ସମ୍ବଲପୁର

ଚାଉଳ ଯୋଗାଣ ଅବହେଳା :୧୫ ଦିନ ହେଲା ରନ୍ଧାଖାଦ୍ୟ ବନ୍ଦ

କୋକସରା, ୪।୩(ଡି.ଏନ.ଏ.)-ଧର୍ମଗଡ ବ୍ଲକର ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଦିଆଯାଉଥିବା ଗରମ ରନ୍ଧାଖାଦ୍ୟ ଗତ ୧୫ଦିନ ହେଲା ବନ୍ଦ ରହିଛି। ଚାଉଳ ଯୋଗାଣ ହୋଇ ନ ଥିବାରୁ ଏଭଳି ସମସ୍ୟା ଦେଖାଦେଇଛି ବୋଲି କେନ୍ଦ୍ର ପରିଚାଳନା କରୁଥିବା କର୍ମୀମାନେ କହିଛନ୍ତି। ଏନେଇ ବିଭିନ୍ନ ସମୟରେ ଅଙ୍ଗନୱାଡି କର୍ମୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ବି ତାର କୌଣସି ପ୍ରତିକାର କରାଯାଉନାହିଁ ବୋଲି ୨୦ଟି କେନ୍ଦ୍ରର ଅଙ୍ଗନୱାଡି କର୍ମୀ କହିଛନ୍ତି। ଫଳରେ ପ୍ରାକ୍‌ ବିଦ୍ୟାଳୟ ପାଠପଢା ସମ୍ପୂର୍ଣ୍ଣ ବାଧକ ସାଜିଛି ବୋଲି ଆଲୋଚନା ହେଉଛି। ଅନ୍ୟପଟେ କେନ୍ଦ୍ରଗୁଡିକରେ ଗରମ ରନ୍ଧାଖାଦ୍ୟ ଦିଆଯାଇ ନ ଥିବାରୁ ଏହି ଯୋଜନାରେ କୋମଳମତି ଶିଶୁମାନେ ଭୋକ ଉପାସରେ ଘରକୁ ଫେରୁଛନ୍ତି ବୋଲି ଛାତ୍ରୀଛାତ୍ର ଅବିଭାବକ କହିଛନ୍ତି। ସରକାର ୩ରୁ ୬ବର୍ଷ ବୟସର ଶିଶୁଙ୍କୁ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ରଖି ସାମଗ୍ରିକ ବିକାଶ ପାଇଁ ପ୍ରାକ୍‌ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି। ଏହି ଶିକ୍ଷାଦାନ ବ୍ୟବସ୍ଥାକୁ ଆକୃଷ୍ଟ ଓ ସଫଳ କରିବା ପାଇଁ ମାଗଣା ପୋଷାକ, ଲୋଭନୀୟ ଉତ୍କୃଷ୍ଟ ଗରମ ରନ୍ଧାଖାଦ୍ୟ ସହ ଅଣ୍ଡା ତରକାରୀ, ଛତୁଆ ଆଦି ଯୋଗାଇ ଦେଉଛନ୍ତି। ଫଳରେ ହଜାର ହଜାର ଶିଶୁ ଏହି ଯୋଜନାରେ ଉପକୃତ ହେଉଥିବା ଦେଖିବାକୁ ମିଳିଛି। ସେହିପରି ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଅଙ୍ଗନୱାଡି କେନ୍ଦ୍ରଗୁଡିକ ସବୁ ଦିନ ଗହଳି ରହୁଥିବା ଦେଖିବାକୁ ମିଳିଛି। ହେଲେ ଗରମ ରନ୍ଧାଖାଦ୍ୟ ଯୋଜନା ପାଇଁ ଆବଶ୍ୟକ ହେଉଥିବା ଚାଉଳ ଯୋଗାଣରେ ବ୍ୟାପକ ଅବହେଳା କରାଯାଇଛି। ଚାଉଳ ଷ୍ଟକ ନ ଥିବାରୁ ସେସବୁ କେନ୍ଦ୍ର ଗତ ୧୫ଦିନ ହେଲା ପ୍ରାୟତଃ ବନ୍ଦ ରହୁଥିବା ଦେଖିବାକୁ ମିଳିଛି। କିଛିକିଛି କେନ୍ଦ୍ରରେ ୨/୩ଦିନର ଚାଉଳ ଷ୍ଟକ ରହିଥିବାବେଳେ କିଛି କେନ୍ଦ୍ରରେ ଆଦୌ ଚାଉଳ ନାହିଁ ବୋଲି କର୍ମୀମାନେ କହିଛନ୍ତି।ଏହି ସମସ୍ୟା ଦେଖାଦେବାର ଓ କର୍ମୀମାନେ ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ବି କାହାରି ନିଘା ନ ଥିବା ଘଟଣା ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ତୁରନ୍ତ ଚାଉଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ବେହେରା, ପର୍ଲା, ଜୟନ୍ତପୁର, ଧଅଁରପୁର, ଛଞ୍ଚାଣବାହାଲି, ତେଣ୍ଡାପାଲି ପଞ୍ଚାୟତର ଲୋକମାନେ ଦାବି କରିଛନ୍ତି। ଚାଉଳ ଷ୍ଟକ ନ ଥିବାରୁ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଗରମରନ୍ଧା ଖାଦ୍ୟ ଦିଆଯାଉ ନ ଥିବା ସମ୍ପର୍କରେ ବେହେରା ସେକ୍ଟର ମହିଳା ସୁପରଭାଇଜର ସିପ୍ରା ଶର୍ମାଙ୍କୁ ପଚାରିବାରୁ ଚାଉଳ ଯୋଗାଣ ହୋଇ ନ ଥିବାରୁ ଏହି ସମସ୍ୟା ଦେଖାଦେଇଛି ବୋଲି କହିଥିଲେ। ଅନ୍ୟପଟେ ଜିଲା ସମାଜ ମଙ୍ଗଳ ଅଧିକାରୀ ନିମାଇ ଚନ୍ଦ୍ର ସ୍ବର୍ଣ୍ଣକାରଙ୍କୁ ପଚାରିବାରୁ ବ୍ଲକସ୍ତରରେ ଥିବା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କୁ ଚାଉଳ ଯୋଗାଣ ତାଲିକା ମଗାଯାଇଥିଲା। ଠିକ ସମୟରେ ତାଲିକା ଦିଆଯାଇ ନ ଥିବାରୁ ଚାଉଳ ଯୋଗାଣରେ ବିଳମ୍ବ ହୋଇଛି। ତୁରନ୍ତ ଚାଉଳ ଉଠାଣ କରି ଆସନ୍ତା ସପ୍ତାହରେ କେନ୍ଦ୍ରଗୁଡିକୁ ଯୋଗାଇ ଦିଆଯିବ ବୋଲି ଜିଲା ସମାଜ ମଙ୍ଗଳ ଅଧିକାରୀ ସ୍ବର୍ଣ୍ଣକାର କହିଛନ୍ତି।

All Right Reserved By

ସମ୍ବଲପୁର

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଜୁନାଗଡ,୨୨।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁାରେ ନିର୍ମାଣାଧୀନ ବାଗଡିସର ପୋଲ କାମ ଅଧାପନ୍ତରିଆ କରି ଠିକାଦାର ଚମ୍ପଟ ମାରିଥିବା ଜଣାପଡିଛି।

ରାଜେନ୍ଦ୍ର କଲେଜ ସମ୍ମୁଖରେ ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ରାଜେନ୍ଦ୍ର କଲେଜ ସମ୍ମୁଖରେ ଏଆଇଡିଏସ୍‌ଓ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର ଅଫିସ,୨୨। ୬: ବଲାଙ୍ଗୀର ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଅଲ୍‌ଇଣ୍ଡିଆ ଡେମୋକ୍ରେଟିକ୍‌ ଷ୍ଟୁଡେଣ୍ଟସ୍‌ ଅର୍ଗାନାଇଜେଶନ୍‌ (ଏଆଇଡିଏସ୍‌ଓ) ତରଫରୁ ସାର୍ଟିଫିକେଟ୍‌ ପ୍ରିଜର୍‌ଭେସନ୍‌ ବାବଦ ଫି’କୁ ବିରୋଧ କରି ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଆରଏସପି ଠିକା ଶ୍ରମିକଙ୍କୁ ମିଳୁନି କେନ୍ଦ୍ରୀୟ ଧାର୍ଯ୍ୟ ଦରମା

ରାଉରକେଲା ଅଫିସ,୨୨।୬: ଆରଏସପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ କେନ୍ଦ୍ରୀୟ ବେତନ ପ୍ରଦାନ କରାଯାଉନି। ଏ ନେଇ ରହିଥିବା ନିର୍ଦ୍ଦେଶକୁ କର୍ତ୍ତୃପକ୍ଷ ଉଲ୍ଲଂଘନ କରୁଛନ୍ତି।

ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ

ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ

ସୋହେଲା,୨୨।୬(ଡି.ଏନ.ଏ.): ସୋହେଲା ବ୍ଲକ ଟଙ୍ଗିବନ୍ଧଲୀ ଗ୍ରାମସ୍ଥିତ ଗିରି ଗୋବର୍ଦ୍ଧନ ପାହାଡ଼ ତଳେ ନବ ନିର୍ମିତ ସଙ୍କଟମୋଚନ ହନୁମାନ ମନ୍ଦିରର ରତ୍ନମୁଦ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଲାୟନ୍ସ କ୍ଲବ ହୀରାକୁଦ ରୟାଲ ଉଦ୍‌ଘାଟିତ

ହୀରାକୁଦ,୨୨।୬(ଡି.ଏନ.ଏ.): ହୀରାକୁଦ ଲାୟନ୍ସ କ୍ଲବ ରୟଲ ନାମରେ ଏକ ନୂତନ କ୍ଲବର ଉଦ୍‌ଘାଟନ ଡ୍ରିଷ୍ଟିକ୍‌ ଗଭର୍ଣ୍ଣର ଲାୟନ୍ସ ବ୍ରଜମୋହନ ଅଗ୍ରୱାଲଙ୍କ ଦ୍ୱାରା ସମ୍ବଲପୁର ହୋଟେଲ କାବେରୀରେ ଶୁକ୍ରବାର ସମ୍ପାଦିତ ହୋଇଯାଇଛି ।

ବଡଗଁ। ଆଇଟିସି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ବଡଗଁ। ଆଇଟିସି ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ

ବଡଗଁ।,୨୨।୬(ଡି.ଏନ.ଏ.): ବଡଗଁ। ସ୍ଥିତ ବେସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପକ୍ଷରୁ ଗୁରୁବାର ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଆଇଟିସିର ସ୍କାଉଟ୍‌, ଗାଇଡ ଓ ଲିଓ କ୍ଲବ, ଛାତ୍ରୀଛାତ୍ରଙ୍କ ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଏଥିରେ ଯୋଗଦେଇଥିଲେ ।

ଅଧ୍ୟାପକ ପଦ ଖାଲି ନେଇ ଉଦ୍‌ବେଗ

ରାଉରକେଲା ଅଫିସ,୨୨। ୬: ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲାରେ ଅଧାରୁ ଅଧିକ ଅଧ୍ୟାପକ ପଦ ଖାଲି ପଡିଛି। ଏହା ଦ୍ୱାରା ଛାତ୍ରୀଛାତ୍ର ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ହୋମଗାର୍ଡ଼ଙ୍କ ଅସ୍ବାଭାବିକ ମୃତ୍ୟୁ

ହୋମଗାର୍ଡ଼ଙ୍କ ଅସ୍ବାଭାବିକ ମୃତ୍ୟୁ

ବରଗଡ଼ ଅଫିସ୍‌/ବିଜେପୁର,୨୨।୬: ବରଗଡ଼ ଜିଲା ବିଜେପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ଼ଙ୍କ ଶୁକ୍ରବାର ଅସ୍ବାଭାବିକ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ, ବିଜେପୁର ଥାନା ବାଉଁଶପୋଲା ଗ୍ରାମର ପ୍ରେମରାଜ ସୁନା(୩୯) ।

ଡମ୍ପିଂୟାର୍ଡ଼ରେ ତାଲା ପକାଇବା ଘଟଣା, ଆନ୍ଦୋଳନକାରୀ ମହିଳାଙ୍କୁ ବଳପୂର୍ବକ ଉଠାଇ ନେଲା ପୋଲିସ

ଡମ୍ପିଂୟାର୍ଡ଼ରେ ତାଲା ପକାଇବା ଘଟଣା, ଆନ୍ଦୋଳନକାରୀ ମହିଳାଙ୍କୁ ବଳପୂର୍ବକ ଉଠାଇ ନେଲା ପୋଲିସ

ବରଗଡ଼ ଅଫିସ୍‌,୨୨।୬- ବରଗଡ଼ ବ୍ଲକ ଅନ୍ତର୍ଗତ ଧାଙ୍ଗେର ପଞ୍ଚାୟତର ୱାର୍ଡ଼ ନଂ-୫ ବିର୍ସାନଗର(ମୁଣ୍ଡାପଡ଼ା) ତଥା ବରଗଡ଼ ପୌର ପରିଷଦର ୱାର୍ଡ଼ ନଂ-୧୫ ନିକଟରେ ରହିଥିବା ଡମ୍ପିଂୟାର୍ଡ଼ ସ୍ଥାନାନ୍ତର ଦାବି ନେଇ ଚାଲିଥିବା ଆନ୍ଦୋଳନକୁ ଶୁକ୍ରବାର ବଳପୂର୍ବକ ହଟାଇ ଦିଆଯାଇଛି ।

ବେଦାନ୍ତ ଦ୍ୱାରା ସାଂସ୍କୃତିକ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ବେଦାନ୍ତ ଦ୍ୱାରା ସାଂସ୍କୃତିକ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ଲାଞ୍ଜିଗଡ,୨୨।୬(ଡି.ଏନ୍‌.ଏ.): ଦୀର୍ଘବର୍ଷ ବିତିଗଲା କମ୍ୟୁନିଟି ହଲ୍‌ଟିଏ ନ ଥିବାରୁ ଲାଞ୍ଜିଗଡ ବାସି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଗଁ।ର କୌଣସି ବୈଠକ କିମ୍ବା ଗଁ।ର ଜାନିଯାତ୍ରା ପାଇଁ କୌଣସି ଗଛ ମୂଳ କିମ୍ବା ମନ୍ଦିର ପ୍ରାଙ୍ଗଣରେ ବୈଠକ ବସୁଥିଲା ।

ବୃଦ୍ଧଙ୍କୁ ଦଳିଦେଲା ହାତୀ, ଅଳ୍ପକେ ବର୍ତ୍ତିଲେ ପ୍ରାଣୀ ଚିକିତ୍ସକ

ବୃଦ୍ଧଙ୍କୁ ଦଳିଦେଲା ହାତୀ, ଅଳ୍ପକେ ବର୍ତ୍ତିଲେ ପ୍ରାଣୀ ଚିକିତ୍ସକ

ବଡ଼ଗଁ।,୨୨।୬(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗଁ। ବନଖଣ୍ଡ ଅଧୀନ କଟଙ୍ଗଝରିଆ ଗ୍ରାମରେ ଏକ ଆହତ ଦନ୍ତା ହାତୀ ଜଣେ ବୃଦ୍ଧଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।

ଶିଶୁପୁତ୍ରର ଚିକିତ୍ସାରେ ଅର୍ଥ ବାଧକ

ଶିଶୁପୁତ୍ରର ଚିକିତ୍ସାରେ ଅର୍ଥ ବାଧକ

ବରଗଡ଼ ଅଫିସ୍‌,୨୨।୬: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଖୁଣ୍ଟପାଲି ଗ୍ରାମର ଦମ୍ପତି କୁମୁଦିନୀ ବଡ଼ଗୁଛିଆ ଓ କିଶୋରଙ୍କ ଏକମାତ୍ର ଶିଶୁପୁତ୍ର ପ୍ରିୟାଂଶୁ। ଶିଶୁପୁତ୍ରକୁ ୨ବର୍ଷ ୩ମାସ ହେଲାଣି।

Model This Week

ପ୍ରଭାତ