ଫୁରସତ |

ମୋ ଦରମା ଦେଖି ବାପା କାନ୍ଦି ପକାଇଥିଲେ: ଅବସରପ୍ରାପ୍ତ ସୁବେଦାର ମେଜର କ୍ଷମାସାଗର ସାହୁ

ମୋ ଦରମା ଦେଖି ବାପା କାନ୍ଦି ପକାଇଥିଲେ: ଅବସରପ୍ରାପ୍ତ ସୁବେଦାର ମେଜର କ୍ଷମାସାଗର ସାହୁ
କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅନ୍ତର୍ଗତ ବାଲସି ଗାଁରେ ମୋର ଜନ୍ମ। ବାପା ଚାଷବାସ କରି ପରିବାର ପ୍ରତିପୋଷଣ କରୁଥିଲେ। ଆଜକୁ ପ୍ରାୟ ୪୫ ବର୍ଷ ପୂର୍ବେ ଆମ ଗାଁ ଆଖପାଖରେ କୌଣସି ସ୍କୁଲ କି କଲେଜ ନ ଥିଲା। ତଥାପି ମୋ ବାପା ନିଜେ ଶିକ୍ଷା ଆହରଣ କରି ନ ଥିଲେ ବି ସେ ସମୟରେ ଶିକ୍ଷାର ମହତ୍ତ୍ୱକୁ ବୁଝିପାରି ମୋତେ ପଢ଼ିବାର ସୁଯୋଗ ଦେଇଥିଲେ। ଗାଁଠାରୁ ପ୍ରାୟ ୮ କି.ମି. ଦୂର ରୂପ୍ରାରୋଡ୍‌ସ୍ଥିତ ସ୍କୁଲରେ ମୋ ନାଁ ଲେଖା ହୋଇଥିଲା। ଆମର ସାଇକେଲ ନ ଥିବା ଯୋଗୁ ସେତେବେଳେ ଚାଲି ଚାଲି ମୋତେ ସ୍କୁଲକୁ ଯିବାକୁ ପଡୁଥିଲା। ୧୯୮୧ରେ ମୁଁ ଆମ ଗାଁରେ ସର୍ବପ୍ରଥମେ ମାଟ୍ରିକ ପାସ୍‌ କରିବାର ଗୌରବ ହାସଲ କରିଥିଲି। ତା’ପରେ କେସିଙ୍ଗା କଲେଜରେ ନାଁ ଲେଖାଇଥିଲି। କିନ୍ତୁ ଅଳ୍ପ କିଛିଦିନ ପଢିବା ପରେ ମୋର ଭାରତୀୟ ସେନାରେ ଚାକିରି ହୋଇଗଲା। ୨୮ ସେପ୍ଟେମ୍ବର ୧୯୮୪ରେ ମୁଁ ସେନାରେ ଯୋଗ ଦେଇଥିଲି। ସେ ସମୟରେ ସେନାରେ ଚାକିରି କରିବାକୁ ନେଇ ଲୋକଙ୍କ ମନରେ ଅନେକ ଭୟ ଥାଏ। ମୁଁ ଯେଉଁଦିନ ଗାଁ ଛାଡ଼ି ଚାକିରିରେ ଜଏନ୍‌ କରିବାକୁ ଗଲି, ସେଦିନ ପୂରା ଗାଁ କାନ୍ଦି ଉଠିଥିଲା। କିନ୍ତୁ ମୁଁ ସେସବୁ ଦୃଢ଼ତାର ସହ ସହ୍ୟକରି ଚାକିରିରେ ଯୋଗଦେଇଥିଲି। ପ୍ରଥମ ଟ୍ରେନିଂ (ବେସିକ୍‌ ଟ୍ରେନିଂ) ଜବଲପୁରରେ ହେଲା ପରେ କ୍ଲର୍କ ଟ୍ରେନିଂ ମହାରାଷ୍ଟ୍ରରେ ହୋଇଥିଲା। ତା’ପରେ ମୋର ପ୍ରଥମ ପୋଷ୍ଟିଂ ଆସାମରେ ହେଲା। କିଛିଦିନ କାମ କରିବା ପରେ ୨୮ ଦିନ ଛୁଟିରେ ମୁଁ ଯେବେ ଘରକୁ ଆସିଥିଲି, ଗାଁରେ ଖୁସିର ଲହରି ଖେଳିଯାଇଥିଲା। ଆଉ ଯେତେବେଳେ ମୁଁ ମୋ ଚାକିରିର ପ୍ରଥମ ଦରମା ସାତହଜାର ଟଙ୍କା ନେଇ ବାପାଙ୍କ ହାତରେ ଦେଇଥିଲି, ବାପାଙ୍କ ଆଖିରେ ଖୁସିରେ ଲୁହ ଆସିଯାଇଥିଲା। ଆଜିଯାଏଁ ମୁଁ ସେ ମୁହୂର୍ତ୍ତକୁ ମନରୁ ପାସୋରି ପାରୁନାହିଁ। ସାଧାରଣ ଜଣେ ସିପାହି ଭାବେ ଆର୍ମିରେ ମୁଁ ଯୋଗ ଦେଇଥିଲି। ଆଉ ନିଷ୍ଠାର ସହ ଦୀର୍ଘ ୩୦ ବର୍ଷ କାର୍ଯ୍ୟକରି ଅନରାରି ସୁବେଦାର ମେଜର ଭାବେ ୨୦୧୪ ଏପ୍ରିଲରେ ଚାକିରିରୁ ଅବସର ନେଇଥିଲି। ମୋ ଚାକିରିର ସବୁଠାରୁ ବଡ଼ ଉପଲବ୍ଧି ହେଉଛି, ମୁଁ ସେନାରେ ରହିବାରୁ ମୋ ଦୁଇପୁଅଙ୍କୁ ଉପଯୁକ୍ତ ଶିକ୍ଷା ଦେଇପାରିବା ସହ ମୋର ସାଧାରଣ ପରିବାରକୁ ଏକ ପ୍ରତିଷ୍ଠିତ ପରିବାର କରିବାରେ ସଫଳ ହୋଇପାରିଛି। ବର୍ତ୍ତମାନ ମୋ ବଡ଼ପୁଅ ଅମିତ୍‌ କୁମାର ସାହୁ ଭାରତୀୟ ସେନାର ଜଣେ କ୍ୟାପ୍‌ଟେନ ହୋଇଥିବାବେଳେ ସାନପୁଅ ଅସିତ୍‌ କୁମାର ସାହୁ ଜଣେ ଇଞ୍ଜିନିୟର ଭାବେ କାର୍ଯ୍ୟରତ। ତେବେ ଚାକିରିରୁ ଅବସର ନେବା ପରଠୁ ବ୍ୟକ୍ତିଗତ ଭାବେ ପରିବେଶ ସୁରକ୍ଷାକୁ ନେଇ ଅନେକ ଉନ୍ନତିମୂଳକ କାମ କରିଛି ଆଉ ଆଗକୁ ଏମିତି କରିବାର ଲକ୍ଷ୍ୟ ମଧ୍ୟ ରଖିଛି। ସେହିପରି ଅଧିକରୁ ଅଧିକ ଯୁବକ କିପରି ସେନାରେ ଯୋଗଦେଇ ଦେଶମାତୃକାର ସେବା କରିବା ସହ ନିଜ ପରିବାରକୁ ଏକ ନୂଆ ଆଲୋକ ପଥରେ ଆଗେଇନେଇପାରିବେ ସେ ନେଇ ବି ମୋ ଚେଷ୍ଟା ଜାରି ରହିଛି। -ତୁମେଶ୍ୱର ସାହୁ, କେସିଙ୍ଗା
All Right Reserved By

ଫୁରସତ |

ଫିଟ୍‌ ରହିବା ଲାଗି ଯେଉଁଠି ଯୋଗ କରିବା ସହ ବିୟର୍‌ ପିଅନ୍ତି ଲୋକେ

ଫିଟ୍‌ ରହିବା ଲାଗି ଯେଉଁଠି ଯୋଗ କରିବା ସହ ବିୟର୍‌ ପିଅନ୍ତି ଲୋକେ

ଫିଟ୍‌ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି। କିନ୍ତୁ ବିୟର ଶରୀର ଲାଗି କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି। ହେଲେ ଜର୍ମାନୀର ଏକ ଯୋଗ ସେଣ୍ଟରରେ ଲୋକେ ଯୋଗ କରିବା ସହିତ ବିୟର ପିଇଥାନ୍ତି। 

ଏଠି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିପାରନ୍ତି କିଶୋର

ଏଠି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିପାରନ୍ତି କିଶୋର

ପପୁଆ ନିଉ ଗିନିରେ ରହିଛି ଏକ ଅଜବ ପରମ୍ପରା। ଏଠାରେ ରହୁଥିବା ଆଦିବାସୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ନେଇ କୌଣସି ବାଧା ନାହିଁ। ଯିଏ ଯେଉଁଠି ଯେତେବେଳେ ଚାହିଁଲେ ନିଜ ସାଥୀ ସହ ଶାରୀରିକ ସମ୍ପର୍କ ରଖିପାରିବେ। 

କେବଳ ଅନ୍ତର୍ବସ୍ତ୍ର ପିନ୍ଧି ଯେଉଁ ମଲ୍‌କୁ ଶପିଂ ପାଇଁ ଯାଆନ୍ତି ମହିଳା

କେବଳ ଅନ୍ତର୍ବସ୍ତ୍ର ପିନ୍ଧି ଯେଉଁ ମଲ୍‌କୁ ଶପିଂ ପାଇଁ ଯାଆନ୍ତି ମହିଳା

ବ୍ରିଟେନରେ ରହିଛି ଏମିତି ଏକ ଶପିଂ ମଲ୍‌ ଯେଉଁଠି ମହିଳାମାନେ କେବଳ ଅନ୍ତର୍ବସ୍ତ୍ର ପିନ୍ଧି ଆସିଥାଆନ୍ତି। ବ୍ରିଟେନର ଏସେକ୍ସରେ ଥିବା ଲେକ୍‌ସାଇଡ୍‌ ଶପିଂ ମଲ୍‌ରେ ଏଭଳି ମହିଳାଙ୍କୁ ଦେଖିବାକୁ ମିଳେ।

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ସ୍କୁଲରେ ପାଠ ପଢିବାକୁ ସେମିତି କିଛି ବାରଣ ନ ଥାଏ। ଅନେକ ସ୍ଥାନରେ ବାଳକ ବାଳିକାଙ୍କ ସ୍କୁଲ ଅଲଗା ଅଲଗା କରାଯାଇଥାଏ। କିନ୍ତୁ ସ୍କୁଲରେ ଜାତି ଧର୍ମ ବର୍ଣ୍ଣର କୌଣସି ବାଛ ବିଚାର ନ ଥାଏ। 

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗାଈ ଗୋବରରେ ପ୍ରଭୁ ଶ୍ରୀଗଣେଶଙ୍କ ପ୍ରତିମା ନିର୍ମାଣ କରି ପୂଜା କଲେ ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ ସାକ୍ଷାତ୍‌ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ। 

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ହାତରେ ବିଭିନ୍ନ ପର୍ବତ ରହିଛି। ଏସବୁ ଭିନ୍ନ ଭିନ୍ନ ଗ୍ରହକୁ ପ୍ରତିନିଧିତ୍ୱ କରିଥାନ୍ତି। ବୁଢ଼ା ଆଙ୍ଗୁଠି ତଳେ ଥିବା କ୍ଷେତ୍ର ଶୁକ୍ର ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରିଥାଏ। ଏଠାରେ ତ୍ରିଶୂଳ ଆକୃତିର ଚିହ୍ନ ବ୍ୟକ୍ତିକୁ ରୋମାଣ୍ଟିକ୍‌ କରିବା ସହିତ ପ୍ରେମରେ ସଫଳତା ପ୍ରଦାନ କରିଥାଏ। 

ଯେଉଁଠି ପଥର ଗାଏ ଗୀତ...

ଯେଉଁଠି ପଥର ଗାଏ ଗୀତ...

ମହାରାଷ୍ଟ୍ର ପୁଣେ ସହରରେ ରହିଛି ଏକ ପ୍ରକାର ପଥର। ଏହାକୁ ସ୍ପର୍ଶ କଲେ ସଂଗୀତର ମଧୁର ସ୍ବର ଶୁଣିବାକୁ ମିଳୁଛି ।

ମସ୍ତିଷ୍କକୁ ଶାନ୍ତ ରଖେ  କୁଣ୍ଡଳିନୀ ଯୋଗ

ମସ୍ତିଷ୍କକୁ ଶାନ୍ତ ରଖେ କୁଣ୍ଡଳିନୀ ଯୋଗ

କୁଣ୍ଡଳିନୀ ଯୋଗ ମନ, ଶରୀର ଓ ଜ୍ଞାନେନ୍ଦ୍ରିୟକୁ ମିଳିତ କରି ଆତ୍ମାକୁ ପରମାତ୍ମାଙ୍କ ସହିତ ଯୋଡ଼ିଥାଏ। 

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ଓ୍ବାଶିଂଟନ୍‌: ନାସା ସାଟେଲାଇଟ୍‌  ପ୍ରଥମଥର ପାଇଁ ଆଣ୍ଟାର୍କଟିକା ବରଫର ସ୍ପଷ୍ଟ ଫଟୋଚିତ୍ର ପ୍ରେରଣ କରିଛି। ଏହା ଆଣ୍ଟାର୍କଟିକାର ବରଫ ପାହାଡର ଉଚ୍ଚତା ମାପ କରିପାରିବ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। 

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ଜେନେଭା: ସୁଇଜରଲାଣ୍ଡସ୍ଥିତ ଇକୋଲ ପଲିଟେକନିକ୍‌ ଫେଡେରାଲେ ଡି ଲାଉସାନେ ଏବଂ ଜ୍ୟୁରିକ୍‌ ୟୁନିଭର୍ସିଟିର ଗବେଷକମାନେ ଏକ ଡ୍ରୋନ୍‌ ବିକାଶ କରିଛନ୍ତି। 

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଭୟଙ୍କର ତଥ୍ୟ ସମ୍ପର୍କରେ ଜଣାପଡିଥାଏ। ଅନେକ ଶାସକ ପ୍ରଜାଙ୍କ ଉପରେ କରୁଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରୀ ଉଠିଥାଏ। ହଙ୍ଗେରୀରେ ପଞ୍ଚଦଶ ଶତାବ୍ଦୀରେ ଏଭଳି ଜଣେ ମହିଳାଙ୍କ କାହାଣୀ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଏ।

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ମଣିଷ ଜୀବନରେ ନାନାପ୍ରକାର ସମସ୍ୟା ଦେଖାଦେଇଥାଏ। ଏହାର ନିରାକରଣ ପାଇଁ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରଭାବଶାଳୀ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରେ ଘୋଡ଼ାନାଲର ଉପଯୋଗ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ।