ବାଣିଜ୍ୟ |

ଆଉ ଏକ ପିଏନ୍‌ବି ଜାଲିଆତି,ଏଥର ମୁଦ୍ରା ଋଣ ଠକେଇ

ଆଉ ଏକ ପିଏନ୍‌ବି ଜାଲିଆତି,ଏଥର ମୁଦ୍ରା ଋଣ ଠକେଇ
ନୂଆଦିଲ୍ଲୀ,୨୪ା୨ ନୀରବ ମୋଦିଙ୍କ ୧୧,୪୦୦ କୋଟି ଟଙ୍କାର ଠକେଇ ପରେ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ(ପିଏନ୍‌ବି)ରେ ହୋଇଥିବା ଆଉ ଏକ ଜାଲିଆତି ସାମ୍ନାକୁ ଆସିଛି। ବ୍ୟାଙ୍କର ରାଜସ୍ଥାନ ସ୍ଥିତ ବାର୍ମର ଶାଖାରେ ଏହି ଜାଲିଆତି ହୋଇଛି, ଯେଉଁଥିରେ ଜଣେ ତତ୍କାଳୀନ ବରିଷ୍ଠ ଶାଖା ପରିଚାଳକ ସମ୍ପୃକ୍ତ ଅଛନ୍ତି। ଇନ୍ଦର ଚାନ୍ଦ ଚୁନ୍ଦଓ୍ବା ନାମକ ଏହି ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଦ୍ରା ଯୋଜନା ଅଧୀନରେ ବେଆଇନ ଉପାୟରେ ଋଣ ପ୍ରଦାନ କରିଥିବା ଏକ ନୂଆ ଅଭିଯୋଗ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ଦାଏର୍‌ ହୋଇଛି। ୨୦୧୬ ସେପ୍ଟେମ୍ବରରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ଇନ୍ଦର ଚାନ୍ଦ ଅନୈତିକ ଭାବେ ୨୬ଟି ମୁଦ୍ରା ଋଣ ମଞ୍ଜୁର କରିଥିଲେ। ଏହା ଜରିଆରେ ବ୍ୟାଙ୍କକୁ ୬୨ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଛି। ଯେହେତୁ ମୁଦ୍ରା ଯୋଜନାରେ ବିନା କୌଣସି ବନ୍ଧକ ରଖି ବ୍ୟାଙ୍କଗୁଡିକ ଋଣ ପ୍ରଦାନ କରିଥାନ୍ତି ତେଣୁ ଏହି ୬୨ ଲକ୍ଷ ଟଙ୍କାକୁ ପିଏନ୍‌ବି ଅସୁଲ କରିପାରିବ ନାହିଁ। ବିଲିୟନେୟାର ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ୧୧,୪୦୦ କୋଟି ଟଙ୍କାର ଜାଲିଆତି ପରେ ଏଭଳି ଛୋଟ ବଡ ଠକେଇ ଘଟଣା ଏବେ ଗଣମାଧ୍ୟମରେ ଜୋର ଧରିଛି। ରାଜସ୍ଥାନ ଶାଖାରେ ବ୍ୟାଙ୍କ ପକ୍ଷରୁ ବିନା ଉପଯୁକ୍ତ ଯାଞ୍ଚରେ ୨୬ଟି ଋଣ ମଞ୍ଜୁର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଋଣ ରାଶିକୁ ହିତାଧିକାରୀ କିପରି ବ୍ୟବହାର କରିବେ ତଥା କେଉଁ ସ୍ଥାନରେ ବ୍ୟବସାୟ କରାଯିବ ତାହାକୁ ଛାନ୍‌ଭିନ୍‌ ନ କରି ଇନ୍ଦର ଚାନ୍ଦଙ୍କୁ ଋଣ ମଞ୍ଜୁର କରାଯାଇଛି। ମୁଦ୍ରା ଋଣ ପାଇଁ ଥିବା ନିୟମ ଅନୁଯାୟୀ ଋଣକର୍ତ୍ତାଙ୍କଠାରୁ ବ୍ୟାଙ୍କଗୁଡିକ କୌଣସି ସିକ୍ୟୁରିଟି ବା ବନ୍ଧକ ରଖିବେ ନାହିଁ। କିନ୍ତୁ ପ୍ରକଳ୍ପକୁ ଭଲ ଭାବେ ଅନୁଧ୍ୟାନ କରିବା ପରେ ହିଁ ଋଣ ମଞ୍ଜୁର କରିବେ। ଉପରୋକ୍ତ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ସୂଚନାଯୋଗ୍ୟ, ଆତ୍ମନିଯୁକ୍ତି ବଢ଼ାଇବା ପାଇଁ କେନ୍ଦ୍ର ସରକାର କ୍ଷୁଦ୍ର ଉଦ୍ୟୋଗଗୁଡିକୁ ୧ ନିୟୁତ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବା ପାଇଁ ମୁଦ୍ରା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଦିଆଯାଉଥିବା ଋଣରେ ସୁଧ ହାର ଅନ୍ୟ ଋଣଗୁଡିକ ତୁଳନାରେ ଅପେକ୍ଷାକୃତ କମ୍‌। ଇନ୍ଦର ଚାନ୍ଦଙ୍କୁ ଉପରୋକ୍ତ ୨୬ଟି ଋଣ ମଞ୍ଜୁର କରିବା ବେଳେ ସେଥି ମଧ୍ୟରୁ ମାତ୍ର ଗୋଟିଏରେ ସରଜମିନ ଯାଞ୍ଚ ହୋଇଥିବା ସିବିଆଇ ଉଲ୍ଲେଖ କରିଛି। ନିୟମ ଅନୁସାରେ ଶାଖାର ୨୫ କିଲୋମିଟର ପରିଧି ମଧ୍ୟରେ ରହୁଥିବା ଲୋକଙ୍କୁ ବ୍ୟାଙ୍କ ଋଣ ପ୍ରଦାନ କରିପାରିବ । କିନ୍ତୁ ଏ କ୍ଷେତ୍ରରେ ୧୦୦ କିଲୋମିଟର ଦୂରରେ ରହୁଥିବା ଲୋକଙ୍କୁ ଋଣ ପ୍ରଦାନ କରାଯାଇଛି। ମୁଦ୍ରା ଋଣକୁ ବ୍ୟବହାର କରି ଲୋକେ ଯେପରି ସମ୍ପତ୍ତି ତିଆରି କରିପାରିବେ ସେଥିପାଇଁ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ଏହି ୨୬ଟି ଋଣ ମଧ୍ୟରୁ ୫ଟି ଅନାଦାୟ ଋଣରେ ପରିବର୍ତ୍ତନ ହୋଇଛି। ଅର୍ଥାତ୍‌ ସମ୍ପତ୍ତି ତିଆରିରେ ଋଣରାଶିକୁ ଉପଯୋଗ କରାଯାଇନାହିଁ।
All Right Reserved By

ବାଣିଜ୍ୟ |

୨୦୧୮-୧୯ ଅଦ୍ଧବାର୍ଷିକ ଫଳାଫଳ; ନାଲକୋର ନିଟ୍‌ ଲାଭ ୩ ଗୁଣ ବଢ଼ିଲା

୨୦୧୮-୧୯ ଅଦ୍ଧବାର୍ଷିକ ଫଳାଫଳ; ନାଲକୋର ନିଟ୍‌ ଲାଭ ୩ ଗୁଣ ବଢ଼ିଲା

ଭୁବନେଶ୍ୱର,୧୪-୧୧: ଦେଶର ଅନ୍ୟତମ ନବରନତ୍ କମ୍ପାନୀ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିିମିଟେଡ(ନାଲ୍‌କୋ) ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅଦ୍ଧବାର୍ଷିକ ଫଳାଫଳ ଘୋଷଣା କରିଛି। 

ଆମ୍ରପାଲିର ସମ୍ପତ୍ତି ଜବତ ନିର୍ଦ୍ଦେଶ

ଆମ୍ରପାଲିର ସମ୍ପତ୍ତି ଜବତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪-୧୧: ରିଏଲ ଇଷ୍ଟେଟ କମ୍ପାନୀ ଆମ୍ରପାଲି ଗ୍ରୁପ୍‌ ବିରୋଧରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ଅଦାଲତ ତାଙ୍କ ଅନ୍ତରୀଣ ରୁଲିଂରେ ଉକ୍ତ ଗ୍ରୁପ୍‌ର ହସ୍ପିଟାଲ ଓ ଅନ୍ୟ ସମ୍ପତ୍ତିକୁ ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଏନ୍‌ସିଏଲ୍‌ଟିରେ ଏସାର ମାମଲା;ଆର୍ସେଲର ମିତ୍ତଲଙ୍କୁ ଓଡ଼ିଶା ଷ୍ଟିଭେଡର୍ସର ବିରୋଧ

ଏନ୍‌ସିଏଲ୍‌ଟିରେ ଏସାର ମାମଲା;ଆର୍ସେଲର ମିତ୍ତଲଙ୍କୁ ଓଡ଼ିଶା ଷ୍ଟିଭେଡର୍ସର ବିରୋଧ

ନୂଆଦିଲ୍ଲୀ,୧୪-୧୧: ଦେବାଳିଆ ଆଇନ  ଅଧୀନରେ ଋଣ ସମାଧାନ ପ୍ରକ୍ରିୟାର ସମ୍ମୁଖୀନ ହୋଇଥିବା ଏସାର ଷ୍ଟିଲ୍‌କୁ ଅଧିଗ୍ରହଣ କରିବା ଲାଗି ଆର୍ସେଲର ମିତ୍ତଲର ସ୍ବପ୍ନ ଘୁଞ୍ଚତ୍ ଘୁଞ୍ଚତ୍ ଯାଉଛି

ଜେଟ୍‌ ଏୟାରଓ୍ବେଜକୁ କିଣିବା ଲାଗି ଟାଟା ଗ୍ରୁପ୍‌ର ଉଦ୍ୟମ

ଜେଟ୍‌ ଏୟାରଓ୍ବେଜକୁ କିଣିବା ଲାଗି ଟାଟା ଗ୍ରୁପ୍‌ର ଉଦ୍ୟମ

ନୂଆଦିଲ୍ଲୀ,୧୪-୧୧: ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜକୁ କିଣିବା ଲାଗି ଟାଟା ଗ୍ରୁପ୍‌ ଉଦ୍ୟମ କରୁଛି। ଏହି କ୍ରମରେ ଗ୍ରୁପ୍‌ ପକ୍ଷରୁ ଜେଟ୍‌ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି। 

ଭାରତୀୟ ଏମ୍‌ଏସ୍‌ଏମ୍‌ଇକୁ ମିଳିବ ବିଦେଶୀ ଟଙ୍କା; ଚାଇନା ବ୍ୟାଙ୍କ ୨୦ କୋଟି ଡଲାର ପାଣ୍ଠି ଗଠନ କଲା

ଭାରତୀୟ ଏମ୍‌ଏସ୍‌ଏମ୍‌ଇକୁ ମିଳିବ ବିଦେଶୀ ଟଙ୍କା; ଚାଇନା ବ୍ୟାଙ୍କ ୨୦ କୋଟି ଡଲାର ପାଣ୍ଠି ଗଠନ କଲା

ବେଜିଂ,୧୪-୧୧: ନଗଦ ସଙ୍କଟ ଯୋଗୁ ଦେଶର ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ମଏମ୍‌ଇ) ଗୁଡିକ ପାଣ୍ଠି ଅଭାବରେ ଆଗେଇ ପାରୁନାହାନ୍ତି। ସେମାନଙ୍କୁ ପାଣ୍ଠି ଦେବା ଲାଗି ଏବେ ଚାଇନାର ସର୍ବବୃହତ ବ୍ୟାଙ୍କ ଇଣ୍ଡଷ୍ଟ୍ରିଆଲ ଆଣ୍ଡ୍‌ କମର୍ସିଆଲ ବ୍ୟାଙ୍କ ଅଫ୍‌ ଚାଇନା(ଆଇସିବିସି) ୨୦ କୋଟି ଡଲାରର ଏକ ପାଣ୍ଠି ଗଠନ କରିଛି।

ଦୁର୍ବ୍ୟବହାର ଅଭିଯୋଗ; ଫ୍ଲିପ୍‌କାର୍ଟ ସିଇଓ ପଦରୁ ବିନ୍ନି ବଂଶଲଙ୍କ ଇସ୍ତଫା

ଦୁର୍ବ୍ୟବହାର ଅଭିଯୋଗ; ଫ୍ଲିପ୍‌କାର୍ଟ ସିଇଓ ପଦରୁ ବିନ୍ନି ବଂଶଲଙ୍କ ଇସ୍ତଫା

ନୂଆଦିଲ୍ଲୀ,୧୪-୧୧: ଦେଶର ଶୀର୍ଷ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟର ଗ୍ରୁପ୍‌  ସିଇଓ ବିନ୍ନି ବଂଶଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଓ୍ବାଲମାର୍ଟ ଅଧିଗ୍ରହଣ କରିବାର ମାତ୍ର ୬ ମାସ ପରେ କମ୍ପାନୀରେ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମ ଦେଖିବାକୁ ମିଳିଥିଲା। 

ବ୍ୟାପକ ନିଯୁକ୍ତି ଲାଗି ପ୍ରତିଷ୍ଠା ହେବ ୧୪ ବଡ଼ ରାଷ୍ଟ୍ରୀୟ ଜୋନ୍‌

ବ୍ୟାପକ ନିଯୁକ୍ତି ଲାଗି ପ୍ରତିଷ୍ଠା ହେବ ୧୪ ବଡ଼ ରାଷ୍ଟ୍ରୀୟ ଜୋନ୍‌

ନୂଆଦିଲ୍ଲୀ,୧୪-୧୧: ନିଯୁକ୍ତି କ୍ଷେତ୍ରକୁ ନେଇ କ୍ରମାଗତ ସମାଲୋଚନାର ସମ୍ମୁଖୀନ ହେଉଥିବା କେନ୍ଦ୍ର ସରକାର ଆସନ୍ତା ବର୍ଷର ଲୋକ ସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି।

ୟୁନିୟନ ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଶେୟାର;୬୦୦କୋଟି ଯୋଗାଡ ଲାଗି ବୋର୍ଡର ଅନୁମତି

ୟୁନିୟନ ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ଶେୟାର;୬୦୦କୋଟି ଯୋଗାଡ ଲାଗି ବୋର୍ଡର ଅନୁମତି

ନୂଆଦିଲ୍ଲୀ,୧୪-୧୧: ୟୁନିୟନ ବ୍ୟାଙ୍‌କ ଅଫ୍‌ ଇଣ୍ଡିଆ ବୋର୍ଡ କର୍ମଚାରୀଙ୍କୁ ବ୍ୟାଙ୍କର ଶେୟାର ଜାରି କରିବାକୁ ଅନୁମତି ପ୍ରଦାନ କରିଛି। ଏହାକୁ ବିକ୍ରି କରି ବ୍ୟାଙ୍କ ବ୍ୟାଙ୍କ ୬୦୦ କୋଟି ଟଙ୍କା ଯୋଗାଡ କରିବ।

ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌ ଶ୍ରୀନିବାସନଙ୍କ ପରଲୋକ

ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌ ଶ୍ରୀନିବାସନଙ୍କ ପରଲୋକ

ଚେନ୍ନାଇ,୧୩ା୧୧ ବିଶିଷ୍ଟ ଅର୍ଥନୀତିଜ୍ଞ ଟି.ଏନ୍‌. ଶ୍ରୀନିବାସନ(୮୫ ବର୍ଷ)ଙ୍କ ପରଲୋକ ହୋଇଯାଇଛି। ଉଦାରବାଦୀ ଅର୍ଥନୀତିର ଦୃଢ଼ ସମର୍ଥକ କୁହାଯାଉଥିବା ଶ୍ରୀନିବାସନ ଗତ କିଛି ଦିନ ରୋଗଶଯ୍ୟାରେ ଥିଲେ। ନ୍ୟୁମୋନିଆରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। 

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଡିଲ୍‌;ଡିସେମ୍ବର ୧୪ରେ ମାମଲାର ଶୁଣାଣି

ଓ୍ବାଲମାର୍ଟ-ଫ୍ଲିପ୍‌କାର୍ଟ ଡିଲ୍‌;ଡିସେମ୍ବର ୧୪ରେ ମାମଲାର ଶୁଣାଣି

ମୁମ୍ବାଇ,୧୩-୧୧: ଆମେରିକାର ରିଟେଲ ଚେନ୍‌ ଓ୍ବାଲମାର୍ଟ ଭାରତର ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟକୁ କିଣିବାକୁ ନେଇ ଆଗତ ମାମଲାର ଶୁଣାଣି ଡିସେମ୍ବର ୧୪କୁ ଘୁଞ୍ଚାଇ ଦିଆଯାଇଛି। 

ଭାରତର ତେଲ ଭଣ୍ଡାର ଭଡ଼ାରେ ନେଲା ଆବୁଧାବୀ କମ୍ପାନୀ

ଭାରତର ତେଲ ଭଣ୍ଡାର ଭଡ଼ାରେ ନେଲା ଆବୁଧାବୀ କମ୍ପାନୀ

ମୁମ୍ବାଇ,୧୩-୧୧: କର୍ନାଟକର ପାଦୁରଠାରେ ଥିବା ଭୂମିତଳ ତୈଳ ଭଣ୍ଡାରକୁ ଭଡ଼ାରେ ଦେବା ଲାଗି ଭାରତ ସୋମବାର ଆବୁଧାବୀ ନ୍ୟାଶନାଲ ଅଏଲ କୋଃ(ଆଡ୍‌ନକ୍‌) ସହ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷର କରିଛି। 

୧୪ରୁ ଶ୍ରୀରାମାୟଣ ଏକ୍ସପ୍ରେସ ଗଡିବ

୧୪ରୁ ଶ୍ରୀରାମାୟଣ ଏକ୍ସପ୍ରେସ ଗଡିବ

ନୂଆଦିଲ୍ଲୀ,୧୩-୧୧: ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ  ତୀର୍ଥଯାତ୍ରା ଟ୍ରେନ ଶ୍ରୀରାମାୟଣ ଏକ୍ସପ୍ରେସକୁ ଆସନ୍ତା ୧୪ରୁ ପ୍ରଚଳନ କରାଯିବ। ଭାରତ ଓ ଶ୍ରୀଲଙ୍କାରେ ଥିବା ଶ୍ରୀରାମଙ୍କ ଜୀବନୀ ସମ୍ପର୍କିତ ୪ଟି ସ୍ଥାନକୁ ଏହି ଟ୍ରେନ ଯିବ। ଏହା ଏକ ୧୬ ଦିନିଆ ଟୁର୍‌ ପ୍ୟାକେଜ  ବୋଲି ଆଇଆରସିଟିସି ପକ୍ଷରୁ କୁହାଯାଇଛି।