ଜୀବନଚର୍ଯ୍ୟା |

ଜଳଖିଆରେ ଆଇସକ୍ରିମ୍‌

ଜଳଖିଆରେ ଆଇସକ୍ରିମ୍‌

ବମ୍ବେ: ଜଳଖିଆରେ ପିଲାମାନଙ୍କୁ ଆଇସ୍‌କ୍ରିମ୍‌ ଦେଲେ ସେମାନଙ୍କର ମାନସିକ ଦକ୍ଷତା ବୃଦ୍ଧି ପାଇଥାଏ ବୋଲି ଗବେଷକ ଜାଣିବାକୁ ପାଇଛନ୍ତି। ମାତ୍ର ପ୍ରାୟତଃ ମାତାପିତା ପିଲାମାନଙ୍କୁ ସକାଳ ଜଳଖିଆରେ ଥଣ୍ଡାଜାତୀୟ ପଦାର୍ଥ ଦେବାକୁ ଚାହଁ ନ ଥାନ୍ତି। ସକାଳ ଖାଦ୍ୟରେ ଶର୍କରା ମାତ୍ରା ଅଧିକ ରହିଲେ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ବୋଲି କିଛି ଲୋକ ଚିନ୍ତା କରିଥାନ୍ତି। ମାତ୍ର ଗବେଷକ କହିଛନ୍ତି ଯେ, ସକାଳ ଖାଦ୍ୟରେ ଆଇସକ୍ରିମ୍‌ ଗ୍ରହଣ ଦ୍ୱାରା ଶିଶୁଙ୍କ ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ। ଏହାଯୋଗୁ ମସ୍ତିଷ୍କର ଚଞ୍ଚଳତା ମଧ୍ୟ ବୃଦ୍ଧି ପାଇଥାଏ ବୋଲି କାୟୋରିନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ୟୋଶିହିକୋ କୋଗା କହିଛନ୍ତି। କେତେକ ଶିଶୁଙ୍କ ଉପରେ ଏହାର ପ୍ରୟୋଗ କରି ଗବେଷକ ଜାଣିପାରିଥିଲେ ଯେ, ଯେଉଁ ଶିଶୁମାନଙ୍କ ବ୍ରେକ୍‌ଫାଷ୍ଟରେ ଆଇସ୍‌କ୍ରିମ୍‌ ଦିଆଯାଇଥିଲା ସେମାନଙ୍କ ମସ୍ତିଷ୍କ ବିକାଶ ଅନ୍ୟ ଶିଶୁଙ୍କ ତୁଳନାରେ ଅଧିକ ରହିଥିଲା। ବ୍ରେକ୍‌ଫାଷ୍ଟରେ ଆଇସ୍‌କ୍ରିମ୍‌ ଗ୍ରହଣ ଦ୍ୱାରା ମସ୍ତିଷ୍କରେ ହାଇ-ଫ୍ରିକ୍ୱେନ୍ସି ଆଲଫା ତରଙ୍ଗ ସୃଷ୍ଟି ହୋଇଥାଏ। ଏହି ତରଙ୍ଗ ମାନସିକ ଦକ୍ଷତା ବୃଦ୍ଧି କରିବା ସହିତ ମସ୍ତିଷ୍କକୁ ଚଳଚଞ୍ଚଳ କରିଥାଏ। ଫଳରେ ଶିଶୁର ମାନସିକ ଚାପ ହ୍ରାସ ପାଇଥାଏ ।

All Right Reserved By

ଜୀବନଚର୍ଯ୍ୟା |

ଭଙ୍ଗା ହାଡ଼କୁ ଯୋଡେ ଗୋଲମରିଚ

ଭଙ୍ଗା ହାଡ଼କୁ ଯୋଡେ ଗୋଲମରିଚ

କେବେକେବେ କେଉଁଠି ମାଡ ହୋଇ ହେଉ ଅବା ଦୁର୍ଘଟଣା ଘଟିଲେ ଶରୀରର ବିଭିନ୍ନ ଅଂଶରେ ଥିବା ହାଡ ଭାଙ୍ଗି ଯାଇଥାଏ। ଯାହାଦ୍ୱାରା ଅତ୍ୟଧିକ ଯନ୍ତ୍ରଣା ମଧ୍ୟ ହୋଇଥାଏ। ହେଲେ ଘରୋଇ ଉପଚାର ମାଧ୍ୟମରେ ଏହି ହାଡକୁ ଯୋଡିବା ସହଜ।

ସକାଳେ କାହିଁକି ଖାଇବେ ସଦାବିହାରୀ ପତ୍ର

ସକାଳେ କାହିଁକି ଖାଇବେ ସଦାବିହାରୀ ପତ୍ର

ସଦାବିାହାରୀ, ସଦାଫୁଲି ବା ନୟନ ତାରା ନାଁରେ ପରିଚିତ ଏହି ଫୁଲ ଦେଖିବାକୁ ଯେ ସୁନ୍ଦର ତା’ ନୁହେଁ ଏଥିରେ ରହିଛି ଔଷଧୀୟ ଗୁଣ।

ଅନିଦ୍ରାରୁ ବି ମୁକ୍ତି ଦିଏ ବିନା ପୋଷାକରେ ଶୟନ

ଅନିଦ୍ରାରୁ ବି ମୁକ୍ତି ଦିଏ ବିନା ପୋଷାକରେ ଶୟନ

ବିନା ପୋଷାକରେ ଶୟନ ନ କରିବାକୁ ଶାସ୍ତ୍ରରେ କୁହାଯାଇଛି। କିନ୍ତୁ ବିନା ପୋଷାକରେ ଶୟନ କଲେ ଅନେକ ଉପକାର ମିଳିଥାଏ ବୋଲି ନେଦରଲାଣ୍ଡ ଲେଇଦେନ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଡାର୍କ ଚକୋଲେଟ୍‌ ସ୍ବାସ୍ଥ୍ୟ ଲାଗି ହିତକର

ଡାର୍କ ଚକୋଲେଟ୍‌ ସ୍ବାସ୍ଥ୍ୟ ଲାଗି ହିତକର

ଚକୋଲେଟ୍‌ରେ ପ୍ରଚୁର ପରିମାଣରେ ଫ୍ୟାଟ ଥାଏ। ଏହା ଶରୀରରେ ଚର୍ବି ବୃଦ୍ଧି କରେ। ନିୟମିତ ଏହାକୁ ଖାଇଲେ ମେଦବହୁଳତା ହୋଇଥାଏ। ସେଥିପାଇଁ ଚକୋଲେଟ୍‌ ବେଶି ନ ଖାଇବା ଲାଗି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ଡାର୍କ ଚକୋଲେଟ୍‌ ସ୍ବାସ୍ଥ୍ୟ ଲାଗି ହିତକର।

ପଇଡ଼ ପାଣି ପିଅନ୍ତୁ, କିଡ୍‌ନୀ ସମସ୍ୟାରୁ ଦୂରେଇ ରୁହନ୍ତୁ

ପଇଡ଼ ପାଣି ପିଅନ୍ତୁ, କିଡ୍‌ନୀ ସମସ୍ୟାରୁ ଦୂରେଇ ରୁହନ୍ତୁ

ସକାଳେ ପଇଡ଼ ପାଣି ପିିଇଲେ କିଡ୍‌ନୀ ବା ବୃକ୍‌କ ଜନିତ ସମସ୍ୟାରୁ ମିଳେ ମୁକ୍ତି। କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏକଥା ଜାଣିବାକୁ ମିଳିଛି। ପଇଡ଼ ପାଣିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ତନ୍ତୁଜ, ଭିଟାମିନ୍‌ ସି, ସୋଡିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, କ୍ୟାଲସିୟମ୍‌ ଆଦି ତତ୍ତ୍ୱ ରହିଥାଏ।

ନିଜକୁ ଭଲ ଭାବେ ଚିହ୍ନନ୍ତୁ

ନିଜକୁ ଭଲ ଭାବେ ଚିହ୍ନନ୍ତୁ

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକରାତ୍ମକ ଚିନ୍ତା ମନକୁ କରିଥାଏ ଆନ୍ଦୋଳିତ। ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା ଜାଣିବାର ଆବଶ୍ୟକତା ରହିଛି । ନିଜକୁ ବିଶ୍ଲେଷଣ କଲେ ମନରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହେବାର ସମ୍ଭାବନା ଅଧିକ ।

କାନ୍ଦିଲେ ମିଳେ ମାନସିକ ଶାନ୍ତି

କାନ୍ଦିଲେ ମିଳେ ମାନସିକ ଶାନ୍ତି

କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ। ନିୟୁଜର୍ସି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ।

ପାଦରୁ ଜଣାପଡିବ ବ୍ୟକ୍ତିତ୍ୱ

ପାଦରୁ ଜଣାପଡିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିର ସଫଳତା ଓ ବ୍ୟବହାର ତାଙ୍କ ପାଦରୁ ହିଁ ଜାଣିହୁଏ। ଏକ ଗବେଷଣାରୁ ଜଣାପଡିଛି ଜଣେ ସଫଳ ବ୍ୟକ୍ତିର ବ୍ୟକ୍ତିତ୍ୱ ତାଙ୍କ ପାଦର ଗଠନଶୈଳୀ ଉପରେ ନିର୍ଭର କରିଥାଏ। କାରଣ ପାଦ ଯଦି ଥକ୍କା ମାରିଯାଏ ତେବେ ଯେ କେହି ବ୍ୟକ୍ତି ଆଗକୁ ବଢିବା ସମ୍ଭବ ହୋଇ ନ ଥାଏ।

ଆଖି ରଙ୍ଗରୁ  ବାରିହେବ ଶରୀରର ସୁସ୍ଥତା

ଆଖି ରଙ୍ଗରୁ ବାରିହେବ ଶରୀରର ସୁସ୍ଥତା

ଦେହ ଅସୁସ୍ଥ ଲାଗିଲେ ଆମେ ଡାକ୍ତରଙ୍କ ପରାମର୍ଶ ନେଉ। ହେଲେ ବେଳେବେଳେ ଆଖିର ରଙ୍ଗ ଦେଖି ଶରୀରର ସୁସ୍ଥତା ଉପରେ ଅନୁମାନ ଲାଗାଯାଇ ପାରିବ ବୋଲି ଆମେରିକାର କେତେକ ଚିକତ୍ସକ ମତ ଦେଇଛନ୍ତି।

ପ୍ରୋଟିନ ଆବଶ୍ୟକତା ପୂରଣ କରେ ଅଙ୍କୁରିତ ଖାଦ୍ୟ

ପ୍ରୋଟିନ ଆବଶ୍ୟକତା ପୂରଣ କରେ ଅଙ୍କୁରିତ ଖାଦ୍ୟ

ଶରୀରରେ ପ୍ରୋଟିନର ଅଭାବ ଦେଖାଦେଲେ ସାମାନ୍ୟ ପରିଶ୍ରମରେ ବି କ୍ଲାନ୍ତି ଲାଗିଥାଏ । ଏପରି କ୍ଷେତ୍ରରେ ସପ୍ଲିମେଣ୍ଟ ଭାବେ ଅନେକ ମେଡିସିନ୍‌ ମାଧ୍ୟମରେ ପ୍ରୋଟିନ୍‌ ନେବା ଆରମ୍ଭ କରିଥାନ୍ତି ।

ସ୍ବାସ୍ଥ୍ୟ ଲାଗି ହିତକର ପ୍ରାତଃ ଭ୍ରମଣ...

ସ୍ବାସ୍ଥ୍ୟ ଲାଗି ହିତକର ପ୍ରାତଃ ଭ୍ରମଣ...

ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା ଚିନ୍ତା ଦୂରେଇ ଯାଏ।

ସକାଳୁ ମହୁପାଣି ପିଅନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...

ସକାଳୁ ମହୁପାଣି ପିଅନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...

ସକାଳେ ନିତ୍ୟକର୍ମ ସାରି ଉଷୁମ ପାଣିରେ ଦୁଇଠୋପା ମହୁ ପକାଇ ପିିଇଲେ ମେଦବହୁଳତାରୁ ମିଳେ ମୁକ୍ତି। ଏନେଇ ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

Model This Week

ପ୍ରଭାତ