ଜାତୀୟ |

ପ୍ରିୟାଙ୍କ ସପକ୍ଷରେ ସୁପ୍ରିମକୋର୍ଟ

ପ୍ରିୟାଙ୍କ ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ/ଥିରୁଭାନନ୍ଥପୁରମ୍‌,୨୧।୨(ପି.ଟି.): ମ୍ୟୁଜିକ୍‌ ଭିଡିଓରୁ ବିବାଦ ଘେରକୁ ଟାଣି ହୋଇଥିବା ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ବାରିଅରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ଉକ୍ତ ଗୀତ ପାଇଁ ପ୍ରିୟାଙ୍କ ବିରୋଧରେ ହୋଇଥିବା ଆପରାଧିକ ଅଭିଯୋଗ ଉପରେ ବୁଧବାର ସୁପ୍ରମିକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଫିଲ୍ମର ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ପାଇଁ ମଧ୍ୟ ସର୍ବୋଚ୍ଚ ଅଦାଲତ ସମାନ ଆଦେଶ ଜାରି କରିଛନ୍ତି। ମାଲ୍‌ୟାଲମ୍‌ ଫିଲ୍ମ ‘ଓରୁ ଆଦର ଲଭ୍‌’ର ‘ମାଣିକ୍ୟ ମାଲାରୟା ପୁଭି’ ଶୀର୍ଷକ ଏକ ରୋମାଣ୍ଟିକ୍‌ ଗୀତ ଭାଲେଣ୍ଟାଇନ୍‌ ସପ୍ତାହରେ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ରାତାରାତି ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ପାଲଟି ଯାଇଥିଲେ ପ୍ରିୟା। ସ୍କୁଲ୍‌ ଟାଇମ୍‌ ଲଭ୍‌ ଷ୍ଟୋରିରେ ପ୍ରିୟାଙ୍କ ଚପଳାମି ସାଙ୍ଗକୁ ଆଖି ଓ ମୁଖଭଙ୍ଗୀ କୋଟି ହୃଦୟ ଜିତିବାରେ ସଫଳ ରହିଥିଲା। ଚାରିଆଡ଼ୁ ତାଙ୍କର ପ୍ରଶଂସା ହେବାରେ ଲାଗିଥିବାବେଳେ
ଅଭିନେତ୍ରୀଙ୍କ ଏଭଳି ଭାବଭଙ୍ଗୀ ଗୀତର ଶବ୍ଦ ପ୍ରତି ଅପମାନ ସୂଚକ ବୋଲି ତେଲେଙ୍ଗାନାର କେତେକ ମୁସଲ୍‌ମାନ ସଙ୍ଗଠନ ଆପତ୍ତି ଉଠାଇଥିଲେ। ଏହାର ଶବ୍ଦ ପ୍ରଫେଟ୍‌ ମହମ୍ମଦଙ୍କ ଜୀବନୀ ଉପରେ ଆଧାରିତ ଥିବାବେଳେ ପ୍ରିୟାଙ୍କ ଭଙ୍ଗୀ ତାକୁ ଅପମାନିତ କରୁଛି। ଏହା ମୁସଲ୍‌ମାନ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ କୁଠାରାଘାତ କରୁଥିବା ନେଇ ସେମାନେ ହାଇଦ୍ରାବାଦ ପୋଲିସ ନିକଟରେ ମାମଲା ଦାଏର କରିଥିଲେ। ମହାରାଷ୍ଟ୍ରରେ ମଧ୍ୟ ଏଭଳି ଏକ ମାମଲା ହୋଇଥିଲା। ଉକ୍ତ ମାମଲାଗୁଡ଼ିକୁ ଖାରଜ କରିବା ଲାଗି କେରଳର ଥ୍ରିସୁର ସହରର ୧୮ ବର୍ଷୀୟା ବି.କମ୍‌ ଛାତ୍ରୀ ପ୍ରିୟା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଏହାର ଶୁଣାଣି କରି ତେଲେଙ୍ଗାନା ସରକାର ଏବଂ ଅନ୍ୟମାନଙ୍କୁ ନୋଟିସ୍‌ କରି ଅଭିନେତ୍ରୀ ଏବଂ ନିର୍ମାତା ନିର୍ଦ୍ଦେଶକଙ୍କ ବିରୋଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ସେପଟେ ସୁପ୍ରିମକୋର୍ଟଙ୍କ ରାୟରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରିୟା। ତାଙ୍କ ଓକିଲ ସବୁକିଛି ସକାରାତ୍ମକ ଥିବା କହିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଏହି ଆଦେଶ ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ବୋଲି ସେ କହିଛନ୍ତି।

All Right Reserved By

ଜାତୀୟ |

ସ୍କୁଲ ଶୌଚାଳୟରେ ନବମ ଶ୍ରେଶୀ ଛାତ୍ରଙ୍କୁ ହତ୍ୟା

ସ୍କୁଲ ଶୌଚାଳୟରେ ନବମ ଶ୍ରେଶୀ ଛାତ୍ରଙ୍କୁ ହତ୍ୟା

ଭଦୋଦରା,୨୨।୬: ଗୁଜରାଟ ଭଦୋଦରାର ଏକ ସ୍କୁଲ ଶୌଚାଳୟରେ ଜଣେ ନବମ ଶ୍ରେଶୀ ଛାତ୍ରଙ୍କ ମୃତଦେହ ମିଳିଛି। ଶୁକ୍ରବାର ସକାଳେ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଶିକ୍ଷକଙ୍କ ବଦଳିକୁ ଅଟକାଇଦେଲେ ଛାତ୍ରୀଛାତ୍ର

ଶିକ୍ଷକଙ୍କ ବଦଳିକୁ ଅଟକାଇଦେଲେ ଛାତ୍ରୀଛାତ୍ର

ମାଡ୍ରାସ,୨୨।୬: ଗୁରୁଶିଷ୍ୟ ପରମ୍ପରାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ତାମିଲନାଡୁରେ। ଥିରୁଭାଲୁରର ଭାଲିଆଗରାମ ସରକାରୀ ସ୍କୁଲରେ ଇଂରାଜୀ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସି.ଭଗବାନଙ୍କର ବଦଳିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ରାହୁଲ ମାନସିକ ସ୍ତରରେ ଅସ୍ଥିର: ଭାଜପା ନେତା

ରାହୁଲ ମାନସିକ ସ୍ତରରେ ଅସ୍ଥିର: ଭାଜପା ନେତା

ଦୁର୍ଗ,୨୨।୬: ଛତିଶଗଡ଼ ଦୁର୍ଗରେ ଭାଜପା ଏମ୍‌ପି ସରୋଜ ପାଣ୍ଡେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମାନସିକ ସ୍ତରରେ ଦୁର୍ବଳ ବୋଲି କହିଛନ୍ତି। କୋକା-କୋଲା ପ୍ରତିଷ୍ଠାତାଙ୍କୁ ନେଇ ରାହୁଲ ଦେଇଥିବା ଟିପ୍ପଣୀର ଜବାବରେ ସେ ଏପରି କହିଥିବା ପ୍ରକାଶ କରିଛନ୍ତି।

ମାତାଲ ଆର୍‌ପିଏଫ୍‌ କନେଷ୍ଟବଳଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ମାତାଲ ଆର୍‌ପିଏଫ୍‌ କନେଷ୍ଟବଳଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ

ସୁରଟ,୨୨।୬: ଗୁଜରାଟ ସୁରଟରେ ଜଣେ ମାତାଲ ଆରପିଏଫ୍‌ କନେଷ୍ଟବଳଙ୍କ କାଣ୍ଡକାରନାମା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ସେ ଉଥନା ରେଲଓ୍ବେ ଷ୍ଟେଶନରେ କାର୍ଯ୍ୟ କରନ୍ତି। ଲିମ୍ବାୟତ କଲୋନୀରେ ସେ ମାତାଲ ହୋଇ ବୁଲୁଥିବାରୁ ଦୃଶ୍ୟ ଭିଡ଼ିଓରେ ଦେଖିବାକୁ ମିଳୁଛି।

୯୬ ବର୍ଷ ବୟସରେ ପାଠପଢ଼ା ନିଶା

୯୬ ବର୍ଷ ବୟସରେ ପାଠପଢ଼ା ନିଶା

ଅଲପ୍ପୁଝା,୨୨।୬: କେରଳର ଅଲପ୍ପୁଝା ଜିଲା ଚେପ୍ପଡ଼ ଗ୍ରାମ ପଞ୍ଚାୟତରେ ବାସକରୁଥିବା ୯୬ ବର୍ଷ ବୟସ୍କା ଜଣେ ବୃଦ୍ଧା ୪ର୍ଥ ଶ୍ରେଣୀରେ ନାମ ଲେଖାଇଛନ୍ତି। ୧୨ ବର୍ଷ ବୟସରେ ପାଠ ଛାଡିଥିବା କର୍ଥୟୟନୀ ଅମ୍ମା ଇତିମଧ୍ୟରେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ଶେଷ କରିଛନ୍ତି। ସ୍ଥାନୀୟ ଲକ୍ଷ୍ମମ ବିନ୍ଦୁ କଲୋନୀରେ ସେ ବାସ କରନ୍ତି। ସେ ୧୦ମ ପର୍ଯ୍ୟନ୍ତ ପାଠ ପଢ଼ିବା ପାଇଁ ଆଶା ବାନ୍ଧିଥିବା ସୂଚିତ କରିଛନ୍ତି। ପରିଣତ ବୟସରେ ପାଠପ୍ରତି ଆଗ୍ରହଥିବା ଅମ୍ମାଙ୍କ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଦେଢଶୁରଙ୍କ ସହ ସଂପର୍କ ରଖିବାକୁ ବାଧ୍ୟକଲେ ଶାଶୁ

ଦେଢଶୁରଙ୍କ ସହ ସଂପର୍କ ରଖିବାକୁ ବାଧ୍ୟକଲେ ଶାଶୁ

ହିସାର, ୨୨।୬: ହରିୟାଣାର ହିସାରରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ବାମୀ ନପୁଂସକ ବୋଲି ଜାଣି ସ୍ତ୍ରୀ ଆପତ୍ତି କରିବା ପରେ ଦେଢଶୁର ସହ ସଂପର୍କ ରଖିବାକୁ ଶାଶୁ ନବବିବାହିତାଙ୍କୁ ବାଧ୍ୟ କରିଥିଲେ ।

ଗନ୍‌ ପଏଣ୍ଟରେ ୫ ମହିଳାଙ୍କୁ ୪ ଘଣ୍ଟା ଗଣବଳାତ୍କାର: ମୋବାଇଲ୍‌ରେ ଭିଡ଼ିଓ ଶୁଟିଂ

ଗନ୍‌ ପଏଣ୍ଟରେ ୫ ମହିଳାଙ୍କୁ ୪ ଘଣ୍ଟା ଗଣବଳାତ୍କାର: ମୋବାଇଲ୍‌ରେ ଭିଡ଼ିଓ ଶୁଟିଂ

ରାଞ୍ଚି,୨୨।୬: ଝାଡ଼ଖଣ୍ଡ ଖୁଣ୍ଟି ଜିଲା ଅଡ଼କ ଥାନା ଅନ୍ତର୍ଗତ କୋଚାଙ୍ଗ୍‌ ଗାଁରେ ଘଟିଛି ଏକ ଅଘଟଣ। ପଥପ୍ରାନ୍ତ ନାଟକ ମାଧ୍ୟମରେ ବିସ୍ଥାପନ ଏବଂ ମାନବ ଚାଲାଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଯାଇଥିବା ୫ ମହିଳାଙ୍କୁ କରାଯାଇଛି ଗଣବଳାତ୍କାର।

ଏନ୍‌ଏସ୍‌ଜିକୁ ସୁରକ୍ଷା ଦାୟିତ୍ୱ

ଏନ୍‌ଏସ୍‌ଜିକୁ ସୁରକ୍ଷା ଦାୟିତ୍ୱ

ଶ୍ରୀନଗର,୨୨।୬(ପି.ଟି.)-ଆତଙ୍କବାଦୀମାନେ ଅମରନାଥ ଯାତ୍ରା ବେଳେ ଆକ୍ରମଣ କରିପାରନ୍ତି ବୋଲି ଗୋଇନ୍ଦା ସୂଚନା ମିଳିଛି। ଏହାକୁ ନେଇ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

୧୨ ବର୍ଷ ଧରି ବ୍ରିଜ୍‌ ତଳେ ପାଠପଢ଼ା

୧୨ ବର୍ଷ ଧରି ବ୍ରିଜ୍‌ ତଳେ ପାଠପଢ଼ା

ନୂଆଦିଲ୍ଲୀ,୨୨।୬: ଭାରତର ରାଜଧାନୀ ନୂଆଦିଲ୍ଲୀର ଯମୁନା ନଦୀ କୂଳରେ ଅକ୍ଷରଧାମ ମେଟ୍ରୋ ରେଲଓ୍ବେ ଷ୍ଟେଶନର ବ୍ରିଜ୍‌ ତଳେ ଚାଲିଛି ଏକ ମାଗଣା ସ୍କୁଲ। ଏହା ହେଉଛି ‘ଫ୍ରି ସ୍କୁଲ ଅଣ୍ଡର ଦି ବ୍ରିଜ୍‌’।

ସାକ୍ଷାତକାର ସମୟରେ ଅଧାରୁ ଉଠି ଚାଲିଗଲେ କଂଗ୍ରେସ ନେତା

ସାକ୍ଷାତକାର ସମୟରେ ଅଧାରୁ ଉଠି ଚାଲିଗଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୨।୬: ପୁଣି ବିବାଦରେ କଂଗ୍ରେସ ନେତା ସୌଫୁଦ୍ଦିନ୍‌ ସୋଜ୍‌। ପୂର୍ବରୁ ସେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କୁ ସମର୍ଥନ କରିବାକୁ ନେଇ ବିବାଦରେ ଫସିଯାଇଥିବା ସୌଫଦ୍ଦିନ୍‌ ଏବେ ଏହି କଥାର ଉତ୍ତର ଦେବାକୁ ନାରାଜ।

୧୧ ବର୍ଷ ଧରି ଆମ୍ବଗଛ ତଳେ ଚାଲିଛି ସ୍କୁଲ

୧୧ ବର୍ଷ ଧରି ଆମ୍ବଗଛ ତଳେ ଚାଲିଛି ସ୍କୁଲ

ଭୋପାଳ,୨୨।୬: ଦେଶରେ ଶିକ୍ଷାର ପ୍ରସାର ନେଇ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି। ଏନେଇ ଅନେକ ଯୋଜନା ପ୍ରଣୟନ କରାଯାଇଛି। ତେବେ ମଧ୍ୟପ୍ରଦେଶ ବାଲାଘାଟ ମଲାଜଖଣ୍ଡରେ ଦୀର୍ଘ ୧୧ ବର୍ଷ ଧରି ଆମ୍ବଗଛ ତଳେ ସ୍କୁଲ ଚାଲିଛି।

ନିକୋବରରେ ଭୂକମ୍ପ

ନିକୋବରରେ ଭୂକମ୍ପ

ପୋର୍ଟବ୍ଲେଆର, ୨୨।୬: ଆଣ୍ଡାମାନ ନିକୋବରରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ ବିଭାଗ ପକ୍ଷରୁ ସୂଚିତ କରାଯାଇଛି।

Model This Week

ପ୍ରଭାତ