ଖେଳ |

୫ କ୍ରୀଡ଼ାବିତ୍‌ ପୁରସ୍କୃତ ହେବେ

୫ କ୍ରୀଡ଼ାବିତ୍‌ ପୁରସ୍କୃତ ହେବେ
ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି): ରାଜ୍ୟର ୫ ଜଣ କ୍ରୀଡ଼ାବିତ୍‌ଙ୍କୁ ସ୍ପୋଟର୍‌ସ ଲଗ୍‌ଅନ ପକ୍ଷରୁ ଚଳିତମାସ ୧୬ ତାରିଖରେ ପୁରସ୍କୃତ କରାଯିବ। ରାଜ୍ୟର ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କ୍ରୀଡ଼ାବିତ୍‌, କୋଚ୍‌ ଓ ବିଗତ ଦିନର ଶ୍ରେଷ୍ଠ ଖେଳାଳିଙ୍କୁ ଏହା ମଧ୍ୟରେ ସାମିଲ କରାଯାଇଛି। ପୁରସ୍କାର ଆକାରରେ ମୋଟ ୧ ଲକ୍ଷ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଓ ଟ୍ରଫି ପ୍ରଦାନ କରାଯିବ। ପୁରସ୍କାରର ଅଂଶବିଶେଷ ଭାବେ କୁମଦିନୀ ମିଶ୍ର କ୍ରୀଡ଼ା ପ୍ରତିଭା ପୁରସ୍କାର ପାଇବେ ଟେନିସ ପ୍ରତିଭା ଋତୁପର୍ଣ୍ଣା ଚୌଧୁରୀ। ତାଙ୍କୁ ୧୦ ହଜାର ଟଙ୍କା ଦିଆଯାଇ ସମ୍ମାନିତ କରାଯିବ। ଇମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପାଇବେ ରାଜ୍ୟର ସୁଇମିଂ ସେନ୍‌ସେଶନ ପ୍ରତ୍ୟାଶା ରାୟ। ସେହିପରି ଚେସ୍‌ ତାରକା ସୌନ୍ଦ୍ଯଯ୍ୟ ପ୍ରଧାନ ପ୍ଲେୟର ଅଫ ଦି ଇୟର, ଗୋପୀନାଥ ସେଠୀ ଶ୍ରେଷ୍ଠ କୋଚ୍‌ ଏବଂ ରାମୁରୀ ସିଂରାୟ ପ୍ଲେୟର ଅଫ୍‌ ଦି ବାଏଗନ ଏରା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହି ସମସ୍ତଙ୍କୁ ୨୫ ହଜାର ଟଙ୍କା ଲେଖାଏ ଦିଆଯିବ।
All Right Reserved By

ଖେଳ |

ନାକାମୁରାଙ୍କ ସହ ଡ୍ର ରଖିଲେ ଆନନ୍ଦ

ନାକାମୁରାଙ୍କ ସହ ଡ୍ର ରଖିଲେ ଆନନ୍ଦ

ସେଣ୍ଟ ଲୁଇସ୍‌ (ଆମେରିକା), ୨୦ା୮ (ପି.ଟି.)- ସିଙ୍କ୍‌ଫିଲ୍ଡ କପ୍‌ ଚେସ୍‌ ଟୁର୍ନାମେଣ୍ଟରେ ୫ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଭଲ ଆରମ୍ଭ କରିଛନ୍ତି। ସେ ପ୍ରଥମ ରାଉଣ୍ଡରେ ଆମେରିକାର ହିକାରୁ ନାକାମୁରାଙ୍କ ବିପକ୍ଷ ଗେମ୍‌ ସହଜ ଡ୍ର ରଖିଛନ୍ତି।  ଗ୍ରାଣ୍ଡ୍‌ ଚେସ୍‌ ଟୁର୍‌ର ଅଂଶବିଶେଷ ଏହି  ପ୍ରତିଯୋଗିତା ଖେଳାଯାଉଛି। 

ପାଣ୍ଡ୍ୟାଙ୍କୁ ୫ ଉଇକେଟ , ଭାରତ  ସ୍ଥିତି ସୁଦୃଢ

ପାଣ୍ଡ୍ୟାଙ୍କୁ ୫ ଉଇକେଟ , ଭାରତ ସ୍ଥିତି ସୁଦୃଢ

ନଟିଂହାମ୍‌,୨୦ା୮-ସ୍ଥାନୀୟ ଟ୍ରେଣ୍ଟବ୍ରିଜ୍‌ଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଛି।  ଟସ୍‌ ହାରି ପ୍ରଥମେ ଭଲ ବ୍ୟାଟିଂ କରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ ଉଇକେଟ ସଫଳତା ଯୋଗୁ ଦଳ ଇଂଲଣ୍ଡକୁ  ୩୮.୨ ଓଭରରେ ୧୬୧ ରନ କରି ଅଲଆଉଟ  କରିଦେଇଛି।

ପୁରୁଷ, ମହିଳା କବାଡ଼ି ଦଳର ବିଜୟ ଅଭିଯାନ

ପୁରୁଷ, ମହିଳା କବାଡ଼ି ଦଳର ବିଜୟ ଅଭିଯାନ

ଜାକର୍ତ୍ତା, ୨୦।୮(ପି.ଟି.)- ଏସିଆନ ଗେମ୍ସରେ ଗତଥର ଚାମ୍ପିୟନ ଭାରତୀୟ ପୁରୁଷ ଓ ମହିଳା କବାଡ଼ି ଦଳ ଏଥର ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ମହିଳା ଦଳ ଜାପାନକୁ ହରାଇଥିବା ବେଳେ ପୁରୁଷ ଦଳ ବାଂଲାଦେଶକୁ ପରାସ୍ତ କରିଛି। 

ପଦାର୍ପଣରେ ପନ୍ତଙ୍କୁ ବିରଳ ସଫଳତା

ପଦାର୍ପଣରେ ପନ୍ତଙ୍କୁ ବିରଳ ସଫଳତା

ନଟିଂହାମ, ୨୦।୮(ପି.ଟି.)- ଭାରତୀୟ ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏକ ବିରଳ ସଫଳତା ହାସଲ କରିଛନ୍ତି। ପଦାର୍ପଣ ଟେଷ୍ଟରେ ସେ ଚତୁର୍ଥ ଭାରତୀୟ ଉଇକେଟ କିପର ଭାବେ ୫ଟି କ୍ୟାଚ୍‌ ନେଇ ଏକ ଏଲିଟ କ୍ଲବ୍‌ରେ ଯୋଗ ଦେଇଛନ୍ତି। 

ହକି: ଦମ୍‌ଦାର ବିଜୟ ସହ ଭାରତୀୟ ମହିଳାଙ୍କ ଅଭିଯାନ , ଗୁରଜିତଙ୍କ ହ୍ୟାଟ୍ରିକ୍‌

ହକି: ଦମ୍‌ଦାର ବିଜୟ ସହ ଭାରତୀୟ ମହିଳାଙ୍କ ଅଭିଯାନ , ଗୁରଜିତଙ୍କ ହ୍ୟାଟ୍ରିକ୍‌

ଜାକର୍ତ୍ତା,୨୦।୮(ପି.ଟି.)- ଡ୍ରାଗ୍‌ ଫ୍ଲିକର ଗୁରଜିତ୍‌ କୌରଙ୍କ ହ୍ୟାଟ୍ରିକ୍‌ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ଏସିଆନ ଗେମ୍ସରେ ଏକ ଦମ୍‌ଦାର ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଭାରତ ରବିବାର ପୁଲ୍‌ ବି’ରେ ତା’ର ପ୍ରଥମ ମ୍ୟାଚରେ ୮-୦ ଗୋଲରେ ଆୟୋଜକ ଇଣ୍ଡୋନେସିଆକୁ ପରାସ୍ତ କରିଛି।  

ଦେଶ ପାଇଁ ବଜରଙ୍ଗ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଦେଶ ପାଇଁ ବଜରଙ୍ଗ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଜାକର୍ତ୍ତା,୨୦।୮(ପି.ଟି.)-  ତାରକା ରେସଲର ବଜରଙ୍ଗ ପୁନିଆ ଏସିଆନ ଗେମ୍ସରେ ଭାରତ ଲାଗି ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶୁଟିଂରେ ଅପୂର୍ବୀ ଚାଣ୍ଡିଲା ଓ ରବି କୁମାର ବ୍ରୋଞ୍ଜ୍‌ ଜିତି  ଭାରତ ପାଇଁ ଖାତା ଖୋଲିବା ପରେ ବଜରଙ୍ଗ ଏହି ସଫଳତା ଅର୍ଜନ କରି ଇତିହାସ ସୃଷ୍ଟି କରିଛନ୍ତି।

ଇଣ୍ଡିଆ ରେଡ୍‌-ଇଣ୍ଡିଆ ବ୍ଲୁ ଫାଇନାଲ

ଇଣ୍ଡିଆ ରେଡ୍‌-ଇଣ୍ଡିଆ ବ୍ଲୁ ଫାଇନାଲ

ବେଙ୍ଗାଲୁରୁ, ୧୯।୮- ଇଣ୍ଡିଆ ରେଡ୍‌ ଓ ଇଣ୍ଡିଆ ବ୍ଲୁ ମଧ୍ୟରେ ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ରବିବାର ଅନୁଷ୍ଠିତ ଅନ୍ତିମ ରାଉଣ୍ଡ ରବିନ୍‌ ମ୍ୟାଚ୍‌ରେ ଇଣ୍ଡିଆ ରେଡ୍‌ ୯ ଉଇକେଟ୍‌ରେ ଇଣ୍ଡିଆ ଗ୍ରୀନକୁ ପରାସ୍ତ କରିଛି।

କ୍ରିକେଟରୁ ଜନସନଙ୍କ ଅବସର

କ୍ରିକେଟରୁ ଜନସନଙ୍କ ଅବସର

ସିଡ୍‌ନୀ, ୧୯।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଜନସନ ରବିବାର କ୍ରିକେଟର ସମସ୍ତ ପ୍ରକାର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ୩୬ ବର୍ଷୀୟ ଜନସନ ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିଲେ।

୩୨୯ରେ ସୀମିତ ଭାରତୀୟ ଦଳ

୩୨୯ରେ ସୀମିତ ଭାରତୀୟ ଦଳ

ନଟ୍ଟିଂହାମ,୧୯।୮(ପି.ଟି.)- ଏଠାରେ ଚାଲିଥିବା ୩ୟ ଟେଷ୍ଟର ପ୍ରଥମ ଇନଂସ୍‌ରେ ଭାରତୀୟ ଦଳ ୩୨୯ ରନ୍‌ରେ ସୀମିତ ରହିଛି। ଅସମାପ୍ତ ପ୍ରଥମ ଇନିଂସ୍‌ ସ୍କୋର ୩୦୭/୬ରୁ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆ ମାତ୍ର ୨୨ ରନ୍‌ ମଧ୍ୟରେ ବଳକା ୪ ଉଇକେଟ ହରାଇ ଦେଇଛି। 

ଇତିହାସ ରଚିଲେ କେରଳ ସନ୍ତରଣକାରୀ

ଇତିହାସ ରଚିଲେ କେରଳ ସନ୍ତରଣକାରୀ

ଜାକର୍ତ୍ତା,୧୯।୮- କେରଳର ସନ୍ତରଣକାରୀ ସାଜନ ପ୍ରକାଶ ଇତିହାସ ସୃଷ୍ଟି କରିଛନ୍ତି। ଦୀର୍ଘ ୩୨ ପରେ ପ୍ରଥମ ଭାରତୀୟ ସନ୍ତରଣକାରୀ ଭାବେ ଏସିଆନ୍‌ ଗେମ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ କ୍ୱାଲିଫାୟର୍ସ ୨୦୦ ମି. ବଟରଫ୍ଲାଏ ଇଭେଣ୍ଟରେ ୧:୫୮.୧୨ ସେକେଣ୍ଡରେ ଶେଷ କରି ଫାଇନାଲରେ ପ୍ରବେଶ କରିଛନ୍ତି। 

ସିନସିନାଟି ମାଷ୍ଟର୍ସ: ଫାଇନାଲରେ ଜୋକୋଭିଚ୍‌-ଫେଡେରର

ସିନସିନାଟି ମାଷ୍ଟର୍ସ: ଫାଇନାଲରେ ଜୋକୋଭିଚ୍‌-ଫେଡେରର

ସିନସିନାଟି,୧୯।୮(ଏଏଫ୍‌ପି)- ଚଳିତ ସିନସିନାଟି ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟରେ ରବିବାର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଯାଇଛି। ଏହି ଟାଇଟଲ ଲଢ଼େଇରେ ଦୁଇ ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ସ୍ପରସ୍ପରକୁ ଭେଟିବେ। ଗୋଟିଏ ପକ୍ଷରେ ନୋଭାକ ଜୋକୋଭିଚ୍‌ ଥିବାବେଳେ ଅନ୍ୟପଟେ କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରର ରହିଛନ୍ତି।

ହାରିଲେ ସୁଶୀଲ

ହାରିଲେ ସୁଶୀଲ

ଜାକର୍ତ୍ତା,୧୯।୮(ପି.ଟି.)- ଚଳିତ ଏସିଆନ୍‌ ଗେମ୍ସର ପ୍ରଥମ ଦିବସରେ ଭାରତୀୟ ପ୍ରତିନିଧି ଦଳକୁ ଶକ୍ତ ଧକ୍କା ଲାଗିଛି। ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ କୁସ୍ତିଯୋଦ୍ଧା ସୁଶୀଲ କୁମାର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଛନ୍ତି।