Dharitri News
ମେଟ୍ରୋ |

ଭାଜପା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଗିରଫ

ଭାଜପା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଗିରଫ ଭୁବନେଶ୍ୱର, ୧୪।୨(ବ୍ୟୁରୋ)- ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ସରକାରୀ ବାସଭବନ ଉପରେ ଆକ୍ରମଣ ଘଟଣାରେ କ୍ୟାପିଟାଲ ଥାନା ପୋଲିସ ବୁଧବାର ଭାଜପା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରାକେଶ ଜେନାଙ୍କୁ ଗିରଫ କରିଛି। ତାଙ୍କୁ ଝାରପଡା ଅଞ୍ଚଳରୁ ଗିରଫ କରାଯାଇଛି। ଏଥିସହ ଘଟଣାର ମାଷ୍ଟରମାଇଣ୍ଡ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଏହି ଘଟଣାରେ ଥାନାରେ ଦଫା ୧୪୭, ୨୯୪, ୪୫୨, ୩୦୭, ୪୨୭, ୩୫୩, ୩୨୩, ୪୨୭, ୩୫୩, ୩୨୩, ୫୦୬, ୧୪୯, ୧୨୦ ଆଇପିସିରେ ଏକ ମାମଲା(୫୨/୧୮) ରୁଜୁ ହୋଇଛି। ଘଟଣା ଦିନ ଅର୍ଥାତ୍‌ ଗତ ଶନିବାର ଏହି ମାମଲାରେ ରଶ୍ମି ରଞ୍ଜନ ମୁଦୁଲି, ଯୁଗଜ୍ୟୋତି ସ୍ବାଇଁ, ବିଭୂତି ଭୂଷଣ ପୃଷ୍ଟି, ବିଶ୍ୱରଞ୍ଜନ ବଡଜେନାଙ୍କୁ ପୋଲିସ ଗିରଫ କରିଥିଲା। ପରେ ଗତ ସୋମବାର ୨ ନାବାଳକ ଅଭିଯୁକ୍ତଙ୍କୁ ପୋଲିସ ନୟାପଲ୍ଲୀ ଅଞ୍ଚଳରୁ ଧରି ସୁଧାର ଗୃହକୁ ପଠାଇଥିଲା। ମଙ୍ଗଳବାର ବଳରାମ ଖୁଣ୍ଟିଆ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।

ମେଟ୍ରୋ |

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ଆହତ ବୋଝିଆଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ଧାରଣା

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିରରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣେ ବୋଝିଆଙ୍କ ମୃତ୍ୟୁକୁ ନେଇ ଶୁକ୍ରବାର ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଅଭାବନୀୟ ପରିସ୍ଥିତି। କ୍ଷତିପୂରଣ ଦାବିରେ ମୃତଦେହକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖି ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ବୋଝିଆ ଧାରଣା ବସିଥିଲେ। ପରେ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରାଥମିକ ସହାୟତା ପ୍ରଦାନ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ବାଏ ଅଫ୍‌ର ତୃତୀୟ ସନ୍ଧ୍ୟା: ଦୃଷ୍ଟିହୀନ ସାଜିଲେ ପଥପ୍ରଦର୍ଶକ

ବାଏ ଅଫ୍‌ର ତୃତୀୟ ସନ୍ଧ୍ୟା: ଦୃଷ୍ଟିହୀନ ସାଜିଲେ ପଥପ୍ରଦର୍ଶକ

ପୁରୀ ଅଫିସ,୨୩ା୨: ଜଣେ ଦୃଷ୍ଟିହୀନ ପାଇଁ ଆଲୋକର ମାନେ କିଛି ନାହିଁ। ଅନ୍ଧକାର ହିଁ ତା ଜୀବନ ସାଥୀ। ଜନ୍ମରୁ ସିଏ ଆଲୋକର ସଂଜ୍ଞା କ’ଣ ଜାଣିନି କିମ୍ବା ଆଲୋକର ରଶ୍ମି କେବେ ଦେଖିବାର ସୁଯୋଗ ପାଇନି। ପୂର୍ଣ୍ଣିମାର ରାତି ତା’ ପାଇଁ ସର୍ବଦା ଅମା ଅନ୍ଧାର। ହେଲେ ଅନ୍ଧକାରକୁ ସାଥୀ କରି ଚାଲୁଥିବା ଜଣେ ଦୃଷ୍ଟିହୀନ ଯେ ବେଳେବେଳେ ଅନ୍ୟମାନଙ୍କୁ ଠିକଣା ପଥରେ ଆଗେଇ ନିଏ ତାହା ଦେଖିବାକୁ ମିଳିଥିଲା ବ୍ରିଙ୍ଗ ୟୋର ଓନ୍‌ ଫିଲ୍ମ ଫେଷ୍ଟିଭାଲ (ବାଏ ଅଫ୍‌)ରେ।

ମାର୍ଚ୍ଚ ୨୫ ସୁଦ୍ଧା ଜଗମୋହନରୁ ଦର୍ଶନ

ମାର୍ଚ୍ଚ ୨୫ ସୁଦ୍ଧା ଜଗମୋହନରୁ ଦର୍ଶନ

ପୁରୀ ଅଫିସ, ୨୩।୨: ଶ୍ରୀମନ୍ଦିରର ଜଗମୋହନ ଭିତରପାର୍ଶ୍ୱ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି। ଏହାର ସୌନ୍ଦର୍ଯ୍ୟକରଣ ସିଲିଙ୍ଗ ଓ କ୍ଲାଡିଙ୍ଗ କାର୍ଯ୍ୟ ମାର୍ଚ୍ଚ ୬ ସୁଦ୍ଧା ସରିବ। ଗର୍ଭଗୃହରେ ଏସି ସଂସ୍ଥାପନ ହେବ। ସେଥିପାଇଁ ଜଗମୋହନରେ ଭେଣ୍ଟିଲେଶନ ଡକ୍‌ ଲଗାଯିବ। ଏହି କାର୍ଯ୍ୟ ମାର୍ଚ୍ଚ ୨୦ ସୁଦ୍ଧା ସରିବ। ମାର୍ଚ୍ଚ ୨୫ ସୁଦ୍ଧା ଭକ୍ତ ଜଗମୋହନକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାପରେ ଆଉ କୌଣସି ସମସ୍ୟା ରହିବ ନାହିଁ ବୋଲି କୋର୍‌ କମିଟି ମତ ରଖିଛି।

ଫିକା ପଡିଲା ବିଚ୍‌ କାର୍ନିଭାଲ: ଚଇତିଘୋଡ଼ା ନୃତ୍ୟରେ ମନ ବୁଝିଲାନି

ଫିକା ପଡିଲା ବିଚ୍‌ କାର୍ନିଭାଲ: ଚଇତିଘୋଡ଼ା ନୃତ୍ୟରେ ମନ ବୁଝିଲାନି

ପୁରୀ ଅଫିସ,୨୩।୨: ଜମାଣିଆ ହେବ ପୁରୀ ବିଚ୍‌ କାର୍ନିଭାଲ। କ୍ରୀଡ଼ା, ଯୋଗ ଓ ନୃତ୍ୟଗୀତର ବି ଆସର ଜମିବ। ସାମିଲ ହେବେ ପୁରୀବାସୀ ଆଉ ପର୍ଯ୍ୟଟକ। ୫ ଦିନ ଧରି ନାଚଗୀତରେ ମସ୍‌ଗୁଲ ହେବେ ସଭିଏଁ। ଆରମ୍ଭରୁ ଏମିତି ଅନେକ କଥା ଶୁଣିବାକୁ ମିଳିଥିଲା। ଉଦ୍‌ଘାଟନୀ ବି ବେଶ୍‌ ଜାକଜମକରେ ହେଲା। ହେଲେ ତୃତୀୟ ସନ୍ଧ୍ୟାରେ ଫିକା ପଡିଗଲା ବିଚ୍‌ କାର୍ନିଭାଲ। ଆସିଲେନି ଅତିଥି କି ଉଦ୍‌ଘାଟନ ହେଲାନି କାର୍ଯ୍ୟକ୍ରମ।

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

ପରଲୋକରେ ପୂର୍ବତନ ବିଧାୟକ ନିତ୍ୟାନନ୍ଦ ସାମନ୍ତରାୟ

କଟକ ଅଫିସ, ୨୩ା୨: ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ଶିଳ୍ପପତି ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶୁକ୍ରବାର ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଅପରାହ୍ନ ସାଢେ ଗୋଟାଏ ସମୟରେ ସାମନ୍ତରାୟ କଟକ ରାଜାବଗିଚାସ୍ଥିତ ନିଜ ବାସଭବନ ପରିସରସ୍ଥ ବଗିଚାରୁ ଫେରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଗୁରୁତର ହୋଇପଡ଼ିଥିଲେ।

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

କୃଷିର ଉନ୍ନତି ପାଇଁ ବ୍ରତୀ ହୁଅ: ରାଜ୍ୟପାଳ

ଭୁବନେଶ୍ୱର, ୨୩।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ୩୭ତମ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ଡ. ଏସ୍‌.ସି. ଜମିର ପୌରୋହିତ୍ୟ କରି ଓୟୁଏଟି ଜାତୀୟ ସ୍ତରରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ଦୋହରାଇଥିଲେ। ଛାତ୍ରୀଛାତ୍ର ଏହି ପ୍ରଗତିର ପଥରେ ନିଜକୁ ସାମିଲ କରାଇବା ସହିତ ରାଜ୍ୟ ତଥା ଦେଶରେ କୃଷିର ଉନ୍ନତି ପାଇଁ ବ୍ରତୀ ହେବାକୁ ପରାମର୍ଶ ଦେଇଥିଲେ।

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୨୩।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀ ସମ୍ମୁଖ ସମ୍ମୁଖ ରାସ୍ତା ଉପରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ଧନେଶ୍ୱର ଦାଶ(୨୫)। ସେ ହାଉସିଂ ବୋର୍ଡ କଲୋନୀରେ ଏକ ଟେଣ୍ଟ ହାଉସ୍‌ କରିଥିଲେ।

ଏମ୍‌ଜିଏନ୍‌ଆର୍‌ଜିଇଏସ୍‌ ଜନଶୁଣାଣି

ଏମ୍‌ଜିଏନ୍‌ଆର୍‌ଜିଇଏସ୍‌ ଜନଶୁଣାଣି

ସାକ୍ଷୀଗୋପାଳ,୨୩।୨(ଡି.ଏନ.ଏ.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ୨୦୧୭-୧୮ ଆର୍ଥିକ ବର୍ଷରେ କରାଯାଇଥିବା କାମଗୁଡିକର ସତ୍ୟବାଦୀ ବ୍ଲକସ୍ତରୀୟ ଜନଶୁଣାଣି ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପିତା ନିତ୍ୟାନନ୍ଦ ସାମନ୍ତରାୟଙ୍କ ପରଲୋକ

ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପିତା ନିତ୍ୟାନନ୍ଦ ସାମନ୍ତରାୟଙ୍କ ପରଲୋକ

କଟକ ଅଫିସ, ୨୩।୨: ର୍ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବାପା ନିତ୍ୟାନନ୍ଦ ସାମନ୍ତରାୟଙ୍କ ଶୁକ୍ରବାର ପରଲୋକ ଘଟିଛି। କଟକ ରାଜାବଗିଚାସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ବର୍ଷ ହୋଇଥିଲା।

ଅସ୍ତରଙ୍ଗ ମହିଳା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ: ୧ ଅଟକ

ଅସ୍ତରଙ୍ଗ ମହିଳା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ: ୧ ଅଟକ

କାକଟପୁର,୨୩।୨(ଡି.ଏନ.ଏ.): ପାଟ୍ରୋଲିଂ କରୁଥିବା ସମୟରେ ଅସ୍ତରଙ୍ଗ ଥାନା ଆଇଆଇସିଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ ନେଇ ଅଭିଯୋଗ ହୋଇଛି। ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ଆଇଆଇସି ପ୍ରଣିତା ପଟ୍ଟନାୟକ ଓ ଭ୍ୟାନ୍‌ ଡ୍ରାଇଭର ନରେନ୍ଦ୍ର କାଣ୍ଡିଙ୍କୁ ୨ଜଣ ପୋଲିସ କର୍ମଚାରୀ ଆକ୍ରମଣ କରିଛନ୍ତି। କାକଟପୁର ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫୦ଲକ୍ଷ

ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୫୦ଲକ୍ଷ

କୃଷ୍ଣପ୍ରସାଦ,୨୩।୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ନବା ଗାଁ ନିକଟ ବିଶ୍ୱାଳ ସ୍ରିମ୍ପ, ଜେବିଏସ୍‌ ଆକ୍ୱାଟିକ୍ସରୁ ଗୁରୁବାର ବିଳମ୍ବିତ ରାତିରେ ଲୁଟ ହୋଇଛି। କର୍ମଚାରୀମାନଙ୍କୁ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୫୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ବିଚ୍‌ କାର୍ନିଭାଲର ଦ୍ୱିତୀୟ ସନ୍ଧ୍ୟା: ଜମିଲା ଠିଆପାଲା, ଡିଜେରେ ଝୁମିଲେ ଦର୍ଶକ

ବିଚ୍‌ କାର୍ନିଭାଲର ଦ୍ୱିତୀୟ ସନ୍ଧ୍ୟା: ଜମିଲା ଠିଆପାଲା, ଡିଜେରେ ଝୁମିଲେ ଦର୍ଶକ

ପୁରୀ ଅଫିସ,୨୨।୨: ଡିଜେର ଧୂନ୍‌ ସାଙ୍ଗକୁ ଜମିଥିଲା ଠିଆପାଲା ଗୀତ। ତାଳେ ତାଳେ ଝୁମିଥିଲେ ଦର୍ଶକ। ପୁଣି ରଙ୍ଗବତୀର ରଙ୍ଗ ବି ରଙ୍ଗ ଭରିଦେଇଥିଲା ଶ୍ରୋତାଙ୍କ ମନରେ। ପୁରୀ ବିଚ୍‌ କାର୍ନିଭାଲର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ନିଆରା ମାହୋଲ। ମତୁଆଲା ଥିଲେ ଦର୍ଶକ। ଠିଆପାଲା ଫେମ୍‌ ସତ୍ୟଜିତ୍‌ ପ୍ରଧାନଙ୍କ ଚାଲ୍‌ କରିବା ଠିଆପାଲା ଗୀତରେ ଧୂମ୍‌ ନାଚିଥିଲେ ଦେଖଣାହାରୀ।