ଜୀବନଚର୍ଯ୍ୟା |

ଡେଙ୍ଗା ଲୋକଙ୍କ ରକ୍ତ ଘନୀଭୂତ ହେବା ଆଶଙ୍କା ଅଧିକ

ଡେଙ୍ଗା ଲୋକଙ୍କ ରକ୍ତ ଘନୀଭୂତ ହେବା ଆଶଙ୍କା ଅଧିକ

ଲଣ୍ଡନ:ଗେଡା ଲୋକଙ୍କ ତୁଳନାରେ ଡେଙ୍ଗା ଲୋକଙ୍କ ଶିରାରେ ରକ୍ତ ଘନୀଭୂତ ହେବା ଆଶଙ୍କା ଅଧିକ। ଦୁଇ ନିୟୁତରୁ ଅଧିକ ବ୍ୟକ୍ତିଙ୍କ ଉପରେ ଏକ ଅଧ୍ୟୟନ କରାଯାଇ ଏ ବିଷୟର ପର୍ଦ୍ଦାଫାଶ ହୋଇଛି। ସୁଇଡେନ୍‌ସ୍ଥିତ ଲଣ୍ଡ୍‌ ୟୁନିଭର୍ସିଟିର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ, ଭେନସ୍‌ ଥ୍ରୋମ୍ବୋଲିଜିମ୍‌ (ରକ୍ତ ଘନୀଭୂତ ହେବା ପଦ୍ଧତି) ଆଶଙ୍କା ବ୍ୟକ୍ତିର ଉଚ୍ଚତା ସହ ଜଡ଼ିତ। ତେବେ ଗେଡା ଲୋକଙ୍କଠାରେ ଏହି ଆଶଙ୍କା କମ୍‌ ବୋଲି ଗବେଷକମାନେ ଜାଣିପାରିଛନ୍ତି।
ସେମାନେ ଜାଣିବାକୁ ପାଇଛନ୍ତି ଯେ, ୬ଫୁଟ ୨ଇଞ୍ଚ ବା ଏହାଠୁ ଉଚ୍ଚ ପୁରୁଷଙ୍କ ତୁଳନାରେ ୫ଫୁଟ ୩ଇଞ୍ଚରୁ କମ ପୁରୁଷଙ୍କଠାରେ ଏହି ଆଶଙ୍କା ୬୫% କମ୍‌। ସେହିପରି ୬ଫୁଟରୁ ଅଧିକ ଉଚ୍ଚ ଗର୍ଭବତୀ ମହିଳାଙ୍କ ତୁଳନାରେ ୫ଫୁଟ ୧ଇଞ୍ଚରୁ କମ୍‌ ଗର୍ଭବତୀ ମହିଳାଙ୍କଠାରେ ଏହି ଆଶଙ୍କା ୬୯% କମ୍‌। ଏ ସମ୍ପର୍କରେ ଲଣ୍ଡ୍‌ ୟୁନିଭର୍ସିଟି ସହଯୋଗୀ ପ୍ରଫେସର ବେଙ୍ଗ ଜୋଲର କହନ୍ତି, ପୂର୍ବ ପିଢ଼ିଗୁଡିକ ଅପେକ୍ଷା ଲୋକଙ୍କ ଉଚ୍ଚତା ବୃଦ୍ଧିପାଇଛି। ଏହାଦ୍ୱାରା ମଣିଷ ଶିରାରେ ରକ୍ତ ଘନୀଭୂତ ହେଉଛି ଏବଂ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି।
ସମ୍ପର୍କିତ ବିସ୍ତୃତ ଅଧ୍ୟୟନ ସର୍କୁଲେଶନ୍‌: କାର୍ଡିଓଭାସ୍କୁଲାର ଜେନେଟିକ୍ସରେ ପ୍ରକାଶ ପାଇଛି।

All Right Reserved By

ଜୀବନଚର୍ଯ୍ୟା |

ପଇଡ଼ ପାଣି ପିଅନ୍ତୁ, କିଡ୍‌ନୀ ସମସ୍ୟାରୁ ଦୂରେଇ ରୁହନ୍ତୁ

ପଇଡ଼ ପାଣି ପିଅନ୍ତୁ, କିଡ୍‌ନୀ ସମସ୍ୟାରୁ ଦୂରେଇ ରୁହନ୍ତୁ

ସକାଳେ ପଇଡ଼ ପାଣି ପିିଇଲେ କିଡ୍‌ନୀ ବା ବୃକ୍‌କ ଜନିତ ସମସ୍ୟାରୁ ମିଳେ ମୁକ୍ତି। କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏକଥା ଜାଣିବାକୁ ମିଳିଛି। ପଇଡ଼ ପାଣିରେ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ତନ୍ତୁଜ, ଭିଟାମିନ୍‌ ସି, ସୋଡିୟମ୍‌, ପୋଟାସିୟମ୍‌, ମ୍ୟାଗ୍ନେସିୟମ୍‌, ମାଙ୍ଗାନିଜ୍‌, କ୍ୟାଲସିୟମ୍‌ ଆଦି ତତ୍ତ୍ୱ ରହିଥାଏ।

ନିଜକୁ ଭଲ ଭାବେ ଚିହ୍ନନ୍ତୁ

ନିଜକୁ ଭଲ ଭାବେ ଚିହ୍ନନ୍ତୁ

ମଣିଷର ବିକାଶ ପ୍ରକ୍ରିୟା ଚିନ୍ତାଧାରା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାଏ । ଜୀବନରେ ଅନେକ ସମୟରେ ନକରାତ୍ମକ ଚିନ୍ତା ମନକୁ କରିଥାଏ ଆନ୍ଦୋଳିତ। ତେବେ କୌଣସି କ୍ଷେତ୍ରରେ ସଫଳତା ପାଇବା ଲାଗି ନିଜକୁ ପ୍ରଥମେ ଭଲ ଭାବେ ଚିହ୍ନିବା ବା ଜାଣିବାର ଆବଶ୍ୟକତା ରହିଛି । ନିଜକୁ ବିଶ୍ଲେଷଣ କଲେ ମନରେ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ ହେବାର ସମ୍ଭାବନା ଅଧିକ ।

କାନ୍ଦିଲେ ମିଳେ ମାନସିକ ଶାନ୍ତି

କାନ୍ଦିଲେ ମିଳେ ମାନସିକ ଶାନ୍ତି

କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ। ନିୟୁଜର୍ସି ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ।

ପାଦରୁ ଜଣାପଡିବ ବ୍ୟକ୍ତିତ୍ୱ

ପାଦରୁ ଜଣାପଡିବ ବ୍ୟକ୍ତିତ୍ୱ

ଜଣେ ବ୍ୟକ୍ତିର ସଫଳତା ଓ ବ୍ୟବହାର ତାଙ୍କ ପାଦରୁ ହିଁ ଜାଣିହୁଏ। ଏକ ଗବେଷଣାରୁ ଜଣାପଡିଛି ଜଣେ ସଫଳ ବ୍ୟକ୍ତିର ବ୍ୟକ୍ତିତ୍ୱ ତାଙ୍କ ପାଦର ଗଠନଶୈଳୀ ଉପରେ ନିର୍ଭର କରିଥାଏ। କାରଣ ପାଦ ଯଦି ଥକ୍କା ମାରିଯାଏ ତେବେ ଯେ କେହି ବ୍ୟକ୍ତି ଆଗକୁ ବଢିବା ସମ୍ଭବ ହୋଇ ନ ଥାଏ।

ଆଖି ରଙ୍ଗରୁ  ବାରିହେବ ଶରୀରର ସୁସ୍ଥତା

ଆଖି ରଙ୍ଗରୁ ବାରିହେବ ଶରୀରର ସୁସ୍ଥତା

ଦେହ ଅସୁସ୍ଥ ଲାଗିଲେ ଆମେ ଡାକ୍ତରଙ୍କ ପରାମର୍ଶ ନେଉ। ହେଲେ ବେଳେବେଳେ ଆଖିର ରଙ୍ଗ ଦେଖି ଶରୀରର ସୁସ୍ଥତା ଉପରେ ଅନୁମାନ ଲାଗାଯାଇ ପାରିବ ବୋଲି ଆମେରିକାର କେତେକ ଚିକତ୍ସକ ମତ ଦେଇଛନ୍ତି।

ପ୍ରୋଟିନ ଆବଶ୍ୟକତା ପୂରଣ କରେ ଅଙ୍କୁରିତ ଖାଦ୍ୟ

ପ୍ରୋଟିନ ଆବଶ୍ୟକତା ପୂରଣ କରେ ଅଙ୍କୁରିତ ଖାଦ୍ୟ

ଶରୀରରେ ପ୍ରୋଟିନର ଅଭାବ ଦେଖାଦେଲେ ସାମାନ୍ୟ ପରିଶ୍ରମରେ ବି କ୍ଲାନ୍ତି ଲାଗିଥାଏ । ଏପରି କ୍ଷେତ୍ରରେ ସପ୍ଲିମେଣ୍ଟ ଭାବେ ଅନେକ ମେଡିସିନ୍‌ ମାଧ୍ୟମରେ ପ୍ରୋଟିନ୍‌ ନେବା ଆରମ୍ଭ କରିଥାନ୍ତି ।

ସ୍ବାସ୍ଥ୍ୟ ଲାଗି ହିତକର ପ୍ରାତଃ ଭ୍ରମଣ...

