ମନୋରଞ୍ଜନ |

ଲିକ୍‌ ହେଲା ରଜନୀକାନ୍ତଙ୍କ ବ୍ୟୟ ବହୁଳ ଫିଲ୍ମ ୨.୦ର ଟିଜର୍‌

ଲିକ୍‌ ହେଲା ରଜନୀକାନ୍ତଙ୍କ ବ୍ୟୟ ବହୁଳ ଫିଲ୍ମ ୨.୦ର ଟିଜର୍‌

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ଦୁଇ ଦୁଇଟି ଫିଲ୍ମର ଟିଜର୍‌ ଲିକ୍‌କୁ ନେଇ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଫିଲ୍ମ ‘କାଲ’ର ଟିଜର ଲିକକୁ ଏକ ସପ୍ତାହ ପୁରି ନ ଥିବା ବେଳେ ରଜନୀକାନ୍ତଙ୍କ ବ୍ୟୟବହୁଳ ଫିଲ୍ମ ‘୨.୦’ର ଟିଜର ଲିକ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ସୂଚନାଯୋଗ୍ୟ, ୪୦୦ କୋଟି ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମରେ ରଜନୀକାନ୍ତଙ୍କ ବ୍ୟତିତ ବଲିଉଡ ନାୟକ ଅକ୍ଷୟ କୁମାର ଏକ ନେଗେଟିଭ୍‌ ରୋଲ୍‌ରେ ନଜର ଆସିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ଟିଜର ରିଲିଜ୍‌ ତାରିଖ ଧାର୍ଯ୍ୟ ହୋଇ ନ ଥିବା ବେଳେ ସୋଶିଆଲ ମିଡିଆରେ ଏହାର ସେୟାରକୁ ଦେଖି ଫିଲ୍ମ ନିର୍ମାତା ଦୁଃଖ ପ୍ରକାଶ କରିଛନ୍ତି।

All Right Reserved By

ମନୋରଞ୍ଜନ |

ରିଲିଜ୍‌ ହେବ ‘ଇନ୍‌କ୍ରେଡିବଲ୍ସ ୨’, ‘ଓସେନ୍ସ ୮’

ରିଲିଜ୍‌ ହେବ ‘ଇନ୍‌କ୍ରେଡିବଲ୍ସ ୨’, ‘ଓସେନ୍ସ ୮’

ଭୁବନେଶ୍ୱର,୨୨।୬(ବ୍ୟୁରୋ): ସଲ୍‌ମାନଙ୍କ ‘ରେସ୍‌-୩’ ଏ ପର୍ଯ୍ୟନ୍ତ ବି ଅଧିକାଂଶ ସିନେମା ହଲ୍‌ରେ ହାଉସ୍‌ଫୁଲରେ ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ବଲିଉଡ୍‌ର କୌଣସି ଫିଲ୍ମ ଚଳିତ ସପ୍ତାହରେ ପରଦାକୁ ଆସୁନି। ଆସନ୍ତା ଶୁକ୍ରବାର ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ‘ସଞ୍ଜୁ’ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଏଥର କିନ୍ତୁ ବଲିଉଡ୍‌ ରିଲିଜ୍‌ ନିଲ୍‌ ହୋଇଛି।

ଶରଣାର୍ଥୀଙ୍କ ପାଇଁ ଦରଦ

ଶରଣାର୍ଥୀଙ୍କ ପାଇଁ ଦରଦ

ଲଣ୍ଡନ: ବିଶ୍ୱ ଶରଣାର୍ଥୀ ସମସ୍ୟାର ମିଳିତ ମୁକାବିଲା ପାଇଁ ବିଶ୍ୱ ସମୁଦାୟକୁ ଆହ୍ବାନ ଦେଇଛନ୍ତି ହଲିଉଡ୍‌ ଅଭିନେତ୍ରୀ ତଥା କର୍ମୀ ଆଞ୍ଜେଲିନା ଜୋଲି। ମିଳିତ ଜାତିସଂଘ ଶରଣାର୍ଥୀ ସମ୍ପର୍କିତ ଉଚ୍ଚାୟୁକ୍ତଙ୍କ ସ୍ବତନ୍ତ୍ର ପ୍ରତିନିଧି ଭାବେ କାର୍ଯ୍ୟକରିଥିବା ୪୩ ବର୍ଷୀୟା ଆଞ୍ଜେଲିନା ବିଶ୍ୱ ସ୍ତରୀୟ ଅର୍ଥନୀତିଜ୍ଞଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଯେ, ଶରଣାର୍ଥୀଙ୍କ ପାଇଁ ମାନବୀୟ ସମର୍ଥନ କାଳକ୍ରମେ ହ୍ରାସ ପାଇବାରେ ଲାଗିଛି। କ୍ରମାଗତ ଭାବେ ୬ ବର୍ଷ ହେଲା ବିଶ୍ୱରେ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଂଘର୍ଷ, ହିଂସା ଯୋଗୁ ୬୮ ନିୟୁତ ଲୋକ ଏବେ ବାସହରା ହୋଇ ଅନ୍ୟର ଆଶ୍ରୟରେ ରହିଛନ୍ତି। ଶରଣାର୍ଥୀଙ୍କୁ ସହଯୋଗ କରିବା ପରିବର୍ତ୍ତେ କେତେକ ଦେଶ ସେମାନଙ୍କୁ ବିରୋଧ କରୁଥିବା ପ୍ରସଙ୍ଗକୁ ଆଞ୍ଜେଲିନା ସମାଲୋଚନା କରିଛନ୍ତି।

ଜୁଲାଇ ଦ୍ୱିତୀୟ ସପ୍ତାହରେ ପରଦାକୁ ଆସିବ 'ପ୍ରେମୀ ଦିଓ୍ବାନା'

ଜୁଲାଇ ଦ୍ୱିତୀୟ ସପ୍ତାହରେ ପରଦାକୁ ଆସିବ 'ପ୍ରେମୀ ଦିଓ୍ବାନା'

ନାୟିକାର ଇଚ୍ଛା ସିନେମାରେ ଅଭିନୟ କରିବ। ହେଲେ ଓଡ଼ିଶାରେ ଘାତ ପ୍ରତିଘାତ ଦେଇ ଗତି କରି ସେଥିରେ ସଫଳ ହୁଏନା। ନିଜର ଆଶା ପୂରଣ କରିବାକୁ ସେ ପହଞ୍ଚେ ବମ୍ବେରେ। ହେଲେ ସେଠାରେ ମଧ୍ୟ ତାହାର ସବୁ ଆଶା ମଉଳି ଯାଏ। ହେଲେ ହଠାତ୍‌ ଦିନେ ଜଣେ ତାକୁ ନାୟିକା ହେବାର ସୁଯୋଗ ମିଳେ।

କେକେଙ୍କ ଡବଲ ଖୁସି

କେକେଙ୍କ ଡବଲ ଖୁସି

କଥାରେ ଅଛି-ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା। ଦେଖୁ ନାହାନ୍ତି କେମିତି ଡବଲ ଖୁସିରେ ଉଛୁଳୁଛନ୍ତି କେକେ। କଥା କ’ଣ କି, ଏଥର ରଜରେ ମୁକ୍ତିଲାଭ କରିଥିବା ଦୁଇଟି ଓଡ଼ିଆ ସିନେମା ‘ସୁନ୍ଦରଗଡ଼ର ସଲ୍‌ମାନ ଖଁା’ ଏବଂ ‘ଫୋର୍‌ ଇଡିୟଟ୍‌ସ’ରେ ତାଙ୍କୁ ନେଗେଟିଭ୍‌ ଭୂମିକାରେ ଦେଖିବାକୁ ମିଳିଛି। ଫିଲ୍ମଦ୍ୱୟର ସଫଳତା ମଧ୍ୟ ତାଙ୍କ ଖୁସିକୁ ଆହୁରି ଦ୍ୱିଗୁଣିତ କରିଛି।

ଇର୍‌ଫାନଙ୍କ କୋହଭରା ଚିଠି

ଇର୍‌ଫାନଙ୍କ କୋହଭରା ଚିଠି

ନୂଆଦିଲ୍ଲୀ: ହିନ୍ଦୀ ସିନେମା ଜଗତରେ ଟାଲେଣ୍ଟର ଗନ୍ତାଘର ଭାବେ ପରିଚିତ ଅଭିନେତା ଇର୍‌ଫାନ ଖାନ ଏବେ କର୍କଟ ରୋଗରେ ପୀଡ଼ିତ ହୋଇଛନ୍ତି। କିଛିମାସ ପୂର୍ବେ ସେ ଏ ସମ୍ପର୍କରେ ପ୍ରକାଶ କରିବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟକା ଲାଗିଥିଲା। ବିରଳ ରୋଗ ‘ନ୍ୟୁରୋ-ଏଣ୍ଡୋକ୍ରିନ୍‌ କର୍କଟ’ ଯନ୍ତ୍ରଣାରେ ଏବେ ସେ ଛଟପଟ ହେଉଛନ୍ତି।

ପ୍ରେକ୍ଷାଳୟରେ ‘ରେସ୍‌ ୩’ ଧୁମ୍‌

ପ୍ରେକ୍ଷାଳୟରେ ‘ରେସ୍‌ ୩’ ଧୁମ୍‌

ନୂଆଦିଲ୍ଲୀ: ହିନ୍ଦୀ ଫିଲ୍ମ ‘ରେସ୍‌ ୩’ ସହ ସୁପରଷ୍ଟାର୍‌ ସଲ୍‌ମାନ ଖାନ୍‌ ପ୍ରେକ୍ଷାଳୟକୁ ନେଇ ଆସିଛନ୍ତି ଆଉ ଏକ ଇଦ୍‌ ବ୍ଲକ୍‌ବଷ୍ଟର୍‌। ଫିଲ୍ମକୁ ସିନେ ସମୀକ୍ଷକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଥିବାବେଳେ ଦର୍ଶକ ଦରବାରରେ ଭୂୟସୀ ପ୍ରଶଂସିତ ହୋଇଛି। ପୁଣିଥରେ ସିନେପ୍ରେମୀଙ୍କୁ କିମିଆ କଲା ଭାଇଜାନ୍‌ଙ୍କ ଯାଦୁ। ପରିଣାମ ସ୍ବରୂପ ଅତି ସହଜରେ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଯାଇଛି ‘ରେସ୍‌ ୩’।

ବିବାହ ମୁଡ୍‌ରେ ରଣବୀର

ବିବାହ ମୁଡ୍‌ରେ ରଣବୀର

ବମ୍ବେ: ବଲିଉଡ୍‌ର ଭର୍ସାଟାଇଲ୍‌ ଅଭିନେତା ରଣବୀର କପୁର ବର୍ତ୍ତମାନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବ୍ୟସ୍ତ। ନିଜର ଅପ୍‌କମିଂ ଫିଲ୍ମ ‘ସଞ୍ଜୁ’ ଏବଂ ପ୍ରେମିକା ଆଲିଆ ଭଟ୍ଟ। ନୂଆ ନୂଆ ଆରମ୍ଭ ହୋଇଥିବା ଏହି ପ୍ରେମ ସମ୍ପର୍କକୁ ନେଇ ବେଶ୍‌ ସିରିୟସ୍‌ ଅଛନ୍ତି ରଣବୀର। ଏପରି କି ସେ ବିବାହ ପାଇଁ ମନସ୍ଥ କରି ଦେଇଥିବା ମଧ୍ୟ କହିଛନ୍ତି।

ନିଜ ଭିତରେ କଳାକାରକୁ ଦେଖିଛି

ନିଜ ଭିତରେ କଳାକାରକୁ ଦେଖିଛି

ବମ୍ବେ: ବିଶ୍ୱ ସୁନ୍ଦରୀ ହେବାର ଦାୟିତ୍ୱରେ ବ୍ୟସ୍ତ ରହୁଛନ୍ତି ମାନୁଷୀ ଛିଲ୍ଲର। କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁ ନିଜ ପାଇଁ ବଲିଉଡ୍‌ ଦ୍ୱାର ବନ୍ଦ କରିବାକୁ ଚାହାନ୍ତି ନାହିଁ ମନୁଷୀ। କାରଣ ନିଜ ଭିତରେ ଜଣେ କଳାକାରକୁ ଦେଖିବାକୁ ପାଇଛନ୍ତି ବୋଲି ଚିନ୍ତା କରନ୍ତି ସେ। ଏକ ସାକ୍ଷାତ୍‌କାରେ ମାନୁଷୀ କହିଛନ୍ତି ଯେ, ନିଜ ଭିତରେ ଜଣେ କଳାକାର ଥିବା ସେ ଅନୁଭବ କରନ୍ତି।

ସ୍ବଚ୍ଛତାପ୍ରିୟ ଅନୁଷ୍କା ଶର୍ମା

ସ୍ବଚ୍ଛତାପ୍ରିୟ ଅନୁଷ୍କା ଶର୍ମା

ବମ୍ବେ: ରାସ୍ତା ଉପରେ ଅଳିଆ ଆବର୍ଜନା ଫୋପାଡ଼ୁଥିବା ବ୍ୟକ୍ତିଙ୍କ ପାଇଁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନୀତି ହେଲା ‘ଜିରୋ ଟଲେରେନ୍ସ’। ଅର୍ଥାତ୍‌ ଏଭଳି ଲୋକଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ ଅନୁଷ୍କା। ଏପରି କି ରାସ୍ତା ଅଳିଆ ପକାଉଥିବା ଜଣେ ବ୍ୟକ୍ତିଙ୍କୁ ସହ ଝଗଡ଼ା କରିବାକୁ ମଧ୍ୟ ପଛେଇ ନାହାନ୍ତି ଅଭିନେତ୍ରୀ। ଅନୁଷ୍କାଙ୍କ ସ୍ବଚ୍ଛତା ନେଇ ସଚେତନତା କାର୍ଯ୍ୟର ଭିଡିଓ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲୀ।

ଜୁବିନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ

ଜୁବିନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ

ବମ୍ବେ: ବଲିଉଡ୍‌ ଗାୟକ ଜୁବିନ୍‌ ନୌଟିୟାଲ୍‌ଙ୍କ ବିରୋଧରେ ମାର୍‌ପିଟ ଅଭିଯୋଗ ହୋଇଛି। ଶୁକ୍ରବାର ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ଏକ ହୋଟେଲ୍‌ରେ ଜୁବିନ୍‌ ଦୁର୍ବ୍ୟବହାର ପ୍ରଦର୍ଶନ ସାଙ୍ଗକୁ ମାର୍‌ପିଟ କରିଥିବା ଏକ ପ୍ରେମୀ ଯୁଗଳ ଅଭିଯୋଗ ଆଣି ମାମଲା ଦାଏର କରିଛନ୍ତି। ଜୁବିନ୍‌ ମଧ୍ୟ ସେମାନଙ୍କ ବିରୋଧରେ ପାଲଟା ମାମଲା ଦାଏର କରିଛନ୍ତି।

ପ୍ରିୟଙ୍କାଙ୍କ ପ୍ରେମରେ ପାଗଳ ନିକ୍‌

ପ୍ରିୟଙ୍କାଙ୍କ ପ୍ରେମରେ ପାଗଳ ନିକ୍‌

ଲସ୍‌ ଏଞ୍ଜେଲ୍‌ସ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଗାୟକ ନିକ୍‌ ଜୋନାସ୍‌ଙ୍କ ପ୍ରେମ କାହାଣୀ ଏବେ ବଲିଉଡ୍‌ରୁ ଆରମ୍ଭ କରି ହଲିଉଡ୍‌ ଯାଏ ଖବର ଶିରୋନାମାରେ ରହିଛି।

ସଲ୍‌ମାନ, କ୍ୟାଟ୍ରିନାଙ୍କ ବିରୋଧରେ ମାମଲା

ସଲ୍‌ମାନ, କ୍ୟାଟ୍ରିନାଙ୍କ ବିରୋଧରେ ମାମଲା

ଓ୍ବାଶିଂଟନ୍‌: ଆମେରିକୀୟ କୋର୍ଟରେ ଅଭିନେତା ସଲ୍‌ମାନ ଖାନ, କ୍ୟାଟ୍ରିନା କୈଫ୍‌, ସୋନାକ୍ଷୀ ସିହ୍ନା, ରଣବୀର ସିଂ, ପ୍ରଭୁ ଦେବାଙ୍କ ସମେତ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କ ବିରୋଧରେ ମାମଲା ହୋଇଛି।

Model This Week

ପ୍ରଭାତ