ରାଜ୍ୟ | ବାଲେଶ୍ୱର

ଭୋଗରାଇରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ଜଗା ଗିରଫ

ଭୋଗରାଇରେ ଡକାୟତି ଘଟଣା: ମାଷ୍ଟରମାଇଣ୍ଡ ଜଗା ଗିରଫ

ଭୋଗରାଇ,୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ-ଜଳେଶ୍ୱର ଅଞ୍ଚଳରେ ଲଗାତାର ଭାବେ ଡକାୟତି ସହିତ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ରତନ ଦାସ ଓରଫ ଜଗାକୁ ପୋଲିସ ଗିରଫ କରିଛି। ଏଥିସହ ଘଟଣାଗୁଡିକ ସହ ସମ୍ପୃକ୍ତ ଥିବା ସନ୍ଦେହରେ ଅନ୍ୟ ୭ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ସେମାନଙ୍କଠାରୁ ୩ଟି ବାଇକ୍‌ ଓ ମୋବାଇଲ ମଧ୍ୟ ଜବତ କରାଯାଇଛି। ପ୍ରକାଶ ଯେ, ଗତ ଫେବୃୟାରୀ ୨୦ରେ ନହରାଛକରେ ମେଡିସିନ ଦୋକାନ କରିଥିବା ଦୋକାନୀ ପ୍ରଦୀପ୍ତ ରଞ୍ଜନ ଦାସଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରି ଲୁଟ କରିଥିଲେ। ପୋଲିସ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଆଧାରରେ ଜଗାକୁ ଗିରଫ କରିଥିବା ଜଣାପଡିଛି।

All Right Reserved By

ରାଜ୍ୟ | ବାଲେଶ୍ୱର

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଅଧାରୁ କାମ ଛାଡି ଠିକାଦାର ଚମ୍ପଟ ବିଡିଓଙ୍କଠାରେ ଫେରାଦ ହେଲେ ଗ୍ରାମବାସୀ

ଜୁନାଗଡ,୨୨।୬(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ପଞ୍ଚାୟତ ମସିଗଁାରେ ନିର୍ମାଣାଧୀନ ବାଗଡିସର ପୋଲ କାମ ଅଧାପନ୍ତରିଆ କରି ଠିକାଦାର ଚମ୍ପଟ ମାରିଥିବା ଜଣାପଡିଛି।

ବୀରେନ୍ଦ୍ର, ଜୟଦ୍ରଥଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୨।୬(ବ୍ୟୁରୋ)- ୨୦୧୮ ମସିହା ପାଇଁ ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ଓ ବାଲ୍‌ ସାହିତ୍ୟ ପୁରସ୍କାର। ଭାରତବର୍ଷର ମୋଟ ୨୨ଟି ଭାଷାରେ ଚଳିତବର୍ଷ ଏହି ସମ୍ମାନଜନକ ପୁରସ୍କାର ଦିଆଯିବାକୁ ଘୋଷଣା ହୋଇଥିବା ବେଳେ ଏଥର ଓଡ଼ିଶାରୁ ଦୁଇଜଣ ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ବହୁମୁଖୀ ବିକାଶ ଧାରାରେ ବନ ସହାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବହୁମୁଖୀ ବିକାଶ ଧାରାରେ ବନ ସହାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ,୨୨।୬- ଢେଙ୍କାନାଳ କଳିଙ୍ଗ ଚକ୍ଷୁ ଚିକିତ୍ସାଳୟ ପରିସରରେ ଶୁକ୍ରବାର ଢେଙ୍କାନାଳ ଖଣ୍ଡିୟ ପରିଚାଳନା ଏକକ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ରୁ ୨୫ଟି ବନ ସୁରକ୍ଷା ସମିତିର ୫୦ଜଣ ଗ୍ରାମ୍ୟ ବନ ସହାୟକ ଓ ସହାୟିକାଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି।

ଗଞ୍ଜେଇ, ବ୍ରାଉନ୍‌ସୁଗାର ପେଣ୍ଠସ୍ଥଳୀ ବାଲେଶ୍ୱର ଚଢାଉ ଚାଲିଛି, ଖସିଯାଉଛନ୍ତି ଅସଲ ବେପାରୀ

ଗଞ୍ଜେଇ, ବ୍ରାଉନ୍‌ସୁଗାର ପେଣ୍ଠସ୍ଥଳୀ ବାଲେଶ୍ୱର ଚଢାଉ ଚାଲିଛି, ଖସିଯାଉଛନ୍ତି ଅସଲ ବେପାରୀ

ବାଲେଶ୍ୱର ଅଫିସ,୨୨।୬-ବ୍ରାଉନ୍‌ସୁଗାର ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଚୋରା କାରବାରର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗଞ୍ଜେଇ, ବ୍ରାଉନ୍‌ସୁଗାର ଓ ମଦ ଜବତ କରାଯାଉଥିଲେ ମଧ୍ୟ ଏହାକୁ ରୋକାଯାଇ ପାରୁନାହିଁ।

ନିପା ରୋଗ ଭୟ

ନିପା ରୋଗ ଭୟ

ଚମ୍ପୁଆ,୨୨ା୬(ଡି.ଏନ.ଏ): ଭୂତାଣୁ ସଂକ୍ରମିତ ରୋଗ ନିପା ଏବେ ଭାରତରେ ଆତଙ୍କ ଖେଳାଇଛି। ବାଦୁଡି ଦ୍ୱାରା ଏହି ରୋଗ ବ୍ୟାପୁଥିବାରୁ ତାହାର ପ୍ରଭାବ ଦ୍ୱାରା ଦେଶୀ ଫଳ ଲୋକଙ୍କ ପାଇଁ ଅଲୋଡା ହୋଇ ପଡିଛି।

କୁନ୍ଦୁଲୀ ଗଣବଳାତ୍କାର ଘଟଣା: ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବଢ଼ିଲା

କୁନ୍ଦୁଲୀ ଗଣବଳାତ୍କାର ଘଟଣା: ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ୩ ମାସ ବଢ଼ିଲା

ଭୁବନେଶ୍ୱର,୨୨।୬(ବ୍ୟୁରୋ): କୋରାପୁଟ ଜିଲାର ବହୁ ଚର୍ଚ୍ଚିତ କୁନ୍ଦୁଲୀ ନାବାଳିକା ବଳାତ୍କାର ଘଟଣାର ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ରାଜ୍ୟ ସରକାର ଶୁକ୍ରବାର ଆଉ ତିନି ମାସ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି।

ଚିଲିକା ଡଙ୍ଗା ବୁଡ଼ି ଘଟଣା ତଦନ୍ତ ରିପୋର୍ଟ: ସବୁ ଦୋଷ ପବନର

ଚିଲିକା ଡଙ୍ଗା ବୁଡ଼ି ଘଟଣା ତଦନ୍ତ ରିପୋର୍ଟ: ସବୁ ଦୋଷ ପବନର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଚିଲିକା ଡ଼ଙ୍ଗା ବୁଡି ଘଟଣାର ତଦନ୍ତ ରିପୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଛି। ଆନ୍ତଃଜଳପଥ ନିର୍ଦ୍ଦେଶକ ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ପବନକୁ ସମ୍ପୂର୍ଣ୍ଣ ଦୋଷ ଦିଆଯାଇଛି।

୨୫ ମଧ୍ୟରାତ୍ରରୁ ପୁରୀରେ ଜଳଯୋଗାଣ ବନ୍ଦ

୨୫ ମଧ୍ୟରାତ୍ରରୁ ପୁରୀରେ ଜଳଯୋଗାଣ ବନ୍ଦ

ପୁରୀ ଅଫିସ,୨୨।୬: ଜୁନ୍‌ ୨୫ ମଧ୍ୟରାତ୍ରରୁ ପୁରୀ ସହରରେ ଜଳଯୋଗାଣ ବନ୍ଦ ରହିବ। ଏଭଳି ଚେତାବନୀ ଦେଇଛି ଶ୍ରୀକ୍ଷେତ୍ର ଜନସ୍ବାସ୍ଥ୍ୟ ଶ୍ରମିକ ସଂଘ। ଶନିବାର ଜନସ୍ବାସ୍ଥ୍ୟ ଶ୍ରମିକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହା କହିଛନ୍ତିସଂଘ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦିକ୍ଷୀତ । ସେ କହିଛନ୍ତି ଯେ, ନିଖିଳ ଓଡ଼ିଶା ଜଳଯୋଗାଣ,ପରିମଳ କର୍ମଚାରୀ ସଂଘର ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ ଜଳଯୋଗାଣ ବନ୍ଦ ରହିବ।

ଖାଦ୍ୟ ଗ୍ରହଣ କରୁନି ମହାବଳ

ଖାଦ୍ୟ ଗ୍ରହଣ କରୁନି ମହାବଳ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିବା ମହାବଳ ବାଘ ଗତକାଲିଠାରୁ ଖାଦ୍ୟ ଗ୍ରହଣ କରି ନ ଥିବା ଜଣାପଡ଼ିଛି। ବାଘ ଖୁଆଡ଼ରେ ଏକ ବାରହା ଛଡ଼ାଯାଇଛି। ଯଦି ବାଘ ନିଜେ ଶିକାର କରି ନ ଖାଏ ତେବେ ବାରାହକୁ ମାରି ତାର ମାଂଶ ଖାଇବାକୁ ଦିଆଯିବ।

ଅଣଦେଖା କରି ପ୍ରାକ୍ଟିକାଲରେ କମ୍‌ ମାର୍କ ମିଳିବା ନେଇ ଅଧ୍ୟକ୍ଷଙ୍କୁ ଫେରାଦ ହେଲେ ଛାତ୍ରୀ: ସମ୍ପୃକ୍ତ ଅଧ୍ୟାପକଙ୍କ ବରଖାସ୍ତ ଦାବି

ଅଣଦେଖା କରି ପ୍ରାକ୍ଟିକାଲରେ କମ୍‌ ମାର୍କ ମିଳିବା ନେଇ ଅଧ୍ୟକ୍ଷଙ୍କୁ ଫେରାଦ ହେଲେ ଛାତ୍ରୀ: ସମ୍ପୃକ୍ତ ଅଧ୍ୟାପକଙ୍କ ବରଖାସ୍ତ ଦାବି

ଶେରଗଡ଼,୨୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ସ୍ଥିତ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟରେ ଗତ ଯୁକ୍ତ ୨ ବାଣିଜ୍ୟ ବିଷୟର ଏକ ପ୍ରାକ୍ଟିକାଲରେ କିଛି ଛାତ୍ରୀଙ୍କୁ ଅଣଦେଖା କରି କମ୍‌ ମାର୍କ ଦିଆଯାଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀ ସୋନାଲୀ ସ୍ବାଇଁ ଓ ନୀଳିମା ମଲ୍ଲିକ ଓ ତାଙ୍କ ଅଭିଭାବକମାନେ କଲେଜ ଅଧ୍ୟକ୍ଷ ଲୋକନାଥ ନାୟକଙ୍କୁ ଭେଟି ଅଭିଯୋଗ କରିଛନ୍ତି।

ଆଙ୍କୁଲି ଓଭରବ୍ରିଜ୍‌ ନିକଟରେ ଟ୍ରକ୍‌ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ଆଙ୍କୁଲି ଓଭରବ୍ରିଜ୍‌ ନିକଟରେ ଟ୍ରକ୍‌ ବାଇକ୍‌ ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ବ୍ରହ୍ମପୁର ଅଫିସ,୨୨।୬: ସ୍ଥାନୀୟ ୧୬ ନଂ ଜାତୀୟ ରାଜପଥସ୍ଥିତ ଆଙ୍କୁଲି ଓଭରବ୍ରିଜ ନିକଟରେ ଶୁକ୍ରବାର ଏକ ଟ୍ରକ୍‌ ସହ ବାଇକ୍‌ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଜୟନ୍ଦ୍ରଥ

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବେ ଜୟନ୍ଦ୍ରଥ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଯୁବ ପୁରସ୍କାର-୨୦୧୮ ପାଇଁ ମନୋନୀତ ହୋଇଛନ୍ତି କଳାହାଣ୍ଡିର ଜୟନ୍ଦ୍ରଥ ସୁନା। ତାଙ୍କର ପ୍ରଥମ କବିତା ସଙ୍କଳନ ହେଉଛି ‘ଶୋଷ’। ଯାହାକିି ୨୦୧୭ରେ ପ୍ରକାଶିତ ହୋଇଥିଲା।

Model This Week

ପ୍ରଭାତ