ଜୀବନଚର୍ଯ୍ୟା |

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା କ୍ଷତିକାରକ: ହୋଇପାରେ କ୍ୟାନ୍ସର

ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଇବା କ୍ଷତିକାରକ: ହୋଇପାରେ କ୍ୟାନ୍ସର

ଭାରତରେ ପ୍ଲାଷ୍ଟିକ ନିର୍ମାଣ ସମୟରେ ବାଇସ୍‌ଫେନୋଲ(ବିପିଏ) ନାମକ କେମିକାଲ୍‌ର ବ୍ୟବହାର କରାଯାଇଥାଏ। ତେଣୁ ଏହାକୁ ଦୀର୍ଘଦିନ ଧରି ବ୍ୟବହାର କରିବା ସ୍ବାସ୍ଥ୍ୟପକ୍ଷେ ହାନିକାରକ। ବିଶେଷକରି ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଉଚିତ୍‌ ନୁହେଁ। ଏଥିଯୋଗୁ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟା ଉପୁଜିଥାଏ। ଯେପରିକି:
କ୍ୟାନ୍ସରର ଭୟ: ପ୍ଲାଷ୍ଟିକ ବୋତଲର ବ୍ୟବହାର କ୍ୟାନ୍ସର ପରି ଦୁରାରୋଗ୍ୟ ବ୍ୟାଧିର କାରଣ ପାଲଟିପାରେ। ବିଶେଷକରି ବୋତଲ ଯେତେବେଳେ ଗରମ ହୋଇଥାଏ, ସେଥିରୁ ଡାଇ ଅକ୍ସିନ ସ୍ରାବ ଆରମ୍ଭ ହୋଇଥାଏ। ଫଳରେ ଏଥିରେ ଥିବା ପାଣି ପିଇବା ଦ୍ୱାରା ବିଶେଷ କ୍ଷତି ପହଞ୍ଚିଥାଏ। ଏଥିଯୋଗୁ ମହିଳାମାନଙ୍କୁ ସ୍ତନ କର୍କଟ ହୋଇପାରେ।
ମସ୍ତିଷ୍କ ପାଇଁ: ପ୍ଲାଷ୍ଟିକ ବୋତଲ ନିର୍ମାଣରେ ବ୍ୟବହୃତ ବିପିଏ ମସ୍ତିଷ୍କ ପାଇଁ ବେଶ୍‌ କ୍ଷତିକାରକ। ଏହାଦ୍ୱାରା ବ୍ୟକ୍ତିର ସ୍ମରଣ ଶକ୍ତି ଏବଂ ବୁଝିବା ଶକ୍ତି ପ୍ରଭାବିତ ହୋଇଥାଏ।
ଗର୍ଭଧାରଣ କ୍ଷମତା ହୋଇଥାଏ ପ୍ରଭାବିତ: କ୍ଷତିକାରକ ବିପିଏ କେବଳ ମସ୍ତିଷ୍କ ପାଇଁ ନୁହେଁ ବରଂ ଗର୍ଭଧାରଣ କ୍ଷମତାକୁ କମ୍‌ କରିଥାଏ। କାରଣ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ପୁରୁଷମାନଙ୍କର ଶରୀରରେ ଶୁକ୍ରାଣୁର ମାତ୍ରା କମ୍‌ ହୋଇଥାଏ। ଏଥିଯୋଗୁ ପ୍ଲାଷ୍ଟିକ ବୋତଲରେ ପାଣି ପିଇବାଠାରୁ ନିବୃତ ରୁହନ୍ତୁ।
ହୃଦୟ ଜନିତ ରୋଗର କାରଣ: ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ବିପିଏ କେମିକାଲ ରକ୍ତରେ ମିଶିଥାଏ। ଏହା ହୃଦୟକୁ ଦୁର୍ବଳ କରିବା ସହ ଶରୀରରେ ରକ୍ତ ପ୍ରବାହକୁ ପ୍ରଭାବିତ କରିଥାଏ।
ଗର୍ଭବତୀ ମହିଳାଙ୍କ ପାଇଁ: ପ୍ଲାଷ୍ଟିକରେ ଥିବା ବିପିଏ ଗର୍ଭରେ ଥିବା ଶିଶୁର ବିକାଶକୁ ଶିଥିଳ କରିଥାଏ। ତେଣୁ ଗର୍ଭାବସ୍ଥା ସମୟରେ ପ୍ଲାଷ୍ଟିକ ବୋତଲରେ ପାଣି ପିଅନ୍ତୁ ନାହିଁ।

All Right Reserved By

ଜୀବନଚର୍ଯ୍ୟା |

ଅନିଦ୍ରାରୁ ବି ମୁକ୍ତି ଦିଏ ବିନା ପୋଷାକରେ ଶୟନ

ଅନିଦ୍ରାରୁ ବି ମୁକ୍ତି ଦିଏ ବିନା ପୋଷାକରେ ଶୟନ

ବିନା ପୋଷାକରେ ଶୟନ ନ କରିବାକୁ ଶାସ୍ତ୍ରରେ କୁହାଯାଇଛି। କିନ୍ତୁ ବିନା ପୋଷାକରେ ଶୟନ କଲେ ଅନେକ ଉପକାର ମିଳିଥାଏ ବୋଲି ନେଦରଲାଣ୍ଡ ଲେଇଦେନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଡାର୍କ ଚକୋଲେଟ୍‌ ସ୍ବାସ୍ଥ୍ୟ ଲାଗି ହିତକର

ଡାର୍କ ଚକୋଲେଟ୍‌ ସ୍ବାସ୍ଥ୍ୟ ଲାଗି ହିତକର

ଚକୋଲେଟ୍‌ରେ ପ୍ରଚୁର ପରିମାଣରେ ଫ୍ୟାଟ ଥାଏ। ଏହା ଶରୀରରେ ଚର୍ବି ବୃଦ୍ଧି କରେ। ନିୟମିତ ଏହାକୁ ଖାଇଲେ ମେଦବହୁଳତା ହୋଇଥାଏ। ସେଥିପାଇଁ ଚକୋଲେଟ୍‌ ବେଶି ନ ଖାଇବା ଲାଗି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ଡାର୍କ ଚକୋଲେଟ୍‌ ସ୍ବାସ୍ଥ୍ୟ ଲାଗି ହିତକର।

ପଇଡ଼ ପାଣି ପିଅନ୍ତୁ, କିଡ୍‌ନୀ ସମସ୍ୟାରୁ ଦୂରେଇ ରୁହନ୍ତୁ

ପଇଡ଼ ପାଣି ପିଅନ୍ତୁ, କିଡ୍‌ନୀ ସମସ୍ୟାରୁ ଦୂରେଇ ରୁହନ୍ତୁ

ସକାଳେ ପଇଡ଼ ପାଣି ପିିଇଲେ କିଡ୍‌ନୀ ବା ବୃକ୍‌କ ଜନିତ ସମସ୍ୟାରୁ ମିଳେ ମୁକ୍ତି। କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏକଥା ଜାଣିବାକୁ ମିଳିଛି। ପଇଡ଼ ପାଣିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ତନ୍ତୁଜ, ଭିଟାମିନ୍‌ ସି, ସୋଡିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, କ୍ୟାଲସିୟମ୍‌ ଆଦି ତତ୍ତ୍ୱ ରହିଥାଏ।

ନିଜକୁ ଭଲ ଭାବେ ଚିହ୍ନନ୍ତୁ

ନିଜକୁ ଭଲ ଭାବେ ଚିହ୍ନନ୍ତୁ

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକରାତ୍ମକ ଚିନ୍ତା ମନକୁ କରିଥାଏ ଆନ୍ଦୋଳିତ। ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା ଜାଣିବାର ଆବଶ୍ୟକତା ରହିଛି । ନିଜକୁ ବିଶ୍ଲେଷଣ କଲେ ମନରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହେବାର ସମ୍ଭାବନା ଅଧିକ ।

କାନ୍ଦିଲେ ମିଳେ ମାନସିକ ଶାନ୍ତି

କାନ୍ଦିଲେ ମିଳେ ମାନସିକ ଶାନ୍ତି

କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ। ନିୟୁଜର୍ସି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ।

ପାଦରୁ ଜଣାପଡିବ ବ୍ୟକ୍ତିତ୍ୱ

ପାଦରୁ ଜଣାପଡିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିର ସଫଳତା ଓ ବ୍ୟବହାର ତାଙ୍କ ପାଦରୁ ହିଁ ଜାଣିହୁଏ। ଏକ ଗବେଷଣାରୁ ଜଣାପଡିଛି ଜଣେ ସଫଳ ବ୍ୟକ୍ତିର ବ୍ୟକ୍ତିତ୍ୱ ତାଙ୍କ ପାଦର ଗଠନଶୈଳୀ ଉପରେ ନିର୍ଭର କରିଥାଏ। କାରଣ ପାଦ ଯଦି ଥକ୍କା ମାରିଯାଏ ତେବେ ଯେ କେହି ବ୍ୟକ୍ତି ଆଗକୁ ବଢିବା ସମ୍ଭବ ହୋଇ ନ ଥାଏ।

ଆଖି ରଙ୍ଗରୁ  ବାରିହେବ ଶରୀରର ସୁସ୍ଥତା

ଆଖି ରଙ୍ଗରୁ ବାରିହେବ ଶରୀରର ସୁସ୍ଥତା

ଦେହ ଅସୁସ୍ଥ ଲାଗିଲେ ଆମେ ଡାକ୍ତରଙ୍କ ପରାମର୍ଶ ନେଉ। ହେଲେ ବେଳେବେଳେ ଆଖିର ରଙ୍ଗ ଦେଖି ଶରୀରର ସୁସ୍ଥତା ଉପରେ ଅନୁମାନ ଲାଗାଯାଇ ପାରିବ ବୋଲି ଆମେରିକାର କେତେକ ଚିକତ୍ସକ ମତ ଦେଇଛନ୍ତି।

ପ୍ରୋଟିନ ଆବଶ୍ୟକତା ପୂରଣ କରେ ଅଙ୍କୁରିତ ଖାଦ୍ୟ

ପ୍ରୋଟିନ ଆବଶ୍ୟକତା ପୂରଣ କରେ ଅଙ୍କୁରିତ ଖାଦ୍ୟ

ଶରୀରରେ ପ୍ରୋଟିନର ଅଭାବ ଦେଖାଦେଲେ ସାମାନ୍ୟ ପରିଶ୍ରମରେ ବି କ୍ଲାନ୍ତି ଲାଗିଥାଏ । ଏପରି କ୍ଷେତ୍ରରେ ସପ୍ଲିମେଣ୍ଟ ଭାବେ ଅନେକ ମେଡିସିନ୍‌ ମାଧ୍ୟମରେ ପ୍ରୋଟିନ୍‌ ନେବା ଆରମ୍ଭ କରିଥାନ୍ତି ।

ସ୍ବାସ୍ଥ୍ୟ ଲାଗି ହିତକର ପ୍ରାତଃ ଭ୍ରମଣ...

ସ୍ବାସ୍ଥ୍ୟ ଲାଗି ହିତକର ପ୍ରାତଃ ଭ୍ରମଣ...

ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା ଚିନ୍ତା ଦୂରେଇ ଯାଏ।

ସକାଳୁ ମହୁପାଣି ପିଅନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...

ସକାଳୁ ମହୁପାଣି ପିଅନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...

ସକାଳେ ନିତ୍ୟକର୍ମ ସାରି ଉଷୁମ ପାଣିରେ ଦୁଇଠୋପା ମହୁ ପକାଇ ପିିଇଲେ ମେଦବହୁଳତାରୁ ମିଳେ ମୁକ୍ତି। ଏନେଇ ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଜରୁରୀ ନୁହେଁ ସବୁଦିନ ଗାଧୋଇବା...

ଜରୁରୀ ନୁହେଁ ସବୁଦିନ ଗାଧୋଇବା...

ସବୁଦିନ ଗାଧୋଇବା ସ୍ବାସ୍ଥ୍ୟ ଲାଗି ହାନୀକାରକ। କଲମ୍ବିଆ ବିଶ୍ୱବିଦ୍ୟାଳୟର ନର୍ସିଂ ବିଭାଗରେ ହୋଇଥିବା ଗବେଷଣା ରିପୋର୍ଟରେ ଏହା କୁହାଯାଇଛି।

ସକାଳୁ ପିଅନ୍ତୁ ଜୁଆଣି ପାଣି...

ସକାଳୁ ପିଅନ୍ତୁ ଜୁଆଣି ପାଣି...

ସକାଳୁ ନିତ୍ୟକର୍ମ ପରେ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏହାଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ ଏକ ଚାମୁଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହୃଦ୍‌ ସମସ୍ୟାରୁ ମିଳିଥାଏ ମୁକ୍ତି।

Model This Week

ପ୍ରଭାତ