ସ୍ବାସ୍ଥ୍ୟ ଲାଗି ହିତକର ପ୍ରାତଃ ଭ୍ରମଣ...

ପ୍ରାତଃ ଭ୍ରମଣ ଦ୍ୱାରା ଅସ୍ଥି ଶକ୍ତିଶାଳୀ ହୋଇଥାଏ। ଚାଲିବା ଦ୍ୱାରା କେବଳ ଶାରିରୀକ ନୁହେଁ ବରଂ ମାନସିକ କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଏହା ଦ୍ୱାରା ଚିନ୍ତା ଦୂରେଇ ଯାଏ।

ସକାଳୁ ମହୁପାଣି ପିଅନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...

ସକାଳୁ ମହୁପାଣି ପିଅନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ...

ସକାଳେ ନିତ୍ୟକର୍ମ ସାରି ଉଷୁମ ପାଣିରେ ଦୁଇଠୋପା ମହୁ ପକାଇ ପିିଇଲେ ମେଦବହୁଳତାରୁ ମିଳେ ମୁକ୍ତି। ଏନେଇ ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଜରୁରୀ ନୁହେଁ ସବୁଦିନ ଗାଧୋଇବା...

ଜରୁରୀ ନୁହେଁ ସବୁଦିନ ଗାଧୋଇବା...

ସବୁଦିନ ଗାଧୋଇବା ସ୍ବାସ୍ଥ୍ୟ ଲାଗି ହାନୀକାରକ। କଲମ୍ବିଆ ବିଶ୍ୱବିଦ୍ୟାଳୟର ନର୍ସିଂ ବିଭାଗରେ ହୋଇଥିବା ଗବେଷଣା ରିପୋର୍ଟରେ ଏହା କୁହାଯାଇଛି।

ସକାଳୁ ପିଅନ୍ତୁ ଜୁଆଣି ପାଣି...

ସକାଳୁ ପିଅନ୍ତୁ ଜୁଆଣି ପାଣି...

ସକାଳୁ ନିତ୍ୟକର୍ମ ପରେ ଜୁଆଣି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ପାଚନ କ୍ରିୟା ସ୍ବାଭାବିକ ହୋଇଥାଏ। ଏହାଦ୍ୱାରା ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ ଏକ ଚାମୁଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହୃଦ୍‌ ସମସ୍ୟାରୁ ମିଳିଥାଏ ମୁକ୍ତି।

ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ଯୁବତୀ

ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି ଯୁବତୀ

ଯୁବତୀମାନେ ସମବୟସ୍କ ଯୁବକଙ୍କ ତୁଳନାରେ ବିବାହିତ ପୁରୁଷଙ୍କୁ ଅଧିକ ପସନ୍ଦ କରନ୍ତି। ଆମେରିକା ନିୟୁ ଜର୍ସି ବିଶ୍ୱବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ସୂଚିତ କରାଯାଇଛିି। ବିବାହିତ ପୁରୁଷଙ୍କ ସହିତ ବୁଝାମଣା କରିବା ସହଜ।

ଖରାରେ ବି ରହିବ ମେକ୍‌ଅପ୍‌

ଖରାରେ ବି ରହିବ ମେକ୍‌ଅପ୍‌

ବର୍ତ୍ତମାନ କିଛିଦିନ ହେବ ପ୍ରବଳ ଖରା ଏବଂ ଗୁଳୁଗୁଳି ଅନୁଭୂତ ହେଉଛି। ଏମିତିରେ ଅଧିକାଂଶ ମହିଳାଙ୍କର ଚିନ୍ତା ରହିଥାଏ ନିଜ ମେକ୍‌ଅପ୍‌କୁ ନେଇ। କାରଣ ଏଭଳି ପାଗରେ କିଛି ସମୟ ମଧ୍ୟରେ ଏହା ଝାଳରେ ଧୋଇଯାଇଥାଏ। ତେଣୁ ଏ ଦିନେ କିପରି ମେକ୍‌ଅପ୍‌କୁ ଦୀର୍ଘ ସମୟ ରଖିପାରିବେ ଜାଣିରଖନ୍ତୁ ଟିପ୍ସ...

Model This Week

ପ୍ରଭାତ