ଜୀବନଚର୍ଯ୍ୟା |

ଖରାଦିନେ ସ୍ବାସ୍ଥ୍ୟପଯୋଗୀ ଫଳ

ଖରାଦିନେ ସ୍ବାସ୍ଥ୍ୟପଯୋଗୀ ଫଳ
ଗ୍ରୀଷ୍ମ ଆସିଲେ ଗାଁରୁ ସହର ସବୁଠାରେ ମିଳେ ଭିନ୍ନ ଭିନ୍ନ ରକମର ଫଳ। ଏହିସବୁ ଫଳରେ ଥାଏ ପ୍ରଚୁର ପରିମାଣରେ ଜଳୀୟ ଅଂଶ। ଯାହା ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ। ତେବେ କେଉଁସବୁ ଫଳ ଖରାଦିନେ ଆପଣଙ୍କ ଶରୀର ପାଇଁ ଲାଭଦାୟକ ତାହା ଜାଣି ରଖିବା ଜରୁରୀ। ଅଙ୍ଗୁର: ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌ ଏ, ସି ଓ ବି୬ ରହିଛି। ଏହାଛଡା ପୋଟାସିୟମ୍‌, ମ୍ୟାଗ୍ନସିୟମ୍‌, ଫସ୍‌ଫରସ୍‌, କ୍ୟାଲସିୟମ, ଆଇରନ ଓ ସେଲେନିୟମର ଏହା ହେଉଛି ଗନ୍ତାଘର। ଅଙ୍ଗୁର ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ। ଏହା କେଶ ଓ ଚର୍ମ ପାର୍ଇ ବେଶ୍‌ ଲାଭଦାୟକ। ଏହାର ସେବନ ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧିପାଇ ନ ଥାଏ। ସପୁରୀ: ଖରାଦିନେ ସାଧାରଣତଃ ସପୁରୀ ପ୍ରଚୁର ପରିମାଣରେ ମିଳିଥାଏ। ଏଥିରେ ଭିଟାମିନ୍‌-ସି ଭରପୂର ହୋଇ ରହିଛି। ପାଚିଲା ସପୁରୀ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ, ହାଡ ମଜଭୁତ ହୋଇଥାଏ ଓ ହଜମ ଶକ୍ତି ବୃଦ୍ଧି ପାଇଥାଏ। ଲିଚୁ: ଏହା ଦେଖିବାକୁ ଯେତିକି ସୁନ୍ଦର ସେତିକି ସ୍ବାଦିଷ୍ଟ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌, ପ୍ରୋଟିନ୍‌ ଓ ସାଇଟ୍ରିକ୍‌ ଏସିଡ୍‌ ରହିଛି। ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ଶରୀରରେ ରକ୍ତପ୍ରବାହ ଠିକ୍‌ଭାବେ କରିବାରେ ସାହାଯ୍ୟ କରିଥାଏ। ଆମ୍ବ: ପାଚିଲା ଆମ୍ବ ଶରୀର ପାଇଁ ଲାଗଦାୟକ। ଏଥିରେ ଭରି ରହିଛି ଭିଟାମିନ୍‌ ସି ଓ ଭିଟାମିନ୍‌ ଏ। ଏହାର ସେବନରେ ଦୃଷ୍ଟିଶକ୍ତି ବୃଦ୍ଧି ପାଇବା ସହ ଅନ୍ଧାରକଣା ଦୋଷ ଦୂର ହୋଇଥାଏ। ଏହା ଶରୀରରେ କୋଲେଷ୍ଟ୍ରୋଲ ମାତ୍ର କମ୍‌ କରିବାରେ ସାହାଯ୍ୟ କରିଥାଏ। ଖରାଦିନେ ଏହିସବୁ ଫଳ ନିୟମିତ ଖାଆନ୍ତୁ ନିଜକୁ ସୁସ୍ଥ ରଖନ୍ତୁ।
All Right Reserved By

