Dharitri News
ମେଟ୍ରୋ |

ଆଇଏଫ୍‌ଏଫ୍‌ବି ଆରମ୍ଭ: ପ୍ରଥମ ଦିନରେ ୫ ଫିଲ୍ମ ପ୍ରଦର୍ଶିତ

 ଆଇଏଫ୍‌ଏଫ୍‌ବି ଆରମ୍ଭ: ପ୍ରଥମ ଦିନରେ ୫ ଫିଲ୍ମ ପ୍ରଦର୍ଶିତ ଭୁବନେଶ୍ୱର, ୧୪।୨(ବ୍ୟୁରୋ)- ୯ମ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ଭୁବନେଶ୍ୱର(ଆଇଏଫଏଫବି) ବୁଧବାର ଇଡ୍‌କଲ ଅଡିଟୋରିୟମଠାରେ ଆରମ୍ଭ ହୋଇଛି। ଉତ୍ସବର ପ୍ରଥମ ଦିନରେ ୫ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ପ୍ରଥମେ ପ୍ରଦର୍ଶିତ ହୋଇଥିଲା ତାମିଲ ଚଳଚ୍ଚିତ୍ର ‘ରିଭିଲେଶନ୍ସ’। ଏକ ତାମିଲ ଝିଅର କାହାଣୀକୁ ନେଇ ହୋଇଥିବା ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ଜୟପାଲ। ୨୦୧୬ରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରଟି ଭୂଷଣ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ଆଇଏଫଏଫକେ ଓ ଗୋଟେବର୍ଗ ଚଳଚ୍ଚିତ୍ର ଉତ୍ସବରେ ପ୍ରାଦର୍ଶିତ ହୋଇସାରିଛି। ଏହାପରେ ବୌଧୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦି ଭାଓଲିନ ପ୍ଲେୟାର’ ପ୍ରଦର୍ଶିତ ହୋଇଥିଲା। ୭୨ମିନିଟର ଏହି ହିନ୍ଦୀ ଚଳଚ୍ଚିତ୍ରଟି ୨୦୧୪ରେ ପରଦାକୁ ଆସିଥିଲା ଏବଂ ଅନେକ ପୁରସ୍କାର ହାସଲ କରିଥିଲା। ଏହା ପରେ ଜି. ଅରବିନ୍ଦନଙ୍କ ନିର୍ଦ୍ଦେଶିତ ମାଲାୟାମ ଚଳଚ୍ଚିତ୍ର ‘ଚିଦମ୍ବରମ’ ପ୍ରାଦର୍ଶିତ ହୋଇଥିଲା। ୧୯୮୫ରେ ଆସିଥିବା ଏହି ଚଳଚ୍ଚିତ୍ରଟି ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛି। ଏହା ପରେ ବାବୁ ଈଶ୍ୱର ପ୍ରସାଦଙ୍କ ନିର୍ଦ୍ଦେଶିତ କନ୍ନଡ଼ ଚଳଚ୍ଚିତ୍ର ‘ଗାଲିବିଜା’ ପ୍ରଦର୍ଶନ କରାଯାଇଥିଲା। ଶେଷରେ ପ୍ରଦର୍ଶିତ ହୋଇଥିଲା କନ୍ନଡ଼ ଚଳଚ୍ଚିତ୍ର ‘ହାରିକଥା ପ୍ରସଙ୍ଗ’। ୧୦୫ମିନିଟ୍‌ର ଏହି ଚଳଚ୍ଚିତ୍ରକୁ ଅନନ୍ୟା କସରବାଲି ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଥମ ଦିନରେ ପଦ୍ମଶ୍ରୀ ଗିରିଶ କାସରପ ଅଲି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସନ୍ଧ୍ୟାରେ ଚଳଚ୍ଚିତ୍ର ର୍ନିମାତା ଅମରତ୍ୟ ଭାଟ୍ଟାଚାର୍ଯ୍ୟଙ୍କ ସଭାପତିତ୍ବରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଗୁରୁବାର ୬ଟି ଚଳଚ୍ଚିତ୍ର ପ୍ରଦର୍ଶନ ହେବାର କାଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ୭ ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ୪୦ରୁ ଊର୍ଦ୍ଧ୍ୱ ଖ୍ୟାତନାମା ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଓଡ଼ିଆ ସମେତ ତେଲୁଗୁ, ମାଲାୟାଲାମ, ବେଙ୍ଗଲୀ, ପଞ୍ଜାବୀ, ମରାଠୀ, ହିନ୍ଦୀ, ମଣିପୁରୀ ଆଦିର ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏଥିରେ ବିଭିନ୍ନ ଚଳଚ୍ଚିତ୍ରର ନିର୍ମାତାଙ୍କ ସହ ପ୍ରଯୋଜକ ସାମିଲ ହୋଇଛନ୍ତି। ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଚଳଚ୍ଚିତ୍ର ଉତ୍ସବକୁ ଫିଲ୍ମ ସୋସାଇଟି ଭୁବନେଶ୍ୱର ଆୟୋଜନ କରୁଛି।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ମେଟ୍ରୋ |

ଏମ୍‌ସ ଡାକ୍ତରୀ ଛାତ୍ର ନିଖୋଜ ଘଟଣା: ରୁମ୍‌ରୁ ମିଳିଲା ଚିଠି, କଲିକତା ଯିବ ପୋଲିସ

ଏମ୍‌ସ ଡାକ୍ତରୀ ଛାତ୍ର ନିଖୋଜ ଘଟଣା: ରୁମ୍‌ରୁ ମିଳିଲା ଚିଠି, କଲିକତା ଯିବ ପୋଲିସ

ଭୁବନେଶ୍ୱର, ୨୫।୨(ବ୍ୟୁରୋ)- ଏମ୍‌ସ ଭୁବନେଶ୍ୱରର ଡାକ୍ତରୀ ଛାତ୍ର ଜମ୍ମୁ କଶ୍ମୀର କୁପଓ୍ବାଡ଼ା ଜିଲାର ସୋହେଲ୍‌ ଆଇଜାକ୍‌ ନିଖୋଜ ଘଟଣାକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତନାଘନା। ଗତ ୯ ତାରିଖରୁ ସେ ନିଖୋଜ ଥିବାବେଳେ ଶନିବାର ତାଙ୍କ ପରିବାର ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ରବିବାର ସୋହେଲଙ୍କ ବାପା ଓ ଭାଇ ଡିସିପିଙ୍କୁ ଭେଟି ଘଟଣା ସଂକ୍ରାନ୍ତରେ ଆଲୋଚନା କରିବା ସହ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।

ଓଡ଼ିଶା ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକ ସଂଘର ବିଧାନସଭା ଘେରାଉ ୯ରେ

ଭୁବନେଶ୍ୱର, ୨୫।୨(ବ୍ୟୁରୋ)- ପୁଣି ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ସହାୟକ ସଂଘ। ସରକାର ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ସଂଘ ଆସନ୍ତା ମାର୍ଚ୍ଚ ୯ରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। ଶିକ୍ଷା ସହାୟକଙ୍କ ୬ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ୬ଟି ଇନ୍‌କ୍ରିମେଣ୍ଟ ଦେବା ସହିତ ୩ଟି ଦାବି ନେଇ ସଂଘ ପକ୍ଷରୁ ନଭେମ୍ବର ୮ରେ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଥିଲା। ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରି ଫେବୃୟାରୀ ୧ରେ ଉକ୍ତ ଦାବି ସଂକ୍ରାନ୍ତରେ ଆଲୋଚନା କରିବା ସହ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଫଳରେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା ସଂଘ। କିନ୍ତୁ ଏଯାଏ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ରବିବାର ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି। ସରକାରଙ୍କ ଶିକ୍ଷା ଓ ଶିକ୍ଷକ ମାରଣନୀତିକୁ ସଂଘର ନେତୃବୃନ୍ଦ ତୀବ୍ର ନିନ୍ଦା କରିଛନ୍ତି। ବୈଠକରେ ଶିକ୍ଷା ସହାୟକ ସଂଘର ସଭାପତି ମଳୟ କୁମାର ଜେନା, ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର ପ୍ରମୁଖ ଉପସ୍ଥିତ ଥିଲେ।

ଡ୍ୟୁଟିବେଳେ ଶୋଇଥିଲେ ପୋଲିସ, ଭାଇରାଲ ହେଲା ଭିଡିଓ

ଡ୍ୟୁଟିବେଳେ ଶୋଇଥିଲେ ପୋଲିସ, ଭାଇରାଲ ହେଲା ଭିଡିଓ

ଭୁବନେଶ୍ୱର, ୨୫।୨(ବ୍ୟୁରୋ)- ପୋଲିସ ବିଭାଗରେ ରାଜ୍ୟରେ ସବୁଠୁ ଦକ୍ଷ ଅଧିକାରୀ ଓ କର୍ମଚାରୀ କମିଶନରେଟ ପୋଲିସରେ ରହିଥିବା କୁହାଯାଏ। ଏଠାରେ ନିୟମ ସବୁଠୁ କଡାକଡି ଭାବେ ଲାଗୁ କରାଯାଉଥିବାବେଳେ କର୍ମଚାରୀମାନେ ମଧ୍ୟ ରାତିଦିନ ସବୁବେଳେ ସଜାଗ ଓ ତତ୍ପର ରହୁଥିବା ରାଜ୍ୟବାସୀଙ୍କର ଧାରଣା ରହିଛି। କିନ୍ତୁ ଅନେକ ଘଟଣା ଏବେ କମିଶନରେଟ ପୋଲିସର କାର୍ଯ୍ୟଧାରାକୁ ପଦାକୁ ଆଣିଛି। କେତେଜଣ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପୂରା ବିଭାଗ ବଦନାମର ବୋଝ ମୁଣ୍ଡାଇଛି। କେତେବେଳେ ପୋଲିସ ବାବୁମାନେ ନିଶାସକ୍ତ ଅବସ୍ଥାରେ ରାସ୍ତାରେ ଗଡୁଛନ୍ତି ତ ଆଉ କେତେବେଳେ ଖାମଖିଆଲ ମନୋଭାବ ଯୋଗୁ ସହରର ସୁରକ୍ଷା ବିପନ୍ନ ହେଉଛି। ଡ୍ୟୁଟି ସମୟରେ ଜଣେ ପୋଲିସ କର୍ମଚାରୀଙ୍କ ଶୋଇବାର ଦୃଶ୍ୟ ଏବେ ଭାଇରାଲ୍‌ ହୋଇଛି।

ମୁକ୍ତାକାଶ ରଙ୍ଗମଞ୍ଚରେ ମ୍ୟୁଜିକାଲ ନାଇଟ୍‌: ମାଝିରେ ଗୀତରେ ଝୁମିଲେ ଦର୍ଶକ

ମୁକ୍ତାକାଶ ରଙ୍ଗମଞ୍ଚରେ ମ୍ୟୁଜିକାଲ ନାଇଟ୍‌: ମାଝିରେ ଗୀତରେ ଝୁମିଲେ ଦର୍ଶକ

ପୁରୀ ଅଫିସ, ୨୫।୨: ପୁରୀ ସାଂସ୍କୃତିକ ଗବେଷଣା କେନ୍ଦ୍ର ପକ୍ଷରୁ ରବିବାର ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ହୋଇଥିଲା ଅନୁଷ୍ଠାନର ତୃତୀୟ ବାର୍ଷିକ ମ୍ୟୁଜିକାଲ ନାଇଟ। ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ଦିବଂଗତ ଅକ୍ଷୟ ମହାନ୍ତି ଓ ହିନ୍ଦୀ ସିନେମାର ସୁପରଷ୍ଟାର ଅଭିନେତା ଶଶି କପୁରଙ୍କୁ ସମର୍ପିତ ହୋଇଥିଲା

ଏଲିଫ୍ୟାଣ୍ଟ ପରେଡ୍‌: ଲଣ୍ଡନ ଯିବ ଓଡ଼ିଶାର କ୍ରିଷ୍ଣା ହାତୀ

ଏଲିଫ୍ୟାଣ୍ଟ ପରେଡ୍‌: ଲଣ୍ଡନ ଯିବ ଓଡ଼ିଶାର କ୍ରିଷ୍ଣା ହାତୀ

ପୁରୀ ଅଫିସ, ୨୫।୨: ବମ୍ବେରେ ଅନୁଷ୍ଠିତ ଏଲିଫ୍ୟାଣ୍ଟ ପରେଡରେ ସମସ୍ତଙ୍କ ହୃଦୟ ଜିତିଛି ଓଡ଼ିଶାର କ୍ରିଷ୍ଣା ହାତୀ। ଫାଇବରରେ ନିର୍ମିତ କ୍ରିଷ୍ଣା ଶରୀରରେ ଶୋଭାପାଉଛି ଓଡ଼ିଶାର ପାରମ୍ପରିକ ପଟଚିତ୍ରର ସୂକ୍ଷ୍ମ କାରିଗରି। ଜୁରୀଙ୍କ ମନ ଜିଣିବା ପରେ ଲଣ୍ଡନ ଯିବା ଲାଗି ଯୋଗ୍ୟତା ଅର୍ଜନ କରିଛି କ୍ରିଷ୍ଣା। କ୍ରିଷ୍ଣା ସହ ମୋଟ ୧୫ଟି ହାତୀ ଲଣ୍ଡନ ଯିବେ।

ସରିଲା ବିଚ୍‌ କାର୍ନିଭାଲ: ଆକର୍ଷଣ ସାଜିଲା ସିନେ ଆୱାର୍ଡ

ସରିଲା ବିଚ୍‌ କାର୍ନିଭାଲ: ଆକର୍ଷଣ ସାଜିଲା ସିନେ ଆୱାର୍ଡ

ପୁରୀ ଅଫିସ, ୨୫।୨: ପୁରୀ ବେଳାଭୂମିରେ ପାଞ୍ଚଦିନ ଧରି ଚାଲିଥିବା ଦ୍ୱିତୀୟ ବିଚ୍‌ କାର୍ନିଭାଲ ରବିବାର ଶେଷ ହୋଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସିନେ ଆୱାର୍ଡ ପ୍ରମୁଖ ଆକର୍ଷଣ ସାଜିଥିଲା। ଜ୍ୟୋତି ନାୟକଙ୍କୁ ଶ୍ରେଷ୍ଠ ନାୟକ ଏବଂ ଝିଲିକ୍‌ ଭଟ୍ଟାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ନାୟିକା ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା।

‘ମ୍ୟାରେଜ-ଓଲୋଜି’ ସ୍ତ୍ରୀ-ସ୍ବାମୀଙ୍କ ବିଭିନ୍ନ ରୂପ

‘ମ୍ୟାରେଜ-ଓଲୋଜି’ ସ୍ତ୍ରୀ-ସ୍ବାମୀଙ୍କ ବିଭିନ୍ନ ରୂପ

ଭୁବନେଶ୍ୱର, ୨୫।୨(ବ୍ୟୁରୋ)- ବାହାଘରରେ ଯେ ଖାଲି ସୁଖ ଶାନ୍ତି ଥାଏ ତାହା ନୁହେଁ, ସେଥିରେ ଥାଏ ଭିନ୍ନ ଭିନ୍ନ ରୂପ। ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ କେତେବେଳେ ରାଗରୁଷା, କେତେବେଳେ ଅଭିମାନ ଆଉ କେତେବେଳେ ହସଖୁସି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ରବିବାର ଇଡ୍‌କଲ ଅଡିଟୋରିୟମରେ।

ସରିଲା ବାଏ ଅଫ୍‌: ଜେଜେଙ୍କୁ ବଞ୍ଚାଇ ପାରିଲେନି ନାତି

ସରିଲା ବାଏ ଅଫ୍‌: ଜେଜେଙ୍କୁ ବଞ୍ଚାଇ ପାରିଲେନି ନାତି

ପୁରୀ ଅଫିସ, ୨୫।୨: ଜେଜେ ଆଉ ନାତି। ଦୁହିଁଙ୍କ ସମ୍ପର୍କ ବେଶ୍‌ ନିବିଡ଼। ଥଟ୍ଟାମଜା ହେଉ ଅବା ତାଗିଦ ସବୁଥିରେ ଭରି ରହିଥାଏ ସ୍ନେହ। ଜଣେ ଅନ୍ୟଜଣଙ୍କୁ ପାଖରୁ ଛାଡେ ନାହିଁ। କିନ୍ତୁ ଏହି ଭଲ ପାଇବା ଭିତରେ ଅଚାନକ ଘୋଟି ଆସିଛି ବିପଦ। ଜୀବନଠୁ ଅଧିକ ଭଲ ପାଉଥିବା ଜେଜେ ପାଇଁ ପରିସ୍ଥିତିରେ ପଡି ନାତି ହୋଇଯାଇଛି ଜଣେ କିଡ୍‌ନାପର। ହେଲେ ଯେଉଁ ଲକ୍ଷ୍ୟ ନେଇ ସେ ଏହି କାମ କରିଥିଲା ସେଥିରେ ତାକୁ ବିଫଳ ହେବାକୁ ପଡିଛି।

ଅଙ୍ଗନଓ୍ବାଡି କର୍ମୀଙ୍କ ଗୋଡ ଉପରେ ଚଢ଼ିଗଲା ହାଇଓ୍ବା

ଅଙ୍ଗନଓ୍ବାଡି କର୍ମୀଙ୍କ ଗୋଡ ଉପରେ ଚଢ଼ିଗଲା ହାଇଓ୍ବା

ରଘୁନାଥପୁର, ୨୫।୨(ଡି.ଏନ.ଏ.): କିଶୋରନଗର ଥାନା ଅନ୍ତର୍ଗତ ଉତ୍ତରକୂଳ ଷ୍ଟେଟବ୍ୟାଙ୍କ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇଓ୍ବା ବାଇକ୍‌କୁ ଧକ୍କା ଦେବା ଫଳରେ ବାଇକ୍‌ରେ ବସିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ରଘୁନାଥପୁର କପାଳେଶ୍ୱର ଗ୍ରାମର ଗୀତାଞ୍ଜଳି ବେହେରା। ତାଙ୍କ ଗୋଡର ଆଣ୍ଠୁର ତଳଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତାଙ୍କୁ ଚିକିତ୍ସା ନିମନ୍ତେ କଟକ ବଡ ମେଡିକାଲକୁ ପଠାଯାଇଛି।

କେନ୍ଦ୍ରର ଶ୍ରମିକ ମାରଣ ନୀତିକୁ ବିରୋଧ

କେନ୍ଦ୍ରର ଶ୍ରମିକ ମାରଣ ନୀତିକୁ ବିରୋଧ

ପୁରୀ ଅଫିସ, ୨୫।୨:ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ହେଉଛନ୍ତି ଶ୍ରମିକ ବିରୋଧୀ। ଶ୍ରମିକମାନଙ୍କ ଆର୍ଥିକ ମାନଦଣ୍ଡର ବିକାଶ ଲାଗି ସରକାରଙ୍କ ପକ୍ଷରୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ନିକଟରେ କେନ୍ଦ୍ର ସରକାର ଆଗତ କରିଥିବା ବଜେଟରେ ପୁଞ୍ଜିପତିମାନଙ୍କୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଶ୍ରମିକ ଓ ସାଧାରଣ ଗରିବମାନଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରବିବାର ଆୟୋଜିତ ଏକ ଗଣ ସମାବେଶରେ କମିଟିର ଆବାହକ ଶ୍ରୀକାନ୍ତ ପରିଜା କହିଛନ୍ତି।

ଯାଦବ ମହାସଭାର ରାଜ୍ୟସ୍ତରୀୟ ସମ୍ମିଳନୀ

ଯାଦବ ମହାସଭାର ରାଜ୍ୟସ୍ତରୀୟ ସମ୍ମିଳନୀ

ପୁରୀ ଅଫିସ, ୨୫।୨: ପୁରୀ ଓ ଭୁବନେଶ୍ୱର ଯାଦବ ମହାସଭା ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷରେ ରାଜ୍ୟସ୍ତରୀୟ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲାରୁ ଯାଦବ ଓ ଆଇନଜୀବୀମାନେ ଅଂଶଗ୍ରହଣ କରିଛନ୍ତି। ଯାଦବ ଗୋପାଳଚନ୍ଦ୍ର ବେହେରା ଏଥିରେ ସଭାପତିତ୍ୱ କରିଥିଲେ।

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

କଟକ ରୋଡ, ୨୫।୨(ଡି.ଏନ.ଏ.): ରବିବାର ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଭଦ୍ରକ ଜିଲା ସୋର ଅଞ୍ଚଳରେ ରହୁଥିବା ଲିଲି ଜେନା(୨୫)।