ସମ୍ବଲପୁର

ନିର୍ମାଣାଧୀନ ଓପିଜିସି ପ୍ରକଳ୍ପରେ ପୁଣି ଦୁର୍ଘଟଣା: ଟର୍ବାଇନ୍‌ରୁ ଖସିପଡ଼ି ଶ୍ରମିକ ଗୁରୁତର

ନିର୍ମାଣାଧୀନ ଓପିଜିସି ପ୍ରକଳ୍ପରେ ପୁଣି ଦୁର୍ଘଟଣା: ଟର୍ବାଇନ୍‌ରୁ ଖସିପଡ଼ି ଶ୍ରମିକ ଗୁରୁତର
ଲଖନପୁର,୪।୩(ଡି.ଏନ୍‌.ଏ.)- ଓଡ଼ିଶା ବିଦ୍ୟୁତ୍‌ ଉପତ୍ାଦନ ନିଗମ (ଓପିଜିସି)ର ବନହରପାଲିସ୍ଥିତ ନିର୍ମାଣାଧୀନ ଇବ୍‌ ଥର୍ମାଲ ପ୍ରକଳ୍ପରେ ଗତ ୧୬ ତାରିଖରେ ମାଡ୍ରାସର ବିଜିଆର୍‌ ଠିକାସଂସ୍ଥାର ଏକ ବସ୍‌ ଦୁର୍ଘଟଣା ଘଟି ଚାଳକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ନାମ ଧନୁର୍ଜୟ ପଟେଲ (୫୦)। ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଶ୍ରମିକମାନେ ୨ଦିନ ଧରି ପ୍ରକଳ୍ପ ଫାଟକ ସମ୍ମୁଖରେ ମୃତଦେହ ରଖି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ପରିସ୍ଥିତି ଜଟିଳ ହେବାରୁ ଠିକାସଂସ୍ଥା ୫.୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ବାଧ୍ୟ ହୋଇଥିଲା। ପରେ ଶ୍ରମିକମାନେ ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେଇଥିଲେ। ଏହି ଦୁର୍ଘଟଣା ଶ୍ରମିକଙ୍କ ମନରୁ ନଲିଭୁଣୁ ପୁଣି ଶନିବାର ସେହି ନିର୍ମାଣାଧୀନ ପ୍ରକଳ୍ପରେ ଆଉ ଏକ ଦୁର୍ଘଟଣା ଘଟିଛି। ଏଥିରେ କେରଳର ଭବାନୀ ଇରେକ୍ଟୋର ଲିମିଟେଡ୍‌ ନାମକ ଠିକାସଂସ୍ଥାରେ କାର୍ଯ୍ୟରତ ଜଣେ ଶ୍ରମିକ ଗୁରୁତର ଆହତ ହୋଇ କଟକର ଏକ ଘରେଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆହତ ଶ୍ରମିକ ଜଣକ ହେଲେ ମଧ୍ୟପ୍ରଦେଶ ଆମଦର ସତନା ଗ୍ରାମର ପ୍ରେମଲାଲ୍‌ (୪୭)। ସବୁଦିନ ପରି ଶନିବାର ଅପରାହ୍ନ ୫ଟାରେ ପ୍ରେମଲାଲ ଟିଜି ଉପରେ ଚଢ଼ି ପାଇପ୍‌ କାମ କରୁଥିବାବେଳେ ପ୍ରାୟ ୪୦ମିଟର ତଳକୁ ଖସିପଡ଼ିଥିଲେ। ଏଥିରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ସାଥୀ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଏ ସମ୍ପର୍କରେ ସାଥୀ ଶ୍ରମିକମାନେ ଠିକାସଂସ୍ଥାକୁ ଜଣାଇଥିଲେ। ଠିକାସଂସ୍ଥାର କେତେଜଣ କର୍ମଚାରୀ ପ୍ରେମଲାଲଙ୍କୁ ଏକ ଗାଡ଼ିରେ କଟକ ନେଇଯାଇଛନ୍ତି। ତେବେ ଦୁର୍ଘଟଣା ନେଇ ଠିକାସଂସ୍ଥା ପକ୍ଷରୁ ଓପିଜିସି କର୍ତ୍ତୃପକ୍ଷ କିମ୍ବା ସ୍ଥାନୀୟ ପୋଲିସ୍‌କୁ ଅବଗତ କରାଯାଇନାହିଁ। ତେଣୁ ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଯାଉଥିଲା ଅଭିଯୋଗ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ଓପିଜିସିର ଜନସମ୍ପର୍କ ଅଧିକାରୀ ଦିଲୀପ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ ପ୍ରଥମେ ଦୁର୍ଘଟଣା ସମ୍ପର୍କରେ ଜାଣି ନ ଥିବା କହିଥିଲେ। ପରେ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ପଚାରି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତେବେ ଦୁର୍ଘଟଣା ସମ୍ପର୍କରେ ଭବାନୀ ଠିକାସଂସ୍ଥାର ଆଡ୍‌ମିନ୍‌ ମୁଖ୍ୟ ବିଜ୍ଞାନ ମହାପାତ୍ରଙ୍କୁ ପଚାରିବାରୁ ସେ ଘଟଣାକୁ ଅସ୍ବୀକାର କରିଛନ୍ତି। ତାଙ୍କ ଠିକାସଂସ୍ଥାରେ କୌଣସି ଦୁର୍ଘଟଣା ଘଟିନାହିଁ ବୋଲି ସେ କହିଛନ୍ତି। ଏନେଇ ବନହରପାଲି ଥାନା ଆଇଆଇସି ପୁରୁଷୋତ୍ତମ ଭୋଇଙ୍କୁ ପଚାରିବାରୁ ଓପିଜିସି କିମ୍ବା ଠିକାସଂସ୍ଥା ପକ୍ଷରୁ ପୋଲିସକୁ ଅବଗତ କରାଯାଇ ନ ଥିବା ସେ କହିଛନ୍ତି। ଏବେ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ଖବର ପାଇବା ପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଆଇଆଇସି ଭୋଇ କହିଛନ୍ତି। ସୂଚନାଯୋଗ୍ୟ ନିର୍ମାଣାଧୀନ ପ୍ରକଳ୍ପରେ ଯେଉଁସବୁ ଛୋଟବଡ଼ ଦୁର୍ଘଟଣା ଘଟୁଛି ତାହାକୁ ଠିକାସଂସ୍ଥା କର୍ତ୍ତୃପକ୍ଷ ଓପିଜିସି କିମ୍ବା ସ୍ଥାନୀୟ ପୋଲିସକୁ ନ ଜଣାଇ ଚିକିତ୍ସା ବାହାନାରେ ବାହାରକୁ ନେଇଯାଇ ଘଟଣାକୁ ଚାପିଦେବାକୁ ଉଦ୍ୟମ କରୁଛନ୍ତି। ଏହାକୁ ନେଇ ଶ୍ରମିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏଭଳି ନ କରିବା ପାଇଁ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ପୋଲିସ୍‌ ବାରମ୍ବାର ତାଗିଦ୍‌ କରୁଛି। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ନିର୍ମାଣାଧୀନ ପ୍ରକଳ୍ପରେ ଶ୍ରମିକମାନେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। କିନ୍ତୁ ଠିକାସଂସ୍ଥା ପକ୍ଷରୁ ଶ୍ରମିକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉନାହିଁ। ଫଳରେ ବାରମ୍ବାର ଦୁର୍ଘଟଣା ଘଟି ଶ୍ରମିକ ମୃତାହତ ହେଉଛନ୍ତି। ଏହାକୁ ନେଇ କମ୍ପାନୀର ଚିନ୍ତା ବଢ଼ିଯାଇଛି।
All Right Reserved By

ସମ୍ବଲପୁର

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

 ବରଗଡ଼ ଅଫିସ୍‌,୯।୧୨: ବରଗଡ଼ ଜିଲା ଭେଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୬)ଙ୍କୁ ଅପହରଣ ଓ ହତ୍ୟା ପରେ ମୃତଦେହକୁ ବିନ୍ଧ୍ୟବାସିନୀ ପାହାଡ଼ ଉପରେ ପକାଇଦେବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଥୁଆପାଲି ଗ୍ରାମର କୈଳାଶ ଚନ୍ଦ୍ର ବାରିକ(୧୮) ଏବଂ ରମେଶ ଓରଫ ଛୋଟୁ ସାହାଣୀ(୨୬)। 

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଡୁଙ୍ଗୁରିପାଲି, ୯ା୧୨(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ୧୦ମ ବର୍ଷ ଆଞ୍ଚଳିକ ଧନୁଯାତ୍ରା ମହୋସତ୍ବ ପାଇଁ କଂସ କଳାକାର ବରଣ ହୋଇଛି ା ବରଗଡ ଜିଲା ଦେଓଗାଁ ଗ୍ରାମର ଜଗଦାନନ୍ଦ ମିଶ୍ରଙ୍କୁ ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରିବେ। 

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ସୋନପୁର,୯।୧୨(ନି.ପ୍ର.): ପରୀକ୍ଷାରେ କେବଳ ଭଲ ନମ୍ବର ରଖିଲେ ହେବନି। ଶିଶୁଟି ସମସ୍ତ ଗୁଣରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ପ୍ରତିଯୋଗିତାମୂଳକ ସମାଜରେ ଶିଶୁର ସାମଗ୍ରିକ ବିକାଶ କିଭଳି ହୋଇ ପରିବ ସେଥିପ୍ରତି ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସୋନପୁର ଭୀମଭୋଇ କଳା ମଣ୍ଡପଠାରେ ଦୟାନନ୍ଦ ପ୍ଲେ/ପବ୍ଲିକ୍‌ ସ୍କୁଲର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲାପାଳ ମଧୁସୂଦନ ମିଶ୍ର ମତବ୍ୟକ୍ତ କରିଛନ୍ତି। 

କଫ ସିରଫ ଜବତ: ୩ଗିରଫ

କଫ ସିରଫ ଜବତ: ୩ଗିରଫ

ନୂଆପଡା ଅଫିସ/କୋମନା, ୯। ୧୨-ନୂଆପଡା ଜିଲା କୋମନା ଥାନା ପୋଲିସ କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ଜନ୍ଦ୍ରାମୁଣ୍ଡା ଗାଁରେ ଚଢାଉ କରି ବିଭିନ୍ନ ଜାଗାରୁ ୪୨୦ଟି କଫ ସିରଫ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ବିରୋଧରେ ୨୧(ଖ) ଏନଡିପିଏସ ଆକ୍ଟ, ୨୭(ଖ) ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟରେ ମାମଲା (ନଂ.୨୯୮/୧୮) ରୁଜୁ କରାଯାଇଛି। ଅଭିଯୁକ୍ତମାନେ ହେଲେ ଡାଳିନ୍ଦ୍ର ମାଝୀ (୩୪), ନବଘନ ମାଝୀ(୨୮) ଏବଂ ଲାଲମନ ମାଝୀ (୩୨)। 

କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ: ରହସ୍ୟ, ସନ୍ଦେହଜନକ ହେଉଛି ଘଟଣା

କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ: ରହସ୍ୟ, ସନ୍ଦେହଜନକ ହେଉଛି ଘଟଣା

କୁଆଁରମୁଣ୍ଡା, ୯।୧୨ (ଡି.ଏନ.ଏ.)

ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜ ନାଏକଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲା ବିଶ୍ରା ଛକ ନିକଟରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ମନୋଜଙ୍କ କାର ବିଶ୍ରା ଛକ ଡିଭାଇଡରରେ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ରାଉରକେଲା ସମେତ କୁଆଁରମୁଣ୍ଡା ଅଞ୍ଚଳରେ ଭିନ୍ନଭିନ୍ନ ଆଲୋଚନା ହେଉଛି। ବିଶେଷକରି ଦୁର୍ଘଟଣାସ୍ଥଳକୁ 

ବୋଲେରୋ ଗାଡ଼ି ଲୁଟିନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣେଇ ଉପଖଣ୍ଡ  ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ରାସ୍ତା ମଧ୍ୟରେ ଶନିବାର ବିଳମ୍ବିତ ରାତିରେ ଲୁଟ ହୋଇଛି।

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ପାଞ୍ଚ ଗିରଫ

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ପାଞ୍ଚ ଗିରଫ

ସିନାପାଲି, ୯।୧୨(ଡି.ଏନ.ଏ.)- ନୂଆପଡା ଜିଲା ସିନାପାଲି ବନବିଭାଗ ଅଧିକାରୀଙ୍କ ନେତୃତ୍ୱରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ସହ  ପାଞ୍ଚଜଣଙ୍କୁ ଗିରଫ କରାଯାଇଛି।  

ଓଡିଶାର ଧର୍ମଧାରାରେ ଖମ୍ବେଶ୍ୱରୀ ଉପାସନା ନେଇଛି ସ୍ବତନ୍ତ୍ର ସ୍ଥାନ

ଓଡିଶାର ଧର୍ମଧାରାରେ ଖମ୍ବେଶ୍ୱରୀ ଉପାସନା ନେଇଛି ସ୍ବତନ୍ତ୍ର ସ୍ଥାନ

ବୀରମହାରାଜପୁର,  ୯ା୧୨(ଡି.ଏନ୍‌.ଏ.) ଓଡିଶାରେ ଶାକ୍ତ ଉପାସନାର ପରମ୍ପରା ବହୁ ପ୍ରାଚୀନ। ଶାକ୍ତ ସଂସ୍କୃତିରେ ସ୍ତମ୍ବେଶ୍ୱରୀ ବା ଖମ୍ବେଶ୍ୱରୀଙ୍କ ଉପାସନା ନେଇଛି ସ୍ବତନ୍ତ୍ର ସ୍ଥାନ। ରାଜ୍ୟର ଦକ୍ଷିଣ-ପଶ୍ଚିମରୁ ଆଦିମ ଅଧିବାସୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦେବୀ ଉପାସନା ପରବର୍ତ୍ତୀ ସମୟରେ ବିଭିନ୍ନ ରାଜନ୍ୟ ବର୍ଗଙ୍କ ଦ୍ୱାରା ପୃଷ୍ଠପୋଷକତା ଲାଭକରି ଲୋକପ୍ରିୟ ହୋଇଥିଲା। 

ଗାଡ଼ି ଧକ୍କାରେ ଯୁବକ ମୃତ: କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକୋ

ଗାଡ଼ି ଧକ୍କାରେ ଯୁବକ ମୃତ: କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକୋ

ବେଦବ୍ୟାସ, ୯।୧୨(ଡି.ଏନ.ଏ.)-ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା-ବଣାଇ ରାସ୍ତାର ଗୋଟିଦର ନିକଟରେ ଶନିବାର ସନ୍ଧ୍ୟା ସାଢେ ୭ଟାରେ ଅଜଣା ଗାଡ଼ି ଧକ୍କାରେ ବୁଧନାଥ ମୁଣ୍ଡାରୀ (୪୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ନିକଟସ୍ଥ ଗୋଟିଦର ବସ୍ତିରେ। ସେ କ୍ରଶର ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିଲେ। 

ଭୋଟର ପରିଚୟପତ୍ର ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ବୈଠକ

ଭୋଟର ପରିଚୟପତ୍ର ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ବୈଠକ

ସୁନ୍ଦରଗଡ଼, ୯।୧୨(ଡି.ଏନ୍‌.ଏ) -ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସମଗ୍ର ରାଜ୍ୟରେ ଭୋଟର ପରିଚୟପତ୍ର ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୫ ଶେଷ ତାରିଖ ରହିଥିଲା। 

ଉଷାଦେବୀ ମେମୋରିଆଲ କ୍ରିକେଟ:  ବଡମାଲ ସେମିରେ

ଉଷାଦେବୀ ମେମୋରିଆଲ କ୍ରିକେଟ: ବଡମାଲ ସେମିରେ

ଉଲୁଣ୍ଡା, ୮।୧୨(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କେସିସି କୁକିଆ ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଖେଳରେ ଜେଜେସିସି ବଡମାଲ ଦଳ ଆୟୋଜକ କୁକିଆ ଦଳକୁ ୮ ଉଇକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । 

ରାଷ୍ଟ୍ରୀୟ ଲୋକ ଅଦାଲତ, ୫ ମାମଲାର ଆପୋଷ ସମାଧାନ

ରାଷ୍ଟ୍ରୀୟ ଲୋକ ଅଦାଲତ, ୫ ମାମଲାର ଆପୋଷ ସମାଧାନ

ବୀରମହାରାଜପୁର, ୮ା୧୨(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ବରିଷ୍ଠ ଦେୱାନି ଜଜ୍‌ ଅଦାଲତ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।