ଜୀବନଚର୍ଯ୍ୟା |

ଇନ୍‌ଡୋର ପ୍ଲାଣ୍ଟ: ସୌନ୍ଦର୍ଯ୍ୟ, ଉପକାରିତା ପାଇଁ ଡିମାଣ୍ଡ

ଇନ୍‌ଡୋର ପ୍ଲାଣ୍ଟ: ସୌନ୍ଦର୍ଯ୍ୟ, ଉପକାରିତା ପାଇଁ ଡିମାଣ୍ଡ

ନିର୍ମଳ ବାୟୁ ଆମକୁ ନା କେବଳ ପ୍ରଦୂଷଣଜନିତ ରୋଗଠାରୁ ରକ୍ଷା କରୁଛି, ମନ ଓ ଶରୀରକୁ ଫୂର୍ତ୍ତି ରଖିବାରେ ସହାୟକ ମଧ୍ୟ ହେଉଛି। ପ୍ରାୟତଃ ସହରରେ ନିର୍ମଳ ବାୟୁ, ସବୁଜ ପରିବେଶ, ଘର ପାଖରେ ବଗିଚା ଉପଲବ୍ଧ ହେବା କଷ୍ଟକର।

ଚିକେନ୍‌ ଚିପ୍ସ

ଚିକେନ୍‌ ଚିପ୍ସ

ଚଟ୍‌ପଟା ଖାଦ୍ୟ ଖାଇବାକୁ ସାଧାରଣତଃ ଲୋକେ ପସନ୍ଦ କରିଥାନ୍ତି। ଯଦି ତାହା ଚିକେନ୍‌ରେ ପ୍ରସ୍ତୁତ ହୋଇଥାଏ ତେବେ ଖାଇବାର ଇଚ୍ଛା ଆହୁରି ବଢିଯାଏ। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ଖାଦ୍ୟରୁଚି ସ୍ତମ୍ଭରେ ସ୍ଥାନ ପାଇଛି ଚାଇନିଜ୍‌ ଡିସ୍‌ ‘ଚିକେନ୍‌ ଚିପ୍ସ’। ଏହାର ପ୍ରସ୍ତୁତ ପ୍ରଣାଳୀ ସମ୍ପର୍କରେ କହିଛନ୍ତି ମାଲ୍‌ଓ୍ବା ରେଷ୍ଟୁରାଣ୍ଟର ସେଫ୍‌ ଗୌତମ ଦେବନାଥ।

ଜାଣନ୍ତୁ ପ୍ରଥମ ଷ୍ଟେଜ୍‌ରୁ ଜଣା ପଡୁ ନ ଥିବା କିଛି କ୍ୟାନ୍ସର ଓ ତା’ର ଲକ୍ଷଣ ସମ୍ବନ୍ଧରେ

ଜାଣନ୍ତୁ ପ୍ରଥମ ଷ୍ଟେଜ୍‌ରୁ ଜଣା ପଡୁ ନ ଥିବା କିଛି କ୍ୟାନ୍ସର ଓ ତା’ର ଲକ୍ଷଣ ସମ୍ବନ୍ଧରେ

କ୍ୟାନ୍ସର ଏକ ମାରାତ୍ମକ ରୋଗ। ଦିନକୁ ଦିନ ଏହା ନିଜର ଭୟାବହତା ଦେଖାଇ ଚାଲିଛି। ଏଥିସହ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସାଧାରଣତଃ ୨୦୦ରୁ ଊର୍ଦ୍ଧ ପ୍ରକାରର କ୍ୟାନ୍ସର ରହିଛି। ଏସବୁର ଲକ୍ଷଣ ମଧ୍ୟ ଭିନ୍ନ ଭିନ୍ନ। ଯଦି ଏହା ‘ପ୍ରାରମ୍ଭିକ ପର୍ଯ୍ୟାୟ’ ବା ଫାଷ୍ଟ ଷ୍ଟେଜ୍‌ରୁ ଜଣାପଡ଼ିଥାଏ, ତେବେ ଏହାକୁ ରୋକିବାର ସମ୍ଭାବନା ଅଧିକ ରହିଥାଏ। ମାତ୍ର ଏପରି କିଛି କ୍ୟାନ୍ସର ରହିଛି ଯାହା ପ୍ରଥମରୁ ଜଣା ନ ପଡ଼ି ଶେଷ ପର୍ଯ୍ୟାୟ ବା ଲାଷ୍ଟ ଷ୍ଟେଜ୍‌ରେ ଜଣାପଡ଼ିଥାଏ। 

ରକ୍ତଚାପଠୁ  ଦୂରେଇ ରହିବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏହି ସହଜ ଉପାୟ

ରକ୍ତଚାପଠୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଆପଣେଇ ପାରିବେ ଏହି ସହଜ ଉପାୟ

ବ୍ୟସ୍ତ ବହୁଳ ଜୀବନରେ ଏବେ କେତେକଙ୍କଠାରେ ଦେଖାଯାଉଛି ରକ୍ତଚାପ। ତେବେ ଏହାକୁ ସହଜରେ ଦୂରେଇ ହେବ। ଆୟୁର୍ବେଦରେ ଉଲ୍ଲେଖ ରହିଛି ପ୍ରତିଦିନ ସକାଳେ ଚାମୁଚେ ଦହି ଖାଇଲେ ରକ୍ତଚାପ ସ୍ବାଭାବିକ ହୋଇଥାଏ।

ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ଲୋକଙ୍କୁ ମିଳେ ଅଧିକ ସଫଳତା

ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ଲୋକଙ୍କୁ ମିଳେ ଅଧିକ ସଫଳତା

ଶରୀର ପାଇଁ ବିଶ୍ରାମ ନିହାତି ଆବଶ୍ୟକ। ଅତିବେଶିରେ ରାତିରେ ୬-୭ ଘଣ୍ଟା ବିଶ୍ରାମ ନେବା ଶରୀର ପାଇଁ ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏହାସହ ରାତିରେ ଶୀଘ୍ର ଶୋଇ ଭୋରରୁ ଉଠୁଥିବା ବ୍ୟକ୍ତିଙ୍କଠାରେ ଶାରୀରିକ ସମସ୍ୟା ଖୁବ୍‌କମ ଦେଖାଯାଏ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି।

ଏପରି ପିଅନ୍ତୁନି ପାଣି

ଏପରି ପିଅନ୍ତୁନି ପାଣି

ପାଣି ମଣିଷ ଶରୀର ପାଇଁ ଅତି  ଜରୁରୀ । ଶରୀରରେ ପାଣିର ପରିମାଣ ଠିକ୍‌ ନ ରହିଲେ ସ୍ବାସ୍ଥ୍ୟକ୍ଷେତ୍ରରେ ସୃଷ୍ଟି ହୋଇଥାଏ ନାନା ସମସ୍ୟା।

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଟୟଲେଟକୁ ଫୋନ୍‌ ନେଇ ଯାଉଛନ୍ତି କି......

ଆଜିକାଲି ସମୟରେ ମୋବାଇଲ୍‌ ଫୋନ୍‌ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଏକ ଅବିଚ୍ଛେଦିୟ ଅଙ୍ଗ ପାଲଟିଛି କହିଲେ ଚଳେ। ଫୋନ୍‌ଠାରୁ ଗୋଟେ ମୁହୁର୍ତ୍ତ ଅଲଗା ହେବା କଷ୍ଟକର ବ୍ୟାପାର। ଯେକୌଣସି କାମ କରୁଥାଉ ନା କାହିଁକି, ଫୋନ୍‌କୁ ସାଙ୍ଗରେ ନେଇକରି ଯିବା ଅନେକଙ୍କ ପସନ୍ଦ। ଅନେକ ଲୋକ  ଫୋନ୍‌କୁ ଟୟଲେଟ ବା ଶୌଚାଳୟକୁ ନେଇ ଯାଇଥାନ୍ତି। 

ଖାଇବା ସମୟରେ ପାଣି ପିଇବା ହିତକର

ଖାଇବା ସମୟରେ ପାଣି ପିଇବା ହିତକର

ଅନେକ କୁହନ୍ତି ଖାଇବା ସମୟରେ ପାଣି ପିଇବା ଅନୁଚିତ। ଏହାଦ୍ୱାରା ସ୍ବାସ୍ଥ୍ୟଜନିତ ବିଭିନ୍ନ ସମସ୍ୟା ଉପୁଜିଥାଏ। ମାତ୍ର ଏହା ଭୁଲ। ଖାଇବା ମଝିରେ ମଝିରେ ପାଣି ପିଇବା ଲାଭଦାୟକ। ଏହାଦ୍ୱାରା ଖାଦ୍ୟ ଶିଘ୍ର ହଜମ ହୋଇଥାଏ। ତେଣୁ ଖାଇବା ସମୟରେ ପାଣି ପିଇବା ଦରକାର। ଏହା ଶରୀରକୁ ସତେଜ ମଧ୍ୟ ରଖିଥାଏ। 

ବନ୍ଧ୍ୟାଦୋଷରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏହି  ସହଜ ଉପାୟ

ବନ୍ଧ୍ୟାଦୋଷରୁ ଦୂରେଇ ରହିବା ପାଇଁ ଆପଣେଇ ପାରିବେ ଏହି ସହଜ ଉପାୟ

ପରିବର୍ତ୍ତିତ ଜୀବନଶ୍ରେଳୀରେ ଏବେ ପ୍ରାୟତଃ କେତେକ ମହିଳାଙ୍କଠାରେ ବନ୍ଧ୍ୟାଦୋଷ ଦେଖାଯାଉଛି। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି। 

ଜାଗତିକ ଉଷ୍ମତା ଓ ନିଦ୍ରାହୀନତା

ଜାଗତିକ ଉଷ୍ମତା ଓ ନିଦ୍ରାହୀନତା

ମଣିଷ ତଥାକଥିତ ପ୍ରଗତି ପଛରେ ଅନ୍ଧ ଭାବେ ଧାଇଁବା ଏବଂ ଯନ୍ତ୍ର ଉପରେ ଅଧିକରୁ ଅଧିକ ନିର୍ଭରଶୀଳ ହେବାର ପରିଣାମ ସ୍ବରୂପ ବଢ଼ିଚାଲିଥିବା ସବୁଜଗୃହ ବାଷ୍ପର ନିର୍ଗମନ ହେତୁ ଘଟୁଥିବା ଜାଗତିକ ଉଷ୍ମତା ବୃଦ୍ଧିର ଭୌତିକ ଜଗତ ଉପରେ ପଡୁଛି ଅତି ବ୍ୟାପକ ପ୍ରଭାବ।

ଡେଙ୍ଗୁର ଆୟୁର୍ବେଦୀୟ ଉପଚାର

ଡେଙ୍ଗୁର ଆୟୁର୍ବେଦୀୟ ଉପଚାର

”ଜ୍ୱର, ଶରୀରରେ ତାପମାତ୍ରା ବୃଦ୍ଧି, ମୁଣ୍ଡ ବିନ୍ଧା, ଆଖି ପଛପଟ ବ୍ୟଥା, ବାନ୍ତି ଲାଗିବା, ଗଣ୍ଠି ବ୍ୟଥା, ମାଂସପେଶୀ ବ୍ୟଥା, ଶରୀରରେ ଲାଲ ଲାଲ ଚକଡା ଦେଖାଦେବା, ଦୁର୍ବଳ ଲାଗିବା, ପାଦ ତଳ ଭାଗ କୁଣ୍ଡାଇ ହେବା ଆଦିକୁ ଡେଙ୍ଗୁର ଲକ୍ଷଣ ଭାବରେ ନିଆଯାଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କର ରକ୍ତରେ ପ୍ଲେଟଲେଟ୍‌ ପରିମାଣ ଏକଲକ୍ଷରୁ ୪.୫ ଲକ୍ଷ ଥିବା ବେଳେ ଏହା ୪-୫ ହଜାରକୁ କମି ଆସେ।  ରୋଗୀର ନାକ, ମୁହଁ, ତ୍ୱଚା, ପରିସ୍ରାଦ୍ୱାର ଦେଇ ରକ୍ତ କ୍ଷରଣ ହୋଇଥାଏ।’

ବୁଦ୍ଧିମତ୍ତାକୁ  ପ୍ରଭାବିତ କରେ  ଅତ୍ୟଧିକ ଧୂମପାନ

ବୁଦ୍ଧିମତ୍ତାକୁ ପ୍ରଭାବିତ କରେ ଅତ୍ୟଧିକ ଧୂମପାନ

ଧୂମପାନର କୁପ୍ରଭାବ ଶରୀର ଉପରେ ପଡୁଛି ବୋଲି ଜାଣି ମଧ୍ୟ ଅନେକେ ଏହାକୁ ଅଭ୍ୟାସରେ ପରିଣତ କରିଥାଆନ୍ତି। ପରବର୍ତ୍ତୀ ସମୟରେ ଏହା କବଳରୁ ମୁକୁଳିବା କଷ୍ଟକର ହୋଇଥାଏ।