ଫୁରସତ |

ଅଜବ ବିବାହ: ୩୦ ବର୍ଷ କନିଆଁକୁ ୮୩ ବର୍ଷୀୟ ବର

ଅଜବ ବିବାହ: ୩୦ ବର୍ଷ କନିଆଁକୁ ୮୩ ବର୍ଷୀୟ ବର

ରାଜସ୍ଥାନ: ୩୦ ବର୍ଷ କନିଆଁକୁ ୮୩ ବର୍ଷୀୟ ବର। ବରଯାତ୍ରୀରେ ଆସିଥିଲେ ପୂର୍ବ ସ୍ତ୍ରୀଙ୍କ ଝିଅ, ଜ୍ୱାଇଁ ତଥା ଅନ୍ୟ ପରିଜନ। ସ୍ଥାନୀୟ ପରମ୍ପରାନୁଯାୟୀ ଓଟ ପିଠିରେ ବସି ପହଞ୍ଚିଥିଲା ବର। ସମସ୍ତ ବୈଦିକ ରୀତିନୀତିରେ ହୋଇଥିଲା ବିବାହ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। ରାଜସ୍ଥାନର କରୌଲି ଜିଲାର କୁଡଗାଓଁରେ ଘଟିଛି ଏପରି ବିବାହ। ସୈମରଦା ଗାଁରେ ରହୁଥିବା ବୃଦ୍ଧ ସୁଖରାମ ବେରଓ୍ବା ବିବାହ କରିଛନ୍ତି ରମେଶ ଜି ଦେବୀଙ୍କୁ। ଏହା ସୁଖରାମଙ୍କ ଦ୍ୱିତୀୟ ବିବାହ ମଧ୍ୟ। ପ୍ରଥମ ସ୍ତ୍ରୀଙ୍କଠାରୁ ତାଙ୍କୁ ଗୋଟିଏ ପୁଅ ଓ ଝିଅ ଥିଲା। ତେବେ ୨ ବର୍ଷ ତଳେ ତାଙ୍କ ୩୦ ବର୍ଷୀୟ ପୁଅଙ୍କ ମୃତ୍ୟୁ ଘଟିଥିଲା। ଏପରି ସ୍ଥଳେ ତାଙ୍କ ସମ୍ପତ୍ତି ଓ କୂଳର ରକ୍ଷା କରିବାକୁ ଯାଇ ଦ୍ୱିତୀୟ ବିବାହ କରିବାକୁ ମନସ୍ଥ କରିଥିଲେ ସୁଖରାମ। ପୂର୍ବ ସ୍ତ୍ରୀଙ୍କ ସହମତି ପରେ ଝିଅ ଠିକ୍‌ ହେବା ସହ ବିବାହ ଦିନ ଧାର୍ଯ୍ୟ ହୋଇଥିଲା। ପରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ନିଜଠାରୁ ଅଧା ବୟସର ଝିଅକୁ ବିବାହ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟପକ୍ଷେ ବିବାହ ପରେ ସୁଖରାମ ବେଶ୍‌ ଖୁସିଥିବା ପ୍ରକାଶ କରିଛନ୍ତି।

All Right Reserved By

ଫୁରସତ |

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

ଘରକୁ କିନ୍ନର ଆସିଲେ ନିଶ୍ଚୟ କହିବେ ଏହି କଥା

କୁହାଯାଏ କିନ୍ନରଙ୍କୁ ସନ୍ତୁଷ୍ଟ କଲେ ସେମାନେ ଯାହା ଆଶୀର୍ବାଦ କରନ୍ତି ତାହା ପ୍ରାପ୍ତ ହୋଇଥାଏ। ବେଳେବେଳେ କେତେକେ କିନ୍ନରଙ୍କୁ ଦାନ ଦେବାକୁ ଅରାଜି ହୋଇଥାଆନ୍ତି। ହେଲେ କିନ୍ନର ଆପଣାଛାଏଁ କାହା ଘରେ ଯଦି ପହଞ୍ଚିଥାଆନ୍ତି ତେବେ ତାହାକୁ ଶୁଭ ବୋଲି କୁହାଯାଏ।

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ଏମିତି ଅଣ୍ଡା ଯାହା ଗୋଟିଏ ରାତିରେ କରିବ କୋଟିପତି

ପୃଥିବୀରେ ଅଛନ୍ତି କୋଟି କୋଟି ଜୀବ । ଏମାନଙ୍କ ମଧ୍ୟରୁ ଅନେକେ ମଣିଷ ସମାଜ ପାଇଁ ହୋଇଥାଆନ୍ତି ଲାଭଦାୟକ। ତେବେ ଏଭଳି ଜୀବ ମଧ୍ୟରୁ ଝିଟିପିଟି ଅନ୍ୟତମ। ଏମାନଙ୍କର ମଧ୍ୟ ରହିଛି ପ୍ରକାର ଭେଦ। ତେବେ ଏହି ଝିଟିପିଟିର ଅଣ୍ଡା ମଣିଷକୁ କରିଦେଇପାରେ କୋଟିପତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାରଣ ଗିକୋ ପ୍ରଜାତିର ଝିଟିପିଟି ଯେଉଁ ଅଣ୍ଡା ଦେଇଥାଏ ତାହା ବହୁ ମୂଲ୍ୟବାନ୍‌।

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟାରେ ଶୋଇଲେ କ’ଣ ହୁଏ

ସନ୍ଧ୍ୟା ସମୟରେ ଶୋଇଲେ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ ନକାରାତ୍ମକ ପ୍ରଭାବ। କାରଣ ଏହାଦ୍ୱାରା ଶରୀରର ମେଟାବୋଲିକ ପ୍ରକିୟା ବାଧା ପାଇଥାଏ ବୋଲି ଆମେରିକା ମିସିଗାନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଲିଟରେ ରକ୍ତର ଦାମ ୧୦ ଲକ୍ଷ

ଓ୍ବାଶିଂଟନ: ରକ୍ତର ରଙ୍ଗ ସାଧାରଣତଃ ଲାଲ। ହେଲେ ଏଭଳି ଏକ ପ୍ରଜାତିର କଙ୍କଡା ଅଛନ୍ତି ଯାହାଙ୍କ ରକ୍ତର ରଙ୍ଗ ନୀଳ। ଆଉ ଏହି ନୀଳ ରକ୍ତ ମଣିଷ ପାଇଁ ଅମୃତ ସମାନ ବୋଲି ଆମେରିକାର ବିଶେଷଜ୍ଞମାନେ କହିଛନ୍ତି।

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ପ୍ରେମ ବିବାହର ସୂଚନା ମିଳେ ଜନ୍ମ ତାରିଖରୁ

ଯୁବବର୍ଗଙ୍କ ମଧ୍ୟରେ ବିବାହ ନେଇ ରହିଥାଏ ଆଗ୍ରହ। ବିବାହ ଆରେଞ୍ଜ ହେବ ନା ପ୍ରେମ ବିବାହ ହେବ ସେନେଇ ରହିଥାଏ ଉତ୍ସୁକତା। ତେବେ ଜନ୍ମ ତାରିଖରୁ ପ୍ରେମ ବିବାହ ସମ୍ପର୍କରେ ମିଳେ ସୂଚନା।

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ବୁଝନ୍ତୁ ସଫଳତାର ପ୍ରକୃତ ଅର୍ଥ...

ସଫଳତାର ପ୍ରକୃତ ଅର୍ଥ ନୁହେଁ ଆବଶ୍ୟକତାଠାରୁ ଅର୍ଥ ଜମା କରିବା କିମ୍ବା ବଡ ବଡ ବଙ୍ଗଳା ଓ ଗାଡ଼ି କିଣିବା । ସଫଳତାର ଅର୍ଥ ହେଉଛି ପ୍ରତିଦିନ ନିଜ ଲାଗି ଜଣେ ଯେଉଁ ଲକ୍ଷ୍ୟ ସ୍ଥିର କରିଛନ୍ତି ତାହା ହାସଲ ପାଇଁ ପ୍ରୟାସ ଜାରି ରଖିବା ।

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ସ୍ମରଣ ଶକ୍ତିକୁ ପ୍ରଭାବିତ କରେ ପାଠପଢ଼ା ଚାପ

ପିଲାଙ୍କ ସ୍ମରଣ ଶକ୍ତି ହ୍ରାସ ପଛରେ ଅଭିଭାବକ ହିଁ ଦାୟୀ ଥାଆନ୍ତି। ପିଲାଟି ଉପରେ ଷ୍ଟଡିପେସର୍‌ ବା ପାଠପଢ଼ା ଚାପ ବଢ଼ାଇବାରେ ସେମାନଙ୍କର ଥାଏ ମୁଖ୍ୟ ଭୂମିକା।

କୁପ୍ରଭାବ ଜାଣି ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ଲୋକେ

କୁପ୍ରଭାବ ଜାଣି ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତି ଲୋକେ

ନୂଆଦିଲ୍ଲୀ: ପରିବେଶ ଉପରେ ପ୍ଲାଷ୍ଟିକ୍‌ର ହାନିକାରକ ପ୍ରଭାବ ବିଷୟରେ ଅଧିକାଂଶ ଲୋକ ଅବଗତ। ଏହାସତ୍ତ୍ୱେ ସେମାନେ ପ୍ଲାଷ୍ଟିକ୍‌ର ବ୍ୟବହାର କରି ଚାଲିଛନ୍ତି। କାରଣ ଏହାର ଶସ୍ତା ବିକଳ୍ପ ଉପଲବ୍ଧ ନ ଥିବାରୁ ଲୋକେ ପ୍ଲାଷ୍ଟିକ୍‌ ବ୍ୟବହାର ପାଇଁ ବାଧ୍ୟ ହେଉଛନ୍ତି ବୋଲି ସଦ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି।

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ମାନସିକ ରୋଗକୁ ଡାକିଆଣେ ଡାଇବେଟିସ୍‌

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଡାଇବେଟିସ୍‌ ଓ ମାନସିକ ରୋଗ ପରସ୍ପର ସହିତ ଜଡ଼ିିତ। ଏକ ପ୍ରକାର ଜିନ୍‌ ଡାଇବେଟିସ୍‌ ଓ ମାନସିକ ରୋଗ ମଧ୍ୟରେ ସଂଯୋଗ ସ୍ଥାପନ କରିଥାଏ।

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ଯେଉଁଠି ଲୋକେ ଖାଆନ୍ତି ମାଟି ଲୁଣର ରୁଟି

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ୍‌ ତାଙ୍କ ଟୁଇଟର ଆକାଉଣ୍ଟରେ ଭିଡିଓଟି ଶେୟାର କରିବା ସହ ଏକ ଭାବପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛନ୍ତି।

ସେବାମନସ୍କ ପ୍ରିୟଙ୍କା

ସେବାମନସ୍କ ପ୍ରିୟଙ୍କା

ଜାତୀୟ ସେବା ଯୋଜନାରେ ସାମିଲ ହୋଇ ସମାଜ ସେବା କରିବାକୁ ତାଙ୍କୁ ମିଳିଛି ପ୍ରେରଣା। କଲେଜରେ ପାଠ ପଢିବା ବେଳେ ବିଭିନ୍ନ ସେବା କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ। ଥରେ ଜିଲା ପ୍ରଶାସନ ପକ୍ଷରୁ ପରିଚାଳିତ ହେଉଥିବା ଏକ ଶିଶୁ ଯତ୍ନ ଅନୁଷ୍ଠାନରେ ଏନଏସଏସ ପକ୍ଷରୁ ଦିନିକିଆ କ୍ୟାମ୍ପ ପଡିଥିଲା।

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ମୋ ଅନୁଭୂତି: ଫାଇଟିଂ ସମୟରେ ନାକ ହାଡ଼ ଭାଙ୍ଗି ଯାଇଥିଲା-ଅଭିନେତା ସମରେଶ ରାଉତରାୟ

ସମରେଶ ରାଉତରାୟ, ନଁ। ଶୁଣିବା ମାତ୍ରେ ଆଖି ଆଗରେ ନାଚିଉଠେ ତାଙ୍କ ଖଳନାୟକ ଭୂମିକାରେ ଅଭିନୟ। କିଛିଟା ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବି ଖଳନାୟକ ଭୂମିକା ପାଇଁ ସେ ଦର୍ଶକଙ୍କ ପାଖରେ ଅଧିକ ପରିଚିତ।

Model This Week

ପ୍ରଭାତ