
ଖଇରା, ୨୮।୭: ବାଲେଶ୍ବର ଜିଲା ଖଇରା ବ୍ଲକ କୁପାରୀ ବଜାରରେ ବିଦ୍ୟୁତ୍ ଆଘାତରେ ଆହତ ହୋଇ ଚିକିତ୍ସାଧିନ ଥିବା ବିଦ୍ୟୁତ୍ କର୍ମଚାରୀଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ କୁପାରୀ ଗ୍ରାମର ତପନ କୁମାର ଜେନା(୨୮)। ଗୁରୁବାର ସନ୍ଧ୍ୟାରେ ତପନ ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ଚିକିତ୍ସା ଲାଗି ତାଙ୍କୁ ଭଦ୍ରକ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା।