ଫୁରସତ |

ବଲିଉଡ୍‌ରେ ନାରୀବାଦର ବାର୍ତ୍ତାବହ

ବଲିଉଡ୍‌ରେ ନାରୀବାଦର ବାର୍ତ୍ତାବହ

ରହସ୍ୟମୟୀ ହସରେ ରୁପେଲି ପରଦାରେ କୋଟି ହୃଦୟକୁ ଚିରିଦେବାର କ୍ଷମତା ରଖିଥିଲେ ଚପଳନୟନା ଦକ୍ଷିଣ ସୁନ୍ଦରୀ ଶ୍ରୀଦେବୀ। ବିଚକ୍ଷଣ ଅଭିନୟ ବଳରେ ୮୦ ଏବଂ ୯୦ ଦଶକରେ ବଲିଉଡ୍‌ରେ ରାଜ୍‌ କରିଥିଲେ ଏହି ମହାନାୟିକା। ପୁରୁଷପ୍ରଧାନ ହିନ୍ଦୀ ସିନେମା ଜଗତରେ ନୂଆ ପରମ୍ପରା ସୃଷ୍ଟି କରିବା ସହ ମହିଳାଙ୍କ ସ୍ଥିତି ସୁଦୃଢ଼ କରିପାରିଥିଲେ ସେ। ଏଥିଲାଗି ତାଙ୍କୁ ବଲିଉଡ୍‌ରେ ନାରୀବାଦର ବାର୍ତ୍ତାବହ ବୋଲି ମଧ୍ୟ କୁହଯାଏ। ଦର୍ଶକଙ୍କୁ ପ୍ରେକ୍ଷାଳୟମୁହଁା କରିବା ଏବଂ ଫିଲ୍ମକୁ ସୁପର୍‌ହିଟ୍‌ କରାଇବାରେ ଶ୍ରୀଦେବୀଙ୍କ ନାମ ହିଁ ପର୍ଯ୍ୟାପ୍ତ ଥିଲା। ୫ ଦଶନ୍ଧିର କ୍ୟାରିୟର୍‌ରେ ରୁପେଲି ପରଦାରେ ଛାଇ ରହିଥିଲେ ସେ। ସେଥିପାଇଁ ତାଙ୍କୁ ବଲିଉଡ୍‌ର ମହିଳା ସୁପର୍‌ଷ୍ଟାର୍‌ ଆଖ୍ୟା ମିଳିଛି। ବ୍ୟକ୍ତିଗତ ଜୀବନରେ ଶାନ୍ତଶିଷ୍ଟ ଏବଂ କମ୍‌ କଥା କହୁଥିବା ଶ୍ରୀଦେବୀ ଯେକୌଣସି ଚରିତ୍ର ହେଉ ନା କାହିଁକି କ୍ୟାମେରା ସାମ୍ନାରେ ଛିଡ଼ାହେଲେ କାଳ୍ପନିକ ଚରିତ୍ରକୁ ଜୀବନ୍ତ କରିଦେଉଥିଲେ। ଲୋକପ୍ରିୟତା ଏତେ ଥିଲା ଯେ ଶ୍ରୀଦେବୀଙ୍କ ପ୍ରତିଟି ଷ୍ଟାଇଲ୍‌ ପ୍ରଶଂସକଙ୍କ ମଧ୍ୟରେ ଟ୍ରେଣ୍ଡ ସୃଷ୍ଟି କରିଥିଲା। ଏବେ ବି ତାଙ୍କୁ ଲୋକେ ‘ମିସ୍‌ ହାଓ୍ବା ହାଓ୍ବାଇ’ ଏବଂ ‘ଚାନ୍ଦ୍‌ନୀ’ ବୋଲି ସମ୍ବୋଧନ କରିଥାନ୍ତି।
ଏମ୍‌.ଏ. ଥିରୁମୁଗମ୍‌ଙ୍କ ‘ଥିନାଇଭାନ୍‌’ ଫିଲ୍ମ ଜରିଆରେ ଜଣେ ଶିଶୁ କଳାକାର ଭାବେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ ଶ୍ରୀଦେବୀ। ହିନ୍ଦୀ ଫିଲ୍ମରେ କାମକରିବା ପୂର୍ବରୁ ସେ ତାମିଲ, ତେଲୁଗୁ, ମାଲୟାଲମ୍‌, କନ୍ନଡ଼ ଫିଲ୍ମରେ କାମ କରି ସାରିଥିଲେ। କିନ୍ତୁ ବଲିଉଡ୍‌ରେ ପାଦ ଦେଉ ଦେଉ ସେ ଭାରତର ଘରେ ଘରେ ପରିଚିତ ହୋଇଯାଇଥିଲେ। ୧୯୭୫ରେ ‘ଜୁଲି’ ଫିଲ୍ମ ଜରିଆରେ ଶ୍ରୀଦେବୀ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ଦକ୍ଷିଣ ଭାରତୀୟ ଫିଲ୍ମ ମଧ୍ୟ ଛାଡ଼ି ନ ଥିଲେ। ୧୯୭୮ରେ ‘ସୋଲ୍‌ଓ୍ବା ସାଓ୍ବନ୍‌’ ଫିଲ୍ମରେ ପ୍ରଥମେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ୧୯୮୩ର ଫିଲ୍ମ ‘ହିମ୍ମତ୍‌ଓ୍ବାଲା’ରେ ସେ ବିପୁଳ ଲୋକପ୍ରିୟତା ସାଉଁଟିଥିଲେ। ଏହି ଫିଲ୍ମ ଜରିଆରେ ସେ ନିଜକୁ ଜଣେ ଶ୍ରେଷ୍ଠ ନୃତ୍ୟାଙ୍ଗନା ଭାବେ ନୂଆ ପରିଚୟ ସୃଷ୍ଟି କରିଥିଲେ। ‘ନୈନୋ ମୈ ସପ୍‌ନା..’ ଗୀତରେ ଅପ୍‌ସରା ବେଶରେ ଶ୍ରୀଦେବୀଙ୍କୁ ପ୍ରକୃତରେ ଅପ୍‌ସରା ବୋଲି ସମ୍ବୋଧନ କରାଯାଇଥିଲା। ଚୋପ୍ରାଙ୍କ ୧୯୮୯ର ଫିଲ୍ମ ‘ଚାନ୍ଦନୀ’ ଶ୍ରୀଦେବୀଙ୍କ ପାଇଁ ଏକ ଭିନ୍ନ ପରିଚୟ ଆଣି ଦେଇଥିଲା। ସେହିପରି ‘ସଦ୍‌ମା’, ‘ମଓ୍ବାଲି’, ‘ତୋହଫା’, ‘ମାଷ୍ଟର୍‌ଜୀ’, ‘ମିଷ୍ଟର ଇଣ୍ଡିଆ’, ‘ନଜ୍‌ରାନା’, ‘ଚାଲ୍‌ବାଜ୍‌’, ‘ନଗିନା’, ‘ଖୁଦା ଗଓ୍ବାହ’, ‘ଲାଡ୍‌ଲା’, ‘ରାମ ଅବତାର’, ‘ସୋନେ ପେ ସୁହାଗା’, ‘ରୂପ୍‌ କୀ ରାନୀ ଚୋରେଁା କା ରାଜା’, ‘ହିମ୍ମତ୍‌ ଔର୍‌ ମେହନତ୍‌’, ‘ଜଷ୍ଟିସ୍‌ ଚୌଧୁରୀ’, ‘ମଓ୍ବାଲି’, ‘ଜୁଦାଇ’ ଫିଲ୍ମ ଅନ୍ୟତମ। ‘ଜୁଦାଇ’ ଫିଲ୍ମ ପରେ ଶ୍ରୀଦେବୀ ବଲିଉଡ୍‌ରୁ ସାମାନ୍ୟ ବିରତି ନେଇ ସ୍ବାମୀ ବୋନି କପୁରଙ୍କ ସହ ପାରିବାରିକ ସମ୍ପର୍କ ଉପରେ ଧ୍ୟାନ ଦେଇଥିଲେ। ଦୀର୍ଘ ୧୫ ବର୍ଷର ବ୍ୟବଧାନରେ ଗୌରୀ ସିନ୍ଦେଙ୍କ ଫିଲ୍ମ ‘ଇଂଲିଶ୍‌ ଓ୍ବିଙ୍ଗ୍‌ଲିଶ୍‌’ ଜରିଆରେ ରୁପେଲି ପରଦାକୁ କମ୍‌ବ୍ୟାକ୍‌ କରିଥିଲେ ଶ୍ରୀଦେବୀ। ଶେଷଥର ପାଇଁ ତାଙ୍କୁ ୨୦୧୨ରେ ‘ମମ୍‌’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଇତିମଧ୍ୟରେ ତାମିଲ ଫିଲ୍ମ ‘ପୁଲି’ରେ ମଧ୍ୟ ଖଳନାୟିକା ଭୂମିକାରେ ଅଭିନୟ କରିଥିଲେ ଶ୍ରୀଦେବୀ। ଶାହରୁଖ୍‌ ଖାନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଜିରୋ’ରେ ଶ୍ରୀଦେବୀଙ୍କ ଏକ ଝଲକ ଦେଖିବାକୁ ମିଳିବ, ଯାହାର ଶୁଟିଂ ସେ କିଛିଦିନ ପୂର୍ବରୁ ଶେଷ କରିଛନ୍ତି।
୧୯୯୬ରେ ଫିଲ୍ମ ପ୍ରଯୋଜକ ବୋନି କପୁରଙ୍କୁ ବିବାହ କରିଥିଲେ ଶ୍ରୀଦେବୀ। ‘ମିଷ୍ଟର ଇଣ୍ଡିଆ’ ଫିଲ୍ମରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୧୯୬୩ ଅଗଷ୍ଟ ୧୩ରେ ତତ୍କାଳୀନ ମାଡ୍ରାସ ଷ୍ଟେଟ୍‌ ଅନ୍ତର୍ଗତ ଶିବକାଶୀଠାରେ ଜନ୍ମଗ୍ରହଣ କରିଥିଲେ ଶ୍ରୀଦେବୀ। ତାମିଲ ପିତା ଆୟାପ୍ପାନ୍‌ ଏବଂ ମା’ ଥିଲେ ତେଲୁଗୁ ବଂଶଜ ରାଜେଶ୍ୱରୀ। ଶ୍ରୀଦେବୀଙ୍କ ଜଣେ ଭଉଣୀ ଏବଂ ଦୁଇ ସାବତ ଭାଇ ମଧ୍ୟ ରହିଛନ୍ତି। ବାଲ୍ୟକାଳରେ ସେ ଶ୍ରୀ ଆମ୍ମା ୟାଙ୍ଗ୍‌ର ଆୟାପ୍ପାନ୍‌ ଭାବେ ପରଚିତ। ଫିଲ୍ମ ଦୁନିଆରେ ଘରେ ଘରେ ଶ୍ରୀଦେବୀ ନାମରେ ପରିଚିତ ଏହି ଅଭିନେତ୍ରୀ ବିବାହ ପରେ ଶ୍ରୀଦେବୀ କପୁର ହୋଇଯାଇଥିଲେ। ଶ୍ରୀଦେବୀ ଏବଂ ବୋନିଙ୍କ ଦୁଇ ଝିଅ ଜାହ୍ନବୀ ଏବଂ ଖୁସି।
ଫିଲ୍ମ ଦୁନିଆରେ ଉଲ୍ଲେଖନୀୟ ଅବଦାନ ଯୋଗୁ ୨୦୧୩ରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାମିଲନାଡୁ, କେରଳ, ଆନ୍ଧପ୍ରଦେଶ ସରକାରଙ୍କ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥିଲା। ୧୦୦ ବର୍ଷର ଭାରତୀୟ ସିନେମାରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି।

All Right Reserved By

ଫୁରସତ |

ପୁରୁଣା ଶାଢ଼ିର ନୂଆ ରୂପ

ପୁରୁଣା ଶାଢ଼ିର ନୂଆ ରୂପ

ଶାଢ଼ି ଯେତେ ଦାମୀ ହେଉନା କାହିଁକି, କେବେ କେବେ ନୂଆ ପରେ ନୂଆ ଶାଢ଼ି କିଣିବା ଭିତରେ ଏହା ପିନ୍ଧା ନ ହୋଇ ଦୀର୍ଘଦିନ ଧରି ଆଲମିରାରେ ରହିଯାଏ ତ କେବେ ରହି ରହି ଅପ୍‌ଡେଟ୍‌ ଫ୍ୟାଶନ୍‌ ଦୁନିଆରେ ଆଉଟ୍‌ଡେଟେଡ୍‌ ହୋଇଯାଏ। ଆଉ ପୁରୁଣା ଶାଢ଼ି ଭାବେ ଏସବୁ ପାଲଟିଯାଏ ଅଦରକାରୀ। ହେଲେ ଅନେକେ ଏହାକୁ ନଷ୍ଟ କରିବା ପରିବର୍ତ୍ତେ ନୂଆ ରୂପ ଦେଇ କରିଥାନ୍ତି ପୁନଃ ବ୍ୟବହାର ଉପଯୋଗୀ...

ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ ଦୁର୍ନୀତି କମାଏ

ରାଜନୀତିରେ ମହିଳାଙ୍କ ପ୍ରତିନିଧିତ୍ୱ ଦୁର୍ନୀତି କମାଏ

ଓ୍ବାଶିଂଟନ୍‌: ଯେଉଁ ଦେଶର ସଂସଦରେ ଅଧିକ ସଂଖ୍ୟାରେ ମହିଳା ସଭ୍ୟ ଥାଆନ୍ତି ସେ ଦେଶରେ ଦୁର୍ନୀତି ଅପେକ୍ଷାକୃତ କମ୍‌ ହୋଇଥାଏ। ଜଣେ ମୂଳ ଭାରତୀୟଙ୍କ ସମେତ କେତେଜଣ ବୈଜ୍ଞାନିକ ୧୨୫ଟି ଦେଶରୁ ତଥ୍ୟ ସଂଗ୍ରହ କରି ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ଏ ସମ୍ପର୍କିତ ଅଧ୍ୟୟନ ଜର୍ନାଲ୍‌ ଅଫ୍‌ ଇକୋନୋମିକ୍‌ ବିହେଭିୟର ଆଣ୍ଡ ଅର୍ଗାନାଇଜେଶନ୍‌ରେ ପ୍ରକାଶ ପାଇଛି।

ଅନ୍‌ ଲାଇନ୍‌ରେ ପଣ୍ଡିତ ବୁକିଂ

ଅନ୍‌ ଲାଇନ୍‌ରେ ପଣ୍ଡିତ ବୁକିଂ

ବିବାହ ଉତ୍ସବ ହେଉ ଅବା ପୂଜା ପାର୍ବଣ ଏଥିପାଇଁ ଦରକାର ପୂଜା ସାମଗ୍ରୀ ଏବଂ ପଣ୍ଡିତ। ଅନେକ ସମୟରେ ବିଶେଷ କରି ଗଣେଶ ପୂଜା, ସରସ୍ବତୀ ପୂଜା, ବିଶ୍ୱକର୍ମା ପୂଜା ସମୟରେ ପଣ୍ଡିତ ଜଣେ ମିଳିବା କାଠିକର ପାଠ ହୋଇଥାଏ।

ରେଷ୍ଟୁରାଣ୍ଟ ଯେଉଁଠି ଚନ୍ଦାଙ୍କୁ ମିଳେ ରିହାତି

ରେଷ୍ଟୁରାଣ୍ଟ ଯେଉଁଠି ଚନ୍ଦାଙ୍କୁ ମିଳେ ରିହାତି

ଜାପାନରେ ଏକ ରେଷ୍ଟୁରାଣ୍ଟରେ ଚନ୍ଦା ଗ୍ରାହକଙ୍କୁ ସ୍ବତନ୍ତ୍ର ପ୍ରକାର ରିହାତି ଦିଆଯାଇଥାଏ। ରେଷ୍ଟୁରାଣ୍ଟରେ ଚନ୍ଦା ଲୋକଙ୍କ ପାଇଁ ରହିଛି ବିଶେଷ ସୁବିଧା। ଏଠାକୁ ଆସି ଚନ୍ଦା ବ୍ୟକ୍ତି ନିଜକୁ ଭାଗ୍ୟବାନ ମନେ କରିବା ସହିତ ସେମାନଙ୍କ ମନୋବଳ ଦୃଢ଼ ହୋଇଥାଏ ବୋଲି କୁହନ୍ତି ରେଷ୍ଟୁରାଣ୍ଟ ମାଲିକ। ରେଷ୍ଟୁରାଣ୍ଟର ମାଲିକାଣୀ ଯୋଶିକା ଟୋୟୋଡୋଙ୍କ କହିବା ଅନୁଯାୟୀ ଜାପାନରେ ବୟସ ବଢ଼ିବା ସହିତ ଚନ୍ଦା ହେବା ଏକ ମାମୁଲି କଥା।

ଗଛ କାଟିଲେ ବାହାରୁଛି ରକ୍ତ

ଗଛ କାଟିଲେ ବାହାରୁଛି ରକ୍ତ

ମଧ୍ୟପ୍ରଦେଶ: ଗଛ କାଟିଲେ ସାଧାରଣତଃ ଅଠା ବା ଗଛର କ୍ଷୀର ବାହାରିଥାଏ। ହେଲେ ମଧ୍ୟପ୍ରଦେଶର ଏକ ଗାଁରେ ଥିବା ଗଛକୁ କାଟିଲେ ରକ୍ତ ବାହାରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କିନ୍ତୁ କଥାଟା ସତ ବୋଲି ଗ୍ରାମବାସୀ ମତ ଦିଅନ୍ତି। ଜାଳେଣି ଉଦ୍ଦେଶ୍ୟରେ ଜଣେ ଯୁବକ ଏକ ଗଛ କାଟିବାରୁ ଏଥିରୁ ଲାଲ ରଙ୍ଗର ଅଠାଳିଆ ଅଂଶ ବାହାରିବାରୁ ସେ ଚମକି ପଡିଥିଲେ। ଏକଥା ଗ୍ରାମବାସୀ ମିଛ ଭାବି ଗଛ ନିକଟକୁ ଯାଇ ଦେଖିବା ବେଳକୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ସମବୟସ୍କ ମହିଳାଙ୍କ ପ୍ରତି କାହିଁକି  ଆକର୍ଷିତ ହୁଅନ୍ତି ପୁରୁଷ

ସମବୟସ୍କ ମହିଳାଙ୍କ ପ୍ରତି କାହିଁକି ଆକର୍ଷିତ ହୁଅନ୍ତି ପୁରୁଷ

ପୂର୍ବରୁ ବିବାହ ପାଇଁ ଜଣେ ପୁରୁଷ ନିଜ ବୟସଠାରୁ କମ୍‌ ବୟସର ନାରୀଙ୍କୁ ପସନ୍ଦ କରୁଥିଲେ। ଲୋକକଥା ଅନୁଯାୟୀ ମହିଳାମାନଙ୍କର ଆୟୁଷ କମ୍‌ ହୋଇଥିବାରୁ ଏପରି କଥାକୁ ଗୁରୁତ୍ୱ ଦିଆଯାଉଥିଲା। ହେଲେ ସମୟର ପରିବର୍ତ୍ତନ ସହ ମଣିଷର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି।

କଥା ଛୋଟ, ହେଲେ..

କଥା ଛୋଟ, ହେଲେ..

ନିମ୍ନୋକ୍ତ କେତୋଟି ବିଷୟରେ ଆମେ ହୁଏତ ଅଳ୍ପ ବହୁତ ଅବଗତ ହୋଇଥାଇପାରୁ, ହେଲେ ଠିକ୍‌ ସମୟରେ ଅନେକେ ଏହାକୁ ଉପଯୋଗ କରିବାରେ ସଫଳ ହୋଇ ନ ଥାନ୍ତି । ଏକ ସୁସ୍ଥ ଜୀବନ ପାଇଁ ଏଭଳି ଟିପ୍ସ ଆପଣେଇ ପାରନ୍ତି...

ମସ୍ତିଷ୍କ କାର୍ଯ୍ୟଧାରା ଓ ସୋସିଆଲ ସାଇଟ୍‌

ମସ୍ତିଷ୍କ କାର୍ଯ୍ୟଧାରା ଓ ସୋସିଆଲ ସାଇଟ୍‌

ସୋସିଆଲ ସାଇଟ୍‌ର ବ୍ୟବହାର ଆଜିକାଲି କେତେ ବଢ଼ିଯାଇଛି, ତାହା କହିବା ବାହୁଲ୍ୟ। ଅନେକେ ଏହା ସହ ଓତଃପ୍ରୋତ ଭାବରେ ଜଡ଼ିତ ରହୁଛନ୍ତି। ପୁଣି କେତେକେ ଅଧିକାଂଶ ସମୟ ସୋସିଆଲ ସାଇଟ୍‌ ସହ ସମୟ ବିତାଉଛନ୍ତି। ହେଲେ ଏହାର ବହୁଳ ବ୍ୟବହାର ମସ୍ତିଷ୍କର କାର୍ଯ୍ୟଧାରାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ବୋଲି ସତର୍କ କରାଇଛନ୍ତି ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ।

ହାଇଟେକ୍‌ ଶାର୍ଟ

ହାଇଟେକ୍‌ ଶାର୍ଟ

ଆଜିକାଲି ଉନ୍ନତ ଜ୍ଞାନକୌଶଳବିଶିଷ୍ଟ କାରିଗରି ବିଦ୍ୟା ବଳରେ ଅନେକ କାମ କମ୍‌ ସମୟ ମଧ୍ୟରେ ସମ୍ପାଦନ କରିହେଉଛି। ବିଭିନ୍ନ କ୍ଷେତ୍ରରେ ଏହାର ଉପଯୋଗ କରାଯାଇ ସଫଳତା ମିଳିବାର ନଜିର ମଧ୍ୟ ଅନେକ ରହିଛି। ନିକଟରେ ଓହିଓ ଷ୍ଟେଟ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏଭଳି ଏକ ସ୍ମାର୍ଟ ଶାର୍ଟ ପ୍ରସ୍ତୁତ କରିଛନ୍ତି, ଯାହାକୁ ବିଭିନ୍ନ କାର୍ଯ୍ୟରେ ଲଗାଯାଇପାରିବ।

ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଇସିଜି ସୁଦର୍ଶନ

ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଇସିଜି ସୁଦର୍ଶନ

“ସୁଦର୍ଶନ ୧୯୬୩ ମସିହାରେ କ୍ୱାଣ୍ଟମ୍‌ ଆଲୋକ ବିଜ୍ଞାନ ଉପରେ ଗବେଷଣା କରିଥିଲେ। ଏହା ଭଲଭାବେ ଜଣା ଯେ ଆଲୋକର କ୍ୱାଣ୍ଟମ୍‌ ପ୍ରକୃତି ଅଛି। ମାତ୍ର ଏହି ପ୍ରକୃତି ସବୁଠାରେ ଦେଖାଯାଏ ନାହିଁ। ଉଦାହରଣ ସ୍ବରୂପ, ଗୋଟିଏ ବିଜୁଳିବତିରେ ଆଲୋକ କଣିକା ବା ଫୋଟନକୁ ସାଧାରଣ ଭାବେ ବୁଝାଇହେବ। ଆଲୋକର କେଉଁ ପରିସ୍ଥିତିରେ କ୍ୱାଣ୍ଟମ୍‌ ପ୍ରକୃତି ଦେଖାଦେବ ଏବଂ ଅନ୍ୟ କେଉଁ ପରିସ୍ଥିତିରେ ଏହାର ରୀତିସିଦ୍ଧ ପ୍ରକୃତି ଦେଖାଦେବ, ତାହାକୁ ସୁଦର୍ଶନ ଗାଣିତିକ ଭାବେ ଉପସ୍ଥାପନ କରିଥିଲେ।”

ବିଚିତ୍ର ବ୍ରହ୍ମାଣ୍ଡ

ବିଚିତ୍ର ବ୍ରହ୍ମାଣ୍ଡ

ବିଶ୍ୱାସ କରାଯାଏ ଯେ, ଆଗକୁ ପ୍ରାୟ ୧୪ରୁ ୧୫ ହଜାର ନିୟୁତ ବର୍ଷ ପୂର୍ବେ ଏକ ପ୍ରଚଣ୍ଡ ବିସ୍ଫୋରଣ ଫଳରେ ବ୍ରହ୍ମାଣ୍ଡର ଉତ୍ପତ୍ତି ଘଟିଲା। ବିଶ୍ୱତତ୍ତ୍ୱବିତ୍‌ମାନେ ଏହାକୁ ନାମିତ କରିଛନ୍ତି ବ୍ରହ୍ମ ବିସ୍ଫୋଟ ବା ବିଗ୍‌ବ୍ୟାଙ୍ଗ୍‌ ରୂପେ। ଏହାର ବହିର୍ଗାମୀ ବଳ ହେତୁ ଏଥିରୁ ଉତ୍ପନ୍ନ ଶକ୍ତି ପ୍ରସାରିତ ହେବାକୁ ଆରମ୍ଭ କଲା ଏବଂ ବସ୍ତୁ ସୃଷ୍ଟି କଲେ।

ଜିସାଟ୍‌-୧୧କୁ ଇସ୍ରୋର ଅନୁମତି

ଜିସାଟ୍‌-୧୧କୁ ଇସ୍ରୋର ଅନୁମତି

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଜିସାଟ୍‌-୧୧ ଉପଗ୍ରହ ଉତ୍‌କ୍ଷେପଣ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)। ମହାକାଶ ସଂସ୍ଥାନ ରବିବାର ଏହି ପ୍ରୋଜେକ୍ଟକୁ ଅନୁମତି ଦେଇଛି। ୫,୭୦୦ କି.ଗ୍ରା. ଓଜନ ବିଶିଷ୍ଟ ଜିସାଟ୍‌-୧୧କୁ ଦକ୍ଷିଣ ଆମେରିକାର ଫ୍ରେଞ୍ଚ୍‌ ଗାଏନା ଅନ୍ତର୍ଗତ କୌରୁଠାରୁ ମେ ୨୬ରେ ଉତ୍‌କ୍ଷେପଣ କରିବା ଲାଗି ନିର୍ଦ୍ଧାରଣ କରାଯାଇଥିଲା।

Model This Week

ପ୍ରଭାତ