ମନୋରଞ୍ଜନ |

ପୂରଣ ହେବ ଶ୍ରୀଦେବୀଙ୍କ ଶେଷ ଇଚ୍ଛା: ମହାରାଣୀ ଭିକ୍ଟୋରିଆଙ୍କ ଭଳି ହେବ ଶେଷକୃତ୍ୟ

ପୂରଣ ହେବ ଶ୍ରୀଦେବୀଙ୍କ ଶେଷ ଇଚ୍ଛା:  ମହାରାଣୀ ଭିକ୍ଟୋରିଆଙ୍କ ଭଳି ହେବ ଶେଷକୃତ୍ୟ
ବମ୍ବେ :୧୧୭ ବର୍ଷ ପୂର୍ବେ ବ୍ରିଟେନ୍‌ ମହାରାଣୀ ଭିକ୍ଟୋରିଆଙ୍କ ଯେଉଁଭଳି ଶେଷକୃତ୍ୟ ହୋଇଥିଲା ଠିକ୍‌ ସେହିପରି ବଲିଉଡ୍‌ କ୍ୱିନ୍‌ ଶ୍ରୀଦେବୀଙ୍କ ଅନ୍ତ୍ୟେଷ୍ଟିକ୍ରିୟା ହେବ। ନିଜର ଶେଷକୃତ୍ୟ କିଭଳି ହେବ, ସେ ସମ୍ପର୍କରେ ମହାରାଣୀ ମୃତ୍ୟୁର ୪ ବର୍ଷ ପୂର୍ବେ ରାଣୀ ଲେଖିଯାଇଥିଲେ। ଶ୍ରୀଦେବୀ ମଧ୍ୟ ମୃତ୍ୟୁ ପୂର୍ବରୁ ନିଜ ଅନ୍ତ୍ୟେଷ୍ଟି ପାଇଁ ଥିବା ଇଚ୍ଛା ସମ୍ପର୍କରେ ପ୍ରକାଶ କରିଥିଲେ। ତାଙ୍କ ଶେଷଇଚ୍ଛା ମୁତାବକ ଘରର ସବୁ ପରଦା ଧଳା କପଡ଼ାରେ ସଜାଯାଇଛି ଏବଂ ଧଳା ଫୁଲ ଲଗାଯାଇଛି। ଅନ୍ତିମ ଯାତ୍ରାବେଳେ ବ୍ୟବହାର ହେବାକୁ ଥିବା ବାହକ ଯାନକୁ ମଧ୍ୟ ଧଳା କପଡ଼ା ଓ ଫୁଲରେ ସଜ୍ଜିତ କରାଯିବ। ସାଧାରଣତଃ ଶେଷଦର୍ଶନ ପାଇଁ ଆସୁଥିବା ଲୋକେ ଧଳାରଙ୍ଗର ପୋଷାକ ପିନ୍ଧନ୍ତି। ତଥାପି ଶ୍ରୀଦେବୀଙ୍କ ଅନ୍ତିମ ଇଚ୍ଛାକୁ ପ୍ରାଧାନ୍ୟ ଦେଇ ବନ୍ଧୁ ଓ ପରିଜନଙ୍କୁ ଧଳା ପୋଷାକ ପିନ୍ଧିବା ପାଇଁ ପରିବାର ଲୋକେ କହିଛନ୍ତି। ଅନ୍ତିମ ସଂସ୍କାରବେଳେ ବ୍ୟବହାର ହେବାକୁ ଥିବା ସବୁ ଜିନିଷକୁ ଧଳା କପଡ଼ାରେ ବନ୍ଧାଯାଉଛି କିମ୍ବା ଢାଙ୍କିଦିଆଯାଉଛି। ଚାନ୍ଦନୀଙ୍କ ବିଦାୟ ଚାନ୍ଦନୀ ଅର୍ଥାତ୍‌ ଚମକୁଥିବା ଜହ୍ନ ଭଳି ଧବଳମୟ ପରିବେଶରେ ହେବ।
All Right Reserved By

ମନୋରଞ୍ଜନ |

୧୯୬୭-୨୦୧୪ ମଧ୍ୟରେ ଏହିସବୁ ସେଲିବ୍ରିଟି ଲୋସଭା ନିର୍ବାଚନ ଲଢି ଜିତିଛନ୍ତି

୧୯୬୭-୨୦୧୪ ମଧ୍ୟରେ ଏହିସବୁ ସେଲିବ୍ରିଟି ଲୋସଭା ନିର୍ବାଚନ ଲଢି ଜିତିଛନ୍ତି

ସିନେମା ଓ ରାଜନୀତି ମଧ୍ୟରେ ପୁରୁଣା ସମ୍ପର୍କ ରହିଛି। ବଲିଉଡ ହେଉ କି ଟଲିଉଡ ସିନେ ଷ୍ଟାର୍‌ମାନେ ରାଜନୀତିରେ ଯୋଗ ଦେବା ପରମ୍ପରା ବହୁ ଆଗରୁ ରହିଛି। 

ଆଶାରେ ନମ୍ରତା

ଆଶାରେ ନମ୍ରତା

ନବାଗତା ନମ୍ରତା ସିଂଦେଓ। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ତୋ ପାଇଁ ଫେରିବି ବସୁଧା ଚିରି’ ରିଲିଜ ହେବାକୁ ଯାଉଛି। 

କାର୍ତ୍ତିକଙ୍କ ପ୍ରଶଂସାରେ ସାରା

କାର୍ତ୍ତିକଙ୍କ ପ୍ରଶଂସାରେ ସାରା

ସୈଫ ତନୟା ସାରାଙ୍କ ମୁହଁରେ ଏବେ କେବଳ କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଶଂସା। କେବଳ ସେତିକି ନୁହେଁ, ଦୁହିଁଙ୍କ ଫଟୋକୁ ସୋସିଆଲ ମିଡିଆରେ ସାରା ପୋଷ୍ଟ କରିବା ପରେ ଏହା ଏଭଳି ଆଲୋଚନାକୁ ଆହୁରି ଖୋରାକ ଯୋଗାଇଛି।

ୟାମିଙ୍କ ଫିଟ୍‌ନେସ୍‌ ମନ୍ତ୍ର

ୟାମିଙ୍କ ଫିଟ୍‌ନେସ୍‌ ମନ୍ତ୍ର

ଆଜିକାଲିର ଦୁନିଆରେ ଆମେ ଫିଟ୍‌ ରହିବା ନିହାତି ଜରୁରୀ। ଆଉ ସେଥିରୁ ୟାମି ଗୌତମ ବାଦ୍‌ ପଡନ୍ତେ କିପରି ?

ମା’ ହେବେ ଐଶ୍ୱର୍ଯ୍ୟା: ଫଟୋ ଭାଇରାଲ

ମା’ ହେବେ ଐଶ୍ୱର୍ଯ୍ୟା: ଫଟୋ ଭାଇରାଲ

ମୁମ୍ବାଇ: ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଲାଟେଷ୍ଟ ଫଟୋକୁ ଅପେକ୍ଷା ରଖିଥାଆନ୍ତି ଦର୍ଶକେ। ହେଲେ ଏଥର ଯେଉଁ ଫଟୋ ସାମ୍ନାକୁ ଆସିଛି ତାକୁ ନେଇ ଏବେ ଗସିପ୍‌ ଆରମ୍ଭ ହୋଇ ଯାଇଛି। 

ଘୋଷଣା ହେଲା ଫିଲ୍ମ ଫେୟାର ପୁରସ୍କାର: ରଣବୀର-ଆଲିଆ ଶ୍ରେଷ୍ଠ

ଘୋଷଣା ହେଲା ଫିଲ୍ମ ଫେୟାର ପୁରସ୍କାର: ରଣବୀର-ଆଲିଆ ଶ୍ରେଷ୍ଠ

ମୁମ୍ବାଇ, ୨୪।୩:୨୦୧୮ ବର୍ଷ ପାଇଁ ଫିଲ୍ମ ଫେୟାର ପୁରସ୍କାର ଘୋଷଣା ହୋଇଛି। ମୁମ୍ବାଇରେ ଆୟୋଜିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

କଙ୍ଗନାଙ୍କ ବଙ୍ଗଳାର ଦାମ୍‌ କେତେ ଜାଣନ୍ତି

କଙ୍ଗନାଙ୍କ ବଙ୍ଗଳାର ଦାମ୍‌ କେତେ ଜାଣନ୍ତି

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ପ୍ରତି ଭାଗ୍ୟଦେବୀ ପ୍ରସନ୍ନ ହୋଇଛନ୍ତି। ଚଳିତବର୍ଷ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’, ‘ଦ କୁଇନ୍‌ ଅଫ୍‌ ଝାନ୍‌ସୀ’ ଖୁବ୍‌ ଚର୍ଚ୍ଚାରେ ଥିବାବେଳେ ସେ ମନାଲିରେ କିଣିଥିବା ଏକ ବଙ୍ଗଳା ବି ଖୁବ୍‌ ଚର୍ଚ୍ଚାରେ।  

ବଲିଉଡ୍‌ରେ କିସିଂ ଏବଂ ଲିପ୍‌ଲକ୍‌ ଟ୍ରେଣ୍ଡ୍‌ ଆରମ୍ଭ କରିଥିଲେ ଇମରାନ୍‌ ହାସ୍‌ମୀ

ବଲିଉଡ୍‌ରେ କିସିଂ ଏବଂ ଲିପ୍‌ଲକ୍‌ ଟ୍ରେଣ୍ଡ୍‌ ଆରମ୍ଭ କରିଥିଲେ ଇମରାନ୍‌ ହାସ୍‌ମୀ

ମୁମ୍ବାଇ,୨୪।୩: ବଲିଉଡ୍‌ର କିସିଂ ଷ୍ଟାର ଇମରାନ୍‌ ହାସ୍‌ମୀ ରବିବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ମାର୍ଚ୍ଚ ୨୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। 

ସଲ୍ଲୁ ଯାହା ଚାହୁଁଥିଲେ..

ସଲ୍ଲୁ ଯାହା ଚାହୁଁଥିଲେ..

ସଲ୍ଲୁ ମିଅଁା ଓରଫ ସଲମାନ ଖଁା ଯାହା ଚାହୁଁଥିଲେ ତାହା ହେବାକୁ ଯାଉଛି। ହୋମ ବ୍ୟାନରରେ ନିର୍ମିତ ହେବାକୁ ଯାଉଛି ‘ଦବଙ୍ଗ-୩’। ତାଙ୍କର ଇଚ୍ଛା ଥିଲା ଯେ, ଏହି ଫିଲ୍ମଟି ଚଳିତବର୍ଷ ଡିସେମ୍ବରରେ ରିଲିଜ ହେଉ।  

ଅଭିନୟକୁ ଗୁଡ୍‌ବାୟ କରିବେ ଆମୀର!

ଅଭିନୟକୁ ଗୁଡ୍‌ବାୟ କରିବେ ଆମୀର!

ନିଜର ଅଭିନୟ ପାଇଁ ଆମୀର ଖଁା ପ୍ରାୟ ଚର୍ଚ୍ଚାରେ ରହିଥାଆନ୍ତି। ଏଣୁତେଣୁ ସିନେମାରେ ଅଭିନୟ ନ କରି ବର୍ଷକୁ ଗୋଟିଏ ଚଳଚ୍ଚିତ୍ରରେ ଆକ୍ଟିଂ କରିବାକୁ ସେ ଗୁରୁତ୍ୱ ଦିଅନ୍ତି। 

ପରଦାରେ ହିଟ୍‌ ଅକ୍ଷୟଙ୍କ ‘କେଶରୀ’, ୨ ଦିନରେ କଲାଣି ୩୭.୭୬ କୋଟି ବ୍ୟବସାୟ

ପରଦାରେ ହିଟ୍‌ ଅକ୍ଷୟଙ୍କ ‘କେଶରୀ’, ୨ ଦିନରେ କଲାଣି ୩୭.୭୬ କୋଟି ବ୍ୟବସାୟ

ବମ୍ବେ: ଗୋଲ୍ଡ, ପ୍ୟାଡ୍‌ମ୍ୟାନ ଏବଂ ୨.୦ ଭଳି ହିଟ୍‌ ଫିଲ୍ମ ପରେ ଏବେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ‘କେଶରୀ’ ପରଦାରେ। ଏହାକୁ ହୋଲି ଉପଲକ୍ଷେ ରିଲିଜ୍‌ କରାଯାଇଛି। ତେବେ ରିଲିଜ୍‌ର ପ୍ରଥମ ଦିନରେ ଏହା ୨୧.୫୦ କୋଟି ଟଙ୍କା ରୋଜଗାର କରି ରେକର୍ଡ କରିଛି।

ପିଏମ୍‌ ମୋଦିଙ୍କ ବାୟୋପିକ୍‌: ଜାଭେଦ ଅଖତର ପରେ ଏହି ଗୀତିକାର ଆଣିଲେ ଅଭିଯୋଗ

ପିଏମ୍‌ ମୋଦିଙ୍କ ବାୟୋପିକ୍‌: ଜାଭେଦ ଅଖତର ପରେ ଏହି ଗୀତିକାର ଆଣିଲେ ଅଭିଯୋଗ

ମୁମ୍ବାଇ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏବେ ଚର୍ଚ୍ଚାରେ ରହିଛି। ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ହୋଲିରେ ରିଲିଜ୍‌ ହୋଇସାରିଛି। ଟ୍ରେଲର ରିଲିଜ୍‌ ପରେ ସବୁ ମହଲରୁ ବହୁ ପ୍ରତିକ୍ରିୟା ଆସୁଥିବା ଦେଖିବାକୁ ମିଳିଛି। 


Model This Week

ରଶ୍ମି
Why Dharitri