ସମ୍ପାଦକୀୟ |

ପଦବୀର ପଦଚିହ୍ନ

ପଦବୀର ପଦଚିହ୍ନ
ଚିତ୍ର ଚରିତ୍ର-ନିରଞ୍ଜନ ପାଢ଼ୀ/ ‘ସମୟ ବଡ଼ ବଳବାନ’ ବୋଲି ଯେଉଁ ଆପ୍ତବାଣୀଟି କେଉଁ କାଳରୁ ଆମ ଜନମାନସରେ କୁହାହୋଇ ଆସୁଛି ତାହା ଚିରନ୍ତନ ଭାବେ କେତେ ଶକ୍ତିଶାଳୀ, ଏ କଥା ବୁଝାଇ କହିବା ଲୋଡାପଡିବ ନାହିଁ। ଏହି ସମୟ ଦିନେ ଗାଈଆଳ କପିଳାକୁ ଗଜପତି କପିଳେନ୍ଦ୍ର ଦେବରେ ରୂପାନ୍ତରିତ କରିଥିଲା ତ ପୁଣି ମହାମହିମ ମୋଗଲ ସମ୍ରାଟ ସାହଜାହାନଙ୍କୁ କାରାଗାରର କାଳକକ୍ଷରେ କାକୁସ୍ଥ ଜୀବନ ଜିଇବାକୁ ବିବଶ କରିଥିଲା। ସମୟର ପ୍ରଖର ପ୍ରବାହ ମଧ୍ୟରେ ଭାସି ଆସି କେଉଁଠି ଷ୍ଟେଶନରେ ଚା ବିକୁଥିବା ବାଳକଟିଏ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲା ତ ଅନ୍ୟ କେଉଁଠି ଶହ ଶହ ଲୋକଙ୍କ ମୁଣ୍ଡ କାଟିଥିବା କ୍ଷମତାମତ୍ତ ଶାସକ ଜଣେ ନିଜ ମୁଣ୍ଡ ବଞ୍ଚାଇବା ପାଇଁ ମାସ ମାସ ଧରି ବିକଳ ଭାବରେ ମାଟିତଳ ବଙ୍କର ଭିତରେ ଲୁଚି ରହିଥିଲା। ପୁରାଣଠାରୁ ଇତିହାସ ଯାଏ, ପୁଣି ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମୟର ବୈଚିତ୍ର୍ୟମୟ ପ୍ରଭାବ ଓ ପ୍ରତିଷ୍ଠାକୁ ନିରିଖେଇ ଲକ୍ଷ୍ୟ କଲେ ଏ କଥା ସ୍ପଷ୍ଟ ରୂପେ ଜାଣିହେବ ଯେ କେଡେ ଅନିଶ୍ଚିତ ମଣିଷର ଭାଗ୍ୟ। କେତେ ପୁଣି ଅଳୀକ, ଅନିତ୍ୟ ତା’ର ଧନ, ମାନ, ଯଶ ଓ କ୍ଷମତା। ଅଥଚ ବିଡମ୍ବନାର ବିଷୟ, ଜୀବନ କେବଳ ବର୍ତ୍ତମାନରେ ପରିପୂର୍ଣ୍ଣ ବୋଲି ବିଚାରୁଥିବା ଲୋକେ ସମୟର ଏହି ଅପରିମିତ ଶକ୍ତିକୁ ଅସ୍ବୀକାର କରନ୍ତି। ଉଜ୍ଜ୍ୱଳ ବର୍ତ୍ତମାନର ଅନ୍ତରାଳରେ ଅନ୍ଧକାରର କଳାଛାୟାଟିଏ ଭବିଷ୍ୟତ ରୂପରେ ମୁଣ୍ଡ ଟେକୁଛି, ଏ କଥା ଦେଖିପାରନ୍ତି ନାହିଁ। ପରିଣାମ ହୁଏ ଅତ୍ୟନ୍ତ ପ୍ରତ୍ୟାଶିତ। ବର୍ତ୍ତମାନ ଅତୀତ ହୋଇଯାଏ। ଭୟଙ୍କର ଭୂତଟିଏ ହୋଇ ଭବିଷ୍ୟତ ଉଭା ହୁଏ ବର୍ତ୍ତମାନ ରୂପରେ ଓ ମହାକାଳର ପ୍ରବାହକୁ ଅବଜ୍ଞା କରିଥିବା ଲୋକଟି ଉପରେ ନିର୍ମମ ପ୍ରତିଶୋଧ ନିଏ। ଏଇ ଯେମିତି ବିଭିନ୍ନ ବୃତ୍ତିରେ ନିୟୋଜିତ ଥିବା ଆମ ପଦବୀଧାରୀଙ୍କ କଥା। ପଦବୀକୁ ନିଜ ପରିଚୟର ପୁଞ୍ଜି କରି ପଦବୀଧାରୀମାନେ ସମାଜରେ ଏକ ସ୍ବତନ୍ତ୍ର ମର୍ଯ୍ୟାଦାର ଅଧିକାରୀ ହୁଅନ୍ତି। ସାଧାରଣ ଲୋକଟିଏ ପଦବ୍ରଜରେ ସଂସାର ସଡକରେ ବାଟ ଚାଲୁଥିବା ବେଳେ ତାଙ୍କ ପଦବୀର ଯାନରେ ପଥଚାରୀକୁ ଅତିକ୍ରମ କରି କାହିଁ କେତେ ଆଗକୁ ଚାଲିଯାନ୍ତି ପଦଯୁକ୍ତ ମଣିମାମାନେ। ସାଧାରଣ ଲୋକେ ଭରଣା କରୁଥିବା ଟିକସରେ ପରିପୁଷ୍ଟ ପ୍ରତ୍ୟେକ ପଦବୀ ଦାୟିତ୍ୱବୋଧ ଓ କର୍ତ୍ତବ୍ୟନିଷ୍ଠାର ନିମ୍ନତମ ଅଙ୍ଗୀକାରର ଅପେକ୍ଷା ରଖେ। କେତେକ ପଦବୀଧାରୀ ଏହି ନିମ୍ନତମ ଆବଶ୍ୟକତା ପାଇଁ ଅଙ୍ଗୀକୃତ ହୋଇ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଆଉ କେତେକଙ୍କ ପାଇଁ ସେମାନଙ୍କ ପଦବୀ ହେଉଛି ଔଦ୍ଧତ୍ୟ ଅହଙ୍କାରର ସମୁଦ୍ର ଗର୍ଜନ ତ ଅନ୍ୟ କେଉଁଠି ନିଥର ନିଶ୍ଚଳ ପାହାଡ ପରି ସମ୍ପୂର୍ଣ୍ଣ ଉଦାସୀନ। ପଦବୀର ଝଲମଲ ପରିଧାନ ପିନ୍ଧି ଦପ୍ତରର ସିଂହାସନ ଉପରେ ବସି ନିଜକୁ ରାଜା ବୋଲାଇବାର ପ୍ରବଣତାରେ ଯେମିତି ସଭିଏଁ ଆକ୍ରାନ୍ତ। ଅଥଚ କୌଣସି ପଦ କେବେ ଚିରନ୍ତନ ନୁହେଁ। ମଞ୍ଚର ଅଭିନୟ ସରିଲା ପରି ପଦବୀର ଆୟୁଷ ବି ଦିନେ ସରିଯାଇଥାଏ। ପଦ ସିନା ଅବସର ନେଇ ଚାଲିଯାଏ, ଜୀବନର ଅବସର ସମୟ ତଥାପି ବାକି ଥାଏ। ବାଦଶାହୀ ଦରବାରରୁ ନିର୍ବାସିତ ହୋଇ ପଦବିଚ୍ୟୁତ ମଣିଷଟି ପାଦ ଥାପେ ନିର୍ଜନ ଦ୍ୱୀପର ନିକାଞ୍ଚନ ପରିବେଶରେ। ପଛରେ ପଡିରହେ ଏକ ରଙ୍ଗହୀନ ମଉଳା ଅତୀତ, କଳାକାଳିମାମୟ ଅପନିନ୍ଦିତ ବ୍ୟକ୍ତିତ୍ୱର ଅବା ଚିରସ୍ମରଣୀୟ ଉଜ୍ଜ୍ୱଳ ମଣିଷତ୍ୱର। ଏହି ପ୍ରସଙ୍ଗରେ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ କଥା। ତାଙ୍କ ଦୀର୍ଘ ତିରିଶ ବର୍ଷରୁ ଊର୍ଦ୍ଧ୍ୱକାଳର ବୃତ୍ତିଜୀବନ ମଧ୍ୟରେ ବିଭିନ୍ନ ପଦବୀରେ ନିୟୋଜିତ ଥିବା ଭିତରେ ସେ ଯେଉଁ ପଦଚିହ୍ନ ଛାଡି ଆସିଥିଲେ ତାଙ୍କ ନିଜ ମୁହଁରେ କହିଲେ କଥାଗୁଡିକ ଶୁଣିବାକୁ ହେବ ଏହିପରି- ”ମୋ ଭଳି ପ୍ରବଳ ପ୍ରତାପୀ ଅଫିସର ପ୍ରଶାସନର ଇତିହାସରେ ଖୋଜିଲେ ମିଳିବେନି। ଗର୍ଭିଣୀ ଗାଈ ବାଟ ଛାଡିଦେବା ଭଳି ଥିଲା ମୋର ପ୍ରଭାବ ଓ ପରାକ୍ରମ। ମୋ ପଦବୀକୁ ଅବଜ୍ଞା କରିବାର ଦୁଃସାହସ ଦେଖାଇ ଯେଉଁ କେତେଜଣ ଅଧସ୍ତନ ବୃତ୍ତିଗତ ଅଧଃପତନର ସମ୍ମୁଖୀନ ହୋଇଛନ୍ତି, ସେମାନଙ୍କ ଶେଷକାଳ ଯାଏ ମୋତେ କେବେ ବି ବିସ୍ମୃତିରେ ହଜାଇଦେବେନି।