ଜୀବନଚର୍ଯ୍ୟା |

ଖରାଦିନିଆ ସର୍ବତ

ଖରାଦିନିଆ ସର୍ବତ
ଦିନକୁ ଦିନ ପାରଦ ବଢିବାରେ ଲାଗିଛି। ଏହି ସମୟରେ ସୁସ୍ଥ ରହିବାକୁ ହେଲେ ଆମେ କିଛି ପାନୀୟ ନିତିଦିନ ପିଇଲେ ଗ୍ରୀଷ୍ମକୁ ଏକ ପ୍ରକାର ଦୂରେଇ ଦେଇ ପାରିବା। ବିଶେଷ କରି ଓଡ଼ିଆ ଘରର ତୋରାଣି କୁହନ୍ତୁ ଅବା ଦହି ନିତିଦିନ ଖାଦ୍ୟରେ ଏହାକୁ ସାମିଲ କଲେ ଆମେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇପାରିବା। କେତେ ଗୁଡିଏ ସର୍ବତ ବିଷୟରେ ଆପଣ ଜାଣି ରଖନ୍ତୁ ଯାହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ। - ଦହି ସର୍ବତ: ବସା ଦହିହେଉ ଅବା ଘୋଳ ଦହି ପ୍ରତ୍ୟେକ ଦିନ ଏଥିରୁ ଗିନାଏ ଖାଇଲେ ବା ସର୍ବତ କରି ପିଇଲେ ଏହା ଆପଣଙ୍କୁ ସୁସ୍ଥ ରଖିଥାଏ। - ଲସି ସର୍ବତ: ଦହି, ଚିନି,କାଜୁ, ନଡିଆ କୋରା, ଚେରି ଆଦିରେ ପ୍ରସ୍ତୁତ କରାଯାଇଥାଏ ଲସି ସର୍ବତ। ଖରାଦିନେ ଏହାର ଚାହିଦା ବେଶ ଅଧିକ। ଏହିଦିନେ ମଝିରେ ମଝିରେ ଆପଣ ଏହି ଲସି ସର୍ବତ ପିଅନ୍ତୁ। - ବେଲ ପଣା: ଖରାଦିନେ ସାଧାରଣତଃ ବେଲ ପାଚିଥାଏ। ବେଲ ପେଟ ପାଇଁ ବେଶ ଉପାକାରୀ। ଚିନି ବା ଗୁଡ ଦେଇ ବେଲ ପଣା କରି ସେଥିରେ ଗୋଲମରିଚ ଗୁଣ୍ଡ ପକାଇ ପିଇଲେ ଖରାରେ ଏହା ଆପଣଙ୍କୁ ସୁସ୍ଥ ରଖିଥାଏ। - ପୋଦିନା ସର୍ବତ: ପୋଦିନା ପତ୍ର, ଲେମ୍ବୁ ରସ, ଲୁଣ, ଅଦା, କଞ୍ଚାଲଙ୍କାରୁ ପ୍ରସ୍ତୁତ ହୋଇଥାଏ ଏହି ସର୍ବତ। ଏହାର ବାସ୍ନା ଯେମିତି ସ୍ବାଦ ମଧ୍ୟ ଠିକ୍‌ ସେମିତି। ଖରା ସମୟରେ ଏହାକୁ ସେବନ କଲେ ଏହା ଶରୀରକୁ ସତେଜ ରଖିବା ସହ ଶରୀରରେ କମ୍‌ଥିବା ଜଳୀୟ ଅଂଶ ପୂରଣ କରିବାରେ ସହାୟକ ହୋଇଥାଏ। - ପାଚିଲା ଆମ୍ବ ସର୍ବତ: ଖରାଦିନେ ପାଚିଲା ଆମ୍ବ ସମସ୍ତଙ୍କ ପ୍ରିୟ। କେହି କେହି ଏହାକୁ କାଟି ଖାଇବାକୁ ଭଲ ପାଆନ୍ତି ତ ଆଉ କେହି ଏହାର ସର୍ବତ ବା ଜୁସ୍‌ ପିଇବାକୁ ଭଲ ପାଆନ୍ତି। ଚିନି ଓ ବରଫ ଖଣ୍ଡ ଦେଇ ପାଚିଲା ଆମ୍ବ ସର୍ବତ କରି ପିଇଲେ ଏହା ଶରୀରକୁ ଶକ୍ତି ଯୋଗାଇବା ସହ ଥକ୍କାପଣରୁ ମୁକ୍ତି ଦେଇଥାଏ। - ଟଙ୍କ ତୋରାଣୀ: ସାଧାରଣତଃ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ମିଳୁଥିବା ଟଙ୍କ ତୋରାଣୀ ବେଶ ସ୍ବାଦିଷ୍ଟ ହୋଇଥାଏ। ହେଲେ ଘରେ ଆମେ ଏହି ଟଙ୍କ ତୋରାଣୀକୁ ପ୍ରସ୍ତୁତ କରି ପିଇଲେ ଖରାଦିନେ ଶରୀର ପାଇଁ ଏହା ଭଲ କାମ ଦେଇଥାଏ। ମୋଟାମୋଟି କହିବାକୁ ଗଲେ ଗ୍ରୀଷ୍ମ ସମୟରେ ଶରୀରରୁ ଜଳୀୟ ଅଂଶ କମିଯାଇଥାଏ। ତେଣୁ ନିଜକୁ ସୁସ୍ଥ ରଖିବା ପାଇଁ ଆମେ ପ୍ରଚୁର ପରିମାଣରେ ଜଳୀୟ ଅଂଶ ଥିବା ଖାଦ୍ୟ ବା ପାନୀୟ ଗ୍ରହଣ କଲେ ଏହା ଆମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
All Right Reserved By

ଜୀବନଚର୍ଯ୍ୟା |

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଆଜିକାଲି ସମୟରେ ମୋବାଇଲ୍‌ ଫୋନ୍‌ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକ ଅବିଚ୍ଛେଦିୟ ଅଙ୍ଗ ପାଲଟିଛି କହିଲେ ଚଳେ। ଫୋନ୍‌ଠାରୁ ଗୋଟେ ମୁହୁର୍ତ୍ତ ଅଲଗା ହେବା କଷ୍ଟକର ବ୍ୟାପାର। ଯେକୌଣସି କାମ କରୁଥାଉ ନା କାହିଁକି, ଫୋନ୍‌କୁ ସାଙ୍ଗରେ ନେଇକରି ଯିବା ଅନେକଙ୍କ ପସନ୍ଦ। ଅନେକ ଲୋକ  ଫୋନ୍‌କୁ ଟୟଲେଟ ବା ଶୌଚାଳୟକୁ ନେଇ ଯାଇଥାନ୍ତି। 

ଖାଇବା ସମୟରେ ପାଣି ପିଇବା ହିତକର

ଖାଇବା ସମୟରେ ପାଣି ପିଇବା ହିତକର

ଅନେକ କୁହନ୍ତି ଖାଇବା ସମୟରେ ପାଣି ପିଇବା ଅନୁଚିତ। ଏହାଦ୍ୱାରା ସ୍ବାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ। ମାତ୍ର ଏହା ଭୁଲ। ଖାଇବା ମଝିରେ ମଝିରେ ପାଣି ପିଇବା ଲାଭଦାୟକ। ଏହାଦ୍ୱାରା ଖାଦ୍ୟ ଶିଘ୍ର ହଜମ ହୋଇଥାଏ। ତେଣୁ ଖାଇବା ସମୟରେ ପାଣି ପିଇବା ଦରକାର। ଏହା ଶରୀରକୁ ସତେଜ ମଧ୍ୟ ରଖିଥାଏ। 

ବନ୍ଧ୍ୟାଦୋଷରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏହି  ସହଜ ଉପାୟ

ବନ୍ଧ୍ୟାଦୋଷରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏହି ସହଜ ଉପାୟ

ପରିବର୍ତ୍ତିତ ଜୀବନଶ୍ରେଳୀରେ ଏବେ ପ୍ରାୟତଃ କେତେକ ମହିଳାଙ୍କଠାରେ ବନ୍ଧ୍ୟାଦୋଷ ଦେଖାଯାଉଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। 

ଜାଗତିକ ଉଷ୍ମତା ଓ ନିଦ୍ରାହୀନତା

ଜାଗତିକ ଉଷ୍ମତା ଓ ନିଦ୍ରାହୀନତା

ମଣିଷ ତଥାକଥିତ ପ୍ରଗତି ପଛରେ ଅନ୍ଧ ଭାବେ ଧାଇଁବା ଏବଂ ଯନ୍ତ୍ର ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହେବାର ପରିଣାମ ସ୍ବରୂପ ବଢ଼ିଚାଲିଥିବା ସବୁଜଗୃହ ବାଷ୍ପର ନିର୍ଗମନ ହେତୁ ଘଟୁଥିବା ଜାଗତିକ ଉଷ୍ମତା ବୃଦ୍ଧିର ଭୌତିକ ଜଗତ ଉପରେ ପଡୁଛି ଅତି ବ୍ୟାପକ ପ୍ରଭାବ।

ଡେଙ୍ଗୁର ଆୟୁର୍ବେଦୀୟ ଉପଚାର

ଡେଙ୍ଗୁର ଆୟୁର୍ବେଦୀୟ ଉପଚାର

”ଜ୍ୱର, ଶରୀରରେ ତାପମାତ୍ରା ବୃଦ୍ଧି, ମୁଣ୍ଡ ବିନ୍ଧା, ଆଖି ପଛପଟ ବ୍ୟଥା, ବାନ୍ତି ଲାଗିବା, ଗଣ୍ଠି ବ୍ୟଥା, ମାଂସପେଶୀ ବ୍ୟଥା, ଶରୀରରେ ଲାଲ ଲାଲ ଚକଡା ଦେଖାଦେବା, ଦୁର୍ବଳ ଲାଗିବା, ପାଦ ତଳ ଭାଗ କୁଣ୍ଡାଇ ହେବା ଆଦିକୁ ଡେଙ୍ଗୁର ଲକ୍ଷଣ ଭାବରେ ନିଆଯାଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କର ରକ୍ତରେ ପ୍ଲେଟଲେଟ୍‌ ପରିମାଣ ଏକଲକ୍ଷରୁ ୪.୫ ଲକ୍ଷ ଥିବା ବେଳେ ଏହା ୪-୫ ହଜାରକୁ କମି ଆସେ।  ରୋଗୀର ନାକ, ମୁହଁ, ତ୍ୱଚା, ପରିସ୍ରାଦ୍ୱାର ଦେଇ ରକ୍ତ କ୍ଷରଣ ହୋଇଥାଏ।’

ବୁଦ୍ଧିମତ୍ତାକୁ  ପ୍ରଭାବିତ କରେ  ଅତ୍ୟଧିକ ଧୂମପାନ

ବୁଦ୍ଧିମତ୍ତାକୁ ପ୍ରଭାବିତ କରେ ଅତ୍ୟଧିକ ଧୂମପାନ

ଧୂମପାନର କୁପ୍ରଭାବ ଶରୀର ଉପରେ ପଡୁଛି ବୋଲି ଜାଣି ମଧ୍ୟ ଅନେକେ ଏହାକୁ ଅଭ୍ୟାସରେ ପରିଣତ କରିଥାଆନ୍ତି। ପରବର୍ତ୍ତୀ ସମୟରେ ଏହା କବଳରୁ ମୁକୁଳିବା କଷ୍ଟକର ହୋଇଥାଏ। 

କିଡ୍‌ନୀ : କିଛି କଥା

କିଡ୍‌ନୀ : କିଛି କଥା

ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ କିଡ୍‌ନୀ ଅନ୍ୟତମ। ଏଥିରେ କିଛି ସମସ୍ୟା ଦେଖାଦେଲେ ତାହାକୁ ଅବହେଳା କରିବା ଉଚିତ ନୁହେଁ। ଶରୀର ଭିତରେ ପ୍ରବାହିତ ହେଉଥିବା ରକ୍ତକୁ କିଡ୍‌ନୀ ବିଶୋଧନ କରି ସେଥିରୁ ବିଷାକ୍ତ ତତ୍ତ୍ୱକୁ  ନିଷ୍କାସନ କରିଥାଏ। ତେବେ ଏଥିରେ କିଛି ସମସ୍ୟା ଦେଖାଦେଲେ ଜାଣିବେ କିପରି ? 

ବର୍ଷାଦିନେ ସକ୍ରିୟ ରହିବ ପାଚନକ୍ରିୟା

ବର୍ଷାଦିନେ ସକ୍ରିୟ ରହିବ ପାଚନକ୍ରିୟା

ସନ୍ତୁଳିତ ତଥା ପୋଷକତତ୍ତ୍ୱଯୁକ୍ତ ଖାଦ୍ୟ ଖାଆନ୍ତୁ।

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମୁଣ୍ଡବିନ୍ଧାରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ପରାମର୍ଶ ଦିଆଯାଇଛି। ପ୍ରତିଦିନ ନୀଳଗିରି ତେଲ ମୁଣ୍ଡରେ ମାଲିସ କଲେ ବିନ୍ଧାରୁ ମିଳିଥାଏ ମୁକ୍ତି।

ପ୍ରଥମ ଥର ପାଇଁ ମା’ହୋଇଛନ୍ତି କି.. ଜାଣନ୍ତୁ କିପରି ନେବେ ପିଲାର ଯତ୍ନ

ପ୍ରଥମ ଥର ପାଇଁ ମା’ହୋଇଛନ୍ତି କି.. ଜାଣନ୍ତୁ କିପରି ନେବେ ପିଲାର ଯତ୍ନ

କୁହାଯାଏ ସନ୍ତାନ ଜନ୍ମ ପରେ ନାରୀଟିଏ ପୂର୍ଣ୍ଣତ୍ୱ ଲାଭ କରେ। ନାରୀକୁ ଯେତେବେଳେ ତା’ର ସନ୍ତାନ ମା’ ବୋଲି ଡ଼ାକିଥାଏ, ସେତେବେଳେ ସେ ସବୁଠୁ ବେଶି ଖୁସି ହୋଇଥାଏ। ମା’ ଡାକରେ ଅବ୍ୟକ୍ତ ଆନନ୍ଦ ଭରି ରହିଥାଏ। ତେବେ ମା’ ଡାକ ଶୁଣିବା ଯେତିକି ସହଜ ହୋଇଥାଏ ଶିଶୁଟିର ଯତ୍ନ ନେଇ ତାକୁ ବଡ଼ କରିବା କିନ୍ତୁ ଅନେକ କଷ୍ଟ ହୋଇଥାଏ। ଯେଉଁମାନେ ପ୍ରଥମ ଥର ପାଇଁ ମା’ ହୋଇଥାନ୍ତି ସେମାନେ ସନ୍ତାନର ଲାଳନପାଳନକୁ ନେଇ ସବୁଠୁ ବେଶି ଚିନ୍ତିତ ଥାନ୍ତି।

ଏହି ୫ଟି କାମ କରନ୍ତୁ ସହଜରେ ଆସିଯିବ ନିଦ

ଏହି ୫ଟି କାମ କରନ୍ତୁ ସହଜରେ ଆସିଯିବ ନିଦ

ମାନସିକ ଓ ଶାରୀରିକ ଚାପରୁ ଦୂରେଇ ରହିବା ପାଇଁ ପ୍ରତ୍ୟେକ ମଣିଷଙ୍କୁ ଶୋଇବା ନିହାତି ଆବଶ୍ୟକ। କିନ୍ତୁ କିଛି ଲୋକ ରାତି ସାରା ବିଛଣାରେ ପଡିରହି ଥିଲେ ମଧ୍ୟ ତାଙ୍କୁ ନିଦ ଆସି ନ ଥାଏ। 

ରଫଲ୍ସ ଫ୍ୟାଶନ

ରଫଲ୍ସ ଫ୍ୟାଶନ

ପୋଷାକରେ କୁଞ୍ଚ କୁଞ୍ଚ ହୋଇ ଝୁଲିକି ରହିଥିବା କପଡ଼ାର ଷ୍ଟାଇଲ୍‌କୁ ହିଁ ରଫଲ୍‌ କୁହାଯାଇଥାଏ। ଆଉ ଏହି ରଫଲ୍‌ ପାଇଁ ସାଧାରଣ ପୋଷାକ ବି ମଡର୍ନ ଲୁକ୍‌ ଦିଏ...