ଫୁରସତ |

ନାହିଁ ସେ ବସନ୍ତ...(ସ୍ବତନ୍ତ୍ର ଉପସ୍ଥାପନା)

ନାହିଁ ସେ ବସନ୍ତ...(ସ୍ବତନ୍ତ୍ର ଉପସ୍ଥାପନା)
ନା ଶୀତ ନା ଗରମ। ସୁଲୁସୁଲିଆ ପବନ ସାଙ୍ଗକୁ କୋଇଲିର ସୁମଧୁର ସ୍ବର। ଏ ସବୁର ଅପୂର୍ବ ସମାହାର ହିଁ କରିଛି ବସନ୍ତକୁ ଋତୁରାଜ। ହେଲେ ବର୍ତ୍ତମାନ ବିଭିନ୍ନ କାରଣରୁ ଦିନକୁ ଦିନ ପୃଥିବୀର ତାପମାତ୍ରା ବଢ଼ିବାରେ ଲାଗିଛି, ଯେଉଁଥିଲାଗି ଶୀତ ପରେ ବସନ୍ତ ଋତୁ ଆସୁଛି ସତ, ହେଲେ ନାହିଁ ସେ ପ୍ରକୃତିର ସୁନ୍ଦର ଅନୁଭବ, ବରଂ ଅସହ୍ୟ ହେଉଛି ଖରାର ପ୍ରକୋପ... ଶୀତ ପରେ ଆସେ ଋତୁରାଜ ବସନ୍ତ। ବର୍ଷର ଅନ୍ୟ ଦିନଗୁଡ଼ିକ ତୁଳନାରେ ଏହି ସମୟରେ ପ୍ରକୃତି ଲାଗେ ଖୁବ୍‌ ସୁନ୍ଦର। ନା ଥାଏ ଅଧିକ ଶୀତ ନା ଗରମ। ଚାରିଆଡ଼େ ସୁଲୁସୁଲିଆ ପବନ ସାଙ୍ଗକୁ କୋଇଲିର ସ୍ବର ଯେତିକି ଶାନ୍ତିପୂର୍ଣ୍ଣ, ଭଳିକି ଭଳି ଫୁଲର ସମ୍ଭାର ଲାଗେ ସେତିକି ମନଲୋଭା। ହେଲେ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି, ଜଙ୍ଗଲ କ୍ଷୟ, କଳକାରଖାନା ଏବଂ ଯାନବାହନରୁ ନିର୍ଗତ ଧୂଆଁ ଇତ୍ୟାଦି ପୃଥିବୀକୁ ଏତେମାତ୍ରାରେ ଉତ୍ତପ୍ତ କରିଦେଇଛି ଯେ, ଶୀତ ପରେ ବସନ୍ତ ଆସୁଛି ସତ, ହେଲେ ଏହାର ସେହି ଅପୂର୍ବ ଆନନ୍ଦ ନେବା ଯେମିତି ପାଲଟିଯାଇଛି ସ୍ବପ୍ନ। ଅସମୟରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି, ଜଳର ଅଭାବ ସହ ଶରୀରର ତାପମାତ୍ରା ବଢ଼ିବା ହେତୁ ଅଧିକାଂଶଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ବିଶେଷକରି କଲେଜ, କୋଚିଂ, ଜବ୍‌ ହେଉ ଅବା ଅନ୍ୟ କାରଣ ଲାଗି ବାହାରକୁ ଯାଉଥିବା ଯୁବପିଢ଼ିଙ୍କ ଲାଗି ପ୍ରକୃତିର ଏଭଳି ଅସ୍ବାଭାବିକ ପରିବର୍ତ୍ତନ ଅସୁବିଧା ସୃଷ୍ଟି କରୁଛି। ତେଣୁ ଏଦିନେ କିପରି ଶରୀର ପ୍ରତି ସଜାଗ ରହିବେ, ଏବଂ ଏ ଦିଗରେ ବିଶେଷ ସଜାଗ ରହିବା ଦରକାର; ଜାଣିରଖନ୍ତୁ ସେ ସମ୍ପର୍କରେ.... - ବସନ୍ତ ଋତୁରେ ଗ୍ରୀଷ୍ମ ପରି ହଠାତ୍‌ ଅଧିକ ଗରମ ବଢିଯିବା ଯୋଗୁ ପରିବେଶ ଅଧିକାଂଶଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ସମସ୍ତଙ୍କ ଦେହରୁ ଜଳୀୟ ଅଂଶ କମିଯାଇ ଡିହାଇଡ୍ରେଶନ୍‌ ହେବା ସହ ଶରୀର ଶୁଷ୍କ ହୋଇଯାଉଛି ା ତେଣୁ ଫିଟ୍‌ ରହିବାକୁ ହେଲେ ଦିନକୁ ଅତି କମ୍‌ରେ ୪ ଲିଟରରୁ ଊଦ୍ଧର୍‌ବ ପାଣି ପିଅନ୍ତୁ। ଏଥିରେ ଗ୍ଳୁକୋଜ ମିଶାଇ ପିଇଲେ ମଧ୍ୟ ଉପକୃତ ପାଇପାରିବେ। ଦିନ ୧୦ଟାରୁ ୫ଟା ଭିତରେ ଖରା ତାତି ଅଧିକ ଥିବାରୁ ଏହା ପୂର୍ବରୁ କିମ୍ବା ପରେ ପଦାକୁ ବାହାରନ୍ତୁ । ଏହି ସମୟ ମଧ୍ୟରେ ବାହାରକୁ ଯିବା ନିହାତି ଜରୁରୀ ହେଲେ ମୁଣ୍ଡକୁ ଓଦା କପଡାରେ ଗୁଡାନ୍ତୁ, ଛତା, ଜୋତା ଓ କଳା ଚଷମା ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ନେବାକୁ ଭୁଲନ୍ତୁ ନାହିଁ। ସୂର୍ଯ୍ୟକିରଣରେ ଥିବା ଅଲ୍‌ଟ୍ରାଭାଓଲେଟ୍‌ ରଶ୍ମି ଚର୍ମ ନାଲି ପକାଇବା ସହ ସନବର୍ନ, ଟ୍ୟାନ୍‌ ଆଦି ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଯଥାସମ୍ଭବ ଏଥିରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। - ଅଧିକ ଗରମ ଯୋଗୁ ଅଧିକାଂଶ ଯୁବତୀଯୁବକ କିଛି ଥଣ୍ଡା ଖାଦ୍ୟପେୟ ଯେପରି ଆଇସ୍‌କ୍ରିମ୍‌, ଚୁସ୍କିି, କୋଲ୍ଡ ଡ୍ରିଙ୍କ୍ସ, ଜୁସ୍‌, ଲସି ଆଦିକୁ ସର୍ବପ୍ରଥମେ ବାଛୁଛନ୍ତି। ହେଲେ ଯେହେତୁ ଏ ସମୟରେ ବାୟୁମଣ୍ଡଳର ତାପମାତ୍ରା ଅନୁଯାୟୀ ଶରୀରର ତାପମାତ୍ରା ଅଧିକ ରହୁଛି, ତେଣୁ ହଠାତ୍‌ ଏଭଳି ଥଣ୍ଡା ଖାଦ୍ୟ ଖାଇବା ଦ୍ବାରା ଶରୀରର ତାପମାତ୍ରା ଅସନ୍ତୁଳିତ ହୋଇପଡୁଛି। ଫଳରେ ଥଣ୍ଡା, କାଶ, ଥ୍ରୋଟ୍‌ ବା ଗଳା ଇନ୍‌ଫେକ୍ସନ୍‌ ଭଳି ସମସ୍ୟା ଦେଖାଦେଉଛି। ତେଣୁ ଏହା ପରିବର୍ତ୍ତେ ଆପଣ ଚାହିଁଲେ ବିନା ବରଫଯୁକ୍ତ ଲସି, ସର୍ବତ, ପଇଡ଼ପାଣି, ଲେମ୍ବୁ ସରବତ, ଘୋଳଦହି, ଲୁଣମିଶା ତୋରାଣି, ବେଲପଣା, ଜୁସ୍‌, ଆଖୁରସ ଆଦି ପିଇ ପାରିବେ। - ଖରା ବଢ଼ିବା ଯୋଗୁ ଅନେକଙ୍କ ଠାରେ ବାନ୍ତି, ମୁଣ୍ଡବିନ୍ଧା, ଝାଡା, ନିମ୍ନ ରକ୍ତଚାପ ଭଳି ସମସ୍ୟା ବି ଦେଖାଦେଇଥାଏ। ଏମିତିକି କେହି କେହି ଅଚେତ ମଧ୍ୟ ହୋଇ ପଡନ୍ତି। ତେଣୁ ମୁଣ୍ଡ ଅଧିକ ସମୟ ଖରା ସଂସ୍ପର୍ଶରେ ଯେପରି ନ ଆସେ, ସେଥିପ୍ରତି ସଜାଗ ରୁହନ୍ତୁ। ଏଦିନେ ଅଧିକାଂଶ ଯୁବତୀ ଯୁବକଙ୍କର ପରୀକ୍ଷା ଚାଲିଥାଏ। ତେଣୁ ପାଠ ପଢିବା ଆଳରେ ଖାଦ୍ୟ ଏବଂ ବିଶେଷକରି ପ୍ରଚୁର ପରିମାଣରେ ପାଣି ପିଇବାରେ ଆଦୌ ଅବହେଳା କରନ୍ତୁ ନାହିଁ। - ଶୀତ ପରେ ହଠାତ୍‌ ଖରାର ପ୍ରକୋପ ବଢିଯିବାସ୍‌ରୁ ଅଧିକାଂଶଙ୍କ ଠାରେ ଝାଳ ଆକାରରେ ଶରୀରରୁ ସ୍ନେହସାର, ଖଣିଜ ଲବଣ ଓ ଜଳୀୟ ଅଂଶ କ୍ଷୟ ହୋଇ ଶରୀରରେ ଜଳ ଶୁଷ୍କତା ଦେଖାଦିଏ। ଫଳରେ ଖାଦ୍ୟ ହଜମ ହେବାରେ କଷ୍ଟ ହୁଏ ଏବଂ ଏସିଡିଟି ବା ଅମ୍ଳ ହୋଇଥାଏ। ଏହାକୁ ଦୂର କରିବା ଲାଗି ପାଣି ଅଧିକ ପିଇବା ସହ ଫାଷ୍ଟଫୁଡ୍‌, ତେଲମସଲାଯୁକ୍ତ ଖାଦ୍ୟ ଏବଂ ଅନ୍ୟ ଗରିଷ୍ଠ ଖାଦ୍ୟଠାରୁ ଦୂରେଇ ରହିବା ଭଲ। ବିଶେଷକରି ରାସ୍ତାକଡରେ ଲାଗିଥିବା ଫୁଡ୍‌ ଷ୍ଟଲ୍‌ଗୁଡିକରେ ନ ଖାଇବା ଭଲ। ବାହାରେ ମିଳୁଥିବା ପାଉଚ୍‌ ପାଣି ଏ ଦିନେ ପିଇବା ଠିକ୍‌ ନୁହେଁ। ତେଲିଆ ବା ଚର୍ବିଜାତୀୟ ଖାଦ୍ୟ, ରାଗ, ମସଲାଯୁକ୍ତ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ଏହାଦ୍ୱାରା ଝାଡ଼ା, ବାନ୍ତିର ଆଶଙ୍କା ବି ଅଧିକ। ତେଣୁ ସୁଷମ ଖାଦ୍ୟ ଗ୍ରହଣ କରନ୍ତୁ। ପଖାଳ ଖାଇବା ଏ ସମୟରେ ସବୁଠାରୁ ଭଲ। - ବର୍ତ୍ତମାନ ଖରାର ପ୍ରକୋପ ବଢୁଥିବାରୁ ତ୍ୱଚା ଉପରେ ଏହାର ନକାରାତ୍ମକ ପ୍ରଭାବ ନ ପଡିବା ଲାଗି ସିନ୍ଥେଟିକ୍‌ ପରିବର୍ତ୍ତେ କଟନ ପୋଷାକ ପିନ୍ଧନ୍ତୁ ଏବଂ ବାହାରକୁ ଯିବାବେଳେ ସନ୍‌ସ୍କ୍ରିନ୍‌ ଲୋଶନ ଲଗାନ୍ତୁ। ଆଖିର ସୁରକ୍ଷା ଲାଗି ସନ୍‌ଗ୍ଲାସ୍‌ ବ୍ୟବହାର କରନ୍ତୁ ା କ’ଣ କୁହନ୍ତି ଏମାନେ... ସ୍ମୃତିରଞ୍ଜନ ନାୟକ (ଛାତ୍ର, ଭୁବନେଶ୍ୱର)- ବସନ୍ତ ଋତୁ ଆରମ୍ଭରୁ ଆକାଶରୁ ଯେଉଁ ଅଗ୍ନିବର୍ଷା ହେଉଛି, ତାହାର ସମସ୍ତ ଶ୍ରେୟ ମନୁଷ୍ୟକୃତ ପ୍ରଦୂଷଣ ତଥା ଅବିଶ୍ରାନ୍ତ ଶିଳ୍ପାୟନକୁ ଯାଉଛି। ମନୁଷ୍ୟ ନିଜର ସୁଖସ୍ବାଚ୍ଛନ୍ଦ୍ୟ ପାଇଁ ପ୍ରାକୃତିକ ସମ୍ପଦର ଦ୍ରୁତ ଅବକ୍ଷୟ କରୁଛି। ଏସବୁର ପ୍ରଭାବରେ ପୃଥିବୀର ତାପମାତ୍ରା ବଢିଚାଲୁଛି। ଫଳରେ ଆମେ ଠିକ୍‌ ଋତୁରେ ପ୍ରକୃତିଦତ୍ତ ସୁଖ ନେବାରୁ ବଞ୍ଚତ୍ତ ହେଉଛୁ। ବସନ୍ତର ମୃଦୁମଳୟର ଆନନ୍ଦ ନେବା ସମୟରେ ଆମେ ଅଗ୍ନିବର୍ଷା ଖରାରେ ଛଟପଟ ହେଉଛେ। ତେଣୁ ଏସବୁ ରୋକିବାକୁ ପ୍ରତ୍ୟେକ ମଣିଷ ସଚେତନ ହେବା ଆବଶ୍ୟକ। ଅର୍ପିତା ରାଉତ (ପିଜି ଛାତ୍ରୀ, ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଗୁଣୁପୁର)- ଏବେଏବେ ସରୁଛି ଶୀତ, ଖରାଦିନ ଆସିବାକୁ ଆହୁରି ଅନେକ ସମୟ ବାକି ଅଛି। ହେଲେ ବର୍ତ୍ତମାନଠାରୁ ରୌଦ୍ରତାପ ଅସହ୍ୟ ହେଲାଣି। ତେବେ ଋତୁରାଜ ବସନ୍ତର ସୁନ୍ଦର ପାଗ ହଜିଯିବା ପଛରେ ରହିଛି ମଣିଷ ଦ୍ୱାରା ଅବିଚାରିତ ବୃକ୍ଷଛେଦନ, କଂକ୍ରିଟ୍‌ ଜଙ୍ଗଲର ପ୍ରସାରଣ, କଳକାରଖାନା ଏବଂ ବହୁଳ ପରିମାଣରେ ଯାନବାହନର ବ୍ୟବହାର ଭଳି ଅନେକ କାରଣ। ତେଣୁ ଆମେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିବା ସହ ଏସବୁ ସମସ୍ୟା ଦୂରେଇବା ଦିଗରେ ସଚେତନ ହେବା ଦରକାର। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଗରମକୁ ମୁକାବିଲା କରିବା ଲାଗି ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ବି ଜରୁରୀ।
All Right Reserved By

ଫୁରସତ |

ଏମିତି ମନ୍ଦିର ଯେଉଁଠି ପ୍ରେମ ନିଶାରୁ ମୁକୁଳାଇବା ଲାଗି ହୁଏ ପୂଜା

ଏମିତି ମନ୍ଦିର ଯେଉଁଠି ପ୍ରେମ ନିଶାରୁ ମୁକୁଳାଇବା ଲାଗି ହୁଏ ପୂଜା

ଉତ୍ତରପ୍ରଦେଶ ସାହାରନପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା ଲାଗି କରାଯାଇଥାଏ ପୂଜା। 

ଯେଉଁଠି ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

ଯେଉଁଠି ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

ବିହାର କଟିହାରର ଅମଦାବାଦ୍‌ ଅଞ୍ଚଳ ଗଙ୍ଗାର ଶାଖା ନଦୀ ମହାନନ୍ଦା ଦ୍ୱାରା ପରିବେଷ୍ଟିତ। ବର୍ଷରେ ୫-୬ମାସ ଏଠାରେ ଜନସାଧାରଣ ଯିବାଆସିବା ପାଇଁ ଡଙ୍ଗା ଉପରେ ଭରସା କରନ୍ତି। ତେଣୁ ଏଠାରେ ବିବାହ ଆୟୋଜନ ପୂର୍ବରୁ ପ୍ରଥମେ ଡ଼ଙ୍ଗା ବୁକିଂ କରିବାକୁ ହୋଇଥାଏ। 

ବଡ଼ ଦୋସା

ବଡ଼ ଦୋସା

ଦୋସା, ହେଇପାରେ ଦକ୍ଷିଣ ଭାରତୀୟ ଖାଦ୍ୟ। ହେଲେ ସାରା ପୃଥିବୀରେ ରହିଛି ଏହାର ଆଦର। ଏହି ଦୋସାକୁ ନେଇ ରେକର୍ଡ ବି ହୋଇଛି। ଯେମିତିକି ରେଡିଓ ମିର୍ଚି ୯୮.୩ ଏଫ୍‌ଏମ୍‌ ଏବଂ ନାଚୁରେଲା ରିଫାଇନ୍‌ଡ ସନ୍‌ଫ୍ଲାଓ୍ବାର ଅଏଲ୍‌ ମିଳିତଭାବେ ପୃଥିବୀର ସବୁଠାରୁ ଲମ୍ବା ଦୋସା ତିଆରି କରି ଗିନିଜ୍‌ ଓ୍ବାର୍ଲଡ ରେକର୍ଡ କରିଛନ୍ତି। 

ମୃତକଙ୍କ ପାଇଁ ହୋଟେଲ

ମୃତକଙ୍କ ପାଇଁ ହୋଟେଲ

ହୋଟେଲ ଏକ ବିଳାସପୂର୍ଣ୍ଣ ସ୍ଥାନ ଯେଉଁଠାରେ ଲୋକେ ଖାଦ୍ୟ ପାନୀୟ ଗ୍ରହଣ କରିବା ସହିତ ଆରାମରେ ବିଶ୍ରାମ ମଧ୍ୟ ନେଇଥାନ୍ତି। ବିଭିନ୍ନ ପ୍ରକାରର ହୋଟେଲ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ ମଧ୍ୟ। 

୮୦ ବର୍ଷରେ ସାଲ୍‌ସା

୮୦ ବର୍ଷରେ ସାଲ୍‌ସା

ବ୍ରିଟେନ୍‌ର ୮୦ ବର୍ଷୀୟା ପେଡି ଜୋନ୍ସ। ଚର୍ମରେ ତାଙ୍କର କୁଞ୍ଚନ ଆସିଗଲାଣି। ଆଉ ବୟସର ଛାପ ବି ବାରି ହୋଇଯାଉଛି। ହେଲେ ମନ ତାଙ୍କର ଏବେ ବି ଯୁବସୁଲଭ। ଆଉ ସେ ଏମିତି କାରନାମା କରି ଦେଖାଇଛନ୍ତି, ଯାହା ଯୁବପିଢିଙ୍କ ପାଇଁ ବି କରିବା ଅସମ୍ଭବ। 

ମୂଷାଙ୍କ ପାଇଁ ଗାଁ

ମୂଷାଙ୍କ ପାଇଁ ଗାଁ

ଫଟୋଗ୍ରାଫର୍‌ ସିମୋନ୍‌ ଡେଲ୍‌ ଦିନେ ନିଜ ବଗିଚାକୁ ପକ୍ଷୀମାନଙ୍କର ଫଟୋ ଉଠାଇବାକୁ ଆସିଥାଆନ୍ତି। ଏତିକିବେଳେ ତାଙ୍କର ନଜର ପଡିଲା ଏକ ସୁନ୍ଦର ମୂଷା ପରିବାର ଉପରେ। ଯେଉଁମାନେ ନେଉଳ ଭଳି ପଛ ଦୁଇଗୋଡରେ ଠିଆ ହୋଇ ଚାରିଆଡେ ବୁଲି ଦେଖୁଥିଲେ।

ମଣିଷ ଶୁଏ, ମସ୍ତିଷ୍କ ଶୁଏନା

ମଣିଷ ଶୁଏ, ମସ୍ତିଷ୍କ ଶୁଏନା

ମଣିଷ ନିଦ୍ରା ଯାଏ। ଥକିଗଲେ ଶୋଇପଡ଼େ। ହେଲେ ବାସ୍ତବରେ ମଣିଷ ଶୁଏନା। କେବଳ କିଛି ସମୟ ବିଶ୍ରାମ ନେଇଥାଏ। ଆଉ ସେତିକିବେଳେ ତା’ର ମସ୍ତିଷ୍କ ଏକ ଜାଗ୍ରତ ପ୍ରହରୀ ପରି ତାକୁ ଜଗି ରହିଥାଏ।

ପ୍ରଥମ ରୋଜଗାର ବାପାଙ୍କୁ ଦେଇଥିଲି

ପ୍ରଥମ ରୋଜଗାର ବାପାଙ୍କୁ ଦେଇଥିଲି

”ମା’ଲୋ ମଲି ବିଛା କାମୁଡିଲା ରାତିରେ କାଲି...“ ଏବଂ ”ଲେ ଲେଇଜା ଲଚକ ମଣି ଲବଙ୍ଗଦିଆ ପାନ“ ଭଳି ଏକାଧିକ ହିଟ୍‌ ଗୀତରେ କଣ୍ଠଦାନ କରିଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

କତା କାରିଗରି

କତା କାରିଗରି

ଦିନ ଥିଲା ନଡ଼ିଆକତାକୁ  କେବଳ ଜାଳେଣି ରୂପେ ବ୍ୟବହାର କରାଯାଉଥିଲା। ଏବେ କାରିଗରମାନେ ନଡ଼ିଆକତାରେ ବିଭିନ୍ନ କଳାକୃତିକରି ଜୀବିକା ନିର୍ବାହ କରିପାରୁଛନ୍ତି। ଏହା କେବଳ ଓଡ଼ିଶା ଭିତରେ  ସୀମିତ  ନ ହୋଇ  ପହଞ୍ଚିଛି ସାରା ବିଶ୍ୱରେ...

ଏଜୁକେଶନ୍‌ ଆପ୍‌

ଏଜୁକେଶନ୍‌ ଆପ୍‌

ଦିନଥିଲା ପାଠ ସମ୍ବନ୍ଧିତ କୌଣସି ଆବଶ୍ୟକତା ଥିଲେ ବିଦ୍ୟାର୍ଥୀଙ୍କୁ ଶିକ୍ଷାନୁଷ୍ଠାନ ଯାଇ ଶିକ୍ଷୟିତ୍ରୀଶିକ୍ଷକଙ୍କ ସାହାଯ୍ୟ ନେବାକୁ ପଡୁଥିଲା। ଯେଉଁଥିରେ ପରିଶ୍ରମ ସହ ସମୟ ବି ନଷ୍ଟ ହେଉଥିଲା। ହେଲେ ବର୍ତ୍ତମାନର ଅତ୍ୟାଧୁନିକ ଜ୍ଞାନକୌଶଳ ଯୁଗରେ ଏହି ସମସ୍ୟାର ସମାଧାନ କରିବାରେ ବେଶ୍‌ ସହାୟକ ହୋଇପାରୁଛି ବିଭିନ୍ନ ଏଜୁକେଶନ୍‌ ଆପ୍‌। ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ଠାରୁ ଆରମ୍ଭ କରି ଶିକ୍ଷୟିତ୍ରୀଶିକ୍ଷକ, ଶିକ୍ଷାନୁଷ୍ଠାନ ଏବଂ ଅଭିଭାବକଙ୍କ ପର୍ଯ୍ୟନ୍ତ ସମସ୍ତେ ଉପକୃତ ହେଉଛନ୍ତି। ଏହାକୁ ବ୍ୟବହାର କରିବା ଦ୍ୱାରା ଛାତ୍ରୀଛାତ୍ରମାନେ ପୂର୍ବାପେକ୍ଷା ଅଧିକ ଇଣ୍ଟରଆକ୍ଟିଭ୍‌ ହେଉଥିବା ଦେଖିବାକୁ ମିଳୁଛି...

ବନ୍ଧୁଙ୍କ ମେଳରେ ସମୟ କାଟିଲେ ମନ ହୁଏ ହାଲକା

ବନ୍ଧୁଙ୍କ ମେଳରେ ସମୟ କାଟିଲେ ମନ ହୁଏ ହାଲକା

ବିଭିନ୍ନ ସାମାଜିକ ତଥା ଆର୍ଥିକ ସମସ୍ୟା ଯୋଗୁ ମନ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଇଥାଏ। 

ଶୋଷ ଲାଗିଲେ ପେଟ୍ରୋଲ ପିଉଛି ମାଙ୍କଡ଼

ଶୋଷ ଲାଗିଲେ ପେଟ୍ରୋଲ ପିଉଛି ମାଙ୍କଡ଼

କଥାଟା ଅଡୁଆ ଲାଗୁଛି ସତ। ହେଲେ ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଓିଡ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ମାଙ୍କଡ଼ ଶୋଷ ଲାଗିଲେ ପାଣି ବଦଳରେ ପେଟ୍ରୋଲ ପିଉଥିବା ଦେଖାଯାଉଛି।