ଜୀବନଚର୍ଯ୍ୟା |

ଟିପ୍ସ: କିପରି ଲଗାଇବେ ‘ମୁଲତାନୀ ମାଟି’

ଟିପ୍ସ: କିପରି ଲଗାଇବେ ‘ମୁଲତାନୀ ମାଟି’

ମୁଲତାନୀ ମାଟି ସବୁଠାରୁ ଶସ୍ତା ଓ ଲାଭଦାୟକ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ଭାବେ ପରିଚିତ। ଏହା ବଜାରରେ ଖୁବ୍‌ ସହଜରେ ମଧ୍ୟ ଉପଲବ୍ଧ ହୋଇଥାଏ। ଯଦି ଏହାକୁ ଠିକ୍‌ ଭାବେ ବ୍ୟବହାର କରାଯାଏ ତେବେ ଆପଣଙ୍କର ତ୍ୱଚା ଅଧିକ କୋମଳ ଓ ସୁନ୍ଦର ହୋଇପାରିବ। ଏପରି କିଛି ଉପାୟ ବିଷୟରେ ଆସନ୍ତୁ ଆଲୋଚନା କରିବା।
-)ମୁଲତାନୀ ମାଟିରେ ବାଦାମର ଛୋଟ ଛୋଟ ଖଣ୍ଡ ଓ କ୍ଷୀର ପକାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ କୋମଳ ହେବା ସହ ରଙ୍ଗରେ ପରିବର୍ତ୍ତନ ଆସିବ।
-)ପୁଦିନାର କିଛି ପତ୍ରକୁ ବାଟିସେଥିରେ ଦହି ଓ ମୁଲତାନୀ ମାଟି ମିଶାନ୍ତୁ। ଏହାକୁ ଲଗାଇବା ଦ୍ୱାରା ମୁଁହର ଦାଗ ଓ ଚିହ୍ନ ଆଦିରୁ ରକ୍ଷା ପାଇପାରିବେ।
-)ମୁଲତାନୀ ମାଟିରେ ଗୋଲାପ ଜଳ ମିଶାଇ ଲଗାଇବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଏଥିସହ ତେଲିଆ ତ୍ୱଚା ପରି ସମସ୍ୟଠାରୁ ରକ୍ଷା ପାଇହୁଏ।
-)ପାଚିଲା ଅମୃତଭଣ୍ଡାର କିଛି ଅଂଶକୁ ଚକଟି ସେଥିରେ ଦୁଇ ଟୋପା ମହୁ ଓ ମୁଲତାନୀ ମାଟି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ମୁଁହରେ ଲଗାନ୍ତୁ। ତ୍ୱଚାର ସୁନ୍ଦରତା ବୃଦ୍ଧି ପାଇବ।
-)ମୁଲତାନୀ ମାଟିରେ ଏକ ଚାମଚ ଚନ୍ଦନ ପାଉଡର, ଟମାଟୋ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁଁହରେ ଲଗାଇବା ଦ୍ୱାରା ତ୍ୱଚା ସୁନ୍ଦର, କୋମଳ ଓ ଦାଗମୁକ୍ତ ହୋଇଥାଏ।

All Right Reserved By

ଜୀବନଚର୍ଯ୍ୟା |

ଖରାରେ ବି ରହିବ ମେକ୍‌ଅପ୍‌

ଖରାରେ ବି ରହିବ ମେକ୍‌ଅପ୍‌

ବର୍ତ୍ତମାନ କିଛିଦିନ ହେବ ପ୍ରବଳ ଖରା ଏବଂ ଗୁଳୁଗୁଳି ଅନୁଭୂତ ହେଉଛି। ଏମିତିରେ ଅଧିକାଂଶ ମହିଳାଙ୍କର ଚିନ୍ତା ରହିଥାଏ ନିଜ ମେକ୍‌ଅପ୍‌କୁ ନେଇ। କାରଣ ଏଭଳି ପାଗରେ କିଛି ସମୟ ମଧ୍ୟରେ ଏହା ଝାଳରେ ଧୋଇଯାଇଥାଏ। ତେଣୁ ଏ ଦିନେ କିପରି ମେକ୍‌ଅପ୍‌କୁ ଦୀର୍ଘ ସମୟ ରଖିପାରିବେ ଜାଣିରଖନ୍ତୁ ଟିପ୍ସ...

ଆପଣ କଫି ପିଉଛନ୍ତି କି  ?

ଆପଣ କଫି ପିଉଛନ୍ତି କି ?

