ଖେଳ |

ରାବାଡାଙ୍କୁ ଅର୍ଥ ଦଣ୍ଡ

ରାବାଡାଙ୍କୁ ଅର୍ଥ ଦଣ୍ଡ
ଦୁବାଇ, ୧୪।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ବୁଧବାର ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରାବାଡାଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛି। ଭ୍ରମଣକାରୀ ଭାରତ ବିପକ୍ଷ ୫ମ ଦିନିକିଆ ସମୟରେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନଙ୍କ ପ୍ରତି ଉତ୍ତେଜନାମୂଳକ ବ୍ୟବହାର ପ୍ରଦର୍ଶନ କରିଥିବା ହେତୁ ରାବାଡାଙ୍କ ମ୍ୟାଚ୍‌ ଫି’ର ୧୫ ପ୍ରତିଶତ ଅର୍ଥ ଜରିମାନା କରାଯାଇଥିବାବେଳେ ତାଙ୍କୁ ଗୋଟିଏ ବିଯୁକ୍ତାତ୍ମକ ପଏଣ୍ଟ ମିଳିଥିବାନେଇ ବୁଧବାର ଆଇସିସି ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ଦୁଇଦେଶ ମଧ୍ୟରେ ଖେଳାଯାଇଥିବା ୫ମ ଦିନିକିଆରେ ଭାରତୀୟ ଇନିଂସର ୮ମ ଓଭରରେ ଏହି ଅଘଟଣ ଘଟିଥିଲା। ଏହି ଓଭରରେ ରାବାଡାଙ୍କ ବଲରେ ଧାଓ୍ବନ ଆଉଟ୍‌ ହୋଇଥିଲେ। ଏହାପରେ ଧାଓ୍ବନ ଡ୍ରେସିଂ ରୁମ୍‌ ଆଡ଼େ ଫେରୁଥିବାବେଳେ ରାବାଡା ବ୍ୟାଟ୍ସମ୍ୟାନଙ୍କ ଆଡ଼କୁ ଯାଇ ଉତ୍ତେଜନାମୂଳକ ବ୍ୟବହାର ପ୍ରଦର୍ଶନ କରିବା ସହିତ କଟୁଭାଷା ପ୍ରୟୋଗ କରିଥିଲେ, ଯାହାର ପ୍ରତ୍ୟୁତ୍ତରରେ ଧାଓ୍ବନ କିଛି କହୁଥିବାର ଦେଖିବାକୁ ମିଳିଥିଲା। ଖେଳାଳିଙ୍କ ପ୍ରତି ଖରାପ ବ୍ୟବହାର ପ୍ରଦର୍ଶନ କରି ଆଇସିସିର ଧାରା-୧ ଉଲ୍ଲଘଂନ କରିଥିବା ହେତୁ ରାବାଡାଙ୍କୁ ଏହି ଦଣ୍ଡ ପ୍ରଦାନ କରାଯାଇଛି ବୋଲି ଆଇସିସି କହିଛି। ରାବାଡାଙ୍କ ନାମରେ ଦୁଇ ଫିଲ୍ଡ ଅମ୍ପାୟର ଇଆନ ଗୁଲ୍ଡ, ଶନ ଜର୍ଜ, ୩ୟ ଅମ୍ପାୟର ଅଲୀମ ଦାର୍‌ ଆଇସିସି ମ୍ୟାଚ୍‌ ରେଫରି ଆଣ୍ଡି ପେକ୍ରଫ୍ଟଙ୍କ ନିକଟରେ ଅଭିଯୋଗ କରିଥିଲେ। ରାବାଡା ନିଜ ଦୋଷ ସ୍ବୀକାର କରିଥିବାରୁ ପରବର୍ତ୍ତୀ ଶୁଣାଣିର ଆବଶ୍ୟକ ନାହିଁ ବୋଲି ମ୍ୟାଚ୍‌ ରେଫରି ପେକ୍ରଫ୍ଟ କହିଛନ୍ତି। ରାବାଡାଙ୍କ ବିଯୁକ୍ତାତ୍ମକ ପଏଣ୍ଟ ସଂଖ୍ୟା ଏବେ ୫ରେ ପହଞ୍ଚତ୍ଛି। ଯଦି ଆଗାମୀ ୨୪ ମାସ ମଧ୍ୟରେ ଏହା ୮ରେ ପହଞ୍ଚେ ତେବେ ଏହି ଦ୍ରୁତ ବୋଲରଙ୍କୁ ୨ଟି ଟେଷ୍ଟ କିମ୍ବା ୪ଟି ଦିନିକିଆ/ଟି୨୦ ମ୍ୟାଚ୍‌ରୁ ବାସନ୍ଦ ହେବାକୁ ପଡ଼ିପାରେ।
All Right Reserved By

ଖେଳ |

୫,୦୦୦ କ୍ଲବରେ ଧାଓ୍ବନ

୫,୦୦୦ କ୍ଲବରେ ଧାଓ୍ବନ

ନାପିଏର,୨୩।୧- ଭାରତୀୟ କ୍ରିକେଟ ଟିମ୍‌ ଓପନର ଶିଖର ଧାଓ୍ବନ ୫,୦୦୦ କ୍ଲବରେ ସାମିଲ ହୋଇଛନ୍ତି। ଏଥିସହ ସେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ସହ ସମକକ୍ଷ ହୋଇଛନ୍ତି।

ଭିନ୍ନ କାରଣରୁ ଖେଳ ସ୍ଥଗିତ

ଭିନ୍ନ କାରଣରୁ ଖେଳ ସ୍ଥଗିତ

ନାପିଏର,୨୩।୧- ଖରାପ ପାଗ, ବର୍ଷା କିମ୍ବା ଆଲୋକ ଅଭାବରୁ କ୍ରିକେଟ ମ୍ୟାଚ ବନ୍ଦ ହୁଏ। ହେଲେ ସ୍ଥାନୀୟ ମ୍ୟାକଲିନ ପାର୍କଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଭିନ୍ନ କାରଣରୁ ଖେଳ ବନ୍ଦ ହୋଇଛି।

ଦ୍ରୁତତମ ଭାରତୀୟ ସାମି

ଦ୍ରୁତତମ ଭାରତୀୟ ସାମି

ନାପିଏର,୨୩।୧- ପେସର ମହମ୍ମଦ ସାମି ବୁଧବାର ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୧୦୦ତମ ଉଇକେଟ ନେଇଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ଦେଶର ଦ୍ରୁତତମ ଭାରତୀୟ ପେସର। 

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ନାପିଏର,୨୩।୧- ଭାରତୀୟ ବୋଲରମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଏଠାରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କୁ ଉଚିତ ସମ୍ମୁଖୀନ ହୋଇ ନ ପାରି ଘରୋଇ ନ୍ୟୁଜିଲାଣ୍ଡ ଦଳ ମାତ୍ର ୩୮ ଓଭରରେ ୧୫୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ନୂଆଦିଲ୍ଲୀ, ୨୩।୧ (ପି.ଟି.)- ଭାରତର ପ୍ରାକ୍ତନ ହକି ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ରାଘବୀର ସିଂ ଭୋଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

୨୩ବର୍ଷରୁ କମ୍‌ ମହିଳା ଟି୨୦: ଓଡ଼ିଶାର ୨ୟ ପରାଜୟ

କଟକ ଅଫିସ,୨୩।୧- ରାଜକୋଟର ଏସ୍‌ସିଏ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ୨୩ ବର୍ଷରୁ କମ୍‌ ମହିଳା ଟି-୨୦ ଲିଗ୍‌ରେ ଓଡ଼ିଶା ୯ ଉଇକେଟରେ ରେଲୱେଠାରୁ ପରାସ୍ତ ହୋଇଛି।

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଇଣ୍ଟର-ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ

ଭୁବନେଶ୍ୱର, ୨୩।୧(ସ୍ପୋଟର୍‌ସ ବ୍ୟୁରୋ)- ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଇଣ୍ଟର ୟୁନିଭରସିଟି ସ୍ପୋଟର୍‌ସ ଫେଷ୍ଟ-୨୦୧୯ ଆୟୋଜିତ ହୋଇଯାଇଛି। 

ଭିବିଏସ୍‌ଠାରୁ ହାରିଲା ଉତ୍କଳ

ଭିବିଏସ୍‌ଠାରୁ ହାରିଲା ଉତ୍କଳ

କଟକ ଅଫିସ,୨୩।୧- କଟକରେ ଚାଲିଥିବା ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟରେ ମଙ୍ଗଳବାଠାରୁ ଲିଗ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହୋଇଛି। ୪ଟି ପୁଲର ଶୀର୍ଷ ୪ଟି ଦଳକୁ ନେଇ ଏହି ଫାଇନାଲ ପର୍ଯ୍ୟାୟ ହେବ। 

ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ: ମୁଖ୍ୟ ଡ୍ର’ରେ ଶୁଭଙ୍କର

ଜାକର୍ତ୍ତା, ୨୩ା୧ (ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଶୁଭଶଙ୍କର ଦେ ପୁରୁଷ ସିଙ୍ଗଲ୍ସ କ୍ୱାଲିଫାଇଙ୍ଗ ରାଉଣ୍ଡରେ କ୍ରମାଗତ ବିଜୟ ସହ ଏଠାରେ ଚାଲିଥିବା ୩୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ  ଇଣ୍ଡୋନେସିଆ ମାଷ୍ଟର୍ସ ମୁଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି।

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ଲୌରିଅସ୍‌ ସ୍ପୋଟର୍‌ସ ଆଓ୍ବାର୍ଡ: ବେକେନବେଉର, ମାର୍କ ସ୍ପିଜ୍‌, ଷ୍ଟିଭ୍‌ ଓ୍ବ ଯୋଗଦେବେ

ମୋନାକୋ, ୨୨ା୧ (ପି.ଟି.)- ଫେବୃୟାରୀ ୧୮ରେ ହେବାକୁଥିବା ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ପୁରସ୍କାର ବିତରଣ ଉତ୍ସବରେ ଅନେକ କ୍ରୀଡ଼ା କିମ୍ବଦନ୍ତୀ ଉପସ୍ଥିତ ରହିବେ। 

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ବାଙ୍କୁଆଲ ଜଗବନ୍ଧୁ ସ୍ମାରକୀ କ୍ରିକେଟ: ସେମିରେ ଫ୍ରେଣ୍ଡ୍ସ କ୍ଲବ୍‌

ପୁରୁଣା ଭୁବନେଶ୍ୱର,୨୩।୧ (ଡି.ଏନ୍‌.ଏ)- ସ୍ଥାନୀୟ ବାଙ୍କୁଆଳ ଖେଳପଡିଆରେ ଚାଲିଥିବା ଜଗବନ୍ଧୁ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟରେ କଟକର ଫ୍ରେଣ୍ଡ୍ସ କ୍ଲବ ସେମିଫାଇନାଲରେ ପ୍ରବେଶ କରିଛି। 

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ବିହାରୀଲାଲ୍‌ ସ୍ମାରକୀ କ୍ରିକେଟ : ଶହୀଦ ସ୍ପୋର୍ଟିଂ- ବିହାରୀଲାଲା ଫାଇନାଲ

ପୁରୁଣା ଭୁବନେଶ୍ୱର, ୨୩।୧(ଡି.ଏନ.ଏ.)- ସ୍ଥାନୀୟ ପୋଖରୀପୁଟ ଖେଳ ପଡିଆଠାରେ ଚାଲିଥିବା ବିହାରୀଲାଲ ଜେନା ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି।