ସମ୍ବଲପୁର

ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା: ସ୍ବାମୀ ଗିରଫ

ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା: ସ୍ବାମୀ ଗିରଫ
ଭବାନୀପାଟଣା,୪।୩(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଭବାନୀପାଟଣା ସହରର ନକଟିଗୁଡା (କୁମ୍ଭାରପଡା)ରେ ଭଡାରେ ରହୁଥିବା ଟ୍ୟାକ୍ସି ଡ୍ରାଇଭର କାଳିଆ ବିଶି (୨୫) ତାଙ୍କର ଗର୍ଭବତୀ ସ୍ତ୍ରୀ ପୂଜା ପୂଝାରୀ (୨୧)ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ରବିବାର ପୋଲିସ କାଳିଆଙ୍କୁ ଗିରଫ କରିଛି। ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋତା ହୋଇଥିବା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଭବାନୀପାଟଣା ବ୍ଲକର କୁଟୃଖମାର ଗ୍ରାମପଞ୍ଚାୟତର ଗୋବରା ଗ୍ରାମର କେଶନ ବିଶିଙ୍କ ପୁଅ କାଳିଆ ଭବାନୀପାଟଣାରେ ଏକ ଘରୋଇ ଟ୍ୟାକ୍ସି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। କାଳିଆ ଉକ୍ତ ବ୍ଲକର ସିର୍ଲିଗୁଡା ଗ୍ରାମର ଗଣେଷ ପୂଝାରୀଙ୍କ ବଡ ଝିଅ ପୂଜାଙ୍କୁ ଭଲପାଇ ଏକବର୍ଷ ତଳେ ପ୍ରେମ ବିବାହ କରିଥିଲେ। ବିବାହ କରିବା ପରେ କାଳିଆ ଭବାନୀପାଟଣା ନକଟିଗୁଡାର କୁମ୍ଭାରପଡାରେ ଭଡାନେଇ ସ୍ତ୍ରୀ ସହ ରହୁଥିଲେ। ୨ ତାରିଖ ହୋଲିପର୍ବ ଯୋଗୁ କାଳିଆ ସକାଳୁ ସାଙ୍ଗସାଥୀଙ୍କ ସହିତ ହୋଲି ଖେଳିବା ପାଇଁ ଯାଇଥିଲେ। ଦିନ ୨ଟାରେ ସେ ମଦନିଶାରେ ଥାଇ ହୋଲି ଖେଳି ଘରକୁ ଫେରିଥିଲେ। ଖାଇସାରିବାର କିଛି ସମୟ ପରେ ଅପରାହ୍ନରେ ସାଙ୍ଗମାନେ ଫୋନ୍‌ କରିବାରୁ କାଳିଆ ଘରୁ ୭ ଶହ ଟଙ୍କା ନେଇ ଯିବା ସମୟରେ ପୂଜା ବାରଣ କରିଥିଲେ। ପୂଜାର କଥା ନ ଶୁଣି କାଳିଆ ଘରୁ ବାହାରି ଚାଲିଯିବା ସମୟରେ କାଳିଆର ହାତକୁ ଧରି ପୂଜା ଘର ଭିତରକୁ ଟାଣିନେବା ପାଇଁ ଉଦ୍ୟମ କରିଥିଲେ। ଏଥିରେ କାଳିଆ ଉତ୍ତ୍ୟକ୍ତ ହୋଇଯାଇ ପୂଜାକୁ ଜୋର୍‌ରେ ଠେଲିଦେବା ସହିତ ପେଟକୁ ଆଘାତ କରିଥିଲେ ଓ ଲାତ ମାରିଥିଲେ। ପୂଜା ୬ ମାସର ଗର୍ଭବତୀ ଥିବାରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ପୂଜା ମରିଯିବା ଜାଣି ଟେକି ନେଇ ଘର ଭିତରେ ଲୁଚାଇ ରଖିଥିଲେ। ରାତି ହେବା ପରେ ମୃତଦେହକୁ କାନ୍ଧରେ ବୋହି ନିକଟରେ ଥିବା ଏକ ନାଳରେ ଗାତଖୋଳି ପୋତିଦେଇଥିଲେ। ଏ ସମ୍ପର୍କରେ ଉକ୍ତ ପଡାରେ ରହୁଥିବା ପୂଜାଙ୍କ ସମ୍ପର୍କୀୟ ଚାପଧାରୀ ପୂଝାରୀଙ୍କ ସ୍ତ୍ରୀ ପ୍ରତିମାଙ୍କୁ କାଳିଆ କହିଥିଲେ। ଏ ଘଟଣା ସମ୍ପର୍କରେ ଚାପଧାରୀ ଜାଣିବା ପରେ ଶନିବାର ସକାଳୁ କାଳିଆଙ୍କ ବାପା କେଶନ ଓ ବଡ ଭାଇ ଜଗତଙ୍କୁ ଖବର ଦେଇଥିଲେ। କାଳିଆଙ୍କ ବପା, ବଡ ଭାଇ ଏବଂ ଚାପଧାରୀ କାଳିଆଙ୍କୁ ଧରି ଭବାନୀପାଟଣା ଟାଉନଥାନାକୁ ଆଣି ପୋଲିସରେ ଜିମା ଦେଇଥିଲେ। ଘଟଣା ସମ୍ପର୍କରେ ଚାପଧାରୀ ଥାନାରେ ଲିଖିତ ଏତଲା ଦେଇଥିଲେ। ଭବାନୀପାଟଣା ଟାଉନଥାନାରେ ନୂତନ ଭାବେ ଯୋଗଦେଇଥିବା ଆଇଆଇସି ସତ୍ୟନାରାୟଣ ପ୍ରଧାନ ଉକ୍ତ ଅଭିଯୋଗ ଅନୁଯାୟୀ ଏକ ହତ୍ୟା ମାମଲା (ନଂ.୫୮/୨୦୧୮) ରୁଜୁ କରିଥିଲେ। ସ୍ତ୍ରୀ ପୂଜାଙ୍କୁ ମାରି ଦେଇ ନିକଟସ୍ଥ ନାଳରେ ପୋତି ଦେଇଥିବା ସମ୍ପର୍କରେ ଜେରା ସମୟରେ କାଳିଆ ପୋଲିସ ନିକଟରେ ପ୍ରକାଶ କରିଛନ୍ତି।
All Right Reserved By

ସମ୍ବଲପୁର

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

ନାବାଳିକା ଅପହରଣ, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ଗିରଫ

 ବରଗଡ଼ ଅଫିସ୍‌,୯।୧୨: ବରଗଡ଼ ଜିଲା ଭେଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୬)ଙ୍କୁ ଅପହରଣ ଓ ହତ୍ୟା ପରେ ମୃତଦେହକୁ ବିନ୍ଧ୍ୟବାସିନୀ ପାହାଡ଼ ଉପରେ ପକାଇଦେବା ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଥୁଆପାଲି ଗ୍ରାମର କୈଳାଶ ଚନ୍ଦ୍ର ବାରିକ(୧୮) ଏବଂ ରମେଶ ଓରଫ ଛୋଟୁ ସାହାଣୀ(୨୬)। 

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଦିଗଶିରା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବରଣ

ଡୁଙ୍ଗୁରିପାଲି, ୯ା୧୨(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ୧୦ମ ବର୍ଷ ଆଞ୍ଚଳିକ ଧନୁଯାତ୍ରା ମହୋସତ୍ବ ପାଇଁ କଂସ କଳାକାର ବରଣ ହୋଇଛି ା ବରଗଡ ଜିଲା ଦେଓଗାଁ ଗ୍ରାମର ଜଗଦାନନ୍ଦ ମିଶ୍ରଙ୍କୁ ଚଳିତ ବର୍ଷ କଂସ ଭୂମିକାରେ ଅଭିନୟ କରିବେ। 

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ଶିଶୁର ସାମଗ୍ରିକ ବିକାଶ ମୂଳ ଲକ୍ଷ୍ୟ ହେଉ

ସୋନପୁର,୯।୧୨(ନି.ପ୍ର.): ପରୀକ୍ଷାରେ କେବଳ ଭଲ ନମ୍ବର ରଖିଲେ ହେବନି। ଶିଶୁଟି ସମସ୍ତ ଗୁଣରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ପ୍ରତିଯୋଗିତାମୂଳକ ସମାଜରେ ଶିଶୁର ସାମଗ୍ରିକ ବିକାଶ କିଭଳି ହୋଇ ପରିବ ସେଥିପ୍ରତି ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସୋନପୁର ଭୀମଭୋଇ କଳା ମଣ୍ଡପଠାରେ ଦୟାନନ୍ଦ ପ୍ଲେ/ପବ୍ଲିକ୍‌ ସ୍କୁଲର ବାର୍ଷିକୋତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜିଲାପାଳ ମଧୁସୂଦନ ମିଶ୍ର ମତବ୍ୟକ୍ତ କରିଛନ୍ତି। 

କଫ ସିରଫ ଜବତ: ୩ଗିରଫ

କଫ ସିରଫ ଜବତ: ୩ଗିରଫ

ନୂଆପଡା ଅଫିସ/କୋମନା, ୯। ୧୨-ନୂଆପଡା ଜିଲା କୋମନା ଥାନା ପୋଲିସ କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ଜନ୍ଦ୍ରାମୁଣ୍ଡା ଗାଁରେ ଚଢାଉ କରି ବିଭିନ୍ନ ଜାଗାରୁ ୪୨୦ଟି କଫ ସିରଫ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ବିରୋଧରେ ୨୧(ଖ) ଏନଡିପିଏସ ଆକ୍ଟ, ୨୭(ଖ) ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟରେ ମାମଲା (ନଂ.୨୯୮/୧୮) ରୁଜୁ କରାଯାଇଛି। ଅଭିଯୁକ୍ତମାନେ ହେଲେ ଡାଳିନ୍ଦ୍ର ମାଝୀ (୩୪), ନବଘନ ମାଝୀ(୨୮) ଏବଂ ଲାଲମନ ମାଝୀ (୩୨)। 

କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ: ରହସ୍ୟ, ସନ୍ଦେହଜନକ ହେଉଛି ଘଟଣା

କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜଙ୍କ କାର ଦୁର୍ଘଟଣାରେ ମୃତ୍ୟୁ: ରହସ୍ୟ, ସନ୍ଦେହଜନକ ହେଉଛି ଘଟଣା

କୁଆଁରମୁଣ୍ଡା, ୯।୧୨ (ଡି.ଏନ.ଏ.)

ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଏସ୍‌ଆଇ ମନୋଜ ନାଏକଙ୍କ ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ରାଉରକେଲା ବିଶ୍ରା ଛକ ନିକଟରେ ଏକ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ମନୋଜଙ୍କ କାର ବିଶ୍ରା ଛକ ଡିଭାଇଡରରେ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ରାଉରକେଲା ସମେତ କୁଆଁରମୁଣ୍ଡା ଅଞ୍ଚଳରେ ଭିନ୍ନଭିନ୍ନ ଆଲୋଚନା ହେଉଛି। ବିଶେଷକରି ଦୁର୍ଘଟଣାସ୍ଥଳକୁ 

ବୋଲେରୋ ଗାଡ଼ି ଲୁଟିନେଲେ ଦୁର୍ବୃତ୍ତ

ସୁନ୍ଦରଗଡ଼,୯।୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଣେଇ ଉପଖଣ୍ଡ  ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡ଼ା ରାସ୍ତା ମଧ୍ୟରେ ଶନିବାର ବିଳମ୍ବିତ ରାତିରେ ଲୁଟ ହୋଇଛି।

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ପାଞ୍ଚ ଗିରଫ

ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ପାଞ୍ଚ ଗିରଫ

ସିନାପାଲି, ୯।୧୨(ଡି.ଏନ.ଏ.)- ନୂଆପଡା ଜିଲା ସିନାପାଲି ବନବିଭାଗ ଅଧିକାରୀଙ୍କ ନେତୃତ୍ୱରେ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ସହ  ପାଞ୍ଚଜଣଙ୍କୁ ଗିରଫ କରାଯାଇଛି।  

ଓଡିଶାର ଧର୍ମଧାରାରେ ଖମ୍ବେଶ୍ୱରୀ ଉପାସନା ନେଇଛି ସ୍ବତନ୍ତ୍ର ସ୍ଥାନ

ଓଡିଶାର ଧର୍ମଧାରାରେ ଖମ୍ବେଶ୍ୱରୀ ଉପାସନା ନେଇଛି ସ୍ବତନ୍ତ୍ର ସ୍ଥାନ

ବୀରମହାରାଜପୁର,  ୯ା୧୨(ଡି.ଏନ୍‌.ଏ.) ଓଡିଶାରେ ଶାକ୍ତ ଉପାସନାର ପରମ୍ପରା ବହୁ ପ୍ରାଚୀନ। ଶାକ୍ତ ସଂସ୍କୃତିରେ ସ୍ତମ୍ବେଶ୍ୱରୀ ବା ଖମ୍ବେଶ୍ୱରୀଙ୍କ ଉପାସନା ନେଇଛି ସ୍ବତନ୍ତ୍ର ସ୍ଥାନ। ରାଜ୍ୟର ଦକ୍ଷିଣ-ପଶ୍ଚିମରୁ ଆଦିମ ଅଧିବାସୀମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦେବୀ ଉପାସନା ପରବର୍ତ୍ତୀ ସମୟରେ ବିଭିନ୍ନ ରାଜନ୍ୟ ବର୍ଗଙ୍କ ଦ୍ୱାରା ପୃଷ୍ଠପୋଷକତା ଲାଭକରି ଲୋକପ୍ରିୟ ହୋଇଥିଲା। 

ଗାଡ଼ି ଧକ୍କାରେ ଯୁବକ ମୃତ: କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକୋ

ଗାଡ଼ି ଧକ୍କାରେ ଯୁବକ ମୃତ: କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକୋ

ବେଦବ୍ୟାସ, ୯।୧୨(ଡି.ଏନ.ଏ.)-ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା-ବଣାଇ ରାସ୍ତାର ଗୋଟିଦର ନିକଟରେ ଶନିବାର ସନ୍ଧ୍ୟା ସାଢେ ୭ଟାରେ ଅଜଣା ଗାଡ଼ି ଧକ୍କାରେ ବୁଧନାଥ ମୁଣ୍ଡାରୀ (୪୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ଘର ନିକଟସ୍ଥ ଗୋଟିଦର ବସ୍ତିରେ। ସେ କ୍ରଶର ଗାଡ଼ି ଚାଳକ ଭାବେ କାର୍ଯ୍ୟ କରୁଥିଲେ। 

ଭୋଟର ପରିଚୟପତ୍ର ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ବୈଠକ

ଭୋଟର ପରିଚୟପତ୍ର ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା ବୈଠକ

ସୁନ୍ଦରଗଡ଼, ୯।୧୨(ଡି.ଏନ୍‌.ଏ) -ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ସମଗ୍ର ରାଜ୍ୟରେ ଭୋଟର ପରିଚୟପତ୍ର ସଂଶୋଧନ କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୧୫ ଶେଷ ତାରିଖ ରହିଥିଲା। 

ଉଷାଦେବୀ ମେମୋରିଆଲ କ୍ରିକେଟ:  ବଡମାଲ ସେମିରେ

ଉଷାଦେବୀ ମେମୋରିଆଲ କ୍ରିକେଟ: ବଡମାଲ ସେମିରେ

ଉଲୁଣ୍ଡା, ୮।୧୨(ଡି.ଏନ.ଏ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କେସିସି କୁକିଆ ପକ୍ଷରୁ ଆୟୋଜିତ ହୋଇଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଖେଳରେ ଜେଜେସିସି ବଡମାଲ ଦଳ ଆୟୋଜକ କୁକିଆ ଦଳକୁ ୮ ଉଇକେଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । 

ରାଷ୍ଟ୍ରୀୟ ଲୋକ ଅଦାଲତ, ୫ ମାମଲାର ଆପୋଷ ସମାଧାନ

ରାଷ୍ଟ୍ରୀୟ ଲୋକ ଅଦାଲତ, ୫ ମାମଲାର ଆପୋଷ ସମାଧାନ

ବୀରମହାରାଜପୁର, ୮ା୧୨(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରସ୍ଥିତ ବରିଷ୍ଠ ଦେୱାନି ଜଜ୍‌ ଅଦାଲତ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।