ଜାତୀୟ |

ପରପାରିରେ ଶ୍ରୀଦେବୀ

ପରପାରିରେ ଶ୍ରୀଦେବୀ
ବମ୍ବେ,୨୫।୨: ପରଦାରେ ଦିନେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେଉଥିବା ବଲିଉଡ ନାୟିକା ଶ୍ରୀଦେବୀଙ୍କ ପରଲୋକ ଘଟିଛି। ଦୁବାଇରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ଏହି ନାୟିକାଙ୍କର ହୃଦଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ସାରା ବଲିଉଡ ସ୍ତବ୍ଧ ହୋଇଯାଇଛି। ୧୯୬୩ ଅଗଷ୍ଟ ୧୩ରେ ଜନ୍ମ ନେଇଥିବା ବଲିଉଡ ଦିଭା ଶ୍ରୀଦେବୀ ୨୪ ଫେବୃୟାରୀ ୨୦୧୮ରେ ଇହଲୀଳା ସମ୍ବରଣ କରିଛନ୍ତି। ଶିଶୁ କଳାକାରରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଏହି ନାୟିକା କେବଳ ବଲିଉଡ ନୁହେଁ ବରଂ କିଛି ତାମିଲ, ତେଲୁଗୁ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇ ପାରିଥିଲେ। ଚାନ୍ଦିନୀ ଗର୍ଲ କୁହନ୍ତୁ ଅବା ହଓ୍ବା ହଓ୍ବାଇ ପୁଣି ସଦ୍‌ମା ହେଉ ଅବା ଲମ୍‌ହେ ସବୁଥିରେ ଶ୍ରୀଦେବୀଙ୍କ ଅଭିନୟ ଦର୍ଶକଙ୍କୁ ବେଶ କିଛି ସମୟ ବାନ୍ଧି ରଖିଛି। ବିଳମ୍ବରେ ହେଉ ପଛେ ସେ ଗଢିଥିଲେ ତାଙ୍କର ଏକ ସୁନ୍ଦର ସଂସାର। ସ୍ବାମୀ ବୋନି କପୁର ଓ ଦୁଇ ଝିଅ ଜାହ୍ନବୀ ଓ ଖୁସୀଙ୍କୁ ନେଇ ସୁଖର ସଂସାରରେ କିନ୍ତୁ ବେଶି ସମୟ ରହି ପାରିଲେନି ଶ୍ରୀଦେବୀ। ବିବାହ ପରେ ବଡ ପରଦାରୁ ଦୂରେଇ ଯାଇଥିବା ଶ୍ରୀଦେବୀ କିନ୍ତୁ ‘ଇଂଲିଶ ଭିଙ୍ଗଲିସ୍‌’ ମାଧ୍ୟମରେ ପୁଣି ଫେରିଥିଲେ ବଲିଉଡ ଦୁନିଆକୁ। ଅସମୟରେ ଅଫେରା ରାଇଜର ପଥିକ ସାଜି ସେ ଏବେ ବଲିଉଡ ଦୁନିଆରେ ଛାଡି ଦେଇଗଲେ ଏକ ଅପୂରଣୀୟ ଶୂନ୍ୟସ୍ଥାନ। ମାତ୍ର ୫୪ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିବା ଏହି ନାୟିକାଙ୍କ ମୃତ୍ୟୁ ଖବର ଶୁଣି ଏବେ ବଲିଉଡ ତଥା ତାଙ୍କ ପ୍ରସଂଶକ ମହଲରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ ଦୁବାଇରୁ ତାଙ୍କ ମୃତ ଶରୀର ରବିବାର ସଂନ୍ଧ୍ୟା ସୁଦ୍ଧା ବମ୍ବେରେ ପହଞ୍ଚିବା ପରେ ଶେଷ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
All Right Reserved By

ଜାତୀୟ |

ମୋବାଇଲ୍‌ ଆଲୋକରେ ଗର୍ଭବତୀଙ୍କ ହେଲା ଅପରେଶନ

ମୋବାଇଲ୍‌ ଆଲୋକରେ ଗର୍ଭବତୀଙ୍କ ହେଲା ଅପରେଶନ

ଇନ୍ଦୋର,୨୩।୯: ମଧ୍ୟପ୍ରଦେଶ ଆମ୍ବେଡ଼କର ହସ୍ପିଟାଲରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ଗର୍ଭବତୀଙ୍କ ପ୍ରସବ ଅପରେଶନ ମୋବାଇଲ୍‌ ଆଲୋକରେ କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି। 

ଧାର୍ମିକ ନେତା ସମଲିଙ୍ଗୀ ରାଜକୁମାରଙ୍କ ସହ ଶାରୀରିକ ସମ୍ପର୍କ ଲାଗି ଦେଇଥିଲେ ପ୍ରସ୍ତାବ

ଧାର୍ମିକ ନେତା ସମଲିଙ୍ଗୀ ରାଜକୁମାରଙ୍କ ସହ ଶାରୀରିକ ସମ୍ପର୍କ ଲାଗି ଦେଇଥିଲେ ପ୍ରସ୍ତାବ

ଅହମ୍ମଦାବାଦ୍‌,୨୩।୯: ଗୁଜରାଟ ରାଜପିପଲା ରାଜପରିବାର ସଦସ୍ୟ ସମଲିଙ୍ଗୀ ରାଜକୁମାର ମାନବେନ୍ଦ୍ର ସିଂ ଗୋହିଲାଙ୍କ ମନ୍ତବ୍ୟ ନେଇ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। 

ହିଜବୁଲ୍‌ ଟାର୍ଗେଟ୍‌ରେ ୩୦ ପୋଲିସ କର୍ମଚାରୀ ଓ ଯବାନ

ହିଜବୁଲ୍‌ ଟାର୍ଗେଟ୍‌ରେ ୩୦ ପୋଲିସ କର୍ମଚାରୀ ଓ ଯବାନ

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ହିଜବୁଲ୍‌ ମୁଜାହିଦ୍ଦିନ୍‌ ୩୦ ପୋଲିସ କର୍ମଚାରୀ ଏବଂ ଯବାନଙ୍କୁ ଟାର୍ଗେଟ୍‌ କରିଛି। ହିଜବୁଲ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଏବଂ ଯବାନଙ୍କ ନାମ ରହିଛି।

ବିଦାୟ ନେଲେ ଗଣପତି

ବିଦାୟ ନେଲେ ଗଣପତି

ମୁମ୍ବାଇ,୨୩।୯: ଦୀର୍ଘ ୧୦ ଦିନ ପରେ ବିଦାୟ ନେଇଛନ୍ତି ବିଘ୍ନ ବିନାଶକ। ମହାରାଷ୍ଟ୍ରରେ ଗଣେଶଙ୍କର ବିଶେଷ ପୁଜା କରାଯାଉଥିବା ବେଳେ ରବିବାର ଶ୍ରଦ୍ଧାଳୁମାନେ ବିଦାୟ ଦେଇଛନ୍ତି ବିଦ୍ୟାଦାତା ଗଣେଶଙ୍କୁ।

ଆଶ୍ରୟ ଗୃହରେ ୧୮ ଯୁବତୀଙ୍କୁ ଦିଆଯାଉଥିଲା ଗର୍ଭ ନିରୋଧକ ଇଞ୍ଜେକସନ୍‌

ଆଶ୍ରୟ ଗୃହରେ ୧୮ ଯୁବତୀଙ୍କୁ ଦିଆଯାଉଥିଲା ଗର୍ଭ ନିରୋଧକ ଇଞ୍ଜେକସନ୍‌

ଗ୍ବାଲିୟର,୨୩।୯: ମଧ୍ୟପ୍ରଦେଶ ଗ୍ବାଲିୟର ବିଲୋଆ ଥାନା ଅନ୍ତର୍ଗତ ଅଡୁପୁରାରେ ଥିବା ଏକ ଆଶ୍ରୟ ଗୃହରେ ଅନ୍ତେବାସୀ ଯୁବତୀଙ୍କୁ ନିୟମିତ ଗର୍ଭନିରୋଧକ ଇଞ୍ଜେକସନ୍‌ ଦିଆଯାଉଥିବା ଅଭିଯୋଗ ହୋଇଛି। 

ଟଙ୍କା ମାଗିବାରୁ ଥାନା ବାବୁଙ୍କ ଝିଅଙ୍କୁ କଲେ ବଳାତ୍କାର

ଟଙ୍କା ମାଗିବାରୁ ଥାନା ବାବୁଙ୍କ ଝିଅଙ୍କୁ କଲେ ବଳାତ୍କାର

ଭୋପାଳ,୨୩।୯: ମଧ୍ୟପ୍ରଦେଶ ବାଗସେବାନିଆରେ ଘଟିଛି ଏକ ଅଘଟଣ। ଏଠାରେ ଜଣେ ଥାନାବାବୁଙ୍କ ୨୫ ବର୍ଷ ବୟସ୍କ ଝିଅଙ୍କୁ  ୪ ଜଣ ଯୁବକ ଏକ ଢ଼ାବାକୁ ଡାକି କରିଛନ୍ତି ବଳାତ୍କାର। 

ରାଜକୀୟ ଢଙ୍ଗରେ ହେଲା ଇଶାଙ୍କ ନିର୍ବନ୍ଧ

ରାଜକୀୟ ଢଙ୍ଗରେ ହେଲା ଇଶାଙ୍କ ନିର୍ବନ୍ଧ

ମୁମ୍ବାଇ,୨୩।୯: ଭାରତର ଏକ ନମ୍ବର ଧନୀ ନିତା ଅମ୍ବାନୀ ଓ ମୁକେଶ ଅମ୍ବାନୀଙ୍କ ଏକମାତ୍ର ଝିଅ ଇସା ଅମ୍ବାନୀଙ୍କ ବିବାହ ପୁର୍ବର ଓ ପରର ପ୍ରତିଟି ମୁହୂର୍ତ୍ତକୁ ଅପାସୋରା କରିବାକୁ ଚାହିଁଛନ୍ତି ଅମ୍ବାନୀ ପରିବାର। 

ଦେହ ବ୍ୟବସାୟ କରୁଥିବା ୪ ବିବାହିତା ମହିଳା ଗିରଫ

ଦେହ ବ୍ୟବସାୟ କରୁଥିବା ୪ ବିବାହିତା ମହିଳା ଗିରଫ

ପାଟନା,୨୩।୯: ବିହାର ରାଜଧାନୀ ପାଟନାର କୋତବାଲି ଥାନା ଅଧିନରେ ଥିବା ଏକ ହୋଟେଲରେ ସେକ୍ସ ର଼୍ୟାକେଟ ଚାଲୁଥିବା ଜଣାପଡିବା ପରେ ପୋଲିସ ଶନିବାର ସେଠାରେ ଚଢାଉ କରିଥିଲା। 

ମୋବାଇଲ୍‌ ଚୋରି ଅଭିଯୋଗ: ନାବାଳକଙ୍କୁ ବିବସ୍ତ୍ର କରି ପିଟିଲେ

ମୋବାଇଲ୍‌ ଚୋରି ଅଭିଯୋଗ: ନାବାଳକଙ୍କୁ ବିବସ୍ତ୍ର କରି ପିଟିଲେ

ପାଟନା,୨୩।୯: ବିହାର ଫୁଲଓ୍ବାରୀଶରୀଫ୍‌ରେ ଜଣେ ନାବାଳକଙ୍କୁ ମୋବାଇଲ୍‌ ଚୋରି ଅଭିଯୋଗରେ ବିବସ୍ତ୍ର କରି ଗଛରେ ବାନ୍ଧି ପିଟିଛନ୍ତି କିଛି ଲୋକ। ସ୍ଥାନୀୟ ଇସାପୁର ଅଧପା ମୋହଲାରେ ଘଟିଛି ଏହି ଅଘଟଣ। 

ଆୟୁଷ୍ମାନ ଭାରତ: ୧୧ କୋଟି ପରିବାର ହେବେ ଲାଭାନ୍ବିତ

ଆୟୁଷ୍ମାନ ଭାରତ: ୧୧ କୋଟି ପରିବାର ହେବେ ଲାଭାନ୍ବିତ

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଞ୍ଚିଠାରେ ଆୟୁଷ୍ମାନ ଭାରତ ଯୋଜନାର ଲୋକାର୍ପଣ କରିବେ। ଏହାଦ୍ୱାରା ଦେଶର ୧୧କୋଟି ପରିବାର ପ୍ରାୟ ୫୦ କୋଟି ଲୋକ ଲାଭାନ୍ବିତ ହେବେ। 

ପରଲୋକରେ କଳ୍ପନା ଲାଜମୀ

ପରଲୋକରେ କଳ୍ପନା ଲାଜମୀ

ମୁମ୍ବାଇ, ୨୩।୯: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କର ରବିବାର ଭୋର୍‌ ୪ଟା ୩୦ରେ ୬୪ ବର୍ଷରେ ପରଲୋକ ହୋଇଯାଇଛି। ସେ କିଡ୍‌ନୀ କର୍କଟ ରୋଗରେ ପୀଡ଼ିତ ଥିଲେ। 

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନୂଆଦିଲ୍ଲୀ, ୨୨।୯: ବଲିଉଡ୍‌ ଅଭିନେତ୍ରୀ ଜୟପ୍ରଦା ନେପାଳ ପର୍ଯ୍ୟଟନ ବିଭାଗର ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି।