ଫୁରସତ |

ଆସୁଛି ରଙ୍ଗର ପର୍ବ: ଖେଳନ୍ତୁ ‘ହର୍ବାଲ ହୋଲି’(ସ୍ବତନ୍ତ୍ର ଉପସ୍ଥାପନା)

ଆସୁଛି ରଙ୍ଗର ପର୍ବ: ଖେଳନ୍ତୁ ‘ହର୍ବାଲ ହୋଲି’(ସ୍ବତନ୍ତ୍ର ଉପସ୍ଥାପନା)

ରଙ୍ଗର ପର୍ବ ହୋଲିକୁ ସୁନ୍ଦର ଆଉ ସ୍ବାସ୍ଥ୍ୟପ୍ରଦ କରିବା ଲାଗି ଏବେ ବଢୁଛି ସଚେତନତା, ଯେଉଁଥି ପାଇଁ କେମିକାଲ ରଙ୍ଗ ବଦଳରେ ଏବେ ହର୍ବାଲ ହୋଲିର ଲୋକପ୍ରିୟତା ବଢ଼ିବାରେ ଲାଗିଛି।

ଆସିଛି ଫଗୁଣ ଆଉ ଆସିଛି ସ୍ନେହ, ସୌହାର୍ଦ୍ଦ୍ୟ ଏବଂ ଭାଇଚାରାର ପର୍ବ ହୋଲି। ଫାଲ୍‌ଗୁନ ମାସ ପୂର୍ଣ୍ଣିମା ତିଥିରେ ପାଳନ କରାଯାଉଥିବା ଏହି ପର୍ବକୁ ରଙ୍ଗର ପର୍ବ ବୋଲି ମଧ୍ୟ କୁହାଯାଏ। ପୁରାତନ କାଳରୁ ଏହି ପର୍ବକୁ ବେଶ ଜାକଜମକରେ ପାଳନ କରାଯାଇଆସୁଛି। ଦିନ ଥିଲା, ଲୋକେ ପ୍ରାକୃତିକ ଉପାଦାନ ଯଥା ନିମ୍ବପତ୍ର, ଗୋଲାପ ଫୁଲ, ହଳଦୀ, ଚନ୍ଦନ ଆଦିରୁ ପ୍ରସ୍ତୁତ ହେଉଥିବା ପ୍ରାକୃତିକ ରଙ୍ଗ ଦ୍ୱାରା ହୋଲି ଖେଳୁଥିଲେ; ଯାହାର ସୁପ୍ରଭାବ ଶରୀର ଉପରେ ପଡୁଥିଲା। ଏହି ରଙ୍ଗରେ ଖେଳିବା ଦ୍ୱାରା ବସନ୍ତ ଋତୁରେ ଦେଖାଦେଉଥିବା ବିଭିନ୍ନ ଚର୍ମ ରୋଗଠାରୁ ଉପଶମ ମିଳୁଥିଲା। କିନ୍ତୁ କାଳକ୍ରମେ ରଙ୍ଗ ପ୍ରସ୍ତୁତିରେ ଦେଖାଦେଲା ବ୍ୟତିକ୍ରମ। ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରି ପ୍ରସ୍ତୁତ କରାଗଲା ରଙ୍ଗ। ଏହାକୁ ବ୍ୟବହାର କରିବା ଦ୍ୱାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲା। ତେବେ ସମୟ ବଦଳିବା ସହିତ ଲୋକମାନଙ୍କ ଭିତରେ ସଚେତନତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପୁଣି ସମସ୍ତେ ଫେରିବାକୁ ଚାହୁଁଛନ୍ତି ପୁରୁଣା ଦିନକୁ। ଖାସ୍‌ ସେଥିପାଇଁ ରଙ୍ଗର ପର୍ବ ହୋଲିକୁ ସୁନ୍ଦର ଆଉ ସ୍ବାସ୍ଥ୍ୟପ୍ରଦ ଭାବରେ ପାଳନ କରିବାକୁ ଚାହଁୁଛନ୍ତି। ଏହି କାରଣରୁ ବଜାରରେ ମିଳୁଥିବା କେମିକାଲ ରଙ୍ଗରେ ହୋଲି ନ ଖେଳି ପ୍ରାକୃତିକ ରଙ୍ଗରେ ଏହାର ମଜା ନେବାକୁ ଏବେ ବେଶି ଆଗଭର ହେଉଛନ୍ତି। ଏହା ସ୍ବାସ୍ଥ୍ୟ ପ୍ରତି ହିତକର ଏବଂ ତା’ସହ ତ୍ୱଚା ପ୍ରତି ଲାଭଦାୟକ ମଧ୍ୟ।

ପ୍ରାକୃତିକ ରଙ୍ଗ ପ୍ରସ୍ତୁତି:
ହଳଦୀ ରଙ୍ଗ: ହଳଦୀ ରଙ୍ଗ ପ୍ରସ୍ତୁତ କରିବା ପାଇଁ ହଳଦୀ ହେଉଛି ଏକ ପ୍ରକୃଷ୍ଟ ଉପାଦାନ। ହଳଦୀକୁ ଗୁଣ୍ଡ କରି ଆପଣ ଫଗୁ ଭଳି ବ୍ୟବହାର କରିପାରିବେ। ହଳଦୀରେ ଥିବା ଆଣ୍ଟି ସେପ୍‌ଟିକ ଗୁଣ ଆମ ତ୍ୱଚା ଉପରେ ସୁପ୍ରଭାବ ପକାଇଥାଏ। ବିଭିନ୍ନ କାରଣରୁ ତ୍ୱଚାରେ ଦେଖାଦେଉଥିବା ସଂକ୍ରମଣରୁ ଉପଶମ ଦେଇଥାଏ। ଏହା ଛଡ଼ା କେଶରକୁ ପାଣିରେ ଭିଜେଇ ହଳଦିଆ ରଙ୍ଗ ପାଇପାରିବେ। ସେହିଭଳି ଗେଣ୍ଡୁଫୁଲକୁ ମଧ୍ୟ ପାଣିରେ ସିଝାଇ ହଳଦୀ ରଙ୍ଗ ପ୍ରସ୍ତୁତ କରିପାରିବେ।

ଲାଲ ରଙ୍ଗ: ଗୋଲାପ ପାଖୁଡ଼ା, ନାଲି ମନ୍ଦାର, ରକ୍ତ ଚନ୍ଦନ ଆଦିକୁ ଗୁଣ୍ଡ କରି ଲାଲ ରଙ୍ଗ ପ୍ରସ୍ତୁତ କରିପାରିବେ। ଏହାଛଡ଼ା ଡାଳିମ୍ବ ମଞ୍ଜିକୁ ପାଣିରେ ସିଝାଇ ଏହାକୁ ପ୍ରସ୍ତୁତ କରିପାରିବେ।

ସବୁଜ ରଙ୍ଗ: ସବୁଜ ରଙ୍ଗ ପାଇଁ ଆପଣ ହିନା ଗୁଣ୍ଡ ବ୍ୟବହାର କରିପାରନ୍ତି। ଏହା ବ୍ୟତୀତ ଧନିଆ ପତ୍ର, ପୋଦିନା ପତ୍ର, ମେଥି ପତ୍ର, ପାଳଙ୍ଗ ପତ୍ର, ନିମ୍ବ ପତ୍ର ଆଦିକୁ ଶୁଖାଇ ଗୁଣ୍ଡ କରି ବ୍ୟବହାର କରିପାରିବେ। ଏହି ଗୁଣ୍ଡରେ ଆପଣ ଚାହିଁଲେ କିଛି ଆଲୋଭେରା ବି ମିଶେଇ ପାରିବେ, ଯାହା ତ୍ୱଚା ପାଇଁ ଆଣ୍ଟି ଅକ୍ସିଡାଣ୍ଟ ଭଳି କାର୍ଯ୍ୟ କରିଥାଏ।

ନାରଙ୍ଗୀ ରଙ୍ଗ: ସାଧାରଣତଃ ପଳାଶ ଫୁଲକୁ ନାରଙ୍ଗୀ ରଙ୍ଗ ପ୍ରସ୍ତୁତ କରିବାରେ ବ୍ୟବହାର କରାଯାଇଥାଏ। ଏହାଛଡ଼ା କୃଷ୍ଣଚୂଡ଼ା ଫୁଲକୁ ମଧ୍ୟ ଏଥିପାଇଁ ବ୍ୟବହାର କରାଯାଇପାରେ। ଏହି ଫୁଲକୁ ପାଣିରେ ଫୁଟାଇ ନାରଙ୍ଗୀ ରଙ୍ଗ ପ୍ରସ୍ତୁତ କରିପାରିବେ।

ନୀଳ ରଙ୍ଗ: ନୀଳ ରଙ୍ଗ ପାଇଁ ଆପଣ ଜାମୁକୋଳି ମଞ୍ଜିକୁ ବ୍ୟବହାର କରିପାରନ୍ତି। ମଞ୍ଜିକୁ ଗୁଣ୍ଡକରି ସେଥିରେ ପାଣି ମିଶାଇ ନୀଳ ରଙ୍ଗ ପ୍ରସ୍ତୁତ କରିପାରିବେ। ଏହାଛଡ଼ା ନୀଳ ମନ୍ଦାର ଫୁଲକୁ ଶୁଖେଇ ଗୁଣ୍ଡ କରି ମଧ୍ୟ ବ୍ୟବହାର କରିପାରିବେ।

ଗୋଲାପୀ ରଙ୍ଗ: ବିଟରୁଟକୁ କାଟି ପାଣିରେ ଭିଜାଇ ଆପଣ ଗୋଲାପୀ ରଙ୍ଗ ପ୍ରସ୍ତୁତ କରିପାରିବେ।

.ବଢୁଛି ସଚେତନତା: ହର୍ବାଲ ହୋଲି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିଗତ କିଛି ବର୍ଷ ହେବ ଅନେକ ସଂସ୍ଥା ପ୍ରାକୃତିକ ରଙ୍ଗରେ ହୋଲି ଖେଳ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସେହିଭଳି ଏକ ସାମାଜିକ ସଂସ୍ଥା ହେଉଛି ‘ସ୍ବପ୍ନା ପତି ଫାଉଣ୍ଡେଶନ’। ହୋଲିରେ ରାସାୟନିକ ରଙ୍ଗ ବ୍ୟବହାର କରିବା ଦ୍ୱାରା ଶରୀରରେ ହେଉଥିବା କ୍ଷତି ସଂପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ବିଗତ ପାଞ୍ଚ ବର୍ଷ ହେବ ସମାଜସେବୀ ତଥା ଅଭିନେତ୍ରୀ ସ୍ବପ୍ନା ପତି ଆରମ୍ଭ କରିଛନ୍ତି ଏକ ନିଆରା ପ୍ରୟାସ। ପ୍ରତିବର୍ଷ ହୋଲି ଅବସରରେ ‘ସ୍ବପ୍ନା ପତି ଫାଉଣ୍ଡେଶନ’ ପକ୍ଷରୁ ଆୟୋଜନ କରାଯାଉଛି ହର୍ବାଲ ହୋଲି ଉତ୍ସବ। ଏହି ଉତ୍ସବରେ ପ୍ରାକୃତିକ ରଙ୍ଗ ଯଥା ଟମାଟୋ, ପୋଦିନା, ନିମ୍ବପତ୍ର, ହଳଦୀ, ଚନ୍ଦନ, ମୁଲତାନି ମାଟି, କାକୁଡ଼ି, ବିଟରୁଟ୍‌ ଆଦିରେ ପ୍ରସ୍ତୁତ ପେଷ୍ଟ ଦ୍ୱାରା ହୋଲି ଖେଳାଯାଇଥାଏ। ଏହି ଉତ୍ସବର ଆଉ ଏକ ବିଶେଷତ୍ୱ ହେଉଛି ଏଥିରେ ଦୃଷ୍ଟିହୀନ ଏବଂ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ। ଏଥିରେ କୁନି କୁନି ପିଲାମାନେ ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥାନ୍ତି। ଏହାଛଡ଼ା ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେବାପାଇଁ ଅନେକ ଓଡ଼ିଆ କଳାକାର ମଧ୍ୟ ଏକତ୍ରିତ ହୋଇ ଏହି ହର୍ବାଲ ହୋଲିର ମଜା ନେଇଥାନ୍ତି। ଏ ସମ୍ପର୍କରେ ଫାଉଣ୍ଡେଶନ୍‌ର ମୁଖ୍ୟ ସ୍ବପ୍ନା ପତି କୁହନ୍ତି: ହର୍ବାଲ ହୋଲି ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ହେଉଛି ଏହି ଫାଉଣ୍ଡେଶନର ମୁଖ୍ୟ ଲକ୍ଷ୍ୟ। ଆମେ ଲୋକଙ୍କୁ ସଚେତନ କରାଇବାକୁ ଚାହଁୁ ଯେ, ମାର୍କେଟ୍‌ରେ ମିଳୁଥିବା ରାସାୟନିକ ରଙ୍ଗଠାରୁ ଦୂରେଇ ରହି ଘରୋଇ ଉପାୟରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି ହୋଲିର ମଜା ନିଅନ୍ତୁ। ଏହି ଫାଉଣ୍ଡେଶନର ଆଉ ଏକ ବିଶେଷତ୍ୱ ହେଉଛି ହୋଲିରେ ବ୍ୟବହୃତ ହେଉଥିବା ହର୍ବାଲ ରଙ୍ଗ ଆମେ ନିଜେ ହିଁ ପ୍ରସ୍ତୁତ କରିଥାଉ। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଆମେ ଏହି ହର୍ବାଲ ହୋଲିକୁ ବେଶ ମନୋରଞ୍ଜନଧର୍ମୀ କରିବା ପାଇଁ ଲକ୍ଷ୍ୟ ରଖିଛୁ। ପ୍ରାକୃତିକ ରଙ୍ଗରେ ହୋଲି ଖେଳ ସହ ଓଲିଉଡ୍‌ ତାରକାମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାର ମଧ୍ୟ ଯୋଜନା ରହିଛି।

ରଙ୍ଗ କିଣିଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ: ବଷର୍ର୍କୁ ଥରେ ଆସେ ଏହି ରଙ୍ଗର ପର୍ବ ହୋଲି। ତେଣୁ ହୋଲି ଖେଳିବା ପାଇଁ ମୁଁ ବହୁତ ଏକ୍ସାଇଟେଡ ଥାଏ। କିନ୍ତୁ ଏବର୍ଷ ହୋଲି ହେଉଛି ମୋ ପାଇଁ ବହୁତ ଖାସ୍‌, କାରଣ ବାହାଘର ପରେ ଏହା ହେଉଛି ମୋର ପ୍ରଥମ ହୋଲି। ସବୁ ବର୍ଷ ଭଳି ଏହି ହୋଲିକୁ ମଧ୍ୟ ମୁଁ ହର୍ବାଲ ରଙ୍ଗରେ ହିଁ ଖେଳିବି। ମାର୍କେଟ୍‌ରେ ମିଳୁଥିବା ପ୍ରାକୃତିକ ଉପାଦାନରେ ପ୍ରସ୍ତୁତ ହର୍ବାଲ ରଙ୍ଗ ଆଣି ପରିବାର ଲୋକଙ୍କ ସହ ହୋଲି ଖେଳିବି। ତେବେ ଆପଣମାନେ ରଙ୍ଗ କିଣିଲା ବେଳେ ନିହାତି ଭାବେ ସତର୍କତା ଅବଲମ୍ବନ କରନ୍ତୁ ଏବଂ କେମିକାଲ ଫ୍ରି ହର୍ବାଲ ରଙ୍ଗ କିଣି ହୋଲିର ଭରପୂର ମଜା ନିଅନ୍ତୁ।
- ଜିନା ସାମଲ, ଅଭିନେତ୍ରୀ

ତ୍ୱଚାର ବିଶେଷ ଯତ୍ନ ନେଇଥାଏ: ରଙ୍ଗର ପର୍ବ ହୋଲି ପାଇଁ ମୁଁ ବର୍ଷ ସାରା ଅପେକ୍ଷା କରି ରହିଥାଏ। କିନ୍ତୁ ହୋଲି ଖେଳିଲା ବେଳେ ମୁଁ ମୋର ସ୍କିନ ପ୍ରତି ବେଶ୍‌ ଯତ୍ନବାନ ଥାଏ। ଏହି କାରଣ ହେତୁ ମୁଁ ସବୁବେଳେ ରାସାୟନିକ ରଙ୍ଗ ଅପେକ୍ଷା ହର୍ବାଲ ରଙ୍ଗରେ ହୋଲି ଖେଳିବା ପାଇଁ ପସନ୍ଦ କରେ। ଖାସ୍‌ ଏହି ଅବସର ପାଇଁ ମୁଁ ଘରେ ହଳଦୀ, ଚନ୍ଦନ, ମୁଲତାନିମାଟିରେ ରଙ୍ଗ ପ୍ରସ୍ତୁତ କରିଥାଏ। ଏହାଛଡ଼ା ଅନ୍ୟମାନଙ୍କୁ ମଧ୍ୟ ଏହି ହର୍ବାଲ ରଙ୍ଗରେ ହୋଲି ଖେଳିବା ପାଇଁ କହିଥାଏ।
-ଅମ୍ରିତା ଅମୃତାୟନୀ, ଭୁବନେଶ୍ୱର

ବଢୁଛି ପ୍ରାକୃତିକ ରଙ୍ଗର ଚାହିଦା: ‘ଲୋକଙ୍କ ଚାହିଦା ଯୋଗଁୁ ଗତ କିଛି ବର୍ଷ ହେବ ପ୍ରାକୃତିକ ରଙ୍ଗର ବ୍ୟବସାୟ ବଢ଼ିବାରେ ଲାଗିଛି। ଲୋକେ ରାସାୟନିକ ରଙ୍ଗ ଅପେକ୍ଷା ହର୍ବାଲ ରଙ୍ଗ କିଣିବା ପାଇଁ ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି। ଯଦିଓ ଏହାର ମୂଲ୍ୟ ଅପେକ୍ଷାକୃତ ଅଧିକ ରହୁଛି, ତଥାପି ସ୍ବାସ୍ଥ୍ୟ ସଚେତନତା ଦୃଷ୍ଟିରୁ ପ୍ରାକୃତିକ ରଙ୍ଗର ଚାହିଦା ବଢ଼ିବାରେ ଲାଗିଛି ବୋଲି କୁହନ୍ତି ୟୁନିଟ୍‌-୧ ସ୍ଥିତ ହୋଲି ରଙ୍ଗ ବ୍ୟବସାୟୀ ସୁବାସ ପୃଷ୍ଟି। ସେହିଭଳି ଅନ୍ୟ ଏକ ରଙ୍ଗ ବ୍ୟବସାୟୀ ଆଶିଷ ଜେନାଙ୍କ କହିବା ଅନୁଯାୟୀ, ‘ବିଗତ ତିନି ବର୍ଷ ହେବ ମଁୁ ମୋର ଦୋକାନରେ କେବଳ ହର୍ବାଲ ରଙ୍ଗ ହିଁ ବିକ୍ରି କରୁଛି। କାରଣ ଅନ୍ୟ ରାସାୟନିକ ରଙ୍ଗର ଚାହିଦା ଆସ୍ତେ ଆସ୍ତେ କମିବାକୁ ଲାଗିଛି। ରାସାୟନିକ ରଙ୍ଗର ମୂଲ୍ୟ ୧୦୦ ଗ୍ରାମ ପିଛା ୧୦ରୁ ୧୫ ଟଙ୍କା ରହୁଥିବା ବେଳେ ହର୍ବାଲ ରଙ୍ଗର ମୂଲ୍ୟ ରହୁଛି ୩୦ରୁ ୩୫ ଟଙ୍କା। ତଥାପି ଲୋକେ ଏହି ହର୍ବାଲ ରଙ୍ଗ କିଣିବାକୁ ହିଁ ପସନ୍ଦ କରୁଛନ୍ତି। ତେବେ ଆମ ପାଖରେ କେବଳ ଫଗୁ ନୁହେଁ, ହର୍ବାଲ ପାଣି ରଙ୍ଗ ମଧ୍ୟ ଉପଲବ୍ଧ ହେଉଛି। ଯାହାକୁ ପିଲାମାନେ ପିଚକାରିରେ ମଧ୍ୟ ବ୍ୟବହାର କରିପାରିବେ।’ ତେବେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ସ୍ଥାନ ଯଥା ୧ ନମ୍ବର ମାର୍କେଟ୍‌, ଶହୀଦନଗର, ବାପୁଜୀନଗରଠାରେ ଏହି ହର୍ବାଲ ହୋଲିର ଦୋକାନ ରହିଛି। ହୋଲିର କିଛି ଦିନ ପୂର୍ବରୁ ଏଠାରେ ବେଶ୍‌ ହୋଲି ରଙ୍ଗ ବିକ୍ରୟ ହୋଇଥାଏ। ଗ୍ରାହକଙ୍କ ନାହିଁ ନଥିବା ଭିଡ଼ ହେଖିବାକୁ ମିଳେ।

ପ୍ରକୃତରେ ସଚେତନତା ହିଁ ହୋଲିକୁ ନିହାତି ଅଧିକ ସୁନ୍ଦର ଓ ସ୍ବାସ୍ଥ୍ୟପ୍ରଦ କରିବ ଏଥିରେ ଦ୍ୱିମତ ନାହିଁ। କାରଣ ହୋଲି ଖେଳ ପରର ଅଘଟଣକୁ କେବଳ ହର୍ବାଲ ହୋଲି ହିଁ ଏଡ଼େଇ ପାରିବ।

-ଲିପ୍‌ସା ବିଶୋୟୀ

All Right Reserved By

ଫୁରସତ |

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

କୁହାଯାଏ କିନ୍ନରଙ୍କୁ ସନ୍ତୁଷ୍ଟ କଲେ ସେମାନେ ଯାହା ଆଶୀର୍ବାଦ କରନ୍ତି ତାହା ପ୍ରାପ୍ତ ହୋଇଥାଏ। ବେଳେବେଳେ କେତେକେ କିନ୍ନରଙ୍କୁ ଦାନ ଦେବାକୁ ଅରାଜି ହୋଇଥାଆନ୍ତି। ହେଲେ କିନ୍ନର ଆପଣାଛାଏଁ କାହା ଘରେ ଯଦି ପହଞ୍ଚିଥାଆନ୍ତି ତେବେ ତାହାକୁ ଶୁଭ ବୋଲି କୁହାଯାଏ।

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ପୃଥିବୀରେ ଅଛନ୍ତି କୋଟି କୋଟି ଜୀବ । ଏମାନଙ୍କ ମଧ୍ୟରୁ ଅନେକେ ମଣିଷ ସମାଜ ପାଇଁ ହୋଇଥାଆନ୍ତି ଲାଭଦାୟକ। ତେବେ ଏଭଳି ଜୀବ ମଧ୍ୟରୁ ଝିଟିପିଟି ଅନ୍ୟତମ। ଏମାନଙ୍କର ମଧ୍ୟ ରହିଛି ପ୍ରକାର ଭେଦ। ତେବେ ଏହି ଝିଟିପିଟିର ଅଣ୍ଡା ମଣିଷକୁ କରିଦେଇପାରେ କୋଟିପତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାରଣ ଗିକୋ ପ୍ରଜାତିର ଝିଟିପିଟି ଯେଉଁ ଅଣ୍ଡା ଦେଇଥାଏ ତାହା ବହୁ ମୂଲ୍ୟବାନ୍‌।

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟା ସମୟରେ ଶୋଇଲେ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ନକାରାତ୍ମକ ପ୍ରଭାବ। କାରଣ ଏହାଦ୍ୱାରା ଶରୀରର ମେଟାବୋଲିକ ପ୍ରକିୟା ବାଧା ପାଇଥାଏ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଓ୍ବାଶିଂଟନ: ରକ୍ତର ରଙ୍ଗ ସାଧାରଣତଃ ଲାଲ। ହେଲେ ଏଭଳି ଏକ ପ୍ରଜାତିର କଙ୍କଡା ଅଛନ୍ତି ଯାହାଙ୍କ ରକ୍ତର ରଙ୍ଗ ନୀଳ। ଆଉ ଏହି ନୀଳ ରକ୍ତ ମଣିଷ ପାଇଁ ଅମୃତ ସମାନ ବୋଲି ଆମେରିକାର ବିଶେଷଜ୍ଞମାନେ କହିଛନ୍ତି।

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ଯୁବବର୍ଗଙ୍କ ମଧ୍ୟରେ ବିବାହ ନେଇ ରହିଥାଏ ଆଗ୍ରହ। ବିବାହ ଆରେଞ୍ଜ ହେବ ନା ପ୍ରେମ ବିବାହ ହେବ ସେନେଇ ରହିଥାଏ ଉତ୍ସୁକତା। ତେବେ ଜନ୍ମ ତାରିଖରୁ ପ୍ରେମ ବିବାହ ସମ୍ପର୍କରେ ମିଳେ ସୂଚନା।

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ସଫଳତାର ପ୍ରକୃତ ଅର୍ଥ ନୁହେଁ ଆବଶ୍ୟକତାଠାରୁ ଅର୍ଥ ଜମା କରିବା କିମ୍ବା ବଡ ବଡ ବଙ୍ଗଳା ଓ ଗାଡ଼ି କିଣିବା । ସଫଳତାର ଅର୍ଥ ହେଉଛି ପ୍ରତିଦିନ ନିଜ ଲାଗି ଜଣେ ଯେଉଁ ଲକ୍ଷ୍ୟ ସ୍ଥିର କରିଛନ୍ତି ତାହା ହାସଲ ପାଇଁ ପ୍ରୟାସ ଜାରି ରଖିବା ।

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି। ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା।

କୁପ୍ରଭାବ ଜାଣି ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ଲୋକେ

କୁପ୍ରଭାବ ଜାଣି ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ଲୋକେ

ନୂଆଦିଲ୍ଲୀ: ପରିବେଶ ଉପରେ ପ୍ଲାଷ୍ଟିକ୍‌ର ହାନିକାରକ ପ୍ରଭାବ ବିଷୟରେ ଅଧିକାଂଶ ଲୋକ ଅବଗତ। ଏହାସତ୍ତ୍ୱେ ସେମାନେ ପ୍ଲାଷ୍ଟିକ୍‌ର ବ୍ୟବହାର କରି ଚାଲିଛନ୍ତି। କାରଣ ଏହାର ଶସ୍ତା ବିକଳ୍ପ ଉପଲବ୍ଧ ନ ଥିବାରୁ ଲୋକେ ପ୍ଲାଷ୍ଟିକ୍‌ ବ୍ୟବହାର ପାଇଁ ବାଧ୍ୟ ହେଉଛନ୍ତି ବୋଲି ସଦ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି।

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍‌ ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ।

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ୍‌ ତାଙ୍କ ଟୁଇଟର ଆକାଉଣ୍ଟରେ ଭିଡିଓଟି ଶେୟାର କରିବା ସହ ଏକ ଭାବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛନ୍ତି।

ସେବାମନସ୍କ ପ୍ରିୟଙ୍କା

ସେବାମନସ୍କ ପ୍ରିୟଙ୍କା

ଜାତୀୟ ସେବା ଯୋଜନାରେ ସାମିଲ ହୋଇ ସମାଜ ସେବା କରିବାକୁ ତାଙ୍କୁ ମିଳିଛି ପ୍ରେରଣା। କଲେଜରେ ପାଠ ପଢିବା ବେଳେ ବିଭିନ୍ନ ସେବା କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ। ଥରେ ଜିଲା ପ୍ରଶାସନ ପକ୍ଷରୁ ପରିଚାଳିତ ହେଉଥିବା ଏକ ଶିଶୁ ଯତ୍ନ ଅନୁଷ୍ଠାନରେ ଏନଏସଏସ ପକ୍ଷରୁ ଦିନିକିଆ କ୍ୟାମ୍ପ ପଡିଥିଲା।

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ସମରେଶ ରାଉତରାୟ, ନଁ। ଶୁଣିବା ମାତ୍ରେ ଆଖି ଆଗରେ ନାଚିଉଠେ ତାଙ୍କ ଖଳନାୟକ ଭୂମିକାରେ ଅଭିନୟ। କିଛିଟା ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବି ଖଳନାୟକ ଭୂମିକା ପାଇଁ ସେ ଦର୍ଶକଙ୍କ ପାଖରେ ଅଧିକ ପରିଚିତ।

Model This Week

ପ୍ରଭାତ