ମନୋରଞ୍ଜନ |

‘ହଓ୍ବା ହଓ୍ବାଇ ଗର୍ଲ’ଙ୍କ ଦେହାନ୍ତରେ ସ୍ତବ୍ଧ ବଲିଉଡ୍‌: ଅପରାହ୍ନରେ ବମ୍ବେ ପହଞ୍ଚିବ ମରଶରୀର

‘ହଓ୍ବା ହଓ୍ବାଇ ଗର୍ଲ’ଙ୍କ ଦେହାନ୍ତରେ ସ୍ତବ୍ଧ ବଲିଉଡ୍‌: ଅପରାହ୍ନରେ ବମ୍ବେ ପହଞ୍ଚିବ ମରଶରୀର
ବମ୍ବେ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ତଥା ହଓ୍ବା ହଓ୍ବାଇ ଗର୍ଲ ଶ୍ରୀଦେବୀଙ୍କ ଶନିବାର ରାତିରେ ନିଧନ ହୋଇଯାଇଛି। ଏହାକୁ ନେଇ ବଲିଉଡ୍‌ଠାରୁ ଆରମ୍ଭ କରି ସମସ୍ତ ଫିଲ୍ମଜଗତ ସ୍ତବ୍ଧ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ହୋଇଥିଲା। ଦୁବାଇରେ ସ୍ବାମୀ ବୋନୀଙ୍କ ଭଣଜା ମୋହିତ ମାରବାହଙ୍କ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ। ବିବାହ ସମୟରେ ଶ୍ରୀଦେବୀଙ୍କ ଗୋଡ଼ ବାଥରୁମ୍‌ରେ ଖସିଯାଇଥିଲା। ସେ ଅଚେତ ହୋଇ ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ। ଘଟଣାକୁ ନେଇ ପୂରା ବଲିଉଡ୍‌ ଶୋକରେ ବୁଡିଯାଇଛି। ଟୁଇଟରରେ ଗୋଟିଏ ପରେ ଗୋଟିଏ କଳାକାର ସ୍ତବ୍ଧ ହୋଇଯାଇଥିବା ଏବଂ କଳାକାର ଜଗତ ଏକ ଖ୍ୟାତନାମା ଅଭିନେତ୍ରୀଙ୍କୁ ହରାଇଲା ବୋଲି ଟୁଇଟ୍‌ କରାଯାଉଛି। ଅନ୍ୟପକ୍ଷେ ଶ୍ରୀଦେବୀଙ୍କ ମରଶରୀରକୁ ଦୁବାଇରୁ ବମ୍ବେ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ତାଙ୍କର ଏବେ ପୋଷ୍ଟମର୍ଟମ୍‌ କରାଯାଉଥିବା ବେଳେ ଅପରାହ୍ନରେ ପାର୍ଥିବ ଶରୀର ବମ୍ବେରେ ପହଞ୍ଚିବ ବୋଲି କୁହାଯାଉଛି। ତାଙ୍କ ପାରିବାରିକ ଜୀବନକୁ ଯଦି ଦେଖିବା ତେବେ ସେ ଦୁଇଟି କନ୍ୟା ସନ୍ତାନର ଜନନୀ ଥିଲେ। ସର୍ବଦା ସେ ନିଜର ଝିଅମାନଙ୍କୁ ନେଇ ସମ୍ବେଦନଶୀଳା ରହୁଥିଲେ। ସ୍ବାମୀ ବୋନୀଙ୍କ ସହ ତାଙ୍କର ସମ୍ପର୍କ କେବେ ବି ମଳିନ ପଡି ନ ଥିଲା। ତାଙ୍କ ନିଧନକୁ ପରିବାରର କେହି ଗ୍ରହଣ କରିପାରୁନାହାନ୍ତି।
All Right Reserved By

ମନୋରଞ୍ଜନ |

ଡରିଗଲେ ସଲମାନ

ଡରିଗଲେ ସଲମାନ

ଏମିତି ତ ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ଇଣ୍ଡଷ୍ଟ୍ରିରେ ସମସ୍ତେ ଡରନ୍ତି। କିନ୍ତୁ ଏଥର ସଲୁ ନିଜେ ଡରିଯାଇଛନ୍ତି। ଲାଗୁଛି କୋର୍ଟ କଚେରି ମାମଲା ସଲୁଙ୍କ ପିଛା ଛାଡୁନି।

ମହିଳାମାନେ ନିଜ ଅଧିକାର ପାଇଁ ସ୍ବର ଉଠାନ୍ତୁ: ସନ୍ନି ଲିଓନ୍‌

ମହିଳାମାନେ ନିଜ ଅଧିକାର ପାଇଁ ସ୍ବର ଉଠାନ୍ତୁ: ସନ୍ନି ଲିଓନ୍‌

ନୂଆଦିଲ୍ଲୀ: ମହିଳାମାନେ ନିଜ ଅଧିକାର ହାସଲ ପାଇଁ ସ୍ବର ଉଠାନ୍ତୁ ବୋଲି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ ପ୍ରକାଶ କରିଛନ୍ତି। ତରୁଣ ନ ହେଲେ ବି ପ୍ରାପ୍ତ ବୟସରେ ବଲିଉଡ୍‌ ଫିଲ୍ମରେ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ସନ୍ନି ନିଜ ଅଧିକାର ହାସଲ ପାଇଁ ଦୃଢ଼ ଭାବରେ ଛିଡା ହେବାକୁ ସେ ମହିଳାମାନଙ୍କୁ ପରାମର୍ଶ ଦେଇଛନ୍ତି। ନିଜ ଜୀବନରେ ଅନେକ ପ୍ରତିବନ୍ଧକ ଦେଇ ଗତିକରିଥିବା ସେ କହିଛନ୍ତି।

ସତ କହିଲେ ପ୍ରିୟଙ୍କା

ସତ କହିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ପର୍ସନାଲ ଲାଇଫ୍‌ ସହ ଯୋଡି ହୋଇ ରହିଥିବା କିଛି କଥାର ରାଜ୍‌ ଖୋଲିଛନ୍ତି।

ମାଆ ହେଲେ କ୍ୟାନସର ପୀଡିତା ଅଭିନେତ୍ରୀ ଲିସା

ମାଆ ହେଲେ କ୍ୟାନସର ପୀଡିତା ଅଭିନେତ୍ରୀ ଲିସା

ମୁମ୍ବାଇ: ଅଭିନେତ୍ରୀ ଲିସା ରାୟ ଏବେ ମାଆ ହୋଇଛନ୍ତି। ତାହା ପୁଣି ସରୋଗେସି ମାଧ୍ୟମରେ। କ୍ୟାନସର ଭଳି ରୋଗ ସହ ଲଢି ଜୀବନ ଜିଇଁଥିବା ଏହି ଅଭିନେତ୍ରୀଙ୍କର ସ୍ବପ୍ନ ସାକାର ହୋଇଛି। 

ଏବେ ଦିଲ୍ଲୀରେ ପ୍ରତିଦିନ ଦେଖିହେବ ହଟ୍‌ ଷ୍ଟାର ସନ୍ନି ଲିଓନଙ୍କୁ

ଏବେ ଦିଲ୍ଲୀରେ ପ୍ରତିଦିନ ଦେଖିହେବ ହଟ୍‌ ଷ୍ଟାର ସନ୍ନି ଲିଓନଙ୍କୁ

ନୂଆଦିଲ୍ଲୀ: ବଲିଉଡ୍‌ ବୋଲ୍ଡ କୁଇନ୍‌ ସନ୍ନି ଲିଓନଙ୍କୁ ଏବେ ସାଧାରଣ ଲୋକେ ଦେଖିପାରିବେ। ତାହା ପୁଣି ଅତି ନିକଟରୁ ଆଉ ରାଜଧାନୀ ଦିଲ୍ଲୀରେ। କଥା ହେଲା ଦିଲ୍ଲୀସ୍ଥିତ ମାଡାମ୍‌ ତୁଷାଡ୍ସ ମ୍ୟୁଜିୟମରେ ମଙ୍ଗଳବାରଠାରୁ ସ୍ଥାନିତ ହୋଇଛି ପର୍ନଷ୍ଟାର ସନ୍ନି ଲିଓନଙ୍କ ମହମ ପ୍ରତିମୂର୍ତ୍ତି। 

ଫେରିବେ ବ୍ଲାକ ବିୟୁଟି ବିପାଶା

ଫେରିବେ ବ୍ଲାକ ବିୟୁଟି ବିପାଶା

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ କୁଇନ୍‌ ବିପାଶା ବସୁ ପୁଣିଥରେ ସିଲ୍‌ଭର ସ୍କ୍ରିନ୍‌କୁ କମ୍‌ ବ୍ୟାକ୍‌ କରିବେ ବୋଲି ଖବର ଆସିଛି। ଲମ୍ବା ସମୟ ଧରି ବଡ ପରଦାରୁ ଦୂରେଇ ରହିଥିବା ଏହି ବ୍ଲାକ ବିୟୁଟି ଏକ ରିମେକ୍‌ ଫିଲ୍ମରେ ନଜର ଆସି ପାରନ୍ତି।

ଆଦର୍ଶ ମା’ର ଭାବମୂର୍ତ୍ତି ପ୍ରତିଷ୍ଠା କରିଛି ଫିଲ୍ମ

ଆଦର୍ଶ ମା’ର ଭାବମୂର୍ତ୍ତି ପ୍ରତିଷ୍ଠା କରିଛି ଫିଲ୍ମ

ନୂଆଦିଲ୍ଲୀ: ଟିଭି ଓ ଫିଲ୍ମ ପରଦାରେ ଅଭିନୟ କରିବା ଦ୍ୱାରା ଜଣେ ମହିଳା ପାଇଁ ଆଦର୍ଶ ମା’ର ଭାବମୂର୍ତ୍ତି ପ୍ରତିଷ୍ଠା ହୋଇପାରେ। ପ୍ରଥମ କରି ଅଭିନୟରେ ପାଦ ଦେଉଥିବା ଅଧିକାଂଶ ମହିଳା ଏହି ଅନୁଭୂତି ହାସଲ କରିଥାଆନ୍ତି। 

୩୭ ବର୍ଷ ସାନ ଗାୟିକାଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

୩୭ ବର୍ଷ ସାନ ଗାୟିକାଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

ମୁମ୍ବାଇ: ଭଜନ ଗାୟକ ଅନୁପ ଜଲୋଟା ବିଗ୍‌ ବସ୍‌ ୧୨ରେ କଣ୍ଟେଷ୍ଟାଣ୍ଟ ଭାବେ ନଜର ଆସିବେ।  ସେ ୨୮ବର୍ଷୀୟା ଗାୟିକା ଜସଲିନ୍‌ ମଥାରୁଙ୍କ ସହ ଏହି ଶୋ’ରେ ନଜର ଆସିବେ ବୋଲି ଜଣାପଡିଛି।

ଦୁଇ ବର୍ଷର ଅପେକ୍ଷା

ଦୁଇ ବର୍ଷର ଅପେକ୍ଷା

ଅପେକ୍ଷାର ଫଳ ମିଠା। ଦେଖୁନାହାନ୍ତି, ଦୁଇବର୍ଷ ଅପେକ୍ଷା କରିବା ପରେ ପୁଣି ଥରେ କେମିତି ଡାକରା ଆସିଲା। ଆଉ ଏଥର ମନ ଦୁଃଖ କରି ଫେରିବାକୁ ପଡି ନ ଥିଲା। 

ଆଲ୍ଲୁଙ୍କ ସଜବାଜ

ଆଲ୍ଲୁଙ୍କ ସଜବାଜ

ଆଲ୍ଲୁ ଅର୍ଜୁନ-କେବଳ ନାମ ହିଁ ଯଥେଷ୍ଟ। ତାମିଲ ସିନେମାରେ  ଇଏ ଜଣେ ପରିଚିତ ତଥା ଲୋକପ୍ରିୟ ଅଭିନେତା। ଏବେ ସେ ସଜବାଜରେ ବ୍ୟସ୍ତ।

ନାହିଁ ନାହିଁର ପ୍ରୋଜେକ୍ଟରେ ତାପସୀ

ନାହିଁ ନାହିଁର ପ୍ରୋଜେକ୍ଟରେ ତାପସୀ

ପ୍ରୋଜେକ୍ଟ ହେବ କି ନାହିଁ ତା’ ଉପରେ ଏବେ ମଧ୍ୟ ପ୍ରଶ୍ନବାଚୀ ଲାଗି ରହିଛି। ହେଲେ ପ୍ରଯୋଜକଙ୍କ କାଷ୍ଟିଂ ଫାଇନାଲ ହୋଇପାରୁ ନାହିଁ। ପ୍ରଯୋଜକ ଶୈଳେଶ ଆର. ସିଂଙ୍କ ଅନଟାଇଟଲଡ ଫିଲ୍ମକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। 

ଶୁଭ ଦିନକୁ ଅପେକ୍ଷା

ଶୁଭ ଦିନକୁ ଅପେକ୍ଷା

ଅକ୍ଷୟ କୁମାର ସେହି ଶୁଭ ଦିନକୁ ଅପେକ୍ଷା କରିଛନ୍ତି। କେବେ ‘ଟୁ. ଜିରୋ’ ଫିଲ୍ମଟି ପରଦା ଉପରକୁ ଆସିବ ତାହାକୁ ନେଇ ଏବେ ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଛି।