ଫୁରସତ |

ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଦେଖାଯାଏ ନିଦ୍ରା ହୀନତା

 ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଦେଖାଯାଏ ନିଦ୍ରା ହୀନତା
ଓ୍ବାଶିଂଟନ: ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ନିଦ୍ରା ହୀନତା ରୋଗ ଦେଖାଯାଇଥାଏ ବୋଲି ଗବେଷକ ସୂଚିତ କରିଛନ୍ତି। ତିନି ମାସ ପୂର୍ବରୁ ଜନ୍ମ ହୋଇଥିବା ଶିଶୁଙ୍କଠାରେ ଶ୍ୱାସନଳୀ ସମ୍ପର୍କିତ ରୋଗ ମଧ୍ୟ ଦେଖା ଦେଇଥାଏ। ସେମାନଙ୍କର ମସ୍ତିଷ୍କ ଠିକ୍‌ ଭାବେ ବିକଶିତ ହୋଇ ନ ଥିବାରୁ ସେମାନଙ୍କଠାରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏନେଇ ଗବେଷକ ୯୬ ଶିଶୁଙ୍କ ଉପରେ ଅଧ୍ୟୟନ କରିଥିଲେ। ସେମାନଙ୍କର ମସ୍ତିଷ୍କର ଏମ୍‌ଆର୍‌ଆଇ କରାଯାଇଥିଲା। ଜଣାପଡିଥିଲା ଯେ, ମାତୃ ଗର୍ଭରେ କମ୍‌ ସମୟ ରହିଥିବା ଶିଶୁଙ୍କର ନାସୋଫାରିଞ୍ଜିୟାଲ୍‌ ଆୟତନ ପରିମାଣ ୨୨୧.୧ ମିଲିମିଟର ଥିବାବେଳେ ଓରୋଫାରିଞ୍ଜିୟାଲ ଆୟତନ ୧୭୯.୩ ମିଲିମିଟର ରହିଥାଏ । ଅନ୍ୟପକ୍ଷରେ ମାତୃ ଗର୍ଭରେ ନିର୍ଦ୍ଦିଷ୍ଟ ସମୟ ପୂରଣ କରିଥିବା ଶିଶୁଙ୍କର କ୍ଷେତ୍ରରେ ଏହି ଦୁଇଟିର ପରିମାଣ ଯଥାକ୍ରମେ ୪୯୫.୬ ମିଲିମିଟର ଓ ୩୧୩.୬ ମିଲିମିଟର ରହିଥାଏ ବୋଲି ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ଶିଶୁ ବିଶେଷଜ୍ଞ ପ୍ରଫେସର ଅନିଲାଓ୍ବାନ୍‌ ସ୍ମିଥ୍‌ମେଧିନ୍‌ ସୂଚିତ କରିଛନ୍ତି। ମାତୃ ଗର୍ଭରେ ଶିଶୁ ପ୍ରାୟତଃ ୩୮.୪ ସପ୍ତାହ ରୁ ୪୦ ସପ୍ତାହ ମଧ୍ୟରେ ରହିଥାଏ। ଏହାଠାରୁ ୩ରୁ ୪ ସପ୍ତାହ କମ୍‌ ସମୟ ରହୁଥିବା ଶିଶୁଙ୍କଠାରେ ନାନା ପ୍ରକାର ସମସ୍ୟା ଦେଖାଯାଇଥାଏ ବୋଲି ସେ କହିଛନ୍ତି। ଫୁସଫୁସ୍‌କୁ ଆବଶ୍ୟକ ପରିମାଣର ବାୟୁ ପ୍ରବେଶ ନ କରିବାରୁ ଏଭଳି ଶିଶୁଙ୍କର ନିଦ୍ରାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। କେତେକ ସ୍ଥଳେ ଶିଶୁ ଘୁଙ୍ଗୁଡି ମାରୁଥିବାର ଦେଖାଯାଇଥାଏ।
All Right Reserved By

ଫୁରସତ |

ଫିଟ୍‌ ରହିବା ଲାଗି ଯେଉଁଠି ଯୋଗ କରିବା ସହ ବିୟର୍‌ ପିଅନ୍ତି ଲୋକେ

ଫିଟ୍‌ ରହିବା ଲାଗି ଯେଉଁଠି ଯୋଗ କରିବା ସହ ବିୟର୍‌ ପିଅନ୍ତି ଲୋକେ

ଫିଟ୍‌ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି। କିନ୍ତୁ ବିୟର ଶରୀର ଲାଗି କ୍ଷତିକାରକ ବୋଲି ସମସ୍ତେ ଜାଣନ୍ତି। ହେଲେ ଜର୍ମାନୀର ଏକ ଯୋଗ ସେଣ୍ଟରରେ ଲୋକେ ଯୋଗ କରିବା ସହିତ ବିୟର ପିଇଥାନ୍ତି। 

ଏଠି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିପାରନ୍ତି କିଶୋର

ଏଠି ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିପାରନ୍ତି କିଶୋର

ପପୁଆ ନିଉ ଗିନିରେ ରହିଛି ଏକ ଅଜବ ପରମ୍ପରା। ଏଠାରେ ରହୁଥିବା ଆଦିବାସୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ନେଇ କୌଣସି ବାଧା ନାହିଁ। ଯିଏ ଯେଉଁଠି ଯେତେବେଳେ ଚାହିଁଲେ ନିଜ ସାଥୀ ସହ ଶାରୀରିକ ସମ୍ପର୍କ ରଖିପାରିବେ। 

କେବଳ ଅନ୍ତର୍ବସ୍ତ୍ର ପିନ୍ଧି ଯେଉଁ ମଲ୍‌କୁ ଶପିଂ ପାଇଁ ଯାଆନ୍ତି ମହିଳା

କେବଳ ଅନ୍ତର୍ବସ୍ତ୍ର ପିନ୍ଧି ଯେଉଁ ମଲ୍‌କୁ ଶପିଂ ପାଇଁ ଯାଆନ୍ତି ମହିଳା

ବ୍ରିଟେନରେ ରହିଛି ଏମିତି ଏକ ଶପିଂ ମଲ୍‌ ଯେଉଁଠି ମହିଳାମାନେ କେବଳ ଅନ୍ତର୍ବସ୍ତ୍ର ପିନ୍ଧି ଆସିଥାଆନ୍ତି। ବ୍ରିଟେନର ଏସେକ୍ସରେ ଥିବା ଲେକ୍‌ସାଇଡ୍‌ ଶପିଂ ମଲ୍‌ରେ ଏଭଳି ମହିଳାଙ୍କୁ ଦେଖିବାକୁ ମିଳେ।

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ଏମିତି ଏକ ସ୍କୁଲ ଯେଉଁଠି ପଢନ୍ତି କେବଳ ଯାଆଁଳା ପିଲା

ସ୍କୁଲରେ ପାଠ ପଢିବାକୁ ସେମିତି କିଛି ବାରଣ ନ ଥାଏ। ଅନେକ ସ୍ଥାନରେ ବାଳକ ବାଳିକାଙ୍କ ସ୍କୁଲ ଅଲଗା ଅଲଗା କରାଯାଇଥାଏ। କିନ୍ତୁ ସ୍କୁଲରେ ଜାତି ଧର୍ମ ବର୍ଣ୍ଣର କୌଣସି ବାଛ ବିଚାର ନ ଥାଏ। 

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗୋବର ଗଣେଶଙ୍କ ପୂଜାରେ ମନୋବାଞ୍ଛା ହୁଏ ପୂରଣ

ଗାଈ ଗୋବରରେ ପ୍ରଭୁ ଶ୍ରୀଗଣେଶଙ୍କ ପ୍ରତିମା ନିର୍ମାଣ କରି ପୂଜା କଲେ ସମସ୍ତ ମନୋବାଞ୍ଛା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି। ଗୋବରରେ ସାକ୍ଷାତ୍‌ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି କୁହାଯାଏ। 

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ପ୍ରେମରେ ଦିଏ ସଫଳତା: ଶୁକ୍ର ପର୍ବତର ତ୍ରିଶୂଳ ଚିହ୍ନ

ହାତରେ ବିଭିନ୍ନ ପର୍ବତ ରହିଛି। ଏସବୁ ଭିନ୍ନ ଭିନ୍ନ ଗ୍ରହକୁ ପ୍ରତିନିଧିତ୍ୱ କରିଥାନ୍ତି। ବୁଢ଼ା ଆଙ୍ଗୁଠି ତଳେ ଥିବା କ୍ଷେତ୍ର ଶୁକ୍ର ମହାଗ୍ରହଙ୍କୁ ପ୍ରତିନିଧିତ୍ୱ କରିଥାଏ। ଏଠାରେ ତ୍ରିଶୂଳ ଆକୃତିର ଚିହ୍ନ ବ୍ୟକ୍ତିକୁ ରୋମାଣ୍ଟିକ୍‌ କରିବା ସହିତ ପ୍ରେମରେ ସଫଳତା ପ୍ରଦାନ କରିଥାଏ। 

ଯେଉଁଠି ପଥର ଗାଏ ଗୀତ...

ଯେଉଁଠି ପଥର ଗାଏ ଗୀତ...

ମହାରାଷ୍ଟ୍ର ପୁଣେ ସହରରେ ରହିଛି ଏକ ପ୍ରକାର ପଥର। ଏହାକୁ ସ୍ପର୍ଶ କଲେ ସଂଗୀତର ମଧୁର ସ୍ବର ଶୁଣିବାକୁ ମିଳୁଛି ।

ମସ୍ତିଷ୍କକୁ ଶାନ୍ତ ରଖେ  କୁଣ୍ଡଳିନୀ ଯୋଗ

ମସ୍ତିଷ୍କକୁ ଶାନ୍ତ ରଖେ କୁଣ୍ଡଳିନୀ ଯୋଗ

କୁଣ୍ଡଳିନୀ ଯୋଗ ମନ, ଶରୀର ଓ ଜ୍ଞାନେନ୍ଦ୍ରିୟକୁ ମିଳିତ କରି ଆତ୍ମାକୁ ପରମାତ୍ମାଙ୍କ ସହିତ ଯୋଡ଼ିଥାଏ। 

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ସାଟେଲାଇଟ୍‌ କ୍ୟାମେରାରେ ଆଣ୍ଟାର୍କଟିକା

ଓ୍ବାଶିଂଟନ୍‌: ନାସା ସାଟେଲାଇଟ୍‌  ପ୍ରଥମଥର ପାଇଁ ଆଣ୍ଟାର୍କଟିକା ବରଫର ସ୍ପଷ୍ଟ ଫଟୋଚିତ୍ର ପ୍ରେରଣ କରିଛି। ଏହା ଆଣ୍ଟାର୍କଟିକାର ବରଫ ପାହାଡର ଉଚ୍ଚତା ମାପ କରିପାରିବ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। 

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ସଙ୍କୁଚିତ ହୋଇପାରୁଥିବା ଡ୍ରୋନ୍‌

ଜେନେଭା: ସୁଇଜରଲାଣ୍ଡସ୍ଥିତ ଇକୋଲ ପଲିଟେକନିକ୍‌ ଫେଡେରାଲେ ଡି ଲାଉସାନେ ଏବଂ ଜ୍ୟୁରିକ୍‌ ୟୁନିଭର୍ସିଟିର ଗବେଷକମାନେ ଏକ ଡ୍ରୋନ୍‌ ବିକାଶ କରିଛନ୍ତି। 

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଭୟଙ୍କର ତଥ୍ୟ ସମ୍ପର୍କରେ ଜଣାପଡିଥାଏ। ଅନେକ ଶାସକ ପ୍ରଜାଙ୍କ ଉପରେ କରୁଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରୀ ଉଠିଥାଏ। ହଙ୍ଗେରୀରେ ପଞ୍ଚଦଶ ଶତାବ୍ଦୀରେ ଏଭଳି ଜଣେ ମହିଳାଙ୍କ କାହାଣୀ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଏ।

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ମଣିଷ ଜୀବନରେ ନାନାପ୍ରକାର ସମସ୍ୟା ଦେଖାଦେଇଥାଏ। ଏହାର ନିରାକରଣ ପାଇଁ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରଭାବଶାଳୀ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରେ ଘୋଡ଼ାନାଲର ଉପଯୋଗ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ।