ମନୋରଞ୍ଜନ |

ଡିଜିଟାଲ ଡେବ୍ୟୁ କରିବେ ସୈଫ ଅଲ୍ଲି ଖାନ

ଡିଜିଟାଲ ଡେବ୍ୟୁ କରିବେ ସୈଫ ଅଲ୍ଲି ଖାନ

ବମ୍ବେ: ଏବେ ଆସିଛି ଡିଜିଟାଲ ଜମାନା। ଖୁବ୍‌ କମ୍‌ ସମୟ ମଧ୍ୟରେ ଓ ହାତ ପାହାନ୍ତାରେ ଆମେ ଡିଜିଟାଲ ମାଧ୍ୟମରେ ଅନେକ ସୁବିଧା ସୁଯୋଗ ପାଇ ପାରୁଛୁ। ତେବେ ଥ୍ରୀଲର ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଖୁସି ଖବର। ନେଟ୍‌ପ୍ଲିକ୍ସରେ ‘ସେକ୍ରେଡ୍‌ ଗେମ୍ସ’ ନାମରେ ଏକ ଓ୍ବେବ୍‌ ସିରିଜ୍‌ ଆରମ୍ଭ ହେବାକୁ ଯାଉଛି। ଏକ ଉପନ୍ୟାସର କାହାଣୀକୁ ନେଇ ଏହା ନିର୍ମାଣ କରାଯାଇଛି। ଏହି ଓ୍ବେବ୍‌ ସିରିଜ୍‌ରେ କିଛି ନାମୀ କଳାକାର ନଜର ଆସିବେ। ନେଟ୍‌ପ୍ଲିକ୍ସ ବମ୍ବେର ଥ୍ରୀଲର କାହାଣୀକୁ ନେଇ ତିଆରି କରିଥିବା ଏହି ଓ୍ବେବ୍‌ ସିରିଜର ଫଟୋ ରିଲିଜ୍‌ କରିଛି। ଏହା ସୈଫ ଅଲ୍ଲି ଖାନଙ୍କ ଡିଜିଟାଲ ଡେବ୍ୟୁ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ନଓ୍ବାଜୁଦ୍ଦିନ ସିଦ୍ଦିକି ଓ ରାଧିକା ଆପ୍‌ତେ।

All Right Reserved By

ମନୋରଞ୍ଜନ |

ପ୍ରେକ୍ଷାଳୟରେ ‘ରେସ୍‌ ୩’ ଧୁମ୍‌

ପ୍ରେକ୍ଷାଳୟରେ ‘ରେସ୍‌ ୩’ ଧୁମ୍‌

ନୂଆଦିଲ୍ଲୀ: ହିନ୍ଦୀ ଫିଲ୍ମ ‘ରେସ୍‌ ୩’ ସହ ସୁପରଷ୍ଟାର୍‌ ସଲ୍‌ମାନ ଖାନ୍‌ ପ୍ରେକ୍ଷାଳୟକୁ ନେଇ ଆସିଛନ୍ତି ଆଉ ଏକ ଇଦ୍‌ ବ୍ଲକ୍‌ବଷ୍ଟର୍‌। ଫିଲ୍ମକୁ ସିନେ ସମୀକ୍ଷକଙ୍କ ମିଶ୍ର ପ୍ରତିକ୍ରିୟା ମିଳିଥିବାବେଳେ ଦର୍ଶକ ଦରବାରରେ ଭୂୟସୀ ପ୍ରଶଂସିତ ହୋଇଛି। ପୁଣିଥରେ ସିନେପ୍ରେମୀଙ୍କୁ କିମିଆ କଲା ଭାଇଜାନ୍‌ଙ୍କ ଯାଦୁ। ପରିଣାମ ସ୍ବରୂପ ଅତି ସହଜରେ ୧୦୦ କୋଟି କ୍ଲବ୍‌ରେ ସାମିଲ ହୋଇଯାଇଛି ‘ରେସ୍‌ ୩’।

ବିବାହ ମୁଡ୍‌ରେ ରଣବୀର

ବିବାହ ମୁଡ୍‌ରେ ରଣବୀର

ବମ୍ବେ: ବଲିଉଡ୍‌ର ଭର୍ସାଟାଇଲ୍‌ ଅଭିନେତା ରଣବୀର କପୁର ବର୍ତ୍ତମାନ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବ୍ୟସ୍ତ। ନିଜର ଅପ୍‌କମିଂ ଫିଲ୍ମ ‘ସଞ୍ଜୁ’ ଏବଂ ପ୍ରେମିକା ଆଲିଆ ଭଟ୍ଟ। ନୂଆ ନୂଆ ଆରମ୍ଭ ହୋଇଥିବା ଏହି ପ୍ରେମ ସମ୍ପର୍କକୁ ନେଇ ବେଶ୍‌ ସିରିୟସ୍‌ ଅଛନ୍ତି ରଣବୀର। ଏପରି କି ସେ ବିବାହ ପାଇଁ ମନସ୍ଥ କରି ଦେଇଥିବା ମଧ୍ୟ କହିଛନ୍ତି।

ନିଜ ଭିତରେ କଳାକାରକୁ ଦେଖିଛି

ନିଜ ଭିତରେ କଳାକାରକୁ ଦେଖିଛି

ବମ୍ବେ: ବିଶ୍ୱ ସୁନ୍ଦରୀ ହେବାର ଦାୟିତ୍ୱରେ ବ୍ୟସ୍ତ ରହୁଛନ୍ତି ମାନୁଷୀ ଛିଲ୍ଲର। କିନ୍ତୁ କାର୍ଯ୍ୟବ୍ୟସ୍ତତା ଯୋଗୁ ନିଜ ପାଇଁ ବଲିଉଡ୍‌ ଦ୍ୱାର ବନ୍ଦ କରିବାକୁ ଚାହାନ୍ତି ନାହିଁ ମନୁଷୀ। କାରଣ ନିଜ ଭିତରେ ଜଣେ କଳାକାରକୁ ଦେଖିବାକୁ ପାଇଛନ୍ତି ବୋଲି ଚିନ୍ତା କରନ୍ତି ସେ। ଏକ ସାକ୍ଷାତ୍‌କାରେ ମାନୁଷୀ କହିଛନ୍ତି ଯେ, ନିଜ ଭିତରେ ଜଣେ କଳାକାର ଥିବା ସେ ଅନୁଭବ କରନ୍ତି।

ସ୍ବଚ୍ଛତାପ୍ରିୟ ଅନୁଷ୍କା ଶର୍ମା

ସ୍ବଚ୍ଛତାପ୍ରିୟ ଅନୁଷ୍କା ଶର୍ମା

ବମ୍ବେ: ରାସ୍ତା ଉପରେ ଅଳିଆ ଆବର୍ଜନା ଫୋପାଡ଼ୁଥିବା ବ୍ୟକ୍ତିଙ୍କ ପାଇଁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନୀତି ହେଲା ‘ଜିରୋ ଟଲେରେନ୍ସ’। ଅର୍ଥାତ୍‌ ଏଭଳି ଲୋକଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ ଅନୁଷ୍କା। ଏପରି କି ରାସ୍ତା ଅଳିଆ ପକାଉଥିବା ଜଣେ ବ୍ୟକ୍ତିଙ୍କୁ ସହ ଝଗଡ଼ା କରିବାକୁ ମଧ୍ୟ ପଛେଇ ନାହାନ୍ତି ଅଭିନେତ୍ରୀ। ଅନୁଷ୍କାଙ୍କ ସ୍ବଚ୍ଛତା ନେଇ ସଚେତନତା କାର୍ଯ୍ୟର ଭିଡିଓ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲୀ।

ଜୁବିନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ

ଜୁବିନ୍‌ଙ୍କ ବିରୋଧରେ ଗୁରୁତର ଅଭିଯୋଗ

ବମ୍ବେ: ବଲିଉଡ୍‌ ଗାୟକ ଜୁବିନ୍‌ ନୌଟିୟାଲ୍‌ଙ୍କ ବିରୋଧରେ ମାର୍‌ପିଟ ଅଭିଯୋଗ ହୋଇଛି। ଶୁକ୍ରବାର ଉତ୍ତରାଖଣ୍ଡର ଡେରାଡୁନ୍‌ଠାରେ ଏକ ହୋଟେଲ୍‌ରେ ଜୁବିନ୍‌ ଦୁର୍ବ୍ୟବହାର ପ୍ରଦର୍ଶନ ସାଙ୍ଗକୁ ମାର୍‌ପିଟ କରିଥିବା ଏକ ପ୍ରେମୀ ଯୁଗଳ ଅଭିଯୋଗ ଆଣି ମାମଲା ଦାଏର କରିଛନ୍ତି। ଜୁବିନ୍‌ ମଧ୍ୟ ସେମାନଙ୍କ ବିରୋଧରେ ପାଲଟା ମାମଲା ଦାଏର କରିଛନ୍ତି।

ପ୍ରିୟଙ୍କାଙ୍କ ପ୍ରେମରେ ପାଗଳ ନିକ୍‌

ପ୍ରିୟଙ୍କାଙ୍କ ପ୍ରେମରେ ପାଗଳ ନିକ୍‌

ଲସ୍‌ ଏଞ୍ଜେଲ୍‌ସ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଗାୟକ ନିକ୍‌ ଜୋନାସ୍‌ଙ୍କ ପ୍ରେମ କାହାଣୀ ଏବେ ବଲିଉଡ୍‌ରୁ ଆରମ୍ଭ କରି ହଲିଉଡ୍‌ ଯାଏ ଖବର ଶିରୋନାମାରେ ରହିଛି।

ସଲ୍‌ମାନ, କ୍ୟାଟ୍ରିନାଙ୍କ ବିରୋଧରେ ମାମଲା

ସଲ୍‌ମାନ, କ୍ୟାଟ୍ରିନାଙ୍କ ବିରୋଧରେ ମାମଲା

ଓ୍ବାଶିଂଟନ୍‌: ଆମେରିକୀୟ କୋର୍ଟରେ ଅଭିନେତା ସଲ୍‌ମାନ ଖାନ, କ୍ୟାଟ୍ରିନା କୈଫ୍‌, ସୋନାକ୍ଷୀ ସିହ୍ନା, ରଣବୀର ସିଂ, ପ୍ରଭୁ ଦେବାଙ୍କ ସମେତ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କ ବିରୋଧରେ ମାମଲା ହୋଇଛି।

ଆଇକନ୍‌ଙ୍କୁ ଭେଟିଲେ ‘ଡବୁ ଅଙ୍କଲ୍‌’

ଆଇକନ୍‌ଙ୍କୁ ଭେଟିଲେ ‘ଡବୁ ଅଙ୍କଲ୍‌’

ବମ୍ବେ: ‘ଡ୍ୟାନ୍ସିଂ ଅଙ୍କଲ୍‌’ ଭାବେ ଜଣାଶୁଣା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ସଞ୍ଜୀବ ଶ୍ରୀବାସ୍ତବ ଶେଷରେ ନିଜ ଆଇକନ୍‌ ଗୋବିନ୍ଦାଙ୍କୁ ଭେଟିବାର ସୁଯୋଗ ପାଇଛନ୍ତି। ଭାଇରାଲ ଭିଡିଓ ଜରିଆରେ ବେଶବିଦେଶରେ ଲୋକଙ୍କୁ ମତୁଆଲା କରିଛନ୍ତି ମଧ୍ୟପ୍ରଦେଶର ଭୋପାଳ ସହରର ଏହି ପ୍ରାଧ୍ୟାପକ ଜଣକ। ରିଏଲିଟି ଶୋ ‘ଡ୍ୟାନ୍ସ ଦିଓ୍ବାନେ’ ସେଟ୍‌ରେ ଗୋବିନ୍ଦାଙ୍କ ସହ ହୋଇଛି ତାଙ୍କର ଭେଟ। ବଲିଉଡ୍‌ର ଏହି କିମ୍ବଦନ୍ତୀ କଳାକାରଙ୍କ ସହ ଗୋଟିଏ ମଞ୍ଚରେ ନାଚିବାର ସୁଯୋଗ ପାଇଛନ୍ତି ସଞ୍ଜୀବ। ଗୋବିନ୍ଦାଙ୍କ ଫିଲ୍ମ ‘ଖୁଦ୍‌ଗର୍ଜ’ର ‘ଆପ୍‌ କେ ଆଜାନେ ସେ’ ଗୀତରେ ନାଚିଥିଲେ ସେମାନେ। ଏହି ଗୀତରେ ହିଁ ଡବୁ ଅଙ୍କଲ୍‌ଙ୍କ ଡାନ୍ସ ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ପାଲଟିଛି। ପ୍ରକାଶ ଯେ, ଏକ ବିବାହ କାର୍ଯ୍ୟକ୍ରମରେ ସଞ୍ଜୀବ ଏହି ଗୀତରେ ନାଚୁଥିବା ବେଳର ଭିଡିଓ ସୋସିଆଲ୍‌ ମିଡିଆରେ କେହି ଅପ୍‌ଲୋଡ କରିଥିଲେ।

ଆସିଲା ‘ଲଭ୍‌ରାତ୍ରି’ ଟ୍ରେଲର୍‌

ଆସିଲା ‘ଲଭ୍‌ରାତ୍ରି’ ଟ୍ରେଲର୍‌

ବମ୍ବେ: ରିଲିଜ୍‌ ହେଲେ ‘ଲଭ୍‌ରାତ୍ରି’ର ପ୍ରଥମ ଟ୍ରେଲର୍‌। ଅଭିନେତା ସଲ୍‌ମାନ ଖାନ୍‌ଙ୍କ ପ୍ରଡକ୍ସନ୍‌ ହାଉସ୍‌ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମ ଜରିଆରେ ବଲିଉଡ୍‌ରେ ପଦାର୍ପଣ କରୁଛନ୍ତି ପୁଣି ଦୁଇ ନବାଗତ କଳାକାର ଆୟୁଷ ଶର୍ମାଙ୍କୁ ଏବଂ ଓ୍ବରିନା ହୁସେନ୍‌। ‘ଲଭ୍‌ରାତ୍ରି’ରେ ନିଜ ଭିଣୋଇ ଆୟୁଷଙ୍କୁ ଲଞ୍ଚ୍‌ କରୁଛନ୍ତି ସଲ୍‌ମାନ। ଆୟୁଷଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଆସୁଛନ୍ତି ଓ୍ବରିନା। ‘ବଲିଉଡ୍‌ର ଆମ ଭାଇ ନିଜ ଭାଇଙ୍କୁ ଲଞ୍ଚ୍‌ କରୁଛନ୍ତି’ ବୋଲି ଗୁରୁବାର ରିଲିଜ୍‌ ହୋଇଥିବା ଟ୍ରେଲର୍‌ରେ ଉଲ୍ଲେଖ କରାଯାଇଛି। ଟ୍ରେଲର୍‌ ଦେଖି ଫିଲ୍ମର କାହାଣୀ ବିଷୟରେ ସମ୍ୟକ୍‌ ସୂଚନା ମିଳିପାରିଛି। ଆୟୁଷଙ୍କ ପ୍ରଥମ ଫିଲ୍ମକୁ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ଚାଲିଥିଲା। ଆୟୁଷ ଏବଂ ଓ୍ବରିନା ଦର୍ଶକ ଦରବାରରେ କିଭଳି ଯାଦୁ ଦେଖାଇ ପାରିଛନ୍ତି ତାହା ଫିଲ୍ମ ଦେଖିବା ପରେ ପ୍ରକୃତରେ ଜଣାପଡ଼ିବ।

ଆଜିଯାଏ ଗର୍ଲଫ୍ରେଣ୍ଡ ନାହାନ୍ତି-ଚିନ୍ମୟ ମିଶ୍ର

ଆଜିଯାଏ ଗର୍ଲଫ୍ରେଣ୍ଡ ନାହାନ୍ତି-ଚିନ୍ମୟ ମିଶ୍ର

ଓଡ଼ିଆ ଟେଲିଭିଜନ ଜଗତର ଲୋକପ୍ରିୟ ଖଳନାୟକ ଚିନ୍ମୟ ମିଶ୍ର। ୧୨ରୁ ଅଧିକ ଟେଲି ଧାରାବାହିକରେ ଅଭିନୟ ଯାଦୁ ଦେଖାଇସାରିଥିବା ଚିନ୍ମୟ ନିଜର ରିୟଲିଷ୍ଟିକ୍‌ ଆକ୍ଟିଂ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ। କେତେବେଳେ ଦର୍ଶକଙ୍କୁ ହସାଉଥିବାବେଳେ କେତେବେଳେ ସେମାନଙ୍କୁ ରଗାଉଥିବା ଏହି ଅଭିନେତା ନିଜର ଅପ୍‌କମିଙ୍ଗ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ।

ଓ୍ବେଟ୍‌ ଲିଫ୍ଟିଂ ଏକ୍ସରସାଇଜ ଅଧିକ କରେ-ଅନୁଭା ସୌର୍ଯ୍ୟା

ଓ୍ବେଟ୍‌ ଲିଫ୍ଟିଂ ଏକ୍ସରସାଇଜ ଅଧିକ କରେ-ଅନୁଭା ସୌର୍ଯ୍ୟା

ଅନୁଭା ସୌର୍ଯ୍ୟା। ଓଡ଼ିଆ ସିନେ ଜଗତରେ ଜଣେ ଜଣାଶୁଣା ଚେହେରା। ୨୦୧୧ ‘ମୁଁ ପ୍ରେମୀ ମୁଁ ପାଗଳ’ ଫିଲ୍ମ ମାଧ୍ୟମରେ ସେ ଓଡ଼ିଆ ସିନେ ଜଗତକୁ ପ୍ରବେଶ କରିଥିଲେ। ‘ସମୟ ବଡ଼ ବଳବାନ’, ‘ରିଭେଞ୍ଜ’, ‘ସ୍ବିଟ୍‌ ହାର୍ଟ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଶୁଟିଂ ବ୍ୟସ୍ତତାରେ ଥାଇ ମଧ୍ୟ ସେ ନିଜ ଫିଟ୍‌ନେସ୍‌ ପ୍ରତି ସବୁବେଳେ ଧ୍ୟାନ ଦେଇଥାନ୍ତି।

ଜମିବ ରଜ ଲଢ଼େଇ

ଜମିବ ରଜ ଲଢ଼େଇ

ଚଳିତବର୍ଷ ରଜରେ ଦୁଇଟି ଓଡ଼ିଆ ସିନେମା-ଫୋର ଇଡିୟଟ୍‌ସ, ସୁନ୍ଦରଗଡର ସଲମାନ ଖାଁ ରିଲିଜ ହୋଇଛି। ଫିଲ୍ମଦ୍ୱୟ ଚଳିତ ମାସ ୧୩ରେ ପରଦା ଉପରକୁ ଆସିଛି। ହେଲେ ଚଳିତ ମାସ ୧୫ରେ ପରଦା ଉପରକୁ ଆସୁଛି ଚର୍ଚ୍ଚିତ ଫିଲ୍ମ ‘ରେସ-୩’, ଯାହାର ନାୟକ ସାଜିଛନ୍ତି ବଲିଉଡର ଅନ୍ୟତମ ଲୋକପ୍ରିୟ ତାରକା ସଲମାନ ଖାଁ।

Model This Week

ପ୍ରଭାତ