ରାୟଗଡା

ବୋଲେରୋ ଓଲଟି ୧୨ ଆହତ

ବୋଲେରୋ ଓଲଟି ୧୨ ଆହତ


ରାଇଘର,୪।୩(ଡି.ଏନ.ଏ)- ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁମୁଲି ଛକ ନିକଟରେ ଏକ ବୋଲେରୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ରାଇଘର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ରାଇଘର ବ୍ଲକ ମୁଣ୍ଡିବେଡା ପଞ୍ଚାୟତ ତାଳପଦର ଗ୍ରାମରୁ ଏକ ବାହାଘର କାର୍ଯ୍ୟରେ ଯୋଗ ଦେବା ପାଇଁ ଏକ ବୋଲେରୋ (ନଂ. ଓଆର୨୪ସି-୪୪୬୩) ଗାଡିରେ ଉମରକୋଟ ବ୍ଲକ ପୁର୍ଲ୍ଲା ନିକଟସ୍ଥ ଡୁର୍କିଗୁଡା ଗ୍ରାମକୁ ଯାଉଥିଲେ। କୁମୁଲି ଛକ ନିକଟରେ ବୋଲେରୋ ଓଲଟି ପଡିଥିଲା। ଏଥିରେ ଡ୍ରାଇଭରଙ୍କ ସମେତ ୧୨ ଜଣ ଆହତ ହୋଇଥିଲେ। ରାଇଘର ପୋଲିସ ଓ ଅଗ୍ନିଶମ ବିଭାଗ ଗାଡି ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ରାଇଘର ଡାକ୍ତରଖାନାକୁ ଆଣିଥିଲେ। ଆହତମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

All Right Reserved By

ରାୟଗଡା

ଜଳଯୋଗାଣ ପାଇପରେ ମିଶୁଛି ଦୂଷିତ  ଜଳ

ଜଳଯୋଗାଣ ପାଇପରେ ମିଶୁଛି ଦୂଷିତ ଜଳ

ନବରଙ୍ଗପୁର,୨୪।୬(ବି.ପ୍ର.)- ନବରଙ୍ଗପୁର ପୌରାଞ୍ଚଳର ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଛି। କିନ୍ତୁ ଅଧିକାଂଶ ସ୍ଥାନରେ ପାଇପ ଫାଟିଯାଇଥିବାରୁ ଏଥିରେ ଦୂଷିତ ଜଳ ମିଶ୍ରିତ ହେଉଛି। ଆବର୍ଜନା, ନାଳ ଓ ରାସ୍ତାର ମାଟି ପାଣି ପାଇପରେ ମିଶ୍ରତ ହୋଇ ଘର ମାନଙ୍କୁ ଯାଉଛି । ଫଳରେ ଲୋକମାନେ ପାଇପରେ ଦୂଷିତ ପାଣି ପାଉଛନ୍ତି।

ଯୁବ କଂଗ୍ରେସର କର୍ମୀ ସମ୍ମିଳନୀ

ଯୁବ କଂଗ୍ରେସର କର୍ମୀ ସମ୍ମିଳନୀ

ନବରଙ୍ଗପୁର,୨୪ ।୬(ବି.ପ୍ର.)- ସ୍ଥାନୀୟ ସୌରା ସାହି କଲ୍ୟାଣ ମଣ୍ଡପ ଠାରେ ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

୨୮୩ କେଜି ଗଞ୍ଜେଇ ଜବତ, ୨ ଗିରଫ

କୋରାପୁଟ/ବୋରିଗୁମ୍ମା,୨୪।୬(ସ୍ବ.ପ୍ର./ଡି.ଏନ୍‌.ଏ.) କୋରାପୁଟ ଟାଉନ ପକ୍ଷରୁ ଚେକିଂ ବେଳେ ଏକ ନମ୍ବର ବିହୀନ କାରରୁ ୧୨୧ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ ବାଘକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ।

ଜମି ବିବାଦକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ

ଡାବୁଗାଁ,୨୪।୬ (ଡି.ଏନ.ଏ.)- ଜମି ବିବାଦକୁ ନେଇ ଗଣ୍ଡଗୋଳ ଅଭିଯୋଗରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ହଳଦୀ ଗ୍ରାମର ଗୁରୁବନ୍ଧୁ ଜାନୀ (୨୬) ଙ୍କୁ ଶନିବାର ପୋଲିସ ଗିରଫ କରିଛି ।

ନାତିର ଠେଙ୍ଗାରେ ଗଲା ଜେଜେମା’ ଜୀବନ

କୋରାପୁଟ/ନାରାୟଣପାଟଣା,୨୪।୬(ସ୍ବ.ପ୍ର./ଡି.ଏନ୍‌.ଏ.) ଗାଳି କରିବା ଘଟଣାକୁ ନେଇ ଶନିବାର ନାରାୟଣପାଟଣା ତେନ୍ତୁଳିପଦର ପଞ୍ଚାୟତରେ ନାତି ଠେଙ୍ଗାରେ ଜେଜେମା’ଙ୍କ ମୃତ୍ୟୁ ହୋଇଛି । ଏନେଇ ନାରାୟଣପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ୩୦୨ ଧାରାରେ ନାତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଦାୟିତ୍ୱ ନେଲେ ଆଶିଷ ସିଂ

ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଦାୟିତ୍ୱ ନେଲେ ଆଶିଷ ସିଂ

କୋରାପୁଟ,୨୪ା୬(ସ୍ବ.ପ୍ର.): ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ଆଶିଷ କୁମାର ସିଂ ଶନିବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏସ୍‌. ସାଇନିଙ୍କ ଏଠାରୁ ବଦଳି ପରେ ରାଜ୍ୟ ସରକାର ଆଶିଷଙ୍କ ହାତରେ ଏହି ଦାୟିତ୍ୱ ଦେଇଛନ୍ତି।

ଭଲ ବର୍ଷା ପାଇଁ ହୁଏ ବିରପାଣି ଯାତ୍ରା

ଭଲ ବର୍ଷା ପାଇଁ ହୁଏ ବିରପାଣି ଯାତ୍ରା

ଜୟପୁର,୨୪ା୬(ନି.ପ୍ର./ଡି.ଏନ୍‌.ଏ.): କୃଷି ଓ ଭଲ ବର୍ଷା ହେବା ପାଇଁ ଯାତ୍ରା। ମା’ ବିର୍‌ପାଣି ଆଦେଶ ଦେଲେ ତାହାକୁ ମାନି ଯାତ୍ରା ପାଳନ କରାଯାଇଥାଏ। ଜୟପୁର ବ୍ଲକ ଅନ୍ତର୍ଗତ ଗଡ଼ପଦର ଗ୍ରାମରେ ଶନିବାର ଆରମ୍ଭ ହୋଇଛି ଏହି ବିରପାଣି ଯାତ୍ରା। ଏହି ଯାତ୍ରା ପାଇଁ ଶୁକ୍ରବାରଠାରୁ ଗ୍ରାମରେ ଲିପାପୋଛା ସହ ମା’ଙ୍କ ମନ୍ଦିରକୁ ସଜାଯାଇଥିଲା। ଚଳିତ ବର୍ଷ କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଜିଲାରୁ ୧୦ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା ା

ସୌରାକୁହୁଡିରେ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା

ସୌରାକୁହୁଡିରେ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା

କୋଟପାଡ,୨୩।୬(ଡି.ଏନ.ଏ)-କୋଟପାଡ ବ୍ଲକ ଧାମଣାହାଣ୍ଡି ଗ୍ରାମ ପଞ୍ଚାୟତର ସୌରକୁହୁଡି ଗ୍ରାମରେ ଶନିବାର ଗ୍ରାମ ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ମନ୍ଦିର ପ୍ରତିଷ୍ଠା ପାଇଁ ଗ୍ରାମର ଶତାଧିକ ମହିଳା ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ନଦୀରୁ କଳସରେ ପାଣି ଆଣିଥିଲେ ।

ଚୋରା କାଠ ଚାଲାଣ ବେଳେ ଟ୍ରାକ୍ଟର ଜବତ: ଡ୍ରାଇଭର ଗିରଫ

ଚୋରା କାଠ ଚାଲାଣ ବେଳେ ଟ୍ରାକ୍ଟର ଜବତ: ଡ୍ରାଇଭର ଗିରଫ

ବାଲିମେଳା,୨୩।୬(ଡି.ଏନ.ଏ) : ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପାର୍କନମାଳା ପଞ୍ଚାୟତର ସୁନାନଗର ଘାଟିରେ ବନବିଭାଗର କର୍ମଚାରୀମାନେ ଶୁକ୍ରବାର ରାତି ୯ଟାରେ ଏକ ନମ୍ବର ବିହୀନ ଟ୍ରାକ୍ଟରରୁ ଚୋରା କାଠ ଜବତ କରିଛନ୍ତି।

ରେଡକ୍ରସର ଜିଲାସ୍ତରୀୟ ଅଧିବେଶନ

ରେଡକ୍ରସର ଜିଲାସ୍ତରୀୟ ଅଧିବେଶନ

ମାଲକାନଗିରି,୨୩।୬ (ସ୍ବ.ପ୍ର.): ରେଡକ୍ରସ ଅଧ୍ୟକ୍ଷ ତଥା ଜିଲାପାଳ ମନୀଶ ଅଗ୍ରଓ୍ବାଲଙ୍କ ନିର୍ଦ୍ଦେଶରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ରେଡକ୍ରସର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ରଘୁମଣି ଗୋମାଙ୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରେଡକ୍ରସର ପାଣ୍ଠି ସଂଗ୍ରହ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ନଳକୂପ ପାଣିରୁ ବାହାରୁଛି ପୋକ

ନଳକୂପ ପାଣିରୁ ବାହାରୁଛି ପୋକ

ଟିକିରି,୨୩।୬ ରାୟଗଡା ଜିଲା କାଶିପୁର ବ୍ଲକ ଅନ୍ତର୍ଗତ ଦୁଡୁକାବାହଲ ପଞ୍ଚାୟତରେ ରହିଛି ଡେଙ୍ଗାଗୁଡା ଗ୍ରାମ। ଆଦିବାସୀ ବହୁଳ ଏହି ଗ୍ରାମରେ ୪୦ରୁ ଅଧିକ ପରିବାର ରହୁଛନ୍ତି। ପଞ୍ଚାୟତ ସଦର ନିକଟରେ ଥିବା ଏହି ଗ୍ରାମରେ ରାସ୍ତା ଓ ପାନୀୟ ଜଳ ହେଉଛି ମୁଖ୍ୟ ସମସ୍ୟା । ଗ୍ରାମରେ ରହିଛି ଏକମାତ୍ର ନଳକୂପ । ସେଥିରୁ ଦୂଷିତ ପାଣି ବାହାରୁ ଥିବାରୁ ବ୍ୟବହାର ଅନୁପଯୋଗୀ ହୋଇପଡିଛି ।

ଝଞ୍ଜାବତୀ ବ୍ରିଜ କାର୍ଯ୍ୟ ବନ୍ଦ, ନିର୍ଦ୍ଧାରିତ ସମୟ ଶେଷ

ଝଞ୍ଜାବତୀ ବ୍ରିଜ କାର୍ଯ୍ୟ ବନ୍ଦ, ନିର୍ଦ୍ଧାରିତ ସମୟ ଶେଷ

ରାୟଗଡା ଅଫିସ୍‌,୨୩।୬: ରାୟଗଡା ସହରରୁ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ରାସ୍ତା ତଥା ରାୟଗଡା ସହରର ପ୍ରସିଦ୍ଧ ମା’ ମଝିଘରିଆଣୀ ମନ୍ଦିର ନିକଟ ଝଞ୍ଜାବତୀ ନଦୀ ଉପରେ ଥିବା ପୋଲ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି । ପ୍ରତ୍ୟେକ ଦିନ ଉକ୍ତ ପୋଲ ଦେଇ ବହୁ ଲୋକ ଜୀବନକୁ ବାଜିମାରି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି ।

Model This Week

ଆହାନା