ଫୁରସତ |

ଅପରିପକ୍ୱ ସନ୍ତାନ ଜନ୍ମ ସମ୍ପର୍କରେ ଜାଣିବା ପାଇଁ ସରଳ ପଦ୍ଧତି

ଅପରିପକ୍ୱ ସନ୍ତାନ ଜନ୍ମ ସମ୍ପର୍କରେ ଜାଣିବା ପାଇଁ ସରଳ ପଦ୍ଧତି

ବୋଷ୍ଟନ: ବୈଜ୍ଞାନିକମାନେ ଏକ ସରଳ ପଦ୍ଧତିର ବିକାଶ କରିଛନ୍ତି। ଏହାଦ୍ୱାରା ଜଣେ ଗର୍ଭବତୀ ମହିଳାଙ୍କର ନିର୍ଦ୍ଧାରିତ ସମୟ ପୂର୍ବରୁ ପିଲା ଜନ୍ମ ହୋଇଯିବ କି ନାହିଁ ତାହା ଜାଣିହେବ। ଫଳରେ ଡାକ୍ତରଙ୍କ ପରାମର୍ଶ ନିଆଯାଇ ଅପରିପକ୍ୱ ଜନ୍ମ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ। ଏକ ଆକଳନ କରି ଦେଖାଯାଇଛି ବିଶ୍ୱରେ ୧୮% ଶିଶୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ନେଇଥାଆନ୍ତି। ଗର୍ଭଧାରଣ କରିବାର ୩୭ ସପ୍ତାହରେ ଭ୍ରୂଣ ପୂର୍ଣ୍ଣତାପ୍ରାପ୍ତ ହେଲେ ସାଧାରଣତଃ ସନ୍ତାନ ଜନ୍ମଲାଭ କରିଥାଏ।
ଆମେରିକାସ୍ଥିତ ମାସାଚୁସେଟ୍ସ ୟୁନିଭର୍ସିଟି (ଏମ୍‌ଆଇଟି) ଅଫ୍‌ ଟେକ୍ନୋଲୋଜିର ଗବେଷକମାନେ ସର୍ଭିକାଲ୍‌ ମ୍ୟୁକସ୍‌ (ଗର୍ଭାଶୟରୁ ନିର୍ଗତ ତରଳ ପଦାର୍ଥ) ଧର୍ମ ବିଶ୍ଳେଷଣ କରି ଅପରିପକ୍ୱ ଜନ୍ମ ଆଶଙ୍କା ଜାଣିବା ପାଇଁ ଏକ ପଦ୍ଧତି ବିକାଶ କରିଛନ୍ତି। ଗବେଷକ ଟିମ୍‌ ଦେଖିବାକୁ ପାଇଛନ୍ତି ଯେ, ଗର୍ଭଧାରଣର ୩୭ ସପ୍ତାହ ପୂର୍ବରୁ ଜନ୍ମ କରୁଥିବା ମହିଳାଙ୍କ ସର୍ଭିକାଲ୍‌ ମ୍ୟୁକସ୍‌ ବିଳମ୍ବରେ ଜନ୍ମ କରୁଥିବା ମହିଳାଙ୍କ ଅପେକ୍ଷା ଅନେକାଂଶରେ ପୃଥକ୍‌। ପୂର୍ବରୁ ଅଧ୍ୟୟନ କରି ଦେଖାଯାଇଛି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ କରୁଥିବା ମହିଳାଙ୍କ ସର୍ଭିକାଲ୍‌ ମ୍ୟୁକସ୍‌ ଅତି ଦୁର୍ବଳ ଏବଂ ଅଧିକ ସ୍ଥିତିସ୍ଥାପକ। ଗବେଷକ ଟିମ୍‌ କେତେକ ଗର୍ଭବତୀଙ୍କଠାରୁ ନମୁନା ସଂଗ୍ରହ କରିଥିଲେ। କେତେକ ଗର୍ଭବତୀ ୩୦ ସପ୍ତାହ ମଧ୍ୟରେ ନିୟମିତ ଡାକ୍ତରଙ୍କ ପାଖକୁ ପରାମର୍ଶ କରିବାକୁ ଆସୁଥିଲେ ଏବଂ ୩୭ ସପ୍ତାହ ପରେ ପ୍ରସବ କରିଥିଲେ। ଅପରପକ୍ଷରେ ଆଉ କେତେକ ଗର୍ଭବତୀ ୨୪ରୁ ୩୪ ସପ୍ତାହ ମଧ୍ୟରେ ପ୍ରସବ କରିଥିଲେ। ନବପ୍ରସୂତିମାନେ ସ୍ବାଭାବିକ ଅବସ୍ଥାକୁ ଆସିବା ପରେ ସେମାନଙ୍କଠାରୁ ନମୁନା ସଂଗ୍ରହ କରାଯାଇଥିଲା। ଗବେଷକମାନେ ଦୁଇ ଗୋଷ୍ଠୀ ମହିଳାଙ୍କ ଗର୍ଭାଶୟରୁ କ୍ଷରିତ ପଦାର୍ଥ ସଂଗ୍ରହ କରି ଏହାକୁ ପରୀକ୍ଷା କରାଇଥିଲେ। ସମୟ ପୂର୍ବରୁ ସନ୍ତାନ ଜନ୍ମ ଦେଇଥିବା ମହିଳାଙ୍କଠାରୁ ସଂଗୃହୀତ ନମୁନାରେ ପେପ୍‌ଟାଇଡ୍‌ ଅତି ସହଜରେ ପ୍ରବେଶ କରିପାରିଥିଲା। କେତେକ ମହିଳାଙ୍କର ଗର୍ଭାଶୟରୁ ସଂଗୃହୀତ ପଦାର୍ଥ ଅନ୍ୟ ମହିଳାଙ୍କଠାରୁ ପୃଥକ୍‌ କାହିଁକି ତାହା ଜଣାପଡି ନ ଥିଲେ ମଧ୍ୟ କ୍ଷତିକାରକ ଅଣୁଜୀବ ଓ ଭୂତାଣୁ ସଂକ୍ରମଣ ଯୋଗୁ ଏହା ସମ୍ଭବ ହୋଇଥାଏ ବୋଲି ଗବେଷକମାନେ ଜାଣିପାରିଛନ୍ତି। ଏହା ହିଁ ସମୟ ପୂର୍ବ ସନ୍ତାନ ଜନ୍ମର କାରଣ ହୋଇଥାଏ। ତେଣୁ ଏହି ପରୀକ୍ଷା ଦ୍ୱାରା ଅପରିପକ୍ୱ ସନ୍ତାନ ଜନ୍ମର ଆଶଙ୍କା ଜାଣିହେବ ବୋଲି ଏମ୍‌ଆଇଟି ସହଯୋଗୀ ପ୍ରଫେସର କ୍ୟାଥେରିନା ରିବେକ୍‌ ପ୍ରକାଶ କରିଛନ୍ତି।

All Right Reserved By

Model This Week

ନିକିତା

ଫୁରସତ |

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

କଲିକତା, ୨୦।୪ : ଜୀବନସାଥିଙ୍କ ମୃତ୍ୟୁପରେ ଏକୁଟିଆ ଜୀବନ କାଟୁଥିବା ବରିଷ୍ଠ ନାଗରିକଙ୍କ ଜୀବନରେ ଆନନ୍ଦ ଭରିବା ପାଇଁ କଲିକତାର ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ କ୍ଲବ୍‌ରେ ଏପ୍ରିଲ୍‌ ୨୨ତାରିଖରେ ଏକ ସ୍ବୟଂମ୍ବରର ଆୟୋଜନ କରାଯାଇଛି। ବିବାହ କରିବାକୁ ଚାହୁଁଥିବା ବୃଦ୍ଧମାନଙ୍କୁ ଏଥିପାଇଁ ୬ ଶହ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ହେବ।

ମଙ୍ଗଳରେ ସୁଶୁପ୍ତ ଜୀବନ

ମଙ୍ଗଳରେ ସୁଶୁପ୍ତ ଜୀବନ

ମିଆମି,୧୯।୪: ପୃଥିବୀର ଅନେକ ମରୁଭୂମିରେ ବର୍ଷ ବର୍ଷ ଧରି ବର୍ଷା ହୋଇ ନ ଥାଏ। କିନ୍ତୁ ସେଠାରେ ଅନେକ ଅଣୁଜୀବ ସୁଶୁପ୍ତ ଅବସ୍ଥାରେ ରହିଛନ୍ତି। ଉପଯୁକ୍ତ ପରିବେଶରେ ସେଭଳି ଅଣୁଜୀବ ବଂଶ ବିସ୍ତାର କରିଥାନ୍ତି। ସେହିପରି ମଙ୍ଗଳ ଗ୍ରହରେ ମଧ୍ୟ ସୁଶୁପ୍ତ ଅବସ୍ଥାରେ ଅନେକ ଅଣୁଜୀବ ରହିଛନ୍ତି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଦକ୍ଷିଣ ଆମେରିକାର ଆଟାକାମା ମରୁଭୂମିରେ ପ୍ରାୟ ୧୦ ବର୍ଷରେ ଥରେ ବର୍ଷା ହୋଇଥାଏ।

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ନାଗପୁର,୧୯।୪: ଚା’କୁ ଭଲପାଉଥିବା ଓ ଜୀବନରେ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ ଇଞ୍ଜିନିୟରିଂ କ୍ୟାରିୟର ଛାଡି ଦମ୍ପତି ଚା’ ଦୋକାନ କରିଛନ୍ତି। ପୂଜା ଓ ତାଙ୍କ ସ୍ବାମୀ ନୀତିନ ବିୟାନି ପୁଣେରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରୁଥିଲେ।

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ। ଚଳିତମାସ ଏହାର ମହାକାଶ ଯାତ୍ରା ନେଇ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ଆଣି ଚଳିତବର୍ଷ ଶେଷବେଳକୁ ଅକ୍ଟୋବର-ନଭେମ୍ବରରେ ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ କରିବା ଲାଗି ଯୋଜନା କରାଯାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ୍‌ ବୁଧବାର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

ଓ୍ବାଶିଂଟନ୍‌,୧୮ା୪: ପୁରୁଷ ପ୍ରାଧାନ୍ୟ ବ୍ୟବସ୍ଥାକୁ ଜଣେ ମହିଳା ଉତ୍ତୀର୍ଣ୍ଣ ହେଲେ ସେ ତାଙ୍କର ଅଧସ୍ତନ ମହିଳା କର୍ମଚାରୀଙ୍କୁ ଖରାପ ବ୍ୟବହାର କରନ୍ତି ବୋଲି ଯାହା କୁହାଯାଏ ତାହା ମନଗଢ଼ା। ଏହା ଏକ ସଦ୍ୟତମ ଅଧ୍ୟୟନରୁ ଜାଣିବାକୁ ମିଳିଛି।

ଭାରତୀୟ ବୈଜ୍ଞାନିକଙ୍କ କମାଲ: ଡେଙ୍ଗୁ ନିରୋଧୀ ଆୟୁର୍ବେଦିକ୍‌ ଔଷଧ

ଭାରତୀୟ ବୈଜ୍ଞାନିକଙ୍କ କମାଲ: ଡେଙ୍ଗୁ ନିରୋଧୀ ଆୟୁର୍ବେଦିକ୍‌ ଔଷଧ

ନୂଆଦିଲ୍ଲୀ,୧୮ା୪- ଡେଙ୍ଗୁ ରୋଗ ନିରାକରଣ ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ବୈଜ୍ଞାନିକମାନେ। ବିଶ୍ୱରେ ଏହା ପ୍ରଥମ ବୋଲି କୁହାଯାଉଛି। ଆସନ୍ତା ବର୍ଷ ସୁଦ୍ଧା ଏହି ଔଷଧ ବଜାରକୁ ଆସିବା ନେଇ ଅନୁମାନ କରାଯାଉଛି।

ପଶ୍ଚିମବଙ୍ଗ: ମାଟିତଳେ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ପଶ୍ଚିମବଙ୍ଗ: ମାଟିତଳେ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ହଂସଖାଲି (ପଶ୍ଚିମବଙ୍ଗ),୧୮ା୪: ପଶ୍ଚିମବଙ୍ଗରୁ ଠାବ ହୋଇଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ବୋମା। ରାଜ୍ୟର ନଦୀୟା ଜିଲାର ହଂସଖାଲି ଥାନା ଅନ୍ତର୍ଗତ ଛୋଟୋ ଚୁପ୍ରିଆ ଗ୍ରାମରେ ପୋଖରୀ ଖୋଳୁଥିବାବେଳେ ଦୁଇଟି ବୋମା ମାଟିତଳୁ ବାହାରିଛି। ସିଲିଣ୍ଡର ଭଳି ଦୁଇଟି ଜିନିଷ ମାଟିତଳୁ ବାହାରିଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କୃଷି ଅନୁକୂଳର ପର୍ବ

କୃଷି ଅନୁକୂଳର ପର୍ବ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଆ ନବବର୍ଷର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏହି ମହାନ୍‌ କୃଷି ଭିତ୍ତିକ ପର୍ବ ଆମ ରାଜ୍ୟ ତଥା ଦେଶରେ ପାରମ୍ପରିକ ରୀତିରେ ପାଳିତ ହୋଇ ଆସୁଅଛି । ସକଳ କୃଷି କାର୍ଯ୍ୟ ଆଜି ଦିନ ଠାରୁ ହିଁ ଆରମ୍ଭ କରା ଯାଇଥାଏ । ତେଣୁ ଚାଷୀ ଭାଇମାନେ ଏହି ଦିବସଟିକୁ ସମସ୍ତ ଚାଷ କାର୍ଯ୍ୟର ଶୁଭାରମ୍ଭ ଦିବସ ଭାବେ ଗ୍ରହଣ କରି ଅକ୍ଷିମୁଠି ବୁଣିଥାନ୍ତି ।

 ମାଟି ଓ ବିହନ ବିଶୋଧନ

ମାଟି ଓ ବିହନ ବିଶୋଧନ

ରୋଗ, ପୋକ ଆକ୍ରମଣ ଯୋଗୁ ଆମ ରାଜ୍ୟର ଧାନ, ପନିପରିବା, ତୈଳବୀଜ, ଡାଲିଜାତୀୟ ଇତ୍ୟାଦି ବିଭିନ୍ନ ଫସଲର ଉତ୍ପାଦନ ହ୍ରାସ ପାଇଥାଏ। ସାଧାରଣତଃ ଆମ ରାଜ୍ୟରେ ଚାଷ କରାଯାଉଥିବା ଫସଲରେ ମାଟି ଏବଂ ବିହନଜନିତ ରୋଗର ମାତ୍ରା ବହୁଳ ଭାବେ ପରିଲକ୍ଷିତ ହୋଇଥାଏ ।

୨୩ ଭାଷାରେ ପିଲାଙ୍କୁ ଜ୍ଞାନ ବାଣ୍ଟୁଛି ରୋବଟ୍‌

୨୩ ଭାଷାରେ ପିଲାଙ୍କୁ ଜ୍ଞାନ ବାଣ୍ଟୁଛି ରୋବଟ୍‌

ପିଲାମାନେ ପାଠ ପଢିବା ବେଳେ ସାଧାରଣତଃ ଟିକେ ଭୟ କରିଥାଆନ୍ତି। କେଉଁଠି କିଛି ଭୁଲ୍‌ ହୋଇଗଲେ ମାଡ କିମ୍ବା ଗାଳି ଖାଇବାର ଭୟ ମଧ୍ୟ ଥାଏ। ସେଥିପାଇଁ ସେମାନେ ବେଳେବେଳେ ପ୍ରଶ୍ନ ପଚାରିବାକୁ ମଧ୍ୟ ଭୟ କରିଥାନ୍ତି।

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

୯ ଶହ ବର୍ଷ ମରୁଡ଼ି ଯୋଗୁ ଲୋପ ପାଇଥିଲା ସିନ୍ଧୁ ସଭ୍ୟତା

ନୂଆଦିଲ୍ଲୀ, ୧୬।୪ : ଲଗାତର ୯ ଶହ ବର୍ଷ ଧରି ମରୁଡ଼ି ପଡିବା ଯୋଗୁ ସିନ୍ଧୁ ସଭ୍ୟତା ଲୋପ ପାଇଥିଲା। ଏନେଇ ଖଡ଼ଗପୁର ବୈଜ୍ଞାନିକ ଦଳ ତଥ୍ୟ ଭିତ୍ତିକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୪ ହଜାର ୩୫୦ ବର୍ଷ ପୁରୁଣା ସିନ୍ଧୁ ସଭ୍ୟତା ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ଦୀର୍ଘଦିନ ଧରି ବର୍ଷା ହୋଇ ନ ଥିଲା।

କାଉଣ୍ଟିଂ ପେନ୍‌ ଆବିଷ୍କାର କଲେ ୯ ବର୍ଷର ବାଳକ

କାଉଣ୍ଟିଂ ପେନ୍‌ ଆବିଷ୍କାର କଲେ ୯ ବର୍ଷର ବାଳକ

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ କଶ୍ମୀର ଆତଙ୍କବାଦ ସହ ଲଢିବା ବେଳେ ଅନ୍ୟପଟେ ଯୁବଗୋଷ୍ଠୀ ଅଧାରୁ ପାଠ ଛାଡୁଛନ୍ତି। ଏପରି ପରିସ୍ଥିତିରେ କିନ୍ତୁ ଉଦାହରଣ ପାଲଟିଛନ୍ତି ଜଣେ ୯ବର୍ଷର ବାଳକ।