ଅପରାଧ | ସମ୍ବଲପୁର

ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା: ସ୍ବାମୀ, ପୁଅ ସଙ୍କଟାପନ୍ନ

ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା: ସ୍ବାମୀ, ପୁଅ ସଙ୍କଟାପନ୍ନ

କୁଆଁରମୁଣ୍ଡା,୩।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଖୁଖୁଣ୍ଡୁବାହାଲ ପଞ୍ଚାୟତ ରତାଖଣ୍ଡି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମବାସୀଙ୍କ ଅତର୍କିତ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି। ସେ ହେଲେ ଯଶୋଦା ସିଂ(୫୦)। ଏହି ଆକ୍ରମଣରେ ମହିଳାଙ୍କ ସ୍ବାମୀ ଫଗୁଆ ସିଂ(୬୦) ଓ ପୁଅ କମଲେଶ ସିଂ(୨୯) ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଫଗୁଆଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏହି ହତ୍ୟାକାଣ୍ଡ ଡାହାଣୀ ସନ୍ଦେହରେ ହୋଇଛି ବୋଲି ପୋଲିସ କହିଛି। ଦୀର୍ଘ ଦିନରୁ ଯଶୋଦାଙ୍କୁ ଗ୍ରାମବାସୀ ଡାହାଣୀ ବୋଲି ସନ୍ଦେହ କରିଆସୁଥିଲେ। ଯୋଜନାବଦ୍ଧ ଭାବେ ଶୁକ୍ରବାର ବିଳମ୍ବିତ ରାତିରେ ୧୪ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଠେଙ୍ଗା, ବାଡ଼ି ଓ ଭୁଜାଲି ଧରି ମହିଳାଙ୍କ ଘରେ ପଶି ଆକ୍ରମଣ କରିଥିଲେ। ତାଙ୍କ ବିବାହିତା ଝିଅ ହାତୀବାଡ଼ି ଅଞ୍ଚଳର ଗାୟତ୍ରୀ ସିଂ ତାଙ୍କ ବାପା ଓ ଭାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଫାଣ୍ଡିରେ ଅଭିଯୋଗ କରିଛନ୍ତି। ଘଟଣାକୁ ୧୨ ଘଣ୍ଟା ବିତିଥିଲେ ମଧ୍ୟ ପୋଲିସ କାହାକୁ ଗିରଫ କରିନାହିଁ।

All Right Reserved By

ଅପରାଧ | ସମ୍ବଲପୁର

ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ ମାମଲା ରୁଜୁ, ୩ ଅଟକ

ଚାନ୍ଦବାଲି,୨୪।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ନାଲଗଣ୍ଡା ପଞ୍ଚାୟତ ପ୍ରତାପପୁର ଗ୍ରାମରେ ଶନିବାର ରାତିରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଟି ମାମଲା ରୁଜୁ ହୋଇଛି। ଏଥିରେ ୧୩ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିବାବେଳେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ରବିବାର ୩ଜଣଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି।

ବରଗଡ଼ରେ ଚାଞ୍ଚଲ୍ୟ: ୫୬ବର୍ଷ ପୁଅକୁ ହତ୍ୟା କରି ୭୫ବର୍ଷ ବାପାଙ୍କ ଆତ୍ମହତ୍ୟା

ବରଗଡ଼ରେ ଚାଞ୍ଚଲ୍ୟ: ୫୬ବର୍ଷ ପୁଅକୁ ହତ୍ୟା କରି ୭୫ବର୍ଷ ବାପାଙ୍କ ଆତ୍ମହତ୍ୟା

ସରଣ୍ଡା,୨୪।୬(ଡି.ଏନ.ଏ)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ପାହାଡ଼ଶ୍ରୀଗିଡ଼ା ରାଏପଡ଼ାରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ୭୫ବର୍ଷର ବାପା ନିଜ ୫୬ବର୍ଷ ପୁଅଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକଦ୍ୱୟ ହେଲେ, ପିନ୍‌କେ ବରିଆ (୭୫) ଏବଂ ତାଙ୍କ ପୁଅ ପିନକେ ସୁବାରାଓ(୫୬)। ଘଟଣାସ୍ଥଳକୁ ଅତାବିରା ପୋଲିସ ପହଞ୍ଚି ମୃତଦେହ ଦୁଇଟି ଜବତ୍‌ କରିବା ସହିତ ଘଟଣାର ତଦନ୍ତ କରୁଛି।

ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼

ଦିଗପହଣ୍ଡିି,୨୩ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପଦ୍ମନାଭପୁର ଗ୍ରାମର ଶିବାନନ୍ଦ ଦାସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ଜେଲକୁ ପଠାଯାଇଛି।

ଟ୍ୟାଙ୍କର ଚାଳକଙ୍କୁ ହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଉତ୍ୟକ୍ତ ଲୋକେ ଢାବାରେ ଲଗାଇଲେ ନିଆଁ

ଟ୍ୟାଙ୍କର ଚାଳକଙ୍କୁ ହତ୍ୟା ଘଟଣା: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଉତ୍ୟକ୍ତ ଲୋକେ ଢାବାରେ ଲଗାଇଲେ ନିଆଁ

ଛେଣ୍ଡିପଦା,୨୩।୬(ଡି.ଏନ୍‌.ଏ.): ପାଣି ଟ୍ୟାଙ୍କର ଚାଳକ ଜ୍ଞାନେନ୍ଦ୍ର ଦେହୁରୀ(୩୯)ଙ୍କ ହତ୍ୟାକାଣ୍ଡ ଘଟଣାରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଶନିବାର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ କତଡ଼ାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଲାସିକ ଢାବା ଭଙ୍ଗାରୁଜା କରିବା ସହ ନିଆଁ ଲଗାଇଦେଇଛନ୍ତି। ସେମାନେ ଗାୟତ୍ରୀ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି।

ଗିରଫ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ

ଗିରଫ ଜୁଆଡ଼ିଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି, ଚିକିଟି୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସ ଶନିବାର ଗିରଫ ୭ ଜୁଆଡ଼ିଙ୍କୁ ପାତ୍ରପୁର କୋର୍ଟକୁ ଚାଲାଣ କରିଛି।

ଅପହରଣ କରିନେଇ ଗାୟଗଣ୍ଡା ବସ୍‌ଷ୍ଟାଣ୍ଡରେ ଛାଡ଼ିଲେ, ନାବାଳକ ଉଦ୍ଧାର

ଅପହରଣ କରିନେଇ ଗାୟଗଣ୍ଡା ବସ୍‌ଷ୍ଟାଣ୍ଡରେ ଛାଡ଼ିଲେ, ନାବାଳକ ଉଦ୍ଧାର

ଭଞ୍ଜନଗର,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ କରସିଙ୍ଗି ଗୁଡ଼ିସାହିରୁ ଶୁକ୍ରବାର ସନ୍ଧ୍ୟାରେ ଦୁର୍ବୃତ୍ତମାନେ ଜଣେ ସାଢ଼େ ୩ବର୍ଷର ନାବାଳକଙ୍କୁ ଅପହରଣ କରି ନେଇଥିଲେ। ଏହାପରେ ନାବାଳକଙ୍କୁ ତାରସିଂ ଥାନା ଅନ୍ତର୍ଗତ ଗାୟଗଣ୍ଡା ବସ୍‌ଷ୍ଟାଣ୍ଡରେ ଛାଡ଼ି ଦେଇଥିଲେ।

ପାଣି ଟ୍ୟାଙ୍କର ଗାଡ଼ିରୁ ଚାଳକଙ୍କ ମୃତଦେହ ଉଦ୍ଧାର, ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ

ପାଣି ଟ୍ୟାଙ୍କର ଗାଡ଼ିରୁ ଚାଳକଙ୍କ ମୃତଦେହ ଉଦ୍ଧାର, ପରିବାରଲୋକ ଆଣିଲେ ହତ୍ୟା ଅଭିଯୋଗ

ଛେଣ୍ଡିପଦା,୨୩।୬(ଡି.ଏନ୍‌.ଏ.): ଅନୁଗୋଳ-ସମ୍ବଲପୁର ୫୫ ନଂ ଜାତୀୟ ରାଜପଥର ଜରପଡ଼ା ଥାନା କତଡା ଗ୍ରାମ ନିକଟସ୍ଥ ଏକ ରାସ୍ତା ପାର୍ଶ୍ୱରେ ଥିବା ହୋଟେଲ ନିକଟରେ ପାଣି ଟ୍ୟାଙ୍କର ଗାଡି ଚାଳକଙ୍କ ମୃତଦେହ ପୋଲିସ ଶନିବାର ଭୋର ସମୟରେ ଉଦ୍ଧାର କରଛି। ସେ ହେଲେ ଉକ୍ତ ଥାନା ଅଧୀନ ଦୁର୍ଗାପୁର ଗ୍ରାମର ଜ୍ଞାନେନ୍ଦ୍ର ଦେହୁରୀ(୩୯)। ଜ୍ଞାନେନ୍ଦ୍ର ଏକ ଘରୋଇ ଠିକା ସଂସ୍ଥା ରାସ୍ତା ର୍ନିମାଣ କାର୍ଯ୍ୟରେ ଗାଡି ଚାଳକ ଭାବେ କାମ କରୁଥିଲେ।

 ଭିଜିଲାନ୍ସ ଜାଲରେ ଦକ୍ଷିଣ ଘୁମୁସର ଡିଏଫ୍‌ଓ

ଭିଜିଲାନ୍ସ ଜାଲରେ ଦକ୍ଷିଣ ଘୁମୁସର ଡିଏଫ୍‌ଓ

ଭଞ୍ଜନଗର,୨୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ)ଙ୍କ ବାସଭବନରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଡିଏଫ୍‌ଓ ବିଜୟ କେତନ ଆଚାର୍ଯ୍ୟଙ୍କ ବାସଭବନରେ ଭୋର୍‌ରୁ ବ୍ରହ୍ମପୁର ଭିଜିଲାନ୍ସ ଚଢ଼ାଉ କରିଛି।

କୁନ୍ଦୁଲୀ ଗଣବଳାତ୍କାର ଘଟଣା: ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବଢ଼ିଲା

କୁନ୍ଦୁଲୀ ଗଣବଳାତ୍କାର ଘଟଣା: ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବଢ଼ିଲା

ଭୁବନେଶ୍ୱର,୨୨।୬(ବ୍ୟୁରୋ): କୋରାପୁଟ ଜିଲାର ବହୁ ଚର୍ଚ୍ଚିତ କୁନ୍ଦୁଲୀ ନାବାଳିକା ବଳାତ୍କାର ଘଟଣାର ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଶୁକ୍ରବାର ଆଉ ତିନି ମାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି।

ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୨ ଗିରଫ

ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୨ ଗିରଫ

ବାସୁଦେବପୁର,୨୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଞ୍ଚାୟତରେ ରଜ ଭସାଣି ବେଳେ ଗଣ୍ଡଗୋଳ ଏବଂ ଆଇଆଇସି ନବକୃଷ୍ଣ ନାୟକଙ୍କୁ ଆକ୍ରମଣ ଘଟଣାରେ ପୋଲିସ ପୁଣି ୨ଜଣଙ୍କୁ ଗିରଫ କରିଛି।

୫୫ ଲିଟର ମଦ ଜବତ, ୫ ଗିରଫ

୫୫ ଲିଟର ମଦ ଜବତ, ୫ ଗିରଫ

ନିଶ୍ଚିନ୍ତକୋଇଲି,୨୨ା୬(ଡି.ଏନ୍‌.ଏ.): କଟକ ଜିଲା ସାଲେପୁର ଓ ନେମାଳ ଥାନା ଅଞ୍ଚଳର ୫ ସ୍ଥାନରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫୫ ଲିଟର ମଦ ଜବତ କରାଯାଇଛି।

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ଆକ୍ରମଣ

ସଜନାଗଡ଼,୨୨।୬(ଡି.ଏନ୍‌.ଏ): ବାଲେଶ୍ୱର ଜିଳା ନୀଳଗିରି ଅନ୍ତର୍ଗତ ଜାମୁଢ଼ିଆ ପଞ୍ଚାୟତ ବାଘମରା ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ସେ ହେଲେ ରାମ ସିଂ। ଏନେଇ ନୀଳଗିରି ଥାନାରେ ରାମଙ୍କ ପୁଅ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

Model This Week

ଆହାନା