ଜୀବନଚର୍ଯ୍ୟା |

ଡିଏନ୍‌ଏରୁ ଜାଣିହେବ ମୁହଁର ଗଠନ

ଡିଏନ୍‌ଏରୁ ଜାଣିହେବ ମୁହଁର ଗଠନ

ଓ୍ବାଶିଂଟନ୍‌:ବୈଜ୍ଞାନିକମାନେ ଲୋକଙ୍କ ଡିଏନ୍‌ଏ ସଂଗ୍ରହକରି ସେମାନଙ୍କ ମୁହଁର ପୁନର୍ଗଠନ କରିପାରିଛନ୍ତି। ଗବେଷଣା ପ୍ରତିଷ୍ଠାନରେ ହଜାର ହଜାର ଲୋକଙ୍କ (ଜିନୋମ୍‌) ଗୁଣସୂତ୍ରଭିତ୍ତିକ ତଥ୍ୟକୁ ଆଧାର କରି ସେମାନଙ୍କ ରୋଗ ସମ୍ବନ୍ଧରେ ଜଣାଯାଇପାରୁଛି। ଜେନେଟିକ୍‌ ସୂଚନା ସହିତ ମୁହଁର ଭଙ୍ଗୀ ଓ କଣ୍ଠସ୍ବର ମଧ୍ୟରେ ଥିବା ସମ୍ପର୍କକୁ ତୁଳନା କରି ଗବେଷକମାନେ ସମ୍ପୃକ୍ତ ଲୋକଙ୍କୁ ଚିହ୍ନିବାକୁ ସମର୍ଥ ହୋଇଛନ୍ତି। ଏ ସମ୍ପର୍କରେ ଆମେରିକାସ୍ଥିତ କମ୍ପାନୀ ହ୍ୟୁମ୍ୟାନ୍‌ ଲଞ୍ଜିଭିଟି ଇଙ୍କ୍‌ର ଗବେଷକ କ୍ରେଗ୍‌ ଭେଣ୍ଟର କହନ୍ତି, ଜଣେ ବ୍ୟକ୍ତିର ପରିଚୟ ଜାଣିବା ପାଇଁ ଗୁଣସୂତ୍ରରୁ ସବୁ ପ୍ରକାର ସୂଚନା ମିଳିପାରିବ। ଏହା ମଧ୍ୟ ଫୌଜଦାରି ଅଦାଲତଗୁଡ଼ିକରେ ଲୋକଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବହୃତ ହେଉଛି। ଗବେଷକମାନେ ୧୦ଜଣ ଲୋକଙ୍କ ଗୁଣସୂତ୍ର ସଂଗ୍ରହ କରି ସେମାନଙ୍କ ମୁହଁ ଚିହ୍ନିବାରେ ୮୦% ସଫଳତା ହାସଲ କରିପାରିଛନ୍ତି।
ବର୍ତ୍ତମାନ ଗୁଗଲ୍‌ ଏବଂ ଅନ୍ୟ ସୋସିଆଲ୍‌ ମିଡିଆ କୌଣସି ବ୍ୟକ୍ତିର ଖୋଜିବା ପଦ୍ଧତି ଏବଂ ତାଙ୍କର ଇମେଲ୍‌କୁ ଭିତ୍ତିକରି ବିଜ୍ଞାପନ ଦେଉଛନ୍ତି। ଆପଣଙ୍କର ଗୁଣସୂତ୍ରରେ କ’ଣ ଅଛି, ଆପଣ କି ପ୍ରକାର ସାମଗ୍ରୀ ଅନ୍ବେଷଣରେ ଅଛନ୍ତି ତାହାକୁ ଲକ୍ଷ୍ୟକରି ଆପଣଙ୍କ ନିକଟକୁ ବିଜ୍ଞାପନ ଛଡାଯାଉଛି ବୋଲି ଭେଣ୍ଟର କହିଛନ୍ତି।
ସ୍ବାସ୍ଥ୍ୟବୀମା କରାଉଥିବା କମ୍ପାନୀଗୁଡ଼ିକ କୌଣସି ବ୍ୟକ୍ତିର ଜିନୋମ୍‌ ତଥ୍ୟ ବ୍ୟବହାର କରି ଉକ୍ତ ବ୍ୟକ୍ତି ଭବିଷ୍ୟତରେ କି ପ୍ରକାର ରୋଗରେ ପଡିବା ଆଶଙ୍କା ଅଛି ତାହା ଜାଣି ତଦନୁଯାୟୀ ବୀମା ବାବଦ ପ୍ରିମିିୟମ୍‌ ପରିବର୍ତ୍ତନ କରାଯାଇପାରିବ।

All Right Reserved By

Model This Week

Model This Week

ଜୀବନଚର୍ଯ୍ୟା |

ଗ୍ରୀଷ୍ମଋତୁରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା କ୍ଷତିକାରକ

ଗ୍ରୀଷ୍ମଋତୁରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା କ୍ଷତିକାରକ

ନୂଆଦିଲ୍ଲୀ : ଗ୍ରୀଷ୍ମଋତୁରେ ସାଧାରଣ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି। ଏହି ଋତୁରେ ଟାଇଟ୍‌ ଜିନ୍ସ୍‌ ପିନ୍ଧିବା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ପ୍ରବଳ ଖରାଯୋଗୁ ଦେହରୁ ଝାଳ ବାହାରିଥାଏ। ଟାଇଟ୍‌ ଜିନ୍ସ୍‌ ପିନ୍ଧିଲେ ଖରାକୁ ସହ୍ୟ କରି ହୋଇ ନ ଥାଏ। ଏହାଛଡା ଝାଳରେ ଜିନ୍ସ୍‌ ଓଦା ହେବାଯୋଗୁ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ।

ଋତୁସ୍ରାବ ସମସ୍ୟା ସୃଷ୍ଟି କରେ ମଦ୍ୟପାନ

ଋତୁସ୍ରାବ ସମସ୍ୟା ସୃଷ୍ଟି କରେ ମଦ୍ୟପାନ

ଓ୍ବାଶିଂଟନ : ମଦ୍ୟପାନ ଯୋଗୁ ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବ ସମସ୍ୟା ସୃଷ୍ଟି ହୋଇଥାଏ। ଏନେଇ ଗବେଷକ ସର୍ଭେ ଭିତ୍ତିକ ତଥ୍ୟ ଉପସ୍ଥାପନ କରିଛନ୍ତି। ସ୍ପେନ୍‌ର ଗବେଷକ ଦଳ ମହିଳାଙ୍କଠାରେ ଦେଖାଯାଉଥିବା ଋତୁସ୍ରାବ ସମସ୍ୟା ଉପରେ ଦୀର୍ଘଦିନ ଧରି ଅଧ୍ୟୟନ କରୁଥିଲେ। ଏଥିରେ ୧୯ଟି ରାଷ୍ଟ୍ରର ୪୭ ହଜାର ମହିଳାଙ୍କୁ ସାମିଲ୍‌ କରାଯାଇଥିଲା।

ସ୍କିନ୍‌ଟୋନ୍‌ ବଢାଏ ଆଳୁ

ସ୍କିନ୍‌ଟୋନ୍‌ ବଢାଏ ଆଳୁ

ଆଖିତଳ କଳା ପଡିବା ଅନେକଙ୍କ ଲାଗି ଏକ ଚିନ୍ତାର କାରଣ, ଯାହାକୁ ଦୂର କରିବାରେ ଆଳୁ ବେଶ୍‌ ଲାଭଦାୟକ। ଆଳୁର ଚୋପା ଛଡାଇ ପତଳା ପତଳା କାଟି ଆଖି ଉପରେ ୨୦ ମିନିଟ୍‌ ରଖନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ଦାଗ ଶୀଘ୍ର ଦୂର ହୋଇଯିବ।

ଟ୍ରାଇବାଲ୍‌ ଜୁଏଲେରି ଫ୍ୟାଶନ୍‌

ଟ୍ରାଇବାଲ୍‌ ଜୁଏଲେରି ଫ୍ୟାଶନ୍‌

ଟ୍ରାଇବାଲ୍‌ ଜୁଏଲେରିରେ ବ୍ରାଇଟ୍‌ ଏବଂ ବୋଲ୍ଡ କଲରର ଉଭୟ ଛୋଟ ଏବଂ ବଡ଼ ବିଡ୍ସ ବ୍ୟବହାର କରାଯାଇଥାଏ, ଯାହାକୁ ଡ୍ରେସ୍‌ ସହ ଉଭୟ ମ୍ୟାଚ୍‌ କରି ହେଉ ଅବା କଣ୍ଟ୍ରାଷ୍ଟ କରି ପିନ୍ଧିଲେ ଆକର୍ଷଣୀୟ ଲୁକ୍‌ ମିଳିଥାଏ। ଏଭଳି ଜୁଏଲେରି ମଧ୍ୟରେ ବିଶେଷକରି ଆଭୁ ଷ୍ଟୋନ୍‌ ଗ୍ଲାସ୍‌ ବିଡେଡ୍‌ ତାଇବାନ୍‌ ଷ୍ଟାଇଲ୍‌ ନେକ୍‌ଲେସ୍‌ ବର୍ତ୍ତମାନ ବେଶି ଡିମାଣ୍ଡରେ ଅଛି।

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଓ୍ବାଶିଂଟନ, ୨୩।୪ : ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ। ଯାହାଦ୍ୱାରା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ ଭ୍ରୁଣ ସୃଷ୍ଟି ହୋଇପାରି ନ ଥାଏ। ଆଗାମୀ ଦିନରେ ପୁରୁଷଙ୍କ ପାଇଁ ଏଭଳି ଟ୍ୟାବଲେଟ୍‌ ବଜାରରେ ଉପଲବ୍ଧ ହେବ। ଏହାର ବ୍ୟବହାରଦ୍ୱାରା ଶୁକ୍ରାଣୁର ଗତି ଶିଥିଳ ହୋଇଯିବ।

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବ ଟମାଟୋ

ଫୁସ୍‌ଫୁସ୍‌କୁ ସୁସ୍ଥ ରଖିବ ଟମାଟୋ

ଟମାଟୋର ସ୍ବାସ୍ଥ୍ୟୋପକାରୀ ଗୁଣ ତାଲିକାରେ ଆଉ ଏକ କଥା ସାମିଲ ହୋଇଛି। ଏହା ଫୁସ୍‌ଫୁସ୍‌କୁ ସୁରକ୍ଷା ଦେବାରେ ଅନେକାଂଶରେ ସହାୟକ ହୋଇଥାଏ। ବିଶେଷ ଭାବରେ ଯେଉଁମାନେ ନିୟମିତ ନିଶାଦ୍ରବ୍ୟ ସେବନ କରନ୍ତି ସେମାନେ ଯଦି ନିୟମିତ ଟମାଟୋ ଖାଆନ୍ତି ତେବେ ସେମାନଙ୍କର ଫୁସ୍‌ଫୁସ୍‌ କେତେକାଂଶରେ ସୁରକ୍ଷିତ ରହିଥାଏ।

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

କଫି, ଚା ହୃଦ୍‌ଘାତରୁ ସୁରକ୍ଷା ଦିଏ

ନୂଆଦିଲ୍ଲୀ : କଫି ଓ ଚା ହୃଦ୍‌ଘାତରୁ ମନୁଷ୍ୟକୁ ସୁରକ୍ଷା ଦେଇଥାଏ। ଏନେଇ ଚିକିତ୍ସା ବିଜ୍ଞାନୀ ଏକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। କଫିରେ ଥିବା କାଫିନ୍‌ ଓ ଚାରେ ଥିବା ନିକୋଟାଇନ୍‌ ରକ୍ତରେ ମିଶିବା ଦ୍ୱାରା ଏହାର କୋଷିକା ଉତ୍ତେଜିତ ହୋଇଥାଏ। ଫଳରେ ହୃଦୟର ସାଧାରଣ କାର୍ଯ୍ୟକାରିତା ବୃଦ୍ଧି ପାଇଥାଏ।

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ଔଷଧୀୟ ଗୁଣରେ ଭରପୂର ତେଜପତ୍ର

ବେଳେବେଳେ ଆମେ ଥଣ୍ଡା ସର୍ଦ୍ଦି ଭଳି ଛୋଟ ଛୋଟ ରୋଗରେ ପଡିଲେ ମା’ ଆମ ରୋଷେଇ ଘରେ ଥିବା କିଛି ଜିନିଷ ବ୍ୟବହାର କରି ଆମକୁ ରୋଗମୁକ୍ତ କରିଥାଆନ୍ତି। ବିଶେଷ କରି ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଆମକୁ ସୁସ୍ଥ ରଖିବାକୁ ବେଶ୍‌ ସହାୟକ ହୋଇଥାଏ।

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଭିଟାମିନ୍‌-ଡି’ସ୍ତର କମିଲେ ମଧୁମେହ ଆଶଙ୍କା ବଢ଼େ

ଓ୍ବାଶିଂଟନ : ଶରୀରରରେ ଭିଟାମିନ୍‌-ଡି’ସ୍ତର କମ୍‌ ହେଲେ ମଧୁମେହ ଆଶଙ୍କା ବଢ଼ିଥାଏ ବୋଲି କାର୍ଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ ଏକ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ମର୍ମରେ ଗବେଷକ ୯୦୩ ଜଣ ବ୍ୟକ୍ତିଙ୍କ ଉପରେ ଅନୁଧ୍ୟାନ କରିଥିଲେ। ଜଣାପଡିଥିଲା ଯେ, ରକ୍ତରେ ଭିଟାମିନ୍‌-ଡି’ ସ୍ତର ହ୍ରାସ ପାଇଲେ ଟାଇପ୍‌-୨ ମଧୁମେହ ହେବାର ଆଶଙ୍କା ଦେଖାଦେଇଥାଏ।

ବିଛା ବିଷରୁ ଔଷଧ

ବିଛା ବିଷରୁ ଔଷଧ

ନୂଆଦିଲ୍ଲୀ,୧୯।୪: ବିଛା ବିଷରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଉପଶମକାରୀ ଯୋଗିକ ରହିଛି ବୋଲି ଗବେଷକ ଜାଣିପାରିଛନ୍ତି। ଏହି ଯୌଗିକରୁ ପ୍ରସ୍ତୁତ ଔଷଧ ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭୋଗୁଥିବା ବ୍ୟକ୍ତିମାନେ ଉପକୃତ ହୋଇପାରିବେ। ବୟସ ବଢ଼ିବା ସହିତ ଗଣ୍ଠିସ୍ଥାନରେ ଥିବା ଲିଗାମେଣ୍ଟ ଧୀରେ ଧୀରେ ଏହାର ନମନିୟତା ହରାଇ ବସିଥାଏ।

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ସାଲାଡ୍‌ ଖାଇଲେ ଦାନ୍ତ ରହେ ସୁସ୍ଥ

ଦାନ୍ତ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସଫା ଧଳା ଓ ସମାନ ଆକାରର ଦାନ୍ତରେ ସାମାନ୍ୟ ହସିଦେଲେ ଏହା ମୁହଁର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ।

 ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଯେ କୌଣସି ସମୟରେ ହୋଇପାରେ ସାଇଲେଣ୍ଟ୍‌ ଆଟାକ୍‌

ଓ୍ବାଶିଂଟନ, ୧୬।୪: ସାଇଲେଣ୍ଟ୍‌ ଆଟାକ୍‌ ବା ନୀରବ ହୃଦ୍‌ଘାତ ଲକ୍ଷଣ ପ୍ରକାଶ ବିନା ହଠାତ୍‌ ହୃଦୟର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ନିୟମିତ ସନ୍ତୁଳିତ ଖାଦ୍ୟ ଗ୍ରହଣ କରୁଥିବା ତଥା ଶାରିରୀକ ବ୍ୟାୟାମ କରୁଥିବା ବ୍ୟକ୍ତିଙ୍କଠାରେ ମଧ୍ୟ ଏପରି ସମସ୍ୟା ଦେଖାଯାଇପାରେ। ବିଷାଦଗ୍ରସ୍ତ ରହିବା, ନିୟମିତ ନିଶାଦ୍ରବ୍ୟ ଗ୍ରହଣ କରିବା, ସିଗାରେଟ୍‌ ଟାଣିବା ଆଦି ଦ୍ୱାରା ରକ୍ତବାହୀ ନଳୀରେ ସୃଷ୍ଟି ହେଉଥିବା ବିଭିନ୍ନ ଯନ୍ତ୍ରଣା ସମ୍ପର୍କରେ ସ୍ନାୟୁ କୋଷିକା ନିକଟରେ କୌଣସି ସୂଚନା ପହଞ୍ଚତ୍ପାରେ ନାହିଁ।