ମନୋରଞ୍ଜନ |

ବିବାହ ବନ୍ଧନରେ ଆବଦ୍ଧ ହେଲେ କଣ୍ଠଶିଳ୍ପୀ ଅଙ୍କିତ ତିଓ୍ବାରୀ

ବିବାହ ବନ୍ଧନରେ ଆବଦ୍ଧ ହେଲେ କଣ୍ଠଶିଳ୍ପୀ ଅଙ୍କିତ ତିଓ୍ବାରୀ
କାନପୁର: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କଣ୍ଠଶିଳ୍ପୀ ଅଙ୍କିତ ତିଓ୍ବାରୀ। କାନପୁରରେ ଶୁକ୍ରବାର ଆୟୋଜିତ ଏକ ଘରୋଇ ଉତ୍ସବରେ ସେ ପଲ୍ଲବୀ ଶୁକ୍ଳାଙ୍କୁ ବିବାହ କରିଛନ୍ତି। ଉଭୟ ଫେବୃୟାରୀ ୨୦ରେ ନିର୍ବନ୍ଧ କରିଥିଲେ। ପଲ୍ଲବୀ ବାଙ୍ଗାଲୋର ବାସିନ୍ଦା। ପେସାରେ ସେ ଜଣେ ମେକାନିକାଲ ଇଞ୍ଜିନିୟର। ଏକଦା ଟ୍ରେନରେ ଯାତ୍ରା କରୁଥିବା ସମୟରେ ଅଙ୍କିତଙ୍କ ଜେଜେମା’ ତାଙ୍କୁ ଦେଖି ପସନ୍ଦ କରିଥିଲେ। ପଲ୍ଲବୀଙ୍କ ସରଳତା ଅଙ୍କିତଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ତେଣୁ ଏହି ବିବାହକୁ ନେଇ ବେଶ ଆଶାବାଦୀ ଅଛନ୍ତି ଅଙ୍କିତ। ‘ସୁନ ରହା ହେ ନା ତୁ’, ‘ଗଲିଆ’ ଆଦି ଗୀତକୁ ନେଇ ବଲିଉଡ ସଙ୍ଗୀତ ଜଗତରେ ଏକ ପରିଚିତ ନାମ ଭାବେ ଅଙ୍କିତ ବେଶ୍‌ ପରିଚିତ।
All Right Reserved By

ମନୋରଞ୍ଜନ |

ଟ୍ରୋଲ୍‌ର ଜବାବ ଦେଲେ ରିୟା

ଟ୍ରୋଲ୍‌ର ଜବାବ ଦେଲେ ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଓ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ନେଇ ଏବେ ସୋସିଆଲ ମିଡିଆ ବେଶ୍‌ ସରଗରମ। କିଛିଦିଦ ତଳେ ବିଗ୍‌ବସ୍‌ ୧୨ର କଣ୍ଟେଷ୍ଟାଣ୍ଟ ଭାବେ ଆସିଥିବା ଅଭିନେତ୍ରୀ ଜସଲିନ୍‌ ଓ ତାଙ୍କ ପୁରୁଷ ବନ୍ଧୁ ତଥା ତାଙ୍କଠାରୁ ୩୭ ବର୍ଷ ବଡ ଭଜନ ଗାୟକ ଅନୁପ ଜଲୋଟାଙ୍କ ସମ୍ପର୍କକୁ ନେଇ ଖୁବ୍‌ ଆଲୋଚନା ହୋଇଥିଲା।

ମୋବାଇଲ୍‌ ନିଶା

ମୋବାଇଲ୍‌ ନିଶା

ସତେ ଯେମିତି ଲାଗୁଛି ମହେଶ ତନୟା ଆଲିୟାଙ୍କ ଆଖିକୁ ଆଉ କିଛି ଦେଖାଯାଉନାହିଁ। ଶୟନେ, ସପନେ, ଜାଗରଣେ କେବଳ ଗୋଟିଏ କଥା-ଲଭ୍‌..ଲଭ୍‌..ଲଭ୍‌। 

ଓଃ ! କି କଷ୍ଟ..

ଓଃ ! କି କଷ୍ଟ..

ଯାହା କହନ୍ତୁ ନା କାହିଁକି ୟାମିଙ୍କ ଧୈର୍ଯ୍ୟକୁ ମାନିବାକୁ ପଡିବ। ଅଫର ମିଳିବା ବେଳଠାରୁ ଶୁଟିଂ ଆରମ୍ଭ ହେବା ପର୍ଯ୍ୟନ୍ତ ସେ ଟେନସନରେ ଥିଲେ। 

ଭାଗ୍ୟ ହିଁ ସାହାରା

ଭାଗ୍ୟ ହିଁ ସାହାରା

କୌଣସି କାମ ଆରମ୍ଭ କଲେ ତାହାକୁ ନେଇ ମନରେ ଅନେକ ଆଶା ରହିଥାଏ। ବେଳେବେଳେ ତାହାର ସଫଳତାକୁ ନେଇ ସୃଷ୍ଟି ହୁଏ ପ୍ରଶ୍ନବାଚୀ। ପୁଣି ଗୋଟିଏ ଘଟଣା ଅକସ୍ମାତ ଘଟିଯାଏ ଏବଂ ତାକୁ ପାଥେୟ କରି ଜଣେ ନିଜର ଲକ୍ଷ୍ୟ ପଥରେ ଅଗ୍ରସର ହୋଇଥାଏ।

ପରଲୋକରେ କଳ୍ପନା ଲାଜମୀ

ପରଲୋକରେ କଳ୍ପନା ଲାଜମୀ

ମୁମ୍ବାଇ, ୨୩।୯: ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କଳ୍ପନା ଲାଜମୀଙ୍କର ରବିବାର ଭୋର୍‌ ୪ଟା ୩୦ରେ ୬୪ ବର୍ଷରେ ପରଲୋକ ହୋଇଯାଇଛି। ସେ କିଡ୍‌ନୀ କର୍କଟ ରୋଗରେ ପୀଡ଼ିତ ଥିଲେ। 

ସେଲିବ୍ରିଟିଙ୍କ ଅଜବ ଅଭ୍ୟାସ

ସେଲିବ୍ରିଟିଙ୍କ ଅଜବ ଅଭ୍ୟାସ

ସେଲିବ୍ରିଟିଙ୍କ ଚାକଚକ୍ୟ, ତାଙ୍କ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଥାଏ। ତେବେ ସମସ୍ତଙ୍କ ଆଇକନ୍‌ ପାଲଟିଥିବା ସେଲିବ୍ରିଟିମାନେ ମଧ୍ୟ ମଣିଷ। ଆଉ ତାଙ୍କର ସାଧାରଣ ମଣିଷଙ୍କ ଭଳି ଥାଏ କିଛି ଅଭ୍ୟାସ ଓ ବଦଭ୍ୟାସ। ଜାଣନ୍ତୁ ସେ ସମ୍ପର୍କରେ....

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନେପାଳ ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେଲେ ଜୟପ୍ରଦା

ନୂଆଦିଲ୍ଲୀ, ୨୨।୯: ବଲିଉଡ୍‌ ଅଭିନେତ୍ରୀ ଜୟପ୍ରଦା ନେପାଳ ପର୍ଯ୍ୟଟନ ବିଭାଗର ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି।

ବିଦେଶରେ ପ୍ରଦର୍ଶିତ ହେବ ‘ଲଭ୍‌ ସୋନିଆ’

ବିଦେଶରେ ପ୍ରଦର୍ଶିତ ହେବ ‘ଲଭ୍‌ ସୋନିଆ’

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ହିନ୍ଦୀ ଫିଲ୍ମ ‘ଲଭ୍‌ ସୋନିଆ’ ଆମେରିକାରେ ପ୍ରଦର୍ଶିତ ହେବ ବୋଲି ସୂଚନା ମିଳିଛି। ନିର୍ଦ୍ଦେଶକ ତବରେଜ ନୁରାନି ଓ ପ୍ରଯୋଜକ ଡାଭିଡ ଓମାର୍କଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ଆମେରିକାରେ ପ୍ରଦର୍ଶନ କରାଯିବ।

ବିଭିନ୍ନ ସହରରେ ରିଲିଜ୍‌ ହେଲା ‘ମଣ୍ଟୋ’

ବିଭିନ୍ନ ସହରରେ ରିଲିଜ୍‌ ହେଲା ‘ମଣ୍ଟୋ’

ନୂଆଦିଲ୍ଲୀ: ଭାରତର ବିଭିନ୍ନ ସହରରେ ଫିଲ୍ମ ଫ୍ରାଇଡେରେ ‘ମଣ୍ଟୋ’ ମୁକ୍ତିଲାଭ କରିଛି। କିନ୍ତୁ ପ୍ରଥମ ଦିନର ମର୍ନିଂ ଶୋ’ ପ୍ରଦର୍ଶିତ ହୋଇପାରି ନ ଥିବାରୁ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା ନନ୍ଦିତା ଦାସ ନୈରାଶ୍ୟ ପ୍ରକାଶ କରିଥିଲେ। କିନ୍ତୁ ଅପରାହ୍ନରେ ଫିଲ୍ମ ରିଲିଜ ହେବାପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା ବୋଲି ଭାୟକମ୍‌ ୧୮ ମୋଶନ୍‌ ପିକ୍ଚର୍ସ ପକ୍ଷରୁ କୁହାଯାଇଛି। 

ଚର୍ଚ୍ଚାରେ ରିୟା-ମହେଶ

ଚର୍ଚ୍ଚାରେ ରିୟା-ମହେଶ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ମହେଶ ଭଟ୍ଟ ଗୁରୁବାର ତାଙ୍କର ୭୦ ତମ ଜନ୍ମ ଦିବସ ମନାଇବା ପରେ ପରେ ଆସିଛନ୍ତି ଚର୍ଚ୍ଚାକୁ। ଏବେ ମହେଶଙ୍କ ନାଁ ସହ ଏକ ପ୍ରକାର ଯୋଡି ହୋଇ ଯାଇଛି ବଲିଉଡ୍‌ ନାୟିକା ରିୟା ଚକ୍ରବର୍ତ୍ତିଙ୍କ ନାଁ।

ସ୍ମିତା ପାଟିଲ୍‌ ପୁରସ୍କାର ଯଥାର୍ଥ

ସ୍ମିତା ପାଟିଲ୍‌ ପୁରସ୍କାର ଯଥାର୍ଥ

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ସର୍ବଶ୍ରେଷ୍ଠ ଅଭିନୟ ଲାଗି ସ୍ମିତା ପାଟିଲ୍‌ ପୁରସ୍କାର ପାଇଥିବା ବେଳେ ଏହା ତାଙ୍କ କ୍ୟାରିୟର ପାଇଁ ଯଥାର୍ଥ ବୋଲି ବର୍ଣ୍ଣନା କରିଛନ୍ତି।

ସଫଳତା ପାଇବା ପୂର୍ବରୁ ଏହି କଳାକାରଙ୍କ କିପରି ଥିଲା ଜୀବନ

ସଫଳତା ପାଇବା ପୂର୍ବରୁ ଏହି କଳାକାରଙ୍କ କିପରି ଥିଲା ଜୀବନ

କଳାକାର ନିଜ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ମୋହିଥାନ୍ତି। କେତେବେଳେ ଦର୍ଶକଙ୍କୁ ହସାଇଥାନ୍ତି ତ ଆଉ କେତେବେଳେ କନ୍ଦାଇଥାନ୍ତି। ଅଭିନୟ ଦ୍ୱାରା ପ୍ରତ୍ୟେକ କଳାକାର ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି। ମାତ୍ର ପରଦା ଉପରେ ଚମକୁଥିବା କଳାକାରଙ୍କ କ୍ୟାରିୟର କେତେ ସଂଘର୍ଷମୟ ତାହା ଦର୍ଶକଙ୍କୁ ଜଣା ନ ଥାଏ।