ରାଜ୍ୟ | ସମ୍ବଲପୁର

୪କି.ମି. କାନ୍ଧରେ ବୁହାହେଲେ ଗର୍ଭବତୀ: ଡାକ୍ତରଖାନାରେ ଜନ୍ମ ଦେଲେ ଶିଶୁପୁତ୍ର

୪କି.ମି. କାନ୍ଧରେ ବୁହାହେଲେ ଗର୍ଭବତୀ: ଡାକ୍ତରଖାନାରେ ଜନ୍ମ ଦେଲେ ଶିଶୁପୁତ୍ର
ଖଡିଆଳ, ୪ ।୩ (ଡି.ଏନ.ଏ.) ରାସ୍ତାଘାଟର ସୁବିଧା ନ ଥିବା ଯୋଗୁ ଦୀର୍ଘ ୪କିଲୋମିଟର ବଣପାହାଡ ଘେରା ଅଞ୍ଚଳରେ କାନ୍ଧରେ ବୋହି କରି ଅଣାଯାଇଥିଲା ଗର୍ଭବତୀ ମହିଳାଙ୍କୁ । ଏହିପରି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲା ଖଡିଆଳ ବ୍ଲକ କିରକିଟା ପଞ୍ଚାୟତ ଅନ୍ତର୍ଗତ କପରଗଡ ଗାଁରେ। ଗାଁର ଉକାଳୁ ମାଝିଙ୍କ ସ୍ତ୍ରୀ ପୁନିତା ଗର୍ଭବତୀ ଥିବା ବେଳେ ଗୁରୁବାର ରାତିରେ ପ୍ରସବକାଳୀନ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ରାସ୍ତାଘାଟ ସୁବିଧା ନ ଥିବା ଯୋଗୁ ଖଡିଆଳ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଦିଆଯାଇଥିବା ଷ୍ଟ୍ରେଚରରେ କାନ୍ଧରେ ବୋହି ଆତ୍ମୀୟ ପରିଜନ ତାଙ୍କୁ ଦୀର୍ଘ ୪ କି.ମି. ପଥ ଅତିକ୍ରମ କରି ଆଣିଥିଲେ ପାହାଡ ତଳଗାଁ କିରକିଟାକୁ। ଶୁକ୍ରବାର ମଧ୍ୟାହ୍ନ ୧୨ଟା ପରେ ଖଡିଆଳ ଉନ୍ନିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ପି.ଚନ୍ଦ୍ର. ଆଚାରୀ ଖବର ସମ୍ପର୍କରେ ଜାଣିଥିଲେ। ପରେ ଡାକ୍ତର ଆଦିତ୍ୟ ଯୋଶୀ, ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶେଷ ୱାସିମରାଜା ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ କିରିକିଟା ଗାଁରୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଖଡିଆଳ ସରକାରୀ ଡାକ୍ତରଖାନାରେ ଆଣି ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ଅପରାହ୍ନରେ ଚିକିତ୍ସା ପାଇଁ ନୂଆପଡା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମୁଖ୍ୟ ଡାକ୍ତରଖାନାରେ ଅପରେଶନ ପରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ ପୁନିତା। ଏବେ ମା’ ଏବଂ ନବଜାତ ଶିଶୁ ପୁତ୍ରର ଅବସ୍ଥା ଭଲ ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।
All Right Reserved By

ରାଜ୍ୟ | ସମ୍ବଲପୁର

ସୁନିଆଁରେ ମା’ମଙ୍ଗଳାଙ୍କୁ ଲାଗିହେଲା ଚୁଡ଼ାଘଷା, କାକରା

ସୁନିଆଁରେ ମା’ମଙ୍ଗଳାଙ୍କୁ ଲାଗିହେଲା ଚୁଡ଼ାଘଷା, କାକରା

କାକଟପୁର, ୨୧।୯(ଡି.ଏନ୍‌.ଏ.):  ଶୁକ୍ରବାର ହେଉଛି ପବିତ୍ର ସୁନିଆଁ। ଏହି ଅବସରରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ନିକଟରେ ନୂଆ ଧାନରୁ  ପ୍ରସ୍ତୁତ ଚୁଡ଼ାରେ ଚୁଡ଼ାଘଷା ଓ କାକରା ଭୋଗ ଲାଗି କରାଯାଇଛି।

ଚିଲିକାରେ ହେଲିକପ୍ଟର ଉଡ଼ାଣ: ମୁଖ୍ୟମନ୍ତ୍ରୀଙ୍କ ନାମରେ ଅରଖକୁଦା ମେରାଇନ୍‌ ଥାନାରେ ଅଭିଯୋଗ

ଚିଲିକାରେ ହେଲିକପ୍ଟର ଉଡ଼ାଣ: ମୁଖ୍ୟମନ୍ତ୍ରୀଙ୍କ ନାମରେ ଅରଖକୁଦା ମେରାଇନ୍‌ ଥାନାରେ ଅଭିଯୋଗ

ବ୍ରହ୍ମଗିରି,୨୧।୯(ଡି.ଏନ୍‌.ଏ.): ଚିଲିକାରେ ହେଲିକପ୍ଟର ଉଡାଣ ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମରେ ଅଭିଯୋଗ ହୋଇଛି। ସଚେତନ ନାଗରିକ ମଞ୍ଚ ପକ୍ଷରୁ ଅରଖକୁଦା ମେରାଇନ୍‌ ଥାନାରେ ପୂର୍ବାହ୍ନରେ ଏହି ଅଭିଯୋଗ କରାଯାଇଛି। 

ଡରାଉଛି ବାତ୍ୟା ‘ଡାଏ’: ୯ଟି ଜିଲାକୁ ଆଲର୍ଟ ଜାରି

ଡରାଉଛି ବାତ୍ୟା ‘ଡାଏ’: ୯ଟି ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୨୧।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଝଡବାତ୍ୟାର ରୂପ ନେଇଛି। ଗୁରୁବାର ମଧ୍ୟରାତ୍ରିରେ ଗୋପାଳପୁର ଛୁଇଁବା ପରେ ଏହା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମା ଦେଇ ସ୍ଥଳଭାଗ ଛୁଇଁଛି।

ବର୍ଷା ବିତ୍ପାତ: ବିପଦ ସଙ୍କୁଳ ଅବସ୍ଥାରେ ନୀଳଗିରିର ୭ ପଞ୍ଚାୟତ, ଅଯୋଧ୍ୟାର ୨ ଗ୍ରାମ ଜଳବନ୍ଦୀ

ବର୍ଷା ବିତ୍ପାତ: ବିପଦ ସଙ୍କୁଳ ଅବସ୍ଥାରେ ନୀଳଗିରିର ୭ ପଞ୍ଚାୟତ, ଅଯୋଧ୍ୟାର ୨ ଗ୍ରାମ ଜଳବନ୍ଦୀ

ସଜନାଗଡ଼,୨୧।୦୯(ଡି.ଏନ୍‌.ଏ.): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଡାଏ’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପବନ ହେଉଛି। ବାଲେଶ୍ୱର ଜିଲାର ନୀଳଗିରି ବ୍ଲକ ଅନ୍ତର୍ଗତ ୭ଟି ପଞ୍ଚାୟତ  ତେନ୍ତୁଳିଆ, ନରସିଂହପୁର, କାଁସ, ରାଧାକିଶୋରପୁର, ମଛୁଆ, ବେଗୁନିଆ, ଅଯୋଧ୍ୟା ଆଦି ପଞ୍ଚାୟତ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। 

ଲଗାଣ ବର୍ଷାରେ ମାଲକାନଗିରି ବେହାଲ: ଜିଲା ସଦରମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ ମାଲକାନଗିରି ବେହାଲ: ଜିଲା ସଦରମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି, ୨୧।୯: ଲଘୁଚାପ ଜନିତ ବର୍ଷା ଯୋଗୁ ମାଲକାନଗିରି ଜିଲାର ଅବସ୍ଥା ବେହାଲ ହୋଇପଡ଼ିଛି। ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଜିଲା ସଦରମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁରୁବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ବର୍ତ୍ତମାନ ସୁଦ୍ଧା ଜାରି ରହିଛି । 

ପୋଲିସ ଅଧିକାରୀଙ୍କ ନାଁରେ ବିଦ୍ୟୁତ୍‌ ଚୋରି ଅଭିଯୋଗ

ବାରିପଦା ଅଫିସ,୨୦।୯-ମୟୂରଭଞ୍ଜ ଜିଲା ବାରିପଦା ସହରରେ ଜଣେ ଇନ୍ସପେକ୍ଟର ପାହ୍ୟାର ଅଧିକାରୀ ନିଜ ସରକାରୀ ବାସଭବନରେ ବିଦ୍ୟୁତ୍‌ ସଂଯୋଗ ନ ନେଇ ହୁକ ପକାଇଥିବା  ଘଟଣା ନଜରକୁ ଆସିଛି। 

ମଙ୍ଗଳଆଳତି ଦର୍ଶନ କଲେ ଆମିକସ୍‌ କ୍ୟୁରି

ମଙ୍ଗଳଆଳତି ଦର୍ଶନ କଲେ ଆମିକସ୍‌ କ୍ୟୁରି

ପୁରୀ ଅଫିସ, ୨୧।୯: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଶୁକ୍ରବାର ମହାପ୍ରଭୁଙ୍କ ମଙ୍ଗଳଆଳତି ଦର୍ଶନ କରିଛନ୍ତି। ଭୋର ସାଢ଼େ ୫ଟାରେ ଆମିକ୍‌ କ୍ୟୁରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ।

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି

ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି

ଭୁବନେଶ୍ୱର,୨୧ା୯(ବ୍ୟୁରୋ) :କୋଇଲାରୁ ଗ୍ୟାସ୍‌ ଉତ୍ପାଦନ ଦ୍ୱାରା ଦେଶର ପ୍ରଥମ ସାର କାରଖାନା ତାଳଚେରଠାରେ ସ୍ଥାପନ ହେବାକୁ ଯାଉଛି। ବନ୍ଦ ହୋଇ ପଡିଥିବା ଉକ୍ତ କାରଖାନାକୁ ନୂଆ ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ପୁନରୁଦ୍ଧାର କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଉପକୂଳ ମୁହାଁ ‘ଡାଏ’

ଉପକୂଳ ମୁହାଁ ‘ଡାଏ’

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ‘ଡାଏ’ରେ ପରିଣତ ହୋଇଛି। ଏହା ଗୋପାଳପୁରଠାରୁ ୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।

ବର୍ଷେ ହେଲା ଅପମାନ ସୂଚକ ଟୁଇଟ୍‌ କରୁଛନ୍ତି ଅଭିଜିତ

ବର୍ଷେ ହେଲା ଅପମାନ ସୂଚକ ଟୁଇଟ୍‌ କରୁଛନ୍ତି ଅଭିଜିତ

ପୁରୀ ଅଫିସ, ୨୧ା୯: ଅଭିଜିତ ଆୟର ମିତ୍ର ଦୀର୍ଘ ୧ବର୍ଷ ହେଲା ଓଡ଼ିଶା, ଓଡ଼ିଆ ଜାତି, ଓଡ଼ିଶାର ଐତିହ୍ୟକୁ ନେଇ ବିଭିନ୍ନ ପ୍ରକାର ଅରୁଚିକର ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ଆସୁଛନ୍ତି। ସେ କେବଳ ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ବାଭିମାନକୁ କଠୋର ଆଘାତ ପହଞ୍ଚାଇଲା ଭଳି ମନ୍ତବ୍ୟ ପୋଷ୍ଟ କରି ଆସୁଛନ୍ତି। ଶ୍ରୀଜଗନ୍ନାଥଙ୍କ ବିରୋଧରେ ମଧ୍ୟ ଅରୁଚିକର ମନ୍ତବ୍ୟ ରଖିଛନ୍ତି।

ଶ୍ରୀମନ୍ଦିର ସଂସ୍କାର ମାମଲା:ପୁରୀରେ ପହଞ୍ଚତ୍ଲେ ଆମିକସ୍‌କ୍ୟୁରି

ଶ୍ରୀମନ୍ଦିର ସଂସ୍କାର ମାମଲା:ପୁରୀରେ ପହଞ୍ଚତ୍ଲେ ଆମିକସ୍‌କ୍ୟୁରି

ପୁରୀ ଅଫିସ,୨୧ା୯: ଶ୍ରୀମନ୍ଦିର ପରିଚାଳନାଗତ ସଂସ୍କାର ମାମଲା ନେଇ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ ଗୁରୁବାର ରାତିରେ ପୁରୀରେ ପହଞ୍ଚତ୍ଛନ୍ତି।

ସମ୍ଭାବ୍ୟ ବାତ୍ୟା, ସଜାଗ ପ୍ରଶାସନ

ସମ୍ଭାବ୍ୟ ବାତ୍ୟା, ସଜାଗ ପ୍ରଶାସନ

ପୁରୀ ଅଫିସ, ୨୧ା୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଉଛି। ପୁରୀ ଜିଲାର ବିଭିନ୍ନ ସ୍ଥାନରେ ଦିନ ତମାମା ବର୍ଷା ଲାଗି ରହିଥିବା ବେଳେ ସନ୍ଧ୍ୟାରୁ ପବନ ଆରମ୍ଭ ହୋଇଯାଇଛି।