୍କା ଅନାବଶ୍ୟକ ଭାବେ ଖର୍ଚ୍ଚ ହୋଇଛି।

୨୪ରେ ଡିଜିସିଏରେ ହାଜର ହେବେ ବୈଜୟନ୍ତ

୨୪ରେ ଡିଜିସିଏରେ ହାଜର ହେବେ ବୈଜୟନ୍ତ

ପୁରୀ ଅଫିସ, ୨୩ା୯ - ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଚିଲିକା ଉପରେ ହେଲିକ୍ଟର ଉଡାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ) ବୈଜୟନ୍ତଙ୍କୁ ନୋଟିସ କରିଛି। ଆସନ୍ତା ୨୪ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ଉକ୍ତ ନୋଟିସରେ କୁହାଯାଇଛି। 

ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଲାଗିବ ମହାପ୍ରସାଦ ଦର ତାଲିକା

ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଲାଗିବ ମହାପ୍ରସାଦ ଦର ତାଲିକା

ପୁରୀ ଅଫିସ,୨୩ା୯: ଶ୍ରୀମନ୍ଦିର ଆନନ୍ଦବଜାର ସମେତ ଦୁଇଟି ସ୍ଥାନରେ ଶୁକ୍ରବାର ମହାପ୍ରସାଦ ଦର ତାଲିକା ଲାଗିଥିଲା। ଶ୍ରୀମନ୍ଦିର ପ୍ରଶାସନ ସ୍ବାକ୍ଷରରେ ଏହା ଲାଗିଥିଲେ ମଧ୍ୟ ଏହାକୁ ନେଇ ଖୋଦ୍‌ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 

ଚର୍ଚ୍ଚାରେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ

ଚର୍ଚ୍ଚାରେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ

ପୁରୀ ଅଫିସ,୨୩।୯:  ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଆସି ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ବିଭିନ୍ନ  ପକ୍ଷଙ୍କଠାରୁ ମତ ସଂଗ୍ରହ କରିଛନ୍ତି। ତେବେ ଆମିକସ୍‌କ୍ୟୁରିଙ୍କ ବେଶ ପୋଷାକ ପରିଧାନ ଏବଂ ପାଣ୍ଡିତ୍ୟକୁ ନେଇ ପୁରୀ ସହରରେ ଚର୍ଚ୍ଚା ଲାଗି ରହିଛି। 

ଆମିକସ୍‌କ୍ୟୁରିଙ୍କ ସ୍କାନରରେ ସେବାୟତ ବ୍ୟବହାରକୁ ନେଇ ତାଗିଦ୍‌, ୩ ସପ୍ତାହ ସମୟ ଦେଲେ

ଆମିକସ୍‌କ୍ୟୁରିଙ୍କ ସ୍କାନରରେ ସେବାୟତ ବ୍ୟବହାରକୁ ନେଇ ତାଗିଦ୍‌, ୩ ସପ୍ତାହ ସମୟ ଦେଲେ

ପୁରୀ ଅଫିସ,୨୩।୯ - ଆପଣମାନେ ହେଉଛନ୍ତି ମହାପ୍ରଭୁଙ୍କ ସେବକ। ହେଲେ ଆପଣମାନଙ୍କୁ କେନ୍ଦ୍ର କରି ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିରକୁ ନେଇ ମାମଲା ରୁଜୁ ହୋଇଛି। ଜଗତର ନାଥ ଜଗନ୍ନାଥଙ୍କ ସେବାରେ ରହିଥିବା ସେବକଙ୍କ ବିରୋଧରେ ଅଭିଯୋଗ ଆସିବା ଦୁର୍ଭାଗ୍ୟର କଥା। 

ଗଜପତିଙ୍କ ଉପରେ ଆସ୍ଥା ପ୍ରକଟ କଲେ ଆମିକସ୍‌କ୍ୟୁରି

ଗଜପତିଙ୍କ ଉପରେ ଆସ୍ଥା ପ୍ରକଟ କଲେ ଆମିକସ୍‌କ୍ୟୁରି

ପୁରୀ ଅଫିସ,୨୩।୯: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଶନିବାର ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଶୁକ୍ରବାର ପ୍ରଥମ ଦିବସରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନରୁ ସେ ତାଙ୍କ ମତ ସଂଗ୍ରହ

ନନ୍ଦନକାନନ ଧଳା ବାଘୁଣୀ ‘ବିଜୟା’ ଜନ୍ମ ଦେଲା ୨ ଶାବକ

ନନ୍ଦନକାନନ ଧଳା ବାଘୁଣୀ ‘ବିଜୟା’ ଜନ୍ମ ଦେଲା ୨ ଶାବକ

ବାରଙ୍ଗ,୨୩।୯(ଡି.ଏନ୍‌.ଏ.)- ନନ୍ଦନକାନନ ପାଇଁ ଖୁସିର ଖବର। ଧଳା ବାଘୁଣୀ ‘ବିଜୟା’ ପୁଣିଥରେ ମା’ ହୋଇଛି। ଏଥର ମଧ୍ୟ ବିଜୟା ଓ ରୋଶନର ମିଳନରୁ ନନ୍ଦନକାନନ ପାଇଛି ଦୁଇଟି ବାଘଛୁଆ। ନବଜନ୍ମିତ ୨ ଶାବକଙ୍କ ମଧ୍ୟରେ ଗୋଟିଏ ଧଳା ହୋଇଥିବା ବେଳେ ଅନ୍ୟଟି ସାଧାରଣ ରଙ୍ଗର ବୋଲି ଜଣାପଡ଼ିଛି। 

ବସ୍‌କୁ ପଛରୁ ଧକ୍କା ଦେଲା ଟ୍ରକ: ୯ ଗୁରୁତର

ବସ୍‌କୁ ପଛରୁ ଧକ୍କା ଦେଲା ଟ୍ରକ: ୯ ଗୁରୁତର

ଭୁବନେଶ୍ୱର,୨୨।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣି ଛକରେ ଶନିବାର ଅପରାହ୍ନରେ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ୯ଜଣ ଗୁରୁତର ହୋଇଛନ୍ତି। 

୨୪ ରୁ ଚିଲିକା ମତ୍ସ୍ୟଜୀବୀ ମହାସଙ୍ଘ ପକ୍ଷୁରୁ ଆନ୍ଦୋଳନ

ଖୋର୍ଦ୍ଧା ଅଫିସ,୨୨।୯: ୭ଦଫା ଦାବି ପୂରଣ ନ ହେବାରୁ ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଆଇନ ଅମାନ୍ୟ ଆନ୍ଦୋଳନ କରାଯିବ। ଏନେଇ ଆସନ୍ତା ୨୪ ଓ ୨୫  ତାରିଖ ଦୁଇଦିନ ଧରି ତହସିଲ ଓ ବ୍ଳକ କାର୍ଯ୍ୟାଳୟ ଘେରାଉ କରାଯିବ ।

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣା: ଆଇନଜୀବୀଙ୍କ ଶୋଭାଯାତ୍ରା

ଆଇନଜୀବୀଙ୍କୁ ପୋଲିସର ମାଡ଼ ଘଟଣା: ଆଇନଜୀବୀଙ୍କ ଶୋଭାଯାତ୍ରା

କଟକ ଅଫିସ, ୨୨।୯: ଆଇନଜୀବୀଙ୍କ ଉପରେ ପୋଲିସର ଆକ୍ରମଣ ଘଟଣା ପ୍ରତିବାଦରେ ଶନିବାର ଆଇନଜୀବୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି। ଶତାଧିକ ଆଇନଜୀବୀ ହାଇକୋର୍ଟ ପରିସରରେ ଥିବା ବାରିଷ୍ଟର ରଣଜୀତ ମହାନ୍ତି ପ୍ରତିମୂର୍ତ୍ତିଠାରୁ ବାହାରି ଚାନ୍ଦିନୀଚୌକ ଛକ ପର୍ଯ୍ୟନ୍ତ ଯାଇଥିଲେ।