ଫୁରସତ |

ପ୍ରଥମ ଦରମା ମା’ବାପାଙ୍କୁ ଦେଇଥିଲି: ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ଡା. ଦ୍ୱିଜେଶ କୁମାର ପଣ୍ଡା

ପ୍ରଥମ ଦରମା  ମା’ବାପାଙ୍କୁ ଦେଇଥିଲି: ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ଡା. ଦ୍ୱିଜେଶ କୁମାର ପଣ୍ଡା
ଫାଇଲେରିଆ ଓ ନିଦାନ ବିଶେଷଜ୍ଞ ତଥା ବିଜ୍ଞାନ ଲେଖକ ଡା. ଦ୍ୱିଜେଶ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଢେଙ୍କାନାଳ ଜିଲା ଧଳପୁର ନିକଟ ଶାଆନ୍ଦା ଗାଁରେ ମୋର ଜନ୍ମ। ସ୍ଥାନୀୟ ବି.ବି. ହାଇସ୍କୁଲ୍‌ରୁ ୧୯୬୦ରେ ମାଟ୍ରିକ୍‌ ପାସ୍‌ କରିବା ପରେ ଅନୁଗୋଳ ସାଇନ୍ସ କଲେଜରେ ଆଇଏସ୍‌ସି ପଢ଼ିଲି। ତା’ପରେ ବୁର୍ଲା ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌ ପଢ଼ି ସେଠାରେ ବର୍ଷେ ଇଣ୍ଟର୍ନଶିପ୍‌ ବି କରିଥିଲି। ଏହି ସମୟରେ ମୋତେ ଶହେ ଟଙ୍କା ଷ୍ଟାଇପେଣ୍ଡ ମିଳୁଥିଲା, ଯାହା ନିଜ ଖର୍ଚ୍ଚରେ ସରି ଯାଉଥିଲା। ଇଣ୍ଟର୍ନଶିପ୍‌ ପରେ, କାମାକ୍ଷାନଗରର ଅଁଳାବେରଣୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୯୬୮ରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ପ୍ରଥମେ ଯୋଗ ଦେଇଥିଲି। ଦରମା ମିଳିଲା ୩୦୦ ଟଙ୍କା। ଏହି ଟଙ୍କାକୁ ବାପା, ମା’ଙ୍କୁ ଦେଇଥିଲି। ବର୍ଷେ ପରେ ବିଷମକଟକକୁ ମୋର ବଦଳି ହେଲା। ସେଠି ୩ ବର୍ଷ ରହିବା ପରେ ପୁରୀ ଜିଲା ନିମାପଡା ହସ୍ପିଟାଲ୍‌ରେ ଜଏନ୍‌ କରିଥିଲି। ଏହି ସମୟରେ ମାଷ୍ଟର ଇନ୍‌ ସର୍ଜରୀ ପଢିବା ପାଇଁ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ରେ ଇଣ୍ଟରଭ୍ୟୁ ଦେଇଥିଲି। କିନ୍ତୁ ସେଥିରେ ସଫଳତା ହାସଲ ନ କରିବାରୁ ପୁଣି ବମ୍ବେ ଗ୍ରାଣ୍ଟ ମେଡିକାଲ୍‌ କଲେଜରେ ଇଣ୍ଟରଭ୍ୟୁ ଦେଇ ପାସ୍‌ କରି ମାସେ ସେଠାରେ ପଢିଥିଲି। ତା’ପରେ ଷ୍ଟଡି ଲିଭ୍‌ ପାଇଁ ସରକାରଙ୍କୁ ଅନୁରୋଧ କଲି। କିନ୍ତୁ ଷ୍ଟଡି ଲିଭ୍‌ ନ ମିଳିବାରୁ ବାଧ୍ୟ ହୋଇ ପାଠ ଛାଡି ପୁନଶ୍ଚ ନିମାପଡା ମେଡିକାଲ୍‌ରେ ଜଏନ୍‌ କଲି। ସେଠାରେ ୫ ବର୍ଷ ରହିବା ପରେ ସାଲେପୁର ପ୍ରାଇମେରୀ ହେଲ୍‌ଥ ସେଣ୍ଟରକୁ ବଦଳି ହୋଇଥିଲା। ସେଠାରେ ୨ ବର୍ଷ ରହିବା ପରେ ଏସ୍‌ସିବି ମେଡିକାଲ୍‌ କଲେଜ ଆଣ୍ଡ ହସ୍‌ପିଟାଲ୍‌ରେ ଏମ୍‌.ଡି. ଇନ୍‌ ପାଥୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ପଢିଥିଲି। ପଢା ସରିଥିଲେ ମଧ୍ୟ ରେଜଲ୍ଟ ବାହାରି ନ ଥିବାରୁ ଫୁଲବାଣୀ ହେଡ୍‌କ୍ୱାର୍ଟର୍‌ ହସ୍‌ପିଟାଲ୍‌କୁ ପୁଣିଥରେ ଆସିଷ୍ଟାଣ୍ଟ ସର୍ଜନ ଭାବେ ମୋର ଟ୍ରାନ୍ସଫର୍‌ ହୋଇଥିଲା। କିଛି ଦିନ ପରେ ରେଜଲ୍ଟ ବାହାରିଗଲା ଆଉ ମୁଁ ପ୍ରମୋଶନ ପାଇ ବ୍ରହ୍ମପୁର ମେଡିକାଲ୍‌ରେ ପାଥୋଲୋଜି ସ୍ପେଶାଲିଷ୍ଟ ଭାବେ ଜଏନ୍‌ କରିଥିଲି। ତା’ପରେ ପୁରୀ ବଡ଼ ମେଡିକାଲ୍‌ ତଥା କଲେରା ଓ ଟିବି ହସ୍‌ପିଟାଲ୍‌୍‌ରେ ପାଥୋଲୋଜି ସ୍ପେଶାଲିଷ୍ଟ ଭାବେ କିଛିଦିନ କାମ କରି ଦିଲ୍ଲୀ ଏମ୍‌ସର ଡାଇରେକ୍ଟର ଡା. ଲକ୍ଷ୍ମୀନାରାୟଣ ମହାପାତ୍ରଙ୍କ ଅଧୀନରେ ଫାଇଲେରିଆ ଉପରେ ପିଏଚ୍‌.ଡି. କଲି। ୧୯୯୨ରେ ମୋର ପିଏଚ୍‌.ଡି. ସରିଥିଲା। ପୁରୀରେ ଥିବା ଫାଇଲେରିଆ ରିସର୍ଚ୍ଚ ସେଣ୍ଟରରେ ଜଏନ୍‌ କରିବାକୁ ମୋର ଇଚ୍ଛା ଥାଏ। କିନ୍ତୁ ସେଠାରେ ଜଏନ୍‌ କରିବାକୁ ପୁଣି ସରକାରଙ୍କ ତରଫରୁ ମୋତେ ଅନୁମତି ମିଳିଲା ନାହିଁ। ଫଳରେ ମୁଁ କୋର୍ଟର ସହାୟତା ନେଇଥିଲି। କୋର୍ଟ ରାୟ ଅନୁସାରେ ମୋତେ ପୁରୀରେ ଜଏନ୍‌ କରାଇବା ପାଇଁ ଅର୍ଡର ମିଳିବା କଥା, କିନ୍ତୁ ସରକାର ମୋତେ ସୁନ୍ଦରଗଡ଼ରେ ପୋଷ୍ଟିଂ ଦେଲେ। ଏହା ମୋତେ ବହୁତ କଷ୍ଟ ଦେଇଥିଲା। ସୁନ୍ଦରଗଡ଼ରେ ଯେଉଁଦିନ ଜଏନ୍‌ କଲି, ସେହିଦିନ ସନ୍ଧ୍ୟାରେ ଚାକିରିରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇଗଲି। ସେତେବେଳକୁ ଆହୁରି ୧୨ ବର୍ଷ ମୋର ଚାକିରି ଥାଏ। ଚାକିରି ଛାଡ଼ିବା ପରେ ଘରେ ଖୋଲିଥିବା କ୍ଲିନିକ୍‌ରେ ପ୍ରାକ୍ଟିସ୍‌ ଆରମ୍ଭ କରିଦେଲି। ଫାଇଲେରିଆ ରୋଗ ଉପରେ ଅଧିକରୁ ଅଧିକ ରିସର୍ଚ୍ଚ କରିବା ସହ କ୍ରମେ ଏହି ରୋଗ ସମ୍ବନ୍ଧୀୟ ଅନେକ ଲେଖା ଲେଖିଲି। ୟା’ ଭିତରେ ଅନେକ ଇଣ୍ଟର ନ୍ୟାଶନାଲ୍‌ ଜର୍ନାଲ୍‌ରେ ମୋର ବହୁ ରିସର୍ଚ୍ଚ ଆର୍ଟିକିଲ୍‌ ପ୍ରକାଶ ପାଇବା ସହ ଓଡ଼ିଶାର ବିଭିନ୍ନ ଖବରକାଗଜ ଓ ମାଗାଜିନ୍‌ରେ ବି ବହୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଲେଖା ବାହାରି ସାରିଲାଣି। ସେହିପରି ଦୂରଦର୍ଶନ, ଅଲ୍‌ ଇଣ୍ଡିଆ ରେଡିଓ ସମେତ କେତେକ ଘରୋଇ ଚ୍ୟାନେଲ୍‌ ତରଫରୁ ବି ଅନେକ ଆଲୋଚନାରେ ମୁଁ ଭାଗ ନେଇସାରଲିଣି। ଏତଦ୍‌ବ୍ୟତୀତ ଫାଇଲେରିଆ ରୋଗ ସମ୍ପର୍କରେ ମୋ ଲିଖିତ ୭/୮ଟି ଓଡିଆ ଏବଂ ୩ଟି ଇଂରାଜୀ ପୁସ୍ତକ ପ୍ରକାଶ ପାଇସାରିଲାଣି। କେବଳ ସେତିକି ନୁହେଁ, ବରିଷ୍ଠ ବୈଜ୍ଞାନିକ ଭାବେ ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫରୁ ୨୦୦୯ରେ ମୁଖ୍ୟମନ୍ତ୍ରୀ ମୋତେ ସମ୍ମାନିତ କରିଥିଲେ। ସେହିପରି ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ ତଥା ଅନ୍ୟ କେତେକ ସଂସ୍ଥା ବି ମୋତେ ସମ୍ମାନିତ କରିସାରିଛନ୍ତି।
All Right Reserved By

ଫୁରସତ |

ନାନାବାୟା ଗୀତ ଶୁଣିଲେ କାହିଁକି ଶୋଇଯାଆନ୍ତି ଶିଶୁ...

ନାନାବାୟା ଗୀତ ଶୁଣିଲେ କାହିଁକି ଶୋଇଯାଆନ୍ତି ଶିଶୁ...

ଛୋଟ ଅଝଟ ଶିଶୁଙ୍କୁ ଶୁଆଇବା ପାଇଁ ମା’ମାନେ ନାନାବାୟା ଗୀତର ସାହାରା ନେଇଥାନ୍ତି। ପୃଥିବୀର ସମସ୍ତ ସଂସ୍କୃତି ତଥା ପରମ୍ପରାରେ ଏଭଳି ନାନାବାୟା ଗୀତକୁ ଲୋକଗୀତ ବୋଲି କୁହାଯାଇଥାଏ। ତେବେ ଏହା ଛୋଟ ଶିଶୁ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଲଣ୍ଡନର ଗ୍ରେଟ୍‌ ଔରମଣ୍ଡ  ଷ୍ଟ୍ରିଟ୍‌ ହସ୍ପିଟାଲରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। 

 ବିବାହ  ପୂର୍ବରୁ ରକ୍ତ ପାନ କରେ ବର

ବିବାହ ପୂର୍ବରୁ ରକ୍ତ ପାନ କରେ ବର

ଭାରତର ବିଭିନ୍ନ ପ୍ରାନ୍ତରେ ବିବାହର ଭିନ୍ନ ଭିନ୍ନ ପରମ୍ପରା ରହିଛି। ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବାସ କରୁଥିବା ଗୋଣ୍ଡ ଜନଜାତିରେ ଅଛି ଏକ ଅଜବ ପରମ୍ପରା। ଏହି ଜନଜାତିଙ୍କ ବିବାହରେ ବରକୁ ଘୁଷୁରି ମାରିବାକୁ ପଡିଥାଏ।

ଏହି ଲେଡି ପୋଲିସଙ୍କ ହାତରେ ଗିରଫ ହେବାକୁ ଭୂଲ୍‌ କରୁଛନ୍ତି ଲୋକେ

ଏହି ଲେଡି ପୋଲିସଙ୍କ ହାତରେ ଗିରଫ ହେବାକୁ ଭୂଲ୍‌ କରୁଛନ୍ତି ଲୋକେ

ଜର୍ମାନୀର ପୋଲିସ ଅଫିସର ଏଡ୍ରିଏନ୍‌ ମୋଲେସଜର ଏବେ ଦେଖେଣାହାରୀଙ୍କ ମୁଣ୍ଡ ବିଗାଡିଛନ୍ତି। ଏମିତିକି ତାଙ୍କ ହାତରେ ଗିରଫ ହେବା ପାଇଁ ଏବେ ଅନେକ ଲୋକ କିଛି ନା କିଛି ଭୂଲ୍‌ କରିବସୁଛନ୍ତି। 

କୃତ୍ରିମ ଚନ୍ଦ୍ର

କୃତ୍ରିମ ଚନ୍ଦ୍ର

ଅତୀତରେ ଯାହା ଦିନେ ଥିଲା କବିର କଳ୍ପନା, ତାହା ଏବେ ବାସ୍ତବତାରେ ପରିଣତ ହେବାକୁ ଯାଉଛି। ଚାଇନାର ବୈଜ୍ଞାନିକମାନେ ୨୦୨୦ ମସିହା ସୁଦ୍ଧା ଆକାଶରେ ଏକ କୃତ୍ରିମ ଚନ୍ଦ୍ର ସ୍ଥାପନ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି କୃତ୍ରିମ ଚନ୍ଦ୍ରକୁ ସିଚୁଆନ୍‌ ପ୍ରଦେଶର ରାଜଧାନୀ ଚେଙ୍ଗଡୁ  ସହର ଉପରେ ଅବସ୍ଥାପିତ କରାଯିବ...

ଦରଦାମ ବୃଦ୍ଧିର ଇଏ ବି ଏକ କାରଣ...

ଦରଦାମ ବୃଦ୍ଧିର ଇଏ ବି ଏକ କାରଣ...

ଦରଦାମ ବୃଦ୍ଧିର ଅନେକ କାରଣ ରହିଛି। ସେଥିମଧ୍ୟରେ ମୁଖ୍ୟ କାରଣ ହେଉଛି ମହିଳାଙ୍କ ଶପିଂ ଅଭ୍ୟାସ। 

ଗର୍ଭସ୍ଥ ଶିଶୁର ବିକାଶ କରେ ସଙ୍ଗୀତ...

ଗର୍ଭସ୍ଥ ଶିଶୁର ବିକାଶ କରେ ସଙ୍ଗୀତ...

ସଙ୍ଗୀତ ଚିକିତ୍ସା ଗର୍ଭସ୍ଥ ଶିଶୁର ବିକାଶରେ ସହାୟକ ହୋଇଥାଏ। ମାତୃ ଗର୍ଭରେ ୬ ସପ୍ତାହ ବେଳକୁ ଶିଶୁର ହୃଦ୍‌ସନ୍ଦନ ଆରମ୍ଭ ହୋଇଥାଏ। ଏହା ସହିତ ଧୀରେ ଧୀରେ ମସ୍ତିଷ୍କର ବିକାଶ ମଧ୍ୟ ହେବା ଆରମ୍ଭ କରେ। 

ଏମିତି ମନ୍ଦିର ଯେଉଁଠି ପ୍ରେମ ନିଶାରୁ ମୁକୁଳାଇବା ଲାଗି ହୁଏ ପୂଜା

ଏମିତି ମନ୍ଦିର ଯେଉଁଠି ପ୍ରେମ ନିଶାରୁ ମୁକୁଳାଇବା ଲାଗି ହୁଏ ପୂଜା

ଉତ୍ତରପ୍ରଦେଶ ସାହାରନପୁରରେ ରହିଛି ଶ୍ରୀବାଲାଜୀ ମହାରାଜଙ୍କ ମନ୍ଦିର। ମନ୍ଦିରରେ ହନୁମାନଙ୍କ ବାଳ ସ୍ବରୂପ ପୂଜା ହୋଇଥାନ୍ତି। ଏଠାରେ ଯୁବତୀ ଯୁବକଙ୍କ ମୁଣ୍ଡରୁ ପ୍ରେମ ନିଶା ଉତ୍ତାରିବା ଲାଗି କରାଯାଇଥାଏ ପୂଜା। 

ଯେଉଁଠି ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

ଯେଉଁଠି ବିବାହ ପୂର୍ବରୁ କରାଯାଏ ଡ଼ଙ୍ଗା ବୁକିଂ

ବିହାର କଟିହାରର ଅମଦାବାଦ୍‌ ଅଞ୍ଚଳ ଗଙ୍ଗାର ଶାଖା ନଦୀ ମହାନନ୍ଦା ଦ୍ୱାରା ପରିବେଷ୍ଟିତ। ବର୍ଷରେ ୫-୬ମାସ ଏଠାରେ ଜନସାଧାରଣ ଯିବାଆସିବା ପାଇଁ ଡଙ୍ଗା ଉପରେ ଭରସା କରନ୍ତି। ତେଣୁ ଏଠାରେ ବିବାହ ଆୟୋଜନ ପୂର୍ବରୁ ପ୍ରଥମେ ଡ଼ଙ୍ଗା ବୁକିଂ କରିବାକୁ ହୋଇଥାଏ। 

ବଡ଼ ଦୋସା

ବଡ଼ ଦୋସା

ଦୋସା, ହେଇପାରେ ଦକ୍ଷିଣ ଭାରତୀୟ ଖାଦ୍ୟ। ହେଲେ ସାରା ପୃଥିବୀରେ ରହିଛି ଏହାର ଆଦର। ଏହି ଦୋସାକୁ ନେଇ ରେକର୍ଡ ବି ହୋଇଛି। ଯେମିତିକି ରେଡିଓ ମିର୍ଚି ୯୮.୩ ଏଫ୍‌ଏମ୍‌ ଏବଂ ନାଚୁରେଲା ରିଫାଇନ୍‌ଡ ସନ୍‌ଫ୍ଲାଓ୍ବାର ଅଏଲ୍‌ ମିଳିତଭାବେ ପୃଥିବୀର ସବୁଠାରୁ ଲମ୍ବା ଦୋସା ତିଆରି କରି ଗିନିଜ୍‌ ଓ୍ବାର୍ଲଡ ରେକର୍ଡ କରିଛନ୍ତି। 

ମୃତକଙ୍କ ପାଇଁ ହୋଟେଲ

ମୃତକଙ୍କ ପାଇଁ ହୋଟେଲ

ହୋଟେଲ ଏକ ବିଳାସପୂର୍ଣ୍ଣ ସ୍ଥାନ ଯେଉଁଠାରେ ଲୋକେ ଖାଦ୍ୟ ପାନୀୟ ଗ୍ରହଣ କରିବା ସହିତ ଆରାମରେ ବିଶ୍ରାମ ମଧ୍ୟ ନେଇଥାନ୍ତି। ବିଭିନ୍ନ ପ୍ରକାରର ହୋଟେଲ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ ମଧ୍ୟ। 

୮୦ ବର୍ଷରେ ସାଲ୍‌ସା

୮୦ ବର୍ଷରେ ସାଲ୍‌ସା

ବ୍ରିଟେନ୍‌ର ୮୦ ବର୍ଷୀୟା ପେଡି ଜୋନ୍ସ। ଚର୍ମରେ ତାଙ୍କର କୁଞ୍ଚନ ଆସିଗଲାଣି। ଆଉ ବୟସର ଛାପ ବି ବାରି ହୋଇଯାଉଛି। ହେଲେ ମନ ତାଙ୍କର ଏବେ ବି ଯୁବସୁଲଭ। ଆଉ ସେ ଏମିତି କାରନାମା କରି ଦେଖାଇଛନ୍ତି, ଯାହା ଯୁବପିଢିଙ୍କ ପାଇଁ ବି କରିବା ଅସମ୍ଭବ। 

ମୂଷାଙ୍କ ପାଇଁ ଗାଁ

ମୂଷାଙ୍କ ପାଇଁ ଗାଁ

ଫଟୋଗ୍ରାଫର୍‌ ସିମୋନ୍‌ ଡେଲ୍‌ ଦିନେ ନିଜ ବଗିଚାକୁ ପକ୍ଷୀମାନଙ୍କର ଫଟୋ ଉଠାଇବାକୁ ଆସିଥାଆନ୍ତି। ଏତିକିବେଳେ ତାଙ୍କର ନଜର ପଡିଲା ଏକ ସୁନ୍ଦର ମୂଷା ପରିବାର ଉପରେ। ଯେଉଁମାନେ ନେଉଳ ଭଳି ପଛ ଦୁଇଗୋଡରେ ଠିଆ ହୋଇ ଚାରିଆଡେ ବୁଲି ଦେଖୁଥିଲେ।