ମନୋରଞ୍ଜନ |

ପ୍ରଥମ ଦିନରେ ଅନୁଷ୍କାଙ୍କ ‘ପରୀ’ର ଧୁମ୍‌: ୪ କୋଟି ରୋଜଗାର

ପ୍ରଥମ ଦିନରେ ଅନୁଷ୍କାଙ୍କ ‘ପରୀ’ର ଧୁମ୍‌: ୪ କୋଟି ରୋଜଗାର
ବମ୍ବେ: ଫିଲ୍ମ ଫ୍ରାଇଡେ ଏବଂ ହୋଲି ଅବସରରେ ରିଲିଜ ହୋଇଛି ଅନୁଷ୍କା ଶର୍ମା ଅଭିନୀତ ହରର୍‌ ‘ପରୀ’। ପ୍ରଥମ ଦିନ ରିଲିଜରେ ଏହା ୪ କୋଟି ଟଙ୍କା ବ୍ୟବସାୟ କରିଥିବା ଫିଲ୍ମ ସମୀକ୍ଷକ ରମେଶ ବାଲା ସୂଚନା ଦେଇଛନ୍ତି। ବିଶେଷକରି ଏହାର ବଳିଷ୍ଠ କାହାଣୀ ଦର୍ଶକଙ୍କ ମନ କିଣୁଛି। ଏଥିରେ ଅନୁଷ୍କାଙ୍କୁ ଭୂତ ପ୍ରବେଶ କରୁଥିବା ଜଣେ ଯୁବତୀଙ୍କ ଭୂମିକାରେ ଦେଖିବାକୁ ମିଳୁଛି। ଏହାକୁ ମୋଟ ୧୫ଶହ ସ୍କ୍ରିନରେ ରିଲିଜ କରାଯାଇଛି। ମୋଟ ୧୮କୋଟି ବଜେଟରେ ଏହା ନିର୍ମିତ ହୋଇଛି। ଏହାକୁ ପ୍ରୋସିତ ରୟ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଅନୁଷ୍କାଙ୍କ ବ୍ୟତୀତ ପରମ୍ବ୍ରତା ଚାଟାର୍ଜୀ, ରିତାଭରୀ ଚକ୍ରବର୍ତ୍ତୀ, ମାନସୀ ମୁଲ୍ଲାନୀ ଏବଂ ରଜତ କପୁର ପ୍ରମୁଖ ଅଭିନୟ କରିଛନ୍ତି। ଆଗାମୀ ଦିନରେ ଏହା ଅଧିକ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି।
All Right Reserved By

ମନୋରଞ୍ଜନ |

ବାହାହେବେ କି ପରିଣିତି

ବାହାହେବେ କି ପରିଣିତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ହେଲେ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯାଇ ନାହିଁ। ସେ ତାଙ୍କ ପୁରୁଷ ବନ୍ଧୁ ଚରିତ ଦେଶାଇଙ୍କ ହାତ ଧରିବେ ବୋଲି କୁହାଯାଉଛି।

ମୟୂର ଉତ୍ସବରେ ଖେର୍‌ଙ୍କୁ ବାସନ୍ଦ କରନ୍ତୁ: ସୋନା

ମୟୂର ଉତ୍ସବରେ ଖେର୍‌ଙ୍କୁ ବାସନ୍ଦ କରନ୍ତୁ: ସୋନା

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ୱାରା ଆୟୋଜିତ ହେଉଥିବା ମୟୂର ଉତ୍ସବରୁ ମ୍ୟୁଜିକ୍‌ କମ୍ପୋଜର କୈଳାସ ଖେର୍‌ଙ୍କୁ ଦୂରେଇ ରଖିବା ପାଇଁ ଗାୟିକା ସୋନା ମହାପାତ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ନିବେଦନ କରିଛନ୍ତି। ଖେର୍‌ ତାଙ୍କ ପ୍ରତି ଅଶାଳୀନ ଆଚରଣ କରିଥିବା ନେଇ ସେ ପୂର୍ବରୁ ଅଭିଯୋଗ କରିଥିଲେ।

ରଣବୀରଙ୍କ କଥା ପଡ଼ିଲେ ଆଲିଆଙ୍କୁ ଲାଗୁଛି ଲାଜ

ରଣବୀରଙ୍କ କଥା ପଡ଼ିଲେ ଆଲିଆଙ୍କୁ ଲାଗୁଛି ଲାଜ

ମୁମ୍ବାଇ: ‘ବ୍ରହ୍ମାସ୍ତ୍ର’ର ସହ-ଅଭିନେତା ରଣବୀର କପୁରଙ୍କ କଥା ପଡ଼ିଲେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଆଜିକାଲି ଖୁବ୍‌ ଲାଜ ଲାଗୁଛି। ଗୁରୁବାର ଏଠାରେ ନିକେଲୋଡିଓନ୍‌ କିଡ୍ସ ଚଏସ୍‌ ଆଓ୍ବାର୍ଡସ-୨୦୧୮ ଅବସରରେ ଖବରଦାତାଙ୍କ ସହ ଆଲୋଚନା ବେଳେ ଆଲିଆ ଏହା ପ୍ରକାଶ କରିଛନ୍ତି।

ଶୀଘ୍ର ବାପା ହେବାକୁ ଚାହୁଁଛନ୍ତି ନିକ୍‌

ଶୀଘ୍ର ବାପା ହେବାକୁ ଚାହୁଁଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ପ୍ରିୟଙ୍କା ଚୋପ୍ରାଙ୍କ ପତି ତଥା ଆମେରିକୀୟ ସିଙ୍ଗର ନିକ୍‌ ଜୋନସ୍‌ ଶୀଘ୍ର ବାପା ହେବାକୁ ଚାହୁଁଥିବା ଜଣାପଡିଛି। ନିକଟରେ ସେ ଏକ ସାକ୍ଷାତ୍‌କାରରେ ଏମିତି କଥା କହିଥିବା ଆଲୋଚନା ହେଉଛି। 

ବାପା ହେବେ ଯୁବରାଜ

ବାପା ହେବେ ଯୁବରାଜ

ନୂଆଦିଲ୍ଲୀ,୧୪।୧୨: ବଲିଉଡ୍‌ ଅଭିନେତ୍ରୀ ତଥା କ୍ରିକେଟର ଯୁବରାଜ ସିଂଙ୍କ ପତ୍ନୀ ହେଜେଲ କିଚ୍‌ ଖୁବ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି। ୨୦୧୬ ଡିସେମ୍ବର ୩୦ରେ ଉଭୟଙ୍କ ବିବାହ କରିଥିବା ବେଳେ ପାଖାପାଖି ୨ବର୍ଷ ପରେ ଏମାନେ ମାତାପିତା ହେବାକୁ ଯାଉଥିବା ଜଣାପଡିଛି। 

ରାଜ କପୁରଙ୍କ ୩ ଦୁର୍ବଳତା: ନର୍ଗିସ୍‌, ସିନେମା ଓ ମଦ୍ୟପାନ

ରାଜ କପୁରଙ୍କ ୩ ଦୁର୍ବଳତା: ନର୍ଗିସ୍‌, ସିନେମା ଓ ମଦ୍ୟପାନ

ମୁମ୍ବାଇ, ୧୪।୧୨: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୪ ତମ ଜନ୍ମ ବାର୍ଷିକୀ ଶୁକ୍ରବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବରରେ ଜନ୍ମ ଗ୍ରହଣ କରିଥିଲେ। 

୧୮ରେ ‘ମଣିକର୍ଣ୍ଣିକା’ର ଟ୍ରେଲର ରିଲିଜ୍‌

୧୮ରେ ‘ମଣିକର୍ଣ୍ଣିକା’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଡିସେମ୍ବର ୧୮ରେ ‘ମଣିକର୍ଣ୍ଣିକା’ର ଟ୍ରେଲର ରିଲିଜ ହେଉଥିବା ବେଳେ ଏଥିପାଇଁ ମହାପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ପ୍ରକାଶ କରିଛନ୍ତି।

ସମ୍ମାନିତ ହେଲେ ଜାହ୍ନବୀ

ସମ୍ମାନିତ ହେଲେ ଜାହ୍ନବୀ

ମୁମ୍ବାଇ: ବଲିଉଡର ଧଡକ୍‌ ଗର୍ଲ ଜାହ୍ନବୀ କପୁର ନିକଟରେ ସମ୍ମାନିତ ହୋଇଛନ୍ତି। Norwegian Consulate’s Shooting Star of the Year ସମ୍ମାନରେ ସମ୍ମାନିତ ହୋଇଛନ୍ତି ଜାହ୍ନବୀ। 

 ଜରୀନ୍‌ ଖାଁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ଜରୀନ୍‌ ଖାଁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ପାନାଜୀ,୧୩।୧୨: ବଲିଉଡ଼ ଅଭିନେତ୍ରୀ ଜରୀନ୍‌ ଖାଁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଆରେ ଜରୀନ୍‌ଙ୍କ କାର୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲା।

ସ୍ମିତା ପାଟିଲଙ୍କୁ ଶୁଆଇ ମେକ୍‌ଅପ୍‌ କରିଥିଲେ ଦୀପକ

ସ୍ମିତା ପାଟିଲଙ୍କୁ ଶୁଆଇ ମେକ୍‌ଅପ୍‌ କରିଥିଲେ ଦୀପକ

ମୁମ୍ବାଇ, ୧୩।୧୨: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୨ତମ ପୁଣ୍ୟ ତିଥି ଗୁରୁବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। 

ଓ୍ବେଲକମ୍‌ ପାର୍ଟି

ଓ୍ବେଲକମ୍‌ ପାର୍ଟି

ସତରେ ମା’ ହେବ ଏମିତି। ସାବତ ଝିଅ ହେଲେ କ’ଣ ହେଲା, ତା’ ପାଇଁ ନିଜ କର୍ତ୍ତବ୍ୟ କରିବାକୁ ଭୁଲିନାହାନ୍ତି କରୀନା। ହଁ, ସୈଫ-ଅମ୍ରିତାଙ୍କ ଝିଅ ସାରା ଅଲ୍ଲୀ ଖଁା ନିକଟରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଛନ୍ତି। 

ଛୋଟ ପରଦା: ଦେବୀ ମହାନ୍ତି, ଯାହା କହନ୍ତି

ଛୋଟ ପରଦା: ଦେବୀ ମହାନ୍ତି, ଯାହା କହନ୍ତି

ଦେବୀ ମହାନ୍ତି-ଶିଳ୍ପ ଦୁନିଆରେ ଜଣେ ପରିଚିତ ନାମ। ଦେବୀ ମସଲା କମ୍ପାନୀର ମାଲିକାଣୀ। ନିଜର ସୁଚିନ୍ତିତ ଯୋଜନା ବଳରେ ସେ ଏହି ବ୍ୟବସାୟର କାୟା ବିସ୍ତାର କରିବାରେ ସକ୍ଷମ ହୋଇଛନ୍ତି।