ଖେଳ |

ଆଇପିଏଲ୍‌-୧୧: ମୁମ୍ବାଇ- ଚେନ୍ନାଇ ଉଦ୍‌ଘାଟନୀ ମୁକାବିଲା

ଆଇପିଏଲ୍‌-୧୧: ମୁମ୍ବାଇ- ଚେନ୍ନାଇ ଉଦ୍‌ଘାଟନୀ ମୁକାବିଲା
ନୂଆଦିଲ୍ଲୀ, ୧୫।୨(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପରବର୍ତ୍ତୀ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଉଦ୍‌ଘାଟନୀ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗତଥରର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ମ୍ୟାଚ ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ଓ ପୂର୍ବ ନିର୍ଦ୍ଧାରିତ ସମୟରେ ମ୍ୟାଚଗୁଡିକ ଖେଳାଯିବ। ବମ୍ବେର ଓ୍ବାଙ୍ଖଡେ ଷ୍ଟାଡିୟମରେ ଏପ୍ରିଲ ୭ ତାରିଖରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଦୁର୍ନୀତି ଅଭିଯୋଗରେ ଦୁଇବର୍ଷର ବାସନ୍ଦ ପରେ ଚେନ୍ନାଇ ଓ ରାଜସ୍ଥାନ ରୟାଲ୍ସ ଏଥର ଆଇପିଏଲକୁ ଫେରିଛନ୍ତି। ଏଲିମିନେଟର ଓ କ୍ୱାଲିଫାୟର ୨ର ଭେନ୍ୟୁ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ତେବେ କ୍ୱାଲିଫାୟର ୧ ଓ ଫାଇନାଲ ମ୍ୟାଚ ଓ୍ବାଙ୍ଖଡେ ଷ୍ଟାଡିୟମରେ ଯାଥାକ୍ରମେ ମେ ୨୨ ଓ ୨୭ରେ ଆୟୋଜନ ହେବ। ଏଥର ୪୮ଟି ମ୍ୟାଚ ସନ୍ଧ୍ୟାରେ ଓ ୧୨ଟି ମ୍ୟାଚ ଅପରାହ୍ନରେ ଆରମ୍ଭ ହେବ। ଏପ୍ରିଲ ୬ ତାରିଖରେ ବମ୍ବେରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ବ୍ରୋଡକାଷ୍ଟର ଷ୍ଟାର ସ୍ପୋଟର୍‌ସର ଅନୁରୋଧ କ୍ରମେ ମ୍ୟାଚ ଆମ୍ଭର ସମୟକୁ ପରିବର୍ତ୍ତନ କରିବାକୁ ଆଇପିଏଲ ଗଭର୍ନିଂ କାଉନସିଲ ରାଜି ହୋଇଥିଲା। ଦ୍ୱିତୀୟ ମ୍ୟାଚ ୮ଟା ବଦଳରେ ସନ୍ଧ୍ୟା ୭ଟାରେ ଓ ପ୍ରଥମ ମ୍ୟାଚ ଅପରାହ୍ନ ୪ଟା ବଦଳରେ ୫.୩୦ରେ ଆରମ୍ଭ କରିବାକୁ ଅନୁରୋଧ କରାଯାଇଥିଲା। ତେବେ ଆଇପିଏଲ ଗଭର୍ନିଂ କାଉନସିଲ ସମୟରେ ପରିବର୍ତ୍ତନ ନ କରିବାକୁ ନିଷ୍ପତ୍ତି ନେଇଛି। ଡବଲ ହେଡର ବା ଯେଉଁ ଦିନ ଦୁଇଟି ମ୍ୟାଚ ଖେଳାଯିବ ସେଦିନ ମଧ୍ୟ ମ୍ୟାଚ ସମୟରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେବେ କେତୋଟି ଫ୍ରାଞ୍ଚାଇଜ୍‌ ସମୟ ପରିବର୍ତ୍ତନକୁ ଗ୍ରହଣ କରି ନ ଥିଲେ। ଏ ସମ୍ପର୍କରେ ନିଷ୍ପତ୍ତି ନେବା ବେଳେ ସେମାନଙ୍କ ପରାମର୍ଶ ଗ୍ରହଣ କରାଯାଇ ନ ଥିଲା ବୋଲି ଫ୍ରାଞ୍ଚାଇଜ୍‌ମାନେ କହିଥିଲେ। ପୁଣି କେତେକ ଫ୍ରାଞ୍ଚାଇଜ୍‌ ପ୍ରଥମ ମ୍ୟାଚକୁ ୩.୩୦ ଦ୍ୱିତୀୟ ମ୍ୟାଚକୁ ସନ୍ଧ୍ୟା ୭ଟାରେ ଆରମ୍ଭ କରିବାକୁ ଚାପ ପକାଉଥିଲେ ମଧ୍ୟ ମ୍ୟାଚ୍‌ ପୂର୍ବ ଭଳି ନିର୍ଦ୍ଧାରିତ ସମୟରେ ଖେଳାଯିବ ବୋଲି ସ୍ପଷ୍ଟ କରାଯାଇଛି। ଏଥର ଆଇପିଏଲର ୧୧ତମ ସଂସ୍କରଣରେ ଟୁର୍ନାମେଣ୍ଟର ପ୍ରଥମ ଡବଲ ହେଡର ଏପ୍ରିଲ ୮ରେ ଆୟୋଜନ ହେବ। ଏହି ଦିନ ଘରୋଇ ଦିଲ୍ଲୀ ଡେୟାର ଡେଭିଲ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ କୋଲକାତା ନାଇଟ ରାଇଡର୍ସ ଓ ଘରୋଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହଁାମୁହିଁ ହେବେ। ଦୁଇ ବର୍ଷ ପରେ ବାସନ୍ଦରୁ ଫେରିଥିବା ରାଜସ୍ଥାନ ରୟାଲ୍ସ ଏପ୍ରିଲ ୯ ତାରିଖ ଦିନ ହାଇଦ୍ରାବାଦଠାରେ ସନ ରାଇଜର୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
All Right Reserved By

ଖେଳ |

ହକି ବିଶ୍ୱକପ୍‌ : ୨୮ରେ ବାରବାଟୀରେ ରହମାନ ଶୋ ସମ୍ଭାବନା

ହକି ବିଶ୍ୱକପ୍‌ : ୨୮ରେ ବାରବାଟୀରେ ରହମାନ ଶୋ ସମ୍ଭାବନା

କଟକ ଅଫିସ,୧୬ା୧୧- ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ଆସନ୍ତା ୨୮ରେ ବାରବାଟୀ ଷ୍ଟାଡିୟମରେ ରଖି ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି। ଏହି କାର୍ଯ୍ୟକ୍ରମରେ ଦେଶର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ଓସ୍କାର ବିଜେତା ଏ.ଆର. ରହମାନ ଯୋଗଦେବା ସମ୍ଭାବନା ରହିଛି। 

ରାଜ୍ୟ ସ୍ନୁକର: ସୁବ୍ରତ-ଆକାଶ ଫାଇନାଲ

ରାଜ୍ୟ ସ୍ନୁକର: ସୁବ୍ରତ-ଆକାଶ ଫାଇନାଲ

କଟକ ଅଫିସ, ୧୬ା୧୧-ଦି ବିଲିୟାଡର୍‌ସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍‌ଏଓ) ଆନୁକୂଲ୍ୟରେ କଟକ କ୍ଲବରେ ଚାଲିଥିବା ରାଜ୍ୟ ସିନିୟର ସ୍ନୁକର ଚାମ୍ପିୟନଶିପ୍‌ର ଫାଇନାଲ ମୁକାବିଲା ସୁବ୍ରତ ଦାସ ଓ ଆକାଶ ମହାପାତ୍ରଙ୍କ ମଧ୍ୟରେ ହେବ।

ଓଡ଼ିଶା-ଆସାମ ରଣ୍‌ଜୀ ମ୍ୟାଚ୍‌: ଦଳକୁ ଫେରିଲେ ରାଜେଶ, ଧୀରଜ

ଓଡ଼ିଶା-ଆସାମ ରଣ୍‌ଜୀ ମ୍ୟାଚ୍‌: ଦଳକୁ ଫେରିଲେ ରାଜେଶ, ଧୀରଜ

କଟକ ଅଫିସ,୧୬ା୧୧- ଆସନ୍ତା ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଗୁଆହାଟୀର ନେହେରୁ ଷ୍ଟାଡିୟମରେ ଚଳିତ ରଣ୍‌ଜୀ ସିଜନର ପରବର୍ତ୍ତୀ ମ୍ୟାଚ୍‌ରେ ଓଡ଼ିଶା ଘରୋଇ ଆସାମ ଦଳକୁ ଭେଟିବ।

ମହିଳା ଟି୨୦ ବିଶ୍ୱକପ୍‌: ହ୍ୟାଟ୍ରିକ ବିଜୟ ସହ ସେମିରେ ଭାରତ

ମହିଳା ଟି୨୦ ବିଶ୍ୱକପ୍‌: ହ୍ୟାଟ୍ରିକ ବିଜୟ ସହ ସେମିରେ ଭାରତ

ଗୁୟାନା, ୧୫।୧୧(ପି.ଟି.)- ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରେ  ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କ୍ରମାଗତ ତୃତୀୟ ବିଜୟ ହାସଲ କରି ୨୦୧୦ ପରେ ପ୍ରଥମଥର ପାଇଁ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। 

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ- ଖୋ ଉଦ୍‌ଘାଟିତ

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ- ଖୋ ଉଦ୍‌ଘାଟିତ

ଭୁବନେଶ୍ୱର,୧୬।୧୧(ସ୍ପେଟର୍‌ସ ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାୟ କ୍ରୀଡା ପରିଷଦ ଆନୁକୂଲ୍ୟରେ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଖୋ- ଖୋ ପ୍ରତିଯୋଗିତା ଗୁରୁବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଛି।

କିଟ୍‌ରେ ପ୍ରଥମ ଏସିଆନ୍‌ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌ ଆଜିଠୁ

କିଟ୍‌ରେ ପ୍ରଥମ ଏସିଆନ୍‌ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌ ଆଜିଠୁ

ଭୁବନେଶ୍ୱର, ୧୬।୧୧(ସ୍ପୋଟର୍‌ସ ବ୍ୟୁରୋ)- ଶୁକ୍ରବାରଠାରୁ ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ  କ୍ୟାମ୍ପସ୍‌ ୧୨ରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଏସିଆନ୍‌ ବୋଉଲ୍ସ ସ୍ପୋଟର୍‌ସ କନଫେଡେରେଶନ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌। 

ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ଅଗ୍ରଣୀ

ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ଅଗ୍ରଣୀ

କାଣ୍ଡି,୧୬।୧୧(ଏଏଫ୍‌ପି)- ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୨୯୦ ରନ କରି ଅଲଆଉଟ ହୋଇଥିଲା।

ବୀରେନ୍ଦ୍ର, ଅମିତ୍‌ଙ୍କ ଉପରେ ଭରସା ରହିଛି: ମନପ୍ରୀତ୍‌

ବୀରେନ୍ଦ୍ର, ଅମିତ୍‌ଙ୍କ ଉପରେ ଭରସା ରହିଛି: ମନପ୍ରୀତ୍‌

ଭୁବନେଶ୍ୱର,୧୬।୧୧(ସ୍ପୋଟର୍‌ସ ବ୍ୟୁରୋ)- ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆରମ୍ଭ  ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ସମୟ ରହିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳ ତା’ର ପ୍ରଶିକ୍ଷଣ ଶିବିର ଚାଲୁ ରଖିଛି। 

ଆଇପିଏଲ୍‌-୧୨:  ଡୁମିନି, କୁମିନ୍ସଙ୍କୁ ରିଲିଜ କଲା ମୁମ୍ବାଇ

ଆଇପିଏଲ୍‌-୧୨: ଡୁମିନି, କୁମିନ୍ସଙ୍କୁ ରିଲିଜ କଲା ମୁମ୍ବାଇ

ମୁମ୍ବାଇ, ୧୫।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ଦ୍ୱାଦଶ ସିଜନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ୧୦ ଜଣ ଖେଳାଳିଙ୍କୁ ଦଳରୁ ରିଲିଜ୍‌ କରିଛି। ଖେଳାଳି ରିଲିଜ୍‌ ଓ ରିଟେନ୍‌ କରିବା ଲାଗି ଗୁରୁବାର ଅନ୍ତିମ ତାରିଖ ହୋଇଥିବାରୁ ମୁମ୍ବାଇ ପକ୍ଷରୁ ଉଭୟ ରିଲିିଜ ଓ ରିଟେନ ଖେଳାଳିଙ୍କ ଅଫିସିଆଲ ତାଲିକା ପ୍ରକାଶ ପାଇଛି। ନିଲାମୀ ପ୍ରକିୟା ପାଇଁ ରିଲିଜ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଟି୨୦ ସ୍ପେଶାଲିଷ୍ଟ ଜେପି ଡୁମିନି, ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସ, ବାଂଲାଦେଶର ମୁସ୍ତାଫିଜୁର ରେହମାନ ପ୍ରମୁଖ ରହିଛନ୍ତି। ଆଇପିଏଲ୍‌-୧୨ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା ଡିସେମ୍ବରରେ ଅନୁଷ୍ଠିତ ହେବ। ଏଥିଲାଗି ମୁମ୍ବାଇ ୧୮ ଜଣ ଖେଳାଳିଙ୍କୁ ନିଲାମୀ ପ୍ରକ୍ରିୟାକୁ ନ ଛାଡ଼ି ଦଳରେ ରିଟେନ କରିଛି। ପୂର୍ବଭଳି ରୋହିତ୍‌ ଶର୍ମା ଆଗାମୀ ସିଜନରେ ଅଧିନାୟକ ଭାର ସମ୍ଭାଳିବେ।