“ ନିଜ ମୁହଁରେ ନିଜ ବଡିମା ଓ ବଡପଣ ବଖାଣୁଥିବା ଏହି ଅଫିସର କେବଳ ତାଙ୍କ ଅଧସ୍ତନମାନଙ୍କୁ ନୁହେଁ, ତାଙ୍କ ଦପ୍ତରକୁ ଆସୁଥିବା ସାଧାରଣ ଜନତାଙ୍କୁ ମଧ୍ୟ ଏମିତି ବ୍ୟବହାର କରୁଥିଲେ, ଜଣା ପଡୁଥିଲା ସତେ ଯେମିତି ସେ ହେଉଛନ୍ତି ମହାମହିମ ଚକ୍ରବର୍ତ୍ତୀ ସମ୍ରାଟ ଓ ଅନ୍ୟମାନେ ଜଣେ ଜଣେ କାକୁସ୍ଥ କିଙ୍କର। ଅବସର ଗ୍ରହଣର କିଛିଦିନ ପରେ ଦିନେ ଏହି ପୂର୍ବତନ ସମ୍ରାଟ ନିଜ ପତ୍ନୀଙ୍କ ସହ ନିଜେ କାର୍‌ ଚଳାଇ ଦୂରବର୍ତ୍ତୀ ଏକ ଗାଁରେ ଅନୁଷ୍ଠିତ ହେଉଥିବା ନିଜ ସମ୍ପର୍କୀୟଙ୍କ ବିବାହୋତ୍ସବରେ ଯୋଗଦେବାକୁ ଯାଇଥିଲେ। ଫେରିଲା ବେଳକୁ ପ୍ରଚଣ୍ଡ ପ୍ରତିକୂଳ ପାଗ ଭିତରେ ଗ୍ରାମ୍ୟ କଚ୍ଚା ସଡକଟିଏ ନିଜ ଚେହେରା ବଦଳାଇ ଦେଇଥିଲା। ଗଭୀର କାଦୁଅ ଭିତରେ ତାଙ୍କ କାର୍‌ଟି ଫସିଯାଇ ଅଚଳ ହୋଇଯାଇଥିଲା। ତୁହାକୁ ତୁହା ବର୍ଷା ସାଙ୍ଗକୁ ବଢୁଥିଲା ରାତିର ବୟସ। ଜୀବନର ଯାବତୀୟ ଜଞ୍ଜାଳକୁ ଗୋଟିଏ ଫୁତ୍‌କାରରେ ଉଡାଇ ଦେଉଥିବା ଅଫିସର ନିଜକୁ ବଡ ଅସହାୟବୋଧ କଲେ। ଗାଡିଟିକୁ କାଦୁଅରୁ ବାହାର କରିବା ପାଇଁ ଅତ୍ୟନ୍ତ ବିକଳ ଭାବରେ କାହାରି ସହାୟତାର ହାତକୁ ଅପେକ୍ଷା କରୁଥିବା ବେଳେ ସଂଯୋଗ କ୍ରମେ ଦୃଶ୍ୟପଟରେ ଆବିର୍ଭୂତ ହେଲେ ଦୁଇଜଣ ଯୁବକଙ୍କ ସହ ଜଣେ ନାତିବୃଦ୍ଧ ଗ୍ରାମ୍ୟ ନାଗରିକ। ବୟସ୍କ ମୁରବିଙ୍କ ନିର୍ଦ୍ଦେଶମତେ ନିଜର ସମସ୍ତ ଯୁବଶକ୍ତି ବିନିଯୋଗ କରି କାରଟିକୁ କାଦୁଅରୁ ମୁକ୍ତ କଲେ ଦୁଇ ଯୁବକ। ଏକ ନିଶ୍ଚିତ ଦୁର୍ଭାଗ୍ୟରୁ ରକ୍ଷା ପାଇ ଜିଲାପାଳ ଓ ତଦୂର୍ଦ୍ଧ୍ୱ ପଦବୀରୁ ଅବସର ନେଇଥିବା ଅଫିସରଙ୍କ ପତ୍ନୀ କୃତଜ୍ଞତାରେ ଜଡସଡ ହୋଇ ଉଠୁଥିଲା ବେଳେ ସାହାଯ୍ୟର ମୂଲ୍ୟ ବାବଦକୁ ଯୁବକ ଦୁହିଁଙ୍କୁ କିଛି ଟଙ୍କା ଦେବାକୁ ଚାହିଁଲେ ନିଜେ ଅଫିସର। ଅଚାନକ ତାଙ୍କୁ ଚମକାଇ ଦେଇ ଗାଉଁଲୀ ବୁଢା ଜଣକ କହିଲେ ଟଙ୍କା ପାଇଁ ଗାଁର ଏ ପିଲା ଦୁହେଁ ଗାଡିଟିକୁ ଠେଲି ନ ଥିଲେ ବାବୁ। ଆପଣ ସିନା ମୋତେ ଜାଣିନାହାନ୍ତି। ଆପଣଙ୍କୁ ମୁଁ କିନ୍ତୁ ଜାଣିଛି। ପ୍ରାୟ ତିରିଶ ବର୍ଷ ତଳେ ଆପଣ ତହସିଲଦାର ଥିବାବେଳେ ଦିନେ ଏଇ ରାସ୍ତାରେ ଜିପ ନେଇ ସହରକୁ ଫେରୁଥିବା ବେଳେ ସାପ କାମୁଡାରେ ଆହତ ମୋ ସ୍ତ୍ରୀକୁ ଟିକେ ଡାକ୍ତରଖାନା ନେଇଯିବା ପାଇଁ ବିକଳ ଭାବରେ ଆପଣଙ୍କୁ ଗୁହାରି କରିଥିଲି। ଏଇଟା ସରକାରୀ ଜିପ, ଆମ୍ବୁଲାନ୍ସ ନୁହେଁ କହି ଆପଣ ସେଦିନ ଚାଲିଯାଇଥିଲେ। ଆପଣ ବଡଲୋକ, ଏ ଛୋଟ ଘଟଣାଟି ଆପଣଙ୍କର ମନେ ଥାଇ ନ ପାରେ। ପୂର୍ବତନ ଜିଲାପାଳଙ୍କର ସଂଖ୍ୟାବହୁଳ କୃତି ଓ କୀର୍ତ୍ତିସ୍ତମ୍ଭ ମଧ୍ୟରେ ଏ ଛୋଟ ଘଟଣାଟି ମନେଥିଲା କି ନାହିଁ କେଜାଣି, କିନ୍ତୁ ସେଇ ମୁହୂର୍ତ୍ତରେ ଏହି ଛୋଟ ଲୋକଟିର ବଡପଣ ନିକଟରେ ସେ ନିଜକୁ ବାମନ ମନେ କରୁଥିଲେ। ସବୁ ପଦାଧିକାରୀମାନେ ନିଜ ପଦବୀର ଔଦ୍ଧତ୍ୟ ନେଇ ମାନବିକତାକୁ ନିର୍ବାସନରେ ପଠାଇ ନ ଥାନ୍ତି। ଏମାନଙ୍କର ପ୍ରତିପକ୍ଷ ଆଉ କିଛି ପଦବୀଧାରୀ ନିଜ ନିଜର ପଦବୀକୁ ନିଜର ନିଆରା କାର୍ଯ୍ୟଧାରା ମଧ୍ୟରେ ଏମିତି ମହିମାମଣ୍ଡିତ କରିଥାନ୍ତି ଯେ କର୍ମକ୍ଷେତ୍ରରୁ ଅବସର ନେଇ ସାଧାରଣ ଜୀବନକୁ ଫେରି ଆସିଲା ପରେ ସେମାନଙ୍କ ଦୃଷ୍ଟାନ୍ତଯୋଗ୍ୟ ସାଧୁତା ଓ ପ୍ରଶଂସନୀୟ ମାନବିକତା ପାଇଁ ସାରା ସମାଜ ନିମନ୍ତେ କିମ୍ବଦନ୍ତୀ ହୋଇ ରହିଯାନ୍ତି। ସେମାନଙ୍କର ପଦବୀର ପଦଚିହ୍ନ ଅନ୍ୟମାନଙ୍କୁ ପ୍ରଗଳ୍‌ଭ କରେ ତାଙ୍କ ଗୁଣ କୀର୍ତ୍ତନ କରିବାରେ। ସେମାନଙ୍କ ବୃତ୍ତିଚ୍ୟୁତ ବ୍ୟକ୍ତିତ୍ୱ ଉପରେ ଚିରକାଳ ଅଜାଡି ପଡିଥାଏ ସାଧାରଣ ଜନତାର ଶ୍ରଦ୍ଧା ଓ ସଦିଚ୍ଛା। ଛୋଟିଆ ଜୀବନଟିଏ। କେତେବେଳେ କେଉଁଠି ହଠାତ୍‌ ହଜିଯିବ ତା’ର ଇୟତ୍ତା ନାହିଁ। ଜୀବନଠୁ ଆହୁରି କ୍ଷୁଦ୍ର, ଆହୁରି ଅନିତ୍ୟ, ଅଳୀକ ଜଣଙ୍କର ପଦବୀ। କେବଳ କେଇଟି ଦିନର ଅଭିନୟ ମାତ୍ର। ଏଇ ଅଭିନୟରେ ଯେଉଁ ପଦଚିହ୍ନ ଅଙ୍କିତ ହୋଇ ରହିଯାଏ, ତାହା ବିସ୍ମୃତିରେ ହଜିଯିବା ମହାକାଳର ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏମିତି କିଛି ପଦଚିହ୍ନ ମଧ୍ୟରେ ନିଆରା ମଣିଷତ୍ୱର ଯେଉଁ ଉଜ୍ଜ୍ୱଳ ପରିଭାଷାଟିଏ ସୃଷ୍ଟି ହୋଇଥାଏ, ତାହା କେବଳ ପଦବୀ କାହିଁକି, ପଦବୀଧାରୀ ମଣିଷଟି ବି ଏ ସଂସାରରୁ ଚାଲିଗଲେ କାଳକାଳକୁ ଅମ୍ଳାନ ହୋଇ ରହିଥାଏ ସାରା ସମାଜ ପାଇଁ ଏକ ପ୍ରାଣମୟ ଦୃଷ୍ଟାନ୍ତ ହୋଇ। ସୁତରାଂ ପଦ-ପାଗଳ ଅନ୍ଧ ମଣିଷ ଚକ୍ଷୁଷ୍ମାନ୍‌ ହେଉ। ପଦବୀ ମଧ୍ୟ ଦେଇ ବୃଥା ଅହଙ୍କାରର ବିକାଶ ନ ଘଟି ମନୁଷ୍ୟତ୍ୱର ଉନ୍ମେଷ ଘଟୁ। (ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫)
All Right Reserved By

ସମ୍ପାଦକୀୟ |

ଆର୍‌ବିଆଇ ଅଡ଼ୁଆ

ଆର୍‌ବିଆଇ ଅଡ଼ୁଆ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ନିକଟରେ ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ମାଡ଼ ଖାଇଯାଇଥିବା ମୋଦି ସରକାର ଉର୍ଜିତ ପଟେଲ ଯୁଗର ଅବସାନ ଘଟାଇବାକୁ ଉଚିତ ମଣିଛନ୍ତି। ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ପଦରୁ ଉର୍ଜିତ ଇସ୍ତଫା ଦେବାର ଦିନଟିଏ ନ ପୂରୁଣୁ ସରକାର ପୂର୍ବତନ ଅର୍ଥ ସଚିବ ଶକ୍ତିକାନ୍ତ ଦାସଙ୍କୁ ଆର୍‌ବିଆଇର ନୂତନ ମୁଖ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ହଠାତ୍‌ ପଟେଲଙ୍କ ଇସ୍ତଫା ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଥିଲା, ଯଦିଚ କିଛିଦିନ ହେଲା ଆର୍‌ବିଆଇ ସହିତ ନର୍ଥ ବ୍ଲକ୍‌ର ମତପାର୍ଥକ୍ୟ ଓ ମୁହାଁମୁହିଁ ପରିସ୍ଥିତି ବିଷୟରେ ସମସ୍ତେ ଜାଣନ୍ତି। ପଟେଲ ତାଙ୍କ ଇସ୍ତଫା ବିଷୟରେ ସର୍ବସାଧାରଣରେ ଘୋଷଣା କରିବାର ଅବ୍ୟବହିତ ପୂର୍ବରୁ ହିଁ ସରକାର ଏ ବିଷୟରେ ଜାଣିଲେ। ଏଥିସହ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦରୁ ବିଶିଷ୍ଟ ଅର୍ଥନୀତିଜ୍ଞ ସୁରଜିତ୍‌ ଭାଲ୍ଲାଙ୍କ ବିଦାୟ ମଧ୍ୟ ସରକାରଙ୍କ ଅଡ଼ୁଆକୁ ବଢ଼ାଇଦେଇଛି। ...

ଇତିହାସର ସେଇ ବିରଳ ଅଧ୍ୟାୟ

ଇତିହାସର ସେଇ ବିରଳ ଅଧ୍ୟାୟ

ଶରତ ଚନ୍ଦ୍ର ମିଶ୍ର

ଭାରତକୁ ସୁରୁଖୁରୁରେ କ୍ଷମତା ହସ୍ତାନ୍ତର ପରିଚାଳନା କରିବା ନିମନ୍ତେ ୧୯୪୭ ମସିହା ପ୍ରାରମ୍ଭରେ ବ୍ରିଟିଶ ସରକାର ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ନିଯୁକ୍ତ କଲେ। ଲଣ୍ଡନସ୍ଥିତ ଭାରତ ଅଫିସ ତାଙ୍କୁ ପରାମର୍ଶ ଦେଇଥିଲା ଯେ, ଚାରିଜଣ ମୁଖ୍ୟ ଭାରତୀୟଙ୍କୁ ସେ ସହମତ କରାଇପାରିଲେ, ଭାରତରେ ତାଙ୍କ ଲକ୍ଷ୍ୟରେ ସଫଳ ହେବେ। ଏହି ଚାରି ବିଶିଷ୍ଟ ଭାରତୀୟମାନେ ହେଲେ ମହାତ୍ମା...

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

ଦ୍ୱିତୀୟ ଚନ୍ଦ୍ରଯାନ ଅପେକ୍ଷାରେ

କମଳାକାନ୍ତ ଜେନା

ଯେତେବେଳେ ଆକାଶର ରୁପାଜହ୍ନକୁ ଦେଖେଇ ମା’ କହେ- ‘ଆ ଜହ୍ନମାମୁ ସରଗଶଶୀ, ମୋ କାହ୍ନୁ ହାତରେ ପଡରେ ଖସି’ ସେତେବେଳେ ଶିଶୁଟି ଆକାଶକୁ ଅନେଇ ଜହ୍ନକୁ ଛୁଇଁବାର ସ୍ବପ୍ନ ଦେଖେ। ସେଇ ମୁହୂର୍ତ୍ତରୁ ଚନ୍ଦ୍ର ସହିତ ସମ୍ପର୍କ ସ୍ଥାପନ କରିବାର ପ୍ରୟାସ ଜାରିରହେ। କିଏ ଦେବତା ରୂପରେ ବନ୍ଦନା କରି ଚନ୍ଦ୍ରକୁ ନିଜର କରିବାକୁ ଉଦ୍ୟମ କରେ, କିଏ ପୁଣି ଏହି ଖଗୋଳୀୟ ପିଣ୍ଡକୁ ଉପଗ୍ରହର ମାନ୍ୟତା ଦେଇ ତା’ ନିକଟରେ ପହଞ୍ଚିବା ପାଇଁ ମହାକାଶଯାନ ନିର୍ମାଣ କରେ। ଚନ୍ଦ୍ରକୁ ଛୁଇଁବାରେ ପ୍ରଥମ ସଫଳ ମଣିଷ...

ଏଇ ଭାରତରେ

ଏଇ ଭାରତରେ

ଆମ ସମାଜରେ କିଛି କୁସଂସ୍କାର ତଥା ଅନ୍ଧବିଶ୍ୱାସ ଭରି ରହିଛି। ପ୍ରାଚୀନ ପରମ୍ପରାକୁ ମାନି ଚଳିଲେ ବିପଦରୁ ରକ୍ଷା ମିଳେ ବା ଗ୍ରହ ଶାନ୍ତି ହୋଇଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏମିତି ଏକ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି କୁକୁରକୁ ବିବାହ କରିବାର ପଦ୍ଧତି। ...

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଆଜିର ଅର୍ଥନୀତି/ ବୋଲକରା ହୁଅନା

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗଭର୍ନର ପଦରୁ ଉର୍ଜିତ ପଟେଲଙ୍କ ଆକସ୍ମିକ ବିଦାୟ ଏବଂ ଅବିଳମ୍ବେ ତାଙ୍କ ସ୍ଥାନରେ ଭୁବନେଶ୍ୱର-ଜନ୍ମିତ ତାମିଲନାଡ଼ୁ କ୍ୟାଡର ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦିଆଯିବା ଘଟଣା ପଛରେ କିଛି ରହସ୍ୟ ରହିଛି। କାରଣ ଶକ୍ତିକାନ୍ତ ଅତୀତରେ ମୋଦି ସରକାରଙ୍କ ବହୁ ଆସ୍ଫାଳନଭରା ବିମୁଦ୍ରୀକରଣ କାର୍ଯ୍ୟର ତଦାରଖ କରିଥିଲେ। ତୁଙ୍ଗ ଅଧିକାରୀମାନଙ୍କୁ ଆକସ୍ମିକ ଭାବେ ଅଦଳବଦଳ କରିବା ଏ ସରକାରଙ୍କ ପାଇଁ କିଛି ନୂଆ କଥା ନୁହେଁ। ପଟେଲଙ୍କ ପୂର୍ବରୁ ସରକାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମତଭେଦ ଘଟିବାରୁ ରଘୁରାମ ରାଜନ୍‌ଙ୍କୁ ସରକାରଙ୍କ କ୍ରୋଧର ଶରବ୍ୟ ହେବାକୁ ପଡ଼ିଥିଲା। ତାଙ୍କ ପୂର୍ବରୁ ନୀତି ଆୟୋଗର ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଏବଂ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଇସ୍ତଫା...

ବିରଳ ଗଙ୍ଗାଜଳ

ବିରଳ ଗଙ୍ଗାଜଳ

ଡ. ଗୌରୀଶଙ୍କର ସାହୁ

ଗଙ୍ଗାନଦୀ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ହିନ୍ଦୁ ସମାଜରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି।  ଏହା ପାପନାଶିନୀ ଓ ମୋକ୍ଷଦାୟିନୀ ବୋଲି ବିଶ୍ୱାସ ରହିଛି। ଲୋକେ ଗଙ୍ଗାନଦୀ ନୁହେଁ ବରଂ ଗଙ୍ଗାମାତା ବୋଲି କହିଥାନ୍ତି। ଏସବୁ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଯେ ଗଙ୍ଗାଜଳ ବିରଳ ଏ ସମ୍ବନ୍ଧରେ ଆଲୋଚନା ଖୁବ୍‌ କମ୍‌ ହୁଏ। ଗଙ୍ଗାଜଳର ରୋଗପ୍ରତିରୋଧକ କ୍ଷମତା ସମ୍ବନ୍ଧୀୟ ଗବେଷଣାତ୍ମକ ନିଷ୍କର୍ଷ ମଧ୍ୟ ବହୁତ କମ୍‌ ଲୋକ ଜାଣନ୍ତି, ଯଦିଓ ଆମେ ସମସ୍ତେ ଅନୁଭବ କରୁଛେ ଯେ, ଗଙ୍ଗାଜଳ ବାକି ନଦୀର ଜଳଠାରୁ ଭିନ୍ନ। ସାଧାରଣ ନଦୀ, କୂଅ, ପୋଖରୀର ଜଳକୁ ବୋତଲରେ ବନ୍ଦ କରି ରଖିଲେ କିଛିଦିନ ପରେ ସେଥିରୁ ଦୁର୍ଗନ୍ଧ ବାହାରିବ କିନ୍ତୁ ଗଙ୍ଗାଜଳ ବର୍ଷ ବର୍ଷ ଧରି ସତେଜ ରହିଥାଏ। ତେଣୁ ଘରେ ଗଙ୍ଗାଜଳ ରଖି ଆବଶ୍ୟକ ଅନୁସାରେ ଧାର୍ମିକ କାର୍ଯ୍ୟରେ ବ୍ୟବହାର କରାଯାଏ, ...