ଏଭଳି ଅନେକେ ଅଛନ୍ତି, ଯେଉଁମାନଙ୍କ ସକାଳ ନିଦ ଭାଙ୍ଗେ ଏକ କପ୍‌ କଫି ସହିତ । କେହି କେହି ଦିନରେ ଏକାଧିକ ବାର କଫି ମଧ୍ୟ ପିଇଥାନ୍ତି । ଯଦିଓ ଏହା ସ୍ବାଦିଷ୍ଟ ଏବଂ ମୁଡ୍‌ଫ୍ରେଶ୍‌ କରିଥାଏ, ତଥାପି ଆବଶ୍ୟକରୁ ଅଧିକ କଫି ପିଇବା ମଧ୍ୟ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଜାଣିରଖନ୍ତୁ ସେ ସମ୍ପର୍କରେ...

ଜୀବନ ଲାଗି ଅମୃତ ରଙ୍ଗୀନ ପନିପରିବା

ଜୀବନ ଲାଗି ଅମୃତ ରଙ୍ଗୀନ ପନିପରିବା

ବିଭିନ୍ନ ପନି ପରିବାର ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ତେବେ ପନିପରିବାର ଏହି ରଙ୍ଗ କଣିକା ମଣିଷ ଜୀବନ ପାଇଁ ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ। ସମ୍ପର୍କରେ ନେଦରଲାଣ୍ଡର ଲେଇଦେନ୍‌ ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ ବିଭାଗର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ଦର୍ଶାଇଛନ୍ତି।

ଡାଳିମ୍ବ ରସ ପିଅନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ

ଡାଳିମ୍ବ ରସ ପିଅନ୍ତୁ ମେଦବହୁଳତାରୁ ରକ୍ଷା ପାଆନ୍ତୁ

ଶରୀରକୁ ଫିଟ୍‌ ଓ ହେଲଦି ରଖିବା ପାଇଁ ସବୁ ପ୍ରକାର ଫଳ ଖାଇବା ଆବଶ୍ୟକ। ତେବେ ଡାଳିମ୍ବର ରସ ବିଶେଷ ଭାବରେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ବୋଲି କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ସୂଚିତ କରିଛନ୍ତି।

ସକାଳୁ ମିଶ୍ରି ପାଣି ପିଇଲେ କ’ଣ ମିଳେ...

ସକାଳୁ ମିଶ୍ରି ପାଣି ପିଇଲେ କ’ଣ ମିଳେ...

ସକାଳୁ ନିତ୍ୟକର୍ମ ପରେ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ କିଛି ମିଶ୍ରି ଖଣ୍ଡ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ସନ୍ତାନ ହୀନତା ଓ କାଶରୁ ମିଳିଥାଏ ମୁକ୍ତି।

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ଘରୋଇ ଉପଚାର

ଡେଙ୍ଗୁର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି। ଏହା ଖୁବ୍‌ ମାରାତ୍ମକ ହୋଇଥିବାରୁ ଅନେକ ଲୋକ ଏହାର ନାଁ ଶୁଣି ଡରିଯାଆନ୍ତି। । ହେଲେ ଏଭଳି କିଛି ଘରୋଇ ଉପଚାର ଅଛି ଯାହାଦ୍ୱାରା ଡେଙ୍ଗୁଠାରୁ ଦୂରେଇ ରହିପାରିବା।

ସ୍ବାସ୍ଥ୍ୟ ସୂଚନା

ସ୍ବାସ୍ଥ୍ୟ ସୂଚନା

* ଯେତେ ସମ୍ଭବ ରାତି ୮ଟା ପୂର୍ବରୁ ରାତ୍ରି ଭୋଜନ ଶେଷ କରନ୍ତୁ। ଏହାଦ୍ୱାରା ଖାଇଥିବା ଖାଦ୍ୟ ସହଜରେ ହଜମ ହୋଇଥାଏ। କେବଳ ସେତିକି ନୁହେଁ ଏହାଦ୍ୱାରା ଭଲ ନିଦ ମଧ୍ୟ ହୁଏ। ରାତ୍ରି ଭୋଜନରେ ହାଲୁକା ଖାଦ୍ୟ ସାମିଲ କରନ୍ତୁ।

ଅନିଦ୍ରା ସମସ୍ୟାକୁ ଦୂର କରେ ଯୋଗନିଦ୍ରା

ଅନିଦ୍ରା ସମସ୍ୟାକୁ ଦୂର କରେ ଯୋଗନିଦ୍ରା

ଅନେକଙ୍କୁ ରାତିରେ ନିଦ ନ ହେବା ଅତି ସାଧାରଣ କଥା ହୋଇଯାଇଛି। ସେଥିପାଇଁ କେହି କେହି ରାତିରେ ନିଦ ବଟିକା ଖାଉଥିବାବେଳେ ଅନ୍ୟ କେହି ନିଦ ଆସିବାର ନାନା ଉପାୟ ଅବଲମ୍ବନ କରିଥାନ୍ତି। ତେବେ ଯୋଗାସନରେ ରହିଛି ଏହାର ସମାଧାନ ।

ସକାଳୁ କାହିଁକି ପିଇବେ ତ୍ରିଫଳା ପାଣି...

ସକାଳୁ କାହିଁକି ପିଇବେ ତ୍ରିଫଳା ପାଣି...

ସକାଳୁ ନିତ୍ୟକର୍ମ ପରେ ତ୍ରିଫଳା ପାଣି ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ହରିଡ଼ା, ବାହାଡ଼ା ଓ ଅଁଳାକୁ ଗୋଟା କିମ୍ବା ଚୂର୍ଣ୍ଣ କରି ରାତିରେ ଏକ ଗ୍ଲାସ୍‌ ପାଣିରେ ପକାଇ ଏହାକୁ ସକାଳୁ ପିଇଲେ ପାଚନ କ୍ରିୟା ନିୟନ୍ତ୍ରିତ ହେବା ସହିତ ଡାଇବେଟିସ୍‌ ଓ ହୃଦ୍‌ ସମସ୍ୟାରୁ ମିଳିଥାଏ ମୁକ୍ତି।

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ କଳଦୀ

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରେ କଳଦୀ

ବ୍ୟସ୍ତବହୁଳ ଜୀବନଶୈଳୀ ଦିନକୁ ଦିନ ଆମ ପାଇଁ ଅନେକ ରୋଗର କାରଣ ପାଲଟିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ହାଇ ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ। ଆମେରିକାର ୟୁନିଭରସିଟି ଅଫ୍‌ ମିନେସୋଟାର ଗବେଷଣା ଅନୁଯାୟୀ, ନିୟମିତ କଦଳୀ ଖାଇଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ ବୋଲି ଜଣାପଡିଛି।

କ୍ୟାନସର ଠାରୁ ଦୂରେଇ ରହିବା ପାଇଁ...

କ୍ୟାନସର ଠାରୁ ଦୂରେଇ ରହିବା ପାଇଁ...

ପିଆଜରେ ରହିଛି ସଲଫର, ଏମିନୋ ଏସିଡ ଓ ଭିଟାମିନ୍ସ। ବିଶେଷ କରି କଞ୍ଚା ପିଆଜ ଖାଇଲେ ଏହା ଉପକାର ଅନେକ। - ନିୟମିତ ଖାଦ୍ୟରେ କଞ୍ଚା ପିଆଜ ଖାଇଲେ ଏଥିରେ ଥିବା ସଲ୍‌ଫର କ୍ୟାନସର ଭଳି ମାରାତ୍ମକ ରୋଗଠାରୁ ଆମକୁ ଦୂରେଇ ରଖିଥାଏ। କାରଣ ଶରୀରରେ ଥିବା କ୍ୟାନସର ଜୀବାଣୁକୁ ସଲଫର ବଢିବାକୁ ଦେଇ ନ ଥାଏ।

ଜଙ୍କଫୁଡ୍‌ ଅଭ୍ୟାସ ଲାଗି ଫେସବୁକ୍‌ ବି ଦାୟୀ

ଜଙ୍କଫୁଡ୍‌ ଅଭ୍ୟାସ ଲାଗି ଫେସବୁକ୍‌ ବି ଦାୟୀ

ଛୋଟପିଲା, କିଶୋରୀ, କିଶୋରଙ୍କ ପିଜ୍ଜା, ବର୍ଗର ଭଳି ଜଙ୍କଫୁଡ୍‌କୁ ବେଶ୍‌ ପସନ୍ଦ କରିଥାନ୍ତି। ସେମାନଙ୍କର ଏହି ଅଭ୍ୟାସ ଲାଗି ଫେସବୁକ୍‌ ଦାୟୀ ବୋଲି ଗବେଷକ ସୂଚିତ କରିଛନ୍ତି। ଏକ ଗବେଷଣା ଅନୁସାରେ, କିଶୋରୀ, କିଶୋରଙ୍କ ଜଙ୍କଫୁଡ୍‌ ପ୍ରେମ ପାଇଁ ସବୁଠୁ ବେଶି ସୋସିଆଲ ମିଡିଆ ୱେବସାଇଟ୍‌ ଦାୟୀ।

Model This Week

ପ୍ରଭାତ