ରାଜ୍ୟ |

ବଜ୍ରପାତରେ ଚାଷୀ ମୃତ

ବଜ୍ରପାତରେ ଚାଷୀ ମୃତ

ଯାଜପୁର, ୨୮।୭: ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ସିହା ଗ୍ରାମର ଜଣେ ଚାଷୀଙ୍କର ବଜ୍ରପାତରେ ଶୁକ୍ରବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ସେ ହେଲେ ବାଟୁଆ ଓରଫ ସୁବୋଧ ସାହୁ(୫୫)। ବିଲରେ ସେ କାମ କରୁଥିବା ବେଳେ ଏହି ଘଟଣା ଘଟିଛି।

All Right Reserved By

ରାଜ୍ୟ |

ବଢୁଛି ମହାନଦୀର ଜଳସ୍ତର

ବଢୁଛି ମହାନଦୀର ଜଳସ୍ତର

କଟକ ଅଫିସ, ୨୩।୭: ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ମହାନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ମହାନଦୀର ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଠାକୁରଙ୍କୁ ଚୁଡ଼ାଘଷା ଭୋଗ

ଠାକୁରଙ୍କୁ ଚୁଡ଼ାଘଷା ଭୋଗ

ପୁରୀ ଅଫିସ,୨୩।୭: ହରିଶୟନ ଏକାଦଶୀ ଅବସରରେ ସୋମବାର ରଥ ନିକଟରେ ଭକ୍ତଙ୍କ ଭିଡ଼ ଜମିଥିଲା। ଏହି ଭିଡ଼ ଭିତରେ ଶ୍ରଦ୍ଧାଳୁମାନେ ରଥ ପଛ ପାର୍ଶ୍ୱ ବଡ଼ଦାଣ୍ଡରେ ବସି ନଡ଼ିଆ ଭାଙ୍ଗି ଚୁଡାଘଷା ପ୍ରସ୍ତୁତ କରିଥିଲେ।

ଯୁବକଙ୍କ ଜୀବନ ନେଲା ଦନ୍ତା

ଯୁବକଙ୍କ ଜୀବନ ନେଲା ଦନ୍ତା

ରେଢାଖୋଲ, ୨୩।୭ (ଡି.ଏନ.ଏ.)-ସମ୍ବଲପୁର ଜଲା ରେଢାଖୋଲ ଉପଖଣ୍ଡରେ ହାତୀ ଉପଦ୍ରବ ଜାରି ରହିଛି । ହାତୀ ଅନେକ ଘର ଦ୍ୱାର ଉଜାଡି ଦେଉଛି। ଘର ଭାଙ୍ଗିବା ସହ ଲୋକେ ସାଇତି ରଖିଥିବା ଧାନ ଚାଉଳ ଖାଇ ନଷ୍ଟ କରୁଛି। ଲୋକେ କରିଥିବା କଦଳୀ, ଆମ୍ବ, ପଣସ ଆଦି ଫଳମୂଳ ଓ ପନିପରିବା ଚାଷ ମାଡିଚକଟି ନଷ୍ଟ କରୁଛି । ହାତୀ ପାଦ ଓ ଶୁଣ୍ଢରେ ଗୋଟିଏ ପରେ ଗୋଟିଏ ଜୀବନ ଲୋଟି ପଡୁଛି । ସୋମବାର ସକାଳୁ ପୁଣି ଏମିତି ଏକ ହୃଦୟବିଦାରକ ଘଟଣା ଘଟଥିବା ସାମ୍ନାକୁ ଆସିଛି। ରେଢାଖୋଲ ଉପଖଣ୍ଡ ବଡମାଳ ରେଞ୍ଜ ତୁଟାମୁଣ୍ଡା ଗାଁର ମୁଣ୍ଡାସାହିରେ ରହୁଥିବା ଜଣେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଲେ ଶ୍ରୀପତି ମୁଣ୍ଡା (୪୦) ।

ସୁନାବେଶ ପାଇଁ ଲୋକାରଣ୍ୟ ବଡ଼ଦାଣ୍ଡ

ସୁନାବେଶ ପାଇଁ ଲୋକାରଣ୍ୟ ବଡ଼ଦାଣ୍ଡ

ପୁରୀ ଅଫିସ,୨୩।୭: ଜନ୍ମବେଦିରୁ ବାହୁଡ଼ି ଏବେ ସିଂହଦ୍ୱାରରେ ଚତୁର୍ଦ୍ଧା ବିଗ୍ରହ। ରଥ ଉପରେ ଆଜି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ।

ନବଜାତ ଶିଶୁକନ୍ୟା ମୃତଦେହ ଉଦ୍ଧାର

ନବଜାତ ଶିଶୁକନ୍ୟା ମୃତଦେହ ଉଦ୍ଧାର

ନୟାଗଡ଼ ଅଫିସ,୨୩।୭: ନୟାଗଡ଼ ବ୍ଲକ ଇଟାମାଟି ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥର ବଡ଼ଗଣ୍ଡୁସର ପୋଲ ଉପରୁ ସୋମବାର ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି।

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଛେଣ୍ଡିପଦା,୨୩।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ବନାଞ୍ଚଳରେ ସୋମବାର କଣଲୋଇ ଗ୍ରାମର ଜଣେ ବ୍ୟକ୍ତି ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ କନୁ ମାଝୀ(୫୦)। କୌଣସି କାରଣରୁ ସେ ଜଙ୍ଗଲକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ।

ପୁଣି ଭାଇରାଲ ‘ସୋନୁ ସଙ୍ଗ୍‌’ ଗୀତରେ ବିଏମ୍‌ସିର ଅପାରଗତା

ପୁଣି ଭାଇରାଲ ‘ସୋନୁ ସଙ୍ଗ୍‌’ ଗୀତରେ ବିଏମ୍‌ସିର ଅପାରଗତା

ଭୁବନେଶ୍ୱର,୨୩।୭(ବ୍ୟୁରୋ)- ମୁମ୍ବାଇ ସହରର ଅବ୍ୟବସ୍ଥା ତଥା ମ୍ୟାନ୍‌ହୋଲ୍‌ ସମସ୍ୟାକୁ ନେଇ କିଛିଦିନ ତଳେ ଆର୍‌ଜେ ମଲିସ୍କା ବମ୍ବେ ମ୍ୟୁନିସିପାଲ କର୍ପୋରେଶନର ଅପାରଗତାକୁ ଗୀତରେ ବ୍ୟାଖ୍ୟା କରିଥିଲେ। ବହୁଚର୍ଚ୍ଚିତ ‘ସୋନୁ ସଙ୍ଗ୍‌’ ମାଧ୍ୟମରେ ସେ ବିଏମ୍‌ସିକୁ ନିନ୍ଦା କରିବା ପରେ ଉକ୍ତ ଗୀତ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିଲା।

ଶ୍ୱଶୁରଙ୍କୁ ଗୁଳିକରି ହତ୍ୟା ଘଟଣା, ଜ୍ୱାଇଁ ଗିରଫ

ଶ୍ୱଶୁରଙ୍କୁ ଗୁଳିକରି ହତ୍ୟା ଘଟଣା, ଜ୍ୱାଇଁ ଗିରଫ

ଆର.ଉଦୟଗିରି,୨୩ା୭(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ଲାଞ୍ଜା ଗ୍ରାମରେ ୧୯ ତାରିଖରେ ଉକ୍ତ ଗ୍ରାମର ନୂଆପାଇକ ବଡ଼ରଇତଙ୍କୁ ତାଙ୍କ ଜ୍ୱାଇଁଙ୍କ ବଡଭାଇ ସାମାନ୍ୟ କଥାକୁ ନେଇ ଗୁଳି କରି ହତ୍ୟା କରିଥିଲେ।

ଜିଡିସିଏ ସାଧାରଣ ପରିଷଦ ବୈଠକ, ବିବାଦ ଭିତରେ ସରିଲା ନିର୍ବାଚନ

ଜିଡିସିଏ ସାଧାରଣ ପରିଷଦ ବୈଠକ, ବିବାଦ ଭିତରେ ସରିଲା ନିର୍ବାଚନ

ବ୍ରହ୍ମପୁର ଅଫିସ୍‌,୨୩ା୭- ବହୁ ବିବାଦ ଭିତରେ ଗଞ୍ଜାମ ଜିଲା କ୍ରିକେଟ ସଂଘ(ଜିଡିସିଏ) ନିର୍ବାଚନ ବିଧିବଦ୍ଧ ଭାବେ ରବିବାର ଶେଷ ହୋଇଛି, କିନ୍ତୁ ଫଳାଫଳ ଘୋଷଣା କରାଯାଇନାହିଁ। ଜିଲା ଜଜ୍‌ଙ୍କ କୋର୍ଟରେ ଫଳାଫଳ ଘୋଷଣା କରାଯିବ।

ବଡ଼ ମେଡିକାଲରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୩।୭-ସ୍ଥାନୀୟ ବଡ ମେଡିକାଲରେ ରବିବାର ଜଣେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ନାବାଳିକାଙ୍କ ମୃତ୍ୟୁ ଘଟିଛି। ତେବେ ଏ ନେଇ ବଡ ମେଡିକାଲ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନ ଥିଲେ ମଧ୍ୟ ମୃତ ନାବାଳିକାଙ୍କ ପିତାଙ୍କଠାରୁ ଏହି ସୂଚନା ମିଳିଛି।

କେ.ବରିଡ଼ା ମୁଖ୍ୟ ରାସ୍ତା କଲଭର୍ଟ ଭୁଶୁଡ଼ିଲା

କେ.ବରିଡ଼ା ମୁଖ୍ୟ ରାସ୍ତା କଲଭର୍ଟ ଭୁଶୁଡ଼ିଲା

ବେଗୁନିଆପଡ଼ା,୨୩ା୭(ଡି.ଏନ.ଏ.) ବେଗୁନିଆପଡ଼ା ବ୍ଲ୍ଳକ କେ.ବରିଡ଼ା ମୁଖ୍ୟ ରାସ୍ତାରେ ଥିବା କଲଭର୍ଟ ଭୁଶୁଡ଼ି ଯିବା ଫଳରେ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଛି। ପିଡବ୍ଲ୍ୟୁଡି ରାସ୍ତାରୁ କେ.ବରିଡ଼ା ଗ୍ରାମକୁ ପ୍ରବେଶ କରିବା ମୁଖ୍ୟ ରାସ୍ତା ଅମରେଶ୍ୱରଙ୍କ ଗେଟ ନିକଟରେ ଥିବା କଲଭର୍ଟର ଛାତ ପ୍ରାୟ ୫ମାସ ତଳେ ଭୁଶୁଡ଼ି ପଡ଼ିଥିଲା।

ବନ୍ୟା ଆଶଙ୍କାରେ ୩ ପଞ୍ଚାୟତବାସୀ

ବନ୍ୟା ଆଶଙ୍କାରେ ୩ ପଞ୍ଚାୟତବାସୀ

ଗଣିଆ,୨୩।୭(ଡି.ଏନ୍‌.ଏ.)- ଗତ ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ରବିବାର ସକାଳୁ ମହାନଦୀରେ ଜଳସ୍ତର ଗଣିଆ-ବଡ଼ମୂଳ ପୂର୍ତ୍ତବିଭାଗ ରାସ୍ତା ପାର୍ଶ୍ୱକୁ ଲାଗିଥିବା ଯୋଗୁ ବ୍ଲକର ୩ ପଞ୍ଚାୟତବାସୀଙ୍କ ମଧ୍ୟରେ ବନ୍ୟା ଆଶଙ୍କା ଦେଖାଦେଇଛି।

Watch Live Broadcast of Rath Yatra Puri, Odisha Here

Model This Week

ଚିଣ୍ଟୁ