 ପିଲାଙ୍କ ଖେଳ: କାଲି ଓ ଆଜି

ପିଲାଙ୍କ ଖେଳ: କାଲି ଓ ଆଜି

ରୁଦ୍ର ପ୍ରସନ୍ନ ରଥ

ଖେଳ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଖେଳକୁ ନେଇ ପିଲାମାନେ ସବୁବେଳେ ଉତ୍ସାହିତ ଥାଆନ୍ତି। ସୁଯୋଗ ପାଇଲା ମାନେ ଖେଳିବାକୁ ପଳାଇଯାଆନ୍ତି। କେତେବେଳେ ବାଗୁଡ଼ି ତ ଆଉ କେତେବେଳେ ବୋହୂଚୋରି, ପୁଣି କେତେବେଳେ ଡାଳମାଙ୍କୁଡ଼ି। କିଛି ନ ହେଲେ ଡାବଲପୁଆ ଆଉ କାଚବାଟି ମିଳିଗଲେ ପିଲାଙ୍କୁ ରୋକେ କିଏ? ଗାଁ ସଂସ୍କୃତିରେ କ୍ରିକେଟ ପଶିବାର ବହୁ ପୂର୍ବରୁ ଏ ଖେଳ ସବୁ ଆମ ସଭ୍ୟତା ଏବଂ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହୋଇ ରହିଥିଲା। ସ୍କୁଲ ଯିବା ପୂର୍ବରୁ ଖେଳ, ସ୍କୁଲରେ ଭୋଜନ ବିରତିରେ ଖେଳ, ସ୍କୁଲରୁ ଫେରିଲା ପରେ ବହିବସ୍ତାନି ଫୋପାଡି ଦେଇ ସାଙ୍ଗମାନଙ୍କ ସହ ମାତିଯାଇ ଖେଳ। ଏମିତି ହିଁ ପିଲାମାନଙ୍କର ପିଲାଦିନ କଟିଯାଉଥିଲା ତୋଟା ଆଉ ନଦୀପଠାରେ। ପୁଣି ରଜ ଆଦି ପର୍ବପର୍ବା...

ଏଇ ଭାରତରେ

ଏଇ ଭାରତରେ

ଦୂରରେ ଥାଇ ଠକେଇ କରିବା ସହଜ। ଏବେ ଅନଲାଇନ୍‌ ଶପିଂ ଦୂରଠକେଇର ଏକ ପ୍ଲାଟଫର୍ମରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଏଭଳି ଠକେଇ ବିଷୟରେ ପ୍ରାୟତଃ କିଛି ଲୋକ ଅବଗତ ଅଛନ୍ତି। ଏହାଦ୍ୱାରା ଜଣେ ଠକାମିର ଶିକାର ହେଲେ ଆଉଥରେ କୌଣସି ଜିନିଷ ମଗାଇବାକୁ ମନ ବଳା...

ମ୍ୟାଗଟ୍‌ ସଂକ୍ରମଣ

ମ୍ୟାଗଟ୍‌ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପିପୁଲ ଫର୍‌ ଆନିମଲ୍‌ସ, ମହୀଶୂର ଶାଖାର କର୍ମୀମାନେ ଏକ ଘୋଡ଼ା ଉଦ୍ଧାର କରିଥିଲେ, ଯାହାର ମୁଣ୍ଡକୁ ପରଜୀବୀ (ପାରାସାଇଟ୍‌)ମାନଙ୍କ ଦ୍ୱାରା ଅଧା ଖିଆଯାଇ ସାରିଥିଲା। ମୁଁ ତା’ର ପୂର୍ବ ଓ ପର ଅବସ୍ଥାର ଛବି ଏଥିରେ ପ୍ରଦାନ କରୁଛି। ଏହା ଏକ ସଫଳତାର କାହାଣୀ, ମାତ୍ର ଅନେକ ପ୍ରାଣୀଙ୍କ ଦେହରେ ପରଜୀବୀ ପୂରା ଭିତରକୁ ପ୍ରବେଶ କରିସାରିଥିବାରୁ ସେମାନଙ୍କ ବଞ୍ଚିବା ଅସମ୍ଭବ ହୋଇପଡ଼ୁଛି। ଏଭଳି ରୋଗ ସଂକ୍ରମଣ ହେଲେ ମଣିଷଙ୍କଠାରୁ ପ୍ରାଣୀମାନେ ବେଶି କଷ୍ଟ ପାଇଥାନ୍ତି, କାରଣ ସେମାନଙ୍କ ପାଖରେ କିଛି ବିକଳ୍ପ ନ ଥାଏ। ସେମାନଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ନ ଥାନ୍ତି। ରୋଗଗ୍ରସ୍ତ ହୋଇପଡ଼ିଲେ ଅଧିକାଂଶ ମାଲିକ ଏପରି ପ୍ରାଣୀମାନଙ୍କୁ ପରିତ୍ୟାଗ କରିଥାନ୍ତି। ...

ଆର୍ଥିକ ଉପନିବେଶବାଦ ଓ ଭାରତ

ଆର୍ଥିକ ଉପନିବେଶବାଦ ଓ ଭାରତ

ଅରୁଣ କୁମାର ପଣ୍ଡା

ସ୍ବାଧୀନତାକୁ ୭୨ବର୍ଷ ହେବା ପରେ ବି ଭାରତୀୟ ଅର୍ଥ ବ୍ୟବସ୍ଥା ସିଦ୍ଧାନ୍ତ ରୂପରେ ଉପନିବେଶବାଦ ଟ୍ରାକ୍‌ରୁ ଓହ୍ଲାଇ ନୂଆ ମାର୍ଗରେ ଚାଲିବା ପାଇଁ ଏ ପର୍ଯ୍ୟନ୍ତ ସମର୍ଥ ହୋଇପାରିନାହିଁ। ଦୀର୍ଘ ଦିନର ଗୋଲାମି କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ଲମ୍ବା ସମୟ ଧରି ଘୁଷୁଡ଼ି ଘୁଷୁଡି ଏବେ ବିଶ୍ୱର ଷଷ୍ଠ ସବୁଠାରୁ ବଡ଼ ଆର୍ଥିକ ପ୍ରଗତିର ରାଷ୍ଟ୍ରରେ ପରିଣତ ହୋଇଛି। ଏହି ୭୨ବର୍ଷରେ ଦେଶରେ ଅର୍ଥ ବ୍ୟବସ୍ଥାର ବିସ୍ତାର ନିଶ୍ଚିତ ଭାବରେ ହୋଇଛି। ପରନ୍ତୁ ଆମକୁ ଅପେକ୍ଷିତ ସଫଳତା ମିଳିପାରିନାହିଁ।...

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ଡ. ଜ୍ୟୋତିର୍ମୟୀ ମହାନ୍ତି

ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ୱ କାଳରେ ସିଦ୍ଧ ସାଧକ, ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ପଞ୍ଚସଖାଙ୍କର ଆବିର୍ଭାବ ଘଟିଥିଲା। ଯେଉଁମାନେ କି ନିଜ ନିଜର ସାଧନା ବଳରେ ଓଡ଼ିଶାରେ ଆଧ୍ୟାତ୍ମିକ ଚେତନା ଓ ଧାର୍ମିକ ଭାବନାରେ ଆଲୋଡ଼ନ ସୃଷ୍ଟି କରିଥିଲେ। ଏମାନଙ୍କ ମଧ୍ୟରେ ମାନବ ଜୀବନ ଦର୍ଶନ ସମ୍ପର୍କରେ ବିଶ୍ଳେଷଣ କରି ତତ୍କାଳୀନ ସମାଜରେ ଏକ ଯୁଗାନ୍ତକାରୀ ସ୍ବର ତୋଳିଥିବା ସାଧକଶ୍ରେଷ୍ଠ ଶ୍ରୀଯଶୋବନ୍ତ ଗୋସେଇଁ ଅନ୍ୟତମ। ତାଙ୍କର ଜନ୍ମସ୍ଥାନ ଅବିଭକ୍ତ କଟକ ତଥା ବର୍ତ୍ତମାନର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ଅଢ଼ଙ୍ଗ ଗ୍ରାମ। ଜନ୍ମ ସମୟ ଓ ପିତାଙ୍କ ନାମ ସମ୍ପର୍କରେ ଉଦୟ କାହାଣୀ, ଭକ୍ତି ଚନ୍ଦ୍ରିକା, ଶୂନ୍ୟସଂହିତା ଆଦି ଗ୍ରନ୍ଥରୁ ବିଭିନ୍ନ ପ୍ରକାର ତଥ୍ୟ ମିଳିଥାଏ। ଆଲୋଚକଗଣ ତାଙ୍କ ଜନ୍ମ ସମୟ ୧୪୭୦ରୁ ୧୫୫୦ ଖ୍ରୀଷ୍ଟାବ୍ଦ ...

ଏଇ ଭାରତରେ

ଏଇ ଭାରତରେ


ଦୁର୍ନୀତି, ଶୋଷଣ, ଅରାଜକତା ପାଇଁ ସାଧାରଣତଃ ରାଜନେତା, ଉଚ୍ଚ ପଦବୀରେ ଥିବା ସରକାରୀ ଅଧିକାରୀଙ୍କୁ ଦାୟୀ କରାଯାଏ। ଦୁର୍ନୀତି ପ୍ରମାଣିତ ହେଲେ ସେମାନେ ଦଣ୍ଡିତ ହେବା ଅନେକ ନଜିର ରହିଛି। ହେଲେ ଅନେକଙ୍କ ବିରୋଧରେ ପ୍ରମାଣ ମିଳେନାହିଁ କିମ୍ବା ସେମାନଙ୍କ ବିରୋଧରେ ସ୍ବର ଉଠାଇବାକୁ ଲୋକେ ସାହସ କରନ୍ତି ନାହିଁ। ଏସବୁ ବର୍ତ୍ତମାନ ସମାଜରେ ସାଧାରଣ କଥା ହୋଇଥିଲାବେଳେ ଅନେକ ଲୋକଙ୍କ ମନରେ ରାଜନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ...