ସମ୍ପାଦକୀୟ |

କ୍ଷମତା ଓ ଦଳ

କ୍ଷମତା ଓ ଦଳ
ଆକାର ପଟେଲ/ ଉତ୍ତର-ପୂର୍ବାଞ୍ଚଳରେ ଅନୁଷ୍ଠିତ ନିର୍ବାଚନ ପ୍ରତି ସମ୍ପ୍ରତି ଗଣମାଧ୍ୟମରେ ଯେତିକି ଆଗ୍ରହ ଓ ଉତ୍ସାହ ଦେଖିବାକୁ ମିଳିଲା, ତାହା କ୍ୱଚିତ୍‌ ଦେଖାଯାଇଥିଲା। ମୁଁ ଶନିବାର ସକାଳ ୭ଟା ପୂର୍ବରୁ ଦେଖିଲି ସବୁ ନ୍ୟୁଜ୍‌ ଚ୍ୟାନେଲ ତାଙ୍କ ପ୍ୟାନେଲ ଲିଷ୍ଟ ଧରି ପ୍ରସ୍ତୁତ ହୋଇ ରହିଛନ୍ତି ଏବଂ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ନିର୍ବାଚନର ଫଳାଫଳକୁ ଅପେକ୍ଷା କରିଛନ୍ତି। କିଛିବର୍ଷ ତଳେ ଇଣ୍ଡିଆ ଟୁଡେ ପତ୍ରିକାରେ ଭାରତ ସରକାର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଉପେକ୍ଷା କରୁଥିବା ନେଇ ସମ୍ପାଦକୀୟ ସ୍ତମ୍ଭରେ ପ୍ରକାଶ ପାଇଥିଲା। ଅଥଚ ସେହି ସଂଖ୍ୟାରେ ୮ଟି ରାଜ୍ୟରେ ହୋଇଥିବା ନିର୍ବାଚନ ସମ୍ପର୍କରେ ପ୍ରକାଶ ପାଇଥିବା ଲେଖା ଓ ରିପୋର୍ଟରେ ଉତ୍ତରଭାରତର ୫ଟି ରାଜ୍ୟକୁ ଗୁରୁତ୍ୱ ଦିଆଯାଇ ଉତ୍ତର-ପୂର୍ବାଞ୍ଚଳର ୩ଟି ରାଜ୍ୟକୁ ଉପେକ୍ଷା କରାଯାଇଥିଲା। ଏବେ ସେହି ମନୋଭାବ ବଦଳିବାର ଦେଖାଯାଉଛି, ଯାହା ଏକ ଭଲ ଲକ୍ଷଣ। ନିର୍ବାଚନର ଫଳାଫଳ ଅତ୍ୟନ୍ତ ଚିତ୍ତାକର୍ଷକ, ବିଶେଷତଃ ତ୍ରିପୁରାର। ଭାରତ ହେଉଛି ବିଶ୍ୱର ଶେଷ ବୃହତ୍‌ ଗଣତାନ୍ତ୍ରିକ ଦେଶ, ଯେଉଁଠି ବାମପନ୍ଥୀ ଦଳଗୁଡ଼ିକ କ୍ଷୟଶୀଳ ହେଲେହେଁ ଏବେ ବି ସକ୍ରିୟ ଅଛନ୍ତି। ତେବେ ମୁଁ ବର୍ତ୍ତମାନ କଂଗ୍ରେସ ଉପରେ ମୁଖ୍ୟତଃ ଆଲୋଚନା କରୁଛି। ରାଜସ୍ଥାନରେ କେତେକ ଉପନିର୍ବାଚନରେ ଜିତିବା ପରେ କଂଗ୍ରେସ ନେତା ସଚିନ ପାଇଲଟ କହିଥିଲେ- କୌଣସି ରାଜ୍ୟରେ ନିର୍ବାଚନ ଜିତିବାକୁ ହେଲେ ଆମକୁ ସେ ରାଜ୍ୟର ପୌର ନିର୍ବାଚନ ଓ ଓ୍ବାର୍ଡ ନିର୍ବାଚନ ଜିତିବାକୁ ହେବ। ଏହା ଦଳର ତୃଣମୂଳ ସ୍ତରକୁ ମଜଭୁତ କରିବ। ତା’ପରେ ବିଭିନ୍ନ ରାଜ୍ୟ ଓ ଶେଷରେ ଦିଲ୍ଲୀରେ ଶାସନ ଗାଦି ଅକ୍ତିଆର କରିହେବ। ବର୍ତ୍ତମାନ ଅଧିକାଂଶ ରାଜ୍ୟରେ କଂଗ୍ରେସ କ୍ଷମତାଚ୍ୟୁତ ହୋଇପଡ଼ିଛି, ଯାହା ଇତିହାସରେ କେବେ ଘଟି ନ ଥିଲା। ସମ୍ଭବତଃ ଚଳିତବର୍ଷ ଆଗାମୀ ଦିନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ନିର୍ବାଚନ ହେବା ପରେ ସେଥିରେ ପରିବର୍ତ୍ତନ ଆସିପାରେ। ୨୦୧୯ ପୂର୍ବରୁ ହେବାକୁ ଥିବା ନିର୍ବାଚନଗୁଡ଼ିକରେ ଜିତିବା ରାହୁଲ ଗାନ୍ଧୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କ୍ଷମତାରେ ରହିଲେ ହିଁ କୌଣସି ଦଳ ନିଜ ଆଦର୍ଶର ପରିପାଳନ କରି କାର୍ଯ୍ୟସୂଚୀ ସ୍ଥିର କରିପାରିବ। ଉଦାହରଣସ୍ବରୂପ ଭାଜପା ହରିୟାଣା ଓ ମହାରାଷ୍ଟ୍ରରେ ଗୋମାଂସ ଓ ଗୋହତ୍ୟା ନିଷେଧ କରି ପରେ ଏହାକୁ ଜାତୀୟ ପ୍ରସଙ୍ଗ କରିପାରିବ। ପୁଣି କ୍ଷମତାରେ ରହିଲେ ହିଁ ରାଜନେତାମାନେ ନିଜ ନିର୍ବାଚନମଣ୍ଡଳୀଗୁଡ଼ିକରେ ଜନସାଧାରଣଙ୍କର ସେବା କରିବାର ସୁଯୋଗ ପାଇବେ ଓ ସେମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିପାରିବେ। ରାଜନୀତିରେ ପାଣ୍ଠି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ବାସ୍ତବତା ହେଉଛି ରାଜନେତାମାନେ ବ୍ୟକ୍ତିଗତଭାବେ ଦୁର୍ନୀତିଗ୍ରସ୍ତ ହୁଅନ୍ତୁ ବା ନ ହୁଅନ୍ତୁ, ସେମାନଙ୍କୁ ଦଳ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ପଡ଼ିଥାଏ। ବିଭିନ୍ନ କର୍ପୋରେଟ୍‌ ସଂସ୍ଥା ସୁସ୍ପଷ୍ଟ କାରଣରୁ କ୍ଷମତାସୀନ ରାଜନୈତିକ ଦଳଗୁଡ଼ିକୁ ହିଁ ଅଧିକ ପାଣ୍ଠି ଯୋଗାଇଥାନ୍ତି। ସାଧାରଣତଃ ବିରୋଧୀ ଦଳରେ ଥିବା ନେତାମାନେ ନିର୍ବାଚନ ବେଳେ ନିଜ ପକେଟ୍‌ରୁ ବେଶି ଖର୍ଚ୍ଚ କରି ନ ଥାନ୍ତି। ଫଳରେ ସେମାନେ ପ୍ରତିଯୋଗିତାକ୍ଷମ ହୋଇପାରି ନ ଥାନ୍ତି। କ୍ଷମତାରେ ରହିବାର ଆଉ ଏକ ଫାଇଦା ହେଉଛି ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବାର ସୁବିଧା। ଉଦାହରଣସ୍ବରୂପ ସରକାର ବିଜ୍ଞାପନ ପାଇଁ ଖର୍ଚ୍ଚ କରନ୍ତି। ଏହା ମାଧ୍ୟମରେ କ୍ଷମତାସୀନ ଦଳ ସପକ୍ଷରେ ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚିଥାଏ। କେନ୍ଦ୍ର ସରକାର ହେଉଛନ୍ତି ଦେଶର ସବୁଠୁ ବଡ଼ ବିଜ୍ଞାପନଦାତା। ଗତବର୍ଷ ପ୍ରଧାନମନ୍ତ୍ରୀ ଓ ତାଙ୍କ ଯୋଜନାଗୁଡ଼ିକ ସମ୍ବନ୍ଧରେ ବିଜ୍ଞାପନରେ ସରକାର ୧୨୮୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତାହା ସହ ତୁଳନା କଲେ ବଜାରରେ ବିଭିନ୍ନ ଉତ୍ପାଦ ବିକ୍ରି କରୁଥିବା ହିନ୍ଦୁସ୍ତାନ ୟୁନିଲିଭର ଗତବର୍ଷ ୯୦୦ କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଛି। ଭାରତର ବିଭିନ୍ନ ଟେଲିକମ୍‌ କମ୍ପାନୀ ମିଶି ବିଜ୍ଞାପନରେ ଯେତିକି ଖର୍ଚ୍ଚ କରିଛନ୍ତି, ତାହା କେନ୍ଦ୍ର ସରକାରଙ୍କଠାରୁ କମ୍‌। ରାଜ୍ୟ ସରକାରଗୁଡ଼ିକ ବି ବିଜ୍ଞାପନ ଦିଅନ୍ତି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦିଲ୍ଲୀ ସରକାର ୨୦୧୫ରେ ବିଜ୍ଞାପନ ବାବଦରେ ୫୨୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହା ଫଳରେ ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ସରକାରୀ ଦଳର ପକ୍ଷ ନିଅନ୍ତି। ବିଜ୍ଞାପନ ପାଉଥିବାରୁ ସେମାନେ ସରକାର ତଥା ସରକାରୀ ଦଳ ବିରୋଧରେ ବେଶି ପ୍ରଚାର କରିପାରନ୍ତି ନାହିଁ। ବିଶେଷତଃ ସରକାରୀ ବିଜ୍ଞାପନ ଉପରେ ନିର୍ଭର କରୁଥିବା ଅଧିକାଂଶ ଆଞ୍ଚଳିକ ଖବରକାଗଜ ପ୍ରତି ଏହା ପ୍ରଯୁଜ୍ୟ। ଗୋଟିଏ ଉଦାହରଣ ଦେଲେ ଠିକ୍‌ ହେବ। ଭାରତର ସପ୍ତମ ବୃହତ୍ତମ ଖବରକାଗଜ ରାଜସ୍ଥାନ ପତ୍ରିକା, ଯାହାର ପାଠକ ସଂଖ୍ୟା ୧.୫ କୋଟିରୁ ଅଧିକ, ସୁପ୍ରିମ୍‌କୋର୍ଟରେ ବସୁନ୍ଧରା ରାଜେଙ୍କ ସରକାର ବିରୋଧରେ ଏକ କେସ୍‌ କରିଥିଲେ। ଅଭିଯୋଗ ଥିଲା ବସୁନ୍ଧରା ରାଜେ ସରକାର ଉକ୍ତ ଖବରକାଗଜକୁ ବିଜ୍ଞାପନ ଦେବା ବନ୍ଦ କରିଦେଇଛନ୍ତି। ଶେଷରେ ଦଳ କ୍ଷମତାରେ ରହିବାର ଆଉ ଏକ ଲାଭ ହେଉଛି ରାଜ୍ୟର ସରକାରୀ କଳକୁ ଇଚ୍ଛାମତେ ବ୍ୟବହାର କରିପାରେ। ନିର୍ବାଚନ କମିଶନ ଏହା ଉପରେ କିଛି ପରିମାଣରେ ଦୃଷ୍ଟି ରଖେ। କିନ୍ତୁ ତାହା ନିର୍ବାଚନ ତାରିଖ ଘୋଷଣା ହେବା ପରେ। ପାଞ୍ଚବର୍ଷରୁ ବାକି ସମୟ କ୍ଷମତାସୀନ ଦଳ ପୋଲିସ ବାହିନୀକୁ ବ୍ୟବହାର କରିପାରେ, ନିଜ ସମର୍ଥକଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତ କରିପାରେ ଏବଂ ସରକାରୀ ଭିତ୍ତିଭୂମିର ବ୍ୟବହାର ଓ ଅପବ୍ୟବହାର ବି କରିପାରେ। ଏସବୁ ରାଜନୈତିକ ଦଳଗୁଡ଼ିକୁ ତିଷ୍ଠି ରହିବାରେ ସାହାଯ୍ୟ କରେ। ତେଣୁ ଆଞ୍ଚଳିକ ସ୍ତରରେ କଂଗ୍ରେସ ଯଦି ନିଜର ସ୍ଥିତି ଦୃଢ଼ କରି ନ ପାରେ ବା କ୍ଷମତା ହାସଲ କରି ନ ପାରେ ତେବେ ୨୦୧୯ରେ ରାହୁଲ ଗାନ୍ଧୀ କେବେହେଲେ ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିବେ ନାହିଁ। (Email: aakar.patel@gmail.com)
All Right Reserved By

ସମ୍ପାଦକୀୟ |

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ବସ୍ତାନି ବୋଝ

ପିଲାଙ୍କ ସ୍କୁଲ ବ୍ୟାଗ୍‌ ନିଜ ଓଜନଠାରୁ ଅଧିକ ହୋଇଯାଉଥିବାରୁ ନିକଟରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନୂଆକରି ସ୍କୁଲ ଯାଉଥିବା ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଅତ୍ୟଧିକ ହୋମ୍‌ୱାର୍କ ଦେଇ ଚାପଗ୍ରସ୍ତ କରାଯାଉଛି। ତେଣୁ ଏ ଦିଗରେ ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ପରେ କେନ୍ଦ୍ର ସରକାର ତପତ୍ର ହୋଇଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଖୁବ୍‌ଶୀଘ୍ର ଏ ନେଇ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି।

ମିଛୁଆ ବନ ବିଭାଗ

ମିଛୁଆ ବନ ବିଭାଗ

ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ‘ମହାବୀର’ ମୃତ୍ୟୁ ଘଟଣା ଜାତୀୟ ସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିଲା। ନଭେମ୍ବର ୧୪ରେ ତା’ ମୃତଦେହ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। 

ଭୂଲୁଣ୍ଠିତ ମାନବାଧିକାର

ଭୂଲୁଣ୍ଠିତ ମାନବାଧିକାର

ଆଜି ତମାମ ବିଶ୍ୱରେ ୭୦ତମ ମାନବାଧିକାର ଦିବସ ପାଳନ ହେଉଛି। ୧୯୪୮ ଡିସେମ୍ବର ୧୦ ତାରିଖ ଆଜିର ଦିନରେ ଜାତିସଂଘ ବିଶ୍ୱବାସୀଙ୍କ କଲ୍ୟାଣ ନିମନ୍ତେ ଅର୍ପଣ କରିଥିଲା ଐତିହାସିକ ସାର୍ବଜନୀନ ବିଶ୍ୱ ମାନବାଧିକାର ଘୋଷଣାପତ୍ର। 

ବାକ୍‌ ସ୍ବାଧୀନତା

ବାକ୍‌ ସ୍ବାଧୀନତା

ଆକାର ପଟେଲ

ଆକ୍ରମଣାତ୍ମକ ବକ୍ତବ୍ୟକୁ ନେଇ ପ୍ରତିକ୍ରିୟାହୀନ ରହୁଥିବା ଦେଶଗୁଡ଼ିକ ପ୍ରାୟତଃ ଉନ୍ନତି କରିବାର ସମ୍ଭାବନା ଅଧିକ ଥାଏ। ପ୍ରତିବର୍ଷ ମାନବ ସ୍ବାଧୀନତା ସୂଚକାଙ୍କ (ହ୍ୟୁମାନ୍‌ ଫ୍ରିଡମ୍‌ ଇଣ୍ଡେକ୍ସ)ର ଆକଳନ କରୁଥିବା କାଟୋ ଇନ୍‌ଷ୍ଟିଚ୍ୟୁଟ୍‌ ଏ ଦିଗରେ ସବୁଠୁ ମୁକ୍ତ ବା ସ୍ବାଧୀନ ଦେଶରୂପେ ସ୍ବିଜରଲାଣ୍ଡ, ନ୍ୟୁଜିଲାଣ୍ଡ, ଫିନ୍‌ଲାଣ୍ଡ, ନର୍‌ଓ୍ବେ, ଡେନ୍‌ମାର୍କ, ନେଦରଲାଣ୍ଡ ଓ ଇଂଲଣ୍ଡକୁ ବିବେଚନା କରିଛି। 

ଯେବେ ହିସାବ ମାଗିବେ ଈଶ୍ୱର

ଯେବେ ହିସାବ ମାଗିବେ ଈଶ୍ୱର

ପ୍ରକାଶ ତ୍ରିପାଠୀ

ବିଳାସପୂର୍ଣ୍ଣ ସ୍କୋଡା କାରଟିଏ ଗୁରୁଗାଓଁସ୍ଥିତ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଦ ଆର୍ଥ ସାଭିୟର୍ସ ଫାଉଣ୍ଡେଶନ’ ସମ୍ମୁଖରେ ଅଟକିଲା। କାରରୁ ଓହ୍ଲାଇଲେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଓ ତାଙ୍କ ମା’।

ଅର୍ଥନୀତିର ଦିଗ୍‌ଦର୍ଶକ

ଅର୍ଥନୀତିର ଦିଗ୍‌ଦର୍ଶକ

ଭାରତୀୟ ଅର୍ଥନୀତିକୁ ଦିଗ୍‌ଦର୍ଶନ ଦେବାରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା (ସିଇଏ)ଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ଏହି ପଦବୀରେ ଅବସ୍ଥାପିତ ବ୍ୟକ୍ତି ଅର୍ଥ, ବେପାର ବାଣିଜ୍ୟ  ଏବଂ ଅର୍ଥନୈତିକ ବ୍ୟବସ୍ଥା ସୁଦୃଢ଼ କରିବା ଲାଗି ସରକାରଙ୍କୁ ଉପଦେଶ ଦେଇଥାଆନ୍ତି।

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ କେବଳ ସ୍ତ୍ରୀମାନେ ନିର୍ଯାତିତ ହୁଅନ୍ତି ନାହିଁ ବରଂ କେତେକ ସ୍ତ୍ରୀ ମଧ୍ୟ ତାଙ୍କ ସ୍ବାମୀଙ୍କୁ ନିର୍ଯାତନା ଦେଇଥାଆନ୍ତି। ଏଥିପାଇଁ ଆମ ଓଡିଶାରେ ମହିଳା କମିଶନ୍‌ ଭଳି ପୁରୁଷ କମିଶନ୍‌ ଗଠନ ପାଇଁ କେତେକ ବ୍ୟକ୍ତି ଓ ସଂଗଠନ ଦାବି କରି ଆସୁଛନ୍ତି। ନିର୍ଯାତିତ ମହିଳାଙ୍କ ସ୍ବର ସମସ୍ତଙ୍କୁ ଶୁଭୁଥିବା ବେଳେ ସ୍ତ୍ରୀ ନିର୍ଯାତିତ ସ୍ବାମୀଙ୍କ ସ୍ବର ପବନରେ ମିଳାଇଯାଏ।  ନିର୍ଯାତିତ ପୁରୁଷ ନିଜ ମନକଥା କେବଳ ମନରେ ହିଁ ମାରିଥାଏ। 

ସ୍ବଚ୍ଛତା ଭେଳିକି

ସ୍ବଚ୍ଛତା ଭେଳିକି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନ ଅନୁସାରେ ଅଧିକାଂଶ କେନ୍ଦ୍ର ସରକାରୀ ଓ୍ବେବ୍‌ସାଇଟ୍‌ ନିଜ ଆଡ଼ୁ ଜନସୂଚନା ପ୍ରକାଶ କରୁନାହାନ୍ତି, ଯାହା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନୁଯାୟୀ ଏକ ବାଧ୍ୟତାମୂଳକ ବ୍ୟବସ୍ଥା। ସିଆଇସିଙ୍କ ଏହି ଅଧ୍ୟୟନରୁ ସ୍ବତଃ ପ୍ରମାଣିତ ଯେ, ସ୍ବଚ୍ଛତା କଥା ମୁହଁରେ କହୁଥିଲେ ମଧ୍ୟ ମୋଦି ସରକାର ଏଥିପ୍ରତି ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ସାଧାରଣରେ ଯେଉଁ ଅଭିଯୋଗ ଆସୁଛି, ତାହା ସତ୍ୟ। ପୂର୍ବତନ ମୁଖ୍ୟ ସୂଚନା କମିଶନର ଏ.ଏନ୍‌. ତିଓ୍ବାରୀ ଓ...

ଆସ, ସଫଳତାର କାହାଣୀ କହିବା

ଆସ, ସଫଳତାର କାହାଣୀ କହିବା

ସୌମ୍ୟା ପରିଡ଼ା 

କିଛିଦିନ ତଳେ ‘ମୁଲକ୍‌’ ନାମକ ହିନ୍ଦୀ ଫିଲ୍ମଟିଏ ରିଲିଜ୍‌ ହୋଇଥିଲା। ସେ ଫିଲ୍ମର ଶେଷଭାଗ ଆଡ଼କୁ ଜଣେ ଜଜ୍‌ ଗୋଟିଏ କେସ୍‌ର ଶୁଣାଣି କରି କହିଥିଲେ, ଯଦି ଜାତି, ଧମର୍ର୍, ମନ୍ଦିର-ମସଜିଦ୍‌ କି ଅପାରଗପଣ ଆଦି କଥାକୁ ଉଠାଇ କେହି ତମକୁ ଭାଗଭାଗ କରିବାକୁ ଚେଷ୍ଟା କରୁଛି, ତା’ହେଲେ ଜାଣିବ ନିର୍ବାଚନ ପାଖେଇ ଆସିଲା। କଥାରେ ଅଛି ‘ମଇଁଷି ଶିଙ୍ଗ ଫଟା, ଯୁଝିଲା ବେଳକୁ ଗୋଟା’। ହେଲେ ଆମ ଶିଙ୍ଗ କିନ୍ତୁ ସବୁବେଳେ ଫଟା। କାରଣ ଆମ ହିସାବରେ ଆମେ ସବ୍‌ଜାନ୍‌ତା। ନିଜେ କିଛି କାମ କରିବା ...

କାମିନୀ କାଞ୍ଚନ

କାମିନୀ କାଞ୍ଚନ

ଶିବରାମ ଶତପଥୀ

ପୃଥିବୀରେ ଆବହମାନ କାଳରୁ ଆଜିଯାଏ ଯେତେ ମହାସମର ସଂଘଟିତ ହୋଇଛି, ସବୁରି ମୂଳରେ ନିହିତ କାମିନୀ ଅଥବା କାଞ୍ଚନ। ଅପ୍‌ସରା ତିଳୋତ୍ତମାଙ୍କୁ ପତ୍ନୀ ରୂପେ ପାଇବା ପାଇଁ ଦୁଇ ଅଜେୟ ଭାଇ ସୁନ୍ଦ, ଉପସୁନ୍ଦ ପରସ୍ପର ମରାମରି ହୋଇ ମଲେ। ଶୁମ୍ଭନିଶୁମ୍ଭ, ମହିଷାସୁର, ଜଳନ୍ଧର ଆଦି ଅପରାଜେୟ ଦୈତ୍ୟ ପାର୍ବତୀଙ୍କ ରୂପଗୁଣରେ ମୁଗ୍ଧହୋଇ ତାଙ୍କୁ ପାଇବା ପାଇଁ ଯୁଦ୍ଧ କରି ପ୍ରାଣ ହରାଇଲେ। ସୀତାଙ୍କ ଯୋଗୁ ସ୍ବର୍ଣ୍ଣମୟୀ ଲଙ୍କାପୁରୀ ଦଗ୍ଧ ଓ ପରେ ପ୍ରବଳ ପରାକ୍ରମୀ ରାବଣର ବଧ ସମ୍ଭବ ହୋଇପାରିଥିଲା। ରୂପସୀ ରାଣୀ ହେଲେନ୍‌ଙ୍କ ହେତୁ ଟ୍ରୟନଗରୀ ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା। ପୁରାଣ ଓ ଇତିହାସରେ ଏ...

ଏଇ ଭାରତରେ

ଏଇ ଭାରତରେ


ଦେଶରେ ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ବାଦବିବାଦ ଲାଗି ରହିଛି। କେତେକ ସ୍ଥାନରେ ଧର୍ମୀୟ ବିଦ୍ୱେଷ ଦେଖାଦେବା ସହିତ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିହେଉଛି। ଏଥିପାଇଁ ଦେଶରେ ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି ହେଉଥିବା ଅନେକ ଉଦାହରଣ ଅଛି।  କିନ୍ତୁ ଜଣେ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ହିନ୍ଦୁ ବନ୍ଧୁଙ୍କ ମୃତ୍ୟୁରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ କରିବା ଏକ ନିଆରା ଘଟଣା। ଏପରି ଏକ ...

 ଆଜିର ଅର୍ଥନୀତି/ରେପୋ ଅପରିବର୍ତ୍ତିତ

ଆଜିର ଅର୍ଥନୀତି/ରେପୋ ଅପରିବର୍ତ୍ତିତ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ହାର ୬.୫ ଓ ରିଭର୍ସ ରେପୋ ହାର ୬.୨ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି। କ୍ରମାଗତ ଭାବେ ଦ୍ୱିତୀୟ ଥର ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ହ୍ରାସ ବା ବୃଦ୍ଧି କରିନାହାନ୍ତି। ମୁଦ୍ରାସ୍ଫୀତି ହ୍ରାସ ପାଇବା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବା ପରେ ଅନେକ ଅର୍ଥନୈତିକ ବିଶ୍ଳେଷକ ଏହା ହିଁ ଆଶା କରିଥିଲେ। କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ଖୁସି କରିଛି, କାରଣ ରେପୋ ହାର ବୃଦ୍ଧି ପାଇଥିଲେ ବ୍ୟାଙ୍କଗୁଡ଼ିକୁ ଅଧିକ ଋଣ ପ୍ରଦାନ କରିବାରେ ଅସୁବିଧା ହୋଇଥାନ୍ତା। ତେବେ ରିଜର୍ଭ ବ୍ୟାଙ୍କ ଏପରି ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା ଏବଂ ...