ସମ୍ପାଦକୀୟ |

ବ୍ୟାଙ୍କିଙ୍ଗ୍‌ ବିଶାରଦ

ବ୍ୟାଙ୍କିଙ୍ଗ୍‌ ବିଶାରଦ

ବ୍ୟକ୍ତିତ୍ୱ-ଜିତେନ୍ଦ୍ର/
ଭାରତୀୟ ବ୍ୟାଙ୍କଗୁଡ଼ିକ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର କର୍ତ୍ତୃତ୍ୱ ରହୁ ନ ଥିବାରୁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇ ଭଳି ଘଟଣା ଘଟିଲା ବୋଲି କୁହାଯାଉଛି। ଦେଶର କେନ୍ଦ୍ରୀୟ ବ୍ୟାଙ୍କ ସୁଦୃଢ଼ ନ ହେଲେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିବା ସ୍ବାଭାବିକ। ବିଶ୍ୱର ଅନେକ ରାଷ୍ଟ୍ରରେ ଆର୍ଥିକ କ୍ଷେତ୍ରରେ ମାନ୍ଦାବସ୍ଥା ଲାଗି ରହିଛି। ଏପରି କି ଆମେରିକାର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଅସ୍ବାଭାବିକତା ଲକ୍ଷ୍ୟ କରାଯାଇଛି। ସେଠାରେ ମୁଦ୍ରାସ୍ଫୀତି ଊର୍ଦ୍ଧ୍ୱମୁଖୀ ହେବା ସହ ବଜାର ଅସ୍ଥିର ରହିଛି। ଏଭଳି ସ୍ଥିତିକୁ ସଜାଡ଼ିବା ସକାଶେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେଡେରାଲ ରିଜର୍ଭ ସିଷ୍ଟମରେ ପରିବର୍ତ୍ତନ ଆଣିବାକୁ ଯାଇ ଜେରୋମ ପାଓ୍ବେଲକୁ ନିଯୁକ୍ତ କରିଛନ୍ତି। ୨୦୧୮ ଫେବୃୟାରୀରେ ସେ ଫେଡେରାଲ ରିଜର୍ଭର ୧୬ତମ ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହେବା ପରେ କେତେକ କ୍ଷେତ୍ରରେ ସଂସ୍କାର ଆସିଥିବା ଲକ୍ଷ୍ୟ କରାଯାଇଛି। ଆମେରିକା ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକୁ ପାଓ୍ବେଲ କିଭଳି ସାମ୍ନା କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଫଳରେ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ଜେରୋମ ହେଡେନ୍‌ ପାଓ୍ବେଲ ୧୯୫୩ ଫେବୃୟାରୀ ୪ରେ ଓ୍ବାଶିଂଟନ ଡି.ସି.ଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୧ରେ ଜର୍ଜଟାଉନ୍‌ ପ୍ରିପାରେଟୋରୀ ସ୍କୁଲରୁ ପଢ଼ା ଶେଷ ପରେ ୧୯୭୫ରେ ସେ ପ୍ରିନ୍ସଟନ୍‌ ବିଶ୍ୱବିଦ୍ୟାଳୟରୁ ରାଜନୀତିରେ ବି.ଏ. ଡିଗ୍ରୀ ହାସଲ କରିଥିଲେ। ୧୯୭୫-୭୬ରେ ସେ ତତ୍‌କାଳୀନ ପେନ୍‌ସିଲଭାନିଆ ସିନେଟର ରିଚାର୍ଡ ସ୍କ୍ବିକରଙ୍କ ଲେଜିସ୍‌ଲେଟିଭ୍‌ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରି ଅଭିଜ୍ଞତା ଲାଭ କରିଥିଲେ। ତେବେ ଆଇନ ବିଷୟ ପ୍ରତି ତାଙ୍କ ଆଗ୍ରହ ବଢ଼ିବାରୁ ସେ ୧୯୭୯ରେ ଜର୍ଜଟାଉନ୍‌ ୟୁନିଭର୍ସିଟିରୁ ଜୁରିସ୍‌ ଡକ୍ଟର ଡିଗ୍ରୀ ଅର୍ଜନ କଲେ। ଏପରି କି ସେ ଜର୍ଜଟାଉନ୍‌ ଲ’ ଜର୍ନାଲର ମୁଖ୍ୟ ସମ୍ପାଦକ ହୋଇପାରିଥିଲେ। ଅର୍ଥ ଉପାର୍ଜନ କରିବା ଲାଗି ମନ ବଳାଇବାରୁ ତାଙ୍କୁ ନ୍ୟୁୟର୍କ ଯିବାକୁ ପଡ଼ିଥିଲା। ୟୁନାଇଟେଡ୍‌ ଷ୍ଟେଟସ୍‌ କୋର୍ଟ ଅଫ୍‌ ଅପିଲ୍‌ର ବିଚାରପତି ଇଲ୍‌ସଓ୍ବେର୍ଥ ଭାନ୍‌ ଗ୍ରାଫେଲାଣ୍ଡ୍‌ଙ୍କ ନିକଟରେ ପାଓ୍ବେଲ କିରାଣି ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ୧୯୮୧ରୁ ୧୯୮୩ ଯାଏ ସେ ଓକିଲ ହୋଇଥିଲେ ଏବଂ ୧୯୮୩ରୁ ୧୯୮୪ ପର୍ଯ୍ୟନ୍ତ ଓ୍ବେରବେଲ୍‌ ଆଣ୍ଡ୍‌ ମ୍ୟାକ୍‌ମିଲେନ୍‌ ଫାର୍ମରେ ଯୋଗଦେଇ ଆଇନ ପାଠର ପ୍ରୟୋଗାତ୍ମକ ଦିଗ ଉପରେ ଗୁରୁତ୍ୱ ଦେଇଥିଲେ। ଯେଉଁଥିରେ କାର୍ଯ୍ୟ କରିବାକୁ ପାଓ୍ବେଲ ଇଚ୍ଛା କରିଛନ୍ତି ସେଥିରେ କିଭଳି ଉତ୍କର୍ଷ ପ୍ରତିପାଦନ କରିପାରିବେ ସେହି ଦିଗରେ ଧାଇଁଥାନ୍ତି। ୧୯୮୪ରେ ସେ ଆର୍ଥିକ ଓ ବ୍ୟାଙ୍କିଙ୍ଗ ଜଗତ ଆଡ଼କୁ ଯିବାକୁ ନିଜକୁ ପ୍ରସ୍ତୁତ କରିଥିଲେ। ୧୯୮୪ରୁ ୧୯୯୦ ଯାଏ ସେ ଏକ ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ ଡିଲନ୍‌, ରିଡ୍‌ ଆଣ୍ଡ୍‌ କମ୍ପାନୀରେ ଯୋଗଦେଇଥିଲେ। ସେଥିରେ ସେ ଫାଇନାନ୍ସିଂ, ମର୍ଚ୍ଚେଣ୍ଟ ବ୍ୟାଙ୍କିଙ୍ଗ୍‌, ମିଶ୍ରଣ ଓ ଅଧିଗ୍ରହଣ ଆଦି କ୍ଷେତ୍ରରେ ନିଜର ଲକ୍ଷ୍ୟ ସ୍ଥିର କରି ଭାଇସ୍‌ ପ୍ରେସିଡେଣ୍ଟ ସ୍ତରକୁ ଉନ୍ନୀତ ହୋଇଥିଲେ। ନିଜ କାର୍ଯ୍ୟ ସୁଚାରୁରୂପେ ତୁଲାଇବା ସହ ଦକ୍ଷତା ପ୍ରତିପାଦନ କରିପାରିବାରୁ ଆମେରିକାର ଟ୍ରେଜେରି ବିଭାଗରେ ତାଙ୍କୁ ନିଯୁକ୍ତି ମିଳିଥିଲା। ୧୯୯୨ରେ ଜର୍ଜ ଡବ୍ଲ୍ୟୁ ବୁଶ୍‌ଙ୍କ ଶାସନ କାଳରେ ପାଓ୍ବେଲ ଟ୍ରେଜେରି ଫର୍‌ ଡୋମେଷ୍ଟିକ୍‌ ଫାଇନାନ୍ସରେ ଅଣ୍ଡର ସେକ୍ରେଟାରୀ ହୋଇଥିଲେ। ସେହି ସମୟରେ ସେ ବହୁ ବିବାଦୀୟ ଅର୍ଥ କାରବାର ତଦନ୍ତ କାର୍ଯ୍ୟର ତଦାରଖ କରି ଆର୍ଥିକ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।
ପାଓ୍ବେଲଙ୍କ କ୍ୟାରିୟର ବିଭିନ୍ନ ସମୟରେ ଭିନ୍ନ ମୋଡ଼ ନେଇଥିବାର ଦୃଷ୍ଟାନ୍ତ ବାରମ୍ବାର ଦେଖିବାକୁ ମିଳିଛି। ୧୯୯୭ରୁ ୨୦୦୫ ଯାଏ କାର୍ଲାଇଲ ଗ୍ରୁପ୍‌ର ସେ ସହଯୋଗୀ ପାଲଟି ଯାଇଥିଲେ। ୨୦୦୮ରେ ଗ୍ଲୋବାଲ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ର ପରିଚାଳନା ସହଯୋଗୀ ହେବା ପରେ ଆର୍ଥିକ କ୍ଷେତ୍ରରେ ସେ ଅନେକ ଅଭିଜ୍ଞତା ଅର୍ଜନ କରିଥିଲେ। ୨୦୧୧ରେ ଦେଶର ସର୍ବୋଚ୍ଚ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ଫେଡେରାଲ ରିଜର୍ଭରେ ତାଙ୍କୁ ସ୍ଥାନ ମିଳିଥିଲା। ୨୦୧୩ରେ ଆର୍ଥିକ ନିୟନ୍ତ୍ରଣ ଉପରେ ସେ ଯେଉଁ ଭାଷଣ ଦେଇଥିଲେ ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଫଳସ୍ବରୂପ ନଭେମ୍ବର ୨୦୧୭ରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ଫେଡେରାଲ ରିଜର୍ଭର ଅଧ୍ୟକ୍ଷ ଭାବେ ମନୋନୀତ କରିଥିଲେ। ସିନେଟ ବ୍ୟାଙ୍କିଙ୍ଗ୍‌ କମିଟି ଏହି ମନୋନୟନକୁ ମଞ୍ଜୁରୀ ଦେବା ପରେ ପାଓ୍ବେଲ ଅଧ୍ୟକ୍ଷ ଆସନରେ ଆସୀନ ହୋଇପାରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ ଦିଗରେ ଅନେକ ସମସ୍ୟା ଉପୁଜି ଚାଲିଛି। ତେବେ ଆମେରିକା ଭଳି ଏକ ସୁଦୃଢ଼ ଅର୍ଥନୀତି ଯେତେବେଳେ ଏହିଭଳି ବିଷମ ସ୍ଥିତିରେ ପଡ଼ିଛି, ସେତେବେଳେ ପାଓ୍ବେଲ ତାଙ୍କ ଦୀର୍ଘଦିନର ଅଭିଜ୍ଞତାକୁ ବିନିଯୋଗ କରି ଅନେକ ପରିବର୍ତ୍ତନ ଆଣିବେ ବୋଲି ଆଶା କରାଯିବା ସ୍ବାଭାବିକ।

All Right Reserved By

ସମ୍ପାଦକୀୟ |

 ଆଜିର ଅର୍ଥନୀତି/ପଦକ୍ଷେପ ଯଥେଷ୍ଟ ନୁହେଁ

ଆଜିର ଅର୍ଥନୀତି/ପଦକ୍ଷେପ ଯଥେଷ୍ଟ ନୁହେଁ

ଆଇସିଆଇସିଆଇ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ସିଇଓ ଏବଂ ଏମ୍‌ଡି (ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ପରିଚାଳନା ନିର୍ଦ୍ଦେଶକ) ଚନ୍ଦା କୋଛରଙ୍କ ବିରୋଧରେ ଶେଷରେ ଯେଉଁ ପଦକ୍ଷେପ ନେଲେ, ତାହା ସେ ବହୁ ଆଗରୁ ନେବାର ଥିଲା। ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଶେଷହେବା ପୂର୍ବରୁ ତାଙ୍କୁ ବାଧ୍ୟତାମୂଳକ ଭାବେ ଛୁଟି ଦିଆଯାଇଛି। କୋଛର ହେଉଛନ୍ତି ଭାରତୀୟ ବ୍ୟାଙ୍କିଙ୍ଗ୍‌ ଶିଳ୍ପର ଜଣେ ପୁରୁଣା ଖେଳାଳି। କର୍ପୋରେଟ୍‌ ଗଭର୍ନାନ୍ସର ନିୟମ ଉଲ୍ଲଂଘନ କରି ଋଣ ପ୍ରଦାନରେ ଅନୁଚିତ ଅନୁକମ୍ପା ଦେଖାଇଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି। କୋଛର ପ୍ରସଙ୍ଗକୁ ପରିଚାଳନା କରିବାରେ ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡର ଭୂମିକା ...

ସେମାନେ ଦେଖିଥିବା ଭାରତ

ସେମାନେ ଦେଖିଥିବା ଭାରତ

ଡ. ବାଞ୍ଛାନିଧି ପଣ୍ଡା ନିଜ ଦେଶର ଅତୀତର ଏକ ଉଜ୍ଜ୍ୱଳ ଚିତ୍ରର କୌଣସି ବିବରଣୀ ଆମେ ଯେତେବେଳେ ପଢିବାକୁ ପାଉ ଦେଶ ବିଷୟରେ ଗର୍ବ ଓ ଗୌରବର ଭାବନା ଆମ ମନରେ ସ୍ବତଃ ସୃଷ୍ଟି ହୁଏ। ଚାରିଜଣ ପରିବ୍ରାଜକଙ୍କ ଲେଖାରୁ ଆମେ ଭାରତବର୍ଷର ଅତୀତର ଏପରି ଏକ ଚିତ୍ର ଦେଖିବାକୁ ପାଉ। ସେମାନେ ହେଲେ ମେଘାସ୍ଥିନିସ, ଫାହିୟାନ, ହୁଏନ୍‌ସାଂ ଓ ଆଲବାରୁଣି। ମେଘାସ୍ଥିନିସ ଓ ଆଲବାରୁଣି ଉଭୟେ ବିଦ୍ୱାନ ସଭାସଦ୍‌ ଥିଲେ। ତେଣୁ ସେମାନେ ତାଙ୍କ ରଚନାରେ ଭାରତର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରିଛନ୍ତି। ମାତ୍ର ଫାହିୟାନ ଓ ହୁଏନ୍‌ସାଂ ସନ୍ନ୍ୟାସୀ ପରିବ୍ରାଜକ ହୋଇଥିବାରୁ ସେମାନେ ଧର୍ମ ବିଷୟକ ବିବରଣୀକୁ ...

ଷ୍ଟାର୍‌ ଷ୍ଟାଟସ୍‌

ଷ୍ଟାର୍‌ ଷ୍ଟାଟସ୍‌

ପ୍ରକାଶ କୁମାର ସିଂହ ଷ୍ଟାର୍‌ମାନେ ଖାଲି ଆକାଶରେ ରହନ୍ତିନି, ଏଇ ମାଟିରେ ବି ଲୀଳାଖେଳା କରନ୍ତି ଆଉ ଅନେକଙ୍କର ହୃଦୟ ଜିଣନ୍ତି ଆଜ୍ଞା। ଷ୍ଟାରମାନେ ହେଲେ ଆମର ଆଦର୍ଶ। କିଏ କ୍ରୀଡ଼ା ଜଗତର ଷ୍ଟାର୍‌, କିଏ ଫିଲ୍ମ ଜଗତର ଷ୍ଟାର୍‌, କିଏ ସଙ୍ଗୀତ ଜଗତର ତ କିଏ ବିଜ୍ଞାନ ଦୁନିଆର ଷ୍ଟାର୍‌। ଷ୍ଟାର୍‌- ଯାହାକୁ ଆମେ ତାରକା କହୁ। ସେମାନେ ଆମ ଭଳି ସାଧାରଣ ମଣିଷ କିନ୍ତୁ ଅସାଧାରଣ ସେମାନଙ୍କର ପ୍ରତିଭା, ସେବା ମନୋଭାବ, ଧୈର୍ଯ୍ୟ, ସାହସ ଅବା କୃତିତ୍ୱ। କେଉଁ ଫିଲ୍ମରେ ବସ୍ତିର ପିଲା ଭୂମିକା କରି କିଏ ଷ୍ଟାର୍‌ ଷ୍ଟାଟସ୍‌ ପାଇଛି ତ କିଏ ବାଳକ ବୁଦ୍ଧିଆ ପରି ମାରାଥନ ଦୌଡି ଷ୍ଟାର୍‌ ପାଲଟିଛି। ତିଆରି ହୋଇଛି ଫିଲ୍ମ ବୁଦ୍ଧିଆ ବର୍ନ ଟୁ ରନ୍‌...। କିଏ ଡକାୟତକୁ ଘର ...

ଏଇ ଭାରତରେ

ଏଇ ଭାରତରେ

ଖେଳ ଶାରୀରିକ ବ୍ୟାୟାମ ତଥା ମନୋରଞ୍ଜନର ଏକ ଉତ୍ସ। ଏହା ଶିଶୁ, କିଶୋର ଓ ଯୁବକମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ। କିନ୍ତୁ ଏଥିପାଇଁ ଖେଳୁଆଡ଼ ମନୋବୃତ୍ତି ରହିବା ଦରକାର। ତା’ ନ ହେଲେ ଖେଳରୁ ବିବାଦ ସୃଷ୍ଟି ହୋଇ ଗଣ୍ଡଗୋଳ, ମାଡ଼ପିଟ ଓ ବେଳେବେଳେ ମୃତ୍ୟୁର କାରଣ ହୋଇପାରେ। ଦୁଇପକ୍ଷ ମଧ୍ୟରେ ବିଭେଦ ସୃଷ୍ଟିହୋଇ ଗଣ୍ଡଗୋଳ ହୋଇଥାଏ। କ୍ରିକେଟ୍‌ ଖେଳକୁ ନେଇ ଖଣ୍ଡଯୁଦ୍ଧ। ଏଥିରେ ଜଣେ ୧୫ବର୍ଷର ବାଳକ ବଳିପଡିଛନ୍ତି। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବାଲିଆଠାରେ। ମାସକ ତଳେ ଏକ କ୍ରିକେଟ୍‌ ମ୍ୟାଚ୍‌କୁ କେନ୍ଦ୍ରକରି ଭିକପୁର ଏବଂ ଶ୍ରୀପୁର ଗଁାର ଯୁବକଙ୍କ ମଧ୍ୟରେ ମାଡପିଟ ହୋଇଥିଲା। ଦୁଇ ଗଁାର ଭଦ୍ରଲୋକ ମଧ୍ୟସ୍ଥ ସାଜି ଗଣ୍ଡଗୋଳର ସମାଧାନ କରିଥିଲେ। ପରିସ୍ଥିତି କିଛିଦିନ ପାଇଁ ଶାନ୍ତ ପଡ଼ିଯାଇଥିଲା। କିନ୍ତୁ ବୁଧବାର ...

ପ୍ରାଣୀଙ୍କ ଜୀବନ ସହ ଖେଳ

ପ୍ରାଣୀଙ୍କ ଜୀବନ ସହ ଖେଳ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରତିବର୍ଷ ବିଜ୍ଞାନାଗାରରେ କୋଟି କୋଟି ପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ କଟାଯାଉଛି। ଯେଉଁମାନେ ସରକାରରେ ଅଛନ୍ତି, ସେମାନେ ଭାବୁଛନ୍ତି ମଣିଷଙ୍କ ହିତ ପାଇଁ ଏହା ନିହାତି ଦରକାର। ସେମାନଙ୍କ ଧାରଣା ଯେକୌଣସି ଜିନିଷ ମଣିଷ ପାଖରେ ପହଞ୍ଚିବା ପୂର୍ବରୁ ପ୍ରାଣୀଠାରେ ପରୀକ୍ଷା ହୋଇଥିବା ଜରୁରୀ। ତେବେ ପ୍ରଶ୍ନ ଉଠୁଛି, ଏହା କ’ଣ ସତରେ ମଣିଷକୁ ନିରାପଦ କରୁଛି? ଚିନ୍ତା କରନ୍ତୁ, ପକ୍ଷୀ ପାଇଁ ଉଦ୍ଭାବିତ କୌଣସି ନୂଆ ଔଷଧକୁ କେବଳ ପକ୍ଷୀଠାରେ ହିଁ ପରୀକ୍ଷା କରାଯାଉଛି। ଏହାକୁ କ’ଣ କୁକୁରଠାରେ ପରୀକ୍ଷା କରାଯାଇପାରିବ? ତେଣୁ କାହିଁକି ମୂଷାଠାରେ ପରୀକ୍ଷିତ ଔଷଧ ମଣିଷକୁ ଦିଆଯିବ? ...

 ପରୀକ୍ଷା କେନ୍ଦ୍ରରେ ସିସି ଟିଭି

ପରୀକ୍ଷା କେନ୍ଦ୍ରରେ ସିସି ଟିଭି

ଡ. ସୁବାସ ଚନ୍ଦ୍ର ପାତ୍ର ଏବେ ଯୁକ୍ତ ୨ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସି ଟିଭି ଲାଗିବ ବୋଲି ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ସମୟରେ ତାହା ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟ ସ୍ତରୀୟ ପରୀକ୍ଷା କେନ୍ଦ୍ରରେ ଲଗାଇବାକୁ ମନସ୍ଥ କରାଯାଇଛି। ତେବେ ଏହି ସିସି ଟିଭି ଲାଗିବା ନେଇ ମିଶ୍ର ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। କେତେକେ କହୁଛନ୍ତି, କିଛି ନ ହେଲେ ବି ପରୀକ୍ଷାର୍ଥୀ, ପରୀକ୍ଷା ନିୟନ୍ତ୍ରକ, କେନ୍ଦ୍ର ଅଧୀକ୍ଷକ ଓ ଅଭିଭାବକମାନଙ୍କ ମନରେ ଭୟ ଟିକେ ରହିବ। ସେମାନେ ଅସତ୍‌ ଉପାୟ ଅବଲମ୍ବନ ବା ସେ ପାଇଁ ପୃଷ୍ଠପୋଷକତା କରିବା ପୂର୍ବରୁ ଦୁଇଥର ଭାବିବେ। ଅନ୍ୟ ଏକ ଗୋଷ୍ଠୀ ଏହାକୁ ପ୍ରଭାବୀ ବୋଲି ଭାବୁନାହାନ୍ତି। ...

ପ୍ରଜ୍ଞା, ମେଧା ଓ ଯୋଗ

ପ୍ରଜ୍ଞା, ମେଧା ଓ ଯୋଗ

ବ୍ରହ୍ମାନନ୍ଦ ପଣ୍ଡା ଶରୀର ଏକ ରଥ, ଯହିଁରେ ଜୀବ ହେଉଛି ରଥୀ ବା ଆରୋହୀ। ଏ ରଥରେ ବୁଦ୍ଧି ସାରଥି, ମନ ଲଗାମ, ଇନ୍ଦ୍ରିୟମାନେ ହେଉଛନ୍ତି ଅଶ୍ୱ ଏବଂ ବିଷୟ ହେଉଛି ଗନ୍ତବ୍ୟ ମାର୍ଗ। ବିକ୍ଷିପ୍ତ ଆଲୋକରଶ୍ମିକୁ ଯବ କାଚରେ କେନ୍ଦ୍ରୀଭୂତ କରି ଯେପରି ଅଗ୍ନି, ତାପ ଓ ଆଲୋକ ସୃଷ୍ଟି କରାଯାଇପାରେ ଠିକ୍‌ ସେପରି ଯୋଗସାଧନା ଦ୍ୱାରା ଶରୀର, ମନ, ବୁଦ୍ଧି ଓ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରି ସୁସ୍ଥ, ସବଳ ଓ ଦୀର୍ଘାୟୁ ଜୀବନ ଲାଭ କରାଯାଇପାରେ। ଯୋଗସାଧନା ଦ୍ୱାରା ଅନ୍ତଃକରଣକୁ ଶୁଦ୍ଧ କରି ପ୍ରାରବ୍ଧ ବା ଭାଗ୍ୟଫଳର ସଦୁପଯୋଗ ...

ଏଇ ଭାରତରେ

ଏଇ ଭାରତରେ

ଲେସ୍‌ବିଆନ୍‌, ଗେ, ବାଇସେକ୍ସୁଆଲ ଆଣ୍ଡ୍‌ ଟ୍ରାନ୍ସଜେଣ୍ଡର (ଏଲ୍‌ଜିବିଟି) ବର୍ଗ ଜୁନ୍‌କୁ ‘ପ୍ରାଇଡ୍‌ ମନ୍‌ଥ’ ବା ଗର୍ବର ମାସ ଭାବେ ପାଳନ କରୁଥିବା ବେଳେ କଲିକତାରେ ଜଣେ କିନ୍ନର ଚାକିରି ପାଇଁ ସାକ୍ଷାତ୍‌କାର ଦେବା ବେଳେ ଅଶ୍ଳୀଳତାର ସମ୍ମୁଖୀନ ହୋଇଥିବା ବିଷୟ ପଦାକୁ ଆସିଛି। ଇଂଲିଶ ଓ ଭୂଗୋଳରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିବା ହରିନ୍ମୟୀ ଦେ ଯୌନ ଅସ୍ତ୍ରୋପଚାର ପରେ ସୁଚିତ୍ରା ଦେ ଭାବେ ପରିଚିତ ହୋଇଥିଲେ। ଘରେ ବୃଦ୍ଧା ମା’ ଥିବାରୁ ସଂସାର ଚଳାଇବା ପାଇଁ ତାଙ୍କୁ ଚାକିରି ଖୋଜିବାକୁ ପଡ଼ିଲା। ...

ସମ୍ପାଦକୀୟ/ ସମୟ ଆଜି

ସମ୍ପାଦକୀୟ/ ସମୟ ଆଜି

୧୭ ଜୁନ୍‌, ୨୦୧୮ରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ୪ର୍ଥ ଗଭର୍ନିଂ କାଉନ୍‌ସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନ ଥିବାରୁ କେନ୍ଦ୍ରରୁ ରାଜ୍ୟଯାଏ ରାଜନୈତିକ ବାତାବରଣ ସରଗରମ ରହିଛି। ଏହି ବୈଠକରେ କେନ୍ଦ୍ର ସରକାରଙ୍କ ଆକାଂକ୍ଷିତ ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା (ଏନ୍‌ଏଚ୍‌ପିଏସ୍‌) ବା ‘ଆୟୁଷ୍ମାନ୍‌ ଭାରତ’ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା। ସମ୍ଭବତଃ ଏହି ଯୋଜନାରେ ଓଡ଼ିଶା ସାମିଲ ହେବ ନାହିଁ ବୋଲି ପୂର୍ବରୁ କହି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେଲେ ନାହିଁ ବୋଲି ଆଲୋଚନା ହେଉଛି। ତେବେ ବୈଠକର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ଚିଠିକୁ ତର୍ଜମା କଲେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କ ଅସନ୍ତୋଷ ଜଣାପଡ଼ିଯାଉଛି। ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ବ୍ୟାପାରରେ କେନ୍ଦ୍ରର ଅତ୍ୟଧିକ ହସ୍ତକ୍ଷେପ ମୁଖ୍ୟମନ୍ତ୍ରୀଙ୍କୁ ବୈଠକରୁ ଦୂରେଇ ରଖିଥିବା ବୁଝାପଡ଼ୁଛି। କେବଳ ଓଡ଼ିଶା ନୁହେଁ। ଦିଲ୍ଲୀରେ ମଧ୍ୟ ସଂଘୀୟ ବ୍ୟବସ୍ଥାର ଯେଉଁଭଳି ଉଲ୍ଲଂଘନ କରାଯାଉଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସେହିଭଳି ପଶ୍ଚିମବଙ୍ଗ, ପଞ୍ଜାବ ଭଳି କେତେକ ରାଜ୍ୟ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସହ ଏକମତ ହୋଇପାରି ନ ଥିବା ଦେଖିବାକୁ ମିଳିଛି। ...

 ପାଠକ ଶୂନ, ଲେଖକ ବେଶି

ପାଠକ ଶୂନ, ଲେଖକ ବେଶି

ଡ. ଶରତ ଚନ୍ଦ୍ର ରଥ ତାହା ସାହିତ୍ୟ ପଦବାଚ୍ୟ, ଯାହା ପାଠକ ମନକୁ ସୁନାସୂତାରେ ବାନ୍ଧିରଖେ। ତାହା ସଫଳ ଗଳ୍ପ, ଯାହା ପାଠକ ମନକୁ ଚହଲାଇଦିଏ, କିଛି କିଛି ଭଲ ବାଟ ବତାଏ, ଦରକାର ପଡିଲେ ଚାଲି ଶିଖାଏ। ତାହା ସଫଳ କବିତା, ଯାହା ପାଠକ ମନରେ ଭାବାନ୍ତର ସୃଷ୍ଟି କରେ, ବାସ୍ତବତା ସହିତ କଳ୍ପନାର ସମନ୍ବୟ କରିପାରେ। କବିତା କମ୍‌ ଶବ୍ଦରେ ଅଧିକ କଥା କହେ। ଗଳ୍ପ ସରିଗଲେ ନ ସରିଲା ପରି ଲାଗେ, କବିତା ସରିଗଲେ ଆଉ କିଛି କଥା ବୁଝିବା ପାଇଁ ବାକି ରହିଗଲା ପରି ଲାଗେ। ତାହା ସଫଳ ଉପନ୍ୟାସ, ଯାହା ଆଉ ଏକ ଦୁନିଆକୁ ନେଇଯାଏ, ଯେଉଁଠି ସ୍ନାୟୁରେ ଶିରାରେ ସଞ୍ଚରିତ ହୋଇଯାଏ ଅନେକ ହସଲୁହ, ସୁଖଦୁଃଖ, ଶାନ୍ତି ...

ରାମରାଜ୍ୟ ଓ ଗଣତନ୍ତ୍ର

ରାମରାଜ୍ୟ ଓ ଗଣତନ୍ତ୍ର

ଅରୁଣ ଦାସ ବାଲ୍ମିକୀଙ୍କ ରାମାୟଣ ପଢିଲା ପରେ ସମସ୍ତେ ରାମରାଜ୍ୟ କ’ଣ ଜାଣିଲେ। ମର୍ଯ୍ୟାଦାପୁରୁଷ ରାମ ଜଣେ ପ୍ରଜାବତ୍ସଳ ଓ ଆଦର୍ଶ ରାଜା ଥିଲେ। ଏପରି କି ପ୍ରଜାମାନଙ୍କ ମତକୁ ସମ୍ମାନ ଦେଇ ସେ ନିଜ ପ୍ରିୟତମା ପତ୍ନୀଙ୍କୁ ମଧ୍ୟ ବିତାଡ଼ିତ କରିଥିଲେ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ରାଜତନ୍ତ୍ରରେ ମଧ୍ୟ ଜନତାଙ୍କ କଥାକୁ ସମ୍ମାନ ଦେବାକୁ ଯାଇ ସ୍ବୟଂ ରାଜା ନିଜ ବ୍ୟକ୍ତିଗତ ଜୀବନରେ କଠୋର ନିଷ୍ପତ୍ତି ନେଇପାରନ୍ତି। ସେହିପରି ଖ୍ରୀଷ୍ଟପୂର୍ବ ୩୮୦ରେ ଗ୍ରୀସ୍‌ ଦାର୍ଶନିକ ପ୍ଲାଟୋ ଯେଉଁ ଦି ରିପବ୍ଲିକ ରଚନା କରିଥିଲେ, ସେଥିରେ ମଧ୍ୟ ଆଇଡ଼ିଆଲ ଷ୍ଟେଟ, ବା ଆଦର୍ଶ ରାଜ୍ୟ ଓ ଫିଲୋସଫର କିଙ୍ଗ୍‌ ବା ଦାର୍ଶନିକ ରାଜାର କଥା ଉପସ୍ଥାପନ କରିଛନ୍ତି। ପ୍ରାଚୀନ ...

ଏଇ ଭାରତରେ

ଏଇ ଭାରତରେ

ସମାଜରେ କୁସଂସ୍କାର ଏବଂ ଅନ୍ଧବିଶ୍ୱାସ ଯେ ମଣିଷକୁ କେତେ ତଳକୁ ନେଇଯାଏ, ତା’ର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବିହାର ରାଜ୍ୟର ପୁର୍ନିଆ ଜିଲା ଅନ୍ତର୍ଗତ ଆମନା ବଂଶ ବିଟା ଗାଆଁରେ। ୪୦ବର୍ଷ ବୟସ୍କା ଜନୈକା ମହିଳାଙ୍କୁ ଗୁଣିଗାରେଡି ସନ୍ଦେହରେ ତାଙ୍କ ପରିବାର ସଦସ୍ୟମାନେ ପିଟିପିଟି ମାରିଦେଇଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ପାର୍ବତୀ ମୁର୍ମୁ। ମୃତ ମହିଳାଙ୍କ ଝିଅର ବୟାନ ଅନୁଯାୟୀ, ତାଙ୍କର ଦାଦା ଦୀର୍ଘ ଦେଢ଼ବର୍ଷ ହେଲା ରୋଗରେ ପଡ଼ିଥିଲେ। ଯେତେ ଚିକିତ୍ସା କରାଗଲେ ମଧ୍ୟ ସେ ଭଲ ନ ହେବାରୁ ସୋମବାର ମୃତ୍ୟୁବରଣ କଲେ। ଦାଦାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ...

Model This Week

ପ୍ରଭାତ