ଫୁରସତ |

ପ୍ରଥମ ରୋଜଗାର : ପ୍ରଥମ ଦରମା ବୋଉଙ୍କୁ ଦେଇଥିଲି

ପ୍ରଥମ ରୋଜଗାର : ପ୍ରଥମ ଦରମା ବୋଉଙ୍କୁ ଦେଇଥିଲି

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ବରିଷ୍ଠ ସହାୟିକା ଭାବେ କାର୍ଯ୍ୟରତ ବୀଣାପାଣି ଚୌଧୁରୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...
ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ମୋର ଜନ୍ମ। ଶିକ୍ଷାଗତ ଯୋଗ୍ୟତା କହିଲେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାସ୍‌ କରିବା ସହ ଏଲ୍‌.ଏଲ୍‌.ବି ଓ ଲାଇବ୍ରେରି ସାଇନ୍ସ ବି ପଢିଛି। ପେସାରେ ମୁଁ ଜଣେ କର୍ମଜୀବି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ବରିଷ୍ଠ ସହାୟିକା ଭାବେ ଏବେ କାର୍ଯ୍ୟରତ। ଚାକିରି ପ୍ରଥମ ଦରମା ମୁଁ ମୋ ବୋଉଙ୍କ ହାତରେ ଦେଇଥିଲି। ଟଙ୍କା ଧରିଲା ପରେ ବୋଉଙ୍କ ଆଖିରୁ ଆନନ୍ଦାଶ୍ରୁ ଝରି ପଡିଥିଲା ଆଉ ସେ ମୋତେ କୁଣ୍ଢେଇ ପକେଇଥିଲେ। ସେହି ମୁହୂର୍ତ୍ତକୁ ଆଜି ଯାଏଁ ଭୁଲିପାରୁନି। ଝିଅ ହୋଇ ବାପା ଘରେ ଯେମିତି ଗେହ୍ଲା ଥିଲି ବୋହୁ ହେଇ ଶାଶୁଘରେ ବି ସେମିତି ସ୍ନେହ ପାଇଲି। ବିରଜା କ୍ଷେତ୍ର ଯାଜପୁରରେ ମୋ ଶାଶୁଘର ହୋଇଥିଲେ ହେଁ ଏବେ ମୁଁ ଭୁବନେଶ୍ୱରରେ ସପରିବାରେ ରହୁଛି। ଅବଶ୍ୟ ପର୍ବପର୍ବାଣୀରେ ଶାଶୁଘରକୁ ଯିବା ମୋର ଅଭ୍ୟାସ। ଚାକିରି ବାଦେ କବିତା ଲେଖିବାରେ ମୋର ବିଶେଷ ରୁଚି ରହିଛି। ସ୍କୁଲ ପଢ଼ାବେଳୁ କବିତା ଲେଖିବା ଆରମ୍ଭ କରିଥିଲି। ଡ. ବାସୁଦେବ ଦାସ ହେଉଛନ୍ତି ମୋ କାବ୍ୟ ଗୁରୁ। ୟା’ ଭିତରେ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ମୋର ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କବିତା ପ୍ରକାଶ ପାଇସାରିଲାଣି। ଆଉ ପ୍ରକାଶିତ ସମସ୍ତ କବିତାକୁ ନେଇ ଏକ କବିତା ସଂକଳନ ମଧ୍ୟ ହୋଇଛି, ଯାହାର ନାଁ ରଖିଛି ‘ବଲ୍ଲକୀ’। ନାରୀ ସଶକ୍ତୀକରଣ, ସମାଜରେ ଉପୁଜୁଥିବା ସମସ୍ୟା ହେଉଛି ମୋ କବିତାର କେନ୍ଦ୍ରବିନ୍ଦୁ। କେବଳ କବିତା ନୁହେଁ, ମଝିରେ ମଝିରେ ଫୁର୍‌ସତ ମିଳିଲେ ଗପ ଓ ପ୍ରବନ୍ଧ ମଧ୍ୟ ଲେଖିଥାଏ। ଏହାଛଡ଼ା ରୋଷେଇ, ଘରସଜ୍ଜା, ଗାର୍ଡେନିଂରେ ବି ମୋର ଆଗ୍ରହ ରହିଛି। ୟା’ଭିତରେ ଦୂରଦର୍ଶନର ରୋଷେଇ ପ୍ରୋଗ୍ରାମରେ ମୁଁ କେତେଥର ଭାଗ ମଧ୍ୟ ନେଇସାରିଲିଣି। ତା’ଛଡ଼ା ମୋ ବାବାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ବୃକ୍ଷରୋପଣ କରିବା, ଗରିବ ଓ ନିଃସହାୟ ଲୋକଙ୍କୁ ଖାଦ୍ୟ ଏବଂ ଲୁଗାପଟା ଦେବା, ଫ୍ରି ମେଡିକାଲ କ୍ୟାମ୍ପ ଆୟୋଜନ କରିବା ଇତ୍ୟାଦି କାମ କରି ଖୁବ୍‌ ଆତ୍ମଶାନ୍ତି ପାଇପାରୁଛି। ସେହିପରି ସାହିତ୍ୟ ଓ ସାମାଜିକ କାର୍ଯ୍ୟ ପାଇଁ ମୋତେ ଅନେକ ଅନୁଷ୍ଠାନ ତରଫରୁ ମାନପତ୍ର ମଳିବା ସହ ପୁରସ୍କୁତ ମଧ୍ୟ କରାଯାଇଛି। ଏଠାରେ ଗୋଟେ କଥା କହି ରଖିବି, ମନ ଥିଲେ ଉପାୟ ବଳେବଳେ ଆସେ। ବିଭିନ୍ନ କ୍ଷେତ୍ରରେ ନିଜକୁ ସାମିଲ କରିଥିଲେ ହେଁ କର୍ମକ୍ଷେତ୍ରକୁ କେବେ ବି ଅଣଦେଖା କରିନାହିଁ। ସବୁବେଳେ ତାକୁ ପ୍ରାଧାନ୍ୟ ଦେଇଆସିଛି।

All Right Reserved By

ଫୁରସତ |

ସଫଳତାର ସୂତ୍ର ସକାରାତ୍ମକ ଭାବନା

ସଫଳତାର ସୂତ୍ର ସକାରାତ୍ମକ ଭାବନା

ସକାରାତ୍ମକ ଭାବନା ମଣିଷକୁ ମାନସିକ ସ୍ତରରେ ସୁଦୃଢ କରିଥାଏ । ଯାହାକି ସଫଳତା ମାର୍ଗରେ ଅଗ୍ରସର ହେବାର ସବୁଠୁ ବଡ଼ ଚାବିକାଠି...

ବଗିଚା ପାଇଁ କିଛି ଜରୁରୀ ଟିପ୍ସ

ବଗିଚା ପାଇଁ କିଛି ଜରୁରୀ ଟିପ୍ସ

ସୁନ୍ଦର ବଗିଚାଟିଏ ଘରକୁ ଏକ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ। ତେବେ କିଛି ଜରୁରୀ ବାସ୍ତୁ ଟିପ୍ସ ଅନୁସରଣ କରି ଆପଣ ଏକ ସୁନ୍ଦର ବଗିଚା ପ୍ରସ୍ତୁତ କରିପାରିବେ, ଯାହାର ସୁପ୍ରଭାବ ଘର ଉପରେ ମଧ୍ୟ ପଡିଥାଏ।

ସାଥୀ: ଟିକେ ଛାଇ ଟିକେ ଖରା, ସିଆଣୀ ପ୍ରେମିକା ନ ଦିଏ ଧରା

ସାଥୀ: ଟିକେ ଛାଇ ଟିକେ ଖରା, ସିଆଣୀ ପ୍ରେମିକା ନ ଦିଏ ଧରା

ପ୍ରଶ୍ନ-ମୋ ପ୍ରେମିକା କେବଳ ଫୋନ୍‌ରେ କହୁଛି-ଆମେ ଦେଖାହେବା। ହେଲେ ଆଦୌ ଆସୁନି। ସେ ମୋ ସହ କାହିଁକି ଏମିତି ଲୁଚକାଳି ଖେଳ ଖେଳୁଛି ଜାଣିପାରୁନାହିଁ।

ମୁକ୍ତାକାଶ ହୋଟେଲ

ମୁକ୍ତାକାଶ ହୋଟେଲ

ଗ୍ରାହକଙ୍କୁ ଖାଇବା ଏବଂ ରହିବାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ରହିଛି ଅନେକ ହୋଟେଲ। ତେବେ ପୃଥିବୀରେ ଅଛି ଏଭଳି କିଛି ହୋଟେଲ, ଯାହାର ନିର୍ମାଣଶୈଳୀ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଖାସ୍‌ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କିଛି ସଂସ୍ଥା ଏଭଳି ପନ୍ଥା ଆପଣେଇଥାନ୍ତି। ତେବେ ସ୍ବିଜରଲାଣ୍ଡର ଆଲ୍‌ପସ୍‌ ପର୍ବତରେ ରହିଛି ଏଭଳି ଏକ ହୋଟେଲ, ଯାହାର ନା ଛାତ ଅଛି ନା କାନ୍ଥ।

 ଯୁବପିଢ଼ିଙ୍କ ଠାରେ ବଢୁଛି ସେଲ୍ଫ ଫଟୋ ପ୍ରିଣ୍ଟ୍‌ ବ୍ୟାକ୍‌ କଭର କ୍ରେଜ୍‌

ଯୁବପିଢ଼ିଙ୍କ ଠାରେ ବଢୁଛି ସେଲ୍ଫ ଫଟୋ ପ୍ରିଣ୍ଟ୍‌ ବ୍ୟାକ୍‌ କଭର କ୍ରେଜ୍‌

ମୋବାଇଲ୍‌ ପ୍ରେମୀମାନଙ୍କ ନିମନ୍ତେ ବଜାରକୁ ଆସିଥିବା ନୂଆ ଟ୍ରେଣ୍ଡ୍‌ ମୋବାଇଲ କଭର ପ୍ରିଣ୍ଟ ଏବେ ବହୁଳ ଭାବେ ଦେଖିବାକୁ ମିଳିଲାଣି । ତେବେ ଏମିତିରେ ଏହାର ଲୁକ୍‌କୁ ଆହୁରି ଆଇ କ୍ୟାଚି କରିବା ଲାଗି ବର୍ତ୍ତମାନ ଯୁବପିଢ଼ିଙ୍କ ଠାରେ ବଢୁଛି ସେଲ୍ଫ ଫଟୋ ପ୍ରିଣ୍ଟ ବ୍ୟାକ୍‌ କଭରର କ୍ରେଜ୍‌...

ମୁଣ୍ଡରେ ଆଣ୍ଟିନା

ମୁଣ୍ଡରେ ଆଣ୍ଟିନା

ଆଣ୍ଟିନା ତ ସମସ୍ତେ ଦେଖିଥିବେ। ହେଲେ କେବେ କାହା ମୁଣ୍ଡରେ ଆଣ୍ଟିନା ଲାଗିଥିବା ଦେଖି ନ ଥିବେ। ଏ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ। ନ୍ୟୁୟର୍କ ସିଟିରେ ରହୁଥିବା ସାଇବର୍ଗ ଆର୍ଟିଷ୍ଟ ‘ନିଲ୍‌ ହାର୍ବିସନ୍‌’ ନିଜ ମୁଣ୍ଡରେ ଆଣ୍ଟିନା ଲଗାଇଛନ୍ତି। ସେ ହେଉଛନ୍ତି ପୃଥିବୀର ପ୍ରଥମ ବ୍ୟକ୍ତି, ଯେକି ନିଜ ଖପୁରିକୁ କଣା କରାଇ ଆଣ୍ଟିନା ଲଗାଇଛନ୍ତି।

ନିଜ ଶରୀରକୁ କଲେ କାନ୍‌ଭାସ୍‌

ନିଜ ଶରୀରକୁ କଲେ କାନ୍‌ଭାସ୍‌

ବଡି ପେଣ୍ଟିଂ ଏକ ସୁନ୍ଦର କଳା। ଅନେକେ ଏହା ବିଷୟରେ ଜାଣିଥିବେ ଓ ଏହିଭଳି କଳାକୁ ଦେଖିଥିବେ ମଧ୍ୟ। ତେବେ ଅଷ୍ଟ୍ରେଲିଆ, ବ୍ରିସ୍‌ବେନ୍‌ର ଜର୍ଜିନା ର଼୍ୟାଲାଣ୍ଡ କରୁଥିବା ବଡି ପେଣ୍ଟିଂର କଥା ସବୁଠୁ ନିଆରା। ଏକାଧାରରେ ଜଣେ ମେକ୍‌ଅପ୍‌ ଆର୍ଟିଷ୍ଟ ଓ ବିଉଟି ବ୍ଲଗର୍‌ ଥିବା ଜର୍ଜିନା ଏହି ଆର୍ଟ କରିବା ପାଇଁ କୌଣସି ମଡେଲଙ୍କ ସାହାଯ୍ୟ ନିଅନ୍ତି ନାହିଁ।

ସ୍ନାନବେଦୀରେ ଗଣପତି ବେଶ

ସ୍ନାନବେଦୀରେ ଗଣପତି ବେଶ

ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କର ସ୍ନାନ ଉତ୍ସବକୁ ଶ୍ରୀଦାରୁବ୍ରହ୍ମଙ୍କର ଆଦ୍ୟଲୀଳା ବୋଲି କୁହାଯାଏ। ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତର ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ୍ନ। ସେତେବେଳେ ସ୍ନାନମଣ୍ଡପ ନ ଥିବାରୁ ଏକ କାଠର ମଞ୍ଚ ନିର୍ମାଣ କରାଯାଇ ତାହା ଉପରେ ସ୍ନାନବିଧି ସମାପନ ହୋଇଥିବା କଥିତ ଅଛି।

ଏଠି ଏସବୁ ମନା

ଏଠି ଏସବୁ ମନା

ଭ୍ରମଣର ସଉକ ଅନେକଙ୍କର ଥାଏ। କାହା କାହା ପାଇଁ ତ ଏହା ଏକ ନିଶା। ତେବେ ଭ୍ରମଣର ଅନୁଭୂତି ସେତେବେଳେ ମିଠା ଲାଗେ, ଯେବେ ଭ୍ରମଣଟି ହୁଏ ସୁଖକର। ଆଉ ଏହାକୁ ସୁଖକର ଓ ଅଭୁଲା କରିବାକୁ ହେଲେ ଦେଶର ନୀତି ନିୟମ ସମ୍ପର୍କରେ ଜାଣିବା ନିହାତି ଜରୁରୀ। କାରଣ ପୃଥିବୀର ବିଭିନ୍ନ ସ୍ଥାନରେ ରହିଛି ଅନେକ ଅଜବ ନିୟମ, ଯାହା କଳ୍ପନାଠୁ ଉର୍ଦ୍ଧ୍ୱରେ।

ହଜାରେ ଟଙ୍କା ଥିଲା ପ୍ରଥମ ପାରିଶ୍ରମିକ -ତାପସ ସ୍ବାଇଁ

ହଜାରେ ଟଙ୍କା ଥିଲା ପ୍ରଥମ ପାରିଶ୍ରମିକ -ତାପସ ସ୍ବାଇଁ

ଲୋକପ୍ରିୟ ଯାତ୍ରା ନିର୍ଦ୍ଦେଶକ ତାପସ ସ୍ବାଇଁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି...

ସୌଭାଗ୍ୟ ବୃଦ୍ଧି ଲାଗି ରବିବାର କରନ୍ତୁ ଉପାୟ...

ସୌଭାଗ୍ୟ ବୃଦ୍ଧି ଲାଗି ରବିବାର କରନ୍ତୁ ଉପାୟ...

ଜୀବନରେ ସଫଳତା ଲାଭ ପାଇଁ ସଭିଏଁ ଉଦ୍ୟମ ଜାରି ରଖିଥାନ୍ତି। ତେବେ ସୌଭାଗ୍ୟ ବୃଦ୍ଧି ଲାଗି ରବିବାର କେତେକ ଉପାୟ କଲେ ଏହା ଉପଯୋଗୀ ସାବ୍ୟସ୍ତ ହୋଇଥାଏ।

ରେଳ ଟ୍ରାକ୍‌ ଉପରେ ନଜର ରଖିବ ଡ୍ରୋନ୍‌

ରେଳ ଟ୍ରାକ୍‌ ଉପରେ ନଜର ରଖିବ ଡ୍ରୋନ୍‌

ନୂଆଦିଲ୍ଲୀ: ଏଣିକି ରେଳ ଟ୍ରାକ୍‌ଗୁଡ଼ିକ ଉପରେ ନଜର ରଖିବ ଡ୍ରୋନ୍‌। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ଯାଇ ଟ୍ରାକଗୁଡ଼ିକ ଉପରେ ମାନବ ବିହୀନ ବିମାନ ମୁତୟନ କରିବାକୁ ରେଲଓ୍ବେ ବିଚାର କରୁଛି।

Model This Week

ଆହାନା