ଜାତୀୟ |

ପଞ୍ଚଭୂତରେ ଚାନ୍ଦ୍‌ନୀ

ପଞ୍ଚଭୂତରେ ଚାନ୍ଦ୍‌ନୀ
ବମ୍ବେ, ୨୮।୨(ପି.ଟି.): ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଯାଇ ଶନିବାର ଅଚାନକ୍‌ ଇହଲୀଳା ସମ୍ବରଣ କରିଥିବା ବଲିଉଡ୍‌ ରାଣୀ ଶ୍ରୀଦେବୀ ବୁଧବାର ରାଜକୀୟ ଶୈଳୀରେ ଚିରବିଦାୟ ନେଇଛନ୍ତି। ବମ୍ବେର ଭିଲେ ପାର୍ଲେ କ୍ରିମେଟୋରିୟମ୍‌ରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ପଦ୍ମଶ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ‘ଚାନ୍ଦ୍‌ନୀ’। ଶ୍ରୀଦେବୀଙ୍କୁ ଦୁଇ ଝିଅ ଜାହ୍ନବୀ ଏବଂ ଖୁସି ମୁଖାଗ୍ନି ଦେଇଥିଲେ। ପାଖରେ ଥିଲେ ସ୍ବାମୀ ତଥା ଫିଲ୍ମ ନିର୍ମାତା ବୋନି କପୁର। ୫୪ ବର୍ଷରେ ଶ୍ରୀଦେବୀଙ୍କ ଅକାଳ ବିୟୋଗକୁ ନେଇ ସିନେମା କଳାକାର ଓ ତାଙ୍କ ପ୍ରଶଂସକମାନେ ସ୍ତବ୍ଧ ହୋଇଯାଇଛନ୍ତି। କପୁର ବଙ୍ଗଳାରୁ ଶ୍ମଶାନ ପର୍ଯ୍ୟନ୍ତ ହୋଇଥିବା ଚାନ୍ଦ୍‌ନୀଙ୍କ ଦୀର୍ଘ ତଥା ଅନ୍ତିମଯାତ୍ରାରେ ସାମିଲ ହୋଇଥିଲେ ଲକ୍ଷାଧିକ ଲୋକ। ‘ଶ୍ରୀଦେବୀ ଅମର ରହେ’ ଉଚ୍ଚାରଣରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ। ପ୍ରିୟ ଅଭିନେତ୍ରୀଙ୍କୁ ବିଦାୟ ଦେବାବେଳେ ଅନେକଙ୍କ ଆଖିରୁ ଅଶ୍ରୁ ଝରିପଡ଼ୁଥିଲା। ପ୍ରଥମ କରି ଜଣେ ଅଭିନେତ୍ରୀଙ୍କ ଶେଷଯାତ୍ରାରେ ଏତେ ସଂଖ୍ୟକ ଲୋକ ସାମିଲ ହୋଇଥିବା କୁହାଯାଉଛି। ‘ମିଷ୍ଟର ଇଣ୍ଡିଆ’, ‘ହିମ୍ମତ୍‌ଓ୍ବାଲା’, ‘ନାଗିନା’, ‘ଚାଲ୍‌ବାଜ୍‌’ ଭଳି ଅନେକ ଲୋକପ୍ରିୟ ସିନେମାରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଘର କରିରହିଥିବା ଶ୍ରୀଦେବୀଙ୍କୁ ‘ଚାନ୍ଦ୍‌ନୀ’ ଫିଲ୍ମ ଦେଇଥିଲା ସ୍ବତନ୍ତ୍ର ପରିଚୟ। ତାଙ୍କୁ ବଲିଉଡ୍‌ର ଚାନ୍ଦ୍‌ନୀ ଅର୍ଥାତ୍‌ ଜହ୍ନ ବୋଲି କୁହାଯାଏ। ଜହ୍ନର ରଙ୍ଗ ଧବଳ ହୋଇଥିବାବେଳେ ସଂଯୋଗବଶତଃ ଶ୍ରୀଦେବୀଙ୍କର ମଧ୍ୟ ଏହା ପ୍ରିୟ ରଙ୍ଗ। ତାଙ୍କର ଶେଷଇଚ୍ଛା ଅନୁଯାୟୀ ଘରର ପରଦାଠାରୁ ଆରମ୍ଭ କରି ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଆବଶ୍ୟକ ସମସ୍ତ ଜିନିଷ ଧବଳମୟ କରାଯାଇଥିଲା। ଅନ୍ତିମ ଯାତ୍ରାରେ ବ୍ୟବହୃତ ଯାନକୁ ମଧ୍ୟ ଧଳା କପଡ଼ା ଓ ଏହି ରଙ୍ଗର ଫୁଲରେ ସଜ୍ଜିତ କରାଯାଇଥିଲା। ଟ୍ରକ୍‌ରେ ଗ୍ଲାସ୍‌ କାସ୍କେଟରେ ଥିଲା ତ୍ରିରଙ୍ଗା ଆଚ୍ଛାଦିତ ଶ୍ରୀଦେବୀଙ୍କ ପାର୍ଥିବ ଶରୀର। ନାଲି ରଙ୍ଗର କାଞ୍ଜିବରମ୍‌ ଶାଢ଼ି, ମଥାରେ ବିନ୍ଦି ଓ ଆଭୂଷଣରେ ତାଙ୍କୁ ସଜାଯାଇଥିଲା। ଚିରନିଦ୍ରାରେ ଶୋଇରହିଥିବା ଶ୍ରୀଦେବୀ ସେହି ସମୟରେ ଖୁବ୍‌ ସୁନ୍ଦର ଦିଶୁଥିଲେ। ଏହି ଫଟୋ ଭାଇରାଲ ହେବା ପରେ ତାଙ୍କୁ ‘ସ୍ଲିପିଂ ବିଉଟି’ ଅର୍ଥାତ୍‌ ଶୟନ ସୁନ୍ଦରୀ ବୋଲି କୁହାଯାଉଛି। ୨୦୧୨ରେ ସୁପର୍‌ଷ୍ଟାର ରାଜେଶ ଖାନ୍ନାଙ୍କ ଶେଷଯାତ୍ରାବେଳେ ଯେଉଁଭଳି ଜନସମୁଦ୍ର ହୋଇଥିଲା, ଠିକ୍‌ ସେହିଭଳି ବୁଧବାର ଲୋଖାଣ୍ଡଓ୍ବାଲାରୁ ଭିଲେ ପାର୍ଲେ କ୍ରିମେଟୋରିୟମ୍‌ ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇଉଠିଥିଲା। ଲୋଖାଣ୍ଡଓ୍ବାଲାସ୍ଥିତ କପୁର ବଙ୍ଗଳା ‘ଗ୍ରୀନ୍‌ ଏକର’ର ଅନତି ଦୂରରେ ଥିବା ସେଲିବ୍ରେଶନ ସ୍ପୋଟର୍‌ସ କ୍ଲବ୍‌ରୁ ଅପରାହ୍ନରେ ଆରମ୍ଭ ହୋଇଥିଲା ଶୋଭାଯାତ୍ରା। ସାଥିରେ ଚାଲିଥିଲେ ଆବାଳବୃଦ୍ଧବନିତା। ଚାନ୍ଦନୀଙ୍କ ଟିକିଏ ଝଲକ ପାଇବା ପାଇଁ କିଏ ପାଚେରି ଉପରେ ତ ଆଉ କିଏ ଗଛ ଉପରେ ଚଢ଼ିଯାଇଥିଲେ। ଏତେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ନାକେଦମ୍‌ ହୋଇଯାଇଥିଲା। ଶ୍ରୀଦେବୀଙ୍କ ମରଶରୀର ପାଖରେ ଥିଲେ ସ୍ବାମୀ ବୋନି, ଦିଅର ଅନିଲ କପୁର, ସାବତପୁଅ ଅର୍ଜୁନ କପୁର ଓ ପରିବାରର ଅନ୍ୟ ସଦସ୍ୟମାନେ। ୭ କିଲୋମିଟର ଶୋଭାଯାତ୍ରା ପାଇଁ ପ୍ରାୟ ଦୁଇଘଣ୍ଟା ଲାଗିଗଲା। ଭିଲେ ପାର୍ଲେ କ୍ରିମେଟୋରିୟମ୍‌ରେ ପହଞ୍ଚତ୍ବା ପରେ ଶ୍ରୀଦେବୀଙ୍କୁ ରାଷ୍ଟ୍ରୀୟ ସମ୍ମାନ ଦିଆଯାଇଥିଲା। ବମ୍ବେ ପୋଲିସର ତୋପସଲାମୀ ପରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା। ଶ୍ମଶାନ ଭିତରକୁ ପରିବାର, ବନ୍ଧୁପରିଜନ ଓ କେତେଜଣ କଳାକାର ବାଦ୍‌ କାହାକୁ ପ୍ରବେଶ ଅନୁମତି ମିଳିଲା ନାହିଁ। ଅମିତାଭ ବଚ୍ଚନ, ଶାହରୁଖ୍‌ ଖାନ୍‌, ରଣଧୀର କପୁର ପ୍ରମୁଖ ଅନ୍ତ୍ୟେଷ୍ଟିବେଳେ ଉପସ୍ଥିତ ଥିଲେ।
All Right Reserved By

ଜାତୀୟ |

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍‌ ହେଲିକପ୍ଟର ମାମଲା: ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ ଆଦେଶ

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍‌ ହେଲିକପ୍ଟର ମାମଲା: ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ ଆଦେଶ

ନୂଆଦିଲ୍ଲୀ/ଦୁବାଇ,୧୯।୯: ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ମାମଲାରେ ଭାରତକୁ ମିଳିଛି ସଫଳତା। ଏହି ବିବାଦୀୟ ୩୬ ଶହ କୋଟି ଡିଲ୍‌ରେ ବ୍ରିଟିଶ୍‌ ବିକ୍ରେତା କ୍ରିଶ୍ଚିୟନ ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ ଲାଗି ଦୁବାଇର ଏକ ଆଦାଲତ ଦେଇଛନ୍ତି ଆଦେଶ।

ତିନି ତଲାକ୍‌ ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ

ତିନି ତଲାକ୍‌ ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ,୧୯।୯: ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର କ୍ୟାବିନେଟ୍‌ ବୁଧବାର ତିନି ତଲାକ୍‌ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ଏହି ବିଲ୍‌ ଗତ ଦୁଇଟି ଅଧିବେଶନରେ ରାଜ୍ୟସଭାରେ ପାସ୍‌ ହୋଇ ପାରି ନ ଥିଲା।

ଘାନିଙ୍କ ଭାରତ ଗସ୍ତ: ଆଞ୍ଚଳିକ ସୁରକ୍ଷା ଓ ବାଣିଜ୍ୟକୁ ଗୁରୁତ୍ୱ

ଘାନିଙ୍କ ଭାରତ ଗସ୍ତ: ଆଞ୍ଚଳିକ ସୁରକ୍ଷା ଓ ବାଣିଜ୍ୟକୁ ଗୁରୁତ୍ୱ

ନୂଆଦିଲ୍ଲୀ,୧୯।୯: ଆଫଗାନୀସ୍ତାନ ରାଷ୍ଟ୍ରପତି ଅଶରାଫ୍‌ ଘାନି ବୁଧବାର ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେତେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। 

ହ୍ବାଟସ୍‌ଆପ୍‌ରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ

ହ୍ବାଟସ୍‌ଆପ୍‌ରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ

ହାଇଦ୍ରାବାଦ୍‌,୧୯।୯: ଓମାନ୍‌ର ଜଣେ ୬୨ ବର୍ଷ ବୟସ୍କ ବୃଦ୍ଧ ୨୯ ବର୍ଷ ବୟସ୍କା ଯୁବତୀଙ୍କୁ ହ୍ବାଟସ୍‌ଆପ୍‌ରେ ଦେଇଛନ୍ତି ତିନି ତଲାକ୍‌। ତେଲେଙ୍ଗାନା ହାଇଦ୍ରାବାଦ୍‌ରେ ବାସ କରୁଥିବା ଯୁବତୀଙ୍କୁ ଓମାନ ସେଠ୍‌ ୨୦୧୭ ମେ’ରେ ବିବାହ କରିଥିଲେ।

ଅନରକିଲିଂ  ପାଇଁ ୨.୫ କୋଟି ଡିଲ୍‌: ୭ ଗିରଫ

ଅନରକିଲିଂ ପାଇଁ ୨.୫ କୋଟି ଡିଲ୍‌: ୭ ଗିରଫ

ହାଇଦ୍ରାବାଦ୍‌,୧୯।୯: ତେଲେଙ୍ଗାନାରେ ଏକ ଅନରକିଲିଂ ଘଟଣାରେ ୨.୫ କୋଟି ଟଙ୍କାର ଡିଲ୍‌ ହୋଇଥିବା ପୋଲିସ ଜାଣିପାରିଛି। ଏହି ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି। 

ବିବାହ ନାମରେ ଦେଢ଼ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ବିକ୍ରି

ବିବାହ ନାମରେ ଦେଢ଼ ଲକ୍ଷ ଟଙ୍କାରେ ଯୁବତୀଙ୍କୁ ବିକ୍ରି

ହରିଦ୍ୱାର,୧୯।୯: ଉତ୍ତରାଞ୍ଚଳ ପୌଣ୍ଡି ଜିଲାରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ଯୁବତୀଙ୍କୁ ବିବାହ ନାମରେ ଦେଢ଼ ଲକ୍ଷ ଟଙ୍କାରରେ ବିକ୍ରି କରାଯାଇଛି। 

୩୨ ବର୍ଷ ହେଲା ପିନ୍ଧି ନାହାଁନ୍ତି ସିଲେଇ ପୋଷାକ

୩୨ ବର୍ଷ ହେଲା ପିନ୍ଧି ନାହାଁନ୍ତି ସିଲେଇ ପୋଷାକ

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ପଦ୍ମଶ୍ରୀ ଅଶୋକ ଭଗତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପତକ ଅନୁସରଣ କରି ଗତ ୩୨ ବର୍ଷ ହେଲା କୌଣସି ସିଲେଇ ହୋଇଥିବା ପୋଷାକ ପିନ୍ଧୁ ନାହାଁନ୍ତି।

ତଲାକ୍‌ ପାଇଁ ବାଧ୍ୟ କରୁଛି ଅନ୍‌ଲାଇନ୍‌ ଗେମ୍‌: ଭାରତରେ ୨ଶହ ତଲାକ୍‌ ଘଟଣା

ତଲାକ୍‌ ପାଇଁ ବାଧ୍ୟ କରୁଛି ଅନ୍‌ଲାଇନ୍‌ ଗେମ୍‌: ଭାରତରେ ୨ଶହ ତଲାକ୍‌ ଘଟଣା

ଲଣ୍ଡନ/ନୂଆଦିଲ୍ଲୀ,୧୯।୯: ତଲାକ୍‌ ପାଇଁ ଏକ ଅନ୍‌ଲାଇନ୍‌ ଗେମ୍‌ ବାଧ୍ୟ କରୁଛି। ଏନେଇ ବ୍ରିଟେନ୍‌ରେ ଜାରି କରାଯାଇଛି ହାଇ ଆର୍ଲଟ। ଫୋର୍ଟ ନାଇଟ୍‌ ବ୍ୟାଟେଲ ରୟାଲ ନାମକ ଏହି ଅନ୍‌ଲାଇନ୍‌ ଗେମ୍‌ ଯୋଗୁ ତଲାକ୍‌ ଘଟଣା ବଢ଼ୁଥିବା କୁହାଯାଇଛି। 

୨୦୧୭ରେ ୫୦ ହଜାର ଭାରତୀୟ ଗ୍ରହଣ କରିଛନ୍ତି ଆମେରିକା ନାଗରିକତ୍ୱ

୨୦୧୭ରେ ୫୦ ହଜାର ଭାରତୀୟ ଗ୍ରହଣ କରିଛନ୍ତି ଆମେରିକା ନାଗରିକତ୍ୱ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୯: ଧୀରେଧୀରେ ଆମେରିକାରେ ଭାରତୀୟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୭ରେ ଆମେରିକା ୫୦ ହଜାର ୮ ଶହ ୨ ଜଣ ଭାରତୀୟଙ୍କୁ ନାଗରିକତା ପ୍ରଦାନ କରିଛି।

ମହଙ୍ଗା ପଡ଼ିଲା ପୋଲିସ ବାବୁଙ୍କ ମସ୍ତି ଡ୍ୟାନ୍ସ: ସୋସିଆଲ ମିଡ଼ିଆରେ ଭିଡ଼ିଓ ନେଇ ଚର୍ଚ୍ଚା

ମହଙ୍ଗା ପଡ଼ିଲା ପୋଲିସ ବାବୁଙ୍କ ମସ୍ତି ଡ୍ୟାନ୍ସ: ସୋସିଆଲ ମିଡ଼ିଆରେ ଭିଡ଼ିଓ ନେଇ ଚର୍ଚ୍ଚା

ଲକ୍ଷ୍ନୌ,୧୯।୯: ଉତ୍ତରପ୍ରଦେଶରେ ପୋଲିସ ବାବୁଙ୍କ ମସ୍ତି ଡ୍ୟାନ୍ସ୍‌ ଭିଡ଼ିଓ ନେଇ ଏବେ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। ସ୍ଥାନୀୟ ଓରେୟା ଅଞ୍ଚଳରେ ଡ୍ୟୁଟିରେ ଥିବା ସମୟରେ କିଛି ପୋଲିସ କର୍ମଚାରୀ ଖାକି ପୋଷାକରେ ମସ୍ତି ଡ୍ୟାନ୍ସ୍‌ କରୁଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ ହୋଇଛି।

ରୋଡ୍‌ ସାଇଡ୍‌ ରୋମିଓଙ୍କ ବେକରେ ଜୋତାମାଳ: ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ରୋଡ୍‌ ସାଇଡ୍‌ ରୋମିଓଙ୍କ ବେକରେ ଜୋତାମାଳ: ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ବୁଲନ୍ଦ ସହର, ୧୯।୯: ଉତ୍ତରପ୍ରଦେଶ ବୁଲନ୍ଦ ସହରରେ ଜଣେ ରୋମ୍‌ ସାଇଡ୍‌ ରୋମିଓଙ୍କୁ ଭୋଗିବାକୁ ପଡ଼ିଛି ତାଙ୍କର କର୍ମର ଫଳ। ସ୍ଥାନୀୟ ସାଠା ଅଞ୍ଚଳରେ ରହୁଥିବା ଏହି ଯୁବକ ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ।

ଅଶ୍ଳୀଳ ଢଙ୍ଗରେ ମମତାଙ୍କ ପୋଷ୍ଟର ତିଆରି କରି ଗିରଫ ହେଲେ ଭାଜପା କର୍ମୀ

ଅଶ୍ଳୀଳ ଢଙ୍ଗରେ ମମତାଙ୍କ ପୋଷ୍ଟର ତିଆରି କରି ଗିରଫ ହେଲେ ଭାଜପା କର୍ମୀ

କୋଲକାତା,୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଫଟୋକୁ ଯୋଡି ଏକ ଓଡ଼ିଆ ଚଳଚ୍ଚିତ୍ର ପୋଷ୍ଟର ଭାବେ ଅତି ଅଶ୍ଳୀଳ ଭାବେ ସୋସିଆଲ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ଜଣେ ଭାଜପା କର୍ମୀଙ୍କୁ ଗିରଫ କରାଯାଇଛି।