ମନୋରଞ୍ଜନ |

ଶ୍ରୀଦେବୀଙ୍କ ନିଧନକୁ ନେଇ ଦୁଃଖି ରାକ୍ଷୀ ଭିଡିଓ ଶେୟାର କରି ଟ୍ରୋଲ

ଶ୍ରୀଦେବୀଙ୍କ ନିଧନକୁ ନେଇ ଦୁଃଖି ରାକ୍ଷୀ ଭିଡିଓ ଶେୟାର କରି ଟ୍ରୋଲ
ବମ୍ବେ: ବଲିଉଡ ଚଳଚ୍ଚିତ୍ର ଜଗତର ଜଣେ ଜାଜ୍ୱଲ୍ୟମାନ ଅଭିନେତ୍ରୀ ଶ୍ରୀଦେବୀଙ୍କ ବିୟୋଗକୁ ସିନେପ୍ରେମୀ ତଥା କଳାକାରମାନେ ଗ୍ରହଣ କରିପାରୁନାହାନ୍ତି। ମଙ୍ଗଳବାର ଦୁବାଇରୁ ବମ୍ବେ ଶ୍ରୀଦେବୀଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କୁ ବିଦାୟ ଦେବାକୁ ଅଭିନେତାମାନଙ୍କର ଭିଡ ଲାଗିଥିଲା। ଏପରିକି କେହି କେହି ସୋସିଆଲ ମିଡିଆରେ ନିଜ ନିଜର ଦୁଃଖ ପ୍ରକାଶ କରୁଥିଲେ। ଏପରି କିଛି ଘଟଣାକୁ ନେଇ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତଙ୍କୁ ଟ୍ରୋଲ କରାଯାଇଛି। ରାକ୍ଷୀ ନିଜର ଇନଷ୍ଟା ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଥିଲେ। ଭିଡିଓଟିରେ ସେ କାନ୍ଦି କାନ୍ଦି ଶ୍ରୀଦେବୀଙ୍କୁ ମନେ ପକାଉଥିଲେ। ଏପରିକି ତାଙ୍କ ଦେହାନ୍ତ ପରେ ରାକ୍ଷୀ ବଞ୍ଚିବାକୁ ଚାହୁଁ ନ ଥିବା ପ୍ରକାଶ କରିଥିଲେ। ପ୍ରଶଂସକମାନେ ଭିଡିଓଟିକୁ ଦେଖିବା ପରେ ତାଙ୍କୁ ଟ୍ରୋଲ କରିବା ସହ ଥଟ୍ଟା କରିଥିବା ଦେଖାଯାଇଛି। କ’ଣ ପାଇଁ ସେ ଏଭଳି ନାଟକ କରୁଛନ୍ତି ବୋଲି ତାଙ୍କୁ ପ୍ରଶ୍ନ ପଚାରିଥିଲେ। କେବଳ ଏତିକି ନୁହେଁ ରାକ୍ଷୀ ତାଙ୍କ ଇନଷ୍ଟା ପେଜ୍‌ରେ ଶ୍ରୀଦେବୀଙ୍କ ଅନେକ ଫଟୋ ଓ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରୁ ସେ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ମର୍ମାହତ ଥିବା ଜଣାପଡୁଛି ବୋଲି ଅନେକ ପ୍ରଶଂସକ କହୁଥିବା ମଧ୍ୟ ଦେଖାଯାଇଛି। ପ୍ରକାଶ ଯେ, ବମ୍ବେର ଭିଲେ ପାର୍ଲେ କ୍ରିମେଟୋରିୟମ୍‌ରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶ୍ରୀଦେବୀଙ୍କ ଶେଷକୃତ୍ୱ ସମ୍ପନ୍ନ କରାଯାଇଛି। ଏଥିରେ ଲକ୍ଷାଧିକ ଲୋକ ସାମିଲ ହୋଇଥିଲେ।
All Right Reserved By

ମନୋରଞ୍ଜନ |

ମୋବାଇଲ୍‌ ନିଶା

ମୋବାଇଲ୍‌ ନିଶା

ସତେ ଯେମିତି ଲାଗୁଛି ମହେଶ ତନୟା ଆଲିୟାଙ୍କ ଆଖିକୁ ଆଉ କିଛି ଦେଖାଯାଉନାହିଁ। ଶୟନେ, ସପନେ, ଜାଗରଣେ କେବଳ ଗୋଟିଏ କଥା-ଲଭ୍‌..ଲଭ୍‌..ଲଭ୍‌। 

ଓଃ ! କି କଷ୍ଟ..

ଓଃ ! କି କଷ୍ଟ..

ଯାହା କହନ୍ତୁ ନା କାହିଁକି ୟାମିଙ୍କ ଧୈର୍ଯ୍ୟକୁ ମାନିବାକୁ ପଡିବ। ଅଫର ମିଳିବା ବେଳଠାରୁ ଶୁଟିଂ ଆରମ୍ଭ ହେବା ପର୍ଯ୍ୟନ୍ତ ସେ ଟେନସନରେ ଥିଲେ। 

ଭାଗ୍ୟ ହିଁ ସାହାରା

ଭାଗ୍ୟ ହିଁ ସାହାରା

କୌଣସି କାମ ଆରମ୍ଭ କଲେ ତାହାକୁ ନେଇ ମନରେ ଅନେକ ଆଶା ରହିଥାଏ। ବେଳେବେଳେ ତାହାର ସଫଳତାକୁ ନେଇ ସୃଷ୍ଟି ହୁଏ ପ୍ରଶ୍ନବାଚୀ। ପୁଣି ଗୋଟିଏ ଘଟଣା ଅକସ୍ମାତ ଘଟିଯାଏ ଏବଂ ତାକୁ ପାଥେୟ କରି ଜଣେ ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହୋଇଥାଏ।

ପରଲୋକରେ କଳ୍ପନା ଲାଜମୀ

ପରଲୋକରେ କଳ୍ପନା ଲାଜମୀ

ମୁମ୍ବାଇ, ୨୩।୯: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କର ରବିବାର ଭୋର୍‌ ୪ଟା ୩୦ରେ ୬୪ ବର୍ଷରେ ପରଲୋକ ହୋଇଯାଇଛି। ସେ କିଡ୍‌ନୀ କର୍କଟ ରୋଗରେ ପୀଡ଼ିତ ଥିଲେ। 

ସେଲିବ୍ରିଟିଙ୍କ ଅଜବ ଅଭ୍ୟାସ

ସେଲିବ୍ରିଟିଙ୍କ ଅଜବ ଅଭ୍ୟାସ

ସେଲିବ୍ରିଟିଙ୍କ ଚାକଚକ୍ୟ, ତାଙ୍କ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଥାଏ। ତେବେ ସମସ୍ତଙ୍କ ଆଇକନ୍‌ ପାଲଟିଥିବା ସେଲିବ୍ରିଟିମାନେ ମଧ୍ୟ ମଣିଷ। ଆଉ ତାଙ୍କର ସାଧାରଣ ମଣିଷଙ୍କ ଭଳି ଥାଏ କିଛି ଅଭ୍ୟାସ ଓ ବଦଭ୍ୟାସ। ଜାଣନ୍ତୁ ସେ ସମ୍ପର୍କରେ....

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନୂଆଦିଲ୍ଲୀ, ୨୨।୯: ବଲିଉଡ୍‌ ଅଭିନେତ୍ରୀ ଜୟପ୍ରଦା ନେପାଳ ପର୍ଯ୍ୟଟନ ବିଭାଗର ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି।

ବିଦେଶରେ ପ୍ରଦର୍ଶିତ ହେବ ‘ଲଭ୍‌ ସୋନିଆ’

ବିଦେଶରେ ପ୍ରଦର୍ଶିତ ହେବ ‘ଲଭ୍‌ ସୋନିଆ’

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ହିନ୍ଦୀ ଫିଲ୍ମ ‘ଲଭ୍‌ ସୋନିଆ’ ଆମେରିକାରେ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି। ନିର୍ଦ୍ଦେଶକ ତବରେଜ ନୁରାନି ଓ ପ୍ରଯୋଜକ ଡାଭିଡ ଓମାର୍କଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ଆମେରିକାରେ ପ୍ରଦର୍ଶନ କରାଯିବ।

ବିଭିନ୍ନ ସହରରେ ରିଲିଜ୍‌ ହେଲା ‘ମଣ୍ଟୋ’

ବିଭିନ୍ନ ସହରରେ ରିଲିଜ୍‌ ହେଲା ‘ମଣ୍ଟୋ’

ନୂଆଦିଲ୍ଲୀ: ଭାରତର ବିଭିନ୍ନ ସହରରେ ଫିଲ୍ମ ଫ୍ରାଇଡେରେ ‘ମଣ୍ଟୋ’ ମୁକ୍ତିଲାଭ କରିଛି। କିନ୍ତୁ ପ୍ରଥମ ଦିନର ମର୍ନିଂ ଶୋ’ ପ୍ରଦର୍ଶିତ ହୋଇପାରି ନ ଥିବାରୁ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ନନ୍ଦିତା ଦାସ ନୈରାଶ୍ୟ ପ୍ରକାଶ କରିଥିଲେ। କିନ୍ତୁ ଅପରାହ୍ନରେ ଫିଲ୍ମ ରିଲିଜ ହେବାପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ବୋଲି ଭାୟକମ୍‌ ୧୮ ମୋଶନ୍‌ ପିକ୍ଚର୍ସ ପକ୍ଷରୁ କୁହାଯାଇଛି। 

ଚର୍ଚ୍ଚାରେ ରିୟା-ମହେଶ

ଚର୍ଚ୍ଚାରେ ରିୟା-ମହେଶ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ମହେଶ ଭଟ୍ଟ ଗୁରୁବାର ତାଙ୍କର ୭୦ ତମ ଜନ୍ମ ଦିବସ ମନାଇବା ପରେ ପରେ ଆସିଛନ୍ତି ଚର୍ଚ୍ଚାକୁ। ଏବେ ମହେଶଙ୍କ ନାଁ ସହ ଏକ ପ୍ରକାର ଯୋଡି ହୋଇ ଯାଇଛି ବଲିଉଡ୍‌ ନାୟିକା ରିୟା ଚକ୍ରବର୍ତ୍ତିଙ୍କ ନାଁ।

ସ୍ମିତା ପାଟିଲ୍‌ ପୁରସ୍କାର ଯଥାର୍ଥ

ସ୍ମିତା ପାଟିଲ୍‌ ପୁରସ୍କାର ଯଥାର୍ଥ

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ସର୍ବଶ୍ରେଷ୍ଠ ଅଭିନୟ ଲାଗି ସ୍ମିତା ପାଟିଲ୍‌ ପୁରସ୍କାର ପାଇଥିବା ବେଳେ ଏହା ତାଙ୍କ କ୍ୟାରିୟର ପାଇଁ ଯଥାର୍ଥ ବୋଲି ବର୍ଣ୍ଣନା କରିଛନ୍ତି।

ସଫଳତା ପାଇବା ପୂର୍ବରୁ ଏହି କଳାକାରଙ୍କ କିପରି ଥିଲା ଜୀବନ

ସଫଳତା ପାଇବା ପୂର୍ବରୁ ଏହି କଳାକାରଙ୍କ କିପରି ଥିଲା ଜୀବନ

କଳାକାର ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ମୋହିଥାନ୍ତି। କେତେବେଳେ ଦର୍ଶକଙ୍କୁ ହସାଇଥାନ୍ତି ତ ଆଉ କେତେବେଳେ କନ୍ଦାଇଥାନ୍ତି। ଅଭିନୟ ଦ୍ୱାରା ପ୍ରତ୍ୟେକ କଳାକାର ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି। ମାତ୍ର ପରଦା ଉପରେ ଚମକୁଥିବା କଳାକାରଙ୍କ କ୍ୟାରିୟର କେତେ ସଂଘର୍ଷମୟ ତାହା ଦର୍ଶକଙ୍କୁ ଜଣା ନ ଥାଏ। 

ଫିଲ୍ମ ଫ୍ରାଇଡେ’:ରିଲିଜ ହେବ ‘ମଣ୍ଟୋ’, ‘ବତୀ ଗୁଲ୍‌ ମିଟର୍‌ ଚାଲୁ’

ଫିଲ୍ମ ଫ୍ରାଇଡେ’:ରିଲିଜ ହେବ ‘ମଣ୍ଟୋ’, ‘ବତୀ ଗୁଲ୍‌ ମିଟର୍‌ ଚାଲୁ’

ଭୁବନେଶ୍ୱର,୨୧।୯(ବ୍ୟୁରୋ)-
ଫିଲ୍ମ ଫ୍ରାଇଡେ’ରେ ଏଥର ରିଲିଜ ହେବ ନନ୍ଦିତା ଦାସଙ୍କ ବହୁ ପ୍ରତୀକ୍ଷିତ ବାୟୋଗ୍ରାଫିକାଲ୍‌ ଡ୍ରାମା ଫିଲ୍ମ ‘ମଣ୍ଟୋ’। ଏହାସହ ଶ୍ରୀନାରାୟଣ ସିଂଙ୍କ ‘ବତୀ ଗୁଲ୍‌ ମିଟର୍‌ ଚାଲୁ’ ମଧ୍ୟ ଏଥର ପରଦାକୁ ଆସିବ। ଉଭୟ ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ନିଆରା ହୋଇଥିବା ବେଳେ ଫିଲ୍ମର କନ୍‌ସେପ୍ଟ ଓ ଷ୍ଟାର୍‌କାଷ୍ଟ ଆକର୍ଷଣ ରହିବ।