ଫୁରସତ |

ଭିନ୍ନ ଏକ କର୍ମଶାଳା: ‘ଆର୍ଯ୍ୟକଳା ନିଳୟ’

 ଭିନ୍ନ ଏକ କର୍ମଶାଳା: ‘ଆର୍ଯ୍ୟକଳା ନିଳୟ’

ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଅନ୍ତର୍ଗତ କୁହୁଡ଼ି ଗ୍ରାମପଞ୍ଚାୟତର କୁହୁଡ଼ି ବଜାରଠାରେ ଥିବା ଏକ ପୁରୁଣା ମେରଦା ଘରେ ପ୍ରତିଷ୍ଠିତ ହୋଇଛି ଏକ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ। ଦେଶ ପରାଧୀନ ସମୟର କେତେକ ବିରଳ ସାମଗ୍ରୀ ଏଠାରେ ସାଇତା ହୋଇ ରହିଥିବା ବେଳେ ଦୀର୍ଘ ବର୍ଷଧରି କେବଳ ନିଜସ୍ବ ଉଦ୍ୟମରେ ପିଲାମାନଙ୍କୁ କଳା କାରିଗରି ଓ କୁଟୀରଶିଳ୍ପ ଶିକ୍ଷା ତାଲିମ ପ୍ରଦାନ କରାଯାଉଛି।
ଗାନ୍ଧୀବାଦୀ ନବକିଶୋର ପଟ୍ଟନାୟକ ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷକରି ପୁରୀ ଜିଲା ସତ୍ୟବାଦୀର ବକୁଳବନ ବିଦ୍ୟାଳୟରେ ମାଧ୍ୟମିକ ଶିକ୍ଷାଲାଭ କରିଥିଲେ। ସେତେବେଳେ ସେ ବାନରସେନାରେ ସାମିଲ ହୋଇଥିଲେ। ତା’ପରେ କଟକ ଆସି ପ୍ୟାରିମୋହନ ଏକାଡ଼େମୀ ଓ ପରେ ରେଭେନ୍‌ଶା କଲିଜିଏଟରେ ମାଟ୍ରିକ ପରୀକ୍ଷା ଦେଇଥିଲେ। କିନ୍ତୁ ସେହି ସମୟରେ ମହାତ୍ମା ଗାନ୍ଧୀଙ୍କ ସ୍ବାଧୀନତା ସଂଗ୍ରାମ ଡ଼ାକରା ଯୋଗୁ ସ୍କୁଲପଢା ବନ୍ଦ କରି ସେ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ନିର୍ଦ୍ଦେଶରେ ସ୍ବାଧୀନତା ଆନ୍ଦୋଳନ ଏବଂ ବାଲେଶ୍ୱରର ଇଞ୍ଚୁଡ଼ିଠାରେ ଆଚାଯର୍‌ୟ ହରିହରଙ୍କ ନେତୃତ୍ୱରେ ଲୁଣମରା ଆନ୍ଦୋଳନରେ ଯୋଗଦେଇଥିଲେ। ଏହାପରେ ଡ଼ ହରେକୃଷ୍ଣ ମହତାବଙ୍କ ସ୍ବାଧୀନତା ଆନ୍ଦୋଳନର ଫଟୋଗ୍ରାଫର ଭାବେ କାଯର୍‌ୟ କରିଥିଲେ। ସ୍ବାଧୀନତା ଆନ୍ଦୋଳନ ସମୟରେ ପୁରୀ, କଟକ, ବାଲେଶ୍ୱର ଅଞ୍ଚଳର ଫଟୋ ଉଠାଇ କଟକ ସ୍ବରାଜ ଆଶ୍ରମକୁ ପଠାଉଥିଲେ। ପୁରୀଠାରେ ହାତଲେଖା ‘ସତ୍ୟାଗ୍ରହ’ ପତ୍ରିକା ବାଣ୍ଟି ସେ କାରାବରଣ କରିଥିଲେ। ଗାନ୍ଧୀବାଦୀ ନବ କିଶୋର ପଟ୍ଟନାୟକ ଥିଲେ ଏକାଧାରରେ ଜଣେ ସ୍ବାଧୀନତାସଂଗ୍ରାମୀ, ଚିତ୍ରଶିଳ୍ପୀ, ବୈଦ୍ୟ, ବୈଜ୍ଞାନିକ, ଖବରଦାତା, କଳାକାର, ସଂଗଠକ, ନାଟ୍ୟକାର, ମୂର୍ତ୍ତିକାରିଗର, ବିଭିନ୍ନ ଅନୁଷ୍ଠାନର ପ୍ରତିଷ୍ଠାତା। ମାତ୍ର ସମାଜ ସେବାକୁ ନିଜର ବ୍ରତରୂପେ ପାଳନ କରି ସେ ୧୯୩୪ମସିହାରେ ‘ଆଯର୍‌ୟକଳା ନିଳୟ’ ପ୍ରତିଷ୍ଠା କରିଥିତ୍ଲେ।

ଆର୍ଯ୍ୟକଳା ନିଳୟ: ଏହାର ଉଦେଶ୍ୟ ଥିଲା ଗ୍ରାମାଞ୍ଚଳରେ ଦେଶ ସ୍ବାଧୀନତା ପାଇଁ ଜନଜାଗରଣ ସୃଷ୍ଟିକରିବା ସହିତ ସ୍ବଦେଶୀ ସାମଗ୍ରୀର ବ୍ୟବହାର, ଗ୍ରାମର ବିକାଶ ଓ ସଂସ୍କାର କରିବା। ଉତ୍କଳୀୟ କଳା, କୁଟୀରଶିଳ୍ପ, ସାହିତ୍ୟ, ସଂସ୍କୃତିର ବିକାଶ କିପରି ହୋଇପାରିବ ସେଥିପାଇଁ ପ୍ରୟାସ ଜାରି ରହିଥିଲା। ସେବା, ସଂସ୍କାର ନିମନ୍ତେ ଏହା ଏକ କର୍ମଶାଳାର ପୀଠଭୂମି ହୋଇଥିଲା। ପ୍ରତିବର୍ଷ ଏହି ଅନୁଷ୍ଠାନ ତରଫରୁ ନିଜସ୍ବ ଉଦ୍ୟମରେ ବିଭିନ୍ନ ସମୟରେ ମହାପୁରୁଷଙ୍କ ଜୟନ୍ତୀ ପାଳନ କରିବା ସହିତ, ଗୀତା ଜ୍ଞାନଯଜ୍ଞ, ଦୁର୍ଗାପୂଜା, ଶ୍ୟାମା କାଳୀପୂଜା ଆୟୋଜିତ କରାଯାଇଥାଏ। ଉତ୍କଳ ଦିବସ, ଶହୀଦ ଦିବସ, ପରିବେଶ ସୁରକ୍ଷା ଏବଂ ପ୍ରତିବର୍ଷ ରାଜ୍ୟର ବିଭିନ୍ନ ଅଞ୍ଚଳର କଳାକାରଙ୍କ ଦ୍ୱାରା ଆଯର୍‌ୟକଳା ନିଳୟଠାରେ ପାରମ୍ପରିକ ଲୋକକଳା ପରିବେଷଣ କରାଯାଇଥାଏ। ବିଭିନ୍ନ ଗଛର ପତ୍ର ଓ ଛେଲିକୁ ପ୍ରାକୃତିକ ପଦ୍ଧତିରେ ପ୍ରସ୍ତୁତ ରଙ୍ଗକୁ ନେଇ ହୋଲି ଉତ୍ସବ ପାଳିତ ହୋଇଥାଏ। ଗାଁ ଗହଳିର ଚାଷୀମାନଙ୍କୁ ବିଭିନ୍ନ ଋତୁର ଫସଲ ସମ୍ପକୀୟ ସୂଚନା ଦିଆଯାଉଥିଲା। ସନ୍ଧ୍ୟା ସମୟରେ ପୁରାଣ ପାଠ ଆଲୋଚନା କରାଯାଉଥିଲା ବେଳେ ବିଭିନ୍ନ ସାମାଜିକ ସଂସ୍କାର ମୂଳକ ଆଲୋଚନାଚକ୍ର କରାଯାଇଥାଏ। ଏପରି କି ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ପ୍ରତିଭାଙ୍କୁ ଏହି ଅନୁଷ୍ଠାନ ସମ୍ମାନିତ କରିଥାଏ।

ଆର୍ଯ୍ୟକଳା ମ୍ୟୁଜିୟମ: ଏହି ଅନୁଷ୍ଠାନ ପରିସରରେ ରହିଥିବା ପୁରାତନ ପେଟ୍ରୋମାକ୍ସ ଲାଇଟ, ବ୍ରିଟିଶ ସମୟର କ୍ୟାମେରା, ଆଚାଯର୍‌ୟ ହରିହର, ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଚିଠି, ପୁରୁଣା ପତ୍ରପତ୍ରିକା, ସିନେରି, କାଗଜମୁଖା, ବିଭିନ୍ନ ଫଟୋଚିତ୍ରଗୁଡ଼ିକ ମଧ୍ୟରୁ କେତେକ ସାଇତା ହୋଇ ରହିଛି। ଆବଶ୍ୟକ ସୁରକ୍ଷା ଓ ସଂରକ୍ଷଣ ଅଭାବରୁ ବିରଳ ସାମଗ୍ରୀଗୁଡ଼ିକ ନଷ୍ଟ ହୋଇଯାଇଛି। ସେତେବେଳେ ନବକିଶୋର ପଟ୍ଟନାୟକ କୁହୁଡ଼ିଠାରେ ଉତ୍କମଣି ସ୍ମୃତି ସଦନ,ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ।

ଆର୍ଯ୍ୟକଳା ବିଦ୍ୟାଳୟ: ପୂର୍ବରୁ ଆଯର୍‌ୟ ଇଣ୍ଡଷ୍ଟ୍ରିଆଲ କୋଅପରେଟିଭ ସୋସାଇଟି ଓ ଓରିଏଣ୍ଟାଲ ସେରାମିକ ଓ୍ବାର୍କର୍ସ ସଂସ୍ଥାରେ ଟାଇଲ ପ୍ରସ୍ତୁତ କରାଯାଉଥିଲା। ଲୁଗାସଫା ସାବୁନ, କୁକୁମ, କେଶ ତୈଳ, କାଳି, ମହମବତି, ଅଗରବତି, ଅଳ୍ପ ପୁଞ୍ଜିନିବେଶ କରି ଜଣେ ବେରୋଜଗାର ଯୁବକ କିପରି ରୋଜଗାରକ୍ଷମ ହୋଇପାରିବ ତାହାର ତାଲିମ ପ୍ରଦାମ କରାଯାଉଥିଲା। ‘ଚେଷ୍ଟାକଲେ ପାରିବ ’ଲେଖାରେ ଯୁବକମାନଙ୍କୁ ରୋଜଗାର ପାଇଁ କୁଟୀରଶିଳ୍ପରେ କର୍ମସଂସ୍ଥାନର ପ୍ରେରଣା ଦିଆଯାଉଥିଲା। ମାତ୍ର ୨୦୦୬ରୁ ଓଡ଼ିଶା ଲଳିତକଳା ଏକାଡେମୀ ସିଲାବସ ଅନୁଯାୟୀ ଛାତ୍ରୀଛାତ୍ରଙ୍କୁ ଆର୍ଟ ଶିକ୍ଷା ସହ ସାମୟିକ ଭାବେ ପିଲାମାନଙ୍କୁ ବିଭିନ୍ନ କୁଟୀରଶିଳ୍ପ ଶିକ୍ଷା ଦିଆଯାଇଥାଏ।

ଆଯର୍‌ୟକଳାର ଶିକ୍ଷା: ଆଇନଜୀବୀ ଶକ୍ତି ପ୍ରସାଦ ଦାସ କୁହନ୍ତି, ନବକିଶୋର ପଟ୍ଟନାୟକ ଥିଲେ ଆଜୀବନ ସମାଜସେବୀ ତଥା ସ୍ବାଧୀନତା ସଂଗ୍ରାମୀ। ପିଲାଦିନୁ ସେ ବହୁ ଅଭାବଅସୁବିଧାରେ କାଳାତିପାତ କରିଥିଲେ। ତାଙ୍କ ବାପମା’ଙ୍କର ସେ ଥିଲେ ଏକମାତ୍ର ପୁତ୍ର। ଆର୍ଯ୍ୟକଳା ନିଳୟର ଦାୟିତ୍ୱ ତୁଲାଉଥିବା ବିଧୁଭୂଷଣ ପଟ୍ଟନାୟକ କୁହନ୍ତି, ଓଡ଼ିଶାର ଇତିହାସ, ଐତିହ୍ୟ ଓ ପରମ୍ପରା ଆଦି ବିଷୟରେ ଶିକ୍ଷାଦାନ କରାଯାଇଥାଏ। ଶୈକ୍ଷିକ ଭ୍ରମଣ କରାଯିବା ସହ ପାରମ୍ପରିକ ଉତ୍ସବ ପାଳନ କରାଯାଇଥାଏ। ଏହା ପରାଧୀନ ଭାରତ ବର୍ଷର ଏକ ପୁରାତନ ନିଆରା ଅନୁଷ୍ଠାନ ଭାବେ ରାଜ୍ୟରେ ପରିଚିତ। -ବନବିହାରୀ ବେହେରା

All Right Reserved By

ଫୁରସତ |

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

କୁହାଯାଏ କିନ୍ନରଙ୍କୁ ସନ୍ତୁଷ୍ଟ କଲେ ସେମାନେ ଯାହା ଆଶୀର୍ବାଦ କରନ୍ତି ତାହା ପ୍ରାପ୍ତ ହୋଇଥାଏ। ବେଳେବେଳେ କେତେକେ କିନ୍ନରଙ୍କୁ ଦାନ ଦେବାକୁ ଅରାଜି ହୋଇଥାଆନ୍ତି। ହେଲେ କିନ୍ନର ଆପଣାଛାଏଁ କାହା ଘରେ ଯଦି ପହଞ୍ଚିଥାଆନ୍ତି ତେବେ ତାହାକୁ ଶୁଭ ବୋଲି କୁହାଯାଏ।

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ପୃଥିବୀରେ ଅଛନ୍ତି କୋଟି କୋଟି ଜୀବ । ଏମାନଙ୍କ ମଧ୍ୟରୁ ଅନେକେ ମଣିଷ ସମାଜ ପାଇଁ ହୋଇଥାଆନ୍ତି ଲାଭଦାୟକ। ତେବେ ଏଭଳି ଜୀବ ମଧ୍ୟରୁ ଝିଟିପିଟି ଅନ୍ୟତମ। ଏମାନଙ୍କର ମଧ୍ୟ ରହିଛି ପ୍ରକାର ଭେଦ। ତେବେ ଏହି ଝିଟିପିଟିର ଅଣ୍ଡା ମଣିଷକୁ କରିଦେଇପାରେ କୋଟିପତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାରଣ ଗିକୋ ପ୍ରଜାତିର ଝିଟିପିଟି ଯେଉଁ ଅଣ୍ଡା ଦେଇଥାଏ ତାହା ବହୁ ମୂଲ୍ୟବାନ୍‌।

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟା ସମୟରେ ଶୋଇଲେ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ନକାରାତ୍ମକ ପ୍ରଭାବ। କାରଣ ଏହାଦ୍ୱାରା ଶରୀରର ମେଟାବୋଲିକ ପ୍ରକିୟା ବାଧା ପାଇଥାଏ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଓ୍ବାଶିଂଟନ: ରକ୍ତର ରଙ୍ଗ ସାଧାରଣତଃ ଲାଲ। ହେଲେ ଏଭଳି ଏକ ପ୍ରଜାତିର କଙ୍କଡା ଅଛନ୍ତି ଯାହାଙ୍କ ରକ୍ତର ରଙ୍ଗ ନୀଳ। ଆଉ ଏହି ନୀଳ ରକ୍ତ ମଣିଷ ପାଇଁ ଅମୃତ ସମାନ ବୋଲି ଆମେରିକାର ବିଶେଷଜ୍ଞମାନେ କହିଛନ୍ତି।

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ଯୁବବର୍ଗଙ୍କ ମଧ୍ୟରେ ବିବାହ ନେଇ ରହିଥାଏ ଆଗ୍ରହ। ବିବାହ ଆରେଞ୍ଜ ହେବ ନା ପ୍ରେମ ବିବାହ ହେବ ସେନେଇ ରହିଥାଏ ଉତ୍ସୁକତା। ତେବେ ଜନ୍ମ ତାରିଖରୁ ପ୍ରେମ ବିବାହ ସମ୍ପର୍କରେ ମିଳେ ସୂଚନା।

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ସଫଳତାର ପ୍ରକୃତ ଅର୍ଥ ନୁହେଁ ଆବଶ୍ୟକତାଠାରୁ ଅର୍ଥ ଜମା କରିବା କିମ୍ବା ବଡ ବଡ ବଙ୍ଗଳା ଓ ଗାଡ଼ି କିଣିବା । ସଫଳତାର ଅର୍ଥ ହେଉଛି ପ୍ରତିଦିନ ନିଜ ଲାଗି ଜଣେ ଯେଉଁ ଲକ୍ଷ୍ୟ ସ୍ଥିର କରିଛନ୍ତି ତାହା ହାସଲ ପାଇଁ ପ୍ରୟାସ ଜାରି ରଖିବା ।

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି। ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା।

କୁପ୍ରଭାବ ଜାଣି ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ଲୋକେ

କୁପ୍ରଭାବ ଜାଣି ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ଲୋକେ

ନୂଆଦିଲ୍ଲୀ: ପରିବେଶ ଉପରେ ପ୍ଲାଷ୍ଟିକ୍‌ର ହାନିକାରକ ପ୍ରଭାବ ବିଷୟରେ ଅଧିକାଂଶ ଲୋକ ଅବଗତ। ଏହାସତ୍ତ୍ୱେ ସେମାନେ ପ୍ଲାଷ୍ଟିକ୍‌ର ବ୍ୟବହାର କରି ଚାଲିଛନ୍ତି। କାରଣ ଏହାର ଶସ୍ତା ବିକଳ୍ପ ଉପଲବ୍ଧ ନ ଥିବାରୁ ଲୋକେ ପ୍ଲାଷ୍ଟିକ୍‌ ବ୍ୟବହାର ପାଇଁ ବାଧ୍ୟ ହେଉଛନ୍ତି ବୋଲି ସଦ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି।

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍‌ ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ।

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ୍‌ ତାଙ୍କ ଟୁଇଟର ଆକାଉଣ୍ଟରେ ଭିଡିଓଟି ଶେୟାର କରିବା ସହ ଏକ ଭାବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛନ୍ତି।

ସେବାମନସ୍କ ପ୍ରିୟଙ୍କା

ସେବାମନସ୍କ ପ୍ରିୟଙ୍କା

ଜାତୀୟ ସେବା ଯୋଜନାରେ ସାମିଲ ହୋଇ ସମାଜ ସେବା କରିବାକୁ ତାଙ୍କୁ ମିଳିଛି ପ୍ରେରଣା। କଲେଜରେ ପାଠ ପଢିବା ବେଳେ ବିଭିନ୍ନ ସେବା କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ। ଥରେ ଜିଲା ପ୍ରଶାସନ ପକ୍ଷରୁ ପରିଚାଳିତ ହେଉଥିବା ଏକ ଶିଶୁ ଯତ୍ନ ଅନୁଷ୍ଠାନରେ ଏନଏସଏସ ପକ୍ଷରୁ ଦିନିକିଆ କ୍ୟାମ୍ପ ପଡିଥିଲା।

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ସମରେଶ ରାଉତରାୟ, ନଁ। ଶୁଣିବା ମାତ୍ରେ ଆଖି ଆଗରେ ନାଚିଉଠେ ତାଙ୍କ ଖଳନାୟକ ଭୂମିକାରେ ଅଭିନୟ। କିଛିଟା ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବି ଖଳନାୟକ ଭୂମିକା ପାଇଁ ସେ ଦର୍ଶକଙ୍କ ପାଖରେ ଅଧିକ ପରିଚିତ।

Model This Week

ପ୍ରଭାତ