ଜୀବନଚର୍ଯ୍ୟା |

ପ୍ରତିଦିନ ଏଭଳି ୫ ମିନିଟ ମୁହଁରେ ଲଗାନ୍ତୁ ଟମାଟୋ, ଫେରିବ ଚମକ

ପ୍ରତିଦିନ ଏଭଳି ୫ ମିନିଟ ମୁହଁରେ ଲଗାନ୍ତୁ ଟମାଟୋ, ଫେରିବ ଚମକ
କେବଳ ସ୍ବାସ୍ଥ୍ୟଗତ କାରଣକୁ ନେଇ ନୁହେଁ ବରଂ ସୌନ୍ଦର୍ଯ୍ୟ ପାଇଁ ଆମେ ଅନେକ ପ୍ରକାର ପନିପରିବା ଓ ଫଳର ବ୍ୟବହାର କରିଥାଉ। ଏଗୁଡିକୁ ସେବନ କରିବା ସହ ତ୍ୱଚାରେ ଲଗାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ଏହାଦ୍ୱାରା ତ୍ୱଚାରେ ଚମକ ଆସିବା ସହ ଏହାର ରୁକ୍ଷତା ଦୂର ହୋଇଥାଏ। ପ୍ରାକୃତିକ ହୋଇଥିବାରୁ ଏହାର କୌଣସି କୁପ୍ରଭାବ ମଧ୍ୟ ତ୍ୱଚା ଉପରେ ପଡି ନ ଥାଏ। ଏପରି ଏକ ପରିବା ହେଉଛି ଟମାଟୋ। ଏହାକୁ ମୁହଁରେ ଲଗାଇବା ଦ୍ୱାରା ଆପଣ ଆପଣଙ୍କର ଚେହେରା ଚମକାଇପାରିବେ। କିପରି ଆସନ୍ତୁ ଜାଣିବା -) ତେଲିଆ ତ୍ୱଚା ପାଇଁ: ଟମାଟୋକୁ ଧୋଇ ଏକ ମିନିଟ ଯାଏ ଗରମ ପାଣିରେ ପକାନ୍ତୁ। ପରେ ଏହାର ରସ ବାହାର କରି ସେଥିରେ ଲେମ୍ବୁରସ ୪-୫ ଟୋପା ପକାନ୍ତୁ। ଏବେ ଏହାକୁ ୫ ମିନିଟ ଯାଏ ମୁହଁରେ ଲଗାନ୍ତୁ। ଲେପ ଶୁଖିଯିବା ପରେ ହାଲକା ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଗୋଟିଏ ମାସରେ ଏପରି ୬ରୁ ୭ ଥର କରନ୍ତୁ। ତେଲିଆ ତ୍ୱଚା ପାଇଁ ଏହା ବିଶେଷ ଲାଭଦାୟକ। -)ଟାନିଂ ଦୂର କରେ: ସୂର୍ଯ୍ୟଙ୍କ କିରଣ ଯୋଗୁ ତ୍ୱଚା ଟାନ୍‌ ହୋଇଯାଇଥିଲେ ଟମାଟୋ ବ୍ୟବହାର କରି ସେଥିରୁ ରକ୍ଷା ପାଇପାରିବେ। ଏଥିପାଇଁ କିଛି ଟମାଟୋକୁ ପେଷି ଦିଅନ୍ତୁ। ସେଥିରେ କିଛି ଯଅ ଅଟା ଓ ଏକ ଚାମଚ ଦହି ମିଶାନ୍ତୁ। ଏହି ପେଷ୍ଟକୁ ନିଜ ବେକ ଓ ମୁହଁରେ ଭଲ ଭାବେ ଲଗାନ୍ତୁ। ୫ ମିନିଟ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ସଫା କରି ଦିଅନ୍ତୁ। ଆପଣ ଫରକ ଜାଣିପାରିବେ। -)ତ୍ୱଚାରେ ଚମକ ଆଣିବା ପାଇଁ: ଯଦି ଆପଣଙ୍କର ମୁହଁ ରୁକ୍ଷ ବା ଝାଉଁଳି ପଡିବା ପରି ଲାଗେ, ତେବେ ଆପଣ ଟମାଟୋର ରସ ବାହାର କରି ସେଥିରେ ଚନ୍ଦନ ପାଉଡର, ଗୋଲାପ ଜଳ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାକୁ ମୁହଁରେ ୫ ମିନିଟ ପାଇଁ ଲଗାଇ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କରି ଫରକ ଜାଣନ୍ତୁ। -)ବ୍ରଣ ଦୂର କରିବା ନିମନ୍ତେ: ଟମାଟୋରେ ପ୍ରାକୃତିକ ଭିଟାମିନ ଥାଏ। ଏହା ବ୍ରଣ କମ୍‌ କରିବାରେ ସହାୟକ ହୋଇଥାଏ। ଏଥିପାଇଁ ପ୍ରଥମେ ଟମାଟୋର ରସ ବାହାର କରି ମୁହଁରେ ଲଗାନ୍ତୁ। ୨୦ ମିନିଟ ଯାଏ ଏହାକୁ ଲଗାଇ ରଖନ୍ତୁ। ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ। ପ୍ରତି ମାସରେ ଏହାକୁ ୬ ରୁ ୭ ଥର କରିବା ଦ୍ୱାରା ଆପଣଙ୍କ ବ୍ରଣ କମ୍‌ ହୋଇଯିବ।
All Right Reserved By

ଜୀବନଚର୍ଯ୍ୟା |

ଶୀତଦିନେ ମାଲିସ କରନ୍ତୁ ସୋରିଷ ତେଲ ମିଳିବ ଏସବୁ ଲାଭ...

ଶୀତଦିନେ ମାଲିସ କରନ୍ତୁ ସୋରିଷ ତେଲ ମିଳିବ ଏସବୁ ଲାଭ...

ଶୀତଦିନେ ସୋରିଷ ତେଲ ମାଲିସ ହେଲେ ଶରୀର ସୁସ୍ଥ ରହିଥାଏ ବୋଲି ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ରହିଛି ଆଇରନ୍‌, କ୍ୟାଲସିୟମ, ଫ୍ୟାଟି ଏସିଡ୍‌ ଓ ବିଟାକେରୋଟିନ୍‌। ତେଣୁ ପ୍ରତିଦିନ ସକାଳେ ଏହି ତେଲ ମାଲିସ କରିବା ଭଲ।

ନିଦ୍ରାହୀନତାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି  ଜୁସ୍‌...

ନିଦ୍ରାହୀନତାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ଜୁସ୍‌...

ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ଆସିବା ସ୍ବାଭାବିକ କଥା। ଏହା ସହିତ ବିଭିନ୍ନ ଚିନ୍ତାରେ ଯୋଗୁ କେତେକଙ୍କୁ ରାତିରେ ନିଦ ଆସେନାହିଁ। 

ସକାଳେ ପିଅନ୍ତୁ ଡାଳଚିନି ମିଶା କ୍ଷୀର; ମିଳିବ ଏସବୁ  ଫାଇଦା...

ସକାଳେ ପିଅନ୍ତୁ ଡାଳଚିନି ମିଶା କ୍ଷୀର; ମିଳିବ ଏସବୁ ଫାଇଦା...

କ୍ଷୀର ସହିତ ଡାଳଚିନି ଗୁଣ୍ଡ ମିଶାଇ ପିଇଲେ କଲେ ଅନେକ ଫାଇଦା ମିଳିଥାଏ। ଏହାଦ୍ୱାରା କୋଲେଷ୍ଟରଲସ୍ତର ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଳେଖ ରହିଛି।

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ହାତ ପାଆନ୍ତାରେ ଏସିଡିଟି ସମସ୍ୟା ସମାଧାନର ସହଜ ଉପାୟ...

ପରିବର୍ତ୍ତିତ ଜୀବନ ଶୈଳୀର ପ୍ରଭାବ ଖାଦ୍ୟଭ୍ୟାସ ଉପରେ ପଡ଼ିଥାଏ। ଫଳରେ କେତେକଙ୍କ କ୍ଷେତ୍ରରେ ଏସିଡ଼ିଟି ସମସ୍ୟା ଦେଖାଯାଇଥାଏ। ତେବେ ହାତ ପାଆନ୍ତାରେ ଏହି ସମସ୍ୟାର ସମାଧାନ ରହିଛି। 

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ସୁନ୍ଦର ଦେଖାଯିବାକୁ ଚାହୁଁଥିଲେ

ଯଦି ଆପଣ ପର୍ଯ୍ୟାପ୍ତ ପରିମାଣରେ ଶୋଇବେ ତେବେ ଫ୍ରେଶ ଲାଗିିବେ । ଏମିତି କିଛି ଟିପ୍ସ ରହିଛି ଯାହା ଆପଣଙ୍କୁ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ...

ଶୀତଦିନେ ଫ୍ୟାଶନ

ଶୀତଦିନେ ଫ୍ୟାଶନ

ଶୀତଦିନ ଆସିଗଲାଣି । ଶୀତଦିନେ ସମସ୍ତେ ସ୍ମାର୍ଟ  ଏବଂ ଆକର୍ଷକ ଦେଖାଯିବାକୁ ଚାହାନ୍ତି । ଏଥିପାଇଁ  ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି..

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ  ରହିବେ ଦୂରେଇ

ସକାଳେ ପିଅନ୍ତୁ ଗ୍ରୀନ୍‌ ଟି’; ମେଦବହୁଳତାରୁ ରହିବେ ଦୂରେଇ

ସକାଳ ଚା’ ଦେହରେ ଫୁର୍ତ୍ତି ଆଣିଥାଏ। ଫଳରେ ମର୍ଣ୍ଣିଂୱାକ୍‌ କରିବାକୁ ଭଲ ଲାଗିଥାଏ। ଗ୍ରୀନ୍‌ ଟି’ ପିଇବା ଦ୍ୱାରା ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ। 

ମାଂସପେଶୀ ବଢ଼ାଇବ  ଷ୍ଟେମ୍‌ ସେଲ୍‌

ମାଂସପେଶୀ ବଢ଼ାଇବ ଷ୍ଟେମ୍‌ ସେଲ୍‌

ଆଜିକାଲି ବିଭିନ୍ନ କ୍ଷେତ୍ରରେ ଷ୍ଟେମ୍‌ ସେଲ୍‌ର ବ୍ୟବହାର କରାଯାଉଛି। ଫଳତଃ କେତେକ ଚିକିତ୍ସା ପ୍ରଣାଳୀ ଆହୁରି ସହଜ ହୋଇପାରିଛି। ଏହି ତାଲିକାରେ ନିକଟରେ ଆଉ ଏକ ଜିନିଷ ଯୋଡା ଯାଇଛି। 

କଫ ସମସ୍ୟାର ଘରୋଇ ଉପଚାର

କଫ ସମସ୍ୟାର ଘରୋଇ ଉପଚାର

ଅଧା କପ ଉଷୁମ ପାଣିରେ ଏକ ଚାମଚ ହଳଦୀ ଗୁଣ୍ଡ ଭଲ ଭାବରେ ମିଶାଇ ଦିଅନ୍ତୁ। ତା’ପରେ ଏଥିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ଏକ ଚାମଚ ମହୁ ମିଶାନ୍ତୁ। ଏହି ମିଶ୍ରଣକୁ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଉଷୁମ କରି ପିଅନ୍ତୁ। ନିୟମିତ କିଛିଦିନ ଏହାକୁ ପିଇଲେ କଫ ସମସ୍ୟା ଦୂର ହୋଇଥାଏ।

ପାଚନକ୍ରିୟାକୁ ସକ୍ରିୟ  କରାଇବାର ସହଜ ଉପାୟ

ପାଚନକ୍ରିୟାକୁ ସକ୍ରିୟ କରାଇବାର ସହଜ ଉପାୟ

ଯଦି ଆମର ପାଚନ କ୍ରିୟା ଠିକ୍‌ ରହିଲା ତେବେ ଆମେ କେତେକ ରୋଗଠାରୁ ନିଜକୁ ଦୂରେଇ ରଖିଥାଉ। ଏହା ଅସନ୍ତୁଳିତ ରହିଲେ ପେଟଜନିତ ସମସ୍ୟା ଦେଖାଦେଇଥାଏ। ତେବେ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିବାର ଏକ ସହଜ ଉପାୟ ରହିଛି। 

ଆକ୍ୟୁପେସନାଲ ଥେରାପି

ଆକ୍ୟୁପେସନାଲ ଥେରାପି

ବର୍ତ୍ତମାନର ଆଧୁନିକ ଚିକିସତ୍ା ବିଜ୍ଞାନର ଅବିଭକ୍ତ ତଥା ଅତ୍ୟାବଶ୍ୟକ ପଦ୍ଧତି ହେଉଛି ଅକ୍ୟୁପେସନାଲ୍‌ ଥେରାପି । ସ୍ବଧ୍ୟାୟ, ଆବଶ୍ୟକ କାର୍ଯ୍ୟ ତଥା କ୍ରୀଡ଼ା ସାହାଯ୍ୟରେ ଶାରୀରିକ ତଥା ମାନସିକ ସ୍ତରରେ ପ୍ରୋସତ୍ାହନ ତଥା ଉନ୍ନତି, ଅସାମର୍ଥ୍ୟତା ଦୂରୀକରଣ, ସ୍ବୟଂ ଚଳପ୍ରଚଳତାର କ୍ଷମତା ହାସଲ, ଅକ୍ୟୁପେସନାଲ୍‌ ଥେରାପିର ମୁଖ୍ୟ ଲକ୍ଷ୍ୟ ।

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ମେଦବହୁଳତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ...

ପରିବର୍ତ୍ତିତ ଜୀବନଶୈଳୀରେ ଅନେକଙ୍କୁ ମେଦବହୁଳତା ହୋଇଥାଏ। ତେବେ ଏହାର ସଫଳ ଚିକିତ୍ସା ଆମ ଘରବାଡ଼ିରେ ଥିବା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ।