ଅନ୍ତର୍ଜାତୀୟ |

ମିଶରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌: ୪ ସୈନ୍ୟ ମୃତ

ମିଶରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌:  ୪ ସୈନ୍ୟ ମୃତ
କାଏରୋ, ୪।୩ : ମିଶରରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନରେ ୪ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ସିନାଇ ଅଞ୍ଚଳରେ ଜାରି ରହିଥିବା ଆତଙ୍କବାଦ ବିରୋଧୀ ଅପରେଶନରେ ଏପରି ଘଟିଥିବା କଲୋନେଲ ତାମେର ରିଫାଇ ରବିବାର ସୂଚିତ କରିଛନ୍ତି। ଉତ୍ତର ଓ କେନ୍ଦ୍ରୀୟ ସିନାଇ ତଥା ନୀଳନଦୀ ଉପତ୍ୟକାରେ ସେନାବାହିନୀ ଯୁଦ୍ଧବିମାନରୁ ବୋମାମାଡ଼ କରାଯାଇଥିଲା। ଏଥିରେ ୬ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେହିପରି ପୂର୍ବରୁ ଉତ୍ତର ସିନାଇ ଅଞ୍ଚଳରେ ସେନା ଆକ୍ରମଣରେ ୧୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ୨୪୫ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା।
All Right Reserved By

ଅନ୍ତର୍ଜାତୀୟ |

୧୪୧ ଟଙ୍କାର ଦହି ଚୋରି: ଅପରାଧୀଙ୍କୁ ଧରିବା ପାଇଁ ଖର୍ଚ୍ଚ ହେଲା ୪୧ ହଜାର ୫ଶହ

୧୪୧ ଟଙ୍କାର ଦହି ଚୋରି: ଅପରାଧୀଙ୍କୁ ଧରିବା ପାଇଁ ଖର୍ଚ୍ଚ ହେଲା ୪୧ ହଜାର ୫ଶହ

ତାଇଓ୍ବେ,୯।୧୨: ତାଇଓ୍ବାନରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୪୧ ଟଙ୍କା ଦହି ଚୋରି ମାମଲାରେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ବିବାଗ ପକ୍ଷରୁ ଖର୍ଚ୍ଚ ହୋଇଛି ୪୧ ହଜାର ୫ଶହ ଟଙ୍କା। 

କଥା ରଖିଲେ ଇମ୍ରାନ୍‌: ଖୋଲିଲା ରାଷ୍ଟ୍ରପତି ଭବନ

କଥା ରଖିଲେ ଇମ୍ରାନ୍‌: ଖୋଲିଲା ରାଷ୍ଟ୍ରପତି ଭବନ

ଇସ୍‌ଲାମାବାଦ,୯।୧୨: ପାକିସ୍ତାନ ସରକାର କଡା ସୁରକ୍ଷା ମଧ୍ୟରେ ଶନିବାର ଆଲିସାନ୍‌ ରାଷ୍ଟ୍ରପତି ଭବନକୁ ସାଧାରଣ ଜନତାଙ୍କ ପାଇଁ ଖୋଲିଦେଇଛନ୍ତି। ରାଜଧାନୀର ଅତ୍ୟନ୍ତ ସୁରକ୍ଷା ବଳୟ ବା ରେଡ୍‌ ଜୋନ୍‌ କନଷ୍ଟିଚ୍ୟୁଏଶନ ଏଭେନ୍ୟୁରେ ଥିବା ମାରଗଲ୍ଲା ହିଲ୍ସଠାରେ ଏହା ଅବସ୍ଥିତ।

ନିର୍ବାଚନ ଲଢି ପାରିବେନି ଖାଲିଦା ଜିଆ

ନିର୍ବାଚନ ଲଢି ପାରିବେନି ଖାଲିଦା ଜିଆ

ଢାକା,୯।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କୁ ଲାଗିଛି ବଡ ଝଟକା। ଡିସେମ୍ବରରେ ହେବାକୁ ଥିବା ନିର୍ବାଚନରେ ଲଢିବା ଲାଗି ଜିଆ ଯେଉଁ ଆବେଦନ କରିଥିଲେ ତାକୁ ନିର୍ବାଚନ କମିଶନ ଖାରଜ କରି ଦେଇଛନ୍ତି।

ମାନସିକ ଚାପରୁ ମୁକ୍ତି ଦେବା ଆଳରେ ଭଣ୍ଡବାବା କରୁଥିଲେ ବଳାତ୍କାର

ମାନସିକ ଚାପରୁ ମୁକ୍ତି ଦେବା ଆଳରେ ଭଣ୍ଡବାବା କରୁଥିଲେ ବଳାତ୍କାର

ରିଓ ଡି ଜିନେରୋ,୯।୧୨: ମାନସିକ ଚାପରୁ ମୁକ୍ତି ଦେବା ଆଳରେ ଜଣେ ଭଣ୍ଡବାବା ୧୨ରୁ ଅଧିକ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। 

ମଙ୍ଗଳରେ ଶୁଭୁଛି ପବନର ଆବାଜ

ମଙ୍ଗଳରେ ଶୁଭୁଛି ପବନର ଆବାଜ

ଲସ୍‌ ଏଞ୍ଜେଲସ୍‌, ୯।୧୨: ନଭେମ୍ବର ୨୬ରେ ଲୋହିତ ଗ୍ରହ ମଙ୍ଗଳ ମାଟିରେ ଅବତରଣ କରିଥିବା ନାସାର ‘ଇନ୍‌ସାଇଟ୍‌ ଲ୍ୟାଣ୍ଡର’ ପ୍ରଥମକରି ଉକ୍ତ ଗ୍ରହରେ ପବନର ଆବାଜ୍‌ ଶୁଭୁଥିବା ସୂଚନା ଦେଇଛି। ଇନ୍‌ସାଇଟ୍‌ରେ ଖଞ୍ଜାଯାଇଥିବା ସେନ୍‌ସର ଦ୍ୱାରା ପବନ ବହିବାର ଶବ୍ଦକୁ ଧରି ରଖାଯାଇ ପାରିଛି। 

ନାଇଟ୍‌ କ୍ଲବରେ ଦଳାଚକଟା : ୬ ମୃତ

ନାଇଟ୍‌ କ୍ଲବରେ ଦଳାଚକଟା : ୬ ମୃତ

କୋରିନାଲ୍‌ଡୋ (ଇଟାଲୀ),୯।୧୨: ଇଟାଲୀର ଏକ ନାଇଟ୍‌ କ୍ଲବ୍‌ରେ ଶନିବାର ଦଳାଚକଟା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣଙ୍କ ବୟସ ୧୮ ବର୍ଷରୁ କମ୍‌ ଓ ଜଣେ ବୟସ୍କ ମହିଳା ରହିଛନ୍ତି।  

ଆର୍ମେନିଆର ପୂର୍ବତନ ରାଷ୍ଟ୍ରପତି ଗିରଫ

ଆର୍ମେନିଆର ପୂର୍ବତନ ରାଷ୍ଟ୍ରପତି ଗିରଫ

ୟେରେଭାନ୍‌,୯।୧୨(ପି.ଟି.): ଆର୍ମେନିଆର ପୂର୍ବତନ ରାଷ୍ଟ୍ରପତି ରବର୍ଟ କୋଚାରିଆନ୍‌ଙ୍କୁ ଜେଲ୍‌ ପଠାଇବାକୁ ସ୍ଥାନୀୟ ଏକ କୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ଗିରଫ କରାଯାଇଛି। 

କଲମ୍ବିଆର ପୂର୍ବତନ ରାଷ୍ଟ୍ରପତିଙ୍କ ପରଲୋକ

କଲମ୍ବିଆର ପୂର୍ବତନ ରାଷ୍ଟ୍ରପତିଙ୍କ ପରଲୋକ

ବୋଗୋଟା,୯।୧୨(ପି.ଟି.): କଲମ୍ବିଆର ପୂର୍ବତନ ରାଷ୍ଟ୍ରପତି ବେଲିସାରିଓ ବେଟାନକୁରଙ୍କର ୯୫ ବର୍ଷ ବୟସରେ ଶୁକ୍ରବାର ପରଲୋକ ହୋଇଛି। 

ଲିଓନ୍‌ ୨୦୧୮ ବିଶ୍ୱ ସୁନ୍ଦରୀ

ଲିଓନ୍‌ ୨୦୧୮ ବିଶ୍ୱ ସୁନ୍ଦରୀ

ବେଜିଂ,୯।୧୨(ପି.ଟି): ମେକ୍ସିକୋର ଭାନେସା ପୋନ୍ସ ଡି ଲିଓନ୍‌ ଶନିବାର  ବିଶ୍ୱସୁନ୍ଦରୀ-୨୦୧୮ ମୁକୁଟ ବିଜୟିନୀ ହୋଇଛନ୍ତି। ଚାଇନାର ସାନ୍ୟା ସହରରେ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। 

ପିରାମିଡ ଉପରେ ବସ୍ତ୍ର ଓହ୍ଲାଇ ଦମ୍ପତ୍ତି ହଟହଟା

ପିରାମିଡ ଉପରେ ବସ୍ତ୍ର ଓହ୍ଲାଇ ଦମ୍ପତ୍ତି ହଟହଟା

ମିଶର, ୮।୧୨: ଇଜିପ୍ଟର ମିଶର ସହରରେ ପିରାମିଡ ଉପରେ ଚଢିବା ଦଣ୍ଡନୀୟ ଅପରାଧ। କିନ୍ତୁ ଏଠାରେ ଜଣେ ଦମ୍ପତ୍ତି ପିରାମିଡ ଉପରେ ଚଢି ବସ୍ତ୍ର ଓହ୍ଲାଇ ଫଟୋ ଓ ଭିଡିଓ ଶୁଟ୍‌ କରିଛନ୍ତି। 

ଶେଷରେ ମାନିଲେ ଇମ୍ରାନ: ମୁମ୍ବାଇ ଆକ୍ରମଣରେ ରହିଛି ପାକିସ୍ତାନର ହାତ

ଶେଷରେ ମାନିଲେ ଇମ୍ରାନ: ମୁମ୍ବାଇ ଆକ୍ରମଣରେ ରହିଛି ପାକିସ୍ତାନର ହାତ

ନୂଆଦିଲ୍ଲୀ/ଇସଲମାବାଦ, ୮।୧୨: ୨୦୦୮ ମୁମ୍ବାଇ ଆକ୍ରମଣ ଯୋଜନା ପାକିସ୍ତାନରେ ରଚାଯାଇଥିଲା ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଶେଷରେ ମାନିଛନ୍ତି।

ଇଶାଙ୍କ ବିବାହ ପୂର୍ବ ଉତ୍ସବରେ ଯୋଗଦେଲେ ହିଲାରୀ କ୍ଲିଣ୍ଟନ

ଇଶାଙ୍କ ବିବାହ ପୂର୍ବ ଉତ୍ସବରେ ଯୋଗଦେଲେ ହିଲାରୀ କ୍ଲିଣ୍ଟନ

ଉଦୟପୁର/ଓ୍ବାସିଂଟନ୍‌, ୮।୧୨: ରଣବୀର-ଦୀପିକା ଏବଂ ପ୍ରିୟଙ୍କା-ନିକ୍‌ଙ୍କ ବାହାଘର ପରେ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ।