ଫୁରସତ |

ଗ୍ରାହକଙ୍କୁ ନୂଆ ସ୍ବାଦ ଦେବ ରୁବି ଚକୋଲେଟ୍‌

ଗ୍ରାହକଙ୍କୁ ନୂଆ ସ୍ବାଦ ଦେବ ରୁବି ଚକୋଲେଟ୍‌
ସାଙ୍ଘାଇ:ବିଗତ ୮୦ବର୍ଷ ହେଲା ଚକୋଲେଟ୍‌ ମୁଖ୍ୟତଃ ତିନିରୂପରେ ଦେଖିବାକୁ ମିଳୁଛି। ମିଲ୍କ, ଡାର୍କ ଏବଂ ହ୍ବାଇଟ୍‌। କିନ୍ତୁ ବର୍ତ୍ତମାନ ବିଶ୍ୱର ଅନ୍ୟତମ ସର୍ବବୃହତ୍‌ ଚକୋଲେଟ୍‌ ପ୍ରସ୍ତୁତକାରୀ କମ୍ପାନୀ ଏକ ନୂଆ ପ୍ରକାର ଚକୋଲେଟ୍‌ ପ୍ରସ୍ତୁତ କରିଛି। ଏହାକୁ ରୁବି ଚକୋଲେଟ୍‌ କୁହାଯାଉଛି। ଏ ସଂକ୍ରାନ୍ତରେ କିଛିଦିନ ଗୋପନୀୟତା ବଜାୟ ରଖିବା ପରେ ବାରି କାଲେବଟ୍‌ ଦ୍ୱାରା ପ୍ରସ୍ତୁତ ଏହି ନୂଆ ପ୍ରକାର ଚକୋଲେଟ୍‌ ସମ୍ପର୍କରେ ମଙ୍ଗଳବାର ଘୋଷଣା କରାଯାଇଛି। ନୂଆ ଚକୋଲେଟ୍‌ ନମୁନାକୁ ସାଙ୍ଘାଇରେ ଲଞ୍ଚ୍‌ ବେଳେ ବିତରଣ କରାଯିବା ସହିତ ବିଶ୍ୱର ବିଭିନ୍ନ ଦେଶରେ ଥିବା ବିଶେଷଜ୍ଞମାନଙ୍କ ଉଦ୍ଦେଶ୍ୟରେ ପଠାଯାଇଛି। ବାରି କାଲେବଟ୍‌ କମ୍ପାନୀ ଗବେଷକମାନେ ଭାବିଲେ ଯେ, ବର୍ଷବର୍ଷ ଧରି ବିନ୍ସରୁ ସେମାନେ ଚକୋଲେଟ୍‌ ତିଆରି କରି ଆସୁଛନ୍ତି। ଏଥର ଏହାକୁ ଏକ ନୂଆ ରୂପ ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ପଡିବ। ଏହା ଉପରେ କିଛିବର୍ଷ କାର୍ଯ୍ୟ କରିବା ପରେ ଗବେଷକମାନେ ଏକ ନୂତନ ଏବଂ ଅନନ୍ୟ ଚକୋଲେଟ୍‌ ପ୍ରସ୍ତୁତ କରିପାରିଲେ। ଉକ୍ତ ଚକୋଲେଟ୍‌ ପ୍ରତି ବିଶ୍ୱବ୍ୟାପୀ ଗ୍ରାହକମାନେ ଆକୃଷ୍ଟ ହେବେ। ନୂଆ ଚକୋଲେଟ୍‌ ଖାଉଟିଙ୍କ ଆବଶ୍ୟକତା ମେଣ୍ଟାଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
All Right Reserved By

ଫୁରସତ |

ତେଲୁଗୁ ଡ୍ୟାନ୍ସିଂ ରିଆଲିଟି  ଶୋ’ରେ ଚମକୁଛନ୍ତି କାହ୍ନା

ତେଲୁଗୁ ଡ୍ୟାନ୍ସିଂ ରିଆଲିଟି ଶୋ’ରେ ଚମକୁଛନ୍ତି କାହ୍ନା

କୁହାଯାଏ, ପ୍ରତିଭାକୁ ମାର୍ଜିତ ପାଇଁ ଗୁରୁ ଆବଶ୍ୟକ । କିନ୍ତୁ ସେ ଥିଲେ ନିଜେ ନିଜର ଗୁରୁ। ଟିଭି ଏବଂ ଇଣ୍ଟର୍‌ନେଟରୁ ପ୍ରସିଦ୍ଧ କୋରିଓଗ୍ରାଫର୍‌ ଏବଂ ଡ୍ୟାନ୍ସରଙ୍କ ନୃତ୍ୟକୁ ଦେଖି ପ୍ରଶିକ୍ଷଣ ନେଇଥିଲେ । 

ସହଜ ହେଉଛି ପରୀକ୍ଷା ପ୍ରସ୍ତୁତି

ସହଜ ହେଉଛି ପରୀକ୍ଷା ପ୍ରସ୍ତୁତି

ବର୍ତ୍ତମାନ ଇଣ୍ଟରନେଟ୍‌ ଜରିଆରେ ପାଠ ପଢ଼ା ବିଶେଷ କରି ଯେକୌଣସି କମ୍ପିଟେଟିଭ୍‌ ପରୀକ୍ଷା ଲାଗି ଘରେ ବସି ପ୍ରସ୍ତୁତି କରିବା ହୋଇପାରିଛି ଅଧିକ ସହଜ ଏବଂ ସରଳ...

ରାଶି ଅନୁସାରେ  ସପ୍ତାହର କେଉଁ ଦିନ କ’ଣ ଖାଇବେ...

ରାଶି ଅନୁସାରେ ସପ୍ତାହର କେଉଁ ଦିନ କ’ଣ ଖାଇବେ...

ମଣିଷର ଦୈନଦିନ ଜୀବନରେ ଖାଦ୍ୟର ଆବଶ୍ୟକତା ରହିଛି ା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ସ୍ବାସ୍ଥ୍ୟ ସୁସ୍ଥ ରଖିବାରେ ଏହା ସହାୟତା କରିଥାଏ। ତେବେ ନିରୋଗ ରହିବା ପାଇଁ ସପ୍ତାହରେ କେଉଁଦିନ କ’ଣ ଖାଇବା ଆବଶ୍ୟକ ସେ ନେଇ ଜ୍ୟୋତିଷ ଶାସ୍ତ୍ରରେ  ଉଲ୍ଲେଖ କରାଯାଇଛି। 

ଯେଉଁଠି ପୁରୁଷଙ୍କୁ ଲମ୍ବା କେଶ ମନା

ଯେଉଁଠି ପୁରୁଷଙ୍କୁ ଲମ୍ବା କେଶ ମନା

ଦେଶ ଅନୁଯାୟୀ ମହିଳା ଓ ପୁରୁଷଙ୍କ ପାଇଁ ରହିଛି ଅଲଗା ନିୟମ। ହେଲେ ଇରାନରେ ପୁରୁଷମାନେ ଲମ୍ବା କେଶ ରଖିପାରିବେ ନାହିଁ। କେହି ଯଦି ଏହି ନିୟମ ଉଲ୍ଲଂଘନ କଲେ ତେବେ ତାଙ୍କୁ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି।

ଚାବିବାଲା ବାବା

ଚାବିବାଲା ବାବା

କୁମ୍ଭମେଳା ହେଉଛି ରହସ୍ୟମୟ ବାବାଙ୍କ ଦର୍ଶନର ଏକ ଅବସର। ଏଠାରେ ବିଭିନ୍ନ ଆଡୁ ଆସିଥିବା ଭିନ୍ନ ଭିନ୍ନ ପ୍ରକାରର ବାବାଙ୍କର ଦର୍ଶନ ମିଳେ। ଏମାନଙ୍କ ବେଶଭୂଷା, ଚାଲିଚଳନ ଓ ଅଧ୍ୟାତ୍ମିକ ଚିନ୍ତାଧାର ଅଲଗା ହୋଇଥିବାରୁ ଏମାନଙ୍କୁ ଦେଖିବାକୁ ଲୋକଙ୍କର ଗହଳି ଲାଗିଥାଏ। 

ଡିମିରି ବିନା ଯେଉଁଠି ହୁଏନାହିଁ ବିବାହ

ଡିମିରି ବିନା ଯେଉଁଠି ହୁଏନାହିଁ ବିବାହ

ବିବାହକୁ ନେଇ ରହିଛି ଅନେକ ପରମ୍ପରା ଓ ନୀତି ନିୟମ। ଛତିଶଗଡ଼ରେ କିନ୍ତୁ ଏକ ନିର୍ଦ୍ଦିଷ୍ଟ ବୃକ୍ଷ ବିନା ବିବାହ ସମ୍ଭବ ନୁହେଁ ବୋଲି କୁହାଯାଏ। ଆଉ ସେହି ଗଛଟି ହେଉଛି ଡିମିରି। ଏହାର ପତ୍ର ଓ ଡାଳରେ ବେଦୀ ସଜା ଯାଇଥାଏ। 

ହାର୍ଟ ଆଟାକ୍‌ରୁ ବି ଦୂରେଇ ରଖେ ବ୍ଲାକ୍‌ ରାଇସ୍‌ ...

ହାର୍ଟ ଆଟାକ୍‌ରୁ ବି ଦୂରେଇ ରଖେ ବ୍ଲାକ୍‌ ରାଇସ୍‌ ...

ବ୍ଲାକ୍‌ ରାଇସ୍‌ ସ୍ବାସ୍ଥ୍ୟ ଲାଗି ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ  ଏନ୍ଥୋସାଇନ୍‌ ନାମକ ତତ୍ତ୍ୱ ରହିଥାଏ। ଏହା ରକ୍ତ ଜମାଟ ବାନ୍ଧିବାକୁ ଦେଇ ନ ଥାଏ। ଫଳରେ ହାର୍ଟ ଆଟାକ୍‌ ହେବାର ଆଶଙ୍କା ହୋଇଥାଏ ଦୂର।

ସବୁଦିନ ଗାଧୋଇବା ମନା...

ସବୁଦିନ ଗାଧୋଇବା ମନା...

ସବୁଦିନ ଗାଧୋଇବା ସ୍ବାସ୍ଥ୍ୟ ଲାଗି ହାନୀକାରକ। କଲମ୍ବିଆ ବିଶ୍ୱବିଦ୍ୟାଳୟର ନର୍ସିଂ ବିଭାଗରେ ହୋଇଥିବା ଗବେଷଣା ରିପୋର୍ଟରେ ଏହା କୁହାଯାଇଛି। ସବୁଦିନ ଗାଧୋଇଲେ ଦେହ ଓ ମନ ସୁସ୍ଥ ରହିଥାଏ ବୋଲି କୁହାଯାଇଥାଏ। ତେବେ ସବୁଦିନ ଗାଧୋଇବାକୁ ଏହି ଗବେଷଣା ରିପୋର୍ଟରେ ମନା କରାଯାଇଛି।

ଉପହାରରେ କେବେ ବି  ଦିଅନ୍ତୁନି ରୁମାଲ୍‌...

ଉପହାରରେ କେବେ ବି ଦିଅନ୍ତୁନି ରୁମାଲ୍‌...

ଉପହାର ଦେବା ସମୟରେ ସର୍ତକ ରହିବା ଆବଶ୍ୟକ। କାରଣ ଏଭଳି ଉପହାର ଅଛି ଯାହାକୁ ଉପହାର ଦେଉଥିବା ଏବଂ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ଉପହାର ଦେବା ସମୟରେ ସତର୍କ ହେବା ଜରୁରୀ। ତେବେ ଏହି ଉପହାର ସମ୍ପର୍କରେ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।

ନିଜ ରକ୍ତରେ ପ୍ରସ୍ତୁତ ମଶ୍ଚରାଇଜର, କ୍ରିମ୍‌ ବ୍ୟବହାର କରନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି

ନିଜ ରକ୍ତରେ ପ୍ରସ୍ତୁତ ମଶ୍ଚରାଇଜର, କ୍ରିମ୍‌ ବ୍ୟବହାର କରନ୍ତି ଏହି ଲୋକପ୍ରିୟ ସେଲିବ୍ରିଟି

ପ୍ରକୃତ ବୟସର ଛାପ ଲୁଚାଇବା ଲାଗି ଆଜିକାଲିର ଯୁବତୀ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି। ତେବେ ପ୍ରସାଧନ ସାମଗ୍ରୀ କିଣିବା ହେଉ ଅଥବା ପାର୍ଲର ଯାଇ କିଛି ଚିକିତ୍ସା ଗ୍ରହଣ କରିବା, ଏହା ଏବେ ମାମୁଲି ଘଟଣା ପାଲଟିଲାଣି। 

ଫୁଟବଲ ତାରକା ବେକହମ୍‌ଙ୍କ କୁକୁର ଘୋଡ଼େଇ ହୁଏ ସାଢ଼େ ୪ ଲକ୍ଷ ଟଙ୍କାର କମ୍ବଳ

ଫୁଟବଲ ତାରକା ବେକହମ୍‌ଙ୍କ କୁକୁର ଘୋଡ଼େଇ ହୁଏ ସାଢ଼େ ୪ ଲକ୍ଷ ଟଙ୍କାର କମ୍ବଳ

ଶୀତଦିନେ କମ୍ବଳ ଘୋଡ଼ାଇ ହୋଇ ଶୋଇବାକୁ କିଏ ବା ଭଲ ନ ପାଏ। ଶୀତଦିନ ଆରମ୍ଭ ହେବା ପୂର୍ବରୁ ଅନେକ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି। ଶୀତବସ୍ତ୍ର ସହ ଭଲ କମ୍ବଳ କିଣାଯାଇଥାଏ। ବଜାରରେ ମଧ୍ୟ ବିଭିନ୍ନ ଦାମ୍‌ର କମ୍ବଳ ଉପଲବ୍ଧ ହୁଏ।

ହଜାରେ କୋଟିଙ୍କ ପାଇଁ ଖାଦ୍ୟ ସମସ୍ୟା

ହଜାରେ କୋଟିଙ୍କ ପାଇଁ ଖାଦ୍ୟ ସମସ୍ୟା

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ବିଶ୍ୱର ୧୦୦୦କୋଟି ଲୋକଙ୍କ ପାଇଁ ଖାଦ୍ୟ ସମସ୍ୟା ସୃଷ୍ଟି ହେବ। ମାନବ ଜଗତ ପାଇଁ ଏହା ଏକ ମୁଖ୍ୟ ସମସ୍ୟା ହୋଇଥିବାବେଳେ ଏହାର ସମାଧାନ ପାଇଁ ବୈଜ୍ଞାନିକମାନେ ଏକ ସମାଧାନର ବାଟ ପାଇଥିବା ଦାବି କରନ୍ତି। ସେମାନଙ୍କ କହିବାନୁଯାୟୀ, ଖାଦ୍ୟ ଉତ୍ପାଦନ ପାଇଁ ପୃଥିବୀର ପରିସର ସୀମିତ।