ଫୁରସତ |

ମାଗଣାରେ ନୃତ୍ୟର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ

ମାଗଣାରେ ନୃତ୍ୟର ପ୍ରଚାର ପ୍ରସାର କରିବା ଲକ୍ଷ୍ୟ

ପିଲାଦିନୁ ସେ ଖୁବ୍‌ ଚୁପ୍‌ଚାପ୍‌। କାହା ସହିତ ମିଶି ନ ପରିବାର ଅଭିଯୋଗ ଅନେକ। ଏମିତିରେ ପୁରୀ ଗଦାଧର ହାଇସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରି ଏସସିଏସ୍‌ କଲେଜରେ ପଢ଼ିଲେ। ଏଇ ଲାଜକୁଳା ସ୍ବଭାବ ପାଇଁ ପରିବାର ଲୋକ ଚିନ୍ତାରେ ଥିଲେ ସେ କ’ଣ କରିବ ଭବିଷ୍ୟତରେ। କିନ୍ତୁ ଭବିଷ୍ୟତର ନିଷ୍ପତ୍ତି ସେ ନେଇସାରିଥିଲେ। ଏକମାତ୍ର ଲକ୍ଷ୍ୟ ଥିଲା କୋରିଓଗ୍ରାଫର ହେବା। ଇଏ ହେଲେ ସୂର୍ଯ୍ୟନ୍‌ ରଥ। ମା’ ସରସ୍ବତୀ ଓ ପିତା ଲଡୁ କିଶୋର ରଥ। ପୁରୀ ଲୋକନାଥ ରୋଡ୍‌ରେ ତାଙ୍କ ଘର । ଯୁକ୍ତ+୩ ୨ୟ ବର୍ଷରେ ପଢ଼ୁଥିବା ବେଳେ ଯେତେବେଳେ କୋରିଓଗ୍ରାଫର ହେବେ ବୋଲି ଘରେ କହିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ ଥିଲା। ଏକରେ ତ ଚୁପ୍‌ଚାପ ଲାଜକୁଳା ସ୍ବଭାବର। ସେଥିରେ ପୁଣି ସେ ନାଚ ବି ଶିଖିନାହାନ୍ତି। କିନ୍ତୁ ସୂର୍ଯ୍ୟନ୍‌୍‌ଙ୍କର ମତ ବଦଳିବାର ନ ଥିଲା। ତେଣୁ ସେ ଯୋଗଦେଲେ ଏମ୍‌ଆଇ ଏସ ଡ୍ୟାନ୍ସ ଗ୍ରୁପ୍‌ରେ। ଏଠାରେ ଗୋଟିଏ ବର୍ଷ ଶିଖିବା ପରେ ବଟକୃଷ୍ଣ ପୁଷ୍ପାଳଙ୍କ ଡ୍ୟାନ୍ସ କ୍ଲାସକୁ ଗଲେ। ଏଠାରେ ସପ୍ତାହରେ ଦୁଇଦିନ ହେଉଥିଲା। କିନ୍ତୁ ତାଙ୍କ ଶିଖିବାର ନିଶା ଥିଲା ପ୍ରବଳ। ତେଣୁ ସେ ବଟକୃଷ୍ଣ ପୁଷ୍ପାଳଙ୍କଠାରୁ ଡ୍ୟାନ୍ସ କ୍ଲାସ୍‌ର ଚାବି ମାଗିନେଇ ଆସିଥିଲେ। ପ୍ରତିଦିନ କ୍ଲାସ ନ ଥିବାବେଳେ ବି ଯାଇ ଡ୍ୟାନ୍ସ ପ୍ରାକ୍ଟିସ୍‌ କରୁଥିଲେ। ତାଙ୍କର ନାଚ ପ୍ରତି ନିଷ୍ଠା ଦେଖି ତାଙ୍କୁ ବଟକୃଷ୍ଣ ପୁଷ୍ପାଳ ଭୁବନେଶ୍ୱର ଆଣି ବିଶ୍ୱସ୍ବରୂପ ମିଶ୍ରଙ୍କ ପାଖରେ ଛାଡିଲେ। ଏଠାରେ ଜାଜ୍‌, ବାଲେ,ସାଲ୍‌ସା ଆଦି ବିଭିନ୍ନ ପ୍ରକାର ମଡର୍ନ ଡ୍ୟାନ୍ସ ଶିଖିଲେ। ଏଠାରେ ସେ ୫ ବର୍ଷ ଶିଖିଲେ। ସେ କେବଳ ଏଠାରେ ନାଚୁଥିଲେ। ତାଙ୍କର ରହିବା ଖାଇବା ସବୁକଥା ନିଜ ପାଖରେ ରଖି ବୁଝୁଥିଲେ ବିଶ୍ୱସ୍ବରୂପ ମିଶ୍ର। ଏଇଠି ଇଟିଭିରେ ‘ଓ୍ବାନ ଟୁ ଚାଚାଚା’ ର ଫାଇନାଲିଷ୍ଟ ଓ ତରଙ୍ଗର ‘ଧୁମ୍‌ ମଚାଲେ’ ରେ ସେମିଫାଇନାଲିଷ୍ଟ ଭାବରେ ବିବେଚିତ ହେଲେ। ଏହା ପରେ ପରେ ‘ଡ୍ୟାନ୍ସ ଚ୍ୟାଲେଞ୍ଜ’, ‘ଡ୍ୟାନ୍ସ ଧମାଲ’ ଆଦି ଅନେକ କାର୍ଯ୍ୟକ୍ରମରେ ଭାଗନେଲେ। କିନ୍ତୁ ପ୍ରଥମେ ପ୍ରଥମେ ‘ତାରା ରମ୍‌ ପମ୍‌’ ରେ ଜଣେ ମେଣ୍ଟର ଭାବରେ ଅଂଶ ଗ୍ରହଣ କରିଥିଲେ। ଏହା ପରେ ସେ ବମ୍ବେ ଯାଇ ଷ୍ଟାରପ୍ଲସର ‘ଡ୍ୟାନ୍ସ ପ୍ଲସ୍‌ ସିଜନ ୧’ରେ ୨୪ ଜଣଙ୍କ ଭିତରେ ଓ ଆଣ୍ଡ ଟିଭିର ‘ସୋ ୟୁ ଥିଙ୍କ ୟୁ କାନ ଡ୍ୟାନ୍ସ’ରେ ଶୀର୍ଷ ୫୦ ଜଣଙ୍କ ଭିତରେ ରହିଲେ। ଏହି ଭିତରେ ସେ ‘ଡିଜନି ବିୟୁଟି ଆଣ୍ଡ ଦି ବିଷ୍ଟ’ରେ ଟେରେନ୍ସ ଲୁଇସ୍‌ଙ୍କ ସହିତ କାମ କରିବାର ସୁଯୋଗ ପାଇଲେ। ଏହା ଥିଲା ଭାରତର ପ୍ରଥମ ଇଂଲିଶ ମ୍ୟୁଜିକାଲ ପ୍ରୋଗ୍ରାମ। ଏଇଠି କାମ କରିବା ଭିତରେ ‘ବସ୍କୋ ସିଜର ଡ୍ୟାନ୍ସ କମ୍ପାନୀ’ (ବଲିଉଡ ଗୀତର କୋରିଓଗ୍ରାଫି କରନ୍ତି) ସହିତ ଯୋଗାଯୋଗ କଲେ। ପ୍ରତିଦିନ ସେ ବସ୍କୋଙ୍କୁ ମେସେଜ ପଠାନ୍ତି ଆଉ ଅପେକ୍ଷା କରନ୍ତି କେବେ ସେ ତାଙ୍କୁ ଡାକିବେ। ଅନେକ ଦିନ ପରେ ବସ୍କୋ ତାଙ୍କୁ ଡାକିଲେ କାମ କରିବା ପାଇଁ। ଆଉ ଏହି ସମୟରେ ସେ ଟେରେନ୍ସଙ୍କ ସହ କାମ କରୁଛନ୍ତି ଆଉ ଚାରିମାସ ପରେ ସରିଯିବ ବୋଲି କହିଥିଲେ। ବସ୍କୋ କହିଥିଲେ ଠିକ ଅଛି କାମ ସାରି ଚାରିମାସ ପରେ ଆସ। ଆଉ ଚାରିମାସ ପରେ ଯାଇ ସେ ବସ୍କୋ କମ୍ପାନୀରେ କାମ କଲେ। ଏଇଠୁ ହିଁ ତାଙ୍କର ବିଧିବଦ୍ଧ ଭାବରେ ବଲିଉଡ ଗୀତରେ କୋରିଓଗ୍ରାଫି ଆରମ୍ଭ ହେଲା। ଏଇଠି ସେ ‘ଫୁକ୍‌ରେ ରିଟର୍ନ’, ‘ଜଲି ଏଲ ଏଲ ବି’, ‘ଢିସୁମ’ ଆଦିରେ କାମ କଲେ। ନିକଟରେ ସେ ଶାହରୁଖ ଖାନ ଙ୍କ ସହ ମ୍ୟାଥମେଟିକାଲ ଆଡ୍‌ରେ ଆସିଛନ୍ତି। ଏ ଭିତରେ ସେ ଓଡିଆ ଫିଲ୍ମ ‘ଅଜାତ ଶତ୍ରୁ’ରେ ଜଣେ ଅଭିନେତା ଓ ‘ତୋ ପ୍ରେମରେ ପଡିଲା ପରେ’ରେ କୋରିଓଗ୍ରାଫର ଭାବରେ ମଧ୍ୟ କାମ କରିଛନ୍ତି। ତାଙ୍କର ଭବିଷ୍ୟତର ଲକ୍ଷ୍ୟ ହେଉଛି ଡ୍ୟାନସ୍‌ର ଏକ ଓ୍ବାର୍କଶପ କରିବା। ଏଥିରେ ସେ ଭାରତର ୨୦ ଟି ସହର ବୁଲି ଡ୍ୟାନସ୍‌ ଓ୍ବାର୍କଶପ କରିବେ। ଏଥିରେ ନୃତ୍ୟ ପ୍ରତି ଆଗ୍ରହୀ ଅଥଚ ସୁଯୋଗ ପାଉ ନ ଥିବା ଗରିବ ପିଲାମାନଙ୍କୁ ସୁଯୋଗ ମିଳିବ। ବରୁଣ ଧଓ୍ବନ ଓ ପ୍ରଭୁଦେବାଙ୍କ ପରି ବଲିଉଡ୍‌ ସେଲିବ୍ରିଟିଙ୍କୁ ଆଣିବାର ଯୋଜନା ମଧ୍ୟ ରଖିଛନ୍ତି।

All Right Reserved By

ଫୁରସତ |

‘ଶିଶୁଙ୍କ ମନକୁ ଅନୁଧ୍ୟାନ କରି ଲେଖାଯିବା ଦରକାର’-ବୀରେନ୍ଦ୍ର ମହାନ୍ତି

‘ଶିଶୁଙ୍କ ମନକୁ ଅନୁଧ୍ୟାନ କରି ଲେଖାଯିବା ଦରକାର’-ବୀରେନ୍ଦ୍ର ମହାନ୍ତି

ଶିଶୁ ସାହିତି୍ୟକ ବୀରେନ୍ଦ୍ର ମହାନ୍ତି। ଓଡ଼ିଆ ଶିଶୁ ସାହିତ୍ୟର ଜଣେ ପରିଚିତ ଚେହେରା। ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ତାଙ୍କର ୨୫ ଖଣ୍ଡ ପୁସ୍ତକ ଏବଂ ୬ ଖଣ୍ଡ ଅନୁବାଦ ପୁସ୍ତକ ଓଡ଼ିଆ ଶିଶୁ ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିଛି। ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ପୁରସ୍କାର ଓ ସମ୍ମାନ ପାଇଥିବା ବୀରେନ୍ଦ୍ର ଶୁକ୍ରବାର କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍‌ ସାହିତ୍ୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ପକେଟରେ ରଖିହେବ କିବୋର୍ଡ

ପକେଟରେ ରଖିହେବ କିବୋର୍ଡ

ସିଓଲ୍‌: ବୈଜ୍ଞାନିକମାନେ ସ୍ବଳ୍ପ ବ୍ୟୟସାପେକ୍ଷ ଏକ ନମନୀୟ କିବୋର୍ଡ ବିକାଶ କରିଛନ୍ତି। ଏହାକୁ ସଙ୍କୁଚିତ କରି ପକେଟରେ ବହନକରି ହେବ। ଏହାଦ୍ୱାରା କିବୋର୍ଡଟି ଭାଙ୍ଗିଯିବ ନାହିଁ। ପୋର୍ଟେବୁଲ୍‌ କିବୋର୍ଡ ବର୍ତ୍ତମାନ ବଜାରରେ ମିଳୁଥିଲେ ହେଁ ସେଗୁଡିକର ନମନୀୟତା ଗୁଣ ଖୁବ୍‌ କମ୍‌। ସେଗୁଡ଼ିକ ଯେଉଁ ଆକୃତିର ସେହି ଆକୃତିରେ ପରିବହନ କରାଯାଇ ପାରିବ।

ପୁରାତନ ସମାଧିରୁ ମିଳିଲା ବିଲୁପ୍ତପ୍ରାୟ ଗିବନ୍‌ର କଙ୍କାଳ

ପୁରାତନ ସମାଧିରୁ ମିଳିଲା ବିଲୁପ୍ତପ୍ରାୟ ଗିବନ୍‌ର କଙ୍କାଳ

ଲଣ୍ଡନ: ଚାଇନାର ଏକ ସମାଧିରୁ ଗବେଷକମାନେ ବିଲୁପ୍ତପ୍ରାୟ ଏକ ଗିବନ୍‌ (ଦକ୍ଷିଣ-ପୂର୍ବ ଏସିଆର ଲମ୍ବାହାତ ବିଶିଷ୍ଟ ମାଙ୍କଡ)ର କଙ୍କାଳ ଠାବ କରିଛନ୍ତି। ଆଧୁନିକ ଶାଙ୍କ୍‌ଜି ଚାଇନା ଅନ୍ତର୍ଗତ ଚାଙ୍ଗ୍‌ଆନ୍‌ ନଗରୀରେ ଥିବା ପାଖାପାଖି ୨୨୦୦ରୁ ୨୩୦୦ବର୍ଷ ତଳର ଏକ ସମାଧି ମଧ୍ୟରୁ ଏହି ମାଙ୍କଡର କଙ୍କାଳ ଆବିଷ୍କାର କରାଯାଇଛି। ଲମ୍ବାହାତ ବିଶିଷ୍ଟ ପାତିମାଙ୍କଡ ଲୋପ ପାଇବାର ଏହା ହେଉଛି ଏକ ପ୍ରାମାଣିକ ତଥ୍ୟ।

ବାପା ହେବାପାଇଁ କନଷ୍ଟେବଳ ମାଗିଲେ ଛୁଟି

ବାପା ହେବାପାଇଁ କନଷ୍ଟେବଳ ମାଗିଲେ ଛୁଟି

ସରକାରୀ ଅବା ବେସରକାରୀ ସଂସ୍ଥାରେ କାମ କରୁଥିବା ଲୋକେ କୌଣସି ଜରୁରୀ କାମ ଥିଲେ କାର୍ଯ୍ୟାଳୟରେ ଛୁଟି ଆବେଦନ କରିଥାଆନ୍ତି। କେବେ ନିଜର ଦେହ ଖରାପ, ଦୂରସ୍ଥାନକୁ ଯାତ୍ରା କରିବାକୁ ହେଉ ଅବା ବିବାହ ଉତ୍ସବରେ ଯୋଗଦେବା ପାଇଁ ସାଧାରଣତଃ ଛୁଟି ଆବେଦନ କରାଯାଇଥାଏ।

ବର୍ଷା ହେଲେ ବଦଳେ ନଦୀର ରଙ୍ଗ

ବର୍ଷା ହେଲେ ବଦଳେ ନଦୀର ରଙ୍ଗ

କଲମ୍ବିଆରେ ଥିବା କେନୋ କ୍ରିଷ୍ଟାଲ ନଦୀ। ପର୍ଯ୍ୟଟକଙ୍କ ଲାଗି ପାଲଟିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। କାରଣ ଏହି ନଦୀର ପାଣି ୫ଟି ରଙ୍ଗର। ବର୍ଷର ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଏହି ନଦୀର ପାଣି ୫ଟି ରଙ୍ଗରେ ପରିବର୍ତ୍ତନ ହୋଇଥାଏ।

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

କୁହାଯାଏ କିନ୍ନରଙ୍କୁ ସନ୍ତୁଷ୍ଟ କଲେ ସେମାନେ ଯାହା ଆଶୀର୍ବାଦ କରନ୍ତି ତାହା ପ୍ରାପ୍ତ ହୋଇଥାଏ। ବେଳେବେଳେ କେତେକେ କିନ୍ନରଙ୍କୁ ଦାନ ଦେବାକୁ ଅରାଜି ହୋଇଥାଆନ୍ତି। ହେଲେ କିନ୍ନର ଆପଣାଛାଏଁ କାହା ଘରେ ଯଦି ପହଞ୍ଚିଥାଆନ୍ତି ତେବେ ତାହାକୁ ଶୁଭ ବୋଲି କୁହାଯାଏ।

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ପୃଥିବୀରେ ଅଛନ୍ତି କୋଟି କୋଟି ଜୀବ । ଏମାନଙ୍କ ମଧ୍ୟରୁ ଅନେକେ ମଣିଷ ସମାଜ ପାଇଁ ହୋଇଥାଆନ୍ତି ଲାଭଦାୟକ। ତେବେ ଏଭଳି ଜୀବ ମଧ୍ୟରୁ ଝିଟିପିଟି ଅନ୍ୟତମ। ଏମାନଙ୍କର ମଧ୍ୟ ରହିଛି ପ୍ରକାର ଭେଦ। ତେବେ ଏହି ଝିଟିପିଟିର ଅଣ୍ଡା ମଣିଷକୁ କରିଦେଇପାରେ କୋଟିପତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାରଣ ଗିକୋ ପ୍ରଜାତିର ଝିଟିପିଟି ଯେଉଁ ଅଣ୍ଡା ଦେଇଥାଏ ତାହା ବହୁ ମୂଲ୍ୟବାନ୍‌।

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟା ସମୟରେ ଶୋଇଲେ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ନକାରାତ୍ମକ ପ୍ରଭାବ। କାରଣ ଏହାଦ୍ୱାରା ଶରୀରର ମେଟାବୋଲିକ ପ୍ରକିୟା ବାଧା ପାଇଥାଏ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଓ୍ବାଶିଂଟନ: ରକ୍ତର ରଙ୍ଗ ସାଧାରଣତଃ ଲାଲ। ହେଲେ ଏଭଳି ଏକ ପ୍ରଜାତିର କଙ୍କଡା ଅଛନ୍ତି ଯାହାଙ୍କ ରକ୍ତର ରଙ୍ଗ ନୀଳ। ଆଉ ଏହି ନୀଳ ରକ୍ତ ମଣିଷ ପାଇଁ ଅମୃତ ସମାନ ବୋଲି ଆମେରିକାର ବିଶେଷଜ୍ଞମାନେ କହିଛନ୍ତି।

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ଯୁବବର୍ଗଙ୍କ ମଧ୍ୟରେ ବିବାହ ନେଇ ରହିଥାଏ ଆଗ୍ରହ। ବିବାହ ଆରେଞ୍ଜ ହେବ ନା ପ୍ରେମ ବିବାହ ହେବ ସେନେଇ ରହିଥାଏ ଉତ୍ସୁକତା। ତେବେ ଜନ୍ମ ତାରିଖରୁ ପ୍ରେମ ବିବାହ ସମ୍ପର୍କରେ ମିଳେ ସୂଚନା।

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ସଫଳତାର ପ୍ରକୃତ ଅର୍ଥ ନୁହେଁ ଆବଶ୍ୟକତାଠାରୁ ଅର୍ଥ ଜମା କରିବା କିମ୍ବା ବଡ ବଡ ବଙ୍ଗଳା ଓ ଗାଡ଼ି କିଣିବା । ସଫଳତାର ଅର୍ଥ ହେଉଛି ପ୍ରତିଦିନ ନିଜ ଲାଗି ଜଣେ ଯେଉଁ ଲକ୍ଷ୍ୟ ସ୍ଥିର କରିଛନ୍ତି ତାହା ହାସଲ ପାଇଁ ପ୍ରୟାସ ଜାରି ରଖିବା ।

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି। ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା।

Model This Week

ପ୍ରଭାତ