 ଭାରତୀୟ ଦଳର ନିଶୁ, ଜ୍ୟାକିଚାନ୍ଦ୍‌

ଭାରତୀୟ ଦଳର ନିଶୁ, ଜ୍ୟାକିଚାନ୍ଦ୍‌

ନୂଆଦିଲ୍ଲୀ, ୧୫ା୧୧ (ପି.ଟି.)-ଶନିବାର ଜୋର୍ଡାନ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଗୁରୁବାର ୨୨ ଜଣିଆ ଭାରତୀୟ ଫୁଟ୍‌ବଲ ଦଳ ଘୋଷଣା କରାଯାଇଛି। କୋଚ୍‌ ଷ୍ଟିଫେନ୍‌ କନଷ୍ଟାଣ୍ଟିନଙ୍କ ପରାମର୍ଶକ୍ରମେ ଏଥିରେ ମିଡ୍‌ଫିଲ୍ଡର ଜ୍ୟାକିଚାନ୍ଦ ସିଂ ଏବଂ ଲେଫ୍ଟ ବ୍ୟାକ୍‌ ନିଶୁ କୁମାରଙ୍କୁ  ନିଆଯାଇଛି। ଅକ୍ଟୋବରରେ ଭାରତର ଚାଇନା ବିପକ୍ଷ ଡ୍ର’ ମ୍ୟାଚରେ ଏହି ଖେଳାଳି ଦ୍ୱୟ ଦଳରେ ସାମିଲ ନ ଥିଲେ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏଏଫ୍‌ସି  ଏସିଆନ କପ୍‌ ୨୦୧୯ ଅନୁଷ୍ଠିତ ହେବ। ଏଥିପାଇଁ ଭାରତର ପ୍ରସ୍ତୁତି କ୍ଷେତ୍ରରେ ଏହି ମ୍ୟାଚ ବିଶେଷ ସହାୟକ ହେବ ବୋଲି କନଷ୍ଟାଣ୍ଟିନ ମନେ କରୁଛନ୍ତି। ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗରେ ଜୋର୍ଡାନ ୧୧୨ ତମ ସ୍ଥାନରେ ରହିଛି। ନିକଟକରେ ଫିଫା ବିଶ୍ୱକପ୍‌ ୨୦୧୮ ଫାଇନାଲିଷ୍ଟ କ୍ରୋଏସିଆ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଜୋର୍ଡାନ ୧-୨ ଗୋଲରେ ପରାଜିତ ହୋଇଥିଲା। ପାଦରେ ଆଘାତପ୍ରାପ୍ତ ଯୋଗୁ ଷ୍ଟାର ଷ୍ଟ୍ରାଇକର ସୁନୀଲ ଛେତ୍ରୀଙ୍କ ଅନୁପସ୍ଥିତିରେ ଓ୍ବିଙ୍ଗର ହାଲିଚରଣ ନାର୍ଜାରେ ଭାରତୀୟ ଦଳରେ ମୁଖ୍ୟ ଭୂମିକା ଗ୍ରହଣ କରିବେ।

ପଞ୍ଚାୟତସ୍ତରୀୟ ଫୁଟବଲ: ଗୌଡକେଲା ଚାମ୍ପିୟନ

ପଞ୍ଚାୟତସ୍ତରୀୟ ଫୁଟବଲ: ଗୌଡକେଲା ଚାମ୍ପିୟନ

ବୀରମହାରାଜପୁର, ୧୫।୧୧(ଡି.ଏନ.ଏ): ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। 

ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡ଼ା: ଭଦ୍ରକର ରାଜେଶ୍ୱରୀ ଚାମ୍ପିୟନ

ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡ଼ା: ଭଦ୍ରକର ରାଜେଶ୍ୱରୀ ଚାମ୍ପିୟନ

ଭଦ୍ରକ ଅଫିସ, ୧୫।୧୧ -ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ଅନୁଷ୍ଠିତ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଭଦ୍ରକ ଚରମ୍ପା ମହାବିଦ୍ୟାଳୟର ଯୁକ୍ତ ୩ କଳାର ଦ୍ୱିତୀୟବର୍ଷ ଛାତ୍ରୀ ରାଜେଶ୍ୱରୀ ଦାଶ ଚାମ୍ପିୟନ ହୋଇ ଗୋଲ୍ଡ ମେଡାଲ ହାସଲ କରିଛନ୍